ନୂଆଦିଲ୍ଲୀ: ସେୟାର ବଜାରରେ କରୋନା ଭାଇରସ ଆତଙ୍କ। ଗୋଟିଏ ଦିନରେ ୧୪୨୮ ପଏଣ୍ଟ ଖସିଛି ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ସୂଚକାଙ୍କ ବି ୪୩୨ ପଏଣ୍ଟ ହ୍ରାସ ପାଇଛି। ଗତ ୬ ଦିନରେ ବିଏସଇ ସୂଚକାଙ୍କ ୨୮୭୨ ପଏଣ୍ଟ ହ୍ରାସ ପାଇ ୩୮ ହଜାର ୨୯୭ରେ ପହଞ୍ଚିଛି। ଫଳରେ ନିବେଶକାରୀଙ୍କୁ ୫ଲକ୍ଷ ୫୦ହଜାର କୋଟିର କ୍ଷତି ସହିବାକୁ ପଡ଼ିଛି। କରୋନା ଭାଇରସ ମହାମାରୀ ରୂପ ନେବା ଆଶଙ୍କା ବଢ଼ିଯାଇଥିବାରୁ ବିଶ୍ୱବ୍ୟାପୀ ବାଣିଜ୍ୟ […]
ନୂଆଦିଲ୍ଲୀ: ନିୟନ୍ତ୍ରଣାଧୀନ ରହିଛି ଦିଲ୍ଲୀର ହିଂସା ପ୍ରଭାବିତ ଅଞ୍ଚଳର ସ୍ଥିତି। ଯାନବାହନ ଚଳାଚଳ ଆରମ୍ଭ କରିଥିବା ବେଳେ ଦୋକାନବଜାର ଖୋଲିଛି। ଶୁକ୍ରବାର ଥିବାରୁ ଆଜି ବହୁ ସ୍ଥାନରେ ଲୋକେ ସାଧାରଣଭାବେ ନମାଜ ପାଠ କରିଛନ୍ତି। ତେବେ ପୋଲିସ ଓ ଅର୍ଦ୍ଧ ସାମରିକ ବାହିନୀ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ସହ ଉତ୍ତେଜନା ଥିବା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଛନ୍ତି। ଦିଲ୍ଳୀ ପୋଲିସର ବରିଷ୍ଠ ଅଧିକାରୀ ପ୍ରଭାବିତ ଅଂଚଳକୁ ଯାଇ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଜାତୀୟ ମହିଳା କମିଶନ […]
ନୂଆଦିଲ୍ଲୀ:୨୦୧୯ ରେ କସମେଟିକ୍ ଡ଼କ୍ଟର ଜୁଲିୟନ ଡ଼ି ସିଲୱାଙ୍କ କହିବା ଅନୁଯାୟୀ ଦୁନିଆର ସବୁଠାରୁ ସୁନ୍ଦରି ମହିଳା ହେଉଛନ୍ତି ବେଲା ଇଦିଦି। ଡେଲି ମେଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦୁନିଆର ସବୁଠୁ ସୁନ୍ଦର ପୁରୁଷ ହେଉଛନ୍ତି ରୋବର୍ଟ ପିଟିସନ୍। ଜୁଲିୟନଙ୍କ ‘ଗୋଲଡେନ ରେଶିୟୋ ଅଫ୍ ବିୟୁଟିଫାଇ‘ ଫର୍ମୁଲା ଅନୁଯାୟୀ ରୋବର୍ଟ ହେଉଛନ୍ତି ଦୁନିଆର ସବୁଠାରୁ ସୁନ୍ଦର ପୁରୁଷ। ଜୁଲିୟନ ଆଗରୁ ଏହି ଫର୍ମୁଲା ଆଧାରରେ ଦୁନିଆର ୧୦ଜଣ ସୁନ୍ଦରୀଙ୍କ ତାଲିକା ମଧ୍ୟ ପ୍ରକାଶ କରିସାରିଛନ୍ତି। ୩୩ ବର୍ଷୀୟ […]
କରୋନା ମହାମାରୀ ପ୍ରଭାବ ଦେଶରେ ହ୍ରାସ ପାଇଥିଲେ ହେଁ ତୃତୀୟ ଲହର ଭୟ ମନରୁ ଯାଇନି। କରୋନାର ତୃତୀୟ ଲହରରେ ଛୋଟ ପିଲାମାନେ ବେଶି ପ୍ରଭାବିତ ହେବାର ଆଶଙ୍କା ରହିଛି। ହେଲେ ଏହା ଭିତରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ସୂଚନା ଆଶ୍ୱସ୍ତି ଦେଇଛି।
ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ । ମୀରାବାଈ ଚାନୁଙ୍କୁ ମିଳିଲା ରୌପ୍ୟ ପଦକ । କ୍ଲିନ୍ ଆଣ୍ଡ ଜର୍କର ଦ୍ୱିତୀୟ ରାଉଣ୍ଡରେ ମୀରାବାଈ ଚାନୁ ୧୧୫ କିଲୋଗ୍ରାମ ଭାର ଉଠାଇବାରେ ସଫଳ ହଲେ ।
ମୁମ୍ବାଇ: ମହାରାଷ୍ଟ୍ରର ଶିକ୍ଷାନୁଷ୍ଠାନମାନଙ୍କରେ ମୁସଲମାନମାନଙ୍କ ପାଇଁ ୫% ସଂରକ୍ଷଣ ପ୍ରଦାନ କରାଯିବ। ଏନେଇ ଏକ ନୂତନ ବିଲ୍ ଖୁବ୍ଶୀଘ୍ର ରାଜ୍ୟ ବିଧାନସଭାରେ ଉପସ୍ଥାପିତ କରାଯିବ ବୋଲି ମହା ବିକାଶ ଆଘାଡ଼ି ମେଣ୍ଟ ସରକାରର ଜଣେ ମନ୍ତ୍ରୀ ଆଜି କହିଛନ୍ତି। ବଜେଟ୍ ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହେବ ବୋଲି ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ନବାବ ମଲିକ୍ ଆଜି ସୂଚନା ଦେଇଛନ୍ତି। ଏନ୍ସିପି ସଦସ୍ୟ ତଥା ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଶ୍ରୀ ମଲିକ୍ କହିଛନ୍ତି, ସେମାନେ ଚାକିରିରେ ମଧ୍ୟ […]
ନୂଆଦିଲ୍ଲୀ: ପୁଣି ଘୁଞ୍ଚିପାରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ। କାରଣ ଫାଶୀର ତାରିଖ ଘୁଞ୍ଚାଇବାକୁ ଆଉ ଏକ ଦୋଷୀ ପୱନ୍ ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଛି। ପୁଣିଥରେ ସୁପ୍ରିମକୋର୍ଟରେ ଏହାର ବିଚାର ଚାଲିବ। ଫଳରେ ପୁଣି ଘୁଞ୍ଚିବ ଫାଶୀ ତାରିଖ। ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବାକୁ ଥିବା ୪ ଦୋଷୀଙ୍କ ମଧ୍ୟରୁ ପୱନ୍ ଅନ୍ୟତମ। ସୁପ୍ରିମ୍କୋର୍ଟରେ ଏହି ଦୋଷୀ ନିଜ […]
ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ବିଜେପିର ଟାର୍ଗେଟ୍। CAA ପ୍ରସଙ୍ଗରେ ରାଜଧର୍ମ ପାଳନ ନେଇ ସୋନିଆ ଗାନ୍ଧିଙ୍କ ପ୍ରଶ୍ନ ପ୍ରସଙ୍ଗରେ ଜବାବ ମାଗିଛନ୍ତି ବିଜେପି ନେତା ରବିଶଙ୍କର ପ୍ରସାଦ। ସିଏଏ ନେଇ ପୂର୍ବରୁ କଂଗ୍ରେସ ନେତାମାନେ ଦାବି କରି ଆସିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ସିଏଏ ପାଇଁ ଦାବି କରିଥିଲେ। ଏବେ କଣ ପାଇଁ କଂଗ୍ରେସ ନୀତି ପରିବର୍ତ୍ତନ କଲା। ଏହା ରାଜଧର୍ମ କି ବୋଲି ପଚାରିଛନ୍ତି ବିଜେପି ନେତା ରବିଶଙ୍କର ପ୍ରସାଦ। […]
ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ହାତ ଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ୍ ଆପ୍ ନେତା ତାହିର୍ ହୁସେନ୍ଙ୍କ ନାମରେ ମାମଲା ରୁଜୁ କରିବା ପରେ ତାହିର୍ଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବିତ କଲା ଆମ୍ ଆଦମୀ ପାର୍ଟି। ଦିଲ୍ଲୀ ହିଂସାରେ ତାଙ୍କର ସନ୍ଦେହଜନକ ଭୂମିକା ରହିଥିବା ନେଇ ପୂର୍ବରୁ ବିଭିନ୍ନ ଭିଡିଓ ଆସିଥିଲା। ଆଜି ପୁଲିସ୍ ଆମ୍ ଆଦମୀ ପାର୍ଟି ନେତା ତାହିର ହୁସେନ୍ଙ୍କୁ କବ୍ଜାକୁ ଆଣିବା ପାଇଁ ତାଙ୍କ ଘର ଉପରେ ଲଗାତାର ଚଢ଼ଉ କରିଥିଲା। […]
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲ୍ଗୁ ଦେଶମ୍ ପାର୍ଟିର ମୁଖିଆ ଚନ୍ଦ୍ରବାବୁ ନାଇଡୁଙ୍କ ରାଲିକୁ ଜୋତା, ଅଣ୍ଡା ଓ ଟମାଡୋ ମାଡ଼ ହୋଇଛି। ଆଜି ଚନ୍ଦ୍ରବାବୁଙ୍କ ବିଶାଖାପାଟଣା ଗସ୍ତକୁ ଓ୍ୱାଇଏସଆର କଂଗ୍ରେସ ପାର୍ଟି କର୍ମୀ ବିରୋଧ କରି ଏପରି କରିଥିବା ଦେଖିବାକୁ ମିଳିଛି। ଚନ୍ଦ୍ରବାବୁ ଜନ ଚୈତନ୍ୟ ଯାତ୍ରା ଲାଗି ଆଜିଠୁ ଦୁଇ ଦିନିଆ ବିଶାଖାପାଟନମ ଗସ୍ତରେ ଯାଇଥିଲେ। ବିମାନବନ୍ଦରରୁ ସେ ପୁଡୁର୍ଥି ଅଭିମୁଖେ ରାଲିରେ ଯାଉଥିବା ବେଳେ ଓ୍ୱାଇଏସଆର କଂଗ୍ରେସ ପାର୍ଟିର ସମର୍ଥକମାନେ ବିରୋଧ […]
ନୂଆଦିଲ୍ଲୀ: ହିଂସା ଉସୁକାଇଥିବା ନେଇ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ଜବାବ ରଖିଛନ୍ତି ବିଜେପି ନେତା କପିଲ ମିଶ୍ରା। ପତିକ୍ରିୟାରେ କପିଲ କହିଛନ୍ତି “ଯେଉଁମାନେ ଦେଶ ବିଭାଜନର କଥା କହୁଛନ୍ତି ସେମାନଙ୍କୁ କୌଣସି ପ୍ରଶ୍ନ ପଚରାଯାଉନାହିଁ। ଯେଉଁମାନଙ୍କ ଘରୁ ପେଟ୍ରୋଲ୍ ବୋମା ବାହାରୁଛି ସେମାନଙ୍କୁ କୌଣସି ପ୍ରଶ୍ନ ପଚରାଯାଉନାହିଁ। କିନ୍ତୁ ଯିଏ ରାସ୍ତା କ୍ଲିୟର୍ କରିବାକୁ ଅନୁରୋଧ କଲା, ଯେଉଁ ରାସ୍ତା ପାଇଁ ୩୫ ଲକ୍ଷ ଲୋକ ହଇରାଣ ହେଉଥିଲେ ତାଙ୍କୁ ହିଁ ଆତଙ୍କବାଦୀ କୁହାଯାଉଛି ବୋଲି […]
ଭୁବନେଶ୍ୱର : ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ସପ୍ତମ ଦିନରେ ଆଜି ଆଉ ଏକ ସ୍ୱର୍ଣ୍ଣ ଯୋଡ଼ିଛନ୍ତି ବ୍ରହ୍ମପୁର ୟୁନିଭର୍ସିଟିର ଭାରୋତ୍ତୋଳକ ମନୋଜ ସାହୁ। ୬ଷ୍ଠ ଦିବସର ଶେଷ ସୁଦ୍ଧା ଓଡ଼ିଶା ମୋଟ ୪ଟି ପଦକ ଜିତିଥିବା ବେଳେ ୭ମ ଦିନର ପ୍ରଥମ ଭାଗ ଶେଷସୁଦ୍ଧା ଓଡ଼ିଶାର ମନୋଜ ସାହୁ ୭୩ କେଜି ବିଭାଗରେ ଉତ୍ତମ ପ୍ରଦର୍ଶନ ଦେଖାଇ ଆଜି ଏହି ସଫଳତା ହାସଲ କରିଛନ୍ତି, ଯାହାକି ପ୍ରତି ଓଡ଼ିଆ ଖେଳପ୍ରେମୀଙ୍କ ମନରେ ଉତ୍ସାହ ଭରିଦେଇଛି। ମନୋଜଙ୍କ […]
ନୂଆଦିଲ୍ଲୀ: ୩୫ରେ ପହଞ୍ଚିଛି ଦିଲ୍ଲୀ ହିଂସାକାଣ୍ଡ ମୃତ୍ୟୁସଂଖ୍ୟା। ଗଗନ ବିହାର ଓ ଜୋହରିପୁରରୁ ଆଜି ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଦେଢ଼ଶହରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ସେପଟେ ହିଂସାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ୧୩୦ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୦୬ ଜଣ ସ୍ଥାନୀୟ ବାସିନ୍ଦା ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ସେହିପରି ହିଂସା ମାମଲାରେ ୪୮ଟି ଏଫଆଇଆର ରୁଜୁ କରାଯାଇଛି। ଚାନ୍ଦବାଗ୍, ମୌଜପୁର, ଜାଫରାବାଦ୍, […]
ନୂଆଦିଲ୍ଳୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ. ମୁରଲୀଧରଙ୍କ ବଦଳିକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ସରକାରଙ୍କ ପକ୍ଷରୁ ତରବରିଆ ଭାବେ ତାଙ୍କୁ ବଦଳି କରାଯାଇଛି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଅଭିଯୋଗ କରିଛନ୍ତି। ସେପଟେ ଜଷ୍ଟିସ ମୁରଲୀଧରଙ୍କ ବଦଳିକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ। ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟର ସର୍ବୋଚ୍ଚ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଫେବୃଆରୀ ୧୨ ତାରିଖରେ ସୁପାରିଶ କରିଥିଲେ। ଏଥିପାଇଁ ସଂପୃକ୍ତ […]
ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଉପରେ ମତ ଦେଇଥିବା ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋଅପରେସନ୍କୁ କଡ଼ା ସମାଲୋଚନା କରିଛି ଭାରତ। ସେମାନଙ୍କ ମନ୍ତବ୍ୟ ତ୍ରୁଟିପୂର୍ଣ୍ଣ ଏବଂ ମିସଲିଡିଂ ବୋଲି ଗୁରୁବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ଏହା ପୂର୍ବରୁ ଓଆଇସି ପକ୍ଷରୁ ଦିଲ୍ଲୀର ହିଂସାକୁ ‘ମୁସଲିମ୍ ବିରୋଧୀ’ ବୋଲି କୁହାଯାଇଥିଲା। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମୁଖପାତ୍ର ରବୀଶ କୁମାର କହିଛନ୍ତି, “ଓଆଇସିର ମନ୍ତବ୍ୟ ତଥ୍ୟଗତ ଭାବେ ତ୍ରୁଟିପୂର୍ଣ୍ଣ, ସିଲେକ୍ଟିଭ୍ ଏବଂ ମିସଲଡିଂ। ଶାନ୍ତି ଫେରାଇ […]
ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ବେଳେ ଆମ୍ ଆଦମୀ ପାର୍ଟି ନେତା ତଥା କାଉନସିଲର ତାହିର ହୁସେନଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା ଏବଂ ପଥର ମିଳିଛି। ତାହିରଙ୍କ ନାଁରେ ହିଂସା ଘଟାଇବା ଅଭିଯୋଗ ରହିଛି। ତାହିରଙ୍କ ଘରଠାରୁ ଅଳ୍ପ ଦୂରରେ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ଅଙ୍କିତଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ତାହିରଙ୍କ ଉପରକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ତାହିରଙ୍କ ଘର ଉପରୁ ବୋମା, […]
ଭୁବନେଶ୍ୱର : ଗୁଗଲ୍ ଟ୍ରାନ୍ସଲେଟ୍ର୍ରେ ଏବେ ଆପଣ ଇଂରାଜୀ ଓ ହିନ୍ଦୀରୁ ଓଡ଼ିଆ ଭାଷାକୁ ଅନୁବାଦ କରିପାରିବେ। କେବଳ ଇଂରାଜୀ କାହିଁକି ଅନ୍ୟ ଭାଷାକୁ ବି ଆପଣ ଓଡ଼ିଆରେ ଅନୁବାଦ କରିପାରିବେ। ଆମେରିକା ଭିତ୍ତିକ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ର ଟ୍ରାନ୍ସଲେସନ୍ ବା ଅନୁବାଦ ଏବେ ଓଡ଼ିଆ ଭାଷା ମଧ୍ୟ ଯୋଡ଼ି ହୋଇଛି। ଗୁଗଲ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଓଡ଼ିଆ ସମେତ ମୋଟ ୫ଟି ନୂଆ ଭାଷାରେ ଏହି ସୁବିଧା ରହିଛି। ଏବେ ଇଂରାଜୀରୁ ହିନ୍ଦୀ, […]