• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

vlcsnap-error316
ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ

ପୁରୀ: ପୁରୀ ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଏଥିପାଇଁ ୨୫ ଏକର ଜମି ଯୋଗାଇଦେବେ ରାଜ୍ୟ ସରକାର। ଆଜି ଅନୁଷ୍ଠିତ ପ୍ରଥମ ଐତିହ୍ୟ କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ସେହିପରି ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗକୁ ନୀତି ଡ୍ରାଫ୍ଟ ଦାୟିତ୍ୱ ଦିଆଯିବା ସହ ସାର୍ବଜନୀନ ପାଠାଗାର ନିର୍ଦ୍ଦେଶକ ପଦବୀ ସୃଷ୍ଟିକୁ କ୍ୟାବିନେଟରେ ମଂଜୁରୀ ମିଳିଛି। ସମସ୍ତ ସାର୍ବଜନୀନ […]

  • Monday, 19 July 2021
biju
ବିଜୁ ପକ୍କା ଘର ନିର୍ମାଣ ବିଜ୍ଞାପନକୁ ନେଇ ଅାପତ୍ତି

ଭୁବନେଶ୍ୱର : ସରକାରଙ୍କ ବିଜୁ ପକ୍କାଘରର ସଂଖ୍ୟାକୁ ନେଇ ବଢୁଛି ବିବାଦ। ଗତ ୪ ବର୍ଷରେ ସରକାର ୧୭ ଲକ୍ଷ ବିଜୁ ପକ୍କା ଘର ନିର୍ମାଣ କରିଥିବା ଦାବି କରି ଦେଇଥିବା ବିଜ୍ଞାପନ ଉପରେ ଅାପତ୍ତି ଉଠାଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ପଞ୍ଚାୟତରାଜ ବିଭାଗର ୱେବ୍‌ସାଇଟରେ ଥିବା ତଥ୍ୟ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ତଥ୍ୟକୁ ଯୋଡ଼ି ବିଜୁ ପକ୍କା ଘରର […]

  • Monday, 19 July 2021
vlcsnap-error456
କୋଚିଳା ନଦୀବନ୍ଧରେ ଫାଟ

ଭଦ୍ରକ: ଭଦ୍ରକ ଧାମନଗର ବ୍ଲକର କୋଚିଳା ନଦୀବନ୍ଧରେ ଫାଟ ଦେଖାଦେଇଛି। ତରେଇସାହି ନିକଟରେ ନଦୀବନ୍ଧର ବାମ ପାର୍ଶ୍ୱ ଦବି ଯାଇଥିବା ଜଣା ପଡ଼ିଛି। ନଦୀବନ୍ଧ ଦବିବା ଯୋଗୁଁ ପ୍ରାୟ ୫୦ଫୁଟ୍‌ର ଫାଟ ହୋଇ ଯାଇଛି। ଏଥିପାଇଁ ଲୋକ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯଦି ବଡ଼ ବର୍ଷା ହୁଏ, କିମ୍ବା ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ତେବେ ନଦୀ ବନ୍ଧ ପୁରା ଭାଙ୍ଗିଯିବାର ଆଶଙ୍କା ଅଛି। ମାସେ ତଳେ ଏଠାରେ କାମ ହୋଇଥିଲା। କିନ୍ତୁ ମାସେ […]

  • Monday, 19 July 2021
phone
ଚାଷୀଙ୍କୁ ରାଜ୍ୟ ସରକାର ଦେବେ ଅାଣ୍ଡ୍ରଏଡ୍‌ ଫୋନ୍

ଭୁବନେଶ୍ୱର : ସ୍ମାର୍ଟ ହେବେ ଚାଷୀ। ସେମାନଙ୍କୁ ଦିଆଯିବ ସ୍ମାର୍ଟ ଫୋନ୍। ପ୍ରତି ଜିଲ୍ଲାରୁ ୨ ହଜାର ଚାଷୀଙ୍କୁ ଆଣ୍ଡ୍ରଏଡ୍‌ ଫୋନ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଆଜି ଏ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ପ୍ରତି ଜିଲ୍ଲାର ପ୍ରାୟ ୨ ହଜାର ଚାଷୀଙ୍କୁ ଆଣ୍ଡ୍ରଏଡ୍‌ ଫୋନ୍ ଦିଆଯିବ। ଏଥିପାଇଁ  ୩ କୋଟି ଟଙ୍କା ବ୍ୟୟ ବରାଦ ସହିତ ଏକ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଥିବା ସୂର୍ଯ୍ୟନାରାୟଣ […]

  • Monday, 19 July 2021
girakud
ହୀରାକୁଦରେ ୧୦ଟି ଗେଟ୍ ଖୋଲା

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ରୁ ଆଜି ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ୭୬ ହଜାର ୫୬ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସନ ହେଉଛି ୧  ଲକ୍ଷ ୬୪ ହଜାର ୩୨୬ ଘନ ଫୁଟ ଜଳ। ଡ୍ୟାମ୍‌ର ବାମ ପଟ ୭ଟି ଓ ଡାହାଣ ପଟର ୩ଟି ଗେଟ ଦେଇ ବନ୍ୟା ଜଳ ଛଡ଼ାଯାଉଛି। ଏବେ ହୀରାକୁଦ ଡ୍ୟାମ୍‌ରେ ୬୧୦ ଦଶମିକ ୪୭ ଫୁଟ ପାଣି ରହିଛି।  

  • Monday, 19 July 2021
vlcsnap-error242
ପାଣି ଘେରରେ ଖୋର୍ଦ୍ଧା ବ୍ଲକ୍‌ର ୫ ପଞ୍ଚାୟତ, ଘରୁ ବାହାରି ପାରୁନାହାନ୍ତି ଲୋକେ

ଖୋର୍ଦ୍ଧା: ଜଳବନ୍ଦୀ ଅବସ୍ଥାରେ ଖୋର୍ଦ୍ଧା ବ୍ଲକର ୫ଟି ପଞ୍ଚାୟତ। ଉବୁଟୁବୁ ଗାଁ ଗଣ୍ଡା ରାସ୍ତା ଘାଟ, ବିଲ ବାଡ଼ି ସବୁଆଡେ ପାଣି। ୫ ଦିନ ହେବ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ। ହିରିମୂଳ, ଓରବରସିଂ, ଶରଧାପୁର, ଡିହଖଳା ଓ ଓରମି ପଞ୍ଚାୟତ ଏକପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ଗୋଖାଦ୍ୟ ଓ ଶିଶୁ ଖାଦ୍ୟର ଅଭାବ ପରିସ୍ଥିତିକୁ ଆହୁରି ଜଟିଳ କରିଛି। ଚୁଲିରେ ପାଣି ପଶିଥିବାରୁ ଘରେ ରୋଷେଇ ବି ବନ୍ଦ ହୋଇଛି। ୫ ଦିନ […]

  • Monday, 19 July 2021
vlcsnap-error566
ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭଟ୍‌ଲି ବନ୍ଦ

ବରଗଡ଼: ଭଟ୍‌ଲି ବିଜେପି ଅଫିସ ଗୁଳିକାଣ୍ଡ ଘଟଣାରେ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ଇରାଶିଷ ଆଚାର୍ଯ୍ୟଙ୍କ ଗିରଫର ପ୍ରତିବାଦ ହୋଇଛି। ଆଜି ଦଳ ପକ୍ଷରୁ ୧୨ ଘଣ୍ଟିଆ ଭଟ୍‌ଲି ବନ୍ଦ ପାଳନ କରାଯାଉଛି। ଏହି ବନ୍ଦର ପ୍ରଭାବ ସାଧାରଣ ଜୀବନଯାତ୍ରା ଉପରେ ପଡ଼ିଛି। ଭଟ୍‌ଲିରେ ଦୋକାନ ବଜାର ସହିତ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ଗତକାଲି ପୁଲିସ୍‌ ଇରାଶିଷଙ୍କୁ ଗିରଫ କରିଥିଲା। ଆଗରୁ ଇରାଶିଷଙ୍କୁ ବରଗଡ଼ ଟାଉନ ଥାନାକୁ ଡକାଯାଇ ପଚରା ଉଚରା କରିଥିଲା ପୁଲିସ୍‌। ଗତ […]

  • Monday, 19 July 2021
suicide
ପାରିବାରିକ କହଳରୁ ଚାଲିଗଲା ୨ଟି ଜୀବନ

ବାଲେଶ୍ୱର: ପାରିବାରିକ କଳହ ଶେଷରେ କରୁଣ ପରିଣତିର ରୂପ ନେଇଛି। ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ବାହାନଗା ବରିପଦା ଗାଁରେ। ସୂଚନା ଅନୁସାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମଧ୍ୟରେ ଝଗଡ଼ା ହୋଇଥିଲା। ସେଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ସ୍ତ୍ରୀକୁ ପିଟି ପିଟି ମାରିଦେଇଥିଲା। ପରେ ନିଜେ ମଧ୍ୟ ଝୁଲି ପଡ଼ି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।  

  • Monday, 19 July 2021
vlcsnap-error145
ଲୋମଶ ଶିଶୁ କାହ୍ନାର ପ୍ରଥମ ପର୍ଯ୍ୟାୟ ଅପରେସନ୍

ବ୍ରହ୍ମପୁର:  ଦୀର୍ଘ ସାଢ଼େ ୫ ଘଣ୍ଟା ପରେ ଅାଜି ବ୍ରହ୍ମପୁର ମେଡିକାଲ୍‌ରେ ଶେଷ ହୋଇଛି ଲୋମଶ ଶିଶୁ କାହ୍ନାର ପ୍ରଥମ ପର୍ଯ୍ୟାୟ ଅପରେସନ୍। ଏହି ଅପରେସନ୍ ସଫଳ ହୋଇଥିବା ଡାକ୍ତର କହିଛନ୍ତି। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ ଗାୟଗଣ୍ଡାର ଲୋମଶ ଶିଶୁ କାହ୍ନାର ଏହି ବିରଳ ଅସ୍ତ୍ରୋପଚାର ପରେ ସେ ନୂଅା ଚେହେରା ପାଇବ ବୋଲି ଅାଶା କରାଯାଉଛି। ଏମ୍‌କେସିଜି ଅଧୀକ୍ଷକ, ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ଓ ନିଶ୍ଚେତକ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅପରେସନ୍ କରିଥିଲା ୧୨ […]

  • Monday, 19 July 2021
vlcsnap-error605
ସୋହେଲା ଗୁଳିମାଡ଼କୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ଗୁଳିମାଡ଼ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୁଶାନ୍ତ ସିଂ ଏହାକୁ ରାଜନୈତିକ ହିଂସା ବୋଲି କହିବା ସହ ସିଧାସଳଖ ବିଜେପି ଓ ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହି ଗୁଳିକାଣ୍ଡରେ ଜୟନାରାୟଣ ଜାମିନରେ ବାହାରିବା ପରର ସାଇଡ୍‌ ଇଫେକ୍ଟ ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ବିଜେପି ବନ୍ଧୁକ ମୁନରେ ଭଟ୍‌ଲି ନିର୍ବାଚନ ମଣ୍ଡଳୀରେ ଶାସନ କରିବାକୁ ଚାହୁଁଛି ବୋଲି ସୁଶାନ୍ତ ଅଭିଯୋଗ […]

  • Monday, 19 July 2021
LAD
ରାଜ୍ୟରେ ଅମଲାରାଜ୍: ହୋଇପାରୁନି ଏମପି ଲାଡ୍ ଫଣ୍ଡ ବିନିଯୋଗ

ଭୁବନେଶ୍ୱର: ସାଂସଦ ପାଣ୍ଠି ବିନିଯୋଗ ପ୍ରମାଣପତ୍ର ଦାଖଲରେ ଅପାରଗ ଜିଲ୍ଲା ପ୍ରଶାସନ। ଏଭଳି ଅଭିଯୋଗ ଆଣି ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାପାଳଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ। ଏମିତିକି ତୁରନ୍ତ ୟା ଉପରେ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି। ଯେଉଁଥିରେ ନଗେନ୍ଦ୍ର ଦର୍ଶାଇଛନ୍ତି-୨୦୧୪ରୁ ୨୦୧୭ ମସିହା ମଧ୍ୟରେ ଏମ୍ପି ଲାଡ୍ ସ୍କିମରେ ତାଙ୍କୁ ୧୫ କୋଟି ଟଙ୍କା ମିଳିଥିଲା। ତେବେ ପ୍ରଶାସନିକ ତଦାରଖରେ ଅବହେଳାରୁ ଅନୁଦାନ ରାଶିର ସଠିକ୍  ବିନିଯୋଗ […]

  • Monday, 19 July 2021
RASAGOLA
ରସଗୋଲାକୁ ଜିଅାଇ ମାନ୍ୟତା ପ୍ରସଙ୍ଗ: କେବେ ସରିବ ସରକାରଙ୍କ ତଥ୍ୟ ସଂଗ୍ରହ

ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥଙ୍କ ପାଖେ ଲାଗି ହେଲା ରସଗୋଲା। ନିଳାଦ୍ରୀ ବିଜେର ଏ ପରମ୍ପରା ଦ୍ୱାଦଶ ଶତାବ୍ଦୀରୁ ଚାଲିଆସିଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏ ପରମ୍ପରା ହିଁ ବୟାନ କରୁଛି ରସଗୋଲାର ଉତ୍ପତ୍ତି ସ୍ଥଳ ଓଡ଼ିଶା। ଏପଟେ ରସଗୋଲାକୁ ନେଇ ପାହାଳରେ ପାଳନ ହେଇଛି ରସଗୋଲା ଦିବସ। ଏଠାରେ ଯୋଗ ଦେଇଛନ୍ତି ମନ୍ତ୍ରୀ ,ବିଧାୟକ, ମେୟରଙ୍କ ପରି ବିଶିଷ୍ଟ ବ୍ୟକ୍ତି। ହେଲେ କାହା ମନରେ ଅନୁଶୋଚନା ନାହିଁ  ଯେ, ଓଡ଼ିଶା ରସଗୋଲାକୁ ଏପର୍ଯ୍ୟନ୍ତ ଜିଓଗ୍ରାଫିକାଲ […]

  • Monday, 19 July 2021
TITIO
ଟିଟୋ ମାମଲାରେ ତନାଘନା: ଅଫିସରଙ୍କ ଲିଙ୍କ୍ ଖୋଜି ରେଡ୍‌ କରୁଛି ଭିଜିଲାନ୍ସ

ଭୁବନେଶ୍ୱର: ଆର୍‌ଟିଓ ଅଫିସ୍, ତହସିଲ୍ ଅଫିସ୍, ଯୋଗାଣ ଅଫିସ୍ ଓ ପୌର କାର୍ଯ୍ୟାଳୟ ସବ୍‌ ରେଜିଷ୍ଟ୍ରାର ଅଫିସ୍ ଏସବୁ ସରକାରୀ ଅଫିସ୍‌ରେ ଆଜି ରେଡ୍ କରିଛି ଭିଜିଲାନ୍ସ। କେନ୍ଦ୍ରାପଡ଼ା, କଟକ ଓ ଯାଜପୁର ଜିଲ୍ଲାରେ ଥିବା ଅଫିସର୍ ଗ୍ୟାଙ୍ଗଷ୍ଟର ଟିଟୋ ସହ ଲିଙ୍କ୍। କେଉଁ ଅଫିସର୍ ଟିଟୋକୁ ଅହେତୁକ  ଅନୁକମ୍ପା ଦେଖାଇଛନ୍ତି ଓ ପ୍ରତିବଦଳରେ କିପରି ଅନୁଗୃହୀତ ହୋଇଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ତନାଘନା। ସେପଟେ କିଛି ଓଏଏସ୍ ଅଫିସର୍ ଓ ପୁଲିସ ଅଧିକାରୀ ଟିଟୋଠାରୁ […]

  • Monday, 19 July 2021
vlcsnap-error714
ଆସନ୍ତାକାଲି ଉଦ୍‌ଘାଟନ ହେବ ଗୁରୁପ୍ରିୟା ସେତୁ

ମାଲକାନଗିରି: ଆସନ୍ତାକାଲି ଉଦ୍‌ଘାଟିତ ହେବ ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ। ଏହାକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାକୁ ଥିବାବେଳେ ଆଜି ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେତୁ ସାଜସଜ୍ଜା, ବ୍ୟାରିକେଡ୍ ଓ ହେଲିପେଡ୍ ନିର୍ମାଣ ସରିଛି। ନିଜେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଭାଗୀୟ ସଚିବ ନଳିନୀ ପ୍ରଧାନ ସେଠାକୁ ଯାଇ ଏହାର ତଦାରଖ କରିଛନ୍ତି। ଜିଲ୍ଲାପାଳ ଓ ଏସ୍‌ପି ମଧ୍ୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ସୁରକ୍ଷା […]

  • Monday, 19 July 2021
vlcsnap-error531
କେବେ ମିଳିବ ଜିଆଇ ଟ୍ୟାଗ୍‌

ଭୁବନେଶ୍ୱର: ରସଗୋଲାକୁ ଜିଆଇ ମାନ୍ୟତା ଦେବାରେ ସରକାରଙ୍କ ଆନ୍ତରିକତା ନେଇ ଉଠିଛି ପ୍ରଶ୍ନ। ଜୁନ୍ ମାସରେ ଜିଆଇ କର୍ତ୍ତୃପକ୍ଷ ଏ ସମ୍ପର୍କିତ ତଥ୍ୟ ଦେବାକୁ କହିଥିଲେ। କିନ୍ତୁ ରାଜ୍ୟ ସରକାର ଏଯାଏଁ ତଥ୍ୟ ଦେଇନାହାନ୍ତି। ତେବେ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖି MSME ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଜିଆଇ କର୍ତ୍ତୃପକ୍ଷ ଆମକୁ ୧୪ଟି ପ୍ରଶ୍ନର ତଥ୍ୟ ମାଗିଥିଲେ। ଏହି ତଥ୍ୟ ୧ ମାସ ମଧ୍ୟରେ ଦେବାକୁ କହିଥଲେ। କିନ୍ତୁ ଆମେ ଅଗଷ୍ଟ ୨୧ ତାରିଖ ସୁଦ୍ଧା […]

  • Monday, 19 July 2021
vlcsnap-error726
ଆପତ୍ତି ଶୁଣାଣି ଆଳରେ ପୌର ନିର୍ବାଚନ ଟାଳିବାକୁ ମସୁଧା

ଭୁବନେଶ୍ୱର: ଜୁନ ୧୩ରେ ପୌର ପ୍ରଶାସକ କହିଥିଲେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ଭିତରେ ରଖିବା ନେଇ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯିବେ ସରକାର। କିନ୍ତୁ ପାଖାପାଖି ଦେଢ଼‍ମାସ ହୋଇଯାଇଥିଲେ ବି ଚୁପ୍ ବସିଛନ୍ତି ସରକାର। ନଗର ଉନ୍ନୟନ ବିଭାଗର ସୂଚନା ଅନୁସାରେ ମାମଲା ଦାୟର ପାଇଁ କେବଳ ଡ୍ରାଫ୍ଟ୍ ପ୍ରସ୍ତୁତ ହୋଇ ସରକାରଙ୍କ ଓକିଲଙ୍କୁ ଦିଆଯାଇଛି। ପଞ୍ଚାୟତିରାଜ ବିଭାଗ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଏନେଇ ଆବେଦନ କରିବେ। […]

  • Monday, 19 July 2021
vlcsnap-error840
ଟଳିଲା ବନ୍ୟା ଆଶଙ୍କା: ମହାନଦୀ ଓ ବୈତରଣୀରେ ହ୍ରାସ ପାଉଛି ବନ୍ୟାଜଳ

ଭୁବନେଶ୍ୱର: ଆଉ ଭୟ ନାହିଁ, ରାଜ୍ୟରେ ଟଳିଲା ବନ୍ୟା ଆଶଙ୍କା। ଗତ ୨୪ ଘଣ୍ଟା ଭିତରେ ସେଭଳି ବର୍ଷା ନାହିଁ କି ଦୁଇ ପ୍ରମୁଖ ନଦୀ, ମହାନଦୀ ଓ ବୈତରଣୀ ଆଉ ଫୁଲୁ ନାହାନ୍ତି। ତେଣୁ ମହାନଦୀ ଅବବାହିକା ଜିଲ୍ଲା ସହ ବୈତରଣୀ ପ୍ରବାହିତ ଭଦ୍ରକ ଜିଲ୍ଲାରେ ବନ୍ୟା ଚିନ୍ତା ଦୂର ହୋଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ତଥ୍ୟ ଅନୁସାରେ ମୁଣ୍ଡଳୀରେ ଏବେ ସାଢ଼େ ୪ ଲକ୍ଷରୁ କମ୍ କ୍ୟୁସେକ୍ ପାଣି ନିଷ୍କାସନ ହେଉଛି। ଯାହାକି […]

  • Monday, 19 July 2021
vlcsnap-error941
୫ମ ଦିନରେ ଦେଶବ୍ୟାପୀ ଟ୍ରକ୍ ଧର୍ମଘଟ: ବଜାରରେ ସରି ଆସୁଛି ବିଭିନ୍ନ ସାମଗ୍ରୀ

ଭୁବନେଶ୍ୱର: ରାଜ୍ୟର ସବୁ ଟ୍ରକ୍ ଟର୍ମିନାଲ୍ ଫୁଲ୍। ରାସ୍ତାକଡ଼ରେ ଲମ୍ବା ଲମ୍ବା ଧାଡ଼ି ବି ଲାଗିଛି। ବିଭିନ୍ନ ସ୍ଥାନରେ ପିକେଟିଂ ସାଙ୍ଗକୁ ବିକ୍ଷୋଭ ବି ଚାଲିଛି। ଜାତୀୟ ରାଜପଥରେ କ୍ଷୀର, ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଦେଲେ ବାକି ସବୁ ଟ୍ରକ୍‌ ଅଖ-ଚକ ବନ୍ଦ। ଏପଟେ ଧର୍ମଘଟ ଯୋଗୁଁ ଓଡ଼ିଶା ବଜାରରେ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ପନିପରିବା ଠାରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଷ୍ଟକ୍ ସବୁ ଖାଲି ହେବାରେ ଲାଗିଲାଣି। ରାଜ୍ୟର ସବୁଠାରୁ […]

  • Monday, 19 July 2021
vlcsnap-error358
ଅଭିନବ ପ୍ରତିବାଦ: ‘ସୋନୁ ସଙ୍ଗ୍‌’ରେ ବିଏମ୍‌ସିକୁ ଘେରିଲା କଂଗ୍ରେସ

ଭୁବନେଶ୍ୱର: ଭୁବନେଶ୍ୱର ରାଜରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ତ, ଆଉ କେଉଁଠି ଘର ଭିତରେ ଅଣ୍ଟାଏ ପାଣି। ସ୍ମାର୍ଟ ସିଟି ଭୁବନେଶ୍ୱରର ଏହି ଚେହେରା ବର୍ତ୍ତମାନ ସରକାର ଓ ପ୍ରଶାସନର ପାରିବାପଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ ଏହି ସମସ୍ତ ସମସ୍ୟାକୁ ନେଇ ଅଭିନବ ପ୍ରତିବାଦ କରିଛି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ। ଏକ ନିଆରା ସୋନୁ ସଙ୍ଗ ମାଧ୍ୟମରେ ସରକାରଙ୍କୁ ଚେତାଇବାକୁ ଉଦ୍ୟମ କରିଛି କଂଗ୍ରେସ। ଗୀତ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏଭଳି […]

  • Monday, 19 July 2021
vlcsnap-error657
ରଥ ଯାତ୍ରାରେ ସେଲ୍ଫି ମାନିଆ: ସୁନା ବେଶରେ ଠାକୁରଙ୍କ ସହ ସେଲ୍ଫି ନେବାକୁ ଭିଡ଼

ପୁରୀ: ଘୋଷଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ସେଲଫି ମାନିଆ। ବଦଦାଣ୍ଡରେ ଭିଡ଼ ସତ୍ତ୍ୱେ ତିନି ରଥ ଆଗରେ ସେଲଫି ନେବାକୁ କିନ୍ତୁ ଭୁଲି ନଥିଲେ ଭକ୍ତ। ଗତକାଲି ଶ୍ରୀଜୀଉଙ୍କର ସୁନାବେଶ ଥିବାରୁ ମହଣ ମହଣ ଅଳଙ୍କାରରେ ସଜେଇ ହୋଇଥିଲେ ମହାପ୍ରଭୁ। ଆଉ ଏହି ଦୃଶ୍ୟକୁ ନିଜ ନିଜ ମୋବାଇଲରେ କଏଦ କରିଥିଲେ ଶ୍ରଦ୍ଧାଳୁ। ଏଥିସହ ଭଗବାନଙ୍କ ସହ ସେଲଫି ନେବାକୁ ଭୁଲି ନଥିଲେ କେହି। ସୁନାବେଶ ଆରମ୍ଭଠାରୁ ବେଶ ଓଲାଗି ପର୍ଯ୍ୟନ୍ତ ଭକ୍ତଙ୍କ ମଧ୍ୟରେ ଦେଖିବାକୁ […]

  • Monday, 19 July 2021
Dharakot3
ନାହିଁ ରାଜତନ୍ତ୍ର, ତଥାପି ବଞ୍ଚି ରହିଛି ପରମ୍ପରା

ଆସିକା: ବାଦ୍ୟ ମହୁରୀରେ ପ୍ରକମ୍ପିତ ପରିବେଶ। ବାଜା ବଜାଇ ରାଜ ପାଲିଙ୍କିରେ ରାଜକୁମାରୀଙ୍କୁ ନେଲେ ଲୋକେ। ଧରାକୋଟର ବାହୁଡ଼ାଯାତ୍ରାରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ପରମ୍ପରାକୁ ବଜାୟ ରଖି ବାପା କିଶୋର ଚନ୍ଦ୍ର ସିଂହଦେଓଙ୍କ ମୃତ୍ୟୁ ପରେ ପ୍ରଭୁ ଜଗନ୍ନାଥଙ୍କ ସେବା ଲାଗି ବାହାରିଛନ୍ତି ତାଙ୍କ ଝିଅ ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ। ଦେବ ନୀତି ସଂପନ୍ନ କରିବା ଲାଗି ପୁରୀ ମୁକ୍ତି ମଣ୍ଡପ ପକ୍ଷରୁ ମଧ୍ୟ ଏଥିଲାଗି  ସ୍ୱୀକୃତି ମିଳିଛି । ପାଲିଙ୍କିରେ ଯାଇ […]

  • Monday, 19 July 2021
vlcsnap-error969
ଟ୍ରକ୍‌ ଚାପାରେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ

ବାଲେଶ୍ୱର: ବାଲେଶ୍ୱର ସହରରେ ଦୁର୍ଘଟଣା ପରେ ଲଙ୍କାକାଣ୍ଡ। ବାଲେଶ୍ୱର ଷ୍ଟେସନ୍ ଗୋଧିବସା ଅଞ୍ଚଳରେ ଟ୍ରକ୍‌ ଚାପାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଘଟିଛି ତୁମୁଳକାଣ୍ଡ। ଉତ୍ତ୍ୟକ୍ତ ଲୋକେ ମାଲଗୋଦାମରେ ପଶି ୭୦ରୁ ଅଧିକ ଟ୍ରକ୍‌ର କାଚ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସେମାନେ ଟ୍ରକ୍‌ ଆସୋସିଏସନ୍‌ କାର୍ଯ୍ୟାଳୟରେ ବି ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଆଜି ଦିନ ସାଢ଼େ ୧ଟା ବେଳେ ମାଲଗୋଦାମରେ ଏକ ଟ୍ରକ୍ ପଛକୁ ଆସୁଥିବା ବେଳେ ଜଣେ ବୃଦ୍ଧାଙ୍କୁ ଧକ୍କା ଦେଇଥିଲା। ଫଳରେ […]

  • Monday, 19 July 2021
vlcsnap-error237
ମନେ ପଡ଼େ ପିଲାଦିନ: ପିଲାଙ୍କ ମେଳରେ ମଧ୍ୟାହ୍ନ ଭୋଜନ ଖାଇଲେ ଜିଲ୍ଲାପାଳ

ସୁନ୍ଦରଗଡ଼: ପିଲାଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କ ଗହଣରେ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇଲେ ଜିଲ୍ଲାପାଳ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌  ଆମଗୋଭା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ଆମଗୋଭା ଗାଁରେ ଜନ ଅଭିଯୋଗ ଶୁଣାଣିରେ ଯୋଗ ଦେଲା ପରେ ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ। ସେ ବିଦ୍ୟାଳୟ ପରିସର ବୁଲି ଦେଖିବା ସହ କ୍ଲାସ୍‌ ରୁମ୍‌ରେ […]

  • Monday, 19 July 2021