ଅନୁଗୁଳ : ଅନୁଗୁଳ ପାଲଲହଡ଼ା ଅଞ୍ଚଳରେ ଅଘଟଣ। ଅଙ୍ଗନବାଡି କେନ୍ଦ୍ରରୁ ଫେରିବାବେଳେ କୂଅରେ ପଡି ଦୁଇ ଶିଶୁକନ୍ୟା ପ୍ରାଣ ହରାଇଛନ୍ତି। ଦୁଇ ମୃତକ ଶିଶୁକନ୍ୟାଙ୍କ ନାଁ ପଲ୍ଲବି କିଶାନ ଓ ଲଭ୍ଲି କିଶାନ। ଉଭୟଙ୍କ ବୟସ ୪ଓ ୩ ବର୍ଷ। ସୂଚନା ଅନୁସାରେ, ଉଭୟେ ଅାଲୋରୀ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିଲେ । ତେବେ ସେଠାରୁ ଫେରିବା ସମୟରେ ରାସ୍ତାରେ ଥିବା କୂଅରେ ଗୋଡ ଧୋଇବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ଉଭୟଙ୍କ ଗୋଡ […]
ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ନିୟମ ଉଲ୍ଲଘଂନ ନେଇ କାର୍ଯ୍ୟନୁଷ୍ଠାନ । ୧୦ ଜଣ ଉଲ୍ଲଘଂନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ ।
ବିଦେଶରୁ ଫେରିପାରୁନାହାନ୍ତି ଢେଙ୍କାନାଳ ବେଲଟିକିରିର ଯୁବ ଇଂଜିନିୟର ସବ୍ୟସାଚୀ ନନ୍ଦ। ସେ ଦକ୍ଷିଣ ଆଫ୍ରିକାର ବର୍ମା କଲ୍ଚର ନାମକ ଏକ ଘରୋଇ ଫାର୍ମକୁ ପ୍ରଯୁକ୍ତି ବିଦ୍ୟା ଦେବା ପାଇଁ ୨୦୨୦ରେ ୩ ମାସ ପାଇଁ ଯାଇଥିଲେ। ତେବେ କୋଭିଡ୍ କଟକଣା ଯୋଗୁ ଆଉ ଘରକୁ ଫେରିପାରିନଥିଲ।
କାଳ ହେଲା ଇୟରଫୋନ୍ ଲଗାଇ ଗୀତ ଶୁଣି ଶୁଣି ରେଲ୍ୱେ ଟ୍ରାକ୍ରେ ଚାଲିବା। ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
କଟକରେ ବେଆଇନ ସୁନା କାରବାର ଠାବ । ୨ କେଜି ସୁନା ଅଳଙ୍କାର ଜବତ କରିଛି କମିଶନରେଟ ପୋଲିସ । ପଞ୍ଜାବରୁ ସୁନା ଆଣି ଏଠି ବିକ୍ରି କରୁଥିବା ଜଣାପଡିଛି ।
ଜୟପୁର: ସେଲ୍ଫି ନିଶା ଆଜିକାଲି ସମସ୍ତଙ୍କୁ ଘାରିଛି। ଯିଏ ଯେଉଁଠି ପାରିଲା ସିଏ ସେଠି ସେଲ୍ଫି ନେଉଛନ୍ତି। ଏହି ନିଶାରେ ସ୍ଥାନ, କାଳ, ପାତ୍ର କିଛି ବି ଦେଖୁ ନାହାନ୍ତି। ଫଳରେ ଟିକେ ଟିକେ ଅସାବଧାନତା ଯୋଗୁ ଅନେକ ଲୋକଙ୍କ ଜୀବନ ବି ଚାଲି ଯାଇଛି। ଏହି ସେଲ୍ଫି ନିଶା ଯୋଗୁ ଜଣେ ଡାକ୍ତର ହରଡ଼ଘଣାରେ ପଡ଼ି ଯାଇଛନ୍ତି। ଏହି ଡାକ୍ତର ଅପରେସନ୍ ଥିଏଟର (ଓଟି) ଭିତରେ ସେଲ୍ଫି ନେଇ ଫଶି ଯାଇଛନ୍ତି। କୋରାପୁଟର ଜୟପୁର ଜିଲ୍ଲା […]
ରାଜ୍ୟ ପାଇଁ ନୂଆ ଗାଇଡ୍ଲାଇନ୍ ଘୋଷଣା କରିଛନ୍ତି ମୁଖ୍ୟ ସଚିବ। ଅଗଷ୍ଟ ୧ଯାଏଁ ଜାରି ରହିବ ଲକଡାଉନ । କାଟେଗୋରୀ Aରେ ଥିବା ୨୦ ଜିଲ୍ଲା ଓ Bରେ ୧୦ ଜିଲ୍ଲାରେ କଟକଣା ପୂର୍ବପରି ବଳବତ୍ତର ରହିବ।