• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

hirakud
ଖୋଲିଲା ହୀରାକୁଦ ଡ୍ୟାମ୍‌ ଗେଟ୍

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍। ଆଜି ପୂଜାର୍ଚ୍ଚନା ପରେ ୭ ନମ୍ବର ସ୍ଲୁଇସ୍ ଗେଟ୍‌କୁ ପ୍ରଥମେ ଖୋଲାଯାଇଥିଲା। ଫଳରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହୀରାକୁଦ ଡ୍ୟାମ୍ ଦେଇ ନିଷ୍କାସନ କରାଯାଇଛି। ଦିନ ୧୨ଟା ୩୦ ସୁଦ୍ଧା ଡ୍ୟାମ୍‌ର ୪ଟି ଗେଟ୍‌ ଜରିଆରେ ବନ୍ୟା ଜଳ ଛଡ଼ା ଯାଉଛି। ପର୍ଯ୍ୟାୟକ୍ରମେ ୧୫ଟି ଗେଟ୍‌ ଖୋଲାଯିବ ବୋଲି ସୂଚନା ମିଳିଛି। ତେବେ ୩୬ ଘଣ୍ଟା ପରେ ହୀରାକୁଦ ଜଳ ମୁଣ୍ଡଳିରେ ପହଞ୍ଚିବ।

  • Monday, 19 July 2021
malkangiri
ସ୍ୱାସ୍ଥ୍ୟସେବାର ବିଚିତ୍ର ଚିତ୍ର: ରୋଗୀ ବଦଳରେ ଆମ୍ବୁଲାନ୍ସରେ ଯାଉଛି ଫର୍ଣ୍ଣିଚର

ଭୁବନେଶ୍ୱର: ଗୋଟିଏ ପଟେ ଆମ୍ବୁଲାନ୍ସ ସେବା ନ ପାଇ ଖଟିଆରେ ଆସନ୍ନ ପ୍ରସବା ବୁହା ହେଉଥିବାବେଳେ ଅନ୍ୟପଟେ ଆମ୍ବୁଲାନ୍ସରେ ଫର୍ଣ୍ଣିଚର ଲୋଡ଼୍‌ କରାଯାଉଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା କାଲିମେଳା ଡାକ୍ତରଖାନାର ଏକ ଆମ୍ବୁଲାନ୍ସରେ ରୋଗୀ ବଦଳରେ ଫର୍ଣ୍ଣିଚର ଲୋଡ୍ କରାଯାଉଥିବା ଦେଖିବାକୁ ମିଳିଛି। ତାହା ବି  ପୁଣି ସଦର ମହକୁମାର ଜନଗହଳିପୂର୍ଣ୍ଣ ଡିଏନ୍‌କେ ଛକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଖୋଦ୍ ଜଣେ ଫାର୍ମାସିଷ୍ଟ ଏବଂ ଡ୍ରାଇଭର ଏହି ଫର୍ଣ୍ଣିଚରକୁ ଆମ୍ବୁଲାନ୍ସରେ ଲୋଡ୍ […]

  • Monday, 19 July 2021
vlcsnap-error933
ସ୍କୁଲ୍‌ରୁ ଫେରୁଥିବା ବେଳେ ଦୁର୍ଘଟଣା, ଅଟୋରିକ୍ସା ମାଡ଼ିଯାଇ ୪ ଛାତ୍ରୀ ଅାହତ

ପାଲଲହଡ଼ା: ପୁଣି ସ୍କୁଲ୍‌ରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ସ୍କୁଲ ଛାତ୍ରୀ। ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ୍‌ର ଚଷା ଗୁରୁଜାଙ୍ଗ-ଉଦୟପୁର ରାସ୍ତାରେ ଏକ ଅଟୋରିକ୍ସା ମାଡ଼ିଯିବାରୁ ୪ ଜଣ ନବମ ଶ୍ରେଣୀ ଛାତ୍ରୀ ଅାହତ ହୋଇଛନ୍ତି। ସେମାନଙ୍କୁ ପାଲଲହଡ଼ା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।  ଅାହତ ଛାତ୍ରୀମାନେ ଉଦୟପୁର ଗାଁର ବୋଲି ଜଣାପଡ଼ିଛି। ସେପଟେ ଅଟୋ ରିକ୍ସାଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହାର ଚାଳକ ଫେରାର୍ ହୋଇଯାଇଛି। ଗତ ଶୁକ୍ରବାରଦିନ ଭଦ୍ରକ ରାହାଞ୍ଜରେ ଟ୍ରକ୍ ମାଡ଼ିଯାଇ ୫ […]

  • Monday, 19 July 2021
deer
ଭାସିଗଲେ କୃଷ୍ଣସାର ମୃଗ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର  ଖରଖରି ନଦୀରେ କୃଷ୍ଣସାର ମୃଗ ଭାସି ଯାଉଥିବା ଦେଖିବାକୁ ମିଳିଛି। ନଦୀ ପାଣିରେ ୧୦ରୁ ଅଧିକ ମୃଗ ଭାସୁଥିବାର ଦୃଶ୍ୟ କ୍ୟାମେରାର କଏଦ ହୋଇଛି। ପୁରୁଷୋତ୍ତମପୁର-ହୁମ୍ମା ରାସ୍ତାର ବାଲିଆ ନିକଟରେ ମୃଗମାନେ ନଦୀ ପାଣିର ଭାସୁଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଅଞ୍ଚଳରେ କୃଷ୍ଣସାର ମୃଗ ନ ଥିବାବେଳେ ଆସିକା ଅଞ୍ଚଳରୁ ନଦୀ ପାଣିରେ କୃଷ୍ଣସାର ମୃଗ ଭାସି ଆସିଥିବା ଅନୁମାନ କରାଯାଉଛି। ହଠାତ ନଦୀରେ ପାଣି ଆସିବାରୁ କୃଷ୍ଣସାର ମୃଗ […]

  • Monday, 19 July 2021
bhattarika temple
ମା’ ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ଜଳ

କଟକ: ମା’ ଭଟ୍ଟାରିକାଙ୍କ ପୀଠରେ ପାଣି। କଟକ ଜିଲ୍ଲା ନରସିଂହପୁର ସ୍ଥିତ ମା’ ଭଟ୍ଟାରିକା ମନ୍ଦିରରେ ବନ୍ୟା ଜଳ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠରେ ନଦୀର ବନ୍ୟା ଜଳ ପ୍ରବେଶ କରିବା ପରେ ମା’ଙ୍କ ଚଳନ୍ତି ପ୍ରତିମାକୁ ଦେବତ୍ତୋର ବିଭାଗ ସ୍ଥାନାନ୍ତର କରିଛନ୍ତି। ଗତ ୪ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ମହାନୀଦରେ ବନ୍ୟାସ୍ଥିତି ଦେଖା ଦେଇଛି। ନରସିଂହପୁର: ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା […]

  • Monday, 19 July 2021
Tito's associate Babu Sahoo injured in encounter
ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀକୁ ଏନ୍‌କାଉଣ୍ଟର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଆଉ ଏକ ଏନ୍‌କାଉଣ୍ଟର। ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ସାହୁକୁ ପୁଲିସ୍‌ ଏନ୍‌କାଉଣ୍ଟର କରିଛି। କେନ୍ଦ୍ରାପଡ଼ା ଇଚ୍ଛାପୁର-ଛଗରିଆ ରାସ୍ତାରେ ଏହି ଏନ୍‌କାଉଣ୍ଟର ହୋଇଛି। ବହୁ ଦିନ ଧରି ପୋଲିସ ସହ ଲୁଚକାଳି ଖେଳୁଥିବା ବାବୁ ଗତକାଲି ଇଚ୍ଛାପୁର ଅଞ୍ଚଳରେ ଥିବା ଖବର ମିଳିବା ପରେ ପୁଲିସ୍‌ ସେଠାରେ ପହଞ୍ଚିଥିଲା। ତେବେ ପୁଲିସ୍‌କୁ ଦେଖି ବାବୁ ପ୍ରଥମେ ଗୁଳି ଚଳାଇଥିଲା। ଯାହାର ପାଲଟା ଜବାବ ପୁଲିସ୍‌ ଦେଇଥିଲା। ସୂଚନା ଅନୁସାରେ, ବାବୁର […]

  • Monday, 19 July 2021
vlcsnap-error128
ସମ୍ବଲପୁରରେ ୩୬ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ସମ୍ବଲପୁର: ସମ୍ବଲପୁର ସହରର ମୋଦିପଡ଼ା, ହାଉସିଂ ବୋର୍ଡ କଲୋନୀ, SRIT କଲୋନୀ ଏବଂ ଅଇଁଠାପାଲିରେ ପାଣି ନାକେଦମ୍‌ କରିଛି। ଫଳରେ ବିପନ୍ନ ହୋଇପଡ଼ିଥିବା ଶତାଧିକ ଲୋକଙ୍କୁ ସହରର ୩୪ଟି ଆଶ୍ରୟକେନ୍ଦ୍ରରେ ରଖାଯିବା ସହ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଦିଆଯାଉଛି। ସେହିପରି ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଗୋଶାଳା-କଳାମାଟି ଅଞ୍ଚଳରେ କେନାଲ୍‌ରେ ଭାସିଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବରଗଡ଼ରେ ବି ଅବସ୍ଥା ସାଂଘାତିକ। କାହା ଘରେ ଆଣ୍ଠୁଏ […]

  • Monday, 19 July 2021
sunabesha 2
କାଲି ସୁନାବେଶରେ ଦର୍ଶନ ଦେବେ ମହାବାହୁ

ପୁରୀ : ଅାସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଝଟକିବେ ମହାପ୍ରଭୁ। ସୁନା ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ନିର୍ଦ୍ଧାରିତ ହୋଇଛି। କାଲି ସକାଳୁ ଶ୍ରୀଜିଉମାନଙ୍କର ମଙ୍ଗଳ ଅାଳତି, ଅବକାଶ ନୀତି, ଗୋପାଳବଲ୍ଲଭ ଓ ସକାଳ ଧୂପ ପରେ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ। ଅପରାହ୍ଣ ୫ଟାରୁ ଠାକୁରଙ୍କ ସୁନାବେଶ ଅାରମ୍ଭ ହେବ। ସଂଧ୍ୟା ୬ଟା ୩୦ ପରଠୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ […]

  • Monday, 19 July 2021
boat
ସମୁଦ୍ରରେ ଡଙ୍ଗା ବୁଡ଼ି ୬ ନିଖୋଜ

ବାଲେଶ୍ୱର : ସମୁଦ୍ରକୁ ମାଛ ମାରିବାକୁ ଯାଇ ୬ ଜଣ ନିଖୋଜ। ବାଲେଶ୍ୱର ଜିଲ୍ଲା ଭୋଗରାଇ କୀର୍ତ୍ତନିଅା ଜେଟିରୁ ୧୭ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ।୨ଟି ଭୁଟ୍‌ଭୁଟିରେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ତାହା ବୁଡ଼ି ଯାଇଥିବା ଜଣାପଡ଼ିଛି। ଏହା ପରେ ପହଁରି ପହଁରି ୧୧ ଜଣ ଜେଟିକୁ ଫେରିଛନ୍ତି। ଏବେ ୬ ଜଣଙ୍କ ପତ୍ତା ମିଳୁ ନାହିଁ। ଅଗ୍ନିଶମ ବିଭାଗ ପକ୍ଷରୁ ସେମାନଙ୍କ ଖୋଜାଖୋଜି କରାଯାଉଛି। ଜିଲ୍ଲା ସଦର ମହକୁମାରୁ ଏକ […]

  • Monday, 19 July 2021
fake examiner
ଦୁଇ ନକଲି ପରୀକ୍ଷାର୍ଥୀ ଗିରଫ

ବାଲେଶ୍ୱର : ପରୀକ୍ଷା ଦେଉଥିବା ସମୟରେ ଦୁଇ ନକଲି ପରୀକ୍ଷାର୍ଥୀ ଗିରଫ। ଆଜି ବାଲେଶ୍ୱର ସରକାରୀ ଆଇ.ଟି.ଆଇ. ସେଣ୍ଟରରେ  ଓ.ଜେ.ଇ.ଇ ଦ୍ୱିତୀୟ ସ୍ତର ଏଣ୍ଟ୍ରାନ୍ସ ପରୀକ୍ଷା ହେଉଥିଲା। ସେଣ୍ଟରରେ ୪୫୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ହଲ୍‌ରେ ଥିବା ପର୍ଯ୍ୟବେକ୍ଷକ ଧରିଥିଲେ। ମିଳିଥିବା ସୂଚନା ଅନୁସାରେ, ଜଣେ ନକଲି ପରୀକ୍ଷାର୍ଥୀ ବିହାରର ପଙ୍କଜ କୁମାର। ସେ ସେହି ବିହାର ସାଙ୍ଗ ପ୍ରାନ୍ଥ ପ୍ରଶାନ୍ତଙ୍କ ପାଇଁ ପରୀକ୍ଷା ଦେଉଥିଲେ। ସେହିଭଳି […]

  • Monday, 19 July 2021
racket
କନ୍ଧମାର୍ଦ୍ଦନ ଜଙ୍ଗଲରେ ରକେଟ୍ ବୋମା ଠାବ

କେନ୍ଦୁଝର : କେନ୍ଦୁଝର କନ୍ଧମାର୍ଦ୍ଦନ ଜଙ୍ଗଲରେ ରକେଟ୍ ବୋମା ଠାବ। ସଦର ଥାନା ଶୁଅାକାଠିସ୍ଥିତ ଗୋପାଳ ସାହି ନିକଟ ଜଙ୍ଗଲରେ ଏହି ରକେଟ୍ ବୋମା ଠାବ ହୋଇଛି। ଘଟଣାସ୍ଥଳରେ ପହଞ୍ଚିଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ। ନକ୍ସଲମାନେ ଏହି ବୋମା ନେଇ ଯାଉଥିବା ବେଳେ ପଡ଼ି ଯାଇଥିବା ସନ୍ଦେହ କରାଯାଉଛି।

  • Monday, 19 July 2021
train
ପାଣିରେ ଫସି ରହିଛି ଟ୍ରେନ୍‌, ଦେଖନ୍ତୁ ଭିଡିଓ

ରାୟଗଡ଼ା: ଲଘୁଚାପ ବର୍ଷାର ପ୍ରଭାବ ଟ୍ରେନ୍‌ ସେବା ଉପରେ ମଧ୍ୟ ପଡ଼ିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ମାଟି ଅତଡ଼ା ଖସିବାରୁ ଟ୍ରେନ୍ ସେବା ବ୍ୟାହତ ହୋଇଛି। ରାୟଗଡ଼ା-କୋରାପୁଟ ଓ ରାଉଳି-ଲେଲିଗୁମା ମଧ୍ୟରେ ମାଟି ଅତଡ଼ା ଖସିବାରୁ ଭାଲୁମାସ୍କା ଷ୍ଟେସନ୍‌ରେ ହୀରାଖଣ୍ଡ ଏକ୍ସପ୍ରେସ୍ ଅଟକି ରହିଛି। ସେହିପରି ଟିକିରି ଷ୍ଟେସନ୍‌ରେ କୋରାପୁଟ-ବିଶାଖାପାଟଣା DMU ଅଟକି ରହିଛି। ସେପଟେ ପ୍ରବଳ ବର୍ଷା ଯୋଗୁ ନାଗାବଳୀ ଓ ବଂଶଧାରା ଫୁଲିବାରେ ଲାଗିଛି। ଗୁଣପୁରଠାରେ ବଂଶଧାରା ନଦୀ ବିପଦ ସଙ୍କେତର ନିକଟତର […]

  • Monday, 19 July 2021
puri water logging
ଭାସିଲା ପୁରୀ ସହର, ପାଣି ଘେରରେ ତିନି ରଥ

ପୁରୀ: ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ପୁରୀ ସହର ବି ଏଥିରୁ ବାଦ୍ ପଡ଼ିନି। ବଡ଼ଦାଣ୍ଡ ସହ ଶରଧାବାଲି ଜଳାର୍ଣ୍ଣବ ହୋଇଛି। ପାଣି ଘେରରେ ତିନି ରଥ ରହିଥିବା ଦେଖିବାକୁ ମିଳିଛି। ଡ୍ରେନ୍ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବାବେଳେ ବହୁ ଦୋକାନ ଭିତରେ ବି ପାଣି ପଶିଥିବା ଦେଖିବାକୁ ମିଳିଛି।  ବିଭିନ୍ନ ସାହି ଓ ଗଳି ରାସ୍ତାରେ ବର୍ଷା ପାଣିର ସୁଅ ଦେଖିବାକୁ ମିଳିଛି। ଏଭଳି  ସ୍ଥିତି ଯୋଗୁ ଲୋକେ […]

  • Monday, 19 July 2021
alaranath temple
ପ୍ରବଳ ବର୍ଷାରେ ବୁଡ଼ିଲା ପ୍ରସିଦ୍ଧ ଅଲାରନାଥ ମନ୍ଦିର

ବ୍ରହ୍ମଗିରି: ପ୍ରବଳ ବର୍ଷାରେ ବୁଡ଼ିଲା ପୁରୀ ଜିଲ୍ଲା ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିର। ଗତାକାଲି ଠାରୁ ଲାଗି ରହିଥିବା ଲଗାଣ ବର୍ଷା ଫଳରେ ଅଲାରନାଥ ମନ୍ଦିର ବୁଡ଼ି ଯାଇଛି। ବର୍ଷା ପାଣିରେ ଅଲାରନାଥ ମନ୍ଦିରର ବେଢ଼ା ବୁଡ଼ିଯାଇଛି। ଗର୍ଭଗୃହରେ ବି ପାଣି ପଶିଯାଇଛି। ସେଠାରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଛି। ରତ୍ନ ସିଂହାସନକୁ ପାଣି ଲାଗିଯାଇଛି। ବ୍ରହ୍ମଗିରି: ବର୍ଷାରେ ଅଲାରନାଥ ମନ୍ଦିର ବେଢ଼ା ବୁଡ଼ିଲା; ଗର୍ଭଗୃହରେ ଆଣ୍ଠୁଏ ପାଣି, ରତ୍ନ ସିଂହାସନକୁ ଲାଗିଲା ପାଣି #Odisha pic.twitter.com/dx05PqIOeI […]

  • Monday, 19 July 2021