Advertisment

ପ୍ରକାଶ ପାଇଲା Income Tax Department ଚାକିରି: ଦରମା ୧.୪ ଲକ୍ଷ

ଚାକିରି ଆଶାୟୀଙ୍କ ଲାଗି ବଡ଼ ଖବର। ଆୟକର ବିଭାଗ ନିଯୁକ୍ତି ୨୦୨୧ ଏହାରି ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିଛି। ଆୟକର ବିଭାଗରେ ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ଖୁସି ଖବର

author-image
Sarbeswar
undefined

jobs

ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କ ଲାଗି ବଡ଼ ଖବର। ଆୟକର ବିଭାଗ ନିଯୁକ୍ତି ୨୦୨୧ ଏହାରି ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିଛି। ଆୟକର ବିଭାଗରେ ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ଖୁସି ଖବର। ଆୟକର ମୁଖ୍ୟ ମୁଖ୍ୟ କମିଶନର, ୟୁପି (ପୂର୍ବ) ଲକ୍ଷ୍ନୌ ଆୟକର ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ ଏବଂ ମଲ୍ଟି ଟାସ୍କିଂ ଷ୍ଟାଫ୍ ପଦବୀ ପାଇଁ ଆପଣ ବି ଚାହିଁଲେ ଆବେଦନ କରିପାରିବେ। ଏଥିପାଇଁ ଆପଣଙ୍କୁ ଆୟକର ବିଭାଗର ୱେବସାଇଟ୍ cometaxindia.gov.in କୁ ଯିବାକୁ ପଡିବ ବୋଲି ଜଣାପଡ଼ିଛି।

Advertisment

ତେବେ ଏହି ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩୦ ସେପ୍ଟେମ୍ବର ୨୦୨୧।| ଆୟକର ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି କୋଟା ମାଧ୍ୟମରେ ପୂରଣ ହେବ। ବିଭିନ୍ନ କ୍ରୀଡ଼ାର ଉତ୍କୃଷ୍ଟ ଖେଳାଳିମାନେ ଏଥିପାଇଁ ଆବେଦନ କରିପାରିବେ । ଏହା ଅଧୀନରେ ମୋଟ ୨୮ ଟି ପଦବୀ ଖାଲି ରହିଛି।

Advertisment

ପଦବୀ ବିବରଣୀ

ଆୟକର ନିରୀକ୍ଷକ- ୦୩

ଆୟକର ସହାୟକ - ୧୩

ମଲ୍ଟି ଟାସ୍କିଂ ଷ୍ଟାଫ୍ - ୧୨

ଶିକ୍ଷାଗତ ଯୋଗ୍ୟତା-

ଆୟକର ନିରୀକ୍ଷକ ଏବଂ କର ସହାୟକ - ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସ୍ନାତକ ଡିଗ୍ରୀ ପାସ୍‌ କରିଥିବା ଉଚିତ୍। ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦ ପାଇଁ ଡାଟା ଏଣ୍ଟ୍ରିର ଗତି ଘଣ୍ଟାରେ ୮ ହଜାର ୱାର୍ଡ଼ ଟାଇପ୍‌ କରିପାରୁଥିବାର ଆବଶ୍ୟକତା ରହିଛି।

ମଲ୍ଟି ଟାସ୍କିଂ ଷ୍ଟାଫ୍ - ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍ କରିଥିବା ଆବଶ୍ୟକତା ରହିଛି।

ବୟସସୀମା

ଆୟକର ନିରୀକ୍ଷକ- ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ୍ |

କର ସହାୟକ / MTS- ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ବର୍ଷ ମଧ୍ୟରେ ହେବା ଉଚିତ୍ |

ଦରମା

ଆୟକର ଇନ୍ସପେକ୍ଟର- ପେ ଲେଭଲ୍ – ୪୪ ହଜାରରୁ ୧୪୨୧୦୦ ଟଙ୍କା

ଟ୍ୟାକ୍ସ ଆସିଷ୍ଟାଣ୍ଟ- ପେ ଲେଭଲ୍ -୨୫,୫୦୦ ରୁ ୮୧,୧୦୦ ମଧ୍ୟରେ ରହିବ

ମଲ୍ଟି ଟାସ୍କିଂ ଷ୍ଟାଫ୍- ପେ ଲେଭଲ୍- ୧୮୦୦୦ ରୁ ୫୬୯୦୦ ରହିଛି।

ତେବେ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

JOB Income Tax Department Jobs 2021
Advertisment
Advertisment