ବିଗତ ୧୨ ବର୍ଷ ମଧ୍ୟରେ ଚଳିତ ବର୍ଷ ଅଗଷ୍ଟ ମାସରେ ସବୁଠୁ କମ୍ ବର୍ଷା ରେକର୍ଡ ହୋଇଛି ବୋଲି ଗତକାଲି ଭାରତର ଆଇଏମ୍ଡି ବିଭାଗ ପକ୍ଷରୁ କୁହାଯାଇଛି । ଅଗଷ୍ଟ ମାସରେ ୨୪ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ଦୁର୍ବଳ ମୌସୁମୀ ଯୋଗୁଁ ଅଗଷ୍ଟ ୯ରୁ ୧୬ ଅଗଷ୍ଟ ଓ ୨୩ରୁ ୨୭ ଅଗଷ୍ଟ ମଧ୍ୟରେ କମ୍ ବର୍ଷା ହୋଇଥିବା ବିଭାଗ କହିଛି
ପିଲାଠୁ ଭିଡିଓ ଗେମ୍ ନିଶାଠୁ ଦୂରେଇ ରଖିବା ପାଇଁ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ କଡ଼ା ପଦକ୍ଷେପ ନେଇଛନ୍ତି। ଏଣିକି ଚୀନରେ ଅନିର୍ଦ୍ଦିଷ୍ଟ ପାଇଁ କୌଣସି ନୂଆ ଭିଡିଓ ଗେମ୍କୁ ଲାଇସେନ୍ସ ଦିଆଯିବ ନାହି ବୋଲି ଘୋଷଣା କରାଯାଇଛି। ନୂଆ ଭିଡିଓ ଗେମ୍ ଲଞ୍ଚ୍ କରିବା ପାଇଁ କମ୍ପାନୀମାନଙ୍କୁ ଲାଇସେନ୍ସ ପାଇବାକୁ ଜଟିଳ ସରକାରୀ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ ।
ଆଖିରେ ଧୂଳି ଦେଇ ପାରିଲାନି ମିଛ ପରିଚୟ ପତ୍ର । ଆଫଗାନ୍ରେ ତାଲିବାନୀ ଶାସନ ଚାହୁଁଥିଲା ପାକିସ୍ତାନ ! ଆଫଗାନିସ୍ତାନରେ ତାଲିବାନ ଶାସନ ଗଠନ ପଛରେ ପାକିସ୍ତାନର ହାତ ଥିବା ତଥ୍ୟ ସାମ୍ନାକୁ ଆସିଛି । ତାଲିବାନ୍ ଗଠିତ ନୂତନ ସରକାରଙ୍କ ପାକିସ୍ତାନୀ ପାସପୋର୍ଟ ଏବଂ ପରିଚୟ ପତ୍ର ମିଳିଛି । ଉଭୟ ଦଲିଲରେ ନାମ ମହମ୍ମଦ ଆରିଫ ଆଗା ବୋଲି ଉଲ୍ଲେଖ କରାଯାଇଛି, ହେଲେ ଫଟୋ ଆଉ କିଛି କହୁଛି ।
ତେଲେଙ୍ଗାନା ଏକ୍ସପ୍ରେସରେ ଦୁଇଟି ଅସ୍ତ୍ରଶସ୍ତ୍ର ଭର୍ତ୍ତି ବ୍ୟାଗ୍ ମିଳିବା ପରେ ଆତଙ୍କ ସୃଷ୍ଟି ହୋଇଛି । ସାଧାରଣ କୋଚରେ ଦୁଇଟି ବ୍ୟାଗରୁ ପାଞ୍ଚଟି ବନ୍ଧୁକ ଉଦ୍ଧାର କରିଛି ଆରପିଏଫ୍ । ଏହା ବ୍ୟତୀତ ବ୍ୟାଗରେ ୨୩ଟି ଅଫୁଟା ଗୁଳି ମଧ୍ୟ ଉଦ୍ଧାର ହୋଇଛି । ଏହାସହ ଦୁଇ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ଲାଇସେନ୍ସ ମଧ୍ୟ ଉଦ୍ଧାର ହୋଇଛି
ପୁରୁଣା ଘା’କୁ ଆଉ ଖତାକ୍ତ କରିବା ବିପଦକୁ ଖୋଲାଖୋଲି ଆମନ୍ନଣ କରିବା ସହ ସମାନ୍ । ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପରେ ନିଜର ସବୁଠାରୁ ବଡ ଶତ୍ରୁ ତଥା ଆମେରିକାର ପୁରୁଣା ଘା’ରେ ଚୂନ ସେକ ଦେକାକୁ ଚାହୁଁନି ତାଲିବାନ୍ । ସହଯୋଗୀଙ୍କ ଚାପରେ ହେଉ କିମ୍ବା ଭୟରେ ହେଉ ଆଜି ତାଲିବାନ୍ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ହେବନାହିଁ
ଟପିଗଲେ ସବୁ ସୀମା, ସାଜିଲେ ପିଶାଚ। ମହିଳାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରାଯାଇ ଅତି ନିର୍ମମ ଭାବେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ଆଫଗାନିସ୍ତାନର ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ବଡ଼ ଭାଇ ରୋହୁଲ୍ଲା ଅଜିଜିଙ୍କୁ ତାଲିବାନ ଆତଙ୍କୀ ପଞ୍ଜଶିରରେ ହତ୍ୟା କରିଥିବା ସୂଚନା ମିଳିଛି। ଏନେଇ ଅମରୁଲ୍ଲା ସାଲେହଙ୍କ ଭଣଜା ସ୍ପଷ୍ଟ କରିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି-ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ ଜମ୍ମୁ କଶ୍ମୀରର ମିଶ୍ରିତ ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଦୁଇ ଦିନିଆ ଜମ୍ମୁ ଗସ୍ତର ଦ୍ୱିତୀୟ ଦିନରେ ଏଠାରେ କଂଗ୍ରେସ କାର୍ଯ୍ୟକ୍ରମରେ ଦଳର ପଦାଧିକାରୀ ତଥା କର୍ମୀଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ “ଆପଣମାନଙ୍କ ମଧ୍ୟରେ ପ୍ରେମ, ଭାଇଚାରା ଏବଂ ମିଶ୍ରିତ ସଂସ୍କୃତିର ଭାବନା ରହିଛି। ମୁଁ ଦୁଃଖିତ ଯେ ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ଏହି ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି।”
ଜମ୍ମୁ କଶ୍ମୀର ଆଜି ବି ଦୟନୀୟ ଅବସ୍ଥାରେ ରହିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବିତ ପାତ୍ର ଜମ୍ମୁ କଶ୍ମୀରର ଏହି ସମସ୍ୟା ନେଇ କଂଗ୍ରେସ ଓ ନେହେରୁଙ୍କୁ ଦୋଷୀ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇ ଶୁକ୍ରବାର ସମ୍ବିତ ପାତ୍ର କହିଛନ୍ତି ଯେ ଆଜିଯାଏ କଶ୍ମୀରରେ ଯେଉଁ ସମସ୍ୟା ଲାଗି ରହିଛି ଏନେଇ କଂଗ୍ରେସର ତୁଷ୍ଟିକରଣ ନୀତି ହିଁ ଦାୟୀ।
କଥାରେ ଅଛି “ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ”। ଏହାକୁ ସତ କରି ଦେଖେଇଛନ୍ତି ଜଣେ କୁନି ଛାତ୍ରୀ। ଏହି ଛାତ୍ରୀ ଜଣକ ହେଲେ ମଧ୍ୟପ୍ରଦେଶର ପିପିରିଆର ଡୋକରୀ ଖେଡାରେ ରହୁଥିବା ଦଶମ ଶ୍ରେଣୀର ନବଶ୍ରୀ ଠାକୁର। ନବଶ୍ରୀଙ୍କ ପିତା-ମାତା ମୂଲ ଲାଗି ପରିବାର ଚଳାନ୍ତି। ମା ଘରର କାମ ସହିତ ରୋଜଗାର ପାଇଁ ବି ସମୟ ଦିଅନ୍ତି। ଏହାରି ଭିତରେ ତାଙ୍କୁ ବହୁତ ଧାଁ ଧପଡ ମଧ୍ୟ କରିବାକୁ ହୋଇଥାଏ। ମା’ଙ୍କର ଏଭଳି ପରିଶ୍ରମକୁ ଦେଖନ୍ତି ନବଶ୍ରୀ। ଏନେଇ ସେ ମନରେ ଏକ ପ୍ରକଳ୍ପର ଯୋଜନା କଲେ। ଇନ୍ସାୟର ଆୱାର୍ଡ ଯୋଜନା ପାଇଁ ସେ ଏକ ମଡେଲ୍ ତିଆରି କଲେ ଯାହା ଦ୍ୱାରା ଏକାସାଙ୍ଗରେ ଅନେକଗୁଡିଏ କାମ କରିହେବ।
ଲକ୍ଷେ ଚେଷ୍ଟା ପରେ ମଧ୍ୟ ଜାନ୍ ସିଂହ ସିଡଲିବାଇଙ୍କୁ ବଞ୍ଚାଇ ପାରିନଥିଲେ। ମୃତଦେହକୁ ରାସ୍ତାରେ ରଖି କାନ୍ଦି ପକାଇଥିଲେ। ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା। କିନ୍ତୁ ବୃଦ୍ଧଙ୍କ ଏପରି ପ୍ରୟାସ ଦେଶର ସ୍ୱାସ୍ଥ୍ୟ ସେବାର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି।
ସମୁଦ୍ରରେ ଘୂରି ବୁଲୁଛି ଭୂତ ଜାହାଜ। ଯିଏ ଦେଖିବ ତାହାର ମୃତ୍ୟୁ ହେବ। ଆପଣମାନେ କେବେ ନା କେବେ ନିଶ୍ଚିତ ଫ୍ଲାଇଙ୍ଗ୍ ଡଚ୍ମ୍ୟାନ୍ ସିପ୍ ବିଷୟରେ ଶୁଣିଥିବେ। କୁହାଯାଏ ଯେ ଏହା ହେଉଛି ଏକ ଅଭିଶପ୍ତ ଜାହାଜ। ଏହି ଜାହାଜ ଦୀର୍ଘ ୪୦୦ ବର୍ଷ ହେଲା ଅଭିଶପ୍ତ ହୋଇ ସମୁଦ୍ର ଭିତରେ ଘୂରି ବୁଲୁଛି। ଏହି ଜାହାଜକୁ ଆଧାର କରି ଅନେକ କାହାଣୀ ମଧ୍ୟ ରଚନା ହୋଇଛି, ଏହି କାରଣରୁ ଏହା ସବୁବେଳେ ଚର୍ଚ୍ଚାରେ ରହିଆସୁଛି।
ଅଶ୍ଳୀଳତା ମମଲାକୁ ନେଇ ମଡେଲ୍ ଗହନା ବଶିଷ୍ଠ ଖୁବ ଚର୍ଚ୍ଚାରେ ଅଛନ୍ତି। ରାଜ କୁନ୍ଦ୍ରା ମାମଲାରେ ତାଙ୍କ ନାମ ବି ଯୋଡା ଯାଉଛି। ଏବେ ସେ ସୋସିଆଲ୍ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ଅଶ୍ଳୀଳ ଫଟୋ ଆଉ ଭିଡିଓ କିପରି ସୁଟିଂ ହେଉଥିଲା ସେ ତାଙ୍କ ପ୍ରଶଂସକଙ୍କୁ କହିଛନ୍ତି। ଗହନା ବଶିଷ୍ଠ କହିଛନ୍ତି, ତାଙ୍କୁ କିମ୍ବା ଅନ୍ୟ କୌଣସି ମଡେଲଙ୍କୁ ବିନା କପଡାରେ ଅଶ୍ଳୀଳ ଫଟୋ ସୁଟ୍ କରିବା ନେଇ ବାଧ୍ୟ କରାଯାଉ ନ ଥିଲା।
ବହୁଦିନର ବ୍ୟବଧାନ ପରେ ବଲିଉଡ ଅଭିନେତା ଡିନୋ ମୋରିୟା ଏବେ ତାଙ୍କ ନୂଆ ୱେବ୍ ସିରିଜ୍ ‘ଏମ୍ପାୟର’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ୱେବ୍ ଶୋ’ରେ ତାଙ୍କ କାମକୁ ନେଇ ଲୋକେ ବେଶ ପ୍ରସଂଶା କରୁଛନ୍ତି। ୨୦୧୦ ପରେ ଏହି ଅଭିନେତା ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ। ଏବେ ସେ ତାଙ୍କର ଏକ ଇଣ୍ଟରଭ୍ୟୁରେ ସେ ଏହା ଉପରେ କହିଛନ୍ତି। ଏହା ସହିତ ସେ କହିଛନ୍ତି ଯେ ତାଙ୍କ ପାଖକୁ ଆସୁଥିବା ଅଫର୍ସକୁ ସେ କାହିଁକି ମନା କରିଥିଲେ ଏବଂ କିପରି ଇଣ୍ଡଷ୍ଟ୍ରୀ ସହିତ ଜଡିତ ରହିବା ନେଇ ଛୋଟ ମୋଟ କାମ କରୁଥିଲେ।
ଚାକିରି ଆଶାୟୀଙ୍କ ଲାଗି ବଡ଼ ଖବର। ଆୟକର ବିଭାଗ ନିଯୁକ୍ତି ୨୦୨୧ ଏହାରି ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିଛି। ଆୟକର ବିଭାଗରେ ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ଖୁସି ଖବର
ହଲିଉଡ୍କୁ ହତୋତ୍ସାହିତ କରିବ ଆବଶ୍ୟକ। ଗୁରୁବାର ବଲିଉଡ୍ ଅଭିନେତା ତଥା ପଙ୍ଗା କ୍ୱିନ୍ କଙ୍ଗନା ରଣୱତ ଏହି କଥା କହିଛନ୍ତି। ଏହା ବଦଳରେ ବିଭିନ୍ନ ଭାଷାର ଭାରତୀୟ ଫିଲ୍ମକୁ ବୃଦ୍ଧି କରିବା ଦରକାର ବୋଲି ସେ କହିଛନ୍ତି। ଦିବଂଗତ ଜେ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ନିଜ ଫିଲ୍ମ ‘ଥଲାଇବୀ’ର ପ୍ରଚାର କରିବା ପାଇଁ ଉଦ୍ଦେଶ୍ୟରେ ‘ଆତ୍ମନିର୍ଭର ଭାରତ’ କଥା କହିଛନ୍ତି। ରାଷ୍ଟ୍ରୀୟ ରାଜଧାନୀକୁ ଆସିଥିବା ୩୪ ବର୍ଷୀୟ ଏହି ଅଭିନେତ୍ରୀ କହିଛନ୍ତି ଯେ ‘ଆତ୍ମନିର୍ଭର ଭାରତ’ ତିଆରି କରିବାକୁ ହେଲେ ଆମ ଲୋକ ଏବଂ ଆମ ଉଦ୍ଦ୍ୟୋଗକୁ ପ୍ରାଥମିକତା ଦେବା ଜରୁରୀ।
ଶାସନ କ୍ଷମତା ତାଲିବାନ ହାତକୁ ଯିବା ପରେ ଆଫଗାନିସ୍ତାନରେ ସାମାଜିକ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଲୋକେ ଭୟ ଓ ଆତଙ୍କରେ ଅଛନ୍ତି । ତାଲିବାନ ନିଜ ପୂର୍ବ ଭାବମୂର୍ତ୍ତି ବଦଳାଇବ ବୋଲି ଯେତେ କହିଲେ ବି କ୍ରୁରତା ପଦାକୁ ବାହାରି ଆସୁଛି। ଗୋଟିଏ ପଟେ ତାଲିବାନୀ ନିର୍ଯାତନା ଅନ୍ୟପଟେ ଭୁଶୁଡ଼ି ପଡ଼ିଥିବ ଆର୍ଥିକ ସ୍ଥିତି।
ଯଦି ଆମେ ଦେଶର ଧନୀ ମହିଳାଙ୍କ ବିଷୟରେ କହିବା, ତେବେ କିରଣ ମଜୁମଦାର ଖାଁଙ୍କ ନାମ ଶୀର୍ଷରେ ରହିବ। କିରଣ ମଜୁମଦାର ବାୟୋକନ୍ ଲିମିଟେଡର ଚେୟାରମ୍ୟାନ୍ ଅଛନ୍ତି । ନିକଟରେ ପ୍ରକାଶିତ ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା ୨୦୨୧ କିରଣଙ୍କୁ ଭାରତର ସବୁଠାରୁ ଧନୀ ମହିଳାର ପରିଚୟ ମିଳିଛି
ଯେଉଁଦିନ ଆମେରିକା ଉପରେ ଭୟଙ୍କର ଆକ୍ରମଣ କରିଥିଲା ଆତଙ୍କୀ ସଂଗଠନ ଅଲ୍-କାଏଦା। ଠିକ୍ ସେହିଦିନ ତାଲିବାନୀ ଆତଙ୍କୀଙ୍କ ସରକାରର ହେବ ଶପଥ ପାଠ। ଅର୍ଥାତ୍ ଆସନ୍ତା ୧୧ ତାରିଖରେ ଆଫଗାନିସ୍ତାନ ସରକାର ବିଧିବଦ୍ଧ ଭାବରେ ଶପଥ ନେବା ନେଇ ସୂଚନା ମିଳିଛି
ଛକୁ ମିଳିବ ପେନ୍ସନ। ଆଶ୍ଚଯ୍ୟ ଲାଗୁଥିଲେ ବି ସତ । ହରିଆଣାରେ ଗଛ ପାଇଁ ହୋଇଛି ପେନସନ୍ ଯୋଜନା। ଏଥିପାଇଁ ଗଛର ସର୍ବନିମ୍ନ ବୟସ ଅତିକମରେ ୭୫ ବର୍ଷ ହୋଇଥିବ ।
ଭାରତୀୟ ଜନତା ପାର୍ଟି (ବିଜେପି) ଭବାନୀପୁର ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। ଭବାନୀପୁର ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ତିବ୍ରିୱାଲଙ୍କୁ ପ୍ରାର୍ଥୀ କରିଛି ଦଳ। ଆପଣଙ୍କୁ କହିରଖୁଛୁ ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ଟିଏମସିର ପ୍ରାର୍ଥୀ ଭାବରେ ଛିଡ଼ା ହେବେ।
କରୋନା ମହାମାରୀ ଏବେ ସମସ୍ତଙ୍କୁ ଟେନ୍ସନ୍ ଦେଉଛି। ଆଉ ଏହାରି ମଧ୍ୟରେ ବିହାରରେ ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଅଭିଭାବକ। ସୂଚନା ଅନୁସାରେ, ବିହାରରେ ପିଲାମାନଙ୍କଠାରେ ଭାଇରାଲ୍ ଜ୍ୱର ହଠାତ୍ ବୃଦ୍ଧି ପାଇବାରେ ଲାଗିଛି
ଭାରତ ସୀମାରେ ଚୀନ୍ ନିର୍ମାଣ କରିବ ୩୦ଟି ବିମାନବନ୍ଦର । ସାମରିକ କାମକୁ ତ୍ୱରାନିତ କରିବା ପାଇଁ ଚୀନ୍ ଏଭଳି ପଦକ୍ଷେପ ନେଇଛି । ଯାହା ଦ୍ୱାରା ଭାରତ ସୀମାବର୍ତ୍ତୀ ଅଞ୍ଚଳ ଜିନଜିଆଙ୍ଗ ଓ ତିବ୍ଦତ ଅଞ୍ଚଳରେ ଥିବା ପାଶ୍ଚାତ୍ୟ ଥିଏଟର କମାଣ୍ଡକୁ ସୁବିଧା ସୁଯୋଗ ମିଳିପାରିବ ।
ନିଜ ଅପହରଣର ନିଜେ କରିଥିଲେ ଷଡ଼ଯନ୍ତ୍ର କିନ୍ତୁ ଧରାପଡ଼ିଗଲେ। ନିଜର ଚାକିରି ଯିବା ପରେ ଟଙ୍କାର ଅଭାବ ପାଇଁ ଏମିତି କିଛି ଚିନ୍ତା କରିଥିଲେ ଯୁବକ। କିନ୍ତୁ ନିଜର ଭୁଲ ହେତୁ ତାଙ୍କର ସମ୍ପୂର୍ଣ୍ଣ ଯୋଜନା ଫେଲ୍ ହୋଇଯାଇଥିଲା ଏବଂ ପୋଲିସ ତାଙ୍କୁ ଧରିଥିଲା
ମହଙ୍ଗା ପଡ଼ିଲା ସ୍ୱିମିଂ ପୁଲ୍ରେ ମହିଳା କନଷ୍ଟେବଲଙ୍କ ସହ ପୋଲିସ୍ ବାବୁଙ୍କ ଅଶ୍ଲୀଳ କାରନାମା। ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ପରେ ରାଜସ୍ଥାନ ଉଦୟପୁରର ଏକ ରିସର୍ଟରୁ ଡିଏସ୍ପି ହୀରାଲାଲ୍ଙ୍କୁ ଗିରଫ କରାଯାଇଛି।