ମଥୁରା: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ଏହି ଲକ୍ଡାଉନ୍ରେ ଜାରି କରାଯାଇଥିବା ନିୟମଗୁଡିକୁ ଟିକେ କୋହଳ କରାଯାଇଛି। ବାହାରେ ଫସିରହିଥିବା ପ୍ରବାସୀମାନଙ୍କୁ ନିଜ ଘରକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ୍ ଜାରି କରିଛି। ଏନେଇ ମଙ୍ଗଳବାର ମଧ୍ୟପ୍ରଦେଶକୁ ଫେରୁଥିବା କିଛି ଲୋକ ମଥୁରା ଠାରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣଙ୍କର ଅବସ୍ଥା […]
ଭୋପାଲ: କରୋନା ଭାଇରସ ବିରୋଧରେ ଚାଲିଥିବା ଯୁଦ୍ଧ ହେଉଛି ଧୈର୍ଯ୍ୟ ଏବଂ କର୍ତ୍ତବ୍ୟର ଅଗ୍ନିପରୀକ୍ଷା। ଏହି ବିପଦ ସମୟରେ କିଛି ଲୋକ ଅଛନ୍ତି ଯାହାଙ୍କର ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଏମିତି ଦୁଇଜଣ କରୋନା ଯୋଦ୍ଧା ହେଉଛନ୍ତି ଦୀପକ ପାଟିଲ ଓ ପ୍ରଗତି। ଏ ଦୁହିଁଙ୍କ ତ୍ୟାଗ ଓ ସେବାକୁ ସାରା ଦେଶ ମନେ ରଖିବ। ଭୋପାଳର ପୋଲିସ କଣ୍ଟ୍ରୋଲ ରୁମରେ ଡ୍ୟୁଟି କରୁଥିବା ଦୀପକ ପାଟିଲଙ୍କ ଗୋଡ ଭାଙ୍ଗି ଯାଇଛି। ତଥାପି […]
ଲକ୍ଷ୍ନୌ: କରୋନାର ସ୍ଥିତିକୁ ନେଇ ସରକାର ତୃତୀୟ ପର୍ଯ୍ୟାୟ ଲକଡାଉନର ଜାରି କରିଛନ୍ତି। ଏହି ଲକ୍ଡାଉନ୍ର ଗାଇଡଲାଇନ୍କୁ ଟିକେ କୋହଳ କରାଯାଇଛି। ଗତକାଲି ସରକାର ମଦ ଦୋକାନଗୁଡିକ ଖୋଲିବାକୁ ଅନୁମତି ଦେଇଥିଲେ। ଏନେଇ ଲକ୍ଷ୍ନୌ ସହର ଲୋକମାନେ ସକାଳ ୭ଟାରୁ ହାତରେ ବ୍ୟାଗକୁ ଧରି ମଦ ଦୋକାନ ସାମ୍ନାରେ ଲମ୍ୱା ଲାଇନ୍ କରି ଛିଡା ହୋଇଥିଲେ। ଦୋକାନୀମାନେ ମଧ୍ୟ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇଥିଲେ। ଦୋକାନର ସଟର ଖୋଲିବା ମାତ୍ରେ ଲୋକମାନେ ମଦ କିଣିବାକୁ ଗହଳି କରିଥିଲେ। ଆଲିଗଡ, […]
ମୁମ୍ୱାଇ: ମୁମ୍ବାଇରେ ଗତକାଲି ଜେଜେ ମାର୍ଗ ପୋଲିସ ଷ୍ଟେସନରେ ୧୨ ଜଣ ପୋଲିସ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ୬ଜଣ ସବ୍-ଇନ୍ସପେକ୍ଟର ଥିବା ଜଣାପଡିଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ୧୨ଜଣଙ୍କ ମଧ୍ୟରୁ ୮ଜଣଙ୍କ ମଧ୍ୟରେ କରୋନା ଭାଇରସର କୌଣସି ଲକ୍ଷଣ ଦେଖାଯାଇନଥିଲା। ବରିଷ୍ଠ ଅଧିକାରୀ କହିଛନ୍ତି, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୪୦ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ସମସ୍ତ ପୋଲିସ କର୍ମଚାରୀଙ୍କୁ ଜେଜେ ମାର୍ଗ ପୋଲିସ ଷ୍ଟେସନ ନିକଟରେ ଥିବା […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟେ ମାଙ୍କଡ଼ ଛୋଟ ଛୁଆଙ୍କ ବାଇକ୍ ଚଲାଇ ଗଳିରେ ପଶି ଏକ ଶିଶୁକୁ ଟାଣିକି ନେବାକୁ ଚେଷ୍ଟା କରୁଥିଲା। କେହି କେହି ଏହାକୁ ଅପହରଣ ଉଦ୍ୟମ ବୋଲି କହୁଛନ୍ତି। କିନ୍ତୁ ଶିଶୁଟି ଘରର ବାହାରେ ବସିଥିଲା। ତା’ପରେ ମାଙ୍କଡଟି ଏକ ଖେଳଣା ବାଇକ୍ ଧରି ଆସି ଶିଶୁକୁ ଟାଣି ନେବାକୁ ଚେଷ୍ଟା କରୁଥିଲା। Can’t remember the last time I […]
ମୁମ୍ୱାଇ: ଦେଶରେ କରୋନା ଭାଇରସ ଯୋଗୁ ଲକ୍ଡାଉନ୍ ଜାରି କରାଯାଇଛି। କରୋନାର ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ଲକ୍ଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ସମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବା ସହ କୌଣସି ଶୁଭ କାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ସରକାର ଜନସାଧାରଣଙ୍କ ନିକଟରେ ଅପିଲ କରିଛନ୍ତି। ଏହି ସମୟରେ ଏକ ନବ ବିବାହିତ ଦମ୍ପତିଙ୍କୁ ପୋଲିସ କର୍ମୀମାନେ ନିଆରା ଢ଼ଙ୍ଗରେ ସ୍ୱାଗତ ସମ୍ବର୍ଦ୍ଧନା କରୁଥିବାର ଦେଖିବାକୁ ମିଳିଛି। ମହାରାଷ୍ଟ୍ର ନାସିକରେ ପୋଲିସ […]
ଭୋପାଲ: ଦେଶରେ କରୋନା ଭାଇରସର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଲକ୍ଡାଉନ୍ ଅବଧିକୁ ବଢ଼ାଇ ଦେଇଛନ୍ତି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ବାହାର ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ଯେନତେନ ପ୍ରକାରର ଚେଷ୍ଟା କରୁଛନ୍ତି। ସେମାନେ ଫେରିବା ପରେ ଗ୍ରାମବାସୀମାନେ କରୋନା ଭୟରେ ତାଙ୍କୁ ଗାଁ ଭିତରକୁ ପଶିବାକୁ ଦେଉନାହାନ୍ତି। ଏନେଇ ପ୍ରଶାସନ ବାହାର ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟିନ୍ର ବ୍ୟବସ୍ଥା କରିଛନ୍ତି। […]
ମୁମ୍ୱାଇ: ବଲିଉଡ଼୍ ଅଭିନେତା ସ୍ୱର୍ଗତ ଋଷି କପୁରଙ୍କ ଚିତାଭସ୍ମ ରବିବାର ମୁମ୍ବାଇର ବନଗଙ୍ଗା ଟ୍ୟାଙ୍କରେ ବିସର୍ଜନ କରାଯାଇଛି। ଏହି ଚିତାଭସ୍ମ ବିସର୍ଜନ ସମୟର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଲକ୍ଡାଉନ୍ ଯୋଗୁଁ ହରିଦ୍ୱାର ଯିବା ପାଇଁ ଅନୁମତି ନ ମିଳିବାରୁ ମୁମ୍ବାଇରେ ହିଁ ଚିତାଭସ୍ମ ବିସର୍ଜନ କରାଯାଇଛି। ଏହି ସମୟରେ ରିଷି କପୁରଙ୍କ ପତ୍ନୀ ନୀତୁ କପୁର, ପୁଅ ରଣବୀର କପୁର, ଝିଅ ରିଦ୍ଧିମା, ଅଭିନେତ୍ରୀ ଆଲିୟା ଭଟ୍ଟ ଉପସ୍ଥିତ ଥିବା ଫଟୋରେ ଦେଖିବାକୁ […]
ମୁମ୍ୱାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିକାର ପାଇଁ ସରକାର ୩ୟ ପର୍ଯ୍ୟାୟ ଲକଡାଉନ୍ ଜାରି କରିଛନ୍ତି। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଇଁ ସରକାର ଲୋକମାନଙ୍କ ନିକଟରେ ଅପିଲ କରିଛନ୍ତି। କିଛି ବ୍ୟକ୍ତି ଏହି ନିୟମକୁ ମାନୁଥିବାବେଳେ କେତେକ ଲୋକ ଏହାକୁ ମାନୁନଥିବା ଜଣାପଡିଛି। ଏମିତି କିଛି ନିୟମ ଉଲ୍ଲଘଂନକାରୀଙ୍କୁ ଦେଖିବାକୁ ମିଳିଛି ମୁମ୍ୱାଇର ତିଲକ ନଗର ଅଞ୍ଚଳରେ । ଏହି ନିୟମ ଉଲ୍ଲଘଂନକାରୀମାନେ ମାସ୍କ ପିନ୍ଧୁ ନାହାନ୍ତି, […]
COVID-19 ମହାମାରୀ ମଧ୍ୟରେ ଖାଲି ପଡ଼ିଥିବା ଅନେକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଜନସେବା ଆୟୋଗ (UPSC) ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।