• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

migrant2
ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ୱର : ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ  ଜଗତସିଂହପୁର। ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ମଧ୍ୟରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଅଭୟାରଣ୍ୟ ପାଲଟିଛି ଏଇ ୪ ଜିଲ୍ଲା। ବାଲେଶ୍ୱର ଜିଲ୍ଲାର ଭୋଗରାଇ, ଜଳେଶ୍ୱର, ବସ୍ତା ଓ ବଳରାମଗଡ଼ି, ଏପଟେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର। ସମୁଦ୍ର କୂଳିଅା ଗାଁଗଣ୍ଡା, ସାହି ବସ୍ତିରେ ବର୍ଷ ବର୍ଷ ଧରି ରହୁଛନ୍ତି ହଜାର ହଜାର ବାଂଲାଦେଶୀ। ପ୍ରଥମେ ଜଳପଥ କିମ୍ବା ପଶ୍ଚିମବଙ୍ଗ ଦେଇ ଅନୁପ୍ରବେଶ, ପରେ ଛୋଟମୋଟ ଜୀବିକା, ଅାଉ ତାପରେ […]

  • Monday, 19 July 2021
election
ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରଚାର ଷ୍ଟ୍ରାଟେଜି

ଭୁବନେଶ୍ୱର : ନିର୍ବାଚନ ପ୍ରଚାର ପାଇଁ ରାଜ୍ୟ ସରକାରଙ୍କ ନୂଅା ଚାଲ୍। ସଫଳ ଯୋଜନାର ପ୍ରଚାର ପ୍ରସାର ପାଇଁ ଅାଉ ଏକ ଷ୍ଟ୍ରାଟେଜି ଗାଁରୁ ସହର ସବୁଠି ଛାଇଯିବ ଏଭଳି ବିଭିନ୍ନ ସ୍କିମ୍‌ର ହୋର୍ଡିଂ। ଯାହାର କିଛିଟା ଝଲକ୍ ଏବେଠାରୁ ଦେଖିବାକୁ ମିଳିଲାଣି ରାଜଧାନୀ ଭୁବନେଶ୍ୱରରେ। ରାଜ୍ୟର ସବୁ ପ୍ରମୁଖ ସ୍ଥାନରେ ଏଭଳି ହୋର୍ଡିଂ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପଞ୍ଚାୟତଠାରୁ ପୌରାଞ୍ଚଳ, ବ୍ଲକ୍ ହେଡ୍‌କ୍ୱାର୍ଟର ଠାରୁ ଗ୍ରାମାଞ୍ଚଳ, ସବୁ ଅଞ୍ଚଳରେ ହୋର୍ଡିଂ ଲଗାଇବା ପାଇଁ ସ୍ଥାନ […]

  • Monday, 19 July 2021
1
ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ; ଜଣେ ମୃତ,୪ ଆହତ

ଜଗତସିଂହପୁର: ଜଗତସିଂହପୁର ଏରସମା ଥାନା ଅନ୍ତର୍ଗତ ବାଲିଆକଣି ଗାଁରେ ୨ ପରିବାର ଭିତରେ ଗଣ୍ଡଗୋଳ ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି।  ମୃତକ ହେଲେ ରବିନ୍ଦ୍ର ସ୍ୱାଇଁ। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଗାଁର ରବିନ୍ଦ୍ର ସ୍ୱାଇଁ ଏବଂ ଗୁନ ନାଏକଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ରବିନ୍ଦ୍ର ଓ ଗୁନ ନାଏକଙ୍କ ପରିବାର ମଧ୍ୟରେ ପୂର୍ବରୁ ଜମିବାଡ଼ି ବିବାଦ ଥିବାବେଳେ କାଲି ଛେଳି ପଶିବାକୁ ନେଇ ପାଟିତୁଣ୍ଡ ହୋଇଥିଲା। ବିଳମ୍ବିତ ରାତିରେ […]

  • Monday, 19 July 2021
Capture 1
ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ପରମପାଙ୍ଗା ୫୯ ଜାତୀୟ ରାଜପଥର ଏକ ଅସ୍ଥାୟୀ ପୋଲ ଉପରେ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଘଟଣା ପରେ ଏହି ରାସ୍ତା ଦେଇ ଗାଡ଼ିମଟର ଯିବା ଆସିବା ସଂପୂର୍ଣ୍ଣ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ମଟର ଅଟକି ରହିଛି। ଏହି ରାସ୍ତା କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବାରୁ ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। […]

  • Monday, 19 July 2021
goods train
ମାଲ୍‌ବାହୀ ଟ୍ରେନ୍‌ର ୧୦ ବଗି ଲାଇନ୍‌ଚ୍ୟୁତ

ପାରାଦୀପ: ପାରାଦୀପ ଅଠରବାଙ୍କିଠାରେ ଏକ ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଛି। ୧୦ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଲାଇନ୍‌ଚ୍ୟୁତ ହେବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏଥିରେ ବିଶେଷ କ୍ଷୟକ୍ଷତି ହୋଇନାହିଁ।  ମାଲବାହୀ ଟ୍ରେନ୍‌ଟି ତାଳଚେରରୁ କୋଇଲା ବୋଝେଇ କରି ଆଣି ବନ୍ଦରରେ ମାଲ୍‌ ଖଲାସ କରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଖବରପାଇ ଘଟଣାସ୍ଥଳରେ ରେଳବିଭାଗ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି। ପାରାଦୀପ ଅଠରବାଙ୍କିରେ ମାଲବାହୀ ଟ୍ରେନ୍‌ର ୧୦ଟି ବଗି […]

  • Monday, 19 July 2021
bus accident
ବସ୍‌ ଧକ୍କାରେ ଡାକ୍ତର ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ୍ ନିକଟରେ ଆଜି ସକାଳେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଦୁର୍ଘଟଣାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବସନ୍ତ ରାଉତ। ସୂଚନା ଅନୁସାରେ, ସେ ଅନୁଗୁଳରେ ମେଡିସିନ୍ ସ୍ପେଶାଲିଷ୍ଟ ଭାବେ କାର୍ଯ୍ୟ କରୁଥିଲେ। ଦୁର୍ଘଟଣା ପରେ ବସ୍  ଡ୍ରାଇଭର ଏବଂ ହେଲ୍‌ପର ଫେରାର ହୋଇ ଯାଇଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଏପରିକି ଉତ୍ତ୍ୟକ୍ତ ଲୋକେ ବସ୍‌କୁ ଭଙ୍ଗାରୁଜା କରିଥିଲେ। ଘଟଣାସ୍ଥଳରେ […]

  • Monday, 19 July 2021