ମେଲବର୍ଣ୍ଣ: ମହିଳା ଟି୨୦ ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ। ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ହ୍ୟାଟ୍ରିକ୍ ବିଜୟ ସହ ସେମି ଫାଇନାଲ୍ରେ ପ୍ରବେଶ କରିଛି ଓମେନ ବ୍ରିଗେଡ। ଆଜି ମେଲବୋର୍ଣ୍ଣରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ମାତ୍ର ୪ ରନରେ ପରାସ୍ତ କରିଛି ଭାରତୀୟ ଦଳ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୮ ଓ୍ୱିକେଟରେ ୧୩୩ ରନ୍ ସଂଗ୍ରହ କରିଥିଲା। ୧୬ ବର୍ଷିୟ ଓପନର ସେଫାଳି ବର୍ମା ଲଗାତାର ତୃତୀୟ ମ୍ୟାଚରେ […]
ନୂଆଦିଲ୍ଲୀ: କଳାପଟାରେ ସ୍ୱପ୍ନ ଦେଖିବା ଶିଖାଉଥିବା ସ୍କୁଲ୍ କାନ୍ଥ ଏବେ ଦଙ୍ଗାର ନିଆଁରେ କଳାକାଠ। ବହି ଓ ବେଞ୍ଚ ସବୁ ଏବେ ପାଉଁଶ। ରବିବାରଠାରୁ ଉତ୍ତର-ପୂର୍ବ ଦିଲ୍ଲୀରେ ଲାଗିରହିଥିବା ଦଙ୍ଗାରେ ଏକ ସ୍କୁଲ କୋଠା ମଧ୍ୟ ପୋଡ଼ିବାକୁ ପଛାଇନାହାନ୍ତି ଦୃର୍ବୃତ୍ତ। ପଥରମାଡ଼ ଏବଂ ଅନ୍ୟ ଅକଥନୀୟ ଆକ୍ରମଣରେ ୩୦ ଜଣରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଛନ୍ତି ଏବଂ ୨୦୦ ଲୋକ ଆହତ ହୋଇଛନ୍ତି। ତେବେ ବ୍ରିଜପୁରୀ ରୋଡ୍ଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ସ୍କୁଲ ପୋଡ଼ିର ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ […]
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଦରବାରରେ ପହଞ୍ଚିଲା ଦିଲ୍ଲୀ ହିଂସା ପ୍ରସଙ୍ଗ। କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ଏସମ୍ପର୍କିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳ ପଦଯାତ୍ରା କରି ରାଷ୍ଟ୍ରପତି ଭବନକୁ ଯାଇଥିଲା ଦିଲ୍ଲୀର ଭୟଙ୍କର ହିଂସା ପାଇଁ ଉଭୟ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କୁ ଦାୟୀ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ନିଷ୍କ୍ରିୟତା ପାଇଁ ଦିଲ୍ଲୀ ପୋଲିସକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି […]
ଦୁବାଇ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଖରାପ ପ୍ରଦର୍ଶନ କରିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ମହଙ୍ଗା ପଡ଼ିଛି। ୱେଲିଂଟନ୍ ଟେଷ୍ଟର ଉଭୟ ଇନିଂସରେ ୨୧ ରନ୍ କରିଥିବା କୋହଲି ସଦ୍ୟ ଘୋଷିତ ଆଇସିସି ଟି-୨୦ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ହରାଇଛନ୍ତି। କୋହଲି ଏବେ ୯୦୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ଏଥିସହ ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ପୁଣିଥରେ ଶୀର୍ଷ ସ୍ଥାନ କବଜା କରିଛନ୍ତି। କୋହଲିଙ୍କୁ ରାଙ୍କିଙ୍ଗରେ ଗୋଟିଏ ସ୍ଥାନର […]
ନୂଆଦିଲ୍ଲୀ: ସାରା ବିଶ୍ୱକୁ ଆତଙ୍କିତ କରିଥିବା ‘କରୋନା’ ଭାଇରସ୍ ପାଇଁ ସବୁ ଚିନ୍ତିତ। କରୋନା ଭାଇରସ୍ ଭୟରେ ଚାଇନା ସମେତ ୬ ଦେଶ ଆସନ୍ତାମାସରେ ନୂଆଦିଲ୍ଲୀରେ ହେବାକୁଥିବା ଶୁଟିଂ ବିଶ୍ୱକପରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିବା ନ୍ୟାଶନାଲ୍ ରାଇଫଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏନଆରଏଆଇ) ପକ୍ଷରୁ ବୁଧବାର କୁହାଯାଇଛି। ଆଇଏସଏସଏଫ୍ ବିଶ୍ୱକପର ଆୟୋଜନ ସ୍ଥାନୀୟ କର୍ଣ୍ଣି ସିଂହ ଶୁଟିଂ ରେଞ୍ଜରେ ମାର୍ଚ୍ଚ ୧୫ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବ। ଏନଆରଏଆଇ ସଭାପତି ରନିନ୍ଦର ସିଂହ କହିଛନ୍ତି, କିଛି ଦେଶ […]
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ହାଇକୋର୍ଟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ହିଂସାକୁ ନେଇ ହାଇକୋର୍ଟରେ ଶୁଣାଣି ଚାଲିଥିବା ବେଳେ ବିଜେପି ନେତା କପିଲ ମିଶ୍ରା ଦେଇଥିବା ବିବାଦୀୟ ବୟାନର ଭିଡିଓ କୋର୍ଟରେ ସମସ୍ତଙ୍କୁ ଦେଖିବାକୁ ଦିଆଯାଇଥିଲା। ବିଚାରପତି ଜଷ୍ଟିସ ମୁରଲୀଧର ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଦିଲ୍ଲୀ ହିଂସା ଉପରେ ଶୁଣାଣି ଆରମ୍ଭ ହେବା କ୍ଷଣି ଦିଲ୍ଲୀ ହାଇକୋର୍ଟ ପୁଲିସ୍କୁ ତୀବ୍ର ସମାଲୋଚନା କରିଥିଲେ। ଦିଲ୍ଲୀ ପୁଲିସ୍ ଓ ସଲିସିଟର ଜେନେରାଲଙ୍କୁ ପ୍ରଥମେ କୋର୍ଟ […]
ନୂଆଦିଲ୍ଲୀ: ଦିଲ୍ଲୀରେ ହିଂସାକାଣ୍ଡକୁ ନେଇ କ୍ଷୁବ୍ଧ ହେଲେ ଦିଲ୍ଲୀ କୋର୍ଟ ଓ ସୁପ୍ରିମକୋର୍ଟ। ଏହି ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବାବେଳେ ହାଇକୋର୍ଟ ମଧ୍ୟ ଦିଲ୍ଲୀ ପୋଲିସ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଏପଟେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି। ସ୍ଥିତି ପାଇଁ ବିଜେପି ଓ କେନ୍ଦ୍ର ସରକାରକୁ ଦାୟୀ କରି କଂଗ୍ରେସ ଗୃହ ମନ୍ତ୍ରୀଙ୍କ ଉସ୍ତଫା ଦାବି କରିଛି। ଆପ […]
ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଦିଲ୍ଲୀରେ ସୋମବାର ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଭୟଙ୍କର ରୂପ ନେଇଛି। ୧୪୪ ଧାରା ଓ କର୍ଫ୍ୟୁ ପରେ ବି ସ୍ଥିତି ନ ସୁଧୁରିବାରୁ ବାଧ୍ୟହୋଇ ଦିଲ୍ଲୀ ପୁଲିସ୍ ପକ୍ଷରୁ ‘ଶୁଟ ଆଟ ସାଇଟ୍’ ବା ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ସୋମବାର ଉତ୍ତର ପୂର୍ବ ଦିଲ୍ଲୀର ଯେଉଁ ସବୁ ଅଞ୍ଚଳରେ ହିଂସାକାଣ୍ଡ ଓ ପୋଡ଼ାଜଳା ହୋଇଥିଲା, ସେଠାରେ […]
ନୂଆଦିଲ୍ଲୀ: ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପିଠି ଥାପୁଡ଼େଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରଂପ। ସିଏଏ ପ୍ରସଙ୍ଗରେ ମତ ଦେଇ କହିଛନ୍ତି ଯେ ଭାରତରେ ଧାର୍ମିକ ସ୍ୱାଧୀନତା ରହିଛି। ତେଣୁ ଏହାକୁ କିପରି ସମାଧାନ କରାଯାଇ ପାରିବ ତାହା ଭାରତ ଉପରେ ନିର୍ଭର କରେ ବୋଲି ଟ୍ରମ୍ପ କହିଛନ୍ତି। ସିଏଏ ପ୍ରସଙ୍ଗରେ ବି ଟ୍ରମ୍ପ ମତ ରଖିଛନ୍ତି। ସେ କହିଛନ୍ତି, “ଧାର୍ମିକ ସ୍ୱାଧୀନତା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଅନେକ କାମ କରୁଥିବା ମୋତେ କହିଛନ୍ତି। ଆମେ ସିଏଏ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଉଗ୍ର ହୋଇଛି ନାଗରିକତା ଆଇନ ବିରୋଧୀ ନିଆଁ। ଲଗାତାର ତୃତୀୟ ଦିନ ପାଇଁ ଅଶାନ୍ତ ରହିଛି ଉତ୍ତର ପୂର୍ବ ଦିଲ୍ଲୀ। ବିଭିନ୍ନ ସ୍ଥାନରେ ଘଟିଥିବା ସଂଘର୍ଷରେ ଆଜି ଆଉ ୩ ଜଣଙ୍କ ମୃତ୍ୟୁ ସହ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ୫୬ ଜଣ ପୁଲିସ୍ କର୍ମଚାରୀଙ୍କ ସହିତ ଶହେରୁ ଅଧିକ ଆହତ ହୋଇଛନ୍ତି। କିଛି ଅଞ୍ଚଳରେ ମାସେ ଯାଏ ୧୪୪ ଧାରା ଜାରି କରାଯାଇଛି ଗୃହମନ୍ତ୍ରୀ ଅମିତ୍ ଶାହ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ […]
ନୂଆଦିଲ୍ଲୀ: ର୍ନିଭୟା ଦୋଷୀମାନଙ୍କୁ ଏକାଠି ଫାଶି ଦିଆଯିବ ନା ଅଲଗା ଅଲଗା, ସେ ନେଇ ଆସନ୍ତା ମାର୍ଚ୍ଚ ୫ ତାରିଖରେ ସୁପ୍ରିମ କୋର୍ଟ ଶୁଣାଣି କରିବେ। କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ମିଳିତ ଆବେଦନ ଉପରେ ଶୁଣାଣି କରି ପରବର୍ତ୍ତୀ ଦିନ ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ। ତେବେ କୋର୍ଟଙ୍କ ଏହି ଶୁଣାଣି ପରେ ମାର୍ଚ୍ଚ ୩ ତାରିଖରେ ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶି ହେବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ଦୋଷୀ ମୁକେଶ, […]
ଢାକା: ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର୍ ରେହମାନଙ୍କ ୧୦୦ତମ ଜୟନ୍ତୀ ପାଳନ ଅବସରରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆୟୋଜନ କରିବ। ଏହି ମ୍ୟାଚ୍ ପାଇଁ ବିସିବି ଆଜି ଏସିଆ ଏକାଦଶ ଟିମର ଘୋଷଣା କରିଛି, ଯେଉଁଥିରେ ସ୍ଥାନ ପାଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି। ବିସିସି କୋହଲିଙ୍କୁ ଏସିଆ ଏକାଦଶ ସ୍କ୍ୱାଡରେ ସାମିଲ୍ କରିଥିଲେ ହେଁ, ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ […]
ପାଟନା: କେନ୍ଦ୍ର ସରକାର ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି ସଙ୍କେତ ଦେବା ପରେ ଏହାକୁ ନେଇ ବିବାଦ ଦେଖାଯାଇଥିଲା। ହେଲେ ଏବେ ବିଜେପିର ବିହାର ସହଯୋଗୀ ତଥା କ୍ଷମତାସୀନ ଜେଡିୟୁ ବିହାର ବିଧାନସଭାରେ ଆଜି ଏନଆରସି ବିରୋଧୀ ସଂକଳ୍ପ ପାରିତ କରିଛି। ଅର୍ଥାତ ବିହାରରେ କେବେ ହେଲେ ବି ଏନଆରସି ଲାଗୁ ହେବନାହିଁ ବୋଲି ଗୃହୀତ ସଂକଳ୍ପରେ କୁହାଯାଇଛି। ସେହିପରି ବିହାରରେ ଏନପିଆର ଲାଗୁ ହେବ। ହେଲେ ୨୦୧୦ରେ ଲାଗୁ ହେଉଥିବା ନିୟମ ଅନୁସାରେ […]
ନୂଆଦିଲ୍ଲୀ: ଦିଲ୍ଲୀରେ ସିଏଏକୁ ନେଇ ଜଳୁଥିବା ହିଂସାକାଣ୍ଡର ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ ଆଜି ଆକ୍ରମଣର ଶିକାର ହୋଇଛନ୍ତି। ଦିଲ୍ଲୀର ଏକ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିଙ୍କ ଉପରେ ଗୁଳିମାଡ଼ ହୋଇଛି। ସେହିପରି ଜାତୀୟ ଗଣମାଧ୍ୟମ ଏନଡିଟିଭିର ୩ ଜଣ ସାମ୍ବାଦିକ ଓ ଜଣେ କ୍ୟାମେରାମ୍ୟାନଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ମାଡ଼ ମାରିଛନ୍ତି। ଆକ୍ରମଣରେ ଆହତ ସାମ୍ବାଦିକମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା ସାମ୍ବାଦିକ ରହିଛନ୍ତି। ସ୍ଥାନୀୟ ଜେକେ ୨୪/୭ ଚ୍ୟାନେଲର ଆକାଶ ମୌଜପୁର […]
ବେଜିଂ: କରୋନା ଭାଇରସରେ ଆକ୍ରାନ୍ତରେ ଚୀନ୍ରେ ପୁଣି ଶହେରୁ ଅଧିକ ଲୋକ ପ୍ରାଣ ଯାଇଛି। ଫଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬୬୩ରେ ପହଞ୍ଚି ଯାଇଛି। ସେହିପରି ଆହତଙ୍କ ସଂଖ୍ୟା ୭୭ ହଜାର ଅତିକ୍ରମ କରିଛି। ଚାଇନାର ହେଲଥ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତି ସୁଦ୍ଧା ୪୦୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ୨୪ ଘଣ୍ଟା ମଧ୍ୟରେ ଆଉ ୫୦୮ ଜଣ ନୂଆ ଲୋକ କରୋନାରେ ଆକ୍ରାନ୍ତ […]
ନୂଆଦିଲ୍ଲୀ: ଦିଲ୍ଲୀରେ ସଂଗଠିତ ହିଂସା ପାଇଁ କିଛି ବାହାର ଲୋକ ହିଁ ଦାୟୀ। ସେମାନେ ଦିଲ୍ଲୀକୁ ଆସି ହିଂସାକାଣ୍ଡ ଘଟାଉଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ହିଂସା ପ୍ରବଣ ଅଞ୍ଚଳର ବିଧାୟକମାନେ। ଆଜି ଗୃହମନ୍ତ୍ରୀଙ୍କ ବୈଠକ ପୂର୍ବରୁ କେଜରିଓ୍ୱାଲଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଯେଉଁଠି ହିଂସାକାଣ୍ଡ ଘଟିଥିବା ଅଞ୍ଚଳର ବିଧାୟକ ଯୋଗଦେଇଥିଲେ। ଶାନ୍ତି ବଜାଏ ରଖିବା ସହ ଆବଶ୍ୟକ ପଡ଼ିଲେ ଦିଲ୍ଲୀ ସୀମାକୁ ସିଲ୍ ରଖିବାକୁ ଯୋଜନା କରିବାକୁ ଦିଲ୍ଲୀ ସରକାର ପ୍ରସ୍ତୁତି କରିଥିବା କେଜରୀୱାଲ୍ କହିଛନ୍ତି।ତେବେ ପ୍ରତିଷେଧକମୂଳକ […]