• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

nit
ମଉଳିବାକୁ ବସିଛି ରାଉରକେଲାବାସୀଙ୍କ ମେଡିକାଲ୍ କଲେଜ ସ୍ୱପ୍ନ

ରାଉରକେଲା  : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ହଁ , କିନ୍ତୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନା। ଏହି ଦୁଇ ମନ୍ତ୍ରାଳୟର ନିୟମ ଜାଲରେ ଛନ୍ଦି ହୋଇ ମଉଳି ଯାଇଛି ରାଉରକେଲା NITରେ ମେଡିକାଲ୍ କଲେଜ ପ୍ରତିଷ୍ଠା ସ୍ୱପ୍ନ। ଗତ ଏପ୍ରିଲ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ NIT ନିର୍ଦ୍ଦେଶକଙ୍କୁ ଲେଖିଥିଲା ଚିଠି। ଯେଉଁଥିରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଅାବଶ୍ୟକ ଅନୁମତି ନେବାକୁ ଜୁନ୍‌ ୧୫ରୁ ଜୁଲାଇ ୭ ମଧ୍ୟରେ MCI ଏବଂ […]

  • Monday, 19 July 2021
crab
ଘରେ ପ୍ରସ୍ତୁତ କରନ୍ତୁ ମାଟିହାଣ୍ଡି କଙ୍କଡ଼ା

ମାଟିହାଣ୍ତି ପ୍ରସ୍ତୁତ ଖାଦ୍ୟର ସ୍ୱାଦ ସବୁ ବେଳେ ନିଆରା। ଯୁଗ ଯେତେ ଆଗେଇଲେ ବି ମାଟି ହାଣ୍ଡିର ବିକଳ୍ପ ନାହିଁ। ପ୍ରେସର କୁକର୍‌ ଯୁଗରେ ଆଜି ବି ମାଟିହାଣ୍ଡିର ଚାହିଦା ରହିଛି। ବାହାର ତେଲ ମସଲାଯୁକ୍ତ ଖାଦ୍ୟ ବଦଳରେ ଘରେ ପ୍ରସ୍ତୁତ କରନ୍ତୁ ଓଡ଼ିଆ ପାରମ୍ପରିକ ଖାଦ୍ୟ। ଜାଣି ରଖନ୍ତୁ ଘରେ କେମିତି ପ୍ରସ୍ତୁତ କରିବେ ସ୍ୱାଦିଷ୍ଟ ମାଟିହାଣ୍ଡି କଙ୍କଡ଼ା। ଆବଶ୍ୟକ ସାମଗ୍ରୀ- କଙ୍କଡ଼ା, ତେଲ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, କଟା ପିଆଜ, ପିଆଜ ବଟା, ଅଦା ରସୁଣ ବଟା, ଟମାଟୋ ବଟା […]

  • Monday, 19 July 2021
rice3
ଫିଙ୍ଗାଗଲା ଟନ୍ ଟନ୍ ଚାଉଳ

ସମ୍ବଲପୁର : ସମ୍ବଲପୁର ହୀରାକୁଦରେ ଫିଙ୍ଗାଗଲା ଟନ୍ ଟନ୍ ଚାଉଳ। ଏଠାରେ ଥିବା ଏକ ରାଇସ୍ ମିଲ୍‌ର ଚାଉଳ ଖରାପ ହୋଇଯାଇଥିବାରୁ ହୀରାକୁଦ ଲରପଙ୍କ ଅଞ୍ଚଳର ଏକ ଖୋଲା ପଡିଅାରେ ପକାଯାଉଛି ଏହି ଚାଉଳ। ବର୍ଷା ପାଣିରେ ଚାଉଳ ସବୁ ନଷ୍ଟ ହୋଇଯାଇଥିବାରୁ ତାକୁ ଫିଙ୍ଗାଯାଉଥିବା ନେଇ ଅନୁମାନ କରାଯାଉଛି। କଷ୍ଟମ ମିଲିଂ ପରେ ଏହା ଯୋଗାଣ ବିଭାଗକୁ ଫେରା ଯାଇଥାନ୍ତା। ତେବେ ଚାଉଳ ଖରାପ ହେବା ପରେ ଏହାକୁ ଠିକ୍  ଭାବରେ ନଷ୍ଟ  କରାନଯାଇ ଏଭଳି […]

  • Monday, 19 July 2021
A. Johnsel Raja
କଳାହାଣ୍ଡି ସର୍ଦ୍ଦାର ରାଜାସ ମେଡିକାଲ କଲେଜ ମୁଖ୍ୟ ଗିରଫ

କଳାହାଣ୍ଡି : ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ଘଟଣାରେ ମେଡିକାଲ କଲେଜ୍ ମୁଖ୍ୟ ଗିରଫ। କଲେଜ ମ୍ୟାନେଜିଂ ଟ୍ରଷ୍ଟି ଏ. ଜନ୍‌ସେଲ୍ ରାଜାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW। ତାଙ୍କୁ ତାମିଲନାଡ଼ୁ ନଗରକୋଏଲରୁ ଗିରଫ କରାଯାଇଛି । ଜନ୍‌ସେଲ ସେଲଭାମ ଏଜୁକେସନାଲ ଚାରିଟେବଲ ଟ୍ରଷ୍ଟ ମୁଖ୍ୟ ଥିଲେ। ଗିରଫ ପରେ ଜନ୍‌ସେଲ୍‌ଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଅାଣୁଛି EOW । ୨୦୧୩ -୧୪ ଓ ୨୦୧୪-୧୫ […]

  • Monday, 19 July 2021
satyajit mohanty
ଟ୍ୱିନ୍ ସିଟି ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ଟ୍ୱିନ୍ ସିଟିର ନୂଆ ପୁଲିସ କମିଶନର ଭାବେ ସତ୍ୟଜିତ୍‌ ମହାନ୍ତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି।  ଓ୍ୱାଇ.ବି. ଖୁରାନିଆଙ୍କ ସ୍ଥାନରେ ସତ୍ୟଜିତ୍ ମହାନ୍ତି ହୋଇଛନ୍ତି ନୂଆ ପୁଲିସ୍ କମିଶନର। ୧୯୮୮ ବ୍ୟାଚ୍‌ର ଆଇପିଏସ ହେଉଛନ୍ତି ସତ୍ୟଜିତ୍‌ ମହାନ୍ତି। ପୂର୍ବରୁ କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱରରେ ଏସ୍‌ପି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି।  ପୁରୀରେ ଆଡିସ୍‌ନାଲ ଏସ୍‌ପି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ୨୦୦୪ରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ପୁଲିସ ପଦକ […]

  • Monday, 19 July 2021
baleswar
ଫୋନ୍‌ରେ ମୃତକଙ୍କ କାନରେ ମନ୍ତ୍ର ଫୁଙ୍କିଲେ ଗୁଣିଆ

ଜଳେଶ୍ୱର: ଯେତେ ସଚେତନ କଲେ ବି ଲୋକମାନଙ୍କ ମନରେ ଅନ୍ଧବିଶ୍ୱାସର ପରଦା ହଟୁ ନାହିଁ। ମେଡିକାଲ ପରିସରରେ ଚାଲିଛି ଝଡ଼ାଫୁଙ୍କା। ତାହା ବି ପୁଣି ଫୋନ୍‌ରେ। ମୃତକଙ୍କ କାନରେ ମନ୍ତ୍ର ଫୁଙ୍କୁଛନ୍ତି ଗୁଣିଆ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସ୍ଥିତ ଜି.କେ ଭଟ୍ଟର ହସ୍ପିଟାଲରେ। ସୂଚନା ଅନୁସାରେ, ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତର ମହିଷାମୁଣ୍ଡା ଗାଁର ସିଦ୍ଧେଶ୍ୱର ଜେନା ବିଲରେ କାମ କରୁଥିବା ବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। […]

  • Monday, 19 July 2021
ctc
ବେଆଇନ ଗୋ ଚାଲାଣ ବେଳେ ଗୋରୁ ବୋଝେଇ ଟ୍ରକ୍‌ ଜବତ; ୫୦ ମୃତ ଗୋରୁ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ବାଇପାସ୍ ବାଟମଙ୍ଗଳା ଓଭର ବ୍ରିଜ୍ ନିକଟରୁ ଏକ ଗୋରୁ ବୋଝେଇ ଜବତ ହୋଇଛି। ଟ୍ରକ୍‌ ଭିତରୁ ୫୦ ମୃତ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମୁର୍ମୂଷ ଅବସ୍ଥାରେ ୫୦ ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଗୋରୁଙ୍କୁ କଟକର ଏକ ଗୋଶାଳାକୁ ଅଣାଯାଇଛି। ବେଆଇନ ଚାଲାଣ ବେଳେ ଏତେ ସଂଖ୍ୟାରେ ଗୋରୁଙ୍କ ମୃତ୍ୟୁ ହୋଇଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

  • Monday, 19 July 2021
vlcsnap-error586
ଜୋର ଧରିଲା ରାଉରକେଲାରେ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା ଦାବି

ରାଉରକେଲା: ରାଉରକେଲାରେ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା ଦାବି ଜୋର ଧରିଛି। ତିନି ବର୍ଷ ତଳେ ଆଇଆଇଏମ୍‌ ପାଇଁ ଆନ୍ଦୋଳନ ଚାଲିଥିବା ବେଳେ ରାଉରକେଲାରେ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଏବେ ଯାଏ ପ୍ରତିଷ୍ଠା କରାଯାଇନଥିବାରୁ ରାଉରକେଲାରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା।  ରାଉରକେଲା ଏଡିଏମ୍‌ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଦାବି ପୂରଣ ନ ହେଲେ ଆନ୍ଦୋଳନ ଜୋରଦାର କରିବାକୁ ବିଜେପି […]

  • Monday, 19 July 2021
vlcsnap-error783
ମାଓବାଦୀଙ୍କ ଝାଡ଼ଖଣ୍ଡ ବନ୍ଦ ଡାକରା

ଭୁବନେଶ୍ୱର: ଆଜି ସରୁଛି ମାଓବାଦୀଙ୍କ ସହିଦ ସପ୍ତାହ। ସହିଦ ସପ୍ତାହର ଶେଷ ଦିନରେ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ। ମାଓବାଦୀଙ୍କ ଝାଡ଼ଖଣ୍ଡ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଓଡ଼ିଶା ପୁଲିସ ଏବଂ ସିଆରପିଏଫ ପକ୍ଷରୁ ବିଶ୍ରା, ଚାନ୍ଦିପୋଷ, ଟୋପାଡ଼ିହି, କେ. ବଲାଙ୍ଗ ଅଞ୍ଚଳରେ କମ୍ବିଂ ଅପରେସନ୍‌ ଜୋରଦାର କରାଯାଇଛି। ସେହିଭଳି ରାଉରକେଲାରୁ ଝାଡ଼ଖଣ୍ଡ ଏବଂ ବିହାର ଯାଉଥିବା ୬୦ରୁ ଅଧିକ ବସ୍ ଚଳାଚଳ ବନ୍ଦ […]

  • Monday, 19 July 2021
sambalpur
ବୁଡ଼ି ଗଲେ ୨ ଛାତ୍ର

ସମ୍ବଲପୁର: ସବୁଦିନ ପରି ଆଜି ମଧ୍ୟ ଫେରିବା ବାଟକୁ ଚାହିଁ ବସିଥିଲେ ଘର ଲୋକେ। ହେଲେ ଘରକୁ ଆଉ ଫେରି ନ ଥିଲେ, ମିଳିଥିଲା ତାଙ୍କ ମୃତଦେହ। ସମ୍ବଲପୁରରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି॥ ପାଓ୍ୱାର ଚ୍ୟାନେଲରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରାଣ ହରାଇଥିବା ୨ ଛାତ୍ର ହେଲେ ସୁମିତ୍ ଦାସ ଓ ସମୀର ଦଳେଇ। ଉଭୟେ ଦଶମ ଶ୍ରେଣୀରେ ପଢୁଥିଲେ। ସୂଚନା ଅନୁସାରେ, ସ୍ପେଶାଲ […]

  • Monday, 19 July 2021
malkangiri
କମ୍ପ୍ୟୁଟର ରୁମ୍‌ରୁ ଛାତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ମାଲକାନଗିରି: କମ୍ପ୍ୟୁଟର ରୁମ୍‌ରୁ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଶିଖପାଲୀ ଆବାସିକ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ଉକ୍ତ ଛାତ୍ରୀଙ୍କ ମୃତଦେହ ହଷ୍ଟେଲ ପାଖ ଏକ କମ୍ପ୍ୟୁଟର ରୁମ୍‌ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅତି ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି। ତାଙ୍କ ହାତରେ କଟା ଦାଗ ଥିବା ସହ ତାଙ୍କ ନିକଟରୁ ଏକ ବ୍ଲେଡ୍ ମଧ୍ୟ […]

  • Monday, 19 July 2021