• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

coron
ଗୋଟିଏ କୋଠାରୁ ବାହାରିଲେ ୪୧ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନିଜାମୁଦ୍ଦିନ ଲିଙ୍କ୍ ପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି। କାପସହେଡାର ଠେକେ ବାଲି ଗଳିରେ ଥିବା ଏକ ବିଲ୍ଡିଂରେ ୪୧ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏତେ ସଂଖ୍ୟକ ରୋଗୀ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବାରୁ  ଭୟର ବାତାବରଣ ସୃଷ୍ଟି ହୋଇଛି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଡିଏମ୍‌ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୧୯ରେ  ସେହି ବିଲ୍ଡିଂରୁ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ସେହି ବିଲ୍ଡିଂକୁ ସିଲ୍‌ କରାଯାଇଥିଲା। ଖବର […]

blood
କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ‌ର ଦାମ ୧୦ ଲକ୍ଷ!

ନୂଆଦିଲ୍ଲୀ: କରୋନା ଭାଇରସରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ବେଆଇନ ଭାବେ ଇଣ୍ଟରନେଟରେ ବିକ୍ରି କରାଯାଉଥିବା ନେଇ ଅଭିଯୋଗ କରାଯାଇଛି। କରୋନାର ଚିକିତ୍ସା ଓ ଭ୍ୟାକ୍ସିନ୍‌ ତିଆରି କରିବାକୁ ନେଇ, ରୋଗୀଙ୍କ ରକ୍ତଙ୍କୁ ଲୁଚାଇ ବିକ୍ରି କରାଯାଉଛି। ଅଷ୍ଟ୍ରେଲିଆ ନ୍ୟାସନାଲ ୟୁନିଭରସିଟି (ANU) ରିପୋର୍ଟରେ, ଏହି ତଥ୍ୟକୁ ଖୁଲାସା କରିଛି। ଚୋରାରେ ବିକ୍ରି କରୁଥିବା ଲୋକମାନେ ବିଭିନ୍ନ ଦେଶରେ ରହି ଏହାକୁ ସଂଗ୍ରହ କରି ବିଦେଶକୁ ଡେଲିଭରି କରୁଛନ୍ତି। କରୋନା ରୋଗୀଙ୍କ ରକ୍ତ ଲକ୍ଷ ଲକ୍ଷ ଟଙ୍କାରେ […]

boy
୧୩୦୦ କିମି ସାଇକେଲରେ ଆସିଲେ, ଘରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌ କାରଣରୁ ସବୁକିଛି ଠପ୍‌ ହୋଇଯାଇଛି। ଏନେଇ ଅନ୍ୟ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ଯେକୌଣସି ପରିସ୍ଥିତିରେ ନିଜ ଘରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। କେତେଜଣ ଚାଲି ଚାଲି ଆସୁଥିବାବେଳେ ଅନ୍ୟ କେତେଜଣ ସାଇକେଲରେ ଫେରୁଛନ୍ତି। ତେବେ ଏପରି ପ୍ରତିକୂଳ ପରିସ୍ଥିତିରେ ଘରକୁ ଫେରିବାର ଇଛା ଅନେକ ଲୋକଙ୍କ ମୃତ୍ୟୁର କାରଣ ସାଜିଛି। ଜଣେ ଯୁବକ ସାଙ୍ଗମାନଙ୍କ ସହ ମିଶି ସାଇକେଲରେ ଦିଲ୍ଲୀଠାରୁ ପ୍ରାୟ […]

corona
ଆମେରିକା ଓ ୟୁରୋପେରେ ଥମୁନି କରୋନା ମୃତ୍ୟୁର ତାଣ୍ଡବ

ନୂଆଦିଲ୍ଲୀ: ଆମେରିକା ଓ ୟୁରୋପେରେ ଥମୁନି କରୋନା ମୃତ୍ୟୁର ତାଣ୍ଡବ। ଗତ ୨୪ ଘଣ୍ଟାରେ ଆମେରିକାରେ ୨୨ଶହରୁ ଅଧିକ ଲୋକଙ୍କ ଜୀବନ ନେଇଛି କୋଭିଡ୍-୧୯ ଭୂତାଣୁ। ଏଥିସହିତ ଦେଶରେ ମୃତ୍ୟୁସଂଖ୍ୟା ୬୩ହଜାର ୮୫୬ରେ ପହଞ୍ଚିଛି। ୟୁରୋପର ସବୁଠୁ ଅଧିକ ପ୍ରଭାବିତ ଦେଶ ଇଟାଲୀରେ ମୃତ୍ୟୁସଂଖ୍ୟା ୨୮ ହଜାର ଟପି ଥିବା ବେଳେ ବ୍ରିଟେନ, ସ୍ପେନ, ଓ ଫ୍ରାନସରେ ସ୍ଥିତି ପୂର୍ବପରି ଅତି ସଂଗୀନ ରହିଛି। ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା ୨୭ ହଜାର ପାଖାପାଖି ହୋଇଥିବା ବେଳେ ସ୍ପେନ୍ ଓ […]

corona-virus
ବୃଦ୍ଧି ପାଇଲା ଦେଶର କରୋନା ଆରୋଗ୍ୟ ହାର: ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଟାବଲେଟ୍ ଉତ୍ପାଦନ ବଢ଼ିଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୯୯୩ କରୋନ ପଜିଟିଭ୍ ସାମ୍ନାକୁ ଆସିଛି। ଏଥିସହିତ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ୪୩ରେ ପହଞ୍ଚିଛି। ସେହିପରି ୧୧ ଶହ ୫୨ଣ ଜଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୫୬୪ ଜଣ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୮ହଜାର ୮୮୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୨୫.୩୭%କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ସୂଚନା ଦେଇଛନ୍ତି। ସେହିପରି […]

858247-kulmeet-makkar
ଭାରତୀୟ ସିନେଜଗତକୁ ତୃତୀୟ ଝଟ୍‌କା; ଚାଲିଗଲେ କୁଲ୍‌ମୀତ ମକ୍କଡ଼

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ ଭାରତୀୟ ସିନେଜଗତ ପାଇଁ ଖରାପ୍‌ ସମୟ ଚାଲିଛି। ଫିଲ୍ମ ଇଣ୍ଡଷ୍ଟ୍ରୀ ଗୋଟିଏ ପରେ ଗୋଟିଏ ହସ୍ତିଙ୍କ ପରଲୋକ ହେଉଛି। ୨୯ ତାରିଖରେ ଇର୍‌ଫାନ ୩୦ରେ ଋଷି କାପୁର ଓ ଆଜି ୧ ତାରିଖରେ ଆଉ ଜଣେ ଫିଲ୍ମ ପର୍ସନାଲିଟିଙ୍କର ପରଲୋକ ହୋଇଛି। ଦୀର୍ଘ ୩ ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରୀରେ ଥିବା ‘ଦି ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ପ୍ରଡ୍ୟୁସର୍‌ ଗିଲ୍ଡ ଅଫ୍‌ ଇଣ୍ଡିଆ’ର ସିଇଓ କୁଲମୀତ ମକ୍କଡଙ୍କର ଆଜି ପରଲୋକ ହୋଇଛି। […]

maharasa
ଉଦ୍ଧବଙ୍କୁ ଆଶ୍ୱସ୍ତି; ମେ ୨୧ରେ ହେବ ନିର୍ବାଚନ

ମୁମ୍ବାଇ: ମହାରାଷ୍ଟ୍ରରେ ଖାଲିଥିବା ବିଧାନ ପରିଷଦର ୯ଟି ସିଟ୍‌ରେ ନିର୍ବାଚନ କରିବା ନେଇ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଇଛି ଇଲେକ୍ସନ କମିସନ। ମେ ୨୧ ତାରିଖରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛି ଇସି। ମୁଖ୍ୟମନ୍ତ୍ରୀଙ୍କ ପଦ ବଞ୍ଚେଇବାକୁ ହେଲେ ଉଦ୍ଧବଙ୍କୁ ଏହି ଇଲେକ୍ସନ ପ୍ରାର୍ଥୀ ହୋଇ ଜିତିବାକୁ ପଡ଼ିବ। ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ହେବା ନେଇ ଆଜି ଇସି ବୈଠକ ଡାକିଥିଲେ। ଏହି ବୈଠକରେ ମେ ୨୧ ତାରିଖରେ ୯ଟି ବିଧାନ ପରିଷଦ ସିଟ୍ ପାଇଁ ନିର୍ବାଚନ […]

irfna
ଯେଉଁ ସାଙ୍ଗ ଇର୍‌ଫାନଙ୍କୁ ବଲିଉଡ୍‌ରେ ପରିଚିତ କରାଇଲେ, ତାଙ୍କରି କାନ୍ଧରେ ଉଠିଲା କୋକେଇ

ମୁମ୍ବାଇ: ୨୯ ଏପ୍ରିଲ୍‌ ଇର୍‌ଫାନ ଖାନ ଫ୍ୟାନ୍‌ଙ୍କ ପାଇଁ ଏକ କଳା ଅଧ୍ୟାୟ ହୋଇ ରହିଯିବ। ଏହି ଦିନ ଅଚାନକ ସମସ୍ତଙ୍କୁ ଅଲ୍‌ବିଦା କହି ଆରପାରିକୁ ଚାଲିଗଲେ ଭର୍ସାଟାଇଲ୍‌ ଆକ୍ଟର। ସକାଳୁ ସକାଳୁ ତାଙ୍କ ଦେହାନ୍ତର ଖବର ପାଇ ସ୍ତବ୍ଧ ହୋଇଗଲା ସାରା ଭାରତ। ଇର୍‌ଫାନ ଯେ ଏତେଶୀଘ୍ର ସମସ୍ତଙ୍କୁ ଛାଡ଼ି ଚାଲିଯିବେ ଏ କଥା କେହି ସହଜରେ ବିଶ୍ୱାସ କରିପାରିଲେ ନାହିଁ। ଅମିତାଭ୍‌ଙ୍କଠାରୁ ଆରମ୍ଭ କରି ସଲ୍‌ମାନ ଶାହାରୁଖ୍, ଶୋକରେ ବୁଡ଼ିଲା ବଲିଉଡ୍‌ ଜଗତ। ଦୁଇ […]

presedent555
ଶ୍ରମିକମାନଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌ରେ ସମସ୍ତେ ଘରେ ରହି ବନ୍ଦୀ ଜୀବନ ବିତାଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘରୁ ବାହାରକୁ ବାହାରୁଛନ୍ତି। ସବୁକିଛି ଠପ୍‌ ହୋଇଯାଇଛି। ଜନଜୀବନ ଅସ୍ତବ୍ୟସ୍ତ । ଲକ୍ଷ ଲକ୍ଷ ଶ୍ରମିକ ଘରେ ଅଟକି ରହିଛନ୍ତି। ଏହି ସମୟରେ ଶ୍ରମିକମାନଙ୍କ କଠିନ ପରିଶ୍ରମ ଓ ବଳିଦାନକୁ ଅଭିବାଦନ ଜଣାଇ ଦେଶ ଶ୍ରମିକ ଦିବସ ପାଳନ କରୁଛି। श्रम दिवस के अवसर पर, अथक परिश्रम करने […]

marathe
ହୋମ୍‌ କ୍ୱାରେଣ୍ଟିନ୍‌କୁ ଗଲେ ୭୬ ଜଣ ନେତା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠ ଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ବର୍ତ୍ତମାନର କାଉନ୍‌ସିଲର, ପୂର୍ବତନ କାଉନ୍‌ସିଲରଙ୍କ ସମେତ ୭୬ ଜଣ ନେତାଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖବର ଅନୁଯାୟୀ, ଜଣେ ବିଜେପି ନେତାଙ୍କର ପିତା ଓ ଭାଇ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ନେତାମାନଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରଖାଯିବା ପାଇଁ ନୋଟିସ୍‌ […]

plagma therapy
ପ୍ଲାଜ୍‌ମା ଥେରାପିରେ ଚିକିତ୍ସିତ ହେଉଥିବା ପ୍ରଥମ ରୋଗୀଙ୍କ ମୃତ୍ୟୁ

ମୁମ୍ୱାଇ: ମହାରାଷ୍ଟ୍ରରେ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ମୃତକଙ୍କ ବୟସ ୫୩ ବର୍ଷ । ସଂକ୍ରମିତ ବ୍ୟକ୍ତି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ଲାଜମାଥେରାପି ଦ୍ୱାରା ଚିକିତ୍ସା କରାଯାଇଥିଲା। ଏହା ପ୍ଲାଜ୍‌ମା ଥେରାପି ଦ୍ୱାରା ଚିକିତ୍ସିତ ହେଉଥିବା ପ୍ରଥମ ରୋଗୀଙ୍କ ମୃତ୍ୟୁ। ଡାକ୍ତରଖାନାରୁ ମିଳିଥିବା ସୂଚନା ଅନୁଯାୟୀ ରୋଗୀଙ୍କୁ ବିଳମ୍ବରେ ଚିକିତ୍ସା ପାଇଁ ଡାକ୍ତରଖାନା ଅଣାଯାଇଥିଲା। କରୋନା ଭାଇରସ ଯୋଗୁ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ […]

england
କରୋନାରେ ପତ୍ନୀଙ୍କ ମୃତ୍ୟୁକୁ ସହି ପାରିଲେନି, ଜୀବନ ହାରିଲେ ସ୍ୱାମୀ

ଇଂଲଣ୍ଡ: ସେ ଦୁହିଁଙ୍କ ଭଲ ପାଇବା ଥିଲା  ଅନାବିଳ ପ୍ରେମର ଆଉ ଏକ ଉଦାହରଣ। ହାତ ଧରି ଚାଲିବେ ବୋଲି ଦୁହେଁ ଦୁହିଁଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।  ଆଉ ସେଇ ପ୍ରତିଶ୍ରୁତି ରକ୍ଷା କରି ହାତ ଧରାଧରି ହୋଇ ଚାଲିଗଲେ ଆରପାରିକୁ। ଏହା ଗପ ନୁହେଁ, ଏକ ଅଙ୍ଗେନିଭା ଘଟଣା ଯାହା ଘଟିଛି  ଇଂଲଣ୍ଡର ସାଉଥହମ୍ପଟନ ସହରରେ। ସାଉଥହମ୍ପଟନ ସହରରେ ଏକ ବୃଦ୍ଧ ଦମ୍ପତ୍ତି ଡାକ୍ତରଖାନାରେ ପଡ଼ିଥିଲେ। ପତ୍ନୀଙ୍କର କରୋନା ଭାଇରସରେ ମୃତ୍ୟୁ ଘଟିଲା। ପତ୍ନୀଙ୍କ ମୃତ୍ୟୁ […]

ramayana
ବିଶ୍ୱ ରେକର୍ଡ କଲା ରାମାୟଣ

ନୂଆଦିଲ୍ଲୀ:  ବିଶ୍ୱ ରେକର୍ଡ କଲା ଦୂରଦର୍ଶନରେ ରାମାୟଣର ପୁନଃ ପ୍ରସାରଣ। ଗୋଟିଏ ଦିନରେ ସର୍ବାଧିକ ଭିୟୁ ପାଇଥିବା ପ୍ରଥମ ପୌରାଣିକ ଟିଭି ଧାରିବାହିକ ହେଲା ରାମାୟଣ। ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମର ଗୋଟିଏ ଏପିସୋଡ୍‌ରେ ଦର୍ଶକ ସଂଖ୍ୟା ହିସାବରେ ଏହା ସାରା ବିଶ୍ୱର ସମସ୍ତ ରେକର୍ଡ ଭାଙ୍ଗି ଦେଇଥିବା ଦୂରଦର୍ଶନ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଗତ ୧୬ ତାରିଖରେ ପ୍ରସାରିତ ରାମାୟଣ ଏପିସୋଡ୍‌କୁ ୭ କୋଟି ୭୦ ଲକ୍ଷ ଲୋକ ଦେଖିଥିଲେ। ଏହା ସାରା ବିଶ୍ୱରେ ସର୍ବାଧିକ ବୋଲି […]