ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ଅାସାମ ବାଲାଂଦେଶୀ ଅନୁପ୍ରବେଶ ଅାଶଙ୍କା। ସମୁଦ୍ରପଥରେ ଗଳାବାଟ ଦେଇ ଚାଲିଅାସିପାରନ୍ତି ଅାସାମ ନାଗରିକ ପଞ୍ଚିକାରୁ ବାଦ୍ ପଡ଼ିଥିବା ଶରଣାର୍ଥୀ। କାରଣ ବାଲେଶ୍ୱରରୁ ନେଇ ଗଞ୍ଜାମ। ଓଡ଼ିଶାକୁ ଘେରିଛି ୪୭୬ କିଲୋମିଟର ସୁଦୀର୍ଘ ବେଳାଭୂମି। ଏଇ ବିଶାଳ ଉପକୂଳ ହିଁ ଅନୁପ୍ରବେଶକାରୀଙ୍କୁ ଓଡ଼ିଶାକୁ ପ୍ରବେଶର ସହଜ ବାଟ ପାଲଟିଛି। ସେଦୃଷ୍ଟିରୁ ଅାସାମରୁ ଅନୁପ୍ରବେଶ ବି କଷ୍ଟସାଧ୍ୟ ନୁହେଁ। ସରକାରୀ ତଥ୍ୟ କହୁଛି ରାଜ୍ୟରେ ଏବେ ମାତ୍ର ୩ ହଜାର ୭ ଶହ ବାଂଲାଦେଶୀ […]
ରାଉରକେଲା : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ହଁ , କିନ୍ତୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନା। ଏହି ଦୁଇ ମନ୍ତ୍ରାଳୟର ନିୟମ ଜାଲରେ ଛନ୍ଦି ହୋଇ ମଉଳି ଯାଇଛି ରାଉରକେଲା NITରେ ମେଡିକାଲ୍ କଲେଜ ପ୍ରତିଷ୍ଠା ସ୍ୱପ୍ନ। ଗତ ଏପ୍ରିଲ୍ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ NIT ନିର୍ଦ୍ଦେଶକଙ୍କୁ ଲେଖିଥିଲା ଚିଠି। ଯେଉଁଥିରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଅାବଶ୍ୟକ ଅନୁମତି ନେବାକୁ ଜୁନ୍ ୧୫ରୁ ଜୁଲାଇ ୭ ମଧ୍ୟରେ MCI ଏବଂ […]
ମାଟିହାଣ୍ତି ପ୍ରସ୍ତୁତ ଖାଦ୍ୟର ସ୍ୱାଦ ସବୁ ବେଳେ ନିଆରା। ଯୁଗ ଯେତେ ଆଗେଇଲେ ବି ମାଟି ହାଣ୍ଡିର ବିକଳ୍ପ ନାହିଁ। ପ୍ରେସର କୁକର୍ ଯୁଗରେ ଆଜି ବି ମାଟିହାଣ୍ଡିର ଚାହିଦା ରହିଛି। ବାହାର ତେଲ ମସଲାଯୁକ୍ତ ଖାଦ୍ୟ ବଦଳରେ ଘରେ ପ୍ରସ୍ତୁତ କରନ୍ତୁ ଓଡ଼ିଆ ପାରମ୍ପରିକ ଖାଦ୍ୟ। ଜାଣି ରଖନ୍ତୁ ଘରେ କେମିତି ପ୍ରସ୍ତୁତ କରିବେ ସ୍ୱାଦିଷ୍ଟ ମାଟିହାଣ୍ଡି କଙ୍କଡ଼ା। ଆବଶ୍ୟକ ସାମଗ୍ରୀ- କଙ୍କଡ଼ା, ତେଲ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, କଟା ପିଆଜ, ପିଆଜ ବଟା, ଅଦା ରସୁଣ ବଟା, ଟମାଟୋ ବଟା […]
ସମ୍ବଲପୁର : ସମ୍ବଲପୁର ହୀରାକୁଦରେ ଫିଙ୍ଗାଗଲା ଟନ୍ ଟନ୍ ଚାଉଳ। ଏଠାରେ ଥିବା ଏକ ରାଇସ୍ ମିଲ୍ର ଚାଉଳ ଖରାପ ହୋଇଯାଇଥିବାରୁ ହୀରାକୁଦ ଲରପଙ୍କ ଅଞ୍ଚଳର ଏକ ଖୋଲା ପଡିଅାରେ ପକାଯାଉଛି ଏହି ଚାଉଳ। ବର୍ଷା ପାଣିରେ ଚାଉଳ ସବୁ ନଷ୍ଟ ହୋଇଯାଇଥିବାରୁ ତାକୁ ଫିଙ୍ଗାଯାଉଥିବା ନେଇ ଅନୁମାନ କରାଯାଉଛି। କଷ୍ଟମ ମିଲିଂ ପରେ ଏହା ଯୋଗାଣ ବିଭାଗକୁ ଫେରା ଯାଇଥାନ୍ତା। ତେବେ ଚାଉଳ ଖରାପ ହେବା ପରେ ଏହାକୁ ଠିକ୍ ଭାବରେ ନଷ୍ଟ କରାନଯାଇ ଏଭଳି […]
କଳାହାଣ୍ଡି : ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ଘଟଣାରେ ମେଡିକାଲ କଲେଜ୍ ମୁଖ୍ୟ ଗିରଫ। କଲେଜ ମ୍ୟାନେଜିଂ ଟ୍ରଷ୍ଟି ଏ. ଜନ୍ସେଲ୍ ରାଜାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW। ତାଙ୍କୁ ତାମିଲନାଡ଼ୁ ନଗରକୋଏଲରୁ ଗିରଫ କରାଯାଇଛି । ଜନ୍ସେଲ ସେଲଭାମ ଏଜୁକେସନାଲ ଚାରିଟେବଲ ଟ୍ରଷ୍ଟ ମୁଖ୍ୟ ଥିଲେ। ଗିରଫ ପରେ ଜନ୍ସେଲ୍ଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଅାଣୁଛି EOW । ୨୦୧୩ -୧୪ ଓ ୨୦୧୪-୧୫ […]
ଭୁବନେଶ୍ୱର: ଟ୍ୱିନ୍ ସିଟିର ନୂଆ ପୁଲିସ କମିଶନର ଭାବେ ସତ୍ୟଜିତ୍ ମହାନ୍ତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଓ୍ୱାଇ.ବି. ଖୁରାନିଆଙ୍କ ସ୍ଥାନରେ ସତ୍ୟଜିତ୍ ମହାନ୍ତି ହୋଇଛନ୍ତି ନୂଆ ପୁଲିସ୍ କମିଶନର। ୧୯୮୮ ବ୍ୟାଚ୍ର ଆଇପିଏସ ହେଉଛନ୍ତି ସତ୍ୟଜିତ୍ ମହାନ୍ତି। ପୂର୍ବରୁ କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱରରେ ଏସ୍ପି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ପୁରୀରେ ଆଡିସ୍ନାଲ ଏସ୍ପି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ୨୦୦୪ରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ପୁଲିସ ପଦକ […]
ଜଳେଶ୍ୱର: ଯେତେ ସଚେତନ କଲେ ବି ଲୋକମାନଙ୍କ ମନରେ ଅନ୍ଧବିଶ୍ୱାସର ପରଦା ହଟୁ ନାହିଁ। ମେଡିକାଲ ପରିସରରେ ଚାଲିଛି ଝଡ଼ାଫୁଙ୍କା। ତାହା ବି ପୁଣି ଫୋନ୍ରେ। ମୃତକଙ୍କ କାନରେ ମନ୍ତ୍ର ଫୁଙ୍କୁଛନ୍ତି ଗୁଣିଆ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସ୍ଥିତ ଜି.କେ ଭଟ୍ଟର ହସ୍ପିଟାଲରେ। ସୂଚନା ଅନୁସାରେ, ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତର ମହିଷାମୁଣ୍ଡା ଗାଁର ସିଦ୍ଧେଶ୍ୱର ଜେନା ବିଲରେ କାମ କରୁଥିବା ବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। […]
ଖୋର୍ଦ୍ଧା: ଖୋର୍ଦ୍ଧା ବାଇପାସ୍ ବାଟମଙ୍ଗଳା ଓଭର ବ୍ରିଜ୍ ନିକଟରୁ ଏକ ଗୋରୁ ବୋଝେଇ ଜବତ ହୋଇଛି। ଟ୍ରକ୍ ଭିତରୁ ୫୦ ମୃତ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମୁର୍ମୂଷ ଅବସ୍ଥାରେ ୫୦ ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଗୋରୁଙ୍କୁ କଟକର ଏକ ଗୋଶାଳାକୁ ଅଣାଯାଇଛି। ବେଆଇନ ଚାଲାଣ ବେଳେ ଏତେ ସଂଖ୍ୟାରେ ଗୋରୁଙ୍କ ମୃତ୍ୟୁ ହୋଇଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।