• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

lopd
କରୋନା ସଂକ୍ରମଣ କମିଥିବା ରାଜ୍ୟରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ଯେଉଁ ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମ୍ ରହିଛି କିମ୍ବା ପରିସ୍ଥିତି ସ୍ୱାଭାବିକକୁ ଫେରିଛି ସେହି ରାଜ୍ୟରେ, ଜୁଲାଇ ମାସରେ ପରୀକ୍ଷା ହେବ। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍-ୟୁଜିସି ଏଭଳି ନିଷ୍ପତ୍ତି ନେଇଥିବା ଖବର ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଇଣ୍ଟରମିଡିଏଟ୍ ସେମିଷ୍ଟାର୍ ଛାତ୍ରଛାତ୍ରୀଙ୍କ ପୂର୍ବ ସେମିଷ୍ଟାର ପ୍ରଦର୍ଶନକୁ ନେଇ ଫଳାଫଳ ପ୍ରକାଶ କରାଯିବ। ଲକ୍‌ଡାଉନ୍ ପରେ ବହୁ ବିଶ୍ୱବିଦ୍ୟାଳୟର ପରୀକ୍ଷା ଓ ପାଠପଢ଼ା ବାକି ରହି ଯାଇଛି। ତେଣୁ ଏବର୍ଷ ଶିକ୍ଷାବର୍ଷ ବିଳମ୍ବରେ […]

s
କରୋନା ଅପ୍‌ଡେଟ୍‌: ଦେଶ ବିଦେଶରେ କରୋନା ସ୍ଥିତି କେମିତି ?

ନୂଆଦିଲ୍ଲୀ: ଦେଶରେ ୧ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା। ୨୪ ଘଣ୍ଟାରେ ଯାଇଛି ୭୩ ଜୀବନ। ଏହାକୁ ମିଶାଇ  ୧ ହଜାର ୮କୁ ଛୁଇଁଛି ମୃତକଙ୍କ ସଂଖ୍ୟା। ୧୮୯୭ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏମାନଙ୍କ ସଂଖ୍ୟା ୩୧ ହଜାର ୭୮୭କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଏବେ ଦେଶରେ ୨୨ ହଜାର ୯୮୨ ଆକ୍ଟିଭ କେସ୍ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଲେଣି ପ୍ରାୟ ୭ […]

opo
ଦୁର୍ବଳିଆ କାନ୍ଧରେ ଦଇବ ଲଦି ଦେଇଛି, ପର୍ବତ ପ୍ରମାଣ ବୋଝ

କୋରାପୁଟ: ଦୁର୍ବଳିଆ କାନ୍ଧରେ ଦଇବ ଲଦି ଦେଇଛି, ପର୍ବତ ପ୍ରମାଣ ବୋଝ। ପାଖରେ ସ୍ୱାମୀ ଆଉ ତିନି ତିନିଟା ଭେଣ୍ଡିଆ ପୁଅ ଅଛନ୍ତି। ହେଲେ ବିଧାତା ଏମିତି ଦାଉ ସାଧିଛି ଯେ ସମସ୍ତେ ଥାଇ ବି ନଥିଲା ଭଳି। ୯୦ ବର୍ଷ ବୟସରେ ପୂରାପୂରି ଅସହାୟ ଜୟପୁର ବ୍ରାହ୍ମଣୀ ଗାଁର ଡି. ଶୁଭଲକ୍ଷ୍ମୀ। ଶୁଭଲକ୍ଷ୍ମୀଙ୍କ ସ୍ୱାମୀ ଓ ମଝିଆ ପୁଅ ପକ୍ଷାଘାତରେ ପୀଡ଼ିତ। ବଡ଼ପୁଅକୁ ମାଉଥ୍ କ୍ୟାନ୍ସର। ଆଉ ଏ ଦୁଃଖିନୀର ଏକ ମାତ୍ର ବଳ ସାନପୁଅ। […]

gold ornaments
ଦୀପାବଳି ପୂର୍ବରୁ ମହଙ୍ଗା ହୋଇପାରେ ସୁନା

ବର୍ତ୍ତମାନ ସୁନା ଦର ଏହାର ଅଲ୍‌ ଟାଇମ୍‌ ରେକର୍ଡ ସ୍ତରରୁ ପାଖାପାଖି ୯୦୦୦ ଟଙ୍କା ଶସ୍ତା ହୋଇସାରିଲାଣି। ଗତ କିଛିଦିନ ହେବ ସୁନା-ରୁପା ଦର ଲଗାତାର ହ୍ରାସ ପାଇଛି। 

coronavirus
ଦେଶରେ ନିୟନ୍ତ୍ରଣରେ ରହିଛି କରୋନା ସ୍ଥିତି: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣରେ ରହିଛି କରୋନା ଭାଇରସ। ଗତ ୩ ଦିନ ମଧ୍ୟରେ ଦ୍ୱିଗୁଣ ହାର ୧୧ ଦଶମିକ ୩ ଦିନରେ ରହିଛି। ଅର୍ଥାତ ୧୧ ଦଶମିକ ୩ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗଣ ହେଉଛି। ଏହାସହ ସାରା ବିଶ୍ୱରେ ୭ ପ୍ରତିଶତ ମୃତ୍ୟୁ ହାର ଥିବା ବେଳେ ଭାରତରେ ଏହା ୩ ପ୍ରତିଶତ ବୋଲି ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଦନ। ଦେଶରେ କରୋନା ଯୋଗୁ ପ୍ରାଣ ହରାଉଥିବା ଲୋକଙ୍କ […]

trump
ପିଏମ୍‌ ମୋଦି ଓ ରାଷ୍ଟ୍ରପତି କୋବିନ୍ଧଙ୍କୁ ଟ୍ୱିଟରରେ ଅନଫଲୋ କଲା ହ୍ୱାଇଟ ହାଉସ

ନୂଆଦିଲ୍ଲୀ: କିଛି ଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଫଲୋ କରିଥିଲା ଆମେରିକା କ୍ଷମତା କେନ୍ଦ୍ର ହ୍ୱାଇଟ୍‌ ହାଉସ୍। କିନ୍ତୁ ଏବେ ମୋଦିଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଅନ୍‌ଫଲୋ କରିଦେଇଛି ହ୍ୱାଇଟ ହାଉସ। ମୋଦିଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପିଏମଓ ବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ହ୍ୱାଇଟ ହାଉସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରୁ ଅନଫଲୋ କରିଦିଆଯାଇଛି। ଖାଲି ସେତିକି ନୁହେଁ, ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ଅନଫୋଲ କରିଦେଇଛି। ୩ […]

modi
ଇର୍‌ଫାନ୍‌ଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ଇର୍‌ଫାନ୍‌ ଖାନ ଆଉ ନାହାନ୍ତି । ତାଙ୍କର ମୃତ୍ୟୁକୁ ନେଇ ବଲିଉଡ ସମେତ କ୍ରିକେଟ୍ ଏବଂ ରାଜନୈତିକ ଜଗତରେ ଶୋକର ଛାୟା ଖେଳି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କ ସହ ମୋର ସମବେଦନା ରହିଛି ବୋଲି କହିଛନ୍ତି। Irrfan Khan’s demise is a loss to the world of cinema and […]

kanika
କନିକା ଦେଇ ପାରିବେନି ପ୍ଲାଜ୍‌ମା

ମୁମ୍ୱାଇ: ବଲିଉଡର ଗାୟିକା କନିକା କପୁର କରୋନା ଭାଇରସ ସହ ଯୁଦ୍ଧରେ ଲଢ଼ି ଜିତିଛନ୍ତି। ସୁସ୍ଥ ହେବା ପରେ ସେ କରୋନା ରୋଗୀଙ୍କ ପାଇଁ ତାଙ୍କ ପ୍ଲାଜମା ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଖବର ଅନୁଯାୟୀ, କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିର କୁଳପତି ପ୍ରଫେସର ଏମଏଲବି ଭଟ୍ଟ ମଙ୍ଗଳବାର କହିଛନ୍ତି ଯେ, କନିକାଙ୍କ ରକ୍ତ ପରୀକ୍ଷା କରାଯାଇଥିଲା।  ତାଙ୍କ ରକ୍ତରେ ଥିବା ସମସ୍ତ ପାରାମିର୍ଟସଗୁଡିକ ପ୍ଲାଜମା ଦାନ ପାଇଁ ପ୍ରାୟ ଠିକ୍ ଥିଲା । କିନ୍ତୁ ହେମୋଗ୍ଲୋବିନ୍ […]

monkey
ମଣିଷ ମାନୁନି, ମାଙ୍କଡ଼ ମାନୁଛି ସାମାଜିକ ଦୂରତା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶରେ ଲକଡାଉନ୍ ଜାରି କରାଯାଇଛି। ଏହି ସମୟ ମଧ୍ୟରେ କରୋନା ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଲୋକଙ୍କୁ ବାରମ୍ବାର ଲକ୍‌ଡାଉନ୍‌ ଏବଂ ସାମାଜିକ ଦୂରତାକୁ ଅନୁସରଣ କରିବାକୁ ଅନୁରୋଧ କରାଯାଉଛି। ଏଭଳି କରିବା ସତ୍ତ୍ୱେ ଲୋକେ ଲକ୍‌ଡାଉନ୍‌ ନିୟମକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। A perfect #SocialDistancing seen near Bhalukpong in Arunachal Pradesh along Assam-Arunachal boundary. If we observe carefully, animals […]

crpf
ପ୍ରଥମ ସିଆରପିଏଫ୍‌ ଅଧିକାରୀଙ୍କ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଜଣେ ୫୫ ବର୍ଷିୟ ସିଆରପିଏଫ୍‌(CRPF) ଅଧିକାରୀଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି।  CRPF ରେ କୋଭିଡ -୧୯ ମହାମାରୀ ଯୋଗୁ ମୃତ୍ୟୁ ଘଟିଥିବା ଏହା ହେଉଛି ପ୍ରଥମ। ମୃତ ଯବାନ ଜଣଙ୍କ ସିଆରପିଏଫ୍‌ରେ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ମହମ୍ମଦ ଇକ୍ରାମ ହୁସେନ୍‌। କିଛି ଦିନ ପୂର୍ବରୁ ସେ କରୋନା ଭାଇରସରେ ସଂକ୍ରମିତ ହୋଇ ସଫଦରଜଙ୍ଗ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସିଆରପିଏଫ୍‌ ଅଧିକାରୀଙ୍କ ମୃତ୍ୟୁକୁ ନେଇ ଗୃହମନ୍ତ୍ରୀ ଅମିତ […]

ufo
ପୁଣି ଥରେ ମହାକାଶରେ UFOକୁ ନେଇ ଚର୍ଚ୍ଚା

ୱାସିଂଟନ: ପୁଣି ଥରେ ମହାକାଶରେ UFOକୁ ନେଇ ଚର୍ଚ୍ଚା। ଆମେରିକାର ପ୍ରତିରକ୍ଷା ବିଭାଗ କାର୍ଯ୍ୟାଳୟ ପେଣ୍ଟାଗନ ପକ୍ଷରୁ ତିନି ତିନୋଟି ଭିଡିଓ ଜାରି ପରେ ପୁଣି ବିଶ୍ୱ ବ୍ରହ୍ମାଣ୍ଡର ଏହି ରହସ୍ୟ ଭେଦିବାକୁ ଉଦ୍ୟମ ଆରମ୍ଭ। ଭିଡିଓରେ ଏକ UFO ବା ଉଡ଼ନ୍ତା ବସ୍ତୁକୁ ଦର୍ଶାଯାଇଛି। ଏହି ଭିଡିଓ ମଧ୍ୟରୁ ଗୋଟିଏ ୨୦୦୪ ଓ ଅନ୍ୟ  ଦୁଇଟି ୨୦୧୫ରେ ସୁଟ୍‌ କରାଯାଇଥିଲା। ୨୦୦୭  ଏବଂ  ୨୦୧୭ରେ ଅନଧିକୃତ ଭାବେ ଏହାର ରିଲିଜ କରାଯାଇଥିଲା। ସେତେବେଳେ ଆମେରିକାର ନୌସେନା […]

ckoo
କରୋନା ମୁକାବିଲା ପାଇଁ ଭାରତର ସହଯୋଗ ଲୋଡ଼ିଲା ୟୁଏଇ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଭରତ ଏବେ ସାଜିଛି ସାରା ବିଶ୍ୱର ବିପଦର ବନ୍ଧୁ। ଆମେରିକା ଠାରୁ ଆରମ୍ଭ କରି ଫ୍ରାନ୍ସ, ଜପାନ, ଜର୍ମାନୀ ଭଳି  ଅନେକ ଶକ୍ତିଶାଳୀ ରାଷ୍ଟ୍ର ଭାରତର ସହଯୋଗ ଲୋଡ଼ୁଛନ୍ତି। ମାନବିକତା ଦୃଷ୍ଟିରୁ ଭାରତ ମଧ୍ୟ ସମସ୍ତଙ୍କୁ ସହଯୋଗ କରିଛି। ଏବେ ଭାରତର ସହଯୋଗ ଲୋଡ଼ିଛି ୟୁଏଇ(ୟୁନାଇଟେଡ୍‌ ଆରବ ଏମିରେଟ୍‌ )।  ଭାରତରେ ରହୁଥିବା ଡାକ୍ତର ଓ ନର୍ସଙ୍କୁ ଲୋକଙ୍କ ସେବା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ପଠାନ୍ତୁ ବୋଲି […]

aqkshya
୨ ଲକ୍ଷ ୧୨ ହଜାରରୁ ଅଧିକ ଜୀବନ ନେଲାଣି କରୋନା

ନୂଆଦିଲ୍ଲୀ: ବିଶ୍ୱରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା। ଅଦ୍ୟାବଧି ୨ ଲକ୍ଷ ୧୨ ହଜାରରୁ ଅଧିକ ଜୀବନ ଯାଇଥିବାବେଳେ ସଂକ୍ରମଣ ସଂଖ୍ୟା ୩୦ ଲକ୍ଷ ୮୪ ହଜାର ପାର କରିଛି। କେବଳ ଆମେରିକାରେ ୫୬ ହଜାର ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ତାସହ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି। ଆମେରିକା ପରେ ସ୍ପେନ୍‌ରେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୩୨ ହଜାର ପାର ସହ ମୃତ୍ୟୁ […]

irfana
ମଳଦ୍ୱାରରେ ସଂକ୍ରମଣ ଯୋଗୁ ଆଇସିୟୁରେ ଇର୍‌ଫାନ୍‌

ମୁମ୍ବାଇ: ଡାକ୍ତରଖାନାରେ ବଲିଉଡ୍‌ ଓ ହଲିଉଡ୍‌ ଅଭିନେତା ଇର୍‌ଫାନା ଖାନ। ମୁମ୍ବାଇର କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲ୍‌ରେ ସେ ଆଡ୍‌ମିଶନ ହୋଇଛନ୍ତି। ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ବୃହତନ୍ତ୍ରରେ ବା ମଳଦ୍ୱାରରେ ସଂକ୍ରମଣ (କୋଲୋନାଲ୍‌ ଇନ୍‌ଫେକ୍ସନ୍‌) ଯୋଗୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଇର୍‌ଫାନଙ୍କ ମୁଖପାତ୍ର କହିଛନ୍ତି। ତାଙ୍କ ସହିତ ତାଙ୍କ ପୂରା ପରିବାର ଡାକ୍ତରଖାନାରେ ଥିବା ସୂଚନା ମିଳିଛି। ଇର୍‌ଫାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇ ତାଙ୍କ ମୁଖପାତ୍ର କହିଛନ୍ତି, ଏହି ଖବର ସତ […]