Advertisment

ହଲିଉଡ୍‌ ଫିଲ୍ମକୁ ହତୋତ୍ସାହିତ କରିବା ଦରକାର : କଙ୍ଗନା

ହଲିଉଡ୍‌କୁ ହତୋତ୍ସାହିତ କରିବ ଆବଶ୍ୟକ। ଗୁରୁବାର ବଲିଉଡ୍ ଅଭିନେତା ତଥା ପଙ୍ଗା କ୍ୱିନ୍ କଙ୍ଗନା ରଣୱତ ଏହି କଥା କହିଛନ୍ତି। ଏହା ବଦଳରେ ବିଭିନ୍ନ ଭାଷାର ଭାରତୀୟ ଫିଲ୍ମକୁ ବୃଦ୍ଧି କରିବା ଦରକାର ବୋଲି ସେ କହିଛନ୍ତି। ଦିବଂଗତ ଜେ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ନିଜ ଫିଲ୍ମ ‘ଥଲାଇବୀ’ର ପ୍ରଚାର କରିବା ପାଇଁ ଉଦ୍ଦେଶ୍ୟରେ ‘ଆତ୍ମନିର୍ଭର ଭାରତ’ କଥା କହିଛନ୍ତି। ରାଷ୍ଟ୍ରୀୟ ରାଜଧାନୀକୁ ଆସିଥିବା ୩୪ ବର୍ଷୀୟ ଏହି ଅଭିନେତ୍ରୀ କହିଛନ୍ତି ଯେ ‘ଆତ୍ମନିର୍ଭର ଭାରତ’ ତିଆରି କରିବାକୁ ହେଲେ ଆମ ଲୋକ ଏବଂ ଆମ ଉଦ୍ଦ୍ୟୋଗକୁ ପ୍ରାଥମିକତା ଦେବା ଜରୁରୀ।

author-image
Pramod Behera
Kangana Ranaut

Kangana Ranaut

ନୂଆଦିଲ୍ଲୀ : ହଲିଉଡ୍‌କୁ ହତୋତ୍ସାହିତ କରିବ ଆବଶ୍ୟକ। ଗୁରୁବାର ବଲିଉଡ୍ ଅଭିନେତା ତଥା ପଙ୍ଗା କ୍ୱିନ୍ କଙ୍ଗନା ରଣୱତ ଏହି କଥା କହିଛନ୍ତି। ଏହା ବଦଳରେ ବିଭିନ୍ନ ଭାଷାର ଭାରତୀୟ ଫିଲ୍ମକୁ ବୃଦ୍ଧି କରିବା ଦରକାର ବୋଲି ସେ କହିଛନ୍ତି। ଦିବଂଗତ ଜେ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ନିଜ ଫିଲ୍ମ ‘ଥଲାଇବୀ’ର ପ୍ରଚାର କରିବା ପାଇଁ ଉଦ୍ଦେଶ୍ୟରେ ‘ଆତ୍ମନିର୍ଭର ଭାରତ’ କଥା କହିଛନ୍ତି। ରାଷ୍ଟ୍ରୀୟ ରାଜଧାନୀକୁ ଆସିଥିବା ୩୪ ବର୍ଷୀୟ ଏହି ଅଭିନେତ୍ରୀ କହିଛନ୍ତି ଯେ ‘ଆତ୍ମନିର୍ଭର ଭାରତ’ ତିଆରି କରିବାକୁ ହେଲେ ଆମ ଲୋକ ଏବଂ ଆମ ଉଦ୍ଦ୍ୟୋଗକୁ ପ୍ରାଥମିକତା ଦେବା ଜରୁରୀ।

Advertisment
Kangana Ranautକଙ୍ଗନା ରଣୱତ

ଏକ ସାମ୍ବାଦିକ ସମ୍ମିଳନୀରେ କଙ୍ଗନା କହିଛନ୍ତି ଯେ “ଆମକୁ ଆମେରିକା ଓ‍ ଇଂରାଜୀ ସିନେମାକୁ ହତୋତ୍ସାହିତ କରିବାକୁ ହେବ କାରଣ ଏମାନେ ଆମ ସ୍କ୍ରିନ୍‌କୁ କବଳିତ କରି ଅଛନ୍ତି। ଆମକୁ ଏକ ରାଷ୍ଟ୍ର ଭାବେ ବ୍ୟବହର କରିବାକୁ ଅଛି। ଆମକୁ ଉତ୍ତର ଭାରତ ଓ ଦକ୍ଷିଣ ଭିତରେ ନିଜକୁ ବାଣ୍ଟିବାରୁ ରକ୍ଷା କରିବାର ଅଛି। ଆମକୁ ପ୍ରଥମେ ଆମର ଫିଲ୍ମକୁ ହିଁ ଉପଭୋଗ କରିବା ସହିତ ଏହାର ଆନନ୍ଦ ନେବାର ଆବଶ୍ୟକ ରହିଛି। ସେ ମଲୟାଲମ ହେଉ ବା ତାମିଲି, ତେଲୁଗୁ କି ପଞ୍ଜାବୀ ହେଉ।”

Advertisment

କଙ୍ଗନା ରଣୱତ ପୁଣି କହିଛନ୍ତି ଯେ “ହଲିଉଡ୍ ବିଶ୍ୱ ଐକ୍ୟ ତିଆରି କରି ଫ୍ରେଞ୍ଚ୍, ଇତାଲବୀ, ଜର୍ମାନ ଓ ଅନ୍ୟ ଉଦ୍ଦ୍ୟୋଗକୁ ନଷ୍ଟ କରି ଦେଇଛି। ତେଣୁ ଆମକୁ ଆମ ଲୋକ ଓ ଆମ ଉଦ୍ଦ୍ୟୋଗ ପ୍ରତି ପ୍ରାଥମିକତା ଦେବାର ଅଛି। ଏହା ହେଉଛି ଏକ ଉପାୟ ଆତ୍ମନିର୍ଭର ଭାରତ ନିର୍ମାଣ କରିବା ନେଇ।”

Kangana Ranautକଙ୍ଗନା ରଣୱତ

କଙ୍ଗନାଙ୍କ ନୂଆ ଫିଲ୍ମ ‘ଥଲାଇବୀ’ ତାମିଲ୍, ହିନ୍ଦୀ ଓ ତେଲୁଗୁ ଭାଷାରେ ଏକକାଳୀନ ରିଲିଜ୍ ହେବ। ଏହି ଫିଲ୍ମକୁ କେବି ବିଜୟେନ୍ଦ୍ର ପ୍ରସାଦ, ମଦନ କାର୍କୀ ଓ ରଜତ ଅରୋଡା ଲେଖିଥିବା ବେଳେ ଏଏଲ୍ ବିଜୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ବିଷ୍ଣୁ ବର୍ଦ୍ଧନ ଇନ୍ଦୁରୀ ଓ ଶୈଳେଶ ଆର୍ ସିଂ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ଅରବିନ୍ଦ ସ୍ୱାମୀ, ନାସର ଓ ଭାଗ୍ୟଶ୍ରୀ ମଧ୍ୟ ନଜର ଆସିବେ। ଏହି ଫିଲ୍ମ ଶୁକ୍ରବାର ପରଦା ଉପରକୁ ଆସିବ।

ତେବେ କୁହାଯାଏ ଯେ ୩ ରାଷ୍ଟ୍ରୀୟ ମଲ୍ଟୀପ୍ଲେକ୍ସ ଚେନ୍ ଏହି ଫିଲ୍ମକୁ ସ୍କ୍ରିନିଂ ନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ କଙ୍ଗନା ଏହି ଖବର ପୋଷ୍ଟ କରିଥିଲେ। ଏଥିରେ ସେ ମଲ୍ଟୀପ୍ଲେକ୍ସ ଚେନ୍ ବିଷୟରେ କହିଥିଲେ।

Kangana Ranaut Bollywood
Advertisment
Advertisment