ନୂଆଦିଲ୍ଲୀ: ମାଗଣା ବିଜୁଳି, ପାଣି ଓ ବସ୍ଯାତ୍ରା ବନାମ ସିଏଏ, ଧାରା ୩୭୦ ଉଚ୍ଛେଦ, ରାମମନ୍ଦିର କି ଟ୍ରିପଲ୍ ତଲାକ୍ ? ଆପ୍ର ବିକାଶ ମଡେଲ୍ ବନାମ୍ ବିଜେପିର ଜାତୀୟତାବାଦ୍ ନାରା। ପ୍ରଶାନ୍ତ କିଶୋରଙ୍କ ସୁକ୍ଷ୍ମ ଗୋଟି ଚାଳନା ଆଗରେ ଫେଲ ମାରିଲା କି ଅମିତ୍ ଶାହ ଆଣ୍ଡ କୋର ଷ୍ଟ୍ରାଟେଜି? CAA, NRC, NPR ଓ ଶାହୀନବାଗ ବିଜେପିକୁ ଭାରି ପଡ଼ିଲା ନା କେଜରିଓ୍ୱାଲଙ୍କ ସୁକ୍ଷ୍ମ ହିନ୍ଦୁତ୍ୱ ଓ ଦେଶଭକ୍ତି ପାଠ୍ୟକ୍ରମ ଆପ୍ ଲାଗି ନିର୍ଣ୍ଣାୟକ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ, ଶାହାଙ୍କ ସହ ୯ କେନ୍ଦ୍ର ମନ୍ତ୍ରୀ, ୬ ମୁଖ୍ୟମନ୍ତ୍ରୀ ଓ ୧୦୦ରୁ ଅଧିକ ସାଂସଦଙ୍କ ଘମାଘୋଟ ପ୍ରଚାର ସତ୍ତ୍ୱେ ଦିଲ୍ଲୀରେ ମାଟି କାମୁଡ଼ିଲା ବିଜେପି। ପ୍ରଚଣ୍ଡ ବହୁମତ ସହ ଦିଲ୍ଲୀରେ ପୁଣି ଏକ ଐତିହାସିକ ବିଜୟ ପାଇଛି ଆମ୍ ଆଦ୍ମୀ ପାର୍ଟି। ହାଟ୍ରିକ୍ ବିଜୟ ସହ କ୍ଷମତା ବଜାୟ ରଖିବାକୁ ଯାଉଛି କେଜ୍ରିଓ୍ୱାଲ୍ ସରକାର। ୭୦ ଆସନ ବିଶିଷ୍ଟ ବିଧାନସଭାରେ ୨୦୧୫ର ସଫଳତା ଦୋହରାଇ ଆମ୍ ଆଦ୍ମୀ ପାର୍ଟି ୬୨ ସିଟ୍ ହାସଲ କରିବାକୁ […]
ସିଡନୀ: ଅଷ୍ଟ୍ରେଲିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଅନ୍ତର୍ଜାତୀୟ ଟି–୨୦ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ସଙ୍କେତ ଦେଇଛନ୍ତି। ୱାର୍ଣ୍ଣର୍ କହିଛନ୍ତି, ସେ ଟେଷ୍ଟ ଓ ଦିନିକିଆ କ୍ୟାରିୟରକୁ ଆଗକୁ ବଢ଼ାଇବା ସହ ନିଜ ପରିବାର ସହ ଅଧିକ ସମୟ ବିତାଇବା ପାଇଁ ଆଗାମୀ କିଛି ବର୍ଷ ଭିତରେ ଟି–୨୦ କ୍ରିକେଟକୁ ଅଲବିଦା କହିପାରନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆର ବର୍ଷର ସର୍ବଶ୍ରେଷ୍ଠ କ୍ରିକେଟର୍ ଭାବେ ଆଲାନ୍ ବର୍ଡର ପଦକ ଜିତିବା ପରେ ୱାର୍ଣ୍ଣର ଭାବବିହ୍ୱଳ ହୋଇପଡ଼ିଥିଲେ। ୨୦୧୮ରେ […]
ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ପଠାଇଛନ୍ତି। ସେମାନଙ୍କ ଫାଶୀଦଣ୍ଡକୁ ସ୍ଥଗିତ ରଖି ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଉପରେ କେନ୍ଦ୍ରର ଆବେଦନକୁ ନେଇ ଏହି ନୋଟିସ୍ କରାଯାଇଛି। ଏଥିସହିତ କୋର୍ଟ କହିଛନ୍ତି, କର୍ତ୍ତୃପକ୍ଷ ନୂଆ ଏକ ଡେଥ୍ ୱାରେଣ୍ଟ ପାଇଁ ଟ୍ରାଏଲ୍ କୋର୍ଟରେ ଆବେଦନ କରିପାରିବେ। ଜଷ୍ଟିସ୍ ଆର ଭାନୁମତୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ […]
ନୂଆଦିଲ୍ଲୀ: ସାରା ଦେଶକୁ ୨୦୧୮ ମାର୍ଚ୍ଚ ସୁଦ୍ଧା ଗେରୁଆ ରଙ୍ଗରେ ରଙ୍ଗିନ କରିଥିବା ବିଜେପି ଏବେ ଧୀରେଧୀରେ କ୍ଷମତା ହରାଇବାରେ ଚାଲିଛି। କେବଳ ଯେ ବିଜେପି ବିଧାନସଭା ନିର୍ବାଚନରେ ହାରୁଛି ତା’ ନୁହେଁ ବରଂ ଭୋଟ ଭାଗ ମଧ୍ୟ ଦଳର ହ୍ରାସ ପାଉଛି। ୨୦୧୮ ମାର୍ଚ୍ଚ ମାସରୁ ଇତି ମଧ୍ୟରେ ବିଜେପି ୬ଟି ରାଜ୍ୟରେ କ୍ଷମତା ଦଖଲ କରିବାରେ ବିଫଳ ହୋଇଛି। ଦେଶର ୧୨ଟି ରାଜ୍ୟରେ ଅଣ ବିଜେପି ସରକାର ଥିବା ବେଳେ ୧୬ଟିରେ ଏନଡିଏ ସରକାର […]
ନୂଆଦିଲ୍ଲୀ: ଦିଲ୍ଲୀର ପୁଣି କେଜ୍ରି କ୍ରେଜ୍। ଦିଲ୍ଲୀବାସୀଙ୍କ ଦିଲ୍ ଜିତିଲେ କେଜ୍ରିୱାଲ। ବହୁମତ ସହ ପୁଣିଥରେ ଦିଲ୍ଲୀରେ କ୍ଷମତା ହାସଲ କରିଛି ଅରବିନ୍ଦ କେଜ୍ରିୱାଲ୍ଙ୍କ ଆମ ଆଦମୀ ପାର୍ଟି। ଦିନେକି ଦୁଇ ଦିନ ଭିତରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି। କୁହାଯାଉଛି ଫେବୃଆରୀ ୧୪ ଅର୍ଥାତ ଭାଇଲେଣ୍ଟାଇନ୍ସ ଡେ’ରେ କେଜ୍ରିୱାଲ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଭାଲେଣ୍ଟାଇନ୍ସ ଡେ ରେ କାହିଁକି ? ଭାଇଲେଣ୍ଟାଇନ୍ସ ଡେ’ ସହ […]
ନୂଆଦିଲ୍ଲୀ: ‘ଦିଲ୍ଲୀ ବାଲୋଁ ଗଜବ୍ କରିଦିଆ ଆପ୍ ଲୋଗୋନେ, ଆଇ ଲଭ୍ ୟୁ’ ଦିଲ୍ଲୀରେ ବିପୁଳ ବିଜୟ ପରେ ଦିଲ୍ଲୀବାସୀଙ୍କୁ ଏପରି କହିଛନ୍ତି ଅରବିନ୍ଦ କେଜ୍ରିୱାଲ୍। ଦିଲ୍ଲୀରେ ପୁଣିଥରେ କେଜରିଓ୍ୱାଲଙ୍କ ସରକାର ହେବାକୁ ଯାଉଛି। ଦିଲ୍ଲୀ ରାଜନୀତି ମଇଦାନରେ ହ୍ୟାଟ୍ରିକ୍ ମାରିଛି ଆପ୍। ପୁଣି ଥରେ ପ୍ରଚଣ୍ଡ ଜନମତ ସହ ଦିଲ୍ଲୀବାସୀଙ୍କ ଦିଲ୍ ଜିତିବାରେ ସକ୍ଷମ ହୋଇଛନ୍ତି କେଜ୍ରିୱାଲ୍। ଆଉ ବିଜୟ ପରେ ଭାରତ ମାତା କି ନାରା ଦେଇ ସମସ୍ତଙ୍କୁ ଆଇ ଲଭ୍ ୟୁ କହିଛନ୍ତି […]
ପାଣାଜୀ: ଯିଏ ବି ଭାରତରେ କାମ କରିବାକୁ ଚାହୁଁଛନ୍ତି, ସେମାନେ ହିନ୍ଦୁଙ୍କ ସହିତ ମିଶିକି ଓ ହିନ୍ଦୁଙ୍କ ସଶକ୍ତିକରଣ ପାଇଁ କାମ କରିବା କଥା। ଗୋଆ ରାଜଧାନୀ ପାଣାଜୀର ଦୋନା ପାଓଲାଠାରେ ‘ବିଶ୍ୱଗୁରୁ ଭାରତ ଆର୍ଏସ୍ଏସ୍ର ଦୃଷ୍ଟିକୋଣ’ ବିଷୟ ଉପରେ ଭାଷଣ ଦେଇ ଏପରି କହିଛନ୍ତି ଆର୍ଏସ୍ଏସ୍ ସାଧାରଣ ସମ୍ପାଦକ ସୁରେଶ ଭୟାଜୀ ଯୋଶୀ କହିଛନ୍ତି। ସେହି ଆହୁରି ମଧ୍ୟ କହିଥିଲେ “ ହିନ୍ଦୁ ପୁରାଣ କାଳରୁ ଭାରତ ଉତ୍ଥାନ ଓ ପତନକୁ ଦେଖିଛନ୍ତି। ଭାରତକୁ ହିନ୍ଦୁଙ୍କଠାରୁ […]
ନୂଆଦିଲ୍ଲୀ: ଚାଇନାରେ ମୃତ୍ୟୁର ତାଣ୍ଡବ ରଚାଉଥିବା କରୋନା ଭାଇରସ୍ ଆକ୍ରମଣ କରିବାକୁ ଥିବା ସମ୍ଭାବ୍ୟ ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ୧୭ ରହିଛି। ହମ୍ବୋଲ୍ଟ ବିଶ୍ୱବିଦ୍ୟାଳୟ ଏବଂ ବର୍ଲିନ୍ର ରବର୍ଟ କୋଚ୍ ଇନଷ୍ଟିଚ୍ୟୁଟ୍ ମିଳିତ ଭାବେ ଏକ ମଡେଲ ଆପଣାଇଛନ୍ତି, ଯାହାକି ଚାଇନାକୁ ଛାଡ଼ି ୩୦ଟି ଦେଶର ରିସ୍କକୁ ଆକଳନ କରିଛି। ସେମାନେ ଏହାର ଟ୍ରାନ୍ସପୋର୍ଟ ପ୍ୟାଟର୍ଣ୍ଣକୁ ଆକଳନ କରି ଏଭଳି ଆକଳନ କରିଛନ୍ତି। ଚାଇନା ବ୍ୟତୀତ ଥାଇଲ୍ୟାଣ୍ଡ, ଜାପାନ ଏବଂ ଦକ୍ଷିଣ କୋରିଆ ଏହି ଭାଇରସ୍ […]
ପୋଚେଫଷ୍ଟ୍ରୁମ୍: ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲ୍ରେ ବାଂଲାଦେଶର ଲଢ଼ୁଆ ବୋଲିଂକୁ ସାମ୍ନା କରିପାରିଲାନି ଭାରତ। କେବଳ ଯଶସ୍ୱୀ ଜୈଶ୍ୱାଲ୍ ଲଢ଼ୁଆ ଇନିଂସ ଖେଳି ୮୮ ରନ୍ର ବଡ଼ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ବଡ଼ ସ୍କୋର୍ କରିପାରି ନଥିଲେ। ଚଳିତ ଆଇସିସି ଅଣ୍ଡର୍-୧୯ ବିଶ୍ୱକପର ଫାଇନାଲ୍ ମ୍ୟାଚରେ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଯଶସ୍ୱୀ ଜୈଶ୍ୱାଲଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଭାରତ ବାଂଲାଦେଶ ବୋଲରଙ୍କୁ ସାମ୍ନା କରିନପାରି […]
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ଓ ଭାରତୀୟ ବିଚାର କେନ୍ଦ୍ରମ୍ର ପ୍ରତିଷ୍ଠାତା ନିର୍ଦ୍ଦେଶକ ତଥା ଜନସଂଘର ପୂର୍ବତନ ନେତା ପି ପରମେଶ୍ୱରନ୍ଙ୍କର ପରଲୋକ ହୋଇଛି। ରବିବାର ରାତି ୧୨.୧୦ରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ କେରଳର ପାଲାକ୍କାଡ୍ ଜିଲ୍ଲାର ଓଟ୍ଟାପ୍ପାଲମ୍ଠାରେ ତାଙ୍କର ଆର୍ୟୁବେଦିକ ଚିକିତ୍ସା ଚାଲୁ ରହିଥିଲା। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ସହ କାମ କରିସାରିଥିବା ପରମେଶ୍ୱରନ୍ […]
ମେଲ୍ବର୍ଣ୍ଣ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଅଲ୍ରାଉଣ୍ଡର୍ ଆଲିଶ ପେରୀଙ୍କ ଚ୍ୟାଲେଞ୍ଜ୍ ପାଇ ଦୀର୍ଘ ସାଢ଼େ ୫ ବର୍ଷ ପରେ ପୁଣିଥରେ ପଡ଼ିଆକୁ ଓହ୍ଲାଇଲେ କ୍ରିକେଟ୍ ଗଡ୍ ସଚିନ୍ ତେନ୍ଦୁଲକର। ଡାକ୍ତରଙ୍କ ବାରଣ ସତ୍ତ୍ୱେ ବ୍ୟାଟିଂ ଆହ୍ୱାନ୍କୁ ସ୍ୱୀକାର କରିବା ସହିତ ପେରୀଙ୍କ ପ୍ରଥମ ବଲ୍ରେ ହିଁ ୪ ମାରିଥିଲେ ସଚିନ୍। ପୂରା ଘଟଣା ଥିଲା ଏମିତି… ଜଙ୍ଗଲ ନିଆଁରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଅଷ୍ଟ୍ରେଲିଆକୁ ସହାୟତା ପାଇଁ ମେଲବୋର୍ଣ୍ଣର ଓଭାଲ୍ ଜଙ୍ଗସନ୍ରେ ଏକ ଚାରିଟି ମ୍ୟାଚ୍ର […]
କରାଚି: ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ୍ ନାସିର୍ ଜାମଶେଦଙ୍କୁ ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ)ରେ ସ୍ପଟ୍ ଫିକ୍ସିଂରେ ଲିପ୍ତ ହେବା ଅଭିଯୋଗରେ ୧୭ମାସର ଜେଲ୍ ଦଣ୍ଡାଦେଶ ମିଳିଛି। ଜାମଶେଦଙ୍କୁ ବ୍ରିଟିଶ୍ ନାଗରିକ ୟୁସୁଫ୍ ଅନୱର୍ ଓ ମହମ୍ମଦ ଏଜାଜଙ୍କ ସହ ଗିରଫ୍ କରାଯାଇଥିଲା। ସେ ଆରମ୍ଭରୁ ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ। ତାଙ୍କ ଉପରେ ୨୦୧୮ରେ ପିଏସଏଲରେ ଇସଲାମାବାଦ ୟୁନାଇଟେଡ୍ ଓ ପେଶାୱର ଜାଲମୀ ମଧ୍ୟରେ ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ଖେଳାଳିଙ୍କୁ ଜାଣିଶୁଣି ଖରାପ […]
ନୂଆଦିଲ୍ଲୀ: ସରକାରୀ ଚାକିରି କିମ୍ବା ପଦୋନ୍ନତିରେ କୋଟା ଏବଂ ସଂରକ୍ଷଣ ବ୍ୟବସ୍ଥା ଏକ ମୌଳିକ ଅଧିକାର ନୁହେଁ। ଶୁକ୍ରବାର ଏକ ମାମଲାରେ ଶୁଣାଣି କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ସଂରକ୍ଷଣ ବ୍ୟବସ୍ଥା ରାଜ୍ୟଗୁଡ଼ିକୁ କୋଟା ପ୍ରଦାନ କରିବା ପାଇଁ ବାଧ୍ୟ କରିପାରିବ ନାହିଁ। ଏବଂ ସାର୍ବଜନିକ ସେବା କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସମୁଦାୟର ପ୍ରତିନିଧୀତ୍ୱରେ ଅସନ୍ତୁଳନର କୌଣସି ତଥ୍ୟ ନେ ଦେଇ ଏଭଳି ନିୟମ ଲାଗୁ କରିବାକୁ ରାଜ୍ୟମାନଙ୍କୁ ବାଧ୍ୟ କରାଯାଇ ପାରିବ […]
ଶ୍ରୀନଗର: ପବ୍ଲିକ ସେଫ୍ଟି ଆକ୍ଟ(ପିଏସ୍ଏ) ଦ୍ୱାର ନଜର ବନ୍ଦୀ ହୋଇ ରହିଥିବା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ବିଛିନ୍ନତାବାଦୀଙ୍କ ସହିତ ମିଶି କାର୍ଯ୍ୟ କରୁଥିଲେ। କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ପିଏସ୍ଏର ଏକ ୬ ପୃଷ୍ଠା ବିଶିଷ୍ଟ ଫାଇଲ୍ରେ ଏପରି କଥା ଉଲ୍ଲେଖ ରହିଛି। ମେହବୁବାଙ୍କୁ ନଜରବନ୍ଦୀ ରଖାଯିବାର କାରଣ ଦର୍ଶାଇ ଏଭଳି ଫାଇଲ୍ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ। ପିଏସ୍ଏ ହେଉଛି ଏକ ଆଇନ୍। ଏହି ଆଇନ୍ ଆଧାରରେ ବିନା କୌଣସି ମକଦ୍ଦମାରେ […]
ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାକୁ ଫେରିବ କି ଆମ୍ ଆଦ୍ମୀ ପାର୍ଟି? ଭୋଟଗ୍ରହଣ ପରେ ଆଜି ପ୍ରକାଶ ପାଇଥିବା ଏକ୍ଜିଟ୍ ପୋଲ୍ରେ ଏମିତି କିଛି ପୂର୍ବାନୁମାନ କରାଯାଇଛି। ପୂର୍ଣ୍ଣ ବହୁମତ ସହ କେଜରିଓ୍ୱାଲ୍ କ୍ଷମତାକୁ ଫେରିବା ଅଧିକାଂଶ ଏକ୍ଜିଟ୍ ପୋଲ ସର୍ଭେରେ ଦର୍ଶାଯାଇଛି। ବିଜେପି ନିଜ ସ୍ଥିତି ସୁଧାରିବା ସହ ଦ୍ୱିତୀୟ ସ୍ଥାନ ଅଧିକାର ସମ୍ଭାବନା ଥିବା ବେଳେ ଗତ ନିର୍ବାଚନ ଭଳି କଂଗ୍ରେସ ଏଥର ମଧ୍ୟ ଖାତା ଖୋଲିପାରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ନ୍ୟୁଜ୍ ଏକ୍ସ […]
ତରନତାରନ: ପଞ୍ଜାବରେ ଧାର୍ମିକ ଶୋଭାଯାତ୍ରା ବେଳେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସେହିଭଳି ଅନେକ ଆହତ ହୋଇଥିବା ସୂଚନା ମିଳିଛି। ପଶ୍ଚିମ ପଞ୍ଜାବର ତରନ୍ତାରନ ଜିଲ୍ଲାରେ ଏହି ଅଘଟଣ ଘଟିଛି। ପଞ୍ଜାବ ପୁଲିସ ଡିଜିଙ୍କ ସୂଚନା ଅନୁସାରେ, ଜିଲ୍ଲାର ପାହୁ ଗାଁରେ ନଗର କୀର୍ତ୍ତନ ପାଇଁ ଏକ ଟ୍ରାକ୍ଟର୍ ଟ୍ରଲିରେ ବିସ୍ଫୋରକ ବୋଝେଇ ହୋଇ ଯାଉଥିଲା। ତେବେ ଶୋଭାଯାତ୍ରା ଚାଲିଥିବା ବେଳେ କୌଣସି କାରଣରୁ ବିସ୍ଫୋରକରେ ନିଆଁ […]
ମୋହାଲୀ: ପଞ୍ଜାବର ମୋହାଲି ଜିଲ୍ଲା ଖରାର୍ ସହର ଭୁଶୁଡ଼ି ପଡ଼ିଲା ୩ ମହଲା କୋଠା। କୋଠା ତଳୁ ଦୁଇ ତିନିଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି କିଛି ଲୋକ କୋଠା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେବେ ଏପର୍ଯ୍ୟନ୍ତ କାହାର କିଛି କ୍ଷତି ହୋଇ ନଥିବା ମୋହାଲି ପୁଲିସ କହିଛି। ବର୍ତ୍ତମାନ ଘଟଣା ସ୍ଥଳରେ ଏନ୍ଡିଆର୍ଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟା ଜାରି ରଖିଛି। ଏହି ୩ ମହଲା ବିଲିଷ୍ଟ କୋଠା ନିକଟରେ ଏକ […]
ରାଜକୋଟ: ଭାଲେନ୍ଟାଇନ୍ସ ଡେ’ରେ ସିଂହୀକୁ ପ୍ରପୋଜ୍ କରିବା ପାଇଁ ସିଂହ ଚାଲିଲା ୬୦ କିମି ବାଟ। ନିଜ ପ୍ରେମିକା ସହିତ ବିଶେଷ ମୁହୂର୍ତ୍ତ ବିତାଇବା ପାଇଁ ସିଂହ ତାର ୩ ଜଣ ପୁରୁଷ ବନ୍ଧୁଙ୍କ ସହିତ ରାଜୁଲାରୁ ପ୍ରାୟ ୬୦ କିମି ଦୂର ସାବରକୁଣ୍ଡକୁ ଯାଉଛି ସିଂହ। ସାବରକୁଣ୍ଡରେ ରହୁଛି ତା ସିଂହୀ ପ୍ରେମିକା। କଥାଟା ବିଶ୍ୱାସ ହେଉ ନଥିଲେ ବି ସତ। ଅନେକ ଦିନ ହେଇଗଲାଣି ତା ସିଂହୀ ରାଣୀ ସହିତ ଦେଖା ହେଇନି ଜଙ୍ଗଲ […]
ମୁମ୍ବାଇ: ଗୋଟିଏ ଦିନରେ ୬ କୋଟି ଟଙ୍କା ଆୟ କଲା ଆଦିତ୍ୟ ରୟ କାପୁର ଓ ଦିଶା ପଟ୍ଟାନୀଙ୍କ ଷ୍ଟାରର୍ ଫିଲ୍ମ ମଲଙ୍ଗ। ଶୁକ୍ରବାର ଫିଲ୍ମ ରିଲିଜ୍ ହେବା ଦର୍ଶକଙ୍କଠାରୁ ଭଲ ରେସ୍ପନ୍ସ ମିଳିଛି। Boxofficeindia.com ୱେବ୍ସାଇଟ୍ ଅନୁସାରେ ଫିଲ୍ମଟି ଗୋଟିଏ ଦିନରେ ୬ କୋଟି ଟଙ୍କା ଆୟ କରିଛି। ଶନିବାର ଆହୁରି ଭଲ ଆୟ କରିବା ବୋଲି ଆଶା କରିଛନ୍ତି ଫିଲ୍ମ କ୍ରୁ ମେମ୍ବର। ଫିଲ୍ଟିକୁ ଦର୍ଶକଙ୍କଠାରୁ ଭଲ ରେସ୍ପନ୍ସ ମିଳିଥିବା ବେଳେ ସିନେ ସମୀକ୍ଷକମାନେ […]