• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

corona
ଦେଶରେ ପ୍ରଥମଥର ଘଟିଲା ଏଭଳି ଘଟଣା: ୨୪ ଘଣ୍ଟାରେ ଗଲା ୬୨ ଜୀବନ

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୨କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ କେବେ ହୋଇନଥିଲା।  ୨୪ ଘଣ୍ଟା ସମୟସୀମା ଭିତରେ ଏହା ସର୍ବାଧିକ ମୃତ୍ୟୁ ହାର। ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ୧୫୪୩ ଜଣ ନୂଆ ପଜିଟିଭ ଚିହ୍ନଟ ସହ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ୪୩୫ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ୬୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମୁଦୟ ୬ ହଜାର ୮୬୮ଜଣ ସୁସ୍ଥ ହେବା ସହ ଆରୋଗ୍ୟ […]

irphna
ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: ଡାକ୍ତରଖାନାରେ ବଲିଉଡ୍‌ ଓ ହଲିଉଡ୍‌ ଅଭିନେତା ଇର୍‌ଫାନା ଖାନ। ମୁମ୍ବାଇର କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲ୍‌ରେ ସେ ଆଡ୍‌ମିଶନ ହୋଇଛନ୍ତି। ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି।  ତାଙ୍କ ସହିତ ତାଙ୍କ ପୂରା ପରିବାର ଡାକ୍ତରଖାନାରେ ଥିବା ସୂଚନା ମିଳିଛି।  ନିକଟରେ ତାଙ୍କ ମାଆ ସୟୀଦା ବେଗଙ୍କର ଜୟପୁରରେ ମୃତ୍ୟୁ ହୋଇଥିଲା। ଇର୍‌ଫାନ ତାଙ୍କ ମାଆଙ୍କ ଶେଷ ଦର୍ଶନ କରିପାରି ନଥିଲେ। ଦେଶବ୍ୟାପୀ ଲକ୍‌ ଲକ୍‌ଡାଉନ୍‌ ଯୋଗୁ ଓ ଇର୍‌ଫାନ୍‌ ତାଙ୍କ ମାଆଙ୍କ ଶେଷ ଦର୍ଶନ […]

ki
ଚିନ୍ତା ବଢ଼ାଇଲା କରୋନାର ନୂଆ ଲକ୍ଷଣ: ଏବେ ରୋଗୀଙ୍କର ହେଉଛି ଏଭଳି ଅବସ୍ଥା

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ରୂପ ବଦଳାଉଥିବା କୋରନା ଭାଇରସ୍‌ ଏବେ ତାର ଲକ୍ଷଣ ବଦଳାଇଲାଣି। କରୋନା ରୋଗୀଙ୍କଠାରେ ଏବେ ନୂଆ ନୂଆ ସବୁ ଲକ୍ଷଣ ଦେଖାଦେଲାଣି। ପୂର୍ବରୁ ଜ୍ୱର, କାଶ, ଥଣ୍ଡା ଭଳି ଲକ୍ଷଣ ଦେଖା ଦେଉଥିଲେ କରୋନା ସନ୍ଧିଗ୍ଧ ବୋଲି କୁହାଯାଉଥିଲା। ଏବେ କିନ୍ତୁ କିଛି ନୂଆ ଲକ୍ଷଣ ସାମ୍ନାକୁ ଆସିଛି। ଏହି ନୂଆ ଲକ୍ଷଣର ସୂଚନା ଦେଇଛି ଆମେରିକା ଗବେଷଣା ସଂସ୍ଥା ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍(ରୋଗ ନିୟନ୍ତ୍ରଣ ଏବଂ […]

nirti
ନିତି ଆୟୋଗ କାର୍ଯ୍ୟାଳୟ ସିଲ୍‌

ନୂଆଦିଲ୍ଲୀ: ନିତି ଆୟୋଗ କାର୍ଯ୍ୟାଳୟ ସିଲ୍ କରାଯାଇଛି। ନିତି ଆୟୋଗର ଜଣେ ଅଧିକାରୀଙ୍କଠାରେ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ କାର୍ଯ୍ୟାଳୟକୁ ସିଲ୍ କରାଯାଇଥିବା ସୂଚନା ମିଳିଛି। ଅଧିକାରୀଙ୍କଠାରେ କରୋନା ପଜିଟିଭ୍ ଆସିଥିବା ସଂପର୍କରେ ଆଜି ସକାଳ ୯ଟାରେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ଏହାପରେ କରୋନା ପ୍ରୋଟୋକଲ ଅନୁସାରେ କାର୍ଯ୍ୟାଳୟକୁ ୨ ଦିନ ପାଇଁ ଏହାକୁ ସିଲ୍ କରାଯାଇଛି। ଏହାସହ କାର୍ଯ୍ୟାଳୟ ପରିସରରେ ବିଶୋଧନ ଆରମ୍ଭ ହୋଇଛି। ସଂପୃକ୍ତ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ କ୍ୱାରେଣ୍ଟିନରେ […]

loka
ପୁଲିସ୍‌ ଭ୍ୟାନ୍‌ ଦେଖିବା ମାତ୍ରେ ଆକ୍ରମଣ କଲେ ଲୋକେ

ଭୁବନେଶ୍ୱର: ଲକ୍‌ଡାଉନ କଟକଣା ଯାଞ୍ଚ ବେଳେ ସୁରତରେ ପୋଲିସ ଉପରକୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ସୁରତର ଭିନ୍ନ ଭିନ୍ନ ଦୁଇଟି ଅଞ୍ଚଳରେ କିଛି ପ୍ରବାସୀ ଶ୍ରମିକ ପୋଲିସଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏଥିରେ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆଜି ସକାଳୁ ପୋଲିସ ପାଟ୍ରୋଲିଂ ବେଳେ ପିସିଆର ଭ୍ୟାନ ଉପରକୁ ଏହି ଆକ୍ରମଣ ହୋଇଛି। ପ୍ରଥମ ଘଟଣାଟି ସୁରତର ଦିନ୍ଦୋଲି ଏବଂ ଅନ୍ୟଟି ନୌଗାମ ଅଞ୍ଚଳର ବୋଲି ଜଣାପଡ଼ିଛି।  ସକାଳୁ ସକାଳୁ ବହୁ ସଂଖ୍ୟାରେ […]

sadhu
ମନ୍ଦିର ଭିତରେ ଦୁଇ ସାଧୁଙ୍କୁ ହତ୍ୟା

ବୁଲନ୍ଦଶହର:  ଉତ୍ତର ପ୍ରଦେଶର ବୁଲନ୍ଦଶହର ଜିଲ୍ଲାରେ ସୋମବାର ମଧ୍ୟ ରାତ୍ରିରେ ଦୁଇ ଜଣ ସାଧୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସ୍ଥାନୀୟ ଏକ ମନ୍ଦିରରୁ ଦୁଇ ସାଧୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୫୫ ଓ ୩୫ ବର୍ଷୀୟ ଏହି ୨ ସାଧୁଙ୍କୁ ରାଜୁ ନାମକ ଜଣେ ବ୍ୟକ୍ତି କରିଥିବା ପୋଲିସ କହିଛି। ପୋଲିସ ତାକୁ ଗିରଫ କରିଛି। ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରାଜୁ ଗତ ରାତିରେ ଭାଙ୍ଗ ପାଇଁ ମନ୍ଦିର ଭିତରକୁ ଯାଇ ୨ […]

1600
୧୬୦୦କି.ମି ଚାଲିଚାଲି ଆସିଲେ, ଘରେ ପହଞ୍ଚିବା ପୂର୍ବରୁ ଆଖି ବୁଜିଲେ

ଲକ୍ଷ୍ନୌ: ଲକ୍‌ଡାଉନ୍‌ ସମୟରେ ଜଣେ ଯୁବକ ମୁମ୍ୱାଇରୁ ୧୬୦୦ କିଲୋମିଟର ଦୂରରୁ ଚାଲି ଚାଲି ୟୁପିର ଶ୍ରାବସ୍ତି ଜିଲ୍ଲାରେ ପହଞ୍ଚିଥିଲେ। ସେଠାରୁ ସେ ତାଙ୍କ ଗାଁକୁ ମଧ୍ୟ ଯାଇଥିଲେ, କିନ୍ତୁ ପ୍ରଶାସନ କରୋନା ଭୟରେ ତାଙ୍କୁ ଗ୍ରାମର ଏକ ସ୍କୁଲ ଘରେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖିଥିଲା। କିନ୍ତୁ କ୍ୱାରେଣ୍ଟାଇନରେ ରହିବାର ୬ଘଣ୍ଟାପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଯୁବକ ହେଉଛନ୍ତି ଶ୍ରାବସ୍ତର ଜିଲ୍ଲାର ମାହ୍ଲିପୁର ଅଞ୍ଚଳର ମଠଖାନୱା ଗାଁର। ଖବର ଅନୁଯାୟୀ, ସୋମବାର ଦିନ […]

police death
କରୋନା ନେଲା ପୁଣି ଜଣେ ପୋଲିସ କର୍ମଚାରୀଙ୍କ ମୁଣ୍ଡ

ମୁମ୍ୱାଇ: ଦେଶରେ କରୋନା ଭାଇରସ ଯୋଗୁ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୮ହଜାରରୁ ଅଧିକ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୮୫୦ରୁ ଅଧିକ ହୋଇଛି। ଏହି ସମୟରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଗତ ତିନି ଦିନରେ ୩ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ମୁମ୍ୱାଇ ପୋଲିସ ଟ୍ୱିଟ୍‌ କରି ସୂଚନା ଦେଇଛି। ମୁମ୍ୱାଇ ପୋଲିସ ଅଫିସିଆଲ୍‌ ଟ୍ୱିଟ୍‌ରେ ଟ୍ୱିଟ୍‌କରି କହିଛନ୍ତି ଯେ, […]

suprimi court
ସୁପ୍ରିମକୋର୍ଟରେ ପଶିଲା କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ସଙ୍କଟ ଜାରି ରହିଥିବାବେଳେ ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। କରୋନାରେ ସଂକ୍ରମିତ ହୋଇଥିବା କର୍ମଚାରୀ ୧୬ ଏପ୍ରିଲରେ କୋର୍ଟକୁ ଆସିଥିଲେ। ସେଠାରେ କାର୍ଯ୍ୟରତ ଦୁଇ ରେଜିଷ୍ଟ୍ରାରଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ସହଯୋଗୀଙ୍କୁ ଚିହ୍ନଟ କରିବା ପାଇଁ ଖୋଜା ଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୨୮୩୮୦ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା […]

akhya kumar
ପୋଲିସ ଯୋଦ୍ଧାଙ୍କ ପାଇଁ ଖିଲାଡି ଦେଲେ ପୁଣି ୨କୋଟି

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ଦିନକୁ ଦିନ ନିଜର କାୟାକୁ ବିସ୍ତାର କରିବାରେ ଲାଗିଛି। ଏହି ମହାମାରୀକୁ ନେଇ ସମଗ୍ର ବିଶ୍ୱ ଚିନ୍ତା ପ୍ରକଟ କରୁଛି। ପ୍ରତ୍ୟେକଦିନ ନୂଆ କରୋନା ରୋଗୀ ଚିହ୍ନଟ ହେଉଥିବାର ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ସେଲିବ୍ରେଟିମାନେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କ୍ରମାଗତ ଭାବରେ ଆଗେଇ ଆସୁଛନ୍ତି। ପୁଣିଥରେ ବଲିଉଡର ଖିଲାଡ଼ୀ ଅକ୍ଷୟ କୁମାର ଲୋକଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ପୂର୍ବରୁ କୋଭିଡ଼-୧୯ ସହିତ ଲଢ଼େଇ ପାଇଁ ପିଏମ୍‌ କେୟାର […]

docter
୨୨ ମେଡିକାଲର ୨୧୧ କର୍ମଚାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦିଲ୍ଲୀ ଡାକ୍ତରଖାନାଗୁଡ଼ିକର କର୍ମଚାରୀମାନେ କରୋନା ଭାଇରସରେ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳୁଛି। ପରିସ୍ଥିତି ଏଭଳି ହୋଇଛି ଯେ, ଏପର୍ଯ୍ୟନ୍ତ ୨୨ଟି ଡାକ୍ତରଖାନାରୁ ୨୧୧ ଜଣ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ଚିନ୍ତାର ବିଷୟ ହେଉଛି ଯେ ଏହି ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ । ଖବର ଅନୁଯାୟୀ,  ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରୁ ୯୫ ପ୍ରତିଶତ […]

milk3333
କ୍ଷୀର କେନ୍‌ ଖୋଲିବା ପରେ ପୋଲିସର ହୋସ୍‌ ଉଡ଼ିଗଲା

ହରିୟାଣା: ସମଗ୍ର ବିଶ୍ୱରେ କରୋନା ବିପର୍ଯ୍ୟୟ। ଏହି ଭାଇରସଠୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଭାରତ ଭଳି ସମସ୍ତ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲୋକମାନେ ନିଜର ଘରେ ବନ୍ଦୀ ଜୀବନ ବିତାଉଛନ୍ତି। ଏନେଇ ଭାରତରେ ମଦ ଦୋକାନଗୁଡିକ ମଧ୍ୟ ବନ୍ଦ ରହିଛି, କିନ୍ତୁ ମଦକୁ ନେଇ ଅଜବ ଘଟଣାସବୁ କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ମଦ କାରବାରର ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ହରିୟାଣାର ହିସାରରେ ଥିବା ମଦ […]

ips
ଡାକ୍ତରଖାନାରୁ ଖସି ପଳଉଥିବା ଅଭିଯୁକ୍ତକୁ ଧରି କରୋନା ଆକ୍ରାନ୍ତ ହେଲେ ଆଇପିଏସ୍‌

ଭୋପାଳ: ମଧ୍ୟପ୍ରଦେଶର ନରସିଂହପୁରରେ ୨୦୧୭ ବ୍ୟାଚ୍‌ର ଜଣେ ଯୁବ ଆଇପିଏସ୍ ଅଧିକାରୀ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ଅଧିକାରୀ ଏପ୍ରିଲ ୨୦ ରେ ନରସିଂହପୁର ଜିଲ୍ଲା ନିକଟସ୍ଥ ଜବଲପୁର ଯାଇ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଯାବେଦ ଖାନ୍‌କୁ ଗିରଫ କରିବା ପାଇଁ ଯାଇଥିଲେ। ଜାଭେଦ୍ ପୋଲିସ କର୍ମଚାରୀଙ୍କୁ ଚଖ୍‌ମା ଦେଖାଇ ଡାକ୍ତରଖାନାରୁ ପଳାଇ ଯାଇଥିଲେ। मध्यप्रदेश में युवा आईपीएस #कोरोना संक्रमित पाये गये, ये उस टीम में शामिल […]

samsung
ସାମସଙ୍ଗ ଗ୍ୟାଲେକ୍ସି  S20 ସିରିଜ୍‌ର ଫୋନ୍‌ ପ୍ରି ବୁକିଂ କଲେ ମିଳିବ ୫ ହଜାର ଟଙ୍କା ରିହାତି

ନୂଆଦିଲ୍ଲୀ: ଏବେ ୧୫ ଜୁନଠାରୁ ସାମସଙ୍ଗ ଗ୍ୟାଲେକ୍ସି  S20 ସ୍ମାର୍ଟଫୋନ୍‌ର ପ୍ରି ବୁକିଂ ଅଫର ଫାଇଦା ଉଠାଇପାରିବେ ଗ୍ରାହକ। ଅନେକ ଗ୍ରାହକ ଲକ୍‌ଡାଉନ୍ ପୂର୍ବରୁ ଗ୍ୟାଲେକ୍ସି  S20ର ପ୍ରି ବୁକିଂ କରିଥିଲେ। ଏପ୍ରିଲ୍ ୩ରେ ଏହା ଗ୍ରାହକଙ୍କୁ  ଡେଲିଭରି ମିଳିବାର ଥିଲା। କିନ୍ତୁ ଏହା ଏବେ ମେ ୨୦ ତାରିଖରେ ମିଳିବ। କମ୍ପାନୀ ଗ୍ରାହକଙ୍କ ପାଇଁ ଡେଡ୍ ଲାଇନ୍‌ ବଢ଼ାଇଛି। ପ୍ରି ବୁକିଂ ପାଇଁ କମ୍ପାନୀ କିଛି ଅଫର୍ ଘୋଷଣା କରିଛି। ତେବେ ମେ ୨୦ ତାରିଖର […]