ନୂଆଦିଲ୍ଲୀ: ବନ୍ୟଜନ୍ତୁ ଆକ୍ରମଣରେ ମୃତାହତ କିମ୍ବା କ୍ଷତିଗ୍ରସ୍ତ ଲୋକଙ୍କୁ ୨୪ ଘଣ୍ଟା ଭିତରେ ସହାୟତା ରାଶି ପ୍ରଦାନ ପାଇଁ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। ୨୪ ଘଣ୍ଟା ଭିତରେ ଅତି କମ୍ରେ ୨୫ ପ୍ରତିଶତ ସହାୟତା ରାଶି ପ୍ରଦାନ କରାଯିବ ନେଇ ନିଷ୍ପତ୍ତି ହୋଇଛି। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ। ସହାୟତା ମିଳିବାରେ ବିଳମ୍ବ ହେତୁ […]
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତଦିନ ତୁଳାରେ ଏବେ ସାମାନ୍ୟ ହ୍ରାସ ପାଇଛି। ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସାଧାରଣ ଲୋକଙ୍କର ଦ୍ରୁତ ପରୀକ୍ଷା ସହ ବିଭାଗୀୟ ସମନ୍ୱୟ ପାଇଁ ଏହି ସଂଖ୍ୟାରେ ହ୍ରାସ ଅଣାଯାଇପାରିଛି। ହେଲେ ସଚେତନ ନରହିଲେ, ଆଗକୁ ପୁଣି ସଂଖ୍ୟା ବଢ଼ିପାରେ ବୋଲି କେଜ୍ରି କହଛନ୍ତି। ତେଣୁ ମାସ୍କ, ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତ୍ୱକୁ ଲୋକେ ମାନିଲେ, ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି […]
ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ୍ ସଂପର୍କରେ ଆଜି ସବିଶେଷ ସୂଚନା ଦେଇଛନ୍ତି ICMR ଡିଜି ବଳରାମ ଭାର୍ଗବ। କରୋନା ଭ୍ୟାକସିନ ପ୍ରସ୍ତୁତ ପାଇଁ ଭାରତୀୟ ବୈଜ୍ଞାନିକ ଲାଗି ପଡ଼ିଛନ୍ତି। ୨ଟି ଭ୍ୟାକସିନର ମାନବିକ ପରୀକ୍ଷଣ ଆରମ୍ଭ କରାଯାଇଛି। ପ୍ରତି ଭ୍ୟାକ୍ସିନ୍ ପରୀକ୍ଷଣ ପାଇଁ ୧ ହଜାର ଲେଖାଏଁ ସ୍ୱେଚ୍ଛାସେବୀ ମନୋନୀତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଭାର୍ଗବ। ସେହିଭଳି ବିଦେଶରେ କରୋନା ଭ୍ୟାକ୍ସିନ୍ ଆବିଷ୍କାର ନେଇ ସୂଚନା ଦେଇ ସେ କହିଛନ୍ତି, ପ୍ରଥମ ଦେଶ ଭାବେ ରୁଷ ମାନବିକ […]
ଗାନ୍ଧିନଗର: ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହେଲେ ହାର୍ଦ୍ଦିକ ପଟେଲ। ଶନିବାର ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛି ଦଳ। ତୁରନ୍ତ ପଦକ୍ଷେପ ଅନୁସାରେ ହାର୍ଦ୍ଦିକଙ୍କୁ ଗୁଜରାଟ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଏନେଇ ସୂଚନା ଦେଇଛି ଗୁଜରାଟ କଂଗ୍ରେସ। ୧୦୧୫ରେ ପଟିଦାର ଆନ୍ଦୋନଳନରେ ଭାଗ ନେଇ ଚର୍ଚ୍ଚାକୁ ଆସିଥିଲେ ହାର୍ଦ୍ଦିକ। ପଟିଦାର ସମ୍ପ୍ରଦାୟଙ୍କୁ ସରକାରୀ ସହାୟତା ସହିତ ସଂରକ୍ଷଣ ପାଇଁ ସେ ଦାବି […]
ୱାଶିଂଟନ: କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାସ୍କ ପିନ୍ଧିଥିବା ନଜରକୁ ଆସିଛି। ଶନିବାର ଏକ ସେନା ହସ୍ପିଟାଲକୁ ବୁଲିବାକୁ ଯାଇଥିବା ବେଳେ ଟ୍ରମ୍ପ ମାସ୍କ ପିନ୍ଧିଥିଲେ। ଆହତ ସୈନ୍ୟଙ୍କୁ ଦେଖିବାକୁ ୱାଲଟର ରିଡ୍ ମିଲିଟାରି ହସ୍ପିଟାଲ ଯାଇଥିବା ବେଳେ ଟ୍ରମ୍ପ କଳା ରଙ୍ଗର ଏକ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତେବେ ଏହା ପୂର୍ବରୁ ହ୍ୱାଇଟ୍ ହାଉସରେ ଟ୍ରମ୍ପ କହିଥିଲେ ମୁଁ କେବେ ବି ମାସ୍କ ବିରୋଧରେ ନାହିଁ। […]
ଚଣ୍ଡିଗଡ଼: ଐଶ୍ୱର୍ଯ୍ୟା ରାୟ ଓ ରଣଦୀପ ହୁଡ୍ଡାଙ୍କ ସହିତ ଫିଲ୍ମ ‘ସରବଜିତ୍’ରେ ଅଭିନୟ କରିଥିବା ଆକ୍ଟର ରଞ୍ଜନ ସେହଗଲଙ୍କର ପରଲୋକ ହୋଇଛି। ଶରୀର କିଛି ଅଙ୍ଗ କାମ ନ କରିବାରୁ ସେ ଦୀର୍ଘଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ଚଣ୍ଡିଗଡ଼ର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମାତ୍ର ୩୬ ବର୍ଷରେ ଦୁନିଆକୁ ଅଲ୍ବିଦା କହି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି ରଞ୍ଜନ। ତାଙ୍କ ଦେହାନ୍ତରେ ସିନେ ଜଗତରେ ଶୋକର […]
ମୁମ୍ବାଇ: ବଚ୍ଚନ ପରିବାର ଆଉ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମାଆ ଝିଅଙ୍କ ରିପୋର୍ଟ ପଜିଟିଭ୍ ଆସିବା ନେଇ BMC ସହକାରୀ କମିଶନର ସୂଚନା ଦେଇଛନ୍ତି। ବୋହୂ ଆଉ ନାତୁଣୀଙ୍କୁ ମିଶାଇ ଅମିତାଭ ବଚ୍ଚନଙ୍କ ପରିବାରର ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ତେବେ ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ […]
ନୂଆଦିଲ୍ଲୀ: କରୋନା ମହାମାରୀ ବେଲଗାମ ହେଉଥିବା ବେଳେ ରାଜସ୍ଥାନରେ କିନ୍ତୁ ବହିଲାଣି ଗରମ ରାଜନୈତିକ ହାୱା। ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ଆଉ ପଟ୍ଟ ପରିବର୍ତ୍ତନ ହେବନି ତ ? କମଲନାଥଙ୍କ ଭଳି ଅଶୋକ ଗେହଲୋଟଙ୍କର ମୁଖ୍ୟମନ୍ତ୍ରୀ ଚୌକି ଖସିଯିବନି ତ ? ଏବେ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଲାଣି। କାରଣ ୧୨ ଜଣ ଅନୁଗାମୀଙ୍କ ସହିତ ଆଜି ସକାଳୁ ଦିଲ୍ଲୀ ଯାଇଛନ୍ତି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଏକ୍ଚାଟିଆ ମନବୃତ୍ତି ଓ […]
ଦୀସପୁର: ଦେଶରେ କୋଭିଡ୍ ପରିସ୍ଥିତି ଜଟିଳ ହେଉଥିବା ବେଳେ ସେପଟେ ବନ୍ୟାପାଣିରେ ଉବୁଟୁବ ହେଉଛି ଆସାମ। ଲଗାଣ ବର୍ଷା ପରେ ବ୍ରହ୍ମପୁତ୍ରରେ ଜଳ ପତ୍ତନ ବୃଦ୍ଧି ପାଇବା ସହ ଆସାମର ଦିବ୍ରୁଗଡ଼ ଓ ପଡ଼ୋଶୀ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଶନିବାର ଧୁବ୍ରୀ ଓ କୋକରାଝାର ଜିଲ୍ଲାରେ ଦୁଇ ଜଣଙ୍କର ଜୀବନ ଯାଇଥିବା ଥିବା ବେଳେ ରାଜ୍ୟରେ ମୋଟ ୪୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ କେବଳ ବର୍ଷା ଯୋଗୁ ମାଟି […]
ମୁମ୍ବାଇ: ବଲିଉଡ୍ ଷ୍ଟାର୍ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକଙ୍କୁ କରୋନା ପରେ ଏବେ ପୁଣି ଜଣେ ବଲିଉଡ୍ ଷ୍ଟାର୍ଙ୍କ ଘରେ ପଶିଛି କରୋନା। ଭେଟେରାନ୍ ଆକ୍ଟର ଅନୁପମ୍ ଖେର୍ଙ୍କ ମାଆଙ୍କୁ କରୋନା ହୋଇଥିବା ନିଜେ ଅନୁପମ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିସହିତ ଅନୁପମଙ୍କ ଭାଇ, ଭାଉଜ ଓ ଝିଆରୀଙ୍କୁ ବି କରୋନା ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନୁପମଙ୍କ ରିପୋର୍ଟ କିନ୍ତୁ ନେଗେଟିଭ ଆସିଛି। ଅନୁପମଙ୍କ ମାଆଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା […]
ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କଲା ବିଏମ୍ସି(ବ୍ରିହାନମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ)। ଏ ନେଇ ଅମିତାଭଙ୍କ ବଙ୍ଗଳା ଜଲ୍ସା ବାହାରେ ବିଏମ୍ସି ନୋଟିସ୍ ମାରି କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛି। ଏଥିସହିତ ଉକ୍ତ ଅଞ୍ଚଳକୁ ସାନିଟାଇଜ୍ କରିବା ଆରମ୍ଭ କରିଦେଇଛି ବିଏମ୍ସି। ପୂର୍ବରୁ ଆଜି ସକାଳେ ମୁମ୍ବାଇ ସ୍ଥିତ ଅମିତାଭଙ୍କ ବାସ ଭବନରେ ବିଏମ୍ସି ପହଞ୍ଚିଥିଲା। ଘର ଆଖପାଖରୁ ଭିଡ଼ ହଟାଇବାକୁ ମୁମ୍ବାଇ ପୁଲିସ୍ ଘର ବାହାରେ ବ୍ୟାରିକେଡ୍ କରି ଉକ୍ତ ଅଞ୍ଚଳକୁ ସିଲ୍ […]
ନୂଆଦିଲ୍ଲୀ: ଦେଶରେ ଦିନକରେ କରୋନା ନେଇଛି ୫୫୧ ଜୀବନ। ଏହା ସହିତ ସର୍ବାଧିକ ୨୮ ହଜାର ୬୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୨ ହଜାର ୬୭୪କୁ ବୃଦ୍ଧି ପାଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୯ ହଜାର ୫୫୩ ଛୁଇଁଛି। ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୩୪ ହଜାର ୬୨୦ ଜଣ। ଆଉ ଆକ୍ଟିଭ କେସ୍ ୨ ଲକ୍ଷ ୯୨ ହଜାର ୨୫୮ ରହିଛି। କେବଳ […]
ମୁମ୍ବାଇ: ମହାରାଷ୍ଟ୍ର ରାଜଭବନରେ ପଶିଲା କରୋନା। ରାଜଭବନର ୧୬ ଜଣ ଷ୍ଟାଫଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ରାଜ୍ୟପାଳ ଭଗତ ସିଂ କୋଶିଆରିଙ୍କୁ ଆଇସୋଲେସନ୍କୁ ପଠାଯାଇଛି। ମହାରାଷ୍ଟ୍ର ରାଜଭବନର ୧୦୦ ଜଣଙ୍କର ସ୍ୱାବ୍ ଟେଷ୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫୫ ଜଣଙ୍କର ରିପୋର୍ଟ ଆସିଥିବା ବେଳେ ୧୬ ଜଣଙ୍କର ପଜିଟିଭ୍ ଆସିଛି। ଗତକାଲି ମୁମ୍ବାଇରେ ରହୁଥିବା ବଲିଉଡ୍ର ଭେଟେରାନ୍ ଅଭିନେତା ବିଗ୍ବି ଅମିତାଭ ବଚ୍ଚନ(୭୭) ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ(୪୪) କରୋନା ରିପୋର୍ଟ ପଜିଟିଭ୍ […]
ମୁମ୍ବାଇ: ଆଧାର କାର୍ଡ ଦେଲେ ମିଳିବ କରୋନା ଔଷଧ। ମହାରାଷ୍ଟ୍ରରେ ରୋଗୀଙ୍କୁ କରୋନା ଔଷଧ ମିଳୁନଥିବା ବେଳେ ଏହାର କଳବାଜାରୀ ହେଉଛି। ବାହାରେ ଔଷଧର ଦାମ୍ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଏହି ଅଭିଯୋଗ ଆସିବା ପରେ କଡ଼ା କଟକଣା କରିଛନ୍ତି ମହାରାଷ୍ଟ୍ର ସରକାର। ରୋଗୀ କୋଭିଡ-୧୯ ସାର୍ଟିଫିକେଟ୍, ପ୍ରେସ୍କ୍ରିପସନ୍ ଏବଂ ଫୋନ୍ ନମ୍ବର ଦେଖାଇଲେ ଯାଇ ସେମାନଙ୍କୁ ସିଧାସଳଖ କରୋନା ଔଷଧ ଦିଆଯିବ ବୋଲି ବିଭାଗୀୟ ମୁଖ୍ୟ କହିଛନ୍ତି। ସାରା ଦେଶରେ ମହାରାଷ୍ଟ୍ର କରୋନାରେ […]
ମୁମ୍ବାଇ: ବିଗବି ଅମିତାଭ ବଚ୍ଚନଙ୍କ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅଭିଷେକ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ମୁମ୍ବାଇରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। Earlier today both my father and I tested positive for COVID 19. Both of us having […]
ଲକ୍ଷ୍ନୌ: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବଡ଼ ଝିଅଙ୍କର ପରୀକ୍ଷା ରେଜଲ୍ଟ ବାହାରିଛି। ଝିଅର ରେଜଲ୍ଟ ଦେଖି ବାପା ଅଖିଳେଶ ବେଶ୍ ଖୁସ୍। କାଉଁସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ଜାମିନେସନ୍(ସିଆଇଏସ୍ସିଇ)ର ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୮% ମାର୍କ ରଖିଛନ୍ତି ଅଖିଳେଶଙ୍କ ବଡ଼ ଝିଅ ଅଦିତି। ଯାହାକୁ ଖୁସୀରେ ଟ୍ୱିଟର୍ ଶେୟାର କରିବା ସହିତ ଝିଅକୁ ଶୁଭକାମନା ଜଣାଇଛନ୍ତି ଅଖିଳେଶ। ଏଥିସହିତ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ […]
ମୁମ୍ବାଇ: କାନପୁର ଗୁଳିକାଣ୍ଡରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୁଲିସ। ଏହି ଦୁଇ ଅଭିଯୁକ୍ତ ହେଲେ ଗଡ୍ଡନ ତ୍ରିବେଦୀ ଓ ସୋନୁ ତିୱାରୀ। ସେଦିନ ୮ ପୁଲିସ ସହିଦ ହେବା ଘଟଣାରେ ସାମିଲ୍ ଥିବା ଗଡ୍ଡନ ତ୍ରିବେଦୀ ଘଟଣା ଘଟାଇବା ପରେ ନିଜ ମୋବାଇଲ୍କୁ ତା ଗାଁ ପାଖ ଏକ ଦୋକାନରେ ରଖି ଫେରାର୍ ହୋଇଯାଇଥିଲା। ଘଟଣାସ୍ଥଳରରୁ ଫେରାର୍ ବେଳେ ଗଡ୍ଡନ ତା ଡ୍ରାଇଭର ସହିତ ଦତିୟା ପର୍ଯ୍ୟନ୍ତ ଆସିବା […]
ଚେନ୍ନାଇ: କିଡ୍ନୀ ରୋଗରେ ପୀଡ଼ିତ ଥିବା ତାମିଲ ଅଭିନେତା ପୋନ୍ନାମବାଲାମଙ୍କୁ ସହଯୋଗରେ ହାତ ବଢ଼ାଇଲେ ସୁପର୍ ଷ୍ଟାର୍ ରଜନୀ କାନ୍ତ। କିଛିମାସ ହେଲା କିଡ୍ନୀ ରୋଗରେ ପୀଡ଼ିତ ଥିବା ପୋନ୍ନାମବାଲାମ ଏହି ସପ୍ତାହରେ ଚେନ୍ନାଇର ଏକ ପ୍ରାଇଭେଟ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ଦେଖା ଦେବାରୁ ଏଭଳି ସମୟରେ ସହଯୋଗର ହାତ ବଢ଼ାଇଛନ୍ତି ରଜନୀକାନ୍ତ। ଏନେଇ ରଜନୀକାନ୍ତଙ୍କ ପ୍ରଚାରକ ରିୟାଜ୍ ଅହମଦ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ରଜନୀ ସାର୍ […]
ନୂଆଦିଲ୍ଲୀ: କୋଭିଡ୍-୧୯ ଗତ ଶହେ ବର୍ଷରେ ସବୁଠାରୁ ବଡ଼ ଆର୍ଥିକ ଓ ସ୍ୱାସ୍ଥ୍ୟ ସମସ୍ୟା ବୋଲି କହିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। କରୋନା ମାଡ଼ ଯୋଗୁଁ ବିଶ୍ୱବ୍ୟାପୀ ଶିଳ୍ପ, ବାଣିଜ୍ୟ ଓ ସାମାଜିକ କ୍ଷେତ୍ର ଗୁରୁତର ପ୍ରଭାବିତ ହେବା ସହ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। କରୋନା ଭାରତୀୟ ଅର୍ଥନୀତି ପାଇଁ ସବୁଠୁ ବଡ଼ ଆହ୍ୱାନ ସୃଷ୍ଟି କରିଥିବା କହିଛନ୍ତି ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର। ତେବେ ଅର୍ଥନୈତିକ ଅଭିବୃଦ୍ଧି ସହ ଆର୍ଥିକ ସ୍ଥାୟୀତ୍ୱ ବଜାୟ ରଖିବା […]
ଭୁବନେଶ୍ୱର: ଧାବିକା ଦୂତୀ ଚାନ୍ଦ ତାଙ୍କ ବିଏମ୍ଡବ୍ଲୁ କାର୍କୁ ବିକ୍ରି କରିବା ନେଇ ଫେସ୍ବୁକ୍ରେ କରିଥିବା ପୋଷ୍ଟକୁ ଡିଲିଟି କରିଦେଇଛନ୍ତି। ନିଜର ଟ୍ରେନିଂ ଖର୍ଚ୍ଚ କରିବା ପାଇଁ ସେ କାର୍କୁ ବିକ୍ରି କରିବାକୁ ଚାହୁଁଥିଲେ। ଏନେଇ ସୋସିଆଲ୍ ମିଡିଆରେ କାର୍ ଫଟୋ ଅପଲୋଡ କରିବା ସହିତ ଆଶାୟୀ ଗ୍ରାହକ ତାଙ୍କୁ ମେସେଜ୍ କରିପାରିବେ ବୋଲି ଲେଖିଥିଲେ ଦୂତୀ। ପରେ ଏହାକୁ ଡିଲିଟ୍ କରିଦେଇଛନ୍ତି। ଦୂତୀ ୨୦୧୫ର ବିଏମ୍ଡବ୍ଲୁ ୩-ସିରିଜ୍ର ଏହି କାର୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲେ। […]
ନୂଆଦିଲ୍ଲୀ: ପିଏମ୍ କେୟାର୍ ଫଣ୍ଡର ଅଡିଟ୍କୁ ଅଟକାଇଲେ କେନ୍ଦ୍ର ସରକାର। କେନ୍ଦ୍ରକୁ ସହଯୋଗ କଲା ବିଜେଡି। ଜାତୀୟ ଗଣମାଧ୍ୟମ ଏନ୍ଡିଟିଭିରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ପାର୍ଲାମେଣ୍ଟାରୀ ପ୍ୟାନେଲ୍ ପବ୍ଲିକ ଆକାଉଣ୍ଟ କମିଟି(ପିଏସି) ପିଏମ୍ କେୟାର୍ ଫଣ୍ଡସର ଅଡିଟ୍ କରିବାକୁ ଦାବି କରିଥିଲା। କିନ୍ତୁ ବିଜେପି ନେତା ଓ ବିଜେଡି ସାଂସଦ ଏହାକୁ ବିରୋଧ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ପିଏସି ପୂର୍ବରୁ 2G ସ୍ପେକ୍ଟ୍ରମ ଭଳି ବଡ଼ ବଡ଼ ଦୁର୍ନୀତିର ଅଡିଟ୍ କରିଛି। ରିପୋର୍ଟ ଅନୁସାରେ, […]