• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

tiktok
ଗୁଗଲ୍‌ ଓ ଆପଲ୍‌ ଆପ୍‌ ଷ୍ଟୋର୍‌ରୁ ହଟିଲା ଟିକ୍‌ଟକ୍‌

ନୂଆଦିଲ୍ଲୀ: ଆପ୍‌ ଷ୍ଟୋର୍‌ରୁ ହଟିଲା ଚାଇନିଜ୍‌ ଆପ୍‌ ଟିକ୍‌ଟକ୍‌। ଟିକ୍ ଟକ୍ ଆପ୍‌କୁ ଉଭୟ ଆପଲ୍ ଆପ୍ ଷ୍ଟୋର ଓ ଗୁଗଲ୍ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। ଗତକାଲି ଟିକ୍‌ଟକ୍ ସମେତ ୫୯ଟି ଚୀନ୍ ଆପ୍‌କୁ ଭାରତ ସରକାରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଥିଲା।  ଏହି ଆପ୍ ଦ୍ୱାରା ଦେଶର ସୁରକ୍ଷା ଓ ସର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହେଉଥିବା ଜଣାପଡ଼ିଥିଲା। ଆଣ୍ଡ୍ରଏଡ୍ ଓ ଆଇଓଏସ୍‌ରେ ବ୍ୟବହୃତ ଏହି ଆପ୍‌ଗଗୁଡ଼ିକ ଦ୍ୱାରା ଦେଶ ବାହାରକୁ ତଥ୍ୟ ଯାଉଥିବା […]

covavaxin
ଭାରତର ପ୍ରଥମ କୋଭିଡ୍-୧୯ ଭ୍ୟାକ୍ସିନ୍ ପରୀକ୍ଷା ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: ଦେଶର ପ୍ରଥମ କରୋନା ଟିକା କୋଭାକ୍ସିନକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ–ଡିସିଜିଆଇର ମଂଜୁରୀ ମିଳିଛି। ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭାକ୍ସିନର ଫେଜ୍–୧ ଓ ଫେଜ୍–୨ କ୍ଲିନିକାଲ୍ ଟାଏଲ ପାଇଁ ଡିସିଜିଆଇ ମଂଜୁରୀ ଦେଇଥିବା ଜଣାପଡ଼ିଛି।   ଜୁଲାଇ ମାସରେ ଦେଶବ୍ୟାପୀ ଏହାର କ୍ଲିନିକାଲ୍ ଟ୍ରାଏଲ କରାଯିବାକୁ ନିର୍ଦ୍ଧାରିତ ହୋଇଛି। ଆଇସିଏମ୍ଆର୍, ନେସନାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଭାଇରୋଲୋଜି–ଏନ୍ଆଇଭି ସହ ମିଳିତ ଉଦ୍ୟମରେ ଭାରତ ବାୟୋଟେକ୍ କୋଭାକ୍ସିନ ପ୍ରସ୍ତୁତ କରିଛି। ଏନ୍ଆଇଭିରେ ଏହାର ଗବେଷଣା […]

bishakhan=-patnam
କାରଖାନାରୁ ଗ୍ୟାସ୍ ଲିକ୍ ହୋଇ ଦୁଇ ମୃତ; ୪ ମେଡିକାଲରେ ଭର୍ତ୍ତି

ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶ ବିଶାଖାପଟନମ୍ ସହରର ଏକ କାରଖାନାରେ ଗ୍ୟାସ୍ ଲିକ୍ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ କିଛି ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ବିଶାଖାପଟନମ୍ ସହରରେ ଥିବା ସାଇନର ଲାଇଫ୍ ସାଇନସ ପ୍ରାଇଭେଟ ଲିମିଟେଡରେ ବେଞ୍ଜିମିଡାଜୋଲ୍ ଗ୍ୟାସ ଲିକ ହୋଇଥିଲା। ଗ୍ୟାସକୁ ନିୟନ୍ତ୍ରଣ କରିବାକୁ କମ୍ପାନୀ ପକ୍ଷରୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ଥିବା ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ହୋଇଥିବା ୪ଜଣଙ୍କୁ […]

image
ଆଜିର ଦିନରେ ଆକାଶରୁ ଖସିଥିଲା ପ୍ରାୟ ୪୦୦ ଫିଟ୍‌ର ଗ୍ରହାଣୁ

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ। ୪୬୦ କୋଟି ବର୍ଷ ପୂର୍ବେ ସୌରଜଗତର ସୃଷ୍ଟି ସହ ବିଭିନ୍ନ ଗ୍ରହ ତିଆରି ହୋଇଥିଲେ। ସେହି ସମୟରେ ବଳକା ରହିଯାଇଥିବା ପଥର ଖଣ୍ଡଗୁଡ଼ିକ ମଙ୍ଗଳ ଓ ବୃହସ୍ପତି ମଝିରେ ଏକ ବଳୟ ଆକାରରେ ସୂର୍ଯ୍ୟ ଚାରିପଟେ ଘେରି ରହିଛନ୍ତି। ଏହାକୁ ଆଷ୍ଟେରୋଏଡ୍ ବେଲ୍ଟ ବୋଲି କୁହାଯାଏ। ସେଠାରୁ ବହୁ ଛୋଟବଡ଼ ଗ୍ରହାଣୁ ବିଭିନ୍ନ ସମୟରେ ପୃଥିବୀ ଆଡ଼କୁ ଆସିବା ସହ ପୃଥିବୀରେ ଧକ୍କା ମଧ୍ୟ ହୋଇଛି। ଏକ ବିଶାଳ ଗ୍ରହାଣୁ […]

jail
ଜେଲ୍‌ରେ ଥିବା ୫୦ କଏଦୀଙ୍କୁ କରୋନା

ମୁମ୍ବାଇ: ମହାରାଷ୍ଟ୍ରର ଅକୋଲା ଡିଷ୍ଟ୍ରିକ୍ଟ ଜେଲ୍‌ରେ ସଜା କାଟୁଥିବା ୫୦ କଏଦୀ ସହିତ ଅନ୍ୟ ୨୮ ଜଣ  ମୋଟ ୭୮ ଜଣ ରବିବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେଠାକାର ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏହି ଜେଲ୍‌ରେ ବର୍ତ୍ତମାନ ପାଖାପାଖି ୩୦୦ କଏଦୀ ରହିଥିବା ଜେଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧, ୪୯୮ରେ ପହଞ୍ଚିଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ। […]

coronavirus
ବିବାହ ଉତ୍ସବରେ ଯୋଗ ଦେଇ ୧୫ କରୋନା ଆକ୍ରାନ୍ତ; ୧୨୭ କ୍ୱାରେଣ୍ଟିନ୍‌ରେ

ଜୟପୁର: ବିବାହ ଉତ୍ସବରେ ଯୋଗ ଦେଇ ୧୫ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଘଟଣା ହେଉଛି ରାଜସ୍ଥାନ ଭିଲୱାରା ଜିଲ୍ଲାରେ। ଜୁନ ୧୯ ତାରିଖରେ ବାହାଘରରେ ପ୍ରାୟ ୨୫୦ ଲୋକ ରୋଷଣୀରେ ଯାଉଥିଲେ। ଅନ୍ୟ ୧୪ ଜଣଙ୍କ ସହିତ ବର ପିତା ମଧ୍ୟ ରୋଷଣୀରେ ଯୋଗ ଦେଇଥିଲେ। ଏବେ ଏହି ୧୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଡାକ୍ତରଙ୍କ କହିବାନୁସାରେ, ଏହି ବିବାହ ଉତ୍ସବରେ ଅନେକ ବୟସ୍କ ବ୍ୟକ୍ତି ଥିଲେ। ବର ମାମୁଁ ମାଇଁ ମଧ୍ୟ କରୋନା ପଜିଟିଭ […]

sun 1
ଦଶ ବର୍ଷରେ କେତେ ବଦଳିଛି ସୂର୍ଯ୍ୟର ଚିତ୍ର ? ନାସା ଜାରି କଲା ଭିଡିଓ

ନୂଆଦିଲ୍ଲୀ: ପ୍ରାୟ ଘଣ୍ଟାଏର ଭିଡିଓରେ ଏକ ଦଶନ୍ଧିର ସୂର୍ଯ୍ୟ। ସୌରଚକ୍ରର ଟାଇମ୍-ଲାପ୍ସ ଭିଡିଓ ଜାରି କରିଛି ନାସାର ସୋଲାର୍ ଡାଇନାମିକ୍ସ ଅବଜର୍ଭେଟୋରି। ୬୧ ମିନିଟ ଅବଧିର ଏହି ଭିଡିଓରେ ୧୦ ବର୍ଷ ଭିତରେ ସୂର୍ଯ୍ୟଙ୍କ ବହିର୍ଭାଗରେ ହୋଇଥିବା ପରିବର୍ତ୍ତନକୁ ଦେଖିବାକୁ ମିଳୁଛି। ବୁଧବାର ଏହି ଭିଡିଓ ଜାରି କରିଥିଲା ନାସା। ସୂର୍ଯ୍ୟଙ୍କ ଉପରେ ୧୦ ବର୍ଷ ଧରି କ୍ରମାଗତ ନଜର ରଖିଥିଲା ଆମେରିକୀୟ ମହାକାଶ ସଂସ୍ଥା ନାସାର ଡାଇନାମିକ୍ ଅବଜର୍ଭେଟୋରି। ସେହି ୧୦ ବର୍ଷର ଟାଇମ୍-ଲାପ୍ସ ଭିଡିଓକୁ […]

bsf
୨୪ ଘଣ୍ଟାରେ ଆଉ ୩୩ BSF ଯବାନ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ବିଏସ୍‌ଏଫ୍ ଯବାନଙ୍କ ଯାଏ ପହଞ୍ଚିଲାଣି କରୋନା। ସୀମା ସୁରକ୍ଷା ବଳରେ ଆଉ ୩୩ ଯବାନଙ୍କୁ କରୋନା ହୋଇଥିବା ସୂଚନା ମିଳିଛି। ୨୪ ଘଣ୍ଟାରେ ଆଉ ୩୩ BSF ଯବାନ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସଂଖ୍ୟାକୁ ମିଶାଇ ଏଯାଏଁ ୯୪୪ BSF ଯବାନ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୩୭ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା କରୋନାରେ ସଂକ୍ରମିତ ୩୦୨ BSF ଯବାନ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ […]

amit-shah
ଜୁଲାଇ ଶେଷ ବେଳକୁ ଦିଲ୍ଲୀରେ ୫.୫ ଲକ୍ଷ କରୋନା କେସ୍‌ ହେବନି: ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ସାକ୍ଷାତକାର ଦେଇ ଏପରି କହିଚନ୍ତି ଶାହ। ସେ କହିଛନ୍ତି,  ଜୁଲାଇ ଶେଷ ବେଳକୁ ଦିଲ୍ଲୀରେ କରୋନା ସଂଖ୍ୟା ୫ ଲକ୍ଷ ହେବନି। ଜୁଲାଇ ୩୧ ସୁଦ୍ଧା ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୫ ଲକ୍ଷ ହେବା ନେଇ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଟିପ୍ପଣୀ କରୋନାକୁ ନେଇ ଭୟ ସୃଷ୍ଟି କରିଛି। […]

petroll
ଆସନ୍ତା କାଲି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

ନୂଆଦିଲ୍ଲୀ: ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ୁଥିବାରୁ ଆସନ୍ତାକାଲି (ଜୁନ୨୯) ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। ଏଥିସହିତ ଦଳର ସାଂସଦ ଓ ବିଧାୟକମାନେ ତୈଳଦର ବୃଦ୍ଧି ଉଠାଇ ନେବାକୁ ଦାବି କରି ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦେବାକୁ ନିଷ୍ପତ୍ତି ନେଇଛି ଦଳ। ଏସମ୍ପର୍କରେ ସୂଚନା ଦେଇଛନ୍ତି ଏଆଇସିସିର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା କେସି ବେଣୁଗୋପାଲ। ଏହି ବିକ୍ଷୋଭ ଅସଚେତନ, ଅସମ୍ବେଦନଶୀଳ ଏବଂ ପେଟ୍ରୋଲ ଓ ଡିଜେଲ୍‌ର ଅସମ୍ଭବ ବୃଦ୍ଧି ବିରୋଧରେ ହେବ। ଏବଂ […]

auto
ଥାନାରୁ ଫେରି ରକ୍ତବାନ୍ତି କରିଥିଲେ, ଡାକ୍ତରଖାନା ନେଇଯିବାରୁ ଧରାପଡ଼ିଲା ପୁଲିସର ବର୍ବରତା

ଚେନ୍ନାଇ: ଜମି ବିବାଦ ବିଷୟରେ ପଚରାଉଚରା କରିବା ପାଇଁ ଥାନାକୁ ଡାକିଥିଲା ପୁଲିସ। ଥାନାରୁ ଫେରିବା ପରେ କାହା ସହ କଥା କହିପାରୁ ନଥିଲେ କୁମାରସେନ। କିନ୍ତୁ ହଠାତ୍‌ ସେ ରକ୍ତବାନ୍ତି କଲେ। ତାପରେ ତାଙ୍କୁ ଡାକ୍ତରଖାନା ନିଆଗଲା। ସେଠାରେ ଡାକ୍ତର ପଚାରିବାରୁ ସେ ଯାହା କହିଲେ, ତାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରିବାର ଲୋକେ। ଶେଷରେ ଡାକ୍ତରଖାନାରେ ଆଡ୍‌ମିଶନ ହେବାର ୧୫ ଦିନ ପରେ କୁମାରେସେନଙ୍କର ମୃତ୍ୟୁ ହୋଇଛି। ଘଟଣା ଥିଲା ଏମିତି… ତାମିଲନାଡୁର […]

pm-moid
ଚୀନକୁ ଚେତାବନୀ: ପ୍ରଧାନମନ୍ତ୍ରୀ କହିଲେ, ଭାରତ ଜବାବ ଦେବା ଜାଣେ

ନୂଆଦିଲ୍ଲୀ: ମନ କି ବାତ୍ କାର୍ଯ୍ୟକ୍ରମରେ ଚୀନ୍‌କୁ କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  କହିଲେ ସୀମା ସୁରକ୍ଷାରେ ଆଦୌ ସାଲିସ୍ କରାଯିବନି। ଲଦାଖ୍‌ରେ ଶତ୍ରୁକୁ ଆମ ଯବାନ କଡ଼ା ଜବାବ ଦେଇଛନ୍ତି। ଭାରତ ବନ୍ଧୁତ୍ୱ ସ୍ଥାପନ କରିବା ଜାଣେ। ଜବାବ ଦେବା ବି ଜାଣେ। ସହିଦ ଯବାନଙ୍କ ପ୍ରାଣବଳି ବୃଥା ଯିବନି ବୋଲି କହିବା ସହିତ ବୀର ଯବାନଙ୍କ ପିତାମାତାଙ୍କୁ ସଲାମ୍ ଜଣାଇଛନ୍ତି ମୋଦି। ଯବାନଙ୍କ ସମ୍ମାନ ଜଣାଇ ସେ ଆହୁରି ମଧ୍ୟ କହିଛନ୍ତି […]

covid19
ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨୦ ହଜାର ଚିହ୍ନଟ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଦେଶରେ କରୋନା ସ୍ଥିତି ଅନ୍ୟ ଦେଶ ତୁଳନାରେ ଭଲ ଅଛି କହୁଥିଲେ ମଧ୍ୟ ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ବି ପ୍ରାୟ ପ୍ରତିଦିନ ୩୦୦ ଟପୁଛି। ଏଥର ବି ଦିନକରେ ପାଖାପାଖି ୨୦ ହଜାର କରୋନା ପଜିଟିଭି ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି। ଯାହା ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ରହିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୧୯,୯୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା […]

shnakar
ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଗାନ୍ଧିନଗର: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବଘେଲାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଗତ ଦୁଇ ତିନି ଦିନ ହେଲା ସେ ଜ୍ୱରରେ ପୀଡ଼ିତ ଥିଲେ। ଏହାପରେ ଶନିବାର ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ପଜିଟିଭ ଆସିବା ପରେ ପ୍ରଥମେ ହୋମ୍ କ୍ୱାରେଣ୍ଟିନ୍‌ରେ ରହିଥିଲେ ବଘେଲା। ପରେ ଜ୍ୱର ଅଧିକ ହେବାରୁ ତାଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବଘେଲା କରୋନା ପଜିଟିଭ୍‌ ହେବା ପରେ ତାଙ୍କ ସହିତ […]

zomato
ଚୀନକୁ ବିରୋଧ କରି କମ୍ପାନୀର ଟି-ଶାର୍ଟ ଜାଳିଦେଲେ ଜମାଟୋ କର୍ମଚାରୀ

କୋଲକାତା: ଚୀନ ସହିତ ହିଂସକ ସଂଘର୍ଷରେ ଭାରତ ୨୦ ଯବାନ ସହିଦ ହେବା ପରେ ଦେଶବ୍ୟାପୀ ଚୀନ ବିରୋଧୀ ନାରା ଶୁଣିବାକୁ ମିଳୁଛି। ଲୋକେ ଚୀନ ସାମଗ୍ରୀ ବର୍ଜନ କରିବା ସହିତ ଭଙ୍ଗାରୁଜା ମଧ୍ୟ କରୁଛନ୍ତି। ଶନିବାର କୋଲକାତାର ଜମୋଟା କର୍ମଚାରୀମାନେ ମଧ୍ୟ ଚୀନକୁ ବିରୋଧ କରି କମ୍ପାନୀର ଟି- ଶାର୍ଟ ଚିରିବା ସହିତ ଜଳାପୋଡ଼ା କରିଥିଲେ। ଜମାଟୋ କମ୍ପାନୀରେ ଚୀନ୍‌ ଅର୍ଥ ନିବେଶ କରିଥିବାରୁ ଏହାକୁ ବିରୋଧ କରି କର୍ମଚାରୀମାନେ ଏପରି କରିଛନ୍ତି। ଏଥିସହିତ ଜମାଟୋରୁ […]