• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆସୁଛି ପାର୍ବଣ ଋତୁ, ସଚେତନ ରହିବା ଜରୁରୀ

  • ରାଜ୍ୟ ଗୁଡ଼ିକୁ ଚିଠି ଲେଖିଲେ ଗୃହ ମନ୍ତ୍ରଣାଳୟ

  • ୫ ସୂତ୍ରୀ ରଣନୀତି ଉପରେ କାମ କରିବାକୁ ପରାମର୍ଶ

ନୂଆଦିଲ୍ଲୀ : ଚିନ୍ତା ବଢ଼ାଉଛି କରୋନାର R-ଫ୍ୟାକ୍ଟର । ଦେଶରେ ପୁଣି ବଢ଼ୁଛି ସଂକ୍ରମଣ । ପାର୍ବଣ ଋତୁରେ ଆର୍ ଫ୍ୟାକ୍ଟର ଉପରେ ନଜର ରଖିବା ଉଚିତ୍ । ଏହାରି ଭିତରେ ବିଶେଷଜ୍ଞମାନେ କରୋନା ଭାଇରସର ତୃତୀୟ ଲହରୀ ସମ୍ପର୍କରେ ବାରମ୍ବାର ଚେତାବନୀ ଦେଉଛନ୍ତି । କିଛି ଦିନ ପରେ ଆରମ୍ଭ ହୋଇଯିବ ପାର୍ବଣ ଋତୁ, ଆଉ ଏହିପାଇଁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି । ବଢ଼ୁଥିବା କରୋନା ସଂକ୍ରମଣ ଉପରେ ନଜର ରଖିବାକୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ କହିଛନ୍ତି କେନ୍ଦ୍ର ସରକାର । ବିଶେଷକରି କରୋନାର 'ଆର' ଫ୍ୟାକ୍ଟର ଉପରେ ଧ୍ୟାନ ଦେବାକୁ ରାଜ୍ୟ ଗୁଡ଼ିକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚିଠି କରାଯାଇଛି ।

R-ଫ୍ୟାକ୍ଟର କହିଲେ କରୋନାର ରିପ୍ରଡକ୍ସନ ନମ୍ବର ବା ବଂଶବୃଦ୍ଧି ହାରକୁ ବୁଝାଇଥାଏ । କିଛି ରାଜ୍ୟରେ କରୋନା ସତର୍କତାର ଖୋଲାଖୋଲି ଉଲ୍ଲଂଘନ ଫଳରେ ଏହି R-ଫ୍ୟାକ୍ଟର ବଢ଼ିଛି । ଟ୍ରାନ୍ସପୋର୍ଟ, ହିଲ୍ ଷ୍ଟେସନ୍ ଓ ହାଟବଜାରରେ ଅତ୍ୟଧିକ ଭିଡ଼ ଦେଖିବାକୁ ମିଳୁଛି । ଫଳରେ କିଛି ରାଜ୍ୟରେ R-ଫ୍ୟାକ୍ଟର ବଢ଼ିବା ଚିନ୍ତାଜନକ ବିଷୟ । R-ଫ୍ୟାକ୍ଟର ୧ ଉପରକୁ ଗଲେ, ଏହା କୋଭିଡ୍ ସଂକ୍ରମଣ ବ୍ୟାପିବାକୁ ସୂଚାଇଥାଏ । ତେଣୁ ଦୋକାନ, ମଲ୍, ମାର୍କେଟ୍, ସାପ୍ତାହିକ ହାଟ, ମଣ୍ଡି, ରେସ୍ତୋରାଁ ଓ ରେଳ ଷ୍ଟେସନ୍ ସହ ଭିଡ଼ ଜମୁଥିବା ସମସ୍ତ ସ୍ଥାନରେ କୋଭିଡ୍ ଗାଇଡଲାଇନ କଡ଼ାକଡ଼ି ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।

କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ରାଜ୍ୟ ଗୁଡ଼ିକୁ ଚିଠି ଲେଖି କହିଛନ୍ତି,କେତେକ ରାଜ୍ୟରେ ପ୍ରଜନନ ହାର ପ୍ରାୟ ୧ ପ୍ରତିଶତ ରହିଛି , କିନ୍ତୁ  ଅନ୍ୟ କିଛି ରାଜ୍ୟରେ ଏହା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଯେଉଁ ଜିଲ୍ଲା ଗୁଡ଼ିକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ, ତା’ଉପରେ ଅଧିକ ନଜର ରଖିବାର ଆବଶ୍ୟକତା ରହିଛି ।

୫ ସୂତ୍ରୀ ରଣନୀତି ଉପରେ କାମ କରିବାକୁ ପରାମର୍ଶ

ଆଗାମୀ ପାର୍ବଣ ଋତୁ ସମ୍ପର୍କରେ ଉଲ୍ଲେଖ କରି କେନ୍ଦ୍ର ଗୃହ ସଚିବ ଲେଖିଛନ୍ତି, ସମସ୍ତ ଜନଗହଳି ପୂର୍ଣ୍ଣ ସ୍ଥାନରେ କରୋନା ନିୟମ ପାଳନ କରିବା ଉଚିତ୍ । 'କରୋନାଙ୍କ ପ୍ରୋଟୋକଲକୁ ସଠିକ୍ ଭାବରେ ଅନୁସରଣ କରିବା ପାଇଁ ୫-ସୂତ୍ରୀ ରଣନୀତି ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ଅଛି । ଟେଷ୍ଟ, ଟ୍ରାକ୍, ଚିକିତ୍ସା, ଟିକାକରଣ ଏବଂ କରୋନା ନିୟମ ଅନୁସରଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । କିଛି ରାଜ୍ୟରେ ପଜିଟିଭ୍ ହାର ଅଧିକ ଥିବାବେଳେ କିଛି ସ୍ଥାନରେ ଏହା ବହୁତ କମ୍ ରହିଛି । ତଥାପି ନିୟମକୁ କଡାକଡି ଭାବରେ ପାଳନ କରାଯିବା ଉଚିତ୍ । ବେପରୁଆ ମନୋଭାବ ପୋଷଣ କଲେ ଭବିଷ୍ୟତରେ ସ୍ଥିତି ଅଣାୟତ ହୋଇପାରେ ।