• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

modi
ଭାରତ ଗସ୍ତ ଅବସରରେ ସିଏଏ ଓ ଏନଆରସି ପ୍ରସଙ୍ଗରେ ଚର୍ଚ୍ଚା କରିପାରନ୍ତି ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ ଗସ୍ତ ଅବସରରେ ସିଏଏ ଏବଂ ଏନଆରସି ପ୍ରସଙ୍ଗରେ ଚର୍ଚ୍ଚା କରିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା କରିବା ନେଇ ଆମେରିକା ପ୍ରଶାସନ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଭାରତର ଗଣତନ୍ତ୍ର ଓ ଏହାର ସାମ୍ବିଧାନୀକ ଅନୁଷ୍ଠାନକୁ ବେଶ୍ ସମ୍ମାନ ଜଣାଏ ଆମେରିକା। ଭାରତର ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ଆମେରିକା ସବୁବେଳେ  ସମର୍ଥନ ଦେବ ବୋଲି ହ୍ୱାଇଟ […]

nimi
ନିର୍ଭୟା ଦୋଷୀ ବିନୟ ଶର୍ମା ମାନସିକ ବିକୃତି ନେଇ ହୋଇଥିବା ପିଟିସନ୍‌ ଖାରଜ୍

ନୂଆଦିଲ୍ଲୀ: ଦୋଷୀ ବିନୟ ଶର୍ମାଙ୍କ ମାନସିକ ବିକୃତି ନେଇ ହୋଇଥିବା ପିଟିସନ୍‌କୁ ଖାରଜ୍ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ। ବିନୟ ନିଜକୁ ମାନସିକ ବିକୃତ ଦର୍ଶାଇ ଚିକିତ୍ସା ପାଇଁ ଆବେଦନ କରିଥିଲା। ଯାହାକୁ କୋର୍ଟ ଆଜି ଖାରଜ କରିଦେଇଛନ୍ତି। ଅନ୍ୟପଟେ ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଶେଷ ଇଚ୍ଛା ପୂରଣ ପାଇଁ ଜେଲ୍ କର୍ତ୍ତୃପକ୍ଷଙ୍କ ପ୍ରୟାସ। ଦୋଷୀମାନଙ୍କୁ ପରିବାରବର୍ଗଙ୍କ ସହିତ ଶେଷଥର ଭେଟ କରାଇବା ପାଇଁ ସୁଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ୪ […]

f
ଏମ୍ସରେ ହିନ୍ଦୀ ଭାଷା ବ୍ୟବହାରକୁ ବିଜେଡି ଓ କଂଗ୍ରେସର ତୀବ୍ର ବିରୋଧ

ଭୁବନେଶ୍ୱର: ଓଡ଼ିଶାରେ ଥିବା କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନଗୁଡ଼ିକରେ ଏବେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପରିବର୍ତ୍ତେ ହିନ୍ଦୀ ଭାଷା ଉପଯୋଗକୁ ବାଧ୍ୟତାମୂଳକ କରାଯାଇଛି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଅଧ୍ୟାପକ ଅଫିସ୍ କାର୍ଯ୍ୟରେ ହିନ୍ଦୀ ଭାଷା ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ବିଜେଡି ଓ କଂଗ୍ରେସ ବିରୋଧ କରିଛନ୍ତି। କୌଣସି ପରିସ୍ଥିତିରେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ […]

sini
୫ ଏକର ଜମି ଗ୍ରହଣ କଲା ସୁନ୍ନି ୱାକଫ୍‌ ବୋର୍ଡ

ଲକ୍ଷ୍ନୌ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ  ମୁସଲିମ ପକ୍ଷଙ୍କୁ ୫ ଏକର ଜମି ଯୋଗାଇ ଦେଇଛନ୍ତି ଉତ୍ତର ପ୍ରଦେଶ ସରକାର। ପୂର୍ବରୁ ଏହି ଜମି ଗ୍ରହଣକୁ ନେଇ ବିବାଦ ଚାଲଥିବା ବେଳେ ଆଜି ୟୁପି ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଏହି ଜମିକୁ ଗ୍ରହଣ କରି ନେଇଥିବା ସୂଚନା ଦେଇଛି। ବୋର୍ଡର ଅଧ୍ୟକ୍ଷ ଜୁଫାର ଫାରୁକି କହିଛନ୍ତି, “ଜମି ପ୍ରଦାନକୁ ଅଗ୍ରାହ୍ୟ କରିବାର ଅଧିକାର କେବେ ହେଲେ ମୋର ନାହିଁ। କାରଣ ଜମି ଗ୍ରହଣ […]

jj
କାଲିଠାରୁ 'ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ-୨୦୨୦'

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ-୨୦୨୦। ପ୍ରଥମ ଥର ପାଇଁ  ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ୟୁନିଭର୍ସିଟିରେ ଗେମ୍ସ ପାଇଁ ଉଭୟ ଭୁବନେଶ୍ୱର ଓ କଟକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି କଟକ ଇଣ୍ଡୋର ଷ୍ଟାଡିୟମରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ। ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେ ଉଭୟ ବଲିଉଡ ଓ ଓଲିଉଡର କଣ୍ଠଶିଳ୍ପୀ ଏବଂ ଡ୍ୟାନ୍ସ ଗ୍ରୁପ। ଭୁବନେଶ୍ୱରର […]

amit
ଶାହଙ୍କୁ ଭେଟିବାକୁ ଚାହୁଁଥିଲେ ୫ ହଜାର ବିକ୍ଷୋଭକାରୀ; ଅନୁମତି ଦେଲାନି ପୁଲିସ !

ନୂଆଦିଲ୍ଲୀ: ଷାହୀନବାଗ ବି‍କ୍ଷୋଭକାରୀଙ୍କୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସ ଭବନକୁ ଯାଇ ଭେଟିବାକୁ ଅନୁମତି ଦେଲାନି କି ଦିଲ୍ଲୀ ପୁଲିସ। ପ୍ରାୟ ୫ ହଜାର ବିକ୍ଷୋଭକାରୀ ପାଦରେ ଚାଲି ଚାଲି ଅମିତ ଶାହଙ୍କ ସରକାରୀ ବାସଭବନକୁ ଯାଇ ତାଙ୍କୁ ଭେଟିବାକୁ ଚାହୁଁଥିଲେ। କିନ୍ତୁ ଏତେମାତ୍ରାରେ ବିକ୍ଷୋଭାକାରୀଙ୍କୁ ଦିଲ୍ଲୀ ପୁଲିସ୍‌ ଅନୁମିତି ଦେଇନଥିବା ଶୁଣିବାକୁ ମିଳୁଛି।   ଦିଲ୍ଲୀ ପୁଲିସ କହିବା ଅନୁସାରେ, ଶନିବାର ଅପରାହ୍ଣ ୩ଟା ବେଳେ ଶାହୀନବାଗର ବି‍କ୍ଷୋଭାକାରୀଙ୍କ ଏକ ଦରଖାସ୍ତ ଦିଲ୍ଲୀ ପୁଲିସ୍‌ ମୁଖ୍ୟାଳୟକୁ […]

kejri
ଆଜି ଶପଥ ଗ୍ରହଣ କରିବେ କେଜରିୱାଲ୍‌ : ବ୍ୟାନର୍‌ରେ ଲେଖା ହୋଇଛି "ଧନ୍ୟବାଦ ଦିଲ୍ଲୀ"

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜିଠୁ ପୁଣି ଥରେ ଚାଲିବ କେଜରିୱାଲ୍‌ଙ୍କ ସରକାର। ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜରିୱାଲ୍। ଏଥିପାଇଁ ଦିଲ୍ଲୀର ରାମଲୀଳା ମୈଦାନରେ ବ୍ୟାପକ ଆୟୋଜନ ହୋଇଛି। ଏଥିସହିତ ଦିଲ୍ଲୀର ଜନତାଙ୍କୁ ଧନ୍ୟବାଦ ଜଣାଇ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଫଟୋ ସହିତ ‘ଧନ୍ୟବାଦ ଦିଲ୍ଲୀ’ ଲେଖା ଥିବା ଏକ ବଡ଼ ବ୍ୟାନର ଲାଗିଛି। କେଜରିୱାଲଙ୍କ ସହ ୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେବେ। ଗତ କ୍ୟାବିନେଟରେ ମନ୍ତ୍ରୀ ଥିବା ମନିଷ ସିସୋଦିଆ, […]

rama
କଂଗ୍ରେସ ନେତା ସିଦ୍ଦରମୈୟାଙ୍କୁ ଅଟକ ରଖିଲା ପୁଲିସ୍

କର୍ଣ୍ଣାଟକା: ରାଜ୍ୟରେ ପୋଲିସର ଦୁରୁପଯୋଗ କରାଯାଉଥିବା ଅଭିଯୋଗ କରି ବେଙ୍ଗଳୁରୁରେ କଂଗ୍ରେସର ଆନ୍ଦୋଳନ ଚାଲିଥିବାବେଳେ ବିରୋଧୀ ଦଳ ନେତା ସିଦ୍ଦରମୈୟାଙ୍କୁ ଅଟକ ରଖିଛି ପୋଲିସ। ବରିଷ୍ଠ କଂଗ୍ରେସ ନେତା ଦୀନେଶ ଗୁଣ୍ଡୁରାଓଙ୍କ ସମେତ ଅନ୍ୟ ନେତାଙ୍କୁ ଅଟକ ରଖିଛି ପୋଲିସ। ଆନ୍ଦୋଳନବେଳେ ଗୁଣ୍ଡୁ ରାଓ ବେଙ୍ଗଳୁରୁ ଗ୍ରାମାଞ୍ଚଳ ସାଂସଦ ଡି. କେ. ସୁରେଶ ବ୍ୟାରିକେଡ୍ ଡେଇଁବାକୁ ଉଦ୍ୟମ କରିଥିଲେ। ସକାଳେ ଗାନ୍ଧି ପ୍ରତିମୂର୍ତ୍ତି ପାଖରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ହେଲେ ରାସ୍ତାରେ ପୋଲିସ ଏହାକୁ ଅଟକାଇବା ସହ […]

javed-kar
'କେଜ୍ରିୱାଲ୍‌ଙ୍କୁ ଆତଙ୍କବାଦୀ କହି ନାହିଁ': ଜାଭଡ଼େକର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କୁ ଆତଙ୍କବାଦୀ ବୋଲି ସମ୍ବୋଧନ କରିନାହାନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର। ଫେବ୍ରୁଆରି ୩ରେ ଦିଲ୍ଲୀ ନିର୍ବାଚନ ପ୍ରଚାର ପୂର୍ବରୁ ଜାଭଡ଼େକର ଦେଇଥିବା ବୟାନକୁ ଏବେ ସେ ନିଜେ ଖଣ୍ଡନ କରିଛନ୍ତି। ପ୍ରଥମତଃ ସେ ଏଭଳି କିଛି କହିନାହାନ୍ତି, ଦ୍ୱିତୀୟରେ ଦିଲ୍ଲୀରେ କଂଗ୍ରେସ ପୂରା ମୂଳପୋଛ ହୋଇଗଲା ବୋଲି ଆଜି ପୁଣେରେ ଜାଭଡ଼େକର କହିଛନ୍ତି। ପ୍ରଥମେ ବିଜେପି ସାଂସଦ ପରବେଶ ବର୍ମା ଜାନୁଆରି ୨୫ରେ କେଜରିଓ୍ୱାଲଙ୍କୁ ଆତଙ୍କବାଦୀ କହିଥିଲେ। କେବଳ […]

Bhuj
ହଷ୍ଟେଲ୍‌ରେ ଛାତ୍ରୀମାନଙ୍କୁ ଉଲଗ୍ନ କରାଇବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଗାନ୍ଧିନଗର: ଗୁଜରାଟ ଭୂଜର ଶ୍ରୀ ସହଜାନନ୍ଦ ଗାର୍ଲସ ଇନଷ୍ଟିଟ୍ୟୁଟ୍ ହଷ୍ଟେଲରେ ଛାତ୍ରୀମାନଙ୍କୁ ଉଲଗ୍ନ କରାଇବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଉଦବେଗ ପ୍ରକାଶ କରିଛନ୍ତି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ଭୂଜ ପୋଲିସ ପକ୍ଷରୁ ଇନଷ୍ଟିଟ୍ୟୁଟର ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସ୍ୱାମୀ ନାରାୟଣ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏହି କଲେଜର ହଷ୍ଟେଲରେ ୧୩ ତାରିଖ ଦିନ ଅଭାବନୀୟ ଘଟଣା ଘଟିଥିଲା। […]

cricket
ରଣଜୀ ଟ୍ରଫି କ୍ୱାର୍ଟ ଫାଇନାଲ୍‌ରେ ଓଡ଼ିଶା ଟିମ୍

ଭୁବନେଶ୍ୱର: ରଣଜୀ ଟ୍ରଫି କ୍ୱାର୍ଟରେ ପହଞ୍ଚିଲା ଓଡ଼ିଶା ଟିମ୍। ଝାଡ଼ଖଣ୍ଡ ବିପକ୍ଷ ମ୍ୟାଚକୁ ଡ୍ର କରି ଦଳ ଏହି ସଫଳତା ପାଇଛି। ଏଥର ପୂରା ରଣଜୀ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଓଡ଼ିଶା ଟିମ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଏଲିଟ୍ ଗ୍ରୁପ ସି ରୁ ଦୁଇଟି ଟିମ୍ ରଣଜୀ କ୍ୱାର୍ଟର ଫାଇନାଲ ଖେଳିବେ। ସେହି ଦୁଇଟି ଟିମ୍ ହେଲେ ଓଡ଼ିଶା ଓ ଜାମ୍ମୁ କାଶ୍ମୀର। ରଣଜୀ ଟୁର୍ଣ୍ଣାମେଣ୍ଟ ସାରା ଏଥର ଚିତାକର୍ଷକ ପ୍ରଦର୍ଶନ କରିଛି ଓଡ଼ିଶା। […]