• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

zomato
ଚୀନକୁ ବିରୋଧ କରି କମ୍ପାନୀର ଟି-ଶାର୍ଟ ଜାଳିଦେଲେ ଜମାଟୋ କର୍ମଚାରୀ

କୋଲକାତା: ଚୀନ ସହିତ ହିଂସକ ସଂଘର୍ଷରେ ଭାରତ ୨୦ ଯବାନ ସହିଦ ହେବା ପରେ ଦେଶବ୍ୟାପୀ ଚୀନ ବିରୋଧୀ ନାରା ଶୁଣିବାକୁ ମିଳୁଛି। ଲୋକେ ଚୀନ ସାମଗ୍ରୀ ବର୍ଜନ କରିବା ସହିତ ଭଙ୍ଗାରୁଜା ମଧ୍ୟ କରୁଛନ୍ତି। ଶନିବାର କୋଲକାତାର ଜମୋଟା କର୍ମଚାରୀମାନେ ମଧ୍ୟ ଚୀନକୁ ବିରୋଧ କରି କମ୍ପାନୀର ଟି- ଶାର୍ଟ ଚିରିବା ସହିତ ଜଳାପୋଡ଼ା କରିଥିଲେ। ଜମାଟୋ କମ୍ପାନୀରେ ଚୀନ୍‌ ଅର୍ଥ ନିବେଶ କରିଥିବାରୁ ଏହାକୁ ବିରୋଧ କରି କର୍ମଚାରୀମାନେ ଏପରି କରିଛନ୍ତି। ଏଥିସହିତ ଜମାଟୋରୁ […]

missil
ଏୟାର ମିଶାଇଲ୍ ଡିଫେସନ୍ସ ସିଷ୍ଟମ୍‌କୁ ସୀମାରେ ମୁତୟନ କଲା ଭାରତ

ନୂଆଦିଲ୍ଲୀ: ଏଲ୍‌ଏସି ସୀମାରେ ଚାଇନା ତାର ଫାଇଟର୍ ଏୟାର୍‌କ୍ରାଫ୍ଟ ଓ ହେଲିକପ୍ଟର ଉଡ଼ାଉଥିବା ବେଳେ ତ୍ୱରିତ ପଦକ୍ଷେପ ନେଇ ଭାରତ ମଧ୍ୟ ପଶ୍ଚିମ ଲଦାଖ ସେକ୍ଟର୍‌ରେ ଏୟାର ମିଶାଇଲ୍ ଡିଫେସନ୍ସ ସିଷ୍ଟମ୍‌କୁ ମୁତୟନ କରିଛି। ସୀମାରେ ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଯୋଗୁ ଚାଇନା ତରଫରୁ କୌଣସି ଅପ୍ରିତିକର ପରିସ୍ଥିତିର ଯବାବ ଦେବାକୁ ଭାରତ ପକ୍ଷରୁ ମଧ୍ୟ ଅତ୍ୟାଧୁନିକ ଫାଇଟର୍ ଜେଟ୍‌ ମୁତୟନ କରାଯାଇଛି। ଉଭୟ ବାୟୁସେନା ଓ ସ୍ଥଳସେନାର ଫାଇଟର୍ ଜେଟ୍‌ […]

dexamathason
କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସନ୍‌ର ବ୍ୟବହାରକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଷ୍ଟେରଏଡ୍ ଡେକ୍ସାମେଥାସନ୍‌କୁ କରୋନା ରୋଗୀଙ୍କ ପାଇଁ ବ୍ୟବହାର କରିବାକୁ ମିଳିଲା ଅନୁମତି। ସାମାନ୍ୟରୁ ଗୁରୁତର କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଔଷଧ ଫଳପ୍ରଦ। ଡେକ୍ସାମେଥାସନ୍ ବ୍ୟବହାର ପାଇଁ ଅନୁମତି ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ପୂର୍ବରୁ ଡେକ୍ସାମେଥାସନ୍‌କୁ ବ୍ୟବହାର ଅନୁମତି ଦେଇଥିଲା WHO। ଷ୍ଟେରଏଡ୍ ଡେକ୍ସାମେଥାସନ୍ ଫୁସ୍‌ଫୁସ୍ ଜନିତ ରୋଗ ପାଇଁ ବ୍ୟବହାର ହୋଇଥାଏ। ବ୍ରିଟିଶ କ୍ଲିନିକାଲ୍ ଟ୍ରାଏଲ୍‌ରେ ଏହି ଔଷଧ ସଫଳ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡେକ୍ସାମେଥାସନ୍ […]

vjp
ଦେଶରେ କରୋନା ସ୍ଥିତି ଭଲ ରହିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଗୁଁ ଦେଶର ସ୍ଥିତି ଭଲ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଡକ୍ଟର ଯୋଶେଫ ମାର୍ ଥୋମା ମେଟ୍ରୋପଲିଟାନଙ୍କ ୯୦ତମ ଜନ୍ମଦିବସ ଅବସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ସମ୍ବୋଧନ କରିବା ଅବସରରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ କରୋନା ସଂକ୍ରମଣ ହାରଠାରୁ ସୁସ୍ଥ ହେବା ହାର ଅଧିକ ରହିଛି। କରୋନା ଯୋଦ୍ଧାଙ୍କ ଅନବରତ ଓ ନିରବଛିନ୍ନ ଉଦ୍ୟମ ଯୋଗୁଁ ଏହା […]

sushant-sing
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା: ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକ୍ଟରକୁ ଜେରା କଲା ପୁଲିସ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଚାଲିଛି ଜୋରଦାର ଖୋଳତାଡ଼। ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକ୍ଟର ସାନୁ ଶର୍ମାଙ୍କୁ ପଚରାଉଚରା କରୁଛି ପୋଲିସ୍। ବାନ୍ଦ୍ରା ପୋଲିସ୍ ଷ୍ଟେସନ୍‌ରେ ସାନୁଙ୍କୁ ଡକାଯାଇଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ୟଶରାଜ ଫିଲ୍ମକୁ ନୋଟିସ୍ ହୋଇଥିଲା। ଆଉ ଏହାପରେ ଆଜି ପ୍ରଥମ ଥର ପାଇଁ ୟଶରାଜ ଫିଲ୍ମର କୌଣସି ବରିଷ୍ଠ ଅଧିକାରୀଙ୍କୁ ଏନେଇ ଜେରା ପାଇଁ ଡାକିଛି ପୋଲିସ୍। ୟଶରାଜଙ୍କ କିଛି ଫିଲ୍ମ ପାଇଁ ସୁଶାନ୍ତଙ୍କ ଚୁକ୍ତି କରାଯାଇଥିଲା। […]

harwaredhna
ଦେଶରେ କରୋନା ଜନିତ ସୁସ୍ଥ ହାର ୫୮% ରୁ ଅଧିକ ମୃତ୍ୟୁ ହାର ପାଖାପାଖି ୩%

ନୂଆଦିଲ୍ଲୀ: ଭାରତରେ କରୋନା ଜନିତ ସୁସ୍ଥ ହାରରେ ୫୮ ପ୍ରତିଶତରୁ ଅଧିକ ରହିଛି। ପାଖାପାଖି ୩ ଲକ୍ଷ ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ସେହିଭଳି ଦେଶରେ ମୃତ୍ୟୁ ହାର ପାଖାପାଖି ୩ ପ୍ରତିଶତ ରହିଛି। ଯାହା ବହୁତ କମ୍‌ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ସାରା ବିଶ୍ୱରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଭାରତରେ କରୋନା ସଂକ୍ରମଣ ନେଇ ଏମିତି ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଭାରତ […]

locust
ପୁଣି ଫେରିଲେ ପଙ୍ଗପାଳ: ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛନ୍ତି ପଙ୍ଗପାଳ। ରାଜସ୍ଥାନରୁ ଏବେ ହରିୟାଣାକୁ ପହଞ୍ଚିଛନ୍ତି ପଙ୍ଗପାଳ। ଗୁରୁଗ୍ରାମ ସହରର ଲକ୍ଷାଧିକ ସଂଖ୍ୟାରେ ପଙ୍ଗପାଳ ଆଜି ସକାଳେ ଘୁରି ବୁଲୁଛନ୍ତି। ଏହାକୁ ନେଇ ଦିଲ୍ଲୀ ସଂଗଲଗ୍ନ ଜିଲ୍ଲାଗୁଡ଼ିକରେ ସତର୍କ ସୂଚନା ଜାରି କରାଯାଇଛି। It’s here in #Gurgaon .. #locust #LocustsAttack pic.twitter.com/UxCKj3hc0P — sdas (@sumitdos) June 27, 2020 ଗୁରୁଗ୍ରାମର ବ୍ୟସ୍ତବହୁଳତ ଏମ୍‌ଜି ରୋଡ୍‌ ଏବଂ ଇଫ୍‌କୋ ଚୌକ୍ […]

india-china
ଭାରତ-ଚାଇନା ସୀମା ବିବାଦ: LACରେ ଯୁଦ୍ଧ ଭଳି ପରିସ୍ଥିତି

ନୂଆଦିଲ୍ଲୀ: LACରେ ଯୁଦ୍ଧ ଭଳି ପରିସ୍ଥିତି। ଉଭୟ ଚୀନ ଓ ଭାରତ ନିଜ ନିଜ ସ୍ଥିତିରେ ଅଟଳ ଅଛନ୍ତି। କେହି କାହା ପୋଜିସନରୁ ହଟୁନାହାନ୍ତି। ମିଲିଟାରି ଓ କୂଟନୈତିକ ସ୍ତରରେ ବାରମ୍ବାର ଆଲୋଚନା ପରେ ମଧ୍ୟ ସମାଧାନର କୌଣସି ସୂତ୍ର ବାହାରି ପାରି ନାହିଁ। ପୂର୍ବ ସ୍ଥିତି ବଜାୟ ରଖାଯାଉ ବୋଲି ଭାରତ ଚୀନ ନିକଟରେ ଦାବି କରିଛି। ଚୀନ ସେନା ନିଜ ପୂର୍ବ ଅବସ୍ଥିତିକୁ ଫେରିଯାଉ ବୋଲି ଭାରତ ଚାହୁଁଛି। କିନ୍ତୁ ଚୀନ ହଟୁ ନାହିଁ। […]

jannat-1
ସ୍କୁଲ୍ ବହିରେ ପଢ଼ାଯିବ ଜନ୍ନତଙ୍କ କାହାଣୀ

ହାଇଦ୍ରାବାଦ: ସ୍କୁଲ ବହିରେ ସ୍ଥାନ ପାଇବ ୭ ବର୍ଷର କୁନି ଝିଅ ଜନ୍ନତର କାହାଣୀ। ଭାରତର ଜନ୍ନତ(ସ୍ୱର୍ଗ) କୁହାଯାଉଥିବା ଜମ୍ମୁ-କାଶ୍ମୀରରେ ରହୁଛନ୍ତି କୁନି ଝିଅ ଜନ୍ନତ। କୁନି ବୟସରେ ତାଙ୍କର ମହତ କାର୍ଯ୍ୟ ସାରା ବିଶ୍ୱ ଉଦାହରଣ ପାଲଟିଛି। ଦୀର୍ଘ ଦୁଇ ବର୍ଷ ଧରି ଜନ୍ନତ ତାଙ୍କ କୁନି କୁନି ହାତରେ ଜମ୍ମୁ-କଶ୍ମୀର ଡଲ୍‌ ହ୍ରଦକୁ ସଫା କରିଆସୁଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ହାଇଦ୍ରାବାଦର ଏକ ସ୍କୁଲ୍‌ ଜନ୍ନତଙ୍କ କାହାଣୀକୁ ପଢ଼ା ବହିରେ ସ୍ଥାନ […]

coroni
ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ନାଁରେ ଥାନାରେ ମାମଲା

ନୂଆଦିଲ୍ଲୀ: କିଛିଦିନ ତଳେ ପତଞ୍ଜଳି କୋରୋନୀଲ ଆୟୁର୍ବେଦିକ ଔଷଧ ଆବିଷ୍କାର କରି ଏଥିରେ ୭ ଦିନ ଭିତରେ କରୋନା ଭାଇରସ୍‌ ଭଲ ହେବ ବୋଲି ଦାବି କରିଥିଲା। ଏହାର କିଛି ଦିନ ପରେ ଜୟପୁରରେ ଯୋଗ ଗୁରୁ ରାମଦେବ, ପତଞ୍ଜଳିର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଓ ଅନ୍ୟ ୪ ଜଣଙ୍କ ନାଁରେ ଥାନାରେ ଏତଲା ହୋଇଛି। କୋରୋନୀଲ ଔଷଧ କରୋନା ଭଲ କରିଦେବ କହି ପ୍ରଚାର କରି ରାମ ଦେବ ବାବା ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି […]

satindra
କରୋନାରୁ ମୁକ୍ତ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍

ନୂଆଦିଲ୍ଲୀ: ଶେଷରେ କରୋନା ମୁକ୍ତ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି।  ଆଜି ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ମଧ୍ୟ ହେବେ। ନିମୋନିଆ କାରଣରୁ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ସାକେତର ମାକ୍ସ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ଠାରେ କୋଭିଡ-୧୯ ଭୂତାଣୁ ଚିହ୍ନଟ ପରେ ତାଙ୍କୁ ରାଜିବ ଗାନ୍ଧି ସୁପର ସ୍ପେଶାଲିଟି ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ୫୫ ବର୍ଷୀୟ ଆପ୍‌ ନେତା ସତୈନ୍ଦ୍ର ଜୈନ୍‌ଙ୍କୁ ପ୍ଲାଜ୍‌ମା […]

soniagandhi
ସୋନିଆଙ୍କ ପ୍ରଶ୍ନ: ଯଦି ଚୀନ ଅନୁପ୍ରବେଶ କରିନି, ଆମ ଯବାନ ସହିଦ ହେଲେ କେମିତି ?

ନୂଆଦିଲ୍ଲୀ: ଚାଇନା ସହିତ ଆମ ସୀମା ସୁରକ୍ଷା ଦାୟିତ୍ୱରୁ କେନ୍ଦ୍ର ସରକାର ଏମିତି ଖସିଯାଇ ପାରିବେନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖ ପରିସ୍ଥିତି ସମ୍ପର୍କରେ ଦେଶକୁ ନିହାତି ଅବଗତ କରିବା ଦରକାର। ଆଜି ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଏପରି ଟାର୍ଗେଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ସହିଦ ୨୦ ଯବାନ ସମ୍ମାନରେ କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ଏକ ଭିଡିଓରେ ସୋନିଆ କେନ୍ଦ୍ରକୁ ସେଇ ଏକା ପ୍ରଶ୍ନ ପୁଣିଥରେ ପଚାରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦାବି ଅନୁସାରେ, […]

plane
LACରେ ଉତ୍ତେଜନା ସତ୍ତ୍ୱେ ସୀମାରେ ଭାରତର ସମରାଭ୍ୟାସ

ଲଦାଖ: LAC ରେ ପ୍ରବଳ ଉତ୍ତେଜନା ପରିସ୍ଥିତି ଚାଲିଥିବା ବେଳେ ଲଦାଖର ଲେହ ଅଞ୍ଚଳରେ ସମରାଭ୍ୟାସ କରିଛି ଭାରତ। ଉଭୟ ଆର୍ମି ଓ ଏୟାରଫୋର୍ସ ମଧ୍ୟରୁ ମିଳିତ ସମରାଭ୍ୟାସ କରାଯାଇଛି। ଯେକୌଣସି ପରିସ୍ଥିତିର ସଫଳ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପ୍ରକୃତ ଅପରେସନ ସମୟରେ ଯେମିତି ସମନ୍ୱୟରେ କୌଣସି ଅସୁବିଧା ନ ହୁଏ, ଏବେ ଶତ୍ରୁ ପକ୍ଷ ଉପରେ ପ୍ରଚଣ୍ଡ ଆକ୍ରମଣ ହୁଏ, ସେଥିପାଇଁ କରାଯାଉଛି। ଏହି ଜଏଣ୍ଟ ଅପରେସନ LACକୁ ଯାଇ ସ୍ଥଳସେନା […]

cbse
ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଏମିତି ହେବ ମୂଲ୍ୟାଙ୍କନ; ଜୁଲାଇ ୧୫ରେ ରେଜଲ୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସ୍‌ଇର ବାକି ଥିବା ପରୀକ୍ଷା ଜୁଲାଇ ପ୍ରଥମାର୍ଦ୍ଧରେ ହେବାକୁ ଥିବା ବେଳେ ଏହାକୁ ରଦ୍ଦ କରି ଦେଇଛି ବୋର୍ଡ। ଜୁଲାଇ ୧୫ ତାରିଖରେ ପରୀକ୍ଷା ବିନା ପିଲାଙ୍କ ରେଜଲ୍ଟ ପ୍ରକାଶ କରିବ ବୋଲି ଆଶା କରାଯାଉଛି। ଏନେଇ କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇ ସିବିଏସ୍‌ଇ ଓ ଆସିଏସ୍‌ଇ ରେଜଲ୍ଟ ଜୁଲାଇ ୧୫ରେ ପ୍ରକାଶ କରିବାକୁ କହିଛି। ମୂଲ୍ୟାଙ୍କନ ନିୟମ ଅନୁସାରେ ପରୀକ୍ଷାଫଳ ପ୍ରକାଶ କରିବା ପାଇଁ କୋର୍ଟ ମଧ୍ୟ ସିବିଏସ୍‌ଇକୁ ଅନୁମତି ଦେଇଛନ୍ତି। […]

petroll
ଆଜି ବି ବଢ଼ିଲା ତେଲ ଦର, ଭୁବନେଶ୍ୱରରେ ଦର ୮୦ ଟପିଲା

ନୂଆଦିଲ୍ଲୀ: ଆଜି ବି ବଢ଼ିଲା ତୈଳ ଦର। ଲଗାତର ୨୦ ଦିନ ହେଲାଣି ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିବାରେ ଲାଗିଛି। ବାରମ୍ବାର ତୈଳଦର ବୃଦ୍ଧି ଯୋଗୁ ଖାଉଟି ଉପରେ ଏହାର ପ୍ରଭାବ ପଡ଼ିଛି। ଆଜି ପେଟ୍ରୋଲ୍‌ ଦର ଲିଟର ପ୍ରତି ୨୧ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍‌ ମୂଲ୍ୟ ୧୭ ପିଇସା ବୃଦ୍ଧି ହୋଇଛି। ବର୍ଦ୍ଧିତ ମୂଲ୍ୟ ଅନୁସାରେ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର ପ୍ରତି ୮୦.୧୩ ପଇସା ହୋଇଥିବା ବେଳେ ଡିଜେଲ୍‌ ଦର ୮୦.୧୯ […]

gold
ବଢ଼ିଲା ସୁନା, କମିଲା ରୂପା

ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନା ଦର କମିଲା ରୂପା। ଦଶ ଗ୍ରାମ ପ୍ରତି ଦର ୪୮,୦୬୦ ରୁ ୪୮,୦୭୦ରେ ପହଞ୍ଚିଛି। ସେହିଭଳି ରୂପା ଦର ଶୁକ୍ରବାର ସୁଦ୍ଧା କିଲୋପ୍ରତି ୪୮,୪୫୦ରୁ ୪୭,୬୦୦କୁ ଖସିଛି। ତେବେ ଭାରତରେ ସୁନାର ଦର ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ହେବ। ଉତ୍ପାଦ ଶୁଳ୍କ, ରାଜ୍ୟଗୁଡ଼ିକର ଟ୍ୟାକ୍ସ ଓ ମେକିଂ ଚାର୍ଜକୁ ମିଶାଇ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦରରେ ସୁନା ଉପଲବ୍ଧ ହେବ। ଭୁବନେଶ୍ୱରରେ ମଧ୍ୟ ସୁନାର ମୂଲ୍ୟ ବୃଦ୍ଧି ହୋଇଛି। […]

imran
ଲାଡେନ୍‌ ମରିନି ସହିଦ ହୋଇଛି: ଇମ୍ରାନ ଖାନ

ଇସଲାମାବାଦ: ପାକିସ୍ତାନ ୱାଜିର-ଏ-ଆଜମ(ପ୍ରଧାନମନ୍ତ୍ରୀ) ଇମ୍ରାନ୍‌ ଖାନ୍‌ଙ୍କ ପାଇଁ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ ଜଣେ ସହିଦ। ଗୁରୁବାର ପାକିସ୍ତାନ ପାର୍ଲିଆମେଣ୍ଟରେ ଲାଡେନ୍‌କୁ ସହିଦ ସମ୍ବୋଧନ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନଙ୍କ ଏପରି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାକିସ୍ତାନର ସବୁଠାରୁ ଲଜ୍ଜାଜନକ ଇତିହାସ ବିଷୟରେ ଗୁରୁବାର ସଂସଦରେ ଆଲୋଚନା କରିବା ବେଳେ ସେ କହିଛନ୍ତି, ଯେ ପାକିସ୍ତାନର ଆକାଶ ପଥ ଦେଇ ଆମେରିକା ପ୍ରବେଶ କରିଥିଲା। ଏବଂ ଆବୋଟାବାଦରେ ଓସାମା ବିନ୍ ଲାଡେନଙ୍କୁ […]

eddd
ଗୋଟେପଟେ ବୈଠକ, ଅନ୍ୟପଟେ ବିଶ୍ୱାସଘାତ: ଧରାପଡ଼ିଲା ଚୀନର ଚାଲାକି

ନୂଆଦିଲ୍ଲୀ: ପୁଣି ଥରେ ଧରାପଡ଼ିଲା ଚୀନର ଚାଲାକି। ଆଲୋଚନା ପରେ ପ୍ରତିଶ୍ରୁତି ମୁତାବକ ପଛକୁ ସେନା ହଟାଇବା ତ ଦୂରର କଥା, ବରଂ ଗଲୱାନ ଘାଟୀରେ ସେନା ଠୁଳ କରି ଚୀନ ପୁଣି ତାର ଦୋମୁହାଁ ଚରିତ୍ରର ପରିଚୟ ଦେଇଛି। ସାଟେଲାଇଟ୍ ଚିତ୍ରରୁ ଚୀନ୍ ରାସ୍ତା ନିର୍ମାଣ କରିବା ସହ ନୂଆ କ୍ୟାଂପ୍ ପ୍ରତିଷ୍ଠା କରିଥିବା ଜଣାପଡ଼ିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି।  ଏପଟେ ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗକୁ […]

truck
ସୀମାରେ ସେନା ସଂଖ୍ୟା ବଢ଼ାଇଲା ଭାରତ

ନୂଆଦିଲ୍ଲୀ: ୩,୪୮୮ କିମି ବିଶିଷ୍ଟ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ସୈନ୍ୟ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛି ଭାରତ।  ସେପଟେ ଚାଇନା ସୈନ୍ୟ ସଂଖ୍ୟା ବଢ଼ାଉଥିବା ବେଳେ ଭାରତ ତାକୁ ଚେକ୍ ଦେବାକୁ ଏଭଳି ନିଷ୍ପତ୍ତି ନେଇଛି। କେବଳ ଆର୍ମି ନୁହେଁ, ଭାରତ- ତିବ୍ବତ ପୁଲିସ ମଧ୍ୟ ଘଟଣା ସ୍ଥଳରେ ସୈନ୍ୟ ସରଞ୍ଜାମ ଧରି ସୀମାକୁ ଯାଇଛନ୍ତି। ଶନିବାର ଲେଫ୍ଟନାଣ୍ଟ ଜେନେରାଲ୍‌ ପରମଜିତ ସିଂହ, ମିଲିଟାରୀ ଅପରେସନ୍‌ର ଡାଇରେକ୍ଟର ଜେନେରାଲ୍ ଏବଂ ଆଇଟିବିପି ମୁଖ୍ୟ ଏସ୍‌ଏସ୍‌ ଦେଶୱାଲ୍‌ […]

Coronavirus Medicine covifor
ଆସିଲା କରୋନା ଭାଇରସ୍ ଔଷଧ "କୋଭିଫର": ୧୦୦ ମିଲିଗ୍ରାମକୁ ଦାମ୍‌...

ହାଇଦ୍ରାବାଦ: ଆସିଲା କରୋନା ଭାଇରସ୍ ଔଷଧ। ଏହି ଔଷଧର ନାଁ ରହିଛି କୋଭିଫର(Covifor)। ୧୦୦ ମିଲିଗ୍ରାମ କୋଭିଫର ଔଷଧର‌ ଦାମ ୫,୪୦୦ ରଖାଯାଇଛି। ହାଇଦ୍ରାବାଦସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନୀ ହେଟେରୋକୁ କୋଭିଡ୍-୧୯ ପାଇଁ ପ୍ରସ୍ତୁତ କରାଯାଇଥିବା ଔଷଧ ରେମଡେସିଭିର ଉତ୍ପାଦନ ଓ ବିକ୍ରି ପାଇଁ ଅନୁମିତ ମିଳିଥିଲା। ଔଷଧ ତିଆରି ପରେ କମ୍ପାନୀ ଏହାର ନାମ କୋଭିଫର୍ ରଖିଛି। ଆଜି କମ୍ପାନୀ ୨୦,୦୦୦ କୋଭିଫର ବୋତଲ ସର୍ବାଧିକ କରୋନା ପ୍ରଭାବିତ ୫ଟି ରାଜ୍ୟକୁ ପଠାଇଛି। ଏଥିରେ ଦିଲ୍ଲୀ […]

image
କେହି ରାଜି ନହେବାରୁ ନିଜେ ମ୍ୟାନ୍‌ହୋଲ୍‌ ଭିତରେ ପଶି ଅଳିଆ ସଫା କଲେ ବିଜେପି କର୍ପୋରେଟର୍

ମାଙ୍ଗାଲୁରୁ: କେହି ରାଜି ନହେବାରୁ ବାଧ୍ୟ ହୋଇ ରାସ୍ତା ମଝିରେ ଥିବା ମ୍ୟାନ୍‌ ହୋଲ୍ ଭିତରେ ପଶି ପାଣି ପାଇପରୁ ଅଳିଆ ସଫା କଲେ ବିଜେପି କର୍ପୋରେଟର ମନହୋର ଶେଟ୍ଟୀ। ଡ୍ରେନ୍ ଭିତରୁ ବାହାରିବା ସମୟର ତାଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।। ଏପରି କାର୍ଯ୍ୟ ପାଇଁ ସୋସିଆଲ୍ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି। ଘଟଣା ଅନୁସାରେ, କାଦ୍ରି- କମ୍ବଲା ୱାର୍ଡରେ ଥିବା ଏକ ମ୍ୟାନ୍‌ହୋଲ୍‌ ଦେଇ ପାଣି ରାସ୍ତା ଉପରକୁ ବାହାରି ଆସୁଥିଲା। […]

gold price today in bhubaneswar gold price today in bhubaneswar
ସୁନା ଦରରେ ରେକର୍ଡ ବୃଦ୍ଧି: ଭୁବନେଶ୍ୱରରେ ଦାମ କେତେ ହେଲା ?

ନୂଆଦିଲ୍ଲୀ: ଡିଜେଲ୍‌, ପେଟ୍ରୋଲ୍‌ ପରେ ଏବେ ସୁନା ଦରରେ ରେକର୍ଡ ବୃଦ୍ଧି ହୋଇଛି। ଦିଲ୍ଲୀରେ ଦଶଗ୍ରାମ ପିଛା ସୁନା ଦର ୫୦ ହଜାର ହୋଇଛି। କରୋନା ପରିସ୍ଥିତି ଯୋଗୁ ଦର ବଢ଼ୁଥିବା କୁହାଯାଉଛି। ବିଦେଶର ସୁନା ଚାହିଦା ବୃଦ୍ଧି ପାଉଥିବାରୁ ଏହାର ଦର ବୃଦ୍ଧି ହେଉଛି ବୋଲି କୁହାଯାଉଛି। ଅହମଦାବାଦରେ ବି ସୁନା ଦର ରେକର୍ଡ କରିଛି। ଏଠାରେ ୩ ପ୍ରତିଶତ ଜିଏସ୍‌ଟି ଲଗାଇ ଦର ୫୦,୪୦୦ ହୋଇଛି। ସେହିଭଳି ଭୁବନେଶ୍ୱରରେ ୨୨କ୍ୟାରେଟ୍‌ ସୁନାର ଦାମ ୧୦ […]