ୱାଶିଂଟନ: ବିଶ୍ୱରେ କରୋନା ଭାଇରସ୍ ବ୍ୟାପିବା ନେଇ ଚୀନ୍କୁ ପୁଣିଥରେ ଦାୟୀ କରିଛନ୍ତି ଆମେରିକା ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କରୋନାକୁ ‘କୁଙ୍ଗ୍ ଫ୍ଲୁ’ କହି ଚୀନକୁ ତେର୍ଛା ଟାର୍ଗେଟ୍ କରିଛନ୍ତି। ଶନିବାର ତାଙ୍କର ପ୍ରଥମ ନିର୍ବାଚନ ରାଲି ଆରମ୍ଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକାର ଟୁଲ୍ସା ଓକ୍ଲାହୋମାରେ ରାଲିରେ କରିଛନ୍ତି ଟ୍ରମ୍ପ। ଏହି ଅବସରରେ ଲୋକଙ୍କୁ ସମ୍ବୋଧନ କରି କରୋନା କୁ ସେ ‘କୁଙ୍ଗ୍ ଫ୍ଲୁ’ ନାମକରଣ କରିପାରିବେ ବୋଲି କହିଛନ୍ତି ଟ୍ରମ୍ପ। ଉହ୍ୱାନ୍ରୁ ଏହି ଭାଇରସ୍ […]
ନୂଆଦିଲ୍ଲୀ: ୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଭାରତରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୦ ହଜାର ୪୬୧କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ନୂଆ ୧୫ ହଜାର ୪୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ଭିତରେ ୩୦୬ ଜଣଙ୍କର ଜୀବନ ଯାଇଛି। ଆଜି ସୁଦ୍ଧା ଭାରତରେ ସକ୍ରିୟ ଆକ୍ରାନ୍ତ ୧ ଲକ୍ଷ ୬୯ ହଜାର ୪୫୧ ଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୨୭ ହଜାର […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ସୋପିଆନ୍ ଜିଲ୍ଲାରେ ସିଆର୍ପିଏଫ୍ ଓ କାଶ୍ମୀର ପୁଲିସ୍ର ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆଜି ଭୋରରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଆତଙ୍କବାଦୀକୁ ଏନ୍କାଉଣ୍ଟର କରିଛି ସେନା। ଅନ୍ୟ ୩ ଜଣ ଆତଙ୍କବାଦୀଙ୍କୁ କାବୁ କରିଛନ୍ତି ସୁରକ୍ଷାକର୍ମୀ। ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏନେଇ ସେନା ପକ୍ଷରୁ ଏକ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଯେଉଁଥିରେ ଲେଖାଯାଇଛି “ ସୋପିଆନ୍ ଜିଲ୍ଲାରେ ଅପରେସନ ଲାକିରପୁରରେ […]
ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତ ବର୍ଷର ଥିମ୍ ରହିଛି ‘ୟୋଗା ଫର୍ ହେଲ୍ଥ, ୟୋଗା ଆଟ୍ ହୋମ୍।’ ଯୋଗ ଦିବସ ପାଳନ ଲାଗି ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଛି। କରୋନା କଟକଣା ଭିତରେ ସାମାଜିକ ଦୂରତା ରଖି କିଭଳି ଯୋଗ ଦିବସ ପାଳନ କରାଯିବ ତା ଉପରେ ଗୁରୁତ୍ୱ ଦିଆଯାଇଛି। କରୋନା ମହାମୀର ଯୋଗୁ ବିଶ୍ୱ ଏବେ ପୂର୍ବ ଅପେକ୍ଷା ଯୋଗର ଆବଶ୍ୟକତାକୁ ଅଧିକ ବୁଝୁଛି। ଭାରତର ଏହି ବହୁ ପୁରୁଣା ଅଭ୍ୟାସ ସାରା […]
ୱାଶିଂଟନ: ଚାଇନା-ଭାରତ ସୀମା ବିବାଦରେ ଆମେରିକାର ମଧ୍ୟସ୍ଥତା ନେଇ ଭାରତ ଓ ଚାଇନା ବାରମ୍ବାର ମନା କରୁଥିବା ବେଳେ ପୁଣିଥରେ ସାହାଯ୍ୟ କରିବା କଥା ଦୋହରାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶନିବାର ଟ୍ରମ୍ପ କହିଛନ୍ତି, ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ସାମାଧାନ କରିବା ପାଇଁ ଆମେରିକା କଥା ହୋଇଛି। ଏଥିପାଇଁ ସେ ପ୍ରସ୍ତୁତ ଥିବା ଶନିବାର ନିର୍ବାଚନ ରାଲିରେ ଯୋଗ ଦେବା ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି ଟ୍ରମ୍ପ। ଟ୍ରମ୍ପ ତାଙ୍କ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ସୋସିଆଲ ମିଡିଆରେ ବଲିଉଡ୍ର ବହୁ ନାମୀଦାମୀ ଓ ପ୍ରତିଷ୍ଠିତ କଳାକାର ଏବଂ ପ୍ରଡକସନ ହାଉସ ବିରୋଧରେ ଆକ୍ରୋଶ ଜାରି ରହିଛି। ଟ୍ୱିଟର ପେଜରେ ବିଭିନ୍ନ ଟୀକା ଟିପ୍ପଣୀ ଦେବା ସହ ସୁଶାନ୍ତଙ୍କୁ ମାରି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଏହାସହ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛନ୍ତି ଲୋକେ। ଏବେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଗଣମାଧ୍ୟମ […]
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଗଲଓ୍ୱାନ୍ ଘାଟିରେ ଭାରତୀୟ ଯବାନ ମାନେ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ବେଳେ ରାହୁଲଙ୍କ ମନ୍ତବ୍ୟ ଯବାନଙ୍କ ମନୋବଳ କମାଉଛି ବୋଲି ନଡ୍ଡା କହିଛନ୍ତି। ରାହୁଲ ଅଯଥା ବାରମ୍ବାର ଟ୍ୱିଟ୍ କରି ଯବାନଙ୍କ ମନୋବଳ କମାଉଛନ୍ତି। କୌଣସି ସଠିକ୍ ତଥ୍ୟ ନଜାଣି ନାନା ପ୍ରସଙ୍ଗରେ ଟ୍ୱିଟ୍ କରୁଥିବାରୁ ନଡ୍ଡା ରାହୁଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
ନୂଆଦିଲ୍ଲୀ: ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି। ଏହାକୁ ନେଇ ଅଯଥାରେ ବିବାଦ ସୃଷ୍ଟି କରାଯାଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଲଦାଖ ସଂଘର୍ଷ ନେଇ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ମୋଦି କହିଥିଲେ ଯେ, ଭାରତୀୟ ସୀମା ଭିତରେ ଚୀନ୍ ଯବାନ ଆଦୌ ପ୍ରବେଶ କରିନାହାନ୍ତି। ତେବେ ଏହାକୁ ନେଇ କେତେକ ରାଜନୈତିକ ଦଳ ଅଯଥାରେ ଭୁଲ ତଥ୍ୟ ଦେବା ସହ ମୋଦିଙ୍କ ମନ୍ତବ୍ୟକୁ […]
ଢାକା: ପାକିସ୍ତାନ ପରେ ବାଂଲାଦେଶ ଟପ୍ କ୍ରିକେଟ୍ରଙ୍କ ଠାରେ ବି କୋରନା ପଜିଟିଭ୍ ଚିହ୍ନଟ ହୋଇଛି। ବାଂଲାଦେଶର କ୍ରିକେଟ୍ ଆଇକନ୍ ତଥା ପୂର୍ବତନ କ୍ୟାପ୍ଟେନ୍ ମଶ୍ରଫେ ମୁର୍ତଜା କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯଦିଓ ଏନେଇ ମଶ୍ରଫେ ମୁର୍ତଜା ଏନେଇ କୌଣସି ସୂଚନା ଦେଇ ନାହାନ୍ତି, ତେବେ ତାଙ୍କ ପରିବାର ତରଫରୁ ଏହି ସୂଚନା ମିଳିଛି। ପିଜିଟିଭ୍ ହେବା ପରେ ମଶ୍ରଫେ ଢାକାରେ ଥିବା ତାଙ୍କ ବାସଭବନରେ ସଂଗରୋଧରେ ରହିଥିବା ଖବର ମିଳିଛି। ଏନେଇ ତାଙ୍କ ସାନ […]
ଲଦାଖ: ଲଦାଖର ଗଲୱାନ ଭ୍ୟାଲିରେ ଭାରତ- ଚୀନ ଯବାନଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ସୀମାରେ ଉତ୍ତେଜନା ଲାଗି ରହିଛି। ମଙ୍ଗବାର ସକାଳ ପର୍ଯ୍ୟନ୍ତ ସହିଦ ଯବାନଙ୍କ ମୃତଦେହ ଖୋଜା ଚାଲିଥିବା ବେଳେ ସୀମାରେ ସାମରିକ ଭିତ୍ତିଭୂମି କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଘଟଣାସ୍ଥଳକୁ ତ୍ୱରିତ ବେଗରେ ଯାଇଥିଲା ସେନା। ଏବଂ ଏଥିରେ ସଫଳ ମଧ୍ୟ ହୋଇଛି। ଗଲୱାନ୍ ଘାଟିକୁ ନେଇ ଏବେ ଏହି ନୂଆ ଖବର ସାମ୍ନାକୁ ଆସିଛି। ଜୁନ୍ ୧୫ ତାରିଖରେ ଭାରତ- ଚୀନ […]
ନୂଆଦିଲ୍ଲୀ: ରାହୁଲ ଗାନ୍ଧି ଶସ୍ତା ରାଜନୀତି ଛାଡ଼ି ଦେଶ ସହିତ ଛିଡ଼ା ହୁଅନ୍ତୁ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ପ୍ରଶ୍ନର ଆଜି ଏମିତି ଢଙ୍ଗରେ ଯବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗଲୱାନ୍ରେ ୨୦ ଭାରତୀୟ ଯବା ସହିଦ ହେବା ନେଇ କେନ୍ଦ୍ର ସରକାର ଉପରେ ପ୍ରଶ୍ନ ଉଠାଇଥିଲେ ରାହୁଲ୍। ଗଲୱାନ୍ ସଂଘର୍ଷରେ ଆହତ ହୋଇଥିବା ଜଣେ ଯବାନଙ୍କ ବାପାଙ୍କର ଫଟୋ ଶେୟାର କରି ରାହୁଲ୍ଙ୍କୁ ଯବାବ ଦେଇଥିଲେ ଶାହ। ଫଟୋ ଶେୟାର କରି ଶାହ […]
ନୂଆଦିଲ୍ଲୀ: ବନ୍ଧୁକ ଓ ଗୋଳାବାରୁଦ ନେଇ ଭାରତର ସୀମାରେ ଉଡ଼ିଥିବା ପାକିସ୍ତାନୀ ସ୍ପାଏ ଡ୍ରୋନ୍କୁ ଗୁଳି କରି ଖସାଇଲା ବିଏସ୍ଏଫ୍। ଜାମ୍ମୁ-କାଶ୍ମରୀର କାଠୁଆ ଜିଲ୍ଲାର ହରିନଗର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖାରେ ଆଜି ସକାଳ ପ୍ରାୟ ୫ଟା ବେଳେ ଡ୍ରୋନ୍କୁ ଗୁଳି କରି ଖସାଇଛି ବିଏସ୍ଏଫ୍। ଡ୍ରୋନ୍ ଖସିପଡ଼ିବା ପରେ ତା ମଧ୍ୟରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଖବର ଅନୁସାରେ, ବିଏସ୍ଫର ୧୯ ବାଟାଲିୟନ୍ର ଯବାନ ପ୍ୟାଟ୍ରୋଲିଂ କଲାବେଳେ ପାକିସ୍ତାନୀ ଡ୍ରୋନ୍ଟି ହରିନଗର ସେକ୍ଟରର ଅନ୍ତର୍ଜାତୀୟ ସୀମା ପାଖରେ […]
ନୂଆଦିଲ୍ଲୀ: ପ୍ରବାସୀମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରୁଛନ୍ତି ମୋଦି। ବିହାର ଖଗଡ଼ିଆ ଜିଲ୍ଲା ତେଲିହାର ଗାଁରୁ ଯୋଜନାର ଶୁଭାରମ୍ଭ କରାଯାଉଛି। ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି। ଏଥିପାଇଁ ୫୦ ହଜାର କୋଟିର ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର। ଏହି ଅଭିଯାନରେ ଦେଶର ୬ଟି ରାଜ୍ୟର ଯଥା ବିହାର, ଉତ୍ତର […]
ହାଇଦ୍ରାବାଦ: ସୀମାରେ ଶାନ୍ତି ପ୍ରତିଷ୍ଠାପାଇଁ ଭାରତ ସବୁବେଳେ ଉଦ୍ୟମ କରିଆସୁଛି। କିନ୍ତୁ ଯଦି ସୀମାରେ ଆହ୍ୱାନପୂର୍ଣ୍ଣ ସ୍ଥିତି ସୃଷ୍ଟି ହୁଏ ତେବେ ଏହାର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ ବୋଲି ବାୟୁସେନା ମୁଖ୍ୟ ଆର.କେ.ଏସ. ଭଦୌରିଆ କହିଛନ୍ତି। ଭାରତୀୟ ସେନା ସମସ୍ତ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ସହ ପୂରା ସଜାଗ ରହିଛନ୍ତି ବୋଲି ସେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ସୀମାରେ ଭୌଗୋଳିକ ସ୍ଥିତି ଏପରି ଯେ, ସେନାକୁ ସବୁବେଳେ ସତର୍କ ରହିବାକୁ ପଡ଼ିବ। କିଛି […]
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ସାଂଘାତିକ ହେଉଛି କରୋନା ସ୍ଥିତି। ଆକ୍ରାନ୍ତଙ୍କ ସଂଖ୍ୟା ବହୁଳ ଭାବରେ ବଢ଼ିବାରେ ଲାଗିଛି। ଦିନକରେ ୧୪, ୫୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୫ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୨,୯୪୮କୁ ବୃଦ୍ଧି ପାଇଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୫ ହଜାର ୪୮ରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ ୧ଲକ୍ଷ ୬୮ ହଜାର ୨୬୯ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୨ଲକ୍ଷ ୧୩ ହଜାର ୮୩୧ […]
ନୂଆଦିଲ୍ଲୀ: ଆଜି ପୁଣି ତୈଳ ଦରରେ ବୃଦ୍ଧି ହୋଇଛି। ଆଜିକୁ ମିଶାଇ ଲଗାତର ୧୪ ଦିନ ହେଲା ତେଲ ଦର ବଢ଼ିଛି। ଆଜି ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ୦.୫୧ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍ରେ ୦.୬୧ ପଇସା ବୃଦ୍ଧି ହୋଇଛି। ଆଜିର ବର୍ଦ୍ଧିତ ତୈଳ ଦର ଅନୁସାରେ ବର୍ତ୍ତମାନ ଏକ ଲିଟର ପେଟ୍ରୋଲ୍ର ମୂଲ୍ୟ ୭୮.୮୮ ଥିବା ବେଳେ ଡିଜେଲ୍ ୭୭.୬୭ ଟଙ୍କା ରହିଛି। ଜୁନ୍ ୯ ତାରିଖଠାରୁ ଆଜିକୁ ମିଶାଇ ଲଗାତର ୧୪ […]
ଶ୍ରୀନଗର: ଆତଙ୍କବାଦୀଙ୍କ ସହ ଲିଙ୍କ୍ ଥିବା ନେଇ ଗରିଫ ହୋଇଥିବା ଜାମ୍ମୁ-କାଶ୍ମରୀର ଡିଏସ୍ପି ଦେବେନ୍ଦର ସିଂହଙ୍କୁ ବେଲ୍ ମିଳିଛି। ଚଳିତ ବର୍ଷ ଶ୍ରୀନଗର-ଜାମ୍ମୁ ରାଜପଥରେ ଦୁଇଜଣ ହିଜବୁଲ-ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଏକ ଗାଡ଼ିରେ ନେଇ ଯାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ଦିଲ୍ଲୀ କୋର୍ଟରୁ ଆଜି ତାଙ୍କୁ ବେଲ୍ ମିଳିଥିବା ଦେବେନ୍ଦରଙ୍କ ଓକିଲ ସୂଚନା ଦେଇଛନ୍ତି। ତାଙ୍କ ସହିତ ଆଉ ଜଣେ ଅଭିଯୁକ୍ତ ଇରାନ ସାଫୀ ମୀରଙ୍କୁ ବି ବେଲ୍ ମିଳିଛି। ଏହି ଦୁଇଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ […]
ନୂଆଦିଲ୍ଲୀ: ରାଜ୍ୟସଭାର ଖାଲିଥିବା ୧୯ଟି ସିଟ୍ ପାଇଁ ନିର୍ବାଚନ ଚାଲିଛି। ଗୁଜୁରାଟର ୪, ଆନ୍ଧ୍ରପ୍ରଦେଶର ୪, ମଧ୍ୟପ୍ରଦେଶ ଓ ରାଜସ୍ଥାନର ୩ଟି ଲେଖାଏ, ଝାରଖଣ୍ଡର ୨ଟି ଆସନ ପାଇଁ ନିର୍ବାଚନ ହେଉଛି। ସେହିଭଳି ,ମଣିପୁର, ମିଜୋରାମ ଓ ମେଘାଳୟର ଗୋଟିଏ ଲେଖାଏ ଆସନରେ ନିର୍ବାଚନ ହୋଇଛି। ଏହି ସବୁ ରାଜ୍ୟରେ ପାଖାପାଖି ଏକ ହଜାର ବିଧାୟକ ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ତେବେ ସବୁଠୁ କୌତୁହଳପୂର୍ଣ୍ଣ କଥା ହେଉଛି କରୋନା ସଂକ୍ରମିତ ମଧ୍ୟପ୍ରଦେଶର ଜଣେ କଂଗ୍ରେସ ବିଧାୟକ […]
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ପ୍ରଭାବ କମିବାରେ ନାଁ ନେଉନାହିଁ। ଆଜି କରୋନା ଦିନକରେ ୧୩, ୫୮୬ ଆକ୍ରାନ୍ତ ହୋଇଥିବା ବେଳେ ୩୩୬ ଜଣଙ୍କ ଜୀବନ ଯାଇଛି। ଏଥିସହିତ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨, ୫୭୩କୁ ବୃଦ୍ଧି ହୋଇଛି। ୨୪ ଘଣ୍ଟା ମଧ୍ୟରେ ଏତେସଂଖ୍ୟାକ ମୃତ୍ୟୁ ଓ ଆକ୍ରାନ୍ତ ହେବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୦ ହଜାର ୫୩୨ରେ […]
ନୂଆଦିଲ୍ଲୀ: ୧୩ ଦିନ ଧରି ଲଗାତର ମୂଲ୍ୟ ବୃଦ୍ଧି ଯୋଗୁ ଡିଜେଲ୍-ପେଟ୍ରୋଲ୍ ଦର ବୃଦ୍ଧି ଏବେ ରେକର୍ଡ କରିଛି। ଦିଲ୍ଲୀରେ ଡିଜେଲ୍ ମୂଲ୍ୟ ୭୭.୦୬ ଟଙ୍କା ବୃଦ୍ଧି ହୋଇଛି। ସେହିଭଳି ପେଟ୍ରୋଲ୍ ଦର ୧୯ ମାସରେ ସର୍ବାଧିକ ବୃଦ୍ଧି ହୋଇଛି। ତେବେ ପୂର୍ବରୁ ଡିଜେଲ୍ ମୂଲ୍ୟରେ ଏତେ ବୃଦ୍ଧି କେବେ ହୋଇ ନଥିଲା। ୧୬ ଅକ୍ଟୋବର ୨୦୧୮ରେ ଡିଜେଲ୍ ଦର ସର୍ବାଧିକ ୭୫.୬୯ ଟଙ୍କା ହୋଇଥିଲା। କିନ୍ତୁ ଏବେ ଦିଲ୍ଲୀରେ ଏହାର ଦର ୭୭.୦୬ ହୋଇଛି। ଆଜି […]
ୱାଶିଂଟନ: ଲଦାଖର ଗଲୱାନ ଭ୍ୟାଲିରେ ଚୀନ ସହ ସଂଘର୍ଷ କରି ସହିଦ ହୋଇଥିବା ଭାରତୀୟ ଯବାନଙ୍କ ପାଇଁ ଗଭୀର ଶୋକ ପ୍ରକାଶ କଲା ଆମେରିକା। ଆମେରିକା ରାଷ୍ଟ୍ର ସଚିବ ମାଇକ ପୋମ୍ପିଓ ଏ ନେଇ ଦୁଃଖ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି, “ ଚାଇନା ସହିତ ସଂଘର୍ଷ କରି ମୂଲ୍ୟବାନ ଜୀବନ ହରାଇଥିବା ଭାରତ ପାଇଁ ଆମେ ଗଭୀର ଶୋକ ପ୍ରକାଶ କରୁଛୁ।” ଚୀନ କୁଟନିତୀଜ୍ଞ ୟାଙ୍ଗ ଜେଇଚିଙ୍କ ସହିତ ଆଲୋଚନା ପରେ ଭାରତ […]