• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ସୁନ୍ଦରୀ ପ୍ରତିଯୋଗିତାରେ ସମ୍ବଲପୁର ଝିଅଙ୍କ କମାଲ : ଲିଟିଲ ମିସ୍ ଗାଲାକ୍ସି ୱାର୍ଲଡ଼ ଟାଇଟଲ କଲେ ହାସଲ
ସୁନ୍ଦରୀ ପ୍ରତିଯୋଗିତାରେ ସମ୍ବଲପୁର ଝିଅଙ୍କ କମାଲ : ଲିଟିଲ ମିସ୍ ଗାଲାକ୍ସି ୱାର୍ଲଡ଼ ଟାଇଟଲ କଲେ ହାସଲ

ସମ୍ବଲପୁର : ସୁନ୍ଦରୀ ପ୍ରତିଯୋଗିତାରେ ସମ୍ବଲପୁର ଝିଅଙ୍କ କମାଲ। ଆଗରୁ ମିସ୍‌ ସମ୍ବଲପୁର ଓ ମିସ୍‌ ବେଙ୍ଗାଲୁରରେ ସଫଳତା ପାଇବା ପରେ ବୁଲଗେରିଆରେ ଆୟୋଜିତ ହୋଇଥିବା ଲିଟିଲ ମିସ୍‌ ଗାଲାକ୍ସି ଭାବେ ସଫଳତା ଲାଭ କରିଛନ୍ତି ସମ୍ବଲପୁରର ଅର୍ପିତା ବେହେରା। ଆଜି ସମ୍ବଲପୁରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ତାଙ୍କୁ ସମ୍ବର୍ଦ୍ଧନା ପାଇଁ ତାଙ୍କ ସ୍କୁଲର ବହୁ ଛାତ୍ରଛାତ୍ରୀ ଆଜି ରେଳ ଷ୍ଟେଶନକୁ ଆସିଥିଲେ। ତାଙ୍କୁ ଫୁଲତୋଡ଼ା ଦେଇ ଏକ ସ୍ୱତନ୍ତ୍ର ଗାଡ଼ିରେ ବସାଇ […]

  • Thursday, 10 June 2021
ଚନ୍ଦୁର ଅନ୍ତିମ ସଂସ୍କାର : ପୋଷା କୁକୁରର ମୃତ୍ୟୁରେ କ୍ରିୟାକର୍ମ କରିବା ନେଇ ଚର୍ଚ୍ଚା
ଚନ୍ଦୁର ଅନ୍ତିମ ସଂସ୍କାର : ପୋଷା କୁକୁରର ମୃତ୍ୟୁରେ କ୍ରିୟାକର୍ମ କରିବା ନେଇ ଚର୍ଚ୍ଚା

ନବରଙ୍ଗପୁର: କୁହାଯାଏ କୁକୁର ହିଁ ମଣିଷର ପ୍ରକୃତ ବନ୍ଧୁ। ତେବେ ପୋଷା କୁକୁରର ମୃତ୍ୟୁ ପରେ ବି ବନ୍ଧୁତାକୁ ସମ୍ମାନ ଦେବାକୁ ଯାଇ ମଣିଷ କଣ କରିପାରେ ତାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁରରେ। ସ୍ଥାନୀୟ ରାମ ରମଣ ନିଜ ପୋଷା କୁକୁର ଚନ୍ଦୁର ମୃତ୍ୟୁ ପରେ କ୍ରିୟାକର୍ମକରିବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଜଳୁଛି ଚିତା। ଦୁଃଖରେ ମ୍ରିୟମାଣ ଆତ୍ମୀୟସ୍ୱଜନ। ମୁଖାଗ୍ନି ଦେବା ବେଳେ କୋହ ସମ୍ଭାଳି ପାରୁ ନାହାନ୍ତି ରାମ ରମଣ […]

  • Thursday, 10 June 2021
ଓଟିଭି ବିତର୍କକୁ ବୟକଟ୍ ଲାଗି ବିଜେଡିର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା
ଓଟିଭି ବିତର୍କକୁ ବୟକଟ୍ ଲାଗି ବିଜେଡିର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା

ଭୁବନେଶ୍ୱର: ଓଟିଭି ବିତର୍କ କାର୍ଯ୍ୟକ୍ରମକୁ ବୟକଟ୍ ଲାଗି ବିଜେଡିର ଘୋଷଣା ପରେ ରାଜନୈତିକ ହଲଚଲ୍। ଅନେକ ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ଗଣମାଧ୍ୟମରେ କଣ୍ଠରୋଧ ଲାଗି ଏହା ପ୍ରୟାସ ବୋଲି ଖୋଲାଖୋଲି ମତ ପ୍ରକାଶ ପାଉଛି। ସହନଶୀଳତାର ଅଭାବ ଯୋଗୁଁ ବିଜେଡି ଏଭଳି ନିଷ୍ପତ୍ତି ନେଇଛି ଓ ଏହା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ ବୋଲି ବିଭିନ୍ନ ଦଳର ନେତା କହିଛନ୍ତି। ସେପଟେ ବିଜେଡିର କିଛି ନେତା ଆଜି ଓଟିଭିକୁ […]

  • Thursday, 10 June 2021
ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ : କୁଆଖାଇ ନଈପଠାରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ
ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ : କୁଆଖାଇ ନଈପଠାରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

ଭୁବନେଶ୍ୱର : ଲଭ, ଭିଡିଓ ଭାଇରାଲ, ତା ପରେ ମର୍ଡର। ଦିନେ ଭାଇରାଲ ଭିଡିଓ ପାଇଁ ଯେଉଁ ଯୁବକ ଗିରଫ ହୋଇଥିଲେ। ଏବେ ସେହି କାରଣ ପାଇଁ ହତ୍ୟାର ଶିକାର ହୋଇଥିବା ସନ୍ଦେହ। ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିବା ଯୁବକ ଉନ୍ମୟ ପାଢ଼ୀଙ୍କ ହତ୍ୟା ପଛରେ ଆସୁଛି ଭାଇରାଲ ଭିଡିଓର ଗନ୍ଧ। ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ବଡ ଭାଇ। ଦୁଇ ଦିନ ତଳେ ଉନ୍ମୟ ନିଖୋଜ ଥିଲେ। ଆଉ […]

  • Thursday, 10 June 2021
ରାଜଧାନୀରେ ଗର୍ଜିଲେ ମିଳିତ BEd  ଶିକ୍ଷକ ମହାସଂଘ
ରାଜଧାନୀରେ ଗର୍ଜିଲେ ମିଳିତ BEd ଶିକ୍ଷକ ମହାସଂଘ

ଭୁବନେଶ୍ୱର : ରାଜଧାନୀରେ ରାଜରାସ୍ତାରେ ଗର୍ଜିଲେ ମିଳିତ ବିଏଡ ଶିକ୍ଷକ ମହାସଂଘ। ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶିକ୍ଷକ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଏଡ ଯୋଗ୍ୟତାଧାରୀ ଶିକ୍ଷକଙ୍କୁ ଟିଜିଟି ପଦବୀ ସହ ବିଷୟ ଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତି ଲାଗି ନିର୍ଦ୍ଦେଶ ରହିଛି। ଏନେଇ ଉଚ୍ଚନ୍ୟାୟଳୟଙ୍କ ନିର୍ଦ୍ଦେଶ ସହ ଶିକ୍ଷା ଅଧିକାର ଆଇନରେ ସ୍ଫଷ୍ଟ ହୋଇଥିଲେ ମଧ୍ୟ ତାହା ହୋଇପାରୁନି ବୋଲି ସଂଘ ଅଭିଯୋଗ କରିଛି। ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବିଏଡ ଡିଗ୍ରୀଧାରୀଙ୍କୁ […]

  • Thursday, 10 June 2021
ଭିଜିଲାନ୍ସ ଜାଲରେ OAS ଅଧିକାରୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
ଭିଜିଲାନ୍ସ ଜାଲରେ OAS ଅଧିକାରୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ OAS ଅଧିକାରୀ ଆଶୁତୋଷ ସାମଲ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଶୁତୋଷଙ୍କ ଘରେ ଚଢ଼ାଉ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରେ କାର୍ଯ୍ୟରତ ଆଶୁତୋଷଙ୍କ ବଡ଼ଚଣା, ଭଣ୍ଡାରିପୋଖରୀ ଓ ଭୁବନେଶ୍ୱର ଘର ସହ ଅଫିସ୍‌ରେ ଚଢାଉ ହୋଇଛି। ତେବେ ବର୍ତ୍ତମାନ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରଖିଥିବା ସୂଚନା ମିଳିଛି।

  • Thursday, 10 June 2021
ପାର୍ସଲ ବୋମା ବିସ୍ଫୋରଣ ମାମଲା : ଘଟଣାର ଏକାଧିକ ଦିଗକୁ ନେଇ ତଦନ୍ତ ଜାରି କହିଲେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି
ପାର୍ସଲ ବୋମା ବିସ୍ଫୋରଣ ମାମଲା : ଘଟଣାର ଏକାଧିକ ଦିଗକୁ ନେଇ ତଦନ୍ତ ଜାରି କହିଲେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି

<p>ବଲାଙ୍ଗିର : ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ପୁରା ତଦନ୍ତ ପୋଲିସ କରୁଛି। କ୍ରାଇମବ୍ରାଞ୍ଚ କେବଳ ସାଇବର୍ ସମ୍ବନ୍ଧୀୟ ସହଯୋଗ କରୁଛି।&nbsp; କ୍ରାଇମ୍&zwnj;ବ୍ରାଞ୍ଚ ଏସ୍&zwnj;ପି ରାଧାବିନୋଦ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।&nbsp; ସେ କହିଛନ୍ତି ଘଟଣାର ଏକାଧିକ ଦିଗକୁ ନେଇ ତଦନ୍ତ ଜାରି ରହିଛି।</p> <p>ଏହି ଘଟଣାରେ ଗୁରୁତର ହୋଇ କଟକ ଏସ୍&zwnj;ସିବିରେ ଚିକିତ୍ସିତ ହେଉଥିବା ରୀମାରାଣୀ ସାହୁ ଗତକାଲି ଏକ ଭିଡିଓ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ନ୍ୟାୟ ପାଇଁ ନିବେଦନ କରିଥିଲେ। ଘଟଣାର ପ୍ରାୟ ମାସେ ହୋଇଯାଇଥିଲେ ହେଁ ବିସ୍ଫୋରଣ ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସ କିଛି ସୁରାକ୍ ପାଇନାହିଁ।</p> <p>ପାର୍ସଲ ଆସିଥିବା ରାୟପୁର ଏବଂ ଅନ୍ୟ ସ୍ଥାନକୁ ତଦନ୍ତ କରିଥିଲେ ମଧ୍ୟ ପୋଲିସକୁ ଏ ପର୍ଯ୍ୟନ୍ତ ସଫଳ ମିଳିନାହିଁ। ଗତ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ ରୀମାଙ୍କ ସ୍ୱାମୀ ସୌମ୍ୟଶେଖର ଓ ତାଙ୍କ ଜେଜେ ମାଆ।</p>

  • Thursday, 10 June 2021
ସ୍କୁଲରେ ଛାତ୍ରଙ୍କୁ ଛାତ୍ରଙ୍କ ମାଡ ମାରିଥିବା ଅଭିଯୋଗ : ଥାନାରେ ମାମଲା ପରେ ପୋଲିସ୍‌ର ତଦନ୍ତ ଜାରି
ସ୍କୁଲରେ ଛାତ୍ରଙ୍କୁ ଛାତ୍ରଙ୍କ ମାଡ ମାରିଥିବା ଅଭିଯୋଗ : ଥାନାରେ ମାମଲା ପରେ ପୋଲିସ୍‌ର ତଦନ୍ତ ଜାରି

କୋରାପୁଟ : ସ୍କୁଲରେ ଛାତ୍ରଙ୍କୁ ଛାତ୍ରଙ୍କ ମାଡ। ଏଭଳି ଅଭିଯୋଗ ଆସିଛି କୋରାପୁଟ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ। ସୂଚନା ଅନୁସାରେ ଗତକାଲି ରାତିରେ ଅଷ୍ଟମ ଶ୍ରେଣୀର ୪ଜଣ ଛାତ୍ର ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କୁ ଅନ୍ୟ ଏକ ଶ୍ରେଣୀ ଗୃହକୁ ଉଠାଇନେଇଥିଲେ। ପରେ ଛାତ୍ରଙ୍କୁ କମ୍ବଳରେ ଘୋଡାଇ ଲୁହା ଛଡରେ ମାଡ ମାରିଥିଲେ। ଏନେଇ ଛାତ୍ର ଜଣଙ୍କ ପରିବାର ଲୋକଙ୍କୁ କହିବା ପରେ ତାଙ୍କ ହାତ ଏବଂ ମୁହଁରେ ଆଘାତ ଲାଗିଥିବା ଜଣାପଡିଥିଲା। ଘଟଣା ନେଇ […]

  • Thursday, 10 June 2021
ପୋଲିସ ମାଡ଼ରେ ଗୁରୁତର ମହିଳା : ଏସପିଙ୍କ ନିକଟରେ ଫେରାଦ ହେଲେ ଦମ୍ପତ୍ତି
ପୋଲିସ ମାଡ଼ରେ ଗୁରୁତର ମହିଳା : ଏସପିଙ୍କ ନିକଟରେ ଫେରାଦ ହେଲେ ଦମ୍ପତ୍ତି

ବୌଦ୍ଧ  : ନୀରିହ ଦମ୍ପତ୍ତିଙ୍କୁ ବୌଦ୍ଧ ଥାନା ଅଧିକାରୀ ନିର୍ଧୁମ ମାଡ଼ ମାରିଥିବା ନେଇ ଅଭିଯୋଗ।  ବୌଦ୍ଧ ଥାନାଧିକାରୀ ପ୍ରୀତିମଞ୍ଜରୀ ଗଡ଼ନାୟକଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ସରସରା ଗାଁର ଦମ୍ପତ୍ତି ରବୀନ୍ଦ୍ର ମଲ୍ଲିକଙ୍କ ପତ୍ନୀ ପଦ୍ମିନୀ ମଲ୍ଲିକ ସମ୍ପୃକ୍ତ ଥାନାଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ପୋଲିସ ମାଡ଼ରେ ଗୁରୁତର ହୋଇ ପଦ୍ମିନୀ ବୌଦ୍ଧ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।  କୌଣସି ଏକ ମାମଲା ନେଇ ଉଭୟ ପଦ୍ମିନୀ ଏବଂ ତାଙ୍କ ସ୍ୱାମୀ ରବୀନ୍ଦ୍ରଙ୍କୁ ପୋଲିସ […]

  • Thursday, 10 June 2021
ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ମାମଲା : ରାଜ୍ୟ ମାନବାଧିକାର କମିଶନ ପାଖରେ ରିପୋର୍ଟ ଦାଖଲ କଲା ପୋଲିସ୍
ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ମାମଲା : ରାଜ୍ୟ ମାନବାଧିକାର କମିଶନ ପାଖରେ ରିପୋର୍ଟ ଦାଖଲ କଲା ପୋଲିସ୍

ଭୁବନେଶ୍ୱର : ଇଂଜିନିୟରିଂ ଛାତ୍ର ରିଷି ମୃତ୍ୟୁ ମାମଲାରେ ରାଜ୍ୟ ମାନବାଧିକାର କମିଶନ ପାଖରେ ପୋଲିସ ରିପୋର୍ଟ ଦାଖଲ କରିଛି। କୋଲକତା ଫରେନ୍ସିକ ଲାବ୍ରୋଟରିକୁ ଯାଞ୍ଚ ପାଇଁ ପଠାଯାଇଥିବା ରିଷିର ମୋବାଇଲରୁ କୌଣସି ସୁରାଗ ମିଳିନଥିବା ପୋଲିସ ରିପୋର୍ଟରେ ଦର୍ଶାଇଛି। ତେବେ ରିଷି ମୃତ୍ୟୁ ମଦ୍ୟପାନ ସହ ନିଶାଦ୍ରବ ସେବନ ଯୋଗୁଁ ହୋଇଥିବା ପୋଲିସ ରିପୋର୍ଟରେ ଉଲ୍ଲେଖ କରିଛି। ପୂର୍ବରୁ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ରିଷି ମୃତ୍ୟୁ ନେଇ ପିଟିସନ ଦାଖଲ ହୋଇଥିଲା। ଯେଉଁଥିରେ ରାଜ୍ୟ […]

  • Thursday, 10 June 2021
ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ : ଚିଲିକା ଯାଇ ପାରୁନାହାଁନ୍ତି ପର୍ଯ୍ୟଟକ
ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ : ଚିଲିକା ଯାଇ ପାରୁନାହାଁନ୍ତି ପର୍ଯ୍ୟଟକ

ପୁରୀ : ବ୍ରହ୍ମଗିରି ସିପକୁଦା-ବାଘମୁଣ୍ଡା ମଧ୍ୟରେ ବୋମାମାଡ ଓ ଗୁଳିମାଡ଼ ଘଟଣା।ଏହାର ସମାଧାନ ଦାବିରେ ଆଜି ୩୫ଟି ମୌଜାର ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ପୁରୀ- ସାତପଡା ଖଣ୍ଡୁଆଳ ଛକରେ ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ କେବଳ ପର୍ଯ୍ୟଟନ ଗାଡିକୁ ଅଟକାଉଛନ୍ତି। ସେପଟେ ରାସ୍ତା ଅବରୋଧ ଯୋଗୁଁ ଚିଲିକାକୁ ପର୍ଯ୍ୟଟକ ଯାଇନପାରି ଫେରିଯାଉଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ବ୍ରହ୍ମଗିରି ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି। ଦେଖନ୍ତୁ ଏହି ଭିଡ଼ିଓ-

  • Thursday, 10 June 2021
ମୟୂରଭଂଜ ସୀମାନ୍ତରେ ବାୟୁସେନା ବିମାନ ଖସି ପଡ଼ିବା ଘଟଣା : ମିଳିଲା ବ୍ଲାକ୍‌ ବକ୍ସ
ମୟୂରଭଂଜ ସୀମାନ୍ତରେ ବାୟୁସେନା ବିମାନ ଖସି ପଡ଼ିବା ଘଟଣା : ମିଳିଲା ବ୍ଲାକ୍‌ ବକ୍ସ

ଭୁବନେଶ୍ୱର : ମୟୂରଭଂଜ-ଝାଡ଼ଖଣ୍ଡ ସୀମାନ୍ତ ବାହାରାଗୋଡ଼ାରେ ଖସି ପଡିଥିବା ବାୟୁସେନାର ହକ୍ ବିମାନର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ବାସୁସେନାର ସାଇଣ୍ଟିଫିକ୍ ଟିମ୍‌। ସେନାର କର୍ମଚାରୀମାନେ ମଧ୍ୟ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିମାନର ବ୍ଲାକ ବକ୍ସକୁ ଉଦ୍ଧାର କରାଯାଇଛି। ବାଲି ଭିତରେ ପୋତି ହୋଇ ପଡିଥିବା ବିମାନର ଇଂଜିନକୁ ବାହାର କରିବେ ତଦନ୍ତକାରୀ ଟିମ୍‌। ଏହାସହ ଦୁର୍ଘଟଣାସ୍ଥଳରେ ବିମାନର ପଡିଥିବା ସମସ୍ତ ଖଣ୍ଡବିଖଣ୍ଡିତ ଅଂଶକୁ ସଂଗ୍ରହ କରିବେ।  ଦୁର୍ଘଟଣାସ୍ଥଳରେ ଝାଡ଼ଖଣ୍ଡ ବହରାଗୋଡା […]

  • Thursday, 10 June 2021
ମୋବାଇଲ ପାଇଁ ଝଗଡ଼ା : ଘରୁ ଝୁଲନ୍ତା ଅବସ୍ଥାରେ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର
ମୋବାଇଲ ପାଇଁ ଝଗଡ଼ା : ଘରୁ ଝୁଲନ୍ତା ଅବସ୍ଥାରେ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା  : ମୋବାଇଲ ପାଇଁ ଝଗଡ଼ା। ସେହି ଝଗଡ଼ାରୁ ଯାଇଛି ଦୁଇଟି ଜୀବନ। ଏହି ଅଭବାନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଖାସମଲ କଲୋନିରେ। ଦୁଇ ମୃତକ ହେଲେ ଆଶିଷ କୁମାର ସ୍ୱାଇଁ ଓ ମିତା ବାରିକ। ପରିବାର ଲୋକେ କହିଛନ୍ତି, କିଛି ଦିନେ ତଳ ଏମାନେ ମନ୍ଦିରରେ ବାହା ହୋଇଥିଲେ। ହେଲେ ଗତକାଲି ସଂଧ୍ୟାରେ ଘରୁ ଝୁଲନ୍ତା ଅବସ୍ଥାରେ ସେମାନଙ୍କର ମୃତଦେହ ମିଳିଛି।  ପ୍ରଥମେ ଆଶିଷଙ୍କ ଭଉଣୀ ମୃତଦେହ ଦେଖି ପଡ଼ୋଶୀଙ୍କୁ ଡାକିଥିଲେ। ସେମାନଙ୍କ […]

  • Thursday, 10 June 2021
ଦୁଇ ଓଡ଼ିଆଙ୍କୁ ପଦ୍ମଶ୍ରୀ
ଦୁଇ ଓଡ଼ିଆଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର : ଦୁଇ ଓଡ଼ିଆ ପ୍ରଭାକର ମହରାଣା ଓ ଗୋବର୍ଦ୍ଧନ ପାଣିକାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ମୂର୍ତ୍ତିକଳା ପାଇଁ ପ୍ରଭାକାର ଓ ବୟନ କଳା ପାଇଁ ଗୋବର୍ଦ୍ଧନଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି। ଏଥିସହ ସଂଗୀତକାର ଇଲାୟା ରାଜା, ଉସ୍ତାଦ ଗୁଲାମ ମୁସ୍ତାଫା ଖାଁ ଓ ପି. ପରମେଶ୍ୱରନଙ୍କୁ ପଦ୍ମବିଭୂଷଣ ପ୍ରଦାନ କରାଯାଇଥିବା ବେଳେ ଟେନିସ୍ ତାରକା ସୋମଦେବ […]

  • Thursday, 10 June 2021
ବିସ୍ଫୋରକ ମୋଡ଼ରେ ରାଜ୍ୟ କଂଗ୍ରେସ : ଏଆଇସିସି ସଦସ୍ୟତାକୁ ନେଇ ପୁଣି ବିଷ ଓଗାଳିଲେ ତାରା
ବିସ୍ଫୋରକ ମୋଡ଼ରେ ରାଜ୍ୟ କଂଗ୍ରେସ : ଏଆଇସିସି ସଦସ୍ୟତାକୁ ନେଇ ପୁଣି ବିଷ ଓଗାଳିଲେ ତାରା

ଭୁବନେଶ୍ୱର : କଂଗ୍ରେସରେ ବଢ଼ିଲା କନ୍ଦଳ। AICC ସଦସ୍ୟତା ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି,ଆଜି ନ ହେଲେ କାଲି ବିସ୍ଫୋରଣ ହେବ। ଯିଏ PCC ସଭାପତିଙ୍କ ଘରେ ଓ ଅଫିସ୍‌ରେ କାମ କରୁଥିଲେ, ସେମାନଙ୍କୁ AICC ସଦସ୍ୟ କରାଯାଇଛି। ବିଧାୟକ ଦଳ ଦିନେ ଦୁଇ ଦିନ ଭିତରେ ବସି ଏ ସଂପର୍କରେ ନିଷ୍ପତ୍ତି ନେବ। AICC ସଦସ୍ୟ ବାଛିବା ଲାଗି ରାହୁଲ ଗାନ୍ଧିଙ୍କୁ ସଂପୂର୍ଣ୍ଣ ଅଧିକାର ଦିଆଯାଇଥିଲା।  […]

  • Thursday, 10 June 2021
ବଜେଟ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ : ଗୃହ ଆଜି ଦିନକ ପାଇଁ ମୁଲତବୀ
ବଜେଟ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ : ଗୃହ ଆଜି ଦିନକ ପାଇଁ ମୁଲତବୀ

ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନ ଆରମ୍ଭରୁ ଗୃହରେ ତାତି। ଆଜି ପ୍ରଥମେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲା କଂଗ୍ରେସ। ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରି ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ। ସରକାର ଚାଷୀ ମାରଣ ନୀତି କରୁଥିବା ଅଭିଯୋଗ କରି ବାଚସ୍ପତିଙ୍କ ପୋଡିଅମ ପାଖରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ବିଧାୟକମାନେ। ଚାଷୀଙ୍କ ଅନଶନ ପ୍ରସଙ୍ଗ ଉଠାଇ ସ୍ଲୋଗାନ ଦେଇଥିଲେ। ଏହା ପରେ ବାଚସ୍ପତି ଗୃହକୁ […]

  • Thursday, 10 June 2021
ସୁନାବେଡ଼ାରେ ଥିବା HAL ଫାଟକରେ ତାଲା
ସୁନାବେଡ଼ାରେ ଥିବା HAL ଫାଟକରେ ତାଲା

ଜୟପୁର : କୋରାପୁଟ ଜିଲ୍ଲା ସୁନାବେଡ଼ାରେ ଥିବା HAL ଫାଟକରେ ତାଲା । ୧୪ ଦଫା ଦାବି ନେଇ ଯୁବ ବିକାଶ ମଞ୍ଚ ଏବଂ ହାଲ୍ ପୋଷ୍ୟ ଗ୍ରାମ୍ୟ ଓ ପାରିପାର୍ଶ୍ୱିକ ଅଞ୍ଚଳ ବିକାଶ ପରିଷଦ ପକ୍ଷରୁ କରାଯାଇଛି ଆନ୍ଦୋଳନ। ଏଥିପାଇଁ କାରଖାନାର କାମ୍ ଠପ୍ ହୋଇ ଯାଇଛି। ଶହ ଶହ କର୍ମଚାରୀ ହାଲ୍ ଫାଟକ ଆଗରେ ବସି ରହିଛନ୍ତି। କୁଶଳୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ଅଣକୁଶଳୀ ବେକାରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତିରେ […]

  • Thursday, 10 June 2021
ବାସର ରାତିରେ ପ୍ରେମିକ ସହ ଚମ୍ପଟ ମାରିଲେ ନବବଧୂ
ବାସର ରାତିରେ ପ୍ରେମିକ ସହ ଚମ୍ପଟ ମାରିଲେ ନବବଧୂ

ବଲାଙ୍ଗିର : ଧୂମଧାମ୍‌ରେ ସରିଲା ବାହାଘର। ଭୋଜିଭାତରେ ମସଗୁଲ୍‌ ସମ୍ପର୍କୀୟ ବି ଯେ ଯାହା ବାଟରେ ଯିଏ ଗଲେ। ନୂଆ ବାହା ହୋଇଥିବା ସ୍ୱାମୀ ଫୁଲ ଶେଯରେ ଆଉଜି ପଡି ଛାଇ ନିଦରେ ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖୁଥାନ୍ତି। ଏଣେ ନବବିବାହିତା ଧୋକାବାଜ୍‌ ସ୍ତ୍ରୀ ରଚିଥାଏ ଷଡ଼ଯନ୍ତ୍ର। ଆଉ ଏହି ଷଡ଼ଯନ୍ତ୍ର ପାଇଁ ସେଇ ଚଉଠି ରାତିରେ ଧୂଳିସାତ୍‌ ହୋଇଯାଏ ସବୁ ସ୍ୱପ୍ନ । ଧୋକାବାଜ ସ୍ତ୍ରୀର ପ୍ରେମିକ ସହ ଖସିଯିବାକୁ କରିଥିବା ଯୋଜନାରେ ସଫଳ ହୁଅନ୍ତି […]

  • Thursday, 10 June 2021
ଆସନ୍ତାକାଲିଠୁ ମାଟ୍ରିକ ଖାତା ଦେଖା : ଆଜିଠୁ ସ୍କୁଲ ଏବଂ କଲେଜ ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ
ଆସନ୍ତାକାଲିଠୁ ମାଟ୍ରିକ ଖାତା ଦେଖା : ଆଜିଠୁ ସ୍କୁଲ ଏବଂ କଲେଜ ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା ଖାତା ଦେଖା। ତେବେ ଏହାକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ।  ତାସହ ରାଜ୍ୟବ୍ୟାପି ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକ ସାମ୍ନାରେ ସ୍କୁଲ ଏବଂ କଲେଜ ଶିକ୍ଷକ ମିଳିତ ମଞ୍ଚର ସଦସ୍ୟ ମାନେ ଧାରଣା ଦେଇଛନ୍ତି। ମୂଲ୍ୟାୟନ ପାଇଁ ଆସୁଥିବା ଶିକ୍ଷକଙ୍କୁ ମୂଲ୍ୟାୟନ କେନ୍ଦ୍ର ଭିତରକୁ ଛଡ଼ାଯାଉନି। ଫଳରେ ଏକପ୍ରକାର ଅଡୁଆ ପରିସ୍ଥିତି ଦେଖାଦେଇଛି। ଭୁବନେଶ୍ୱର ସମେତ କଟକ, ଜଗତସିଂପୁର, […]

  • Thursday, 10 June 2021
ରମାଦେବୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା : ଧାରଣାରେ ବସିଲେ ଛାତ୍ରୀ
ରମାଦେବୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା : ଧାରଣାରେ ବସିଲେ ଛାତ୍ରୀ

ଭୁବନେଶ୍ୱର :  ରମାଦେବୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା। ତାଲା ପକାଇ ଧାରଣାରେ ବସିଲେ ଶତାଧତ୍କ ଛାତ୍ରୀ। ରମାଦେବୀ କଲେଜର ଅଟୋନୋମସ ବଜାୟ ଦାବିରେ ଛାତ୍ରୀମାନେ ଏହି ଆନ୍ଦୋଳନ କରୁଛନ୍ତି। ବିଶ୍ୱବିଦ୍ୟାଳୟ ପରେ କଲେଜର ଅଟୋନୋମସ ମାନ୍ୟତାକୁ ପ୍ରତ୍ୟାହାରକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀ। ମୁଖ୍ୟ ଫାଟକରେ ତାଲା ପକାଇ ଛାତ୍ରୀମାନେ ଧାରଣାରେ ବସିଛନ୍ତି। ଦେଖନ୍ତୁ ଏହି ଭିଡ଼ିଓ-

  • Thursday, 10 June 2021
ଓଡ଼ିଶାରେ ଆରମ୍ଭ ହେବ ‘ଓଡ଼ିଶା ମିଲେଟ୍ ମିଶନ’
ଓଡ଼ିଶାରେ ଆରମ୍ଭ ହେବ ‘ଓଡ଼ିଶା ମିଲେଟ୍ ମିଶନ’

ଭୁବନେଶ୍ୱର : ଓଡ଼ିଶାରେ ଆରମ୍ଭ ହେବ ‘ବାଜରା ମିଶନ୍’। ରାଜ୍ୟରେ ‘ଓଡ଼ିଶା ମିଲେଟ୍ ମିଶନ’  ଆରମ୍ଭ ହେବା ନେଇ ଆଜି ବିଧିବଦ୍ଧ ଭାବେ ପ୍ୟାକେଜ୍ ଘୋଷଣା ହୋଇଛି। ଆଦିବାସୀଙ୍କ ପାଇଁ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଦିବାସୀମାନେ ଚାଷ କରୁଥିବା ବାଜରା ପାଇଁ ଏହି ପ୍ୟାକେଜ୍‌ରେ ପ୍ରୋତ୍ସାହନ ରହିବ। ବାଜରା ଚାଷ ପାଇଁ ଆସନ୍ତା ବର୍ଷ ଖର୍ଚ୍ଚ ହେବ ଶହେ କୋଟି ଟଙ୍କା। ଯାହାଦ୍ୱାରା ଉପକୃତ ହେବେ ୫ ଲକ୍ଷ ଚାଷୀ ଆଦିବାସୀଙ୍କ […]

  • Thursday, 10 June 2021
ଇସ୍କନ୍ ମନ୍ଦିର ପାଖରେ କାର୍‌ରେ ଲାଗିଲା ନିଆଁ
ଇସ୍କନ୍ ମନ୍ଦିର ପାଖରେ କାର୍‌ରେ ଲାଗିଲା ନିଆଁ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ଇସ୍କନ୍ ମନ୍ଦିର ପାଖରେ ଆଜି ଏକ କାର୍‌ରେ ନିଆଁ ଲାଗିଯାଇଛି। ଖବରପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଦମକଳବାହିନୀ ପହଞ୍ଚିବା ବେଳକୁ ଗାଡ଼ିଟି ଅଧାଅଧି ପୋଡ଼ି ଯାଇଥିଲା।  ତେବେ କାର୍‌ରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ଦେଖନ୍ତୁ ଏହି ଭିଡ଼ିଓ-

  • Thursday, 10 June 2021
ଆସନ୍ତାକାଲିଠୁ ଆରମ୍ଭ ବିଧାନସଭାର ବଜେଟ ଅଧିବେଶନ : କମିଶନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା
ଆସନ୍ତାକାଲିଠୁ ଆରମ୍ଭ ବିଧାନସଭାର ବଜେଟ ଅଧିବେଶନ : କମିଶନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ୍ ପୋଲିସ।  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିବା କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ଇନର କର୍ଡନ, ଆଉଟର କର୍ଡନ ଏବଂ ଲାର୍ଜ ଆଉଟର କର୍ଡନ ବ୍ୟବସ୍ଥା ହୋଇଥିବା କହିଛନ୍ତି ପୋଲିସ କମିଶନର ୱାଇ.ବି ଖୁରାନିଆ। ବିଭିନ୍ନ ସ୍ଥାନରେ ବ୍ୟାରିକେଡ କରାଯିବା ସହ କିଛି ସ୍ଥାନରେ ୧୪୪ ଧାରା ଲାଗୁ କରାଯିବ। ଧାରଣାକାରୀଙ୍କ ଲାଗି ନିର୍ଦ୍ଦିଷ୍ଟ […]

  • Thursday, 10 June 2021
ଶିମିଳିପାଳ ଜୈବ ମଣ୍ଡଳରୁ ଧରାହେଲା ଉଡ଼ନ୍ତା ସାପ
ଶିମିଳିପାଳ ଜୈବ ମଣ୍ଡଳରୁ ଧରାହେଲା ଉଡ଼ନ୍ତା ସାପ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜୈବ ମଣ୍ଡଳରୁ ଏକ ଉଡନ୍ତା ସାପ ଧରାଯାଇଛି। ଜଣେ ବ୍ୟକ୍ତି ଜଙ୍ଗଲରୁ ଜାଳେଣି କାଠ ଆଣୁଥିବା ବେଳେ ସାପଟି କାଠ ସହ ଚାଲି ଆସିଥିଲା। ଏହାକୁ ଦେଖି ଶିମିଳିପାଳ ଉଦ୍ଧାରକାରୀ ଟିମ୍ ସାପଟିକୁ ଉଦ୍ଧାର କରିଥିଲେ। ଏହି ସାପକୁ ଉଡନ୍ତା ସାପ ବୋଲି କୁହାଯାଏ।  ଶିମିଳିପାଳ ଜୈବ ମଣ୍ଡଳରେ ଏଭଳି ସାପ ସାଧାରଣତଃ ସନ୍ତସନ୍ତିଆ ଜାଗା, ବୁଦା ଓ ଘାସ ମୂଳରେ ରୁହନ୍ତି। ସାପର ପିଠିରେ ସବୁଜ, ହଳଦିଆ ଓ ଗାଢ […]

  • Thursday, 10 June 2021
ପାଣ୍ଡିଆନଙ୍କ ନାଁରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର: ଜିଲ୍ଲାପାଳ ଥିବା ବେଳେ ଲାଞ୍ଚ ମାଗୁଥିଲେ ବର୍ତ୍ତମାନ ରାଜ୍ୟ ଶାସନର ତଥାକଥିତ ଦ୍ୱିତୀୟ କ୍ଷମତାକେନ୍ଦ୍ର।  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ  ପାଣ୍ଡିଆନଙ୍କ ନାଁରେ ଏମିତି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଆସୁଥିବା ଗଞ୍ଜାମ ଜିଲ୍ଲାରୁ  ଆସିଛି ଏଭଳି ଅଭିଯୋଗ। ଆସ୍କାରେ ଡିଆଇ ଥିବା ବେଳେ ପୂର୍ବତନ ଗଞ୍ଜାମ ଜିଲ୍ଲାପାଳ ପାଣ୍ଡିଆନ୍ କିଭଳି ତାଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ନଦେବାରୁ ପରବର୍ତ୍ତୀ ଅବସ୍ଥାରେ ସେ ସସ୍‌ପେଣ୍ଡ […]

  • Thursday, 10 June 2021