• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

sushil
ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ: ଆତ୍ମହତ୍ୟା କଲେ ପୁଣି ଜଣେ ଅଭିନେତା। କର୍ଣ୍ଣାଟକର ଟିଭି ଆକ୍ଟର୍‌ ଓ ଫିଟ୍‌ନେସ୍‌ ଟ୍ରେନର୍‌ ସୁଶୀଲ ଗୌଡ଼ା ତାଙ୍କ ଜନ୍ମସ୍ଥାନ ମାଣ୍ଡ୍ୟାରେ ଆତ୍ମହତ୍ୟା କରିଛନ୍ତି। ମାଣ୍ଡ୍ୟାର ଇଣ୍ଡୁଭାଲୁରେ ଥିବା ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ପୁଲିସ ଘଟଣାରେ ତଦନ୍ତ କରୁଛି। ତାଙ୍କ ମୃତ୍ୟୁ ଖବରରେ ଟିଭି ଇଣ୍ଡଷ୍ଟ୍ରୀ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ବଲିଉଡ୍‌ ଷ୍ଟାର୍ ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ସୁଶୀଲଙ୍କର ଏପରି ଚରମ […]

bloger
ଡୋମେନ୍‌ରେ ପରିବର୍ତ୍ତନ କଲା କି ଗୁଗଲ ? ବ୍ଲଗ୍‌ ଆକାଉଣ୍ଟକୁ ଆକ୍ସେସ୍ କରିପାରୁ ନାହାଁନ୍ତି ବ୍ଲଗର୍‌

ନୂଆଦିଲ୍ଲୀ: ଭାରତରେ ଅନେକ ବ୍ଲଗ୍‌ର ବର୍ତ୍ତମାନ ତାଙ୍କ ବ୍ଲଗ ଆକାଉଣ୍ଟକୁ ଆକ୍ସେସ୍ କରିପାରୁ ନାହାଁନ୍ତି। ତା ସହିତ ଭାରତୀୟ ଡୋମେନ୍‌ ଥିବା ଅନେକ ୱେବ୍‌ ପେଜ୍ ମଧ୍ୟ ଆକ୍ସେସ୍‌ ହେଉନଥିବା ଅଭିଯୋଗ ହେଉଛି। ଗୁଗଲ URLs blogspot.in. ଉପରେ ନିୟନ୍ତ୍ରଣ କରିପାରୁ ନଥିବାରୁ ଏପରି ଅସୁବିଧା ସୃଷ୍ଟି ହୋଇଛି। କିନ୍ତୁ ବ୍ଲଗ୍ ୟୁଜର ଏହାର URLsକୁ blogspot.com.ରେ ବଦଳାଇଲା ପରେ ଯାଇ ବ୍ଲଗ୍ ଶୋ କରୁଥିବା ଅଭିଯୋଗ ଆସୁଛି। Next Webର ରିପୋର୍ଟ ଅନୁସାରେ, ଗୁଗଲର ଆଉ […]

cm-mamata
ଆହୁରି ୭ ଦିନ ବଢ଼ିଲା ଲକ୍‌ଡାଉନ୍‌

କୋଲକାତା: ଲକ୍‌ଡାଉନ୍‌କୁ ୭ ଦିନ ଯାଏ ବଢ଼ାଇଲେ ପଶ୍ଚିମବଙ୍ଗ ସରକାର। କେବଳ କଣ୍ଟେନ୍‌ମେଣ୍ଟ ଜୋନ୍‌ଗୁଡ଼ିକରେ ଲକ୍‌ଡାଉନ୍‌କୁ ୭ ଦିନ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୁରବାର ସନ୍ଧ୍ୟା ୫ଟା ଠାରୁ ଏହି ନିର୍ଦ୍ଦେଶ ଜାରି କରାଯିବ। ମଙ୍ଗଳବାର ୨୫ ଜଣ କରୋନାରେ ପ୍ରାଣ ହରାଇବା ପରେ ପଶ୍ଚିମବଙ୍ଗ ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।  ଏହି ୨୫ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୦୭ରେ ପହଞ୍ଚିଛି। ତେବେ […]

police
ରେଡ୍‌ ନେଇ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଆଗୁଆ ସୂଚନା ଦେଇଥିବା ଦୁଇ ପୁଲିସ ଅଫିସର ଗିରଫ

ଲକ୍ଷ୍ନୌ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଆଇନ ହାତରୁ ଖସାଇ ଦେବାରେ ସାହାଯ୍ୟ କରିଥିବା ପୂର୍ବତନ ଚୌବେପୁର ଥାନା ଅଧିକାରୀ ବିନୟ ତିୱାରୀ ଏବଂ ସବ୍‌ ଇନ୍‌ସ୍ପେକ୍ଟର୍‌ କେକେ ଶର୍ମାଙ୍କୁ ଗରିଫ୍‌ କରାଯାଇଛି। ଗୋଟିଏ ଦିନର ପଚାରଉଚରା ପରେ ବିନୟ ଓ କେକେ ଶର୍ମାକୁ ଗିରଫ କରିଛି କାନ୍‌ପୁର ପୁଲିସ। ଏହି ଦୁଇଜଣ ପୁଲିସ୍‌ ରେଡ୍‌ କରିବା ନେଇ ବିକାଶକୁ ଗୁପ୍ତ ସୂଚନା ଦେଇଥିଲେ। ଫଳରେ ସେ ପୁଲିସ୍‌ ଉପରେ ଆକ୍ରମଣ କରିବାକୁ ସତର୍କ ହୋଇଯାଇଥିଲା। ସେଦିନ […]

hemant
ହୋମ୍ କ୍ୱାରେଣ୍ଟିନ୍‌ରେ ରହିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି: ହୋମ୍‌ କ୍ୱାରେଣ୍ଟିନରେ ରହିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। କରୋନା ସଂକ୍ରମିତ ହୋଇଥିବା ଜଣେ ମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିବା ପରେ ରାଞ୍ଚିସ୍ଥିତ ତାଙ୍କ ବାସଭବନରେ ନିଜକୁ କ୍ୱାରେଣ୍ଟିନ୍‌ କରିଛନ୍ତି ହେମନ୍ତ। ଏନେଇ ବୁଧବାର ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପ୍ରବେଶ ନିଷେଧ କରାଯାଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ମନ୍ତ୍ରୀ ମିଥିଲେଶ ଠାକୁରଙ୍କ ସଂସ୍ପର୍ଶରେ ଆସିଥିଲେ। ଗତକାଲି ମିଥିଲେଶ କୋଭିଡ୍-୧୨୯ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ହେମନ୍ତ ସୋରେନ୍‌ କ୍ୱାରେଣ୍ଟିନ୍‌ରେ ରହିଛନ୍ତି। […]

scindia
ସିନ୍ଧିଆଙ୍କ ପିଏଙ୍କୁ କରୋନା: ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ସଂସ୍ପର୍ଶରେ ବି ଆସିଥିଲେ

ଭୋପାଳ: ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବ୍ୟକ୍ତିଗତ ସହାୟକ(ପର୍ସନାଲ ଆସିଷ୍ଟାଣ୍ଟ) ଅନିଲ ମିଶ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ରିପୋର୍ଟ ଆସିବା ପୂର୍ବରୁ ଅନିଲ୍‌ ସିନ୍ଧିଆଙ୍କ ସହିତ ବିଭିନ୍ନ ସ୍ଥାନକୁ ଯାଇଛନ୍ତି। କେବଳ ସିନ୍ଧିଆ ନୁହଁନ୍ତି, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସଂସ୍ପର୍ଶରେ ବି ଆସିଛନ୍ତି ଅନୀଲ। ସୂଚନାନୁସାରେ, ଜୁଲାଇ ୨ ତାରିଖରେ ସିନ୍ଧିଆ ବିଧାୟକଙ୍କୁ ଭେଟିବା ସହିତ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ।  ଏହି ସମାରୋହରେ ଅନୀଲ ମଧ୍ୟ ତାଙ୍କ […]

titok
ଭାରତ ପରେ ଆମେରିକା ବି ବ୍ୟାନ୍ କରିପାରେ ଚାଇନା ଆପ୍‌

ନୂଆଦିଲ୍ଲୀ: ଭାରତ ପରେ ଆମେରିକା ମଧ୍ୟ ଚାଇନା ଆପ୍‌ ଉପରେ ବ୍ୟାନ୍ ଲଗାଇବ। ଟିକ୍‌ଟକ୍ ସମେତ ଅନ୍ୟ କେତେକ ଆପ୍‌ ଉପରେ ବ୍ୟାନ୍‌ ଲଗାଇବା ଉପରେ ବିଚାର କରାଯାଉଥିବା ଆମେରିକା ରାଷ୍ଟ୍ର ସଚିବ ମାଇକ ପମ୍ପିଓ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି “ ଆମେ ବର୍ତ୍ତମାନ ଟିକ୍‌ଟକ ସହ ଆମେରିକାରେ ଚାଲିଥିବା ଚାଇନିଜ୍‌ ସୋଶାଲ ମିଡିଆ ଆପ୍‌କୁ ବ୍ୟାନ କରିବାକୁ ଚିନ୍ତା କରୁଛୁ। ଏହା କେବେ କରାଯିବ ଓ କେଉଁଭଳି କରାଯିବ, ସେ ବିଷୟରେ ଖୁବ୍‌ଶୀଘ୍ର […]

student
ବିଦେଶୀ ଛାତ୍ରଛାତ୍ରୀଙ୍କୁ ଦେଶ ଛାଡ଼ିବାକୁ କହିଲା ଆମେରିକା

ୱାଶିଂଟନ: ପ୍ରଥମେ ବିଦେଶୀ ବୃତ୍ତିଧାରୀଙ୍କୁ ଛାଟ ମାରିବା ପରେ ଟ୍ରମ୍ପ ପ୍ରଶାସନ ଏବେ ବିଦେଶୀ ଛାତ୍ରଙ୍କୁ ଟାର୍ଗେଟ କରିଛି। କରୋନା ସଂକ୍ରମଣ ଆଳରେ ଆମେରିକାରୁ ବିଦେଶୀ ଛାତ୍ରଙ୍କୁ ତଡ଼ିବା ଲାଗି ପଦକ୍ଷେପ ନେଇଛି ଆମେରିକା ଇମିଗ୍ରେସନ ଆଣ୍ଡ କଷ୍ଟମସ ଏନ୍‌ଫୋର୍ସମେଣ୍ଟ ବିଭାଗ। କରୋନା ପାଇଁ କଟକଣା ଲାଗିଥିବାରୁ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଅନଲାଇନରେ ପାଠପଢ଼ା ହେଉଛି। ଏହାକୁ ନେଇ ଆଇସିଇ କହିଛି ଯେ, ଯେଉଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସଂପୂର୍ଣ୍ଣ ଭାବେ ଅନଲାଇନରେ ହେଉଛି। ସେମାନଙ୍କୁ ଆଉ ଆମେରିକାରେ […]

pok
ପାକିସ୍ତାନ ଓ ଚୀନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲେ ପିଓକେ ବାସିନ୍ଦା

  ଶ୍ରୀନଗର: ପାକିସ୍ତାନ ଅଧିକୃତ କାଶ୍ମୀରର ମୁଜାଫରାବାଦରେ ପାକିସ୍ତାନ ଓ ଚୀନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟବାସିନ୍ଦା। ନୀଲମ୍ ଓ ଝେଲମ ନଦୀ ଉପରେ ଡ୍ୟାମ ନିର୍ମାଣକୁ ବିରୋଧ କରି ଶହ ଶହ ସଂଖ୍ୟାର ଲୋକ ପ୍ଲାକାର୍ଡ ଧରି ଜୋରଦାର ବିକ୍ଷୋଭ କରିବା ସହ ନିର୍ମାଣ ବନ୍ଦ ପାଇଁ ଦାବି କରିଛନ୍ତି। ନୀଲମ ଓ ଝେଲମ ନଦୀରେ ଡ୍ୟାମ ନିର୍ମାଣ କରିବା ଲାଗି ପାକିସ୍ତାନ ଓ ଚୀନ୍ ମଧ୍ୟରେ ରାଜିନାମା ସ୍ୱାକ୍ଷର ହେବା ପରେ ଚୀନ୍ […]

gun-shoot
ଯବାନଙ୍କ ଜୀବନ ନେଲେ ଯବାନ: ASIଙ୍କୁ ଗୁଳି କରି ଆତ୍ମହତ୍ୟା କଲେ କନଷ୍ଟେବଲ

ଶ୍ରୀନଗର: ସାମାନ୍ୟ ଯୁକ୍ତିତର୍କରୁ ଉତ୍‌କ୍ଷିପ୍ତ ହୋଇ ସଶସ୍ତ୍ର ସୀମା ବଳର ଜଣେ କନଷ୍ଟେବଲ୍‌ ପାରାମିଲଟାରୀ ଫୋର୍ସର ଜଣେ ଏଏସ୍‌ଆଇଙ୍କୁ ଗୁଳି କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ସୋମବାର କାଶ୍ମରୀର କୁଲଗାମ ଜିଲ୍ଲାରେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ, ଏଏସ୍‌ଆଇ ସନ୍ଦୀପ କୁମାର ଓ କନଷ୍ଟେବଲ୍‌ ହେମନ୍ତ ଶର୍ମାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଖୁବ୍‌ଜୋର୍‌ରେ ଯୁକ୍ତିତର୍କ ହୋଇଥିଲା। ଏସ୍‌ଏସ୍‌ବିର ୪୯ ବାଟାଲିୟନ୍‌ର କାର୍ଯ୍ୟରତ ଥିବା ଉଭୟ ଯବାନ ଗୋଟିଏ ସ୍ଥାନରେ ପୋଷ୍ଟିଂ ହୋଇଥିଲେ। ଉଭୟଙ୍କ […]

coronavirus
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ପାର୍

ନୂଆଦିଲ୍ଲୀ: ସଟ୍‌ଡାଉନ୍‌, ଲକ୍‌ଡାଉନ୍‌ ଅନ୍‌ଲକ୍‌ ଯେତେ ଯାହା କଲେ ବି କରୋନାକୁ ଲଗାମ ଦେଇ ହେଉନାହିଁ। ଦେଶରେ ହୁହୁ ହୋଇ ମାଡ଼ି ଚାଲିଛି ମହାମାରୀ କରୋନା। ଏବେ ପ୍ରାୟ ପ୍ରତିଦିନ ୨୦ ହଜାର ଲୋକ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଛି। ୨୪ ଘଣ୍ଟାରେ ତଥ୍ୟକୁ ମିଶାଇ ମଙ୍ଗଳବାର ସକାଳ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଛି। ଆକ୍ରାନ୍ତଙ୍କ ସଂଖ୍ୟା ପଞ୍ଚିଛି ୭ ଲକ୍ଷ ୧୯ ହଜାର […]

dhoni
ହ୍ୟାପି ବାର୍ଥ ଡେ ମାହି; 'ଧୋନିଙ୍କ ପ୍ରତିନିଧିତ୍ୱ ଶୈଳୀ ଶବ୍ଦରେ ପ୍ରକାଶ କରିହେବନି'

ନୂଆଦିଲ୍ଲୀ: ଜୁଲାଇ ୭ ତାରିଖ, ମାନେ ଆଜି ୩୯ ବର୍ଷରେ ପାଦ ଦେଲେ ଟିମ୍‌ ଇଣ୍ଡିଆରେ ପୂର୍ବତନ କ୍ୟାପ୍ଟେନ୍‌ ମହେନ୍ଦ୍ର ସିଂହ ଧୋନି। ବର୍ତ୍ତମାନ ସେ ଆଉ ପଡ଼ିଆରେ ବଡ଼ ହିଟ୍‌ ମାରୁ ନାହାଁନ୍ତି କି ପ୍ରତିପକ୍ଷକୁ ପରାଜିତ କରିବାକୁ ରଣନୀତି କରୁନାହାଁନ୍ତି। କିନ୍ତୁ ତଥାପି ସେ ତାଙ୍କ ଫ୍ୟାନ୍‌ଙ୍କ ହୃଦୟରେ ରାଜ୍ କରୁଛନ୍ତି ‘ମାହି ଦି କ୍ୟାପ୍ଟେନ୍‌ କୁଲ୍’‌ ଭାବେ। ଆଜି ତାଙ୍କ ଜନ୍ମଦିନରେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ କରୁଛି  #HappyBirthdayMSDhoni । ତାଙ୍କର ହଜାର […]

exam
ବିଶ୍ୱବିଦ୍ୟାଳୟ ପରୀକ୍ଷାକୁ ମିଳିଲା ଗ୍ରୀନ୍ ସିଗ୍‌ନାଲ

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ପରୀକ୍ଷାକୁ ମିଳିଲା କେନ୍ଦ୍ରର ଗ୍ରୀନ୍ ସିଗ୍‌ନାଲ। ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପରୀକ୍ଷା କରିବା ପାଇଁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେଇଛନ୍ତି। ଏନେଇ କେନ୍ଦ୍ର ଉଚ୍ଚଶିକ୍ଷା ସଚିବଙ୍କୁ ଗୃହ ମନ୍ତ୍ରାଳୟ ଚିଠି ଲେଖିଛନ୍ତି। ଫାଇନାଲ ପରୀକ୍ଷା ନିଶ୍ଚିତ ଭାବେ କରିବାକୁ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି। ୟୁଜିସି ଗାଇଡଲାନ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏସ୍ଓପି ମାନି ପରୀକ୍ଷା ହେବ ବୋଲି ଚିଠିରେ ଉଲ୍ଲେଖ ଅଛି। ସେପ୍ଟେମ୍ବରରେ ଶେଷ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ […]

air
ଜୁଲାଇ ୧୧ତାରିଖରୁ ପୁଣି ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୧ତାରିଖରୁ ପୁଣି ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା। ଭାରତରୁ ଆମେରିକା ମଧ୍ୟରେ ଜୁଲାଇ ୧୭ତାରିଖ ଭିତରେ ଚଳାଚଳ କରିବ ପ୍ରାୟ ୩୬ଟି ଏୟାର ଇଣ୍ଡିଆ ବିମାନ। ବନ୍ଦେ ଭାରତ ମିଶନ୍‌ରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶକୁ ଫେରାଇ ଅଣାଯିବ। ଏୟାର ଇଣ୍ଡିଆ ୱେବସାଇଟରୁ କାଲି ରାତି ୮ଟା ପରଠୁ ଟିକେଟ୍ ଉପଲବ୍ଧ ହେବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଏୟାର ଇଣ୍ଡିଆ। ଏହା ପୂର୍ବରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ବନ୍ଦେ ଭାରତ […]

ghaziabd
କାରଖାନାରେ ଭୟଙ୍କର ବିସ୍ଫୋରଣ: ଉଡ଼ିଗଲା ଛାତ, ୭ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗାଜିଆବାଦରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏକ କାରଖାନାରେ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗାଜିଆବାଦ ମୋଦିନଗରରେ ଥିବା ମହମବତୀ କାରଖାନାରେ ଘଟିଛି ବିସ୍ଫୋରଣ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କାରଖାନାର ଛାତ ମଧ୍ୟ ଉଡ଼ିଯାଇଛି। କିଭଳି ସ୍ଥିତିରେ ଏହି ବିସ୍ଫୋରଣ ଘଟିଲା ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ଛାନ୍‌ଭିନ୍ ଚଳାଇଛି। ପ୍ରାଥମିକ ଭାବେ ସ୍ଥାନୀୟ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ […]

keralaj
କରୋନା ପାଇଁ ନୂଆ ଗାଇଡଲାଇନ୍: ପୂରା ବର୍ଷେ ପାଇଁ କଟକଣା ଜାରି

ବେଙ୍ଗାଲୁରୁ: କରୋନା ସଂକ୍ରମଣ ରୋକିବାକୁ ନୂଆ ଗାଇଡଲାଇନ୍ ଆଣିଲେ କେରଳ ସରକାର। ଏପିଡେମିକ୍ ଡିଜିଜ୍ ଆକ୍ଟରେ ସଂଶୋଧନ ଆଣି ପୂରା ବର୍ଷେ ପାଇଁ କଟକଣା ଜାରି କଲା କେରଳ। ଗାଇଡଲାଇନ୍ ଭାଙ୍ଗିଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ବି ଦେବାକୁ ପଡ଼ିବ। କେରଳ ସରକାର ଜାରି କରିଥିବା ନୂଆ ଗାଇଡଲାଇନ୍‌ରେ ସର୍ବସାଧାରଣ ସ୍ଥାନରେ ୬ ଫୁଟ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି। ତା ସହିତ ଦୋକାନ ଓ ବ୍ୟବସାୟ […]

coronavirus-12
ଜନଜାତିଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଲେ; ସମାଧି ଖୋଳି ଶବ ଫେରାଇଲେ ସରକାର

କ୍ୱିଟୋ: କରୋନାରେ ମୁଖିଆଙ୍କ ମୃତ୍ୟୁ ପରେ ଶବ ଫେରାଇ ନେବାକୁ ଦାବି କରି ୬ ଜଣଙ୍କୁ ଅପହରଣ କରିଥିଲେ ଜନଜାତି ସମ୍ପ୍ରଦାୟର ଲୋକେ। ଲାଟିନ୍ ଆମେରିକୀୟ ଦେଶ ଇକ୍ୟୁଏଡର୍‌ର ଆମାଜନରେ ରହୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକେ ଏହି କାଣ୍ଡ ଘଟାଇଥିଲେ। ଶୁକ୍ରବାର ପେରୁଭିଆନ୍‌ ବୋର୍ଡର ନିକଟସ୍ତ କୁମେ ଗାଁରେ ଦୁଇ ପୁଲିସ୍ ଅଫିସର ଦୁଇ ସୈନିକ ଓ ଦୁଇ ସ୍ଥାନୀୟ ବାସିନ୍ଦାକୁ ଅପହରଣ କରି ନେଇ ବଦଳରେ ମୁଖିଆଙ୍କ ଶବ ମାଗିଥିଲେ। ଶବ ହସ୍ତାନ୍ତର କରିବା ପରେ […]

bikas
ଶହେ ଦିନରେ ୨ କୋଟି ଲୋକଙ୍କୁ ଖାଇବାକୁ ଦେଲେ ବିକାଶ ଖାନ୍ନା

ନୂଆଦଲ୍ଲୀ: କରୋନା ମହାମାରୀ ବେଳେ ଶହେ ଦିନରେ ୨ କୋଟି ଲୋକଙ୍କୁ ଖାଇବାକୁ ଦେଇ ଚର୍ଚ୍ଚାରେ ଷ୍ଟାର୍ ସେଫ୍ ବିକାଶ ଖାନ୍ନା। ବଡ଼ କଥା ହେଉଛି ନ୍ୟୁୟର୍କରେ ଥାଇ ସେ କୋଟି କୋଟି ଭାରତୀୟଙ୍କ ପାଖରେ ଖାଦ୍ୟ ପହଞ୍ଚାଇ ପାରିଛନ୍ତି। ଫିଡ୍ ଇଣ୍ଡିଆ କ୍ୟାମ୍ପେନ୍ ଜରିଆରେ ଲକ୍‌ଡାଉନ୍ ବେଳେ ସେ ଗରିବ ଅସହାୟଙ୍କୁ ଖାଇବା ଯୋଗାଇଛନ୍ତି। ଏକ ସାକ୍ଷାତକାରରେ ସେ ଏଭଳି ନିଆରା ପ୍ରୟାସର ଉଦ୍ଦେଶ୍ୟ ବିଷୟରେ କହିଛନ୍ତି। ତେବେ ତାଙ୍କର ଏଭଳି ପ୍ରୟାସ ପଛରେ ତାଙ୍କ  […]