• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

1
ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ; ଜଣେ ମୃତ,୪ ଆହତ

ଜଗତସିଂହପୁର: ଜଗତସିଂହପୁର ଏରସମା ଥାନା ଅନ୍ତର୍ଗତ ବାଲିଆକଣି ଗାଁରେ ୨ ପରିବାର ଭିତରେ ଗଣ୍ଡଗୋଳ ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି।  ମୃତକ ହେଲେ ରବିନ୍ଦ୍ର ସ୍ୱାଇଁ। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଗାଁର ରବିନ୍ଦ୍ର ସ୍ୱାଇଁ ଏବଂ ଗୁନ ନାଏକଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ରବିନ୍ଦ୍ର ଓ ଗୁନ ନାଏକଙ୍କ ପରିବାର ମଧ୍ୟରେ ପୂର୍ବରୁ ଜମିବାଡ଼ି ବିବାଦ ଥିବାବେଳେ କାଲି ଛେଳି ପଶିବାକୁ ନେଇ ପାଟିତୁଣ୍ଡ ହୋଇଥିଲା। ବିଳମ୍ବିତ ରାତିରେ […]

  • Monday, 19 July 2021
Capture 1
ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ପରମପାଙ୍ଗା ୫୯ ଜାତୀୟ ରାଜପଥର ଏକ ଅସ୍ଥାୟୀ ପୋଲ ଉପରେ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଘଟଣା ପରେ ଏହି ରାସ୍ତା ଦେଇ ଗାଡ଼ିମଟର ଯିବା ଆସିବା ସଂପୂର୍ଣ୍ଣ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ମଟର ଅଟକି ରହିଛି। ଏହି ରାସ୍ତା କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବାରୁ ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। […]

  • Monday, 19 July 2021
goods train
ମାଲ୍‌ବାହୀ ଟ୍ରେନ୍‌ର ୧୦ ବଗି ଲାଇନ୍‌ଚ୍ୟୁତ

ପାରାଦୀପ: ପାରାଦୀପ ଅଠରବାଙ୍କିଠାରେ ଏକ ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଛି। ୧୦ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଲାଇନ୍‌ଚ୍ୟୁତ ହେବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏଥିରେ ବିଶେଷ କ୍ଷୟକ୍ଷତି ହୋଇନାହିଁ।  ମାଲବାହୀ ଟ୍ରେନ୍‌ଟି ତାଳଚେରରୁ କୋଇଲା ବୋଝେଇ କରି ଆଣି ବନ୍ଦରରେ ମାଲ୍‌ ଖଲାସ କରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଖବରପାଇ ଘଟଣାସ୍ଥଳରେ ରେଳବିଭାଗ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି। ପାରାଦୀପ ଅଠରବାଙ୍କିରେ ମାଲବାହୀ ଟ୍ରେନ୍‌ର ୧୦ଟି ବଗି […]

  • Monday, 19 July 2021
bus accident
ବସ୍‌ ଧକ୍କାରେ ଡାକ୍ତର ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ୍ ନିକଟରେ ଆଜି ସକାଳେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଦୁର୍ଘଟଣାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବସନ୍ତ ରାଉତ। ସୂଚନା ଅନୁସାରେ, ସେ ଅନୁଗୁଳରେ ମେଡିସିନ୍ ସ୍ପେଶାଲିଷ୍ଟ ଭାବେ କାର୍ଯ୍ୟ କରୁଥିଲେ। ଦୁର୍ଘଟଣା ପରେ ବସ୍  ଡ୍ରାଇଭର ଏବଂ ହେଲ୍‌ପର ଫେରାର ହୋଇ ଯାଇଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଏପରିକି ଉତ୍ତ୍ୟକ୍ତ ଲୋକେ ବସ୍‌କୁ ଭଙ୍ଗାରୁଜା କରିଥିଲେ। ଘଟଣାସ୍ଥଳରେ […]

  • Monday, 19 July 2021
jay panda
କଟକରେ ବୈଜୟନ୍ତ ପଣ୍ଡାଙ୍କ ନିଆରା ଚା’ ଖଟି ‘ହେଇଯାଉ’

କଟକ: କଟକରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିଆରା ଚା’ ଖଟି ‘ହେଇଯାଉ’। କଟକ ଚୌଧୁରୀ ବଜାର ସ୍ଥିତ ସିଏମ୍‌ସି ରୋଡ୍ ନିକଟ ମଙ୍ଗୁଳି ଚା’ ଦୋକାନରେ ଗତକାଲି ଏହି ଚା’ ଖଟିର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ  ବର୍ଗର ଲୋକେ ସାମିଲ ହୋଇ ଚା’ର ମଜା ଉଠାଇଥିଲେ। ଏହି ଅବସରରେ ସେମାନେ ବୈଜୟନ୍ତ ପଣ୍ଡାଙ୍କ ସହ ମତ ବିନିମୟ ମଧ୍ୟ କରିଥିଲେ। ଚା’ ପିଇବା ସହ ବିଭିନ୍ନ ପ୍ରସଙ୍ଗରେ ଅନୌପଚାରିକ ଆଲୋଚନା ମଧ୍ୟ ହୋଇଥିଲା। ଏହି […]

  • Monday, 19 July 2021
elephant attack
ଘରୁ ଟାଣି ଆଣି ଦଳି ଦେଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜ ଆମରୁଡ଼ି ଗାଁରେ ଏକ ଦନ୍ତା ହାତୀ ଦଳି ଦେବାରୁ ଜଣେ ଶିଶୁର ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ରାତି ପ୍ରାୟ ୩ଟା ବେଳେ ୬ ରୁ ୭ଟି ହାତୀ ଗାଁର ଦେବେନ୍ଦ୍ର ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଥିଲେ। ଏପରିକି ଘରେ ଶୋଇଥିବା ତାଙ୍କ ୧୦ ବର୍ଷର ପୁଅକୁ ହାତୀ ଟାଣି ଆଣି ମାରି ଦେଇଥିଲା। ଖବର ପାଇ ଲହୁଣିପଡା ପୋଲିସ ଘଟଣାସ୍ଥଳରେ […]

  • Monday, 19 July 2021
vlcsnap-error791
୨୫% ସିଟ୍ ବାହାର ରାଜ୍ୟ ପିଲାଙ୍କୁ ଦେବା ନିଷ୍ପତ୍ତିକୁ ନେଇ ବିବାଦ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଓଡ଼ିଆ ମାରଣ ନୀତି। ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ୫୦ ପ୍ରତିଶତ ସିଟ୍‌ରୁ ୨୫ ପ୍ରତିଶତ ସିଟ୍‌ରେ ଏଣିକି ଆଡ୍‌ମିଶନ କରିପାରିବେ ବାହାର ରାଜ୍ୟର ଛାତ୍ରଛାତ୍ରୀ। ଓପେକାର ଆବେଦନ ଅନୁସାରେ ଏଭଳି ନିଷ୍ପତ୍ତି ନେଇଛି ଦକ୍ଷତା ବିକାଶ ବିଭାଗର ପଲିସି ପ୍ଲାନିଂ ବଡ଼ି। ତେବେ ଏହି ନିଷ୍ପତ୍ତିକୁ ଓଡ଼ିଆ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି। କାରଣ ଏହାଦ୍ୱାରା ରାଜ୍ୟର ଗରିବ ମେଧାବୀ ଛାତ୍ର ଭଲ କଲେଜରେ ଆଡମିଶନ ପାଇବାରୁ ବଞ୍ଚିତ ହେବେ ବୋଲି […]

  • Monday, 19 July 2021
RAISAN
ତୁଟିନି ଖାଦ୍ୟ ସୁରକ୍ଷା ଯୋଜନା ପୁରୁଣା ଅଡ଼ୁଅା

ଭୁବନେଶ୍ୱର: ଟଙ୍କିକିଆ ଚାଉଳ ପାଇବାକୁ ଯୋଗ୍ୟ ନହୋଇ ରାସନକାର୍ଡ ହାତେଇଥିବା ହିତାଧିକାରୀଙ୍କୁ ଗିରଫ କରିଥିଲେ ରାଜ୍ୟ ସରକାର। ବାଦ୍‌ ପଡ଼ିନଥିଲେ ବୟସ୍କା କିମ୍ବା ପ୍ରସୁତି। ତେବେ ପଞ୍ଚୟାତ ନିର୍ବାଚନରେ ଭୋଟ୍‌ କଟିବାର ଭୟ ଯୋଗୁଁ ମାମଲା ପ୍ରତ୍ୟାହାର ସହ ଆଦାୟ କରିଥିବା ଜୋରିମାନା ଟଙ୍କା ଫେରସ୍ତ ପାଇଁ ଘୋଷଣା କରିଥିଲେ। ଏହା ଭିତରେ ବିତିଗଲାଣି ପାଖାପାଖି୨ ବର୍ଷ। ଅନେକଙ୍କୁ ଟଙ୍କା ଆଉ ଫେରାଗଲାନି। ଏମିତି ଅଭିଯୋଗ ଆସିଛି ବଲାଙ୍ଗୀର ରୁଗୁଡ଼ିପଡା ଅଞ୍ଚଳରୁ। ଅଭିଯୋଗ ଅନଯାୟୀ ଦୀପାଞ୍ଜଳି ରାଉତ […]

  • Monday, 19 July 2021
vlcsnap-error546
ସାଇକେଲରେ ବୁହାହେଲା ଶବ

ବୌଦ୍ଧ: ସାଇକେଲରେ ବୁହାହେଲା ଶବ। ଚାରିକାନ୍ଧ ନ ମିଳିବାରୁ ଶ୍ମଶାନକୁ ସାଇକେଲ୍‌ରେ ଗଲା ଶବ। ଶାଳୀର ମୃତଦେହକୁ ସାଇକେଲ୍‌ରେ ବୋହି ନେଲେ ଭିଣୋଇ। ବୌଦ୍ଧ ବ୍ଲକ୍‌ ବ୍ରାହ୍ମଣୀପାଲି ପଞ୍ଚାୟତ କୃଷ୍ଣପାଲୀ ଗାଁର ଘଟିଛି ଏମିତି ଘଟଣା। ଖବର ମୁତାବକ, ଭିଣୋଇ ଚତୁର୍ଭୁଜ ବଙ୍କ ଦ୍ୱିତୀୟ ବିବାହ ସହ ଅନ୍ୟ ଜାତିରେ ବାହା ହୋଇଥିବାରୁ ସେ ଗାଁରୁ ବାସନ୍ଦ ହୋଇ ରହିଥିଲେ। ବାସନ୍ଦ କାରଣରୁ ମୃତଦେହ ନେବା ପାଇଁ କେହି ସହଯୋଗ କରିନଥିଲେ। ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ […]

  • Monday, 19 July 2021
vlcsnap-error310
ପୁରୀ ସଦର ଡାକ୍ତରଖାନାରେ ଶିଶୁ ବଦଳକୁ ନେଇ ଉତ୍ତେଜନା

ପୁରୀ: ପୁରୀ ସଦର ଡାକ୍ତରଖାନାର ଏସ୍‌ଏନ୍‌ସିୟୁରେ ନବଜାତ ବଦଳ ଓ ନିଖୋଜ ଅଭିଯୋଗ ଆସିଛି।  ଏସ୍‌ଏନ୍‌ସିୟୁରେ ଚିକିତ୍ସାଧିନ ଶିଶୁଙ୍କୁ ସ୍ତନ୍ୟପାନ କରିବାକୁ ଯିବା ବେଳେ ନିଜ ଶିଶୁକୁ ମାଆ ପାଇ ନଥିଲେ। ପରେ ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା। ସେହିପରି ଅନ୍ୟଜଣେ ନବଜାତର ବାପା ମଧ୍ୟ ଏସ୍‌ଏନ୍‌ସିୟୁରେ ନିଜର ଶିଶୁକୁ ପାଇନଥିବା ଅଭିଯୋଗ କରିଛନ୍ତି। ନିଜ ଶିଶୁକୁ ନପାଇ ଜଣେ ମାଆ ଅନ୍ୟ ଶିଶୁକୁ ସ୍ତନ୍ୟପାନ କରାଇଥିବା ମଧ୍ୟ କହିଛନ୍ତି। ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ […]

  • Monday, 19 July 2021
vlcsnap-error288
ମୋଦି ସରକାରଙ୍କ ପ୍ରତି ବିଜେଡିର ଅାଭିମୁଖ୍ୟ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ୱର:ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା। ଏନଡିଏ ଆଡ଼କୁ ଢଳୁଛି କି ବିଜେଡି?  ଆସାମ୍ NRC ପ୍ରସଙ୍ଗ ବିତର୍କ ପରେ ଅମିତଙ୍କ ମନ୍ତବ୍ୟ ନୂଆ ସମୀକରଣ ଆଡ଼କୁ ଇଙ୍ଗିତ କରୁଛି। ଏହାପୂର୍ବରୁ ଲୋକସଭାରେ ଅନାସ୍ଥା ଆଲୋଚନା ଆଗରୁ ବିଜେଡି ବୟକଟ୍ ପରେ ବି ଦୁଇ ଦଳ ଭିତରେ ଫିକ୍ସିଂ ହୋଇଥିବା ଚର୍ଚ୍ଚା ହୋଇଥିଲା। ସେହିଭଳି ପାର୍ଲାମେଣ୍ଟରେ ଅନେକ ବିଲ୍‌କୁ ବିଜେଡିର ସମର୍ଥନ, ବିମୁଦ୍ରାକରଣ ଓ ଜିଏସ୍‌ଟି, ରାଷ୍ଟ୍ରପତି ନିର୍ବାନରେ କୋବିନ୍ଦଙ୍କ […]

  • Monday, 19 July 2021
vlcsnap-error012
ପାତରଅନ୍ତର କରୁଛି ମୌସୁମୀ: କେଉଁଠି ଭାସୁଛି ତ କେଉଁଠି ଶୁଖିଲା ପଡ଼ିଛି ଜମି

ଭୁବନେଶ୍ୱର: କେଉଁଠି ଭାସୁଛି ତ କେଉଁଠି ଶୁଖିଲା ପଡ଼ିଛି ଜମି। କୋରାପୁଟ ଜିଲ୍ଲା ନାରାୟଣପାଟଣା ଓ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଅଞ୍ଚଳରେ ଅବସ୍ଥା ସଙ୍ଗୀନ୍‌। ଅନିୟମିତ ଏବଂ ଆବଶ୍ୟକ ପରିମାଣର ବର୍ଷା ନଥିବାରୁ ଧାନ ତଳି ହଳଦିଆ ପଡ଼ିଗଲାଣି ତ କେଉଁଠି ପଡ଼ିଆ ପଡିଛି ଜମି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ବି ଅନୁରୂପ ସ୍ଥିତି। ଠିକଣା ସମୟରେ ବର୍ଷାର ଅଭାବ ଚାଷୀଙ୍କୁ ହତାଶ କରିଦେଇଛି। ଏପଟେ ପରିସଂଖ୍ୟାନ କହୁଛି ଏପର୍ଯ୍ୟନ୍ତ ସାରା ରାଜ୍ୟରେ ୭.୧ ପ୍ରତିଶତ […]

  • Monday, 19 July 2021
vlcsnap-error785
୩୦ରୁ ଅଧିକ ଲୋକଙ୍କୁ ଚୂନ ଲଗାଇ ଚମ୍ପଟ୍‌ ମାରିଛି ଠକ

ଭୁବନେଶ୍ୱର: ଚାକିରି ଦେବା ନାଁରେ ଠକେଇ। ୩୦ରୁ ଅଧିକ ଲୋକଙ୍କୁ ଚୂନ ଲଗାଇ ଫେରାର ହୋଇଯାଇଛି ଜାଲ ନିଯୁକ୍ତିଦାତା। ଫେରାର୍ ହୋଇଯାଇଥିବା ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସିକୋ ଗାଁର ଜୟକୃଷ୍ଣ ବାରିକ। ଜଟଣୀ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ପ୍ରାୟ ୩୦ରୁ ଅଧିକ ଯୁବକଯୁବତୀଙ୍କ ଠାରୁ ସିକ୍ୟୁରିଟି ଡିପୋଜିଟ୍ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଧରି ଛୁ ମାରିଛି ଅଭିଯୁକ୍ତ। ଜଟଣୀ ସହରରେ କିଛି ଦିନ ପୂର୍ବରୁ ସେ ହେଲଥ୍ ଅଫ୍ ଫୁଡ୍ […]

  • Monday, 19 July 2021
vlcsnap-error573
ଅାମ୍ବୁଲାନସ ନ ଅାସିବାରୁ କାନ୍ଧରେ ବୁହା ହେଲେ ମହିଳା

ରାୟଗଡ଼ା: ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସ୍ୱାସ୍ଥ୍ୟସେବା କେମିତି ରସାତଳକୁ ଗଲାଣି ତାହାର ଏକ ନଗ୍ନ ନମୂନା ଦେଖିବାକୁ ମିଳିଛି।  ଆମ୍ବୁଲାନସ ନ ଆସିବାରୁ  ଜଣେ ମହିଳା ରୋଗୀଙ୍କୁ ତାଙ୍କ ସମ୍ପର୍କୀୟମାନେ ୬ କିଲୋମିଟର କାନ୍ଧରେ ବୋହି ହେଲେ ମହିଳା। ଏଭଳି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ନାଣ୍ଡାବଳି ଗାଁରୁ। ଅଭିଯୋଗ ଅନୁସାରେ ଗତରାତିରେ ଗାଁର ପୁକୁଲି ପ୍ରସ୍କାଙ୍କ ଦେହ ଖରାପ ହୋଇଥିଲା। ୧୦୮ ଆମ୍ବୁଲାନସକୁ ଫୋନ କରିବା ପରେ ଆମ୍ବୁଲାନ୍ସ ଆସିବାକୁ […]

  • Monday, 19 July 2021
vlcsnap-error343
କ୍ୟାଡର ମାଓବାଦୀଙ୍କ ଅାତ୍ମସମର୍ପଣ

ନୂଆପଡ଼ା: ମାଓ ସଂଗଠନରୁ ମୁହଁ ଫେରାଇଲେ ମାଓବାଦୀ। ନୂଆପଡ଼ା ଏସପି ସ୍ମିଥ୍ ପରମାରଙ୍କ ନିକଟରେ ଜଣେ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ନାଁ ଦୁର୍ବାଦଳ ବରିହା।  ସେ ୨୦୦୯ରୁ ବରଗଡ-ବଲାଙ୍ଗିର-ମହାସମୁନ୍ଦ ଡିଭିଜନରେ କାମ କରୁଥିଲେ। ୨୦୦୯ରେ ବରଗଡ଼ ଜିଲ୍ଲା ପଲସଦା ରାସ୍ତା ନିର୍ମାଣ ସଂସ୍ଥାର କ୍ୟାମ୍ପରେ ପୋଡ଼ାଜଳା, ୨୦୧୧ରେ ଝାରମୁଣ୍ଡାରେ ଟ୍ରକ ପୋଡ଼ାଜଳା, ୨୦୧୨ରେ ବରତୁଣ୍ଡ ଗାଁରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ତାଙ୍କ ନାଁରେ ଅଭିଯୋଗ ଥିଲା। ଏପରିକି ଦୁର୍ବାଦଳଙ୍କୁ […]

  • Monday, 19 July 2021
vlcsnap-error885
ରାଜଧାନୀରେ ସମ୍ବଲପୁରୀ ଦିବସ ପାଳନ

ଭୁବନେଶ୍ୱର: ରାଜଧାନୀରେ ଆଜି ପାଳନ ହୋଇଛି ସମ୍ବଲପୁରୀ ଦିବସ। ସ୍ୱର୍ଗତ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିବସ ଅବସରରେ ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ତରଫରୁ ଏହି ଦିବସ ପାଳନ କରାଯାଇଛି। ଏହି ଅବସରରରେ ଏକ ବାଇକ୍‌ ରାଲି ଭୁବନେଶ୍ୱର ମାଷ୍ଟାରକ୍ୟାଣ୍ଟିନ ଛକରୁ ବାହାରି ୟୁନିଟ୍‌ ୮ ଡିଏଭି ସ୍କୁଲ ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ଶତାଧିକ ଛାତ୍ରଛାତ୍ରୀ ଏବଂ ଯୁବବର୍ଗ ଏକାଠି ହୋଇ ପାରମ୍ପରିକ ସମ୍ବଲପୁରୀ ଡ୍ରେସ୍ ପରିଧାନ କରିଥିଲେ। ସମ୍ବଲପୁରୀ କଳା ସଂସ୍କୃତିକୁ ସ୍ୱର୍ଗତ ସତ୍ୟନାରାୟଣ […]

  • Monday, 19 July 2021
bmc
ନୟାପଲ୍ଲୀ ଅଞ୍ଚଳରେ ଜବର ଦଖଲ ଉଚ୍ଛେଦ

ଭୁବନେଶ୍ୱର  : ଅାଜି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଜାତୀୟ ରାଜପଥ ପାର୍ଶ୍ୱରେ ଚାଲିଛି ଉଚ୍ଛେଦ ଅଭିଯାନ। ଅାଇଆର୍‌ସି ଭିଲେଜ ଅଞ୍ଚଳର ଏନ୍ଏଚ୍ କଡ଼ରୁ ଜବର ଦଖଲ ଉଚ୍ଛେଦ କରାଯାଉଛି। NH କଡ଼ରେ ସ୍ୱେରେଜକୁ ଅନେକ ଲୋକ ଜବର ଦଖଲ କରିଥିଲେ। ଅାଜି ବିଏମ୍‌ସି, ବିଡିଏ ଓ NHAI ପକ୍ଷରୁ ମିଳିତ ଭାବେ ଏହି ଜବର ଦଖଲକୁ ଉଚ୍ଛେଦ କରାଯାଉଛି।  ଏହା ଅାଗରୁ ଇସ୍କନ ମନ୍ଦିରର ଜବର ଦଖଲକୁ ଉଚ୍ଛେଦ କରାଯାଇଥିଲା। ଇସ୍କନ ମନ୍ଦିର ସାମ୍ନାରେ ଛାତିଏ ବର୍ଷା […]

  • Monday, 19 July 2021
iocl
କ୍ରାଇମବ୍ରାଞ୍ଚ STFରେ IOCL ଅଧିକାରୀ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ STFରେ IOCL ଅଧିକାରୀ। ଅାଜି IOCLର ୫ ଜଣ ଅଧିକାରୀ STFଙ୍କ ନିକଟରେ ହାଜର ହୋଇଛନ୍ତି। ଟିଟୋକୁ ପେଟ୍ରୋଲ ପମ୍ପ ଅାବଣ୍ଟନ ମାମଲାରେ ସେମାନେ ହାଜର ହୋଇଥିବା କୁହାଯାଉଛି। STFରୁ ଫେରିଲା ପରେ IOCL ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି।  ପାଇପ୍‌ ଲାଇନ୍‌ ବିଛାଇବା କାମରେ ବାଧା ସୃଷ୍ଟି ହେଉଛି। କିଛି ଅସାମାଜିକ ବାଧା ସୃଷ୍ଟି କରୁଥିବାରୁ ଜଣାଇବାକୁ ଅାସିଥିଲୁ ବୋଲି ଅଧିକାରୀ କହିଛନ୍ତି।

  • Monday, 19 July 2021
raid
ରିଜର୍ଭ ପୁଲିସ୍‌ ହାବିଲ୍‌ଦାରଙ୍କ ଘରେ ଭିଜିଲାନ୍ସ ରେଡ୍

କେନ୍ଦ୍ରାପଡ଼ା : ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ାର ରିଜର୍ଭ ପୁଲିସ୍‌ ହାବିଲ୍‌ଦାର। ହାବିଲ୍‌ଦାର ତୈଲୋକ୍ୟନାଥ ଜେନା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ୍‌ ଟିମ୍‌ ପକ୍ଷରୁ ଚଢ଼ଉ କରାଯାଇଥିଲା। ଭିଜିଲାନ୍ସ ଟିମ୍ ତୈଲୋକ୍ୟଙ୍କ ବାସଭବନ ସହ ୩ଟି ସ୍ଥାନରେ ଚଢ଼ଉକରିଛି। ଚଢ଼ଉବେଳେ ବ୍ୟାଙ୍କ ପାସବୁକ୍, ଅଳଙ୍କାର ସହ ବିଭିନ୍ନ ସ୍ଥାନରେ ଥିବା ଜମିର କାଗଜପତ୍ର ଜବତ ହୋଇଛି।  

  • Monday, 19 July 2021
sushanta singh
ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କଳାପତାକା ପ୍ରଦର୍ଶନ

ଅନୁଗୋଳ : ଶକ୍ତି ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ। ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଅାଜି ଅନୁଗୋଳ ଗସ୍ତରେ ଯାଇଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ଅନୁଗୋଳରେ ବେକାରୀ ସମସ୍ୟା ବୃଦ୍ଧି ପାଇଥିବା ଅଭିଯୋଗ କରି ସେମାନେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ। ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଅାଜି ନାଲକୋର ଫ୍ୟାକ୍ଟ୍ରୀ ଓ ବଏଲର ବିଭାଗର ଏକ ସେମିନାରରେ ଯୋଗ ଦେବାକୁ ଯାଉଥିଲେ। ବିରୋଧ ସତ୍ତ୍ୱେ […]

  • Monday, 19 July 2021
Monsoon
ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଜାରି ରହିଛି। ଉପକୂଳ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅଧିକ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, କଟକ, ଯାଜପୁର ଇତ୍ୟାଦି ଜିଲ୍ଲାରେ ଅଧିକ ବର୍ଷା ହେବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  

  • Monday, 19 July 2021
vlcsnap-error592
ଦେଢ଼ ବର୍ଷର ଶିଶୁପୁତ୍ରକୁ ଚେଙ୍କ

ନବରଙ୍ଗପୁର : ରୋଗ ଭଲ ନ ହେବାରୁ ଜଣେ ଦେଢ଼ ବର୍ଷର ଶିଶୁପୁତ୍ରକୁ ଚେଙ୍କ ଦିଆଯାଇଛି। ଏହି ଘଟଣା ଘଟିଛି ନବରଙ୍ଗପୁରର ନନ୍ଦାହାଣ୍ଡି ବ୍ଲକ ନିଶିନାହାଣ୍ଡି ଗାଁରେ। ଶିଶୁର ଦେହ ଖରାପ ହେବା ପରେ ପରିବାର ଲୋକ ତାର ପେଟ ଓ ମୁଣ୍ଡରେ ଚେଙ୍କ ଦେଇଥିଲେ। କିନ୍ତୁ ରୋଗ ଭଲ ହେବା ବଦଳରେ ଶିଶୁଟିର ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିଥିଲା। ଏହାପରେ ପରିବାର ଲୋକ ଚିକିତ୍ସାପାଇଁ  ଶିଶୁପୁତ୍ରକୁ ମେଡିକାଲରେ ଭର୍ତ୍ତି କରିଛନ୍ତି।

  • Monday, 19 July 2021
thana
ଗୁରୁ ନାଁରେ କଳଙ୍କ

ଦେବଗଡ଼  : ଗୁରୁ ନାଁରେ କଳଙ୍କ। ବିଭିନ୍ନ ସମୟରେ ୫ ଛାତ୍ରୀଙ୍କ ସହ ଯୌନ ସଂପର୍କ ଅଭିଯୋଗରେ ଟ୍ୟୁସନ ସାର୍ ଗିରଫ। ଏହି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରେ। ଅଭିଯୁକ୍ତ ହେଲେ ରବୀନ୍ଦ୍ର ସାହୁ। ତାଳସେର ଗାଁରେ ନିଜ ଘରେ ଟ୍ୟୁସନ ପଢ଼ାଇବା ବେଳେ ୩ ବର୍ଷ ହେଲା ରବୀନ୍ଦ୍ର କେତେକ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା। ଲୋକଲଜ୍ଜା ଭୟରେ କେହି ଏକଥା ବାହାରେ ପ୍ରକାଶ କରୁନଥିଲେ। ତେବେ ଗତକାଲି […]

  • Monday, 19 July 2021
vlcsnap-error880
ବିଦ୍ୟୁତ୍‌ ସଂସ୍ପର୍ଶରେ ଚାଷୀ ମୃତ୍ୟୁକୁ ନେଇ ଉତ୍ତେଜନା

ନୟାଗଡ଼: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ଚାଷୀଙ୍କ ମୃତ୍ୟୁ ନେଇ ଉତ୍ତେଜନା। ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ରାସ୍ତାରୋକ କରିଛନ୍ତି। ଏଭଳି ଘଟଣା ଘଟିଛି ନୟାଗଡ଼ ଖଣ୍ଡପଡା ବ୍ଳକ ଶିଖରପୁର ଗାଁରେ। ମିଳିଥିବା ସୂଚନା ଅନୁସାରେ, ସକାଳେ ଗାଁର ପାଣୁ ଭଟ୍ଟ ନାମକ ଜଣେ ଚାଷୀ ଜମିକୁ ଯାଉଥିବାବେଳେ ଅଳ୍ପ ଉଚ୍ଚତାରେ ଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଏହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣ ଚାଲିଯାଇଥିଲା। ପରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା […]

  • Monday, 19 July 2021