• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

JEE ମେନ୍‌ ପରୀକ୍ଷା

ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ଜେଇଇ ମେନ୍ ପରୀକ୍ଷା ହୋଇଛି। ପ୍ରଥମ ପେପର ପରୀକ୍ଷା ସାଢ଼େ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୨ଟାରେ ସରିଛି। ସେହିପରି ଦ୍ୱିତୀୟ ପେପର ଅପରାହ୍ନ ୨ଟାରୁ ଆରମ୍ଭ ହୋଇଥିବା ବେଳେ ଏହା ୫ଟା ପର୍ଯ୍ୟନ୍ତ ଚାଲିବ। ଜେଇଇ ମେନ୍‌ ପରୀକ୍ଷାରେ ଓଡ଼ିଶାର ମୋଟ ୪୪ ହଜାର ୪୮୮ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ୩୬ ହଜାର ୪୯୯ ଜଣ ଅଫ୍‌ଲାଇନରେ ପରୀକ୍ଷା ଦେଉଥିବା ବେଳେ ୭ […]

  • Friday, 11 June 2021
କେବେ ମିଳିବ କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ
କେବେ ମିଳିବ କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ

ଭୁବନେଶ୍ୱର :  ପ୍ରଥମେ ଗଣଦୁଷ୍କର୍ମ, ପରେ ବ୍ୟବସ୍ଥା ଓ ସମାଜର ଲାଞ୍ଛନା। ସଂଘର୍ଷ ମରିଯିବା ପରେ କୁନ୍ଦୁଲି ପୀଡ଼ିତା ଭାବେ ଚର୍ଚ୍ଚିତ ଝିଅଟି ଜୀବନ ହାରିବାର ,ଏହାରି ଭିତରେ ଅଢ଼େଇ ମାସ ବିତିଗଲାଣି। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚାଲିଛି। ତା ସହିତ ବିଚାର ବିଭାଗୀୟ ତଦନ୍ତ ବି। ହେଲେ ଝିଅ ଜିଇଁଥିଲା ବେଳେ ଯେମିତି ବ୍ୟବସ୍ଥାରୁ ନ୍ୟାୟ ନପାଇ ପ୍ରତି ମୁହୂର୍ତ୍ତରେ ମରୁଥିଲା, ସେ ମରିଗଲା ପରେ ସେମିତି ନ୍ୟାୟ ନପାଇ ଏବେ ବି ଜଳୁଛନ୍ତି ପୀଡ଼ିତାଙ୍କ ପରିବାର। […]

  • Friday, 11 June 2021
ଅଢେଇ ବର୍ଷରେ ସରିବ କୋଷ୍ଟାଲ ହାଇୱେ ନିର୍ମାଣ  : NHAI
ଅଢେଇ ବର୍ଷରେ ସରିବ କୋଷ୍ଟାଲ ହାଇୱେ ନିର୍ମାଣ : NHAI

ଭୁବନେଶ୍ୱର : ଓଡ଼ିଶା କୋଷ୍ଟାଲ ହାଇୱେ ନିର୍ମାଣ ପ୍ରସଙ୍ଗରେ ସଚିବାଳୟ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଆଲୋଚନା ହୋଇଛି।  ଆସନ୍ତା ଅଢେଇ ବର୍ଷ ମଧ୍ୟରେ ସରିବ କୋଷ୍ଟାଲ ହାଇୱେ। ଏ ନେଇ ଖୁବଶୀଘ୍ର ପ୍ରସ୍ତୁତ ହେବ DPR। ଚଳିତ ଆର୍ଥିକ ବର୍ଷରୁ କାମ ଆରମ୍ଭ ହେବ। ୬ରୁ ୯ ମାସ ମଧ୍ୟରେ ଜମି ଅଧିଗ୍ରହଣ ଶେଷ ହେବ। ଏଥିରେ ଗୋପାଳପୁରଠାରୁ ଦିଘା ପର୍ଯ୍ୟନ୍ତ […]

  • Friday, 11 June 2021
୨୪ ଘଣ୍ଟା ମଧ୍ୟରେ ୩ଟି ବ୍ୟାଙ୍କ୍ ଲୁଟ୍
୨୪ ଘଣ୍ଟା ମଧ୍ୟରେ ୩ଟି ବ୍ୟାଙ୍କ୍ ଲୁଟ୍

ଅନୁଗୁଳ : ଆଖିରୁ ନିଦ ହଜାଉଛନ୍ତି ବ୍ୟାଙ୍କ୍‌ ଲୁଟେରା। ସୁରକ୍ଷା ବ୍ୟବସ୍ଥାକୁ ଚକ୍‌ମା ଦେଇ ଲୁଟି ନେଉଛନ୍ତି ଟଙ୍କା ଓ ସୁନା। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତିନି ତିନିଟି ବ୍ୟାଙ୍କ ଲୁଟ୍। ସବୁଠୁ ଉଦ୍‌ବେଗଜନକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ। ଗତକାଲି ପୂର୍ବାହ୍ନରେ ଆନ୍ଧ୍ର ବ୍ୟାଙ୍କର ଅନୁଗୁଳ ଶାଖାରେ ପଶି ଲୁଟତରାଜ୍ ପରେ ରାତିରେ ବନ୍ତଳା ଏସ୍‌ବିଆଇ ଶାଖାରେ ଲୁଟ୍ ଉଦ୍ୟମ। ବନ୍ତଳାରେ ଷ୍ଟ୍ରଙ୍ଗରୁମ୍‌ରେ ପଶି ବାକ୍ସ ଟେକିନେବାକୁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। କିନ୍ତୁ ସାଇରନ୍ […]

  • Friday, 11 June 2021
ଡେରିରେ ଆସିପାରେ ପ୍ଲସ୍ ଟୁ ରେଜଲ୍ଟ
ଡେରିରେ ଆସିପାରେ ପ୍ଲସ୍ ଟୁ ରେଜଲ୍ଟ

ଭୁବନେଶ୍ୱର : ବିଳମ୍ବରେ ଆସିପାରେ ଚଳିତ ବର୍ଷର ଯୁକ୍ତ ୨ ରେଜଲ୍ଟ।  ଧାର୍ଯ୍ୟ ଠାରୁ କମ୍‌ ଶିକ୍ଷକ ଖାତା ଦେଖୁଥିବାରୁ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହେବାର ଆଶଙ୍କା ପ୍ରକାଶ କରିଛନ୍ତି CHSE ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ। ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି ଯେ, ଖାତା ଦେଖିବା ପାଇଁ ୫ହଜାର ୮ଶହ ଶିକ୍ଷକଙ୍କୁ ଡକା ଯାଇଥିଲା।  ଆଜି ସୁଦ୍ଧା ୫୦ ପ୍ରତିଶତ ପରୀକ୍ଷକ ଯୋଗ ଦେଇ ନାହାନ୍ତି। ଗତବର୍ଷ ତୁଳନାରେ ଏଯାଏଁ ପ୍ରାୟ ୫ ହଜାର […]

  • Friday, 11 June 2021
ଚୋରଙ୍କୁ ଧରି ଖୁଣ୍ଟରେ ବାନ୍ଧିଲେ ଗାଁ ଲୋକେ
ଚୋରଙ୍କୁ ଧରି ଖୁଣ୍ଟରେ ବାନ୍ଧିଲେ ଗାଁ ଲୋକେ

ଯୋଡ଼ା : ଚୋରି ଉଦ୍ୟମ ବେଳେ ୨ଜଣ ଚୋରଙ୍କୁ ଧରି ଖୁଣ୍ଟରେ ବାନ୍ଧିଲେ ଗାଁ ଲୋକେ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ହୁଣ୍ଡୁଳା ଗାଁରେ। ସୂଚନା ଅନୁସାରେ ଗତରାତି ପ୍ରାୟ ୨ଟା ବେଳେ ୪ଜଣ ଯୁବକ ଜଣଙ୍କ ଘରେ ପହଞ୍ଚି ପାଣି ମାଗିଥିଲେ। ଘରର ମହିଳାଜଣକ କବାଟ ଖୋଲିବାରୁ ସେମାନେ ଘରେ ପଶି ଚୋରି ଉଦ୍ୟମ କରିଥିଲେ। ଗାଁଲୋକେ ଏସମ୍ପର୍କରେ ଜାଣି ସେମାନଙ୍କୁ ଧରିବାକୁ ଚେଷ୍ଟା କରିବାରୁ ୪ଜଣ ଚୋରଙ୍କ ମଧ୍ୟରୁ ୨ଜଣ […]

  • Friday, 11 June 2021
୯ ଫୁଟ୍‌ ଲମ୍ବର ଅହିରାଜ ସାପ ଉଦ୍ଧାର
୯ ଫୁଟ୍‌ ଲମ୍ବର ଅହିରାଜ ସାପ ଉଦ୍ଧାର

ବାଲେଶ୍ୱର : ଉଦ୍ଧାର ହେଲା ଅହିରାଜ। ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟ କୁଲଡିହା ଅଭୟାରଣ୍ୟ ନିକଟରୁ ଏକ ଧାନ ଜମିରୁ ଉଦ୍ଧାର ହୋଇଛି ଅହିରାଜ ସାପ। ଆସନବଣି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଜମିରେ ଏହି ୯ ଫୁଟ୍‌ ଲମ୍ବର ଅହିରାଜ ସାପଟି ଜାଲରେ ଛନ୍ଦି ହୋଇପଡିଥିଲା। ଗାଁ ଲୋକେ ଏହା ଦେଖି ତୁରନ୍ତ ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ସାପଟିକୁ କାବୁ କରିବାକୁ ବେଶ୍ ପରିଶ୍ରମ କରିବାକୁ ପଡିଥିଲା।  ବନବିଭାଗ ସାପଟିକୁ ଉଦ୍ଧାର […]

  • Friday, 11 June 2021
ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ : ଭିଡ଼ିଓ ଭାଇରାଲ୍‌ ଅଭିଯୋଗ
ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ : ଭିଡ଼ିଓ ଭାଇରାଲ୍‌ ଅଭିଯୋଗ

କଳାହାଣ୍ଡି : ମଦ ପିଆଇ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଭିଡ଼ିଓ ଭାଇରାଲ୍‌ କରିଥିବାର ଅଭିଯୋଗ। । ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ା ଥାନା ଅଞ୍ଚଳରେ ଘଟିଛି। ଏନେଇ ଥାନାରେ ଏତଲା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତ ୩୦ ତାରିଖ ସନ୍ଧ୍ୟାରେ ଯୁବତୀ ଜଣକ ଜୁନାଗଡ଼ ଶିବସାଗରପଡ଼ା ଶନି ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ନିଛାଟିଆ ରାସ୍ତାରେ ଆସୁଥିବା ବେଳେ ୩ ଜଣ ଯୁବକ ତାଙ୍କ ମୁହଁରେ ହାତ ଦେଇ ଜବରଦସ୍ତ ଏକ ବାଇକ୍‌ରେ […]

  • Friday, 11 June 2021
ଏମାର ମଠ ମହନ୍ତଙ୍କ ଟ୍ରଷ୍ଟି ପଦ ରଦ୍ଦ
ଏମାର ମଠ ମହନ୍ତଙ୍କ ଟ୍ରଷ୍ଟି ପଦ ରଦ୍ଦ

ପୁରୀ  : ବହୁ ଚର୍ଚ୍ଚିତ ପୁରୀ ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ଟ୍ରଷ୍ଟି ପଦ ରଦ୍ଦ ହୋଇଛି। ନିଜ ଆଡୁ ରୁଜୁ ହୋଇଥିବା ମାମଲାର ବିଚାର କରି ଦେବୋତ୍ତର କମିଶନର ଏହି ଆଦେଶ ଦେଇଛନ୍ତି। ଆଜୀବନ ରାଜଗୋପାଳ ରାମାନୁଜ ତାଙ୍କ ପଦରେ ରହି ପାରିବେ ନାହିଁ ଓ ଆଦେଶର ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏମିତିକି କମିଶନର ତାଙ୍କ ରାଜ୍ୟକୁ ରାଜ୍ୟ ସରକାରଙ୍କ ଅନୁମତି ପାଇଁ ପଠାଇଛନ୍ତି ୭ଜଣ ସାକ୍ଷୀ ଓ କମିଶନ କରିଥିବା […]

  • Friday, 11 June 2021
ହୀରାକୁଦ ଶାସନ କେନାଲରେ ୨୦ ଫୁଟର ଘାଇ
ହୀରାକୁଦ ଶାସନ କେନାଲରେ ୨୦ ଫୁଟର ଘାଇ

ହୀରାକୁଦ  : ହୀରାକୁଦ ଡ୍ୟାମ୍‌ରୁ ବାହାରିଥିବା ଶାସନ କେନାଲରେ ୨୦ ଫୁଟ୍‌ର ଘାଇ। ପଣ୍ଡରିପାଲି ନିକଟ ହୀରାକୁଦ ଶାସନ କେନାଲରେ ବଡ଼ ଘାଇ ଯୋଗୁଁ ଆଖପାଖରେ ଏକର ଏକର ଚାଷ ଜମିରେ ପାଣି ମାଡ଼ି ଯାଇଛି। ଖବର ପାଇ ଜଳସେଚନ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ଯାଇ କେନାଲ ମରାମତି କାମ ଆରମ୍ଭ ହୋଇଛି। କିଛି ଦିନ ତଳେ ମଧ୍ୟ ସେହି କେନାଲରେ ଘାଇ ହୋଇଥିଲା।

  • Friday, 11 June 2021
କାହିଁକି ଖୋଲିଲାନି ଶ୍ରୀମନ୍ଦିର ଭିତର ଭଣ୍ଡାର : ବାହାରୁ ଥାଇ କେମିତି ଯାଞ୍ଚ କଲା କମିଟି, ପ୍ରଶ୍ନ ଉଠାଇଲେ ସେବାୟତ
କାହିଁକି ଖୋଲିଲାନି ଶ୍ରୀମନ୍ଦିର ଭିତର ଭଣ୍ଡାର : ବାହାରୁ ଥାଇ କେମିତି ଯାଞ୍ଚ କଲା କମିଟି, ପ୍ରଶ୍ନ ଉଠାଇଲେ ସେବାୟତ

ପୁରୀ : କେତେ ଆୟୋଜନ, କେତେ ଉତ୍କଣ୍ଠା। ହେଲେ ମାତ୍ର ୪୫ ମିନିଟ୍‌ରେ ସରିଗଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଯାଞ୍ଚ। କେବଳ ବାହାର ଭଣ୍ଡାରରୁ ଥାଇ କେମିତି ଜାଣି ହୋଇଗଲା ଭିତର ଭଣ୍ଡାରର ସ୍ଥିତି ? ଯାହାକୁ ନେଇ ବି ଉଠିଛି ଦ୍ୱନ୍ଦ୍ୱ ଓ ପ୍ରଶ୍ନ ? ବାହାର ଭଣ୍ଡାରରୁ ଜାଲି ବାଟେ ସର୍ଚ୍ଚ ଲାଇଟ୍ ପକାଇ ଗୁପ୍ତ ଭଣ୍ଡାର କାନ୍ଥ ଏବଂ ଛାତ ସବୁ କେମିତି ସ୍ପଷ୍ଟ ଦେଖାଯାଉଥିଲା? ଯାହା ଫଳରେ ଭିତରକୁ ଯାଇ ଆଉ […]

  • Friday, 11 June 2021
କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଜାରି
କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଜାରି

କୋରାପୁଟ : କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଜାରି। କୁଳପତିଙ୍କୁ ହଟାଇବା ଦାବିରେ ଅଡି ବସିଛନ୍ତି ଛାତ୍ରଛାତ୍ରୀ। ଆଜି ଧାରଣା ସମୟରେ କୁଳପତିଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ଛାତ୍ରଛାତ୍ରୀ। ଗତ ୨ ତାରିଖରେ ସାଇନ-ଏ-ଡାଏ ଉଠିଥିଲା। ୩ ତାରିଖରୁ କ୍ୟାମ୍ପସରେ ପାଠପଢା ଆରମ୍ଭ ହେବାର ଥିଲା। ଏହା ସତ୍ତ୍ୱେ ଛାତ୍ର ଅଶାନ୍ତି ଲାଗି ରହିଛି। ୬୦ ଦଫା ଦାବି ପୂରଣ ଲାଗି ଅଡ଼ି ବସିଛନ୍ତି ଛାତ୍ରଛାତ୍ରୀ। ଆନ୍ଦୋଳନ ସୁନାବେଡାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଚାଲୁଥିବାବେଳେ, ଆଜି […]

  • Friday, 11 June 2021
ଡିଜିଟାଲ କ୍ଷେତ୍ରରେ ଆଉ ପାଦେ ଆଗେଇଲା କମିଶନରେଟ ପୋଲିସ
ଡିଜିଟାଲ କ୍ଷେତ୍ରରେ ଆଉ ପାଦେ ଆଗେଇଲା କମିଶନରେଟ ପୋଲିସ

ଭୁବନେଶ୍ୱର : ଡିଜିଟାଲ କ୍ଷେତ୍ରରେ ଆଉ ପାଦେ ଆଗେଇଲା କମିଶନରେଟ ପୋଲିସ। ଆଜି କମିଶନରେଟ୍ ପୋଲିସ ପକ୍ଷରୁ ପରିପ୍ରଶ୍ନ କକ୍ଷ ଉଦ୍‌ଘାଟିତ ହୋଇଛି। କ୍ୟାପିଟାଲ ଥାନାରେ ପୋଲିସ କମିଶନର ଏହି କକ୍ଷର ଉଦ୍‌ଘାଟନ କରିଛନ୍ତି। ଏହି ପରିପ୍ରଶ୍ନ କକ୍ଷରେ ଅଭିଯୁକ୍ତଙ୍କୁ ପ୍ରାଥମିକ ଜେରା ବେଳର ଅଡିଓ ଭିଜୁଆଲ ରେକର୍ଡିଂ ବ୍ୟବସ୍ଥା ରହିଛି। ଏହି ଜେରା ବେଳେ ପରିପ୍ରଶ୍ନ କକ୍ଷରେ ଅଭିଯୁକ୍ତଙ୍କ ସଂପର୍କୀୟ ମଧ୍ୟ ଉପସ୍ଥିତ ରହିବାର ବ୍ୟବସ୍ଥା ରହିଛି।  ଏହା ଦ୍ୱାରା ପୋଲିସ ବୟାନ ବଦଳାଇଦେଉଥିବା ଅଭିଯୋଗ […]

  • Friday, 11 June 2021
ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗ : ହାଇକୋର୍ଟରେ ସତ୍ୟପାଠ ଓ ରିପୋର୍ଟ ଦାଖଲ କଲା ଶ୍ରୀମନ୍ଦିର ପ୍ରଶାସନ
ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗ : ହାଇକୋର୍ଟରେ ସତ୍ୟପାଠ ଓ ରିପୋର୍ଟ ଦାଖଲ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ଶ୍ରୀମନ୍ଦିର ଜଗମୋହନ ମରାମତି ଓ ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଓ ରିପୋର୍ଟ ଦାଖଲ କଲା ଶ୍ରୀମନ୍ଦିର ପ୍ରଶାସନ। ଏଥିରେ ଜଗମୋହନ ଖୋଲିବା ସଂପର୍କରେ ସତ୍ୟପାଠ ଦିଆଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ ଜଗମୋହନ ନିର୍ଦ୍ଦିଷ୍ଟ ଭାବେ କେବେ ଖୋଲିବ ଦର୍ଶାଇ ନଥିବାରୁ କୋର୍ଟ ବିରକ୍ତି ହୋଇଥିଲେ। ଜଗମୋହନ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଜଣାଇବାକୁ ହାଇକୋର୍ଟ କଡ଼ା ତାଗିଦ କରିଛନ୍ତି। ଯଦି ନିର୍ଦ୍ଦିଷ୍ଟ ଭାବେ ତାରିଖ ନଜଣାଇଲେ ମୁଖ୍ୟ ପ୍ରଶାସକ ହାଜର ହେବେ […]

  • Friday, 11 June 2021
ପୋଖରୀ ହୁଡ଼ା ତଳୁ ନବଜାତ ଶିଶୁ ଉଦ୍ଧାର
ପୋଖରୀ ହୁଡ଼ା ତଳୁ ନବଜାତ ଶିଶୁ ଉଦ୍ଧାର

ଢେଙ୍କାନାଳ  : ପୋଖରୀ ହୁଡ଼ା ତଳୁ ନବଜାତ ଶିଶୁ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରିଆ ଗାଁ ପୋଖରୀ ହୁଡ଼ା ତଳୁ ଆଜି ସକାଳୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଚିକିତ୍ସା ପାଇଁ ଶିଶୁଟିକୁ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଖରୀ ନିକଟକୁ ଶୌଚ ପାଇଁ ଯାଇଥିବା ଦୁର୍ଯ୍ୟୋଧନ ସାମଲ ନାମକ ଜଣେ ବ୍ୟକ୍ତି ପ୍ରଥମେ ଶିଶୁଟିକୁ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଏ ସମ୍ପର୍କରେ ଜିଲ୍ଲା ଶିଶୁ […]

  • Friday, 11 June 2021
ସମ୍ବଲପୁର ଠେଲ୍‌କୋପଡ଼ା ଡବଲ ମର୍ଡରକୁ ନେଇ ପୁଣି ଉତ୍ତେଜନା
ସମ୍ବଲପୁର ଠେଲ୍‌କୋପଡ଼ା ଡବଲ ମର୍ଡରକୁ ନେଇ ପୁଣି ଉତ୍ତେଜନା

ସମ୍ବଲପୁର : ସମ୍ବଲପୁର ଠେଲ୍‌କୋପଡ଼ା ଡବଲ ମର୍ଡରକୁ ନେଇ ପୁଣି ଉତ୍ତେଜନା, ରାସ୍ତାରୋକ। ଶଙ୍କର ମୁଖୀ ହତ୍ୟାରେ ସଂପୃକ୍ତ ଥିବା ଅଭିଯୋଗରେ ଗତକାଲିଠାରୁ ପୋଲିସ ୩ ଜଣଙ୍କୁ ଅଟକ ରଖିଛି। ଏହାର ପ୍ରତିବାଦରେ ଲୋକେ ମୋଦିପଡ଼ା ଛକରେ ରାସ୍ତା ଅବରୋଧ କରିଛନ୍ତି। ପୁରା ଅଞ୍ଚଳରେ ପ୍ରବଳ ଉତ୍ତେଜନା ଯୋଗୁଁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଏସ୍‌ପି, ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ ଉପସ୍ଥିତ ଅଛନ୍ତି। ଗତ ସୋମବାର ଦିନ ଠେଲକୋପଡ଼ାରେ ଡବଲ ମର୍ଡର ହୋଇଥିଲା। ପ୍ରଥମ ସୁଜିତ […]

  • Friday, 11 June 2021
ରାଜ୍ୟସଭାରେ ଶପଥ ନେଲେ ପ୍ରଶାନ୍ତ, ସୌମ୍ୟରଞ୍ଜନ  ଓ ଅଚ୍ୟୁତ
ରାଜ୍ୟସଭାରେ ଶପଥ ନେଲେ ପ୍ରଶାନ୍ତ, ସୌମ୍ୟରଞ୍ଜନ ଓ ଅଚ୍ୟୁତ

ଭୁବନେଶ୍ୱର : ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନେ ଆଜି ଶପଥ ପାଠ କରିଛନ୍ତି। ନିର୍ବାଚିତ ୩ଜଣ ସାଂସଦ ବିଜେଡିର ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ସଂସଦର ଉଚ୍ଚ ସଦନରେ ଶପଥ ଗ୍ରହଣ କରିଛନ୍ତି। ୩ ଜଣ ସାଂସଦ ଗୃହରେ ଓଡିଆରେ ଶପଥ ପାଠ କରିଥିଲେ। ଗତମାସରେ ଏମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।  ଅନଙ୍ଗ ଉଦୟ ସିଂଦେଓ, ଦିଲୀପ ତିର୍କୀ ଏବଂ ଏ.ଭି. ସ୍ୱାମୀଙ୍କ ସ୍ଥାନରେ ଏମାନେ ନିର୍ବାଚିତ ହୋଇଛନ୍ତି। ଆଜି ରାଜ୍ୟସଭା […]

  • Friday, 11 June 2021
ଆଜିଠୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ
ଆଜିଠୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ

ଭୁବନେଶ୍ୱର : ଆଜିଠୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ହେବ। ପ୍ରାୟ ସାଢେ ୩ ଲକ୍ଷ ପରୀକ୍ଷାର୍ଥୀଙ୍କ ଖାତା ଦେଖିବା ଲାଗି ସାରା ରାଜ୍ୟରେ ୫୬ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ସେଥିରୁ ୨୯ଟି କେନ୍ଦ୍ରରେ ହେବ ଇ-ମୂଲ୍ୟାୟନ।  ଖାତା ଦେଖାରେ ନିୟୋଜିତ ହେବେ ପ୍ରାୟ ୭ ହଜାର ଅଧ୍ୟାପକ। ଆଜିଠୁ ଏପ୍ରିଲ୍ ୧୪ ଏବଂ ଏପ୍ରିଲ୍ ୧୬ରୁ ୨୬ ଯାଏ ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା। CHSE ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍ ଅନୁସାରେ ମୂଲ୍ୟାୟନ […]

  • Friday, 11 June 2021
ଶୁଖିଯାଉଛି ମହାନଦୀ: ଜୁନ୍ ବେଳକୁ ଗମ୍ଭୀର ହେବ ସ୍ଥିତି
ଶୁଖିଯାଉଛି ମହାନଦୀ: ଜୁନ୍ ବେଳକୁ ଗମ୍ଭୀର ହେବ ସ୍ଥିତି

ଭୁବନେଶ୍ୱର: ଧୀରେ ଧୀରେ ଶୁଖିଯାଉଛି ମହାନଦୀ। କମୁଥିବା ଜଳ ପ୍ରବାହ ଏବେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଲାଣି। ଗତ ଅକ୍ଟୋବର ମାସରୁ ହୀରାକୁଦ ଜଳଭଣ୍ଡାରରୁ ଜଳ ପ୍ରବାହ କମି କମି ଆସୁଛି। ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ଏଭଳି ପରିସ୍ଥିତି ଉପୁଜିଛି। ଏନେଇ ଛତିଶଗଡ଼ ସରକାରଙ୍କୁ ଅବଗତ କରାଯାଉଥିବା କହୁଛି ଜଳସମ୍ପଦ ବିଭାଗ। ଏପରି ପରିସ୍ଥିତି ଲାଗି ରହିଲେ ମେ, ଜୁନ୍ ମାସ ବେଳକୁ ସ୍ଥିତି ସାଙ୍ଘାତିକ ହୋଇଯିବ। ବିଦ୍ୟୁତ ଉତ୍ପାଦନ ସହ ଜଳସେଚନ ବାଧାପ୍ରାପ୍ତ ହେବ […]

  • Thursday, 10 June 2021
ବରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା
ବରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ବରଗଡ଼  : ବରଗଡ଼ ଚାରପାଲି ଗାଁରେ ଅଭାବନୀୟ ଘଟଣା। ସ୍ତ୍ରୀର ବେକ କାଟି ହତ୍ୟା କରିବା ପରେ ନିଜେ ଦଉଡ଼ିରେ ଝୁଲିପଡ଼ିଲା ସ୍ୱାମୀ। ମୃତକ ଦୁଇଜଣ ହେଲେ ସେହି ଗାଁର ଭୁବନ ସାହୁ ଏବଂ ତାଙ୍କ ସ୍ତ୍ରୀ ସେବତୀ ସାହୁ। ଅଭିଯୋଗ ଅନୁଯାୟୀ ଆଜି ସକାଳୁ ଭୁବନ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ସ୍ତ୍ରୀ ସେବତୀଙ୍କ ବେକ କାଟିଥିଲେ। ଘଟଣା ସ୍ଥଳରେ ସେବତୀଙ୍କର ମୃତ୍ୟୁ ହୋଇଛି। ପରେ ଭୁବନ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ଉଭୟଙ୍କର […]

  • Thursday, 10 June 2021
ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା ସମିତି ପକ୍ଷରୁ ଧାରଣା
ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା ସମିତି ପକ୍ଷରୁ ଧାରଣା

ପାରାଦୀପ  : ପାରାଦୀପ ନିକଟ ଏସାର ଷ୍ଟିଲ କାରଖାନା ମୁଖ୍ୟରାସ୍ତା ଉପରେ ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା ସମିତି ପକ୍ଷରୁ ଧାରଣା। ନିଯୁକ୍ତି, ଥଇଥାନ, କ୍ଷତିପୂରଣ ଭଳି ୯ ଦଫା ଦାବିକୁ ନେଇ ସେମାନେ ଧାରଣା ଦେଇଛନ୍ତି। କାରଖାନା ଲାଗି ହାଣ୍ଡିଆ ଗାଁକୁ ବିସ୍ଥାପିତ କରିବା ପାଇଁ ଏସାର୍ କମ୍ପାନି ଘୋଷଣା କରିଥିଲେ ମଧ୍ୟ ଥଇଥାନର କୌଣସି ବ୍ୟବସ୍ଥା କରାଯାଇନାହିଁ। ତା ଛଡ଼ା ଜମିହରା ବିସ୍ଥାପିତଙ୍କୁ ନିଯୁକ୍ତି ଦିଆ ନଯାଇ ବାହାର ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ କରିଛନ୍ତି […]

  • Thursday, 10 June 2021
ଦାବି ହାସଲ ଜିଦ୍‌ରେ ଅଟଳ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ
ଦାବି ହାସଲ ଜିଦ୍‌ରେ ଅଟଳ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଯୁକ୍ତ ୨ ମୂଲ୍ୟାୟନ ବର୍ଜନ ନିଷ୍ପତ୍ତି ସହ ନିଜ ଦାବି ପୂରଣ ଜିଦ୍‌ରେ ଅଟଳ ଅଛି ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ। ଆଲୋଚନା ମୁତାବକ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ନପାଇବାରୁ ଧାରଣା ଜାରି ରଖିଛି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଫଳରେ ଆସନ୍ତାକାଲିଠୁ କେମିତି ହେବ ମୂଲ୍ୟାୟନ, ତାକୁ ନେଇ ଆଶଙ୍କା ଦେଖାଦେଇଛି। ଗତ ୩୧ ତାରିଖ […]

  • Thursday, 10 June 2021
ସମ୍ବଲପୁର ଠେଲକୋପଡ଼ାରେ ଡବଲ ମର୍ଡର ଘଟଣା
ସମ୍ବଲପୁର ଠେଲକୋପଡ଼ାରେ ଡବଲ ମର୍ଡର ଘଟଣା

ସମ୍ବଲପୁର : ସମ୍ବଲପୁର ଠେଲକୋପଡ଼ା ଡବଲ ମର୍ଡର ଘଟଣା। ଆଉ ୫ ଜଣ ଗିରଫ। ଏହା ସହିତ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଆଗରୁ ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ମୁଖୀ ଓ ତାର ଜଣେ ସହଯୋଗୀକୁ ଗିରଫ କରିଥିଲା ପୋଲିସ। ଗତକାଲି ଠେଲକୋପଡ଼ାର ସୁଜିତ ନାଗଙ୍କୁ ପାଣ୍ଡବ ମୁଖୀଙ୍କ ପରିବାର ଆକ୍ରମଣ କରିଥିଲେ। ଏଥିରେ ସୁଜିତଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସୁଜିତଙ୍କ ସମ୍ପର୍କୀୟମାନେ ଉତ୍ୟକ୍ତ ହୋଇ ପାଣ୍ଡବ ମୁଖୀଙ୍କ ଘର ଉପରେ ଆକ୍ରମଣ କରିଥିଲେ। […]

  • Thursday, 10 June 2021
କମିଲା ଖରିଫ୍ ଧାନ ସଂଗ୍ରହ
କମିଲା ଖରିଫ୍ ଧାନ ସଂଗ୍ରହ

ଭୁବନେଶ୍ୱର : ଶେଷ ହେଲା ଧାନ ଅମଳ। ସଂଗ୍ରହ ବି ଶେଷ ପର୍ଯ୍ୟାୟରେ। ଚାଷୀ କିନ୍ତୁ ହତାଶ। ଏଥର ବମ୍ପର କ୍ରପ୍ ହେବ ବୋଲି ଆଶା କରାଯାଉଥିଲା,ହେଲେ ସେପରି ହୋଇନାହିଁ। କାରଣ ଚାଷ ଆରମ୍ଭରୁ ବର୍ଷା ଠିକ୍ ନହେବା ଦ୍ୱାରା ମରୁଡି ସ୍ଥିତି ଉପୁଜିଥିଲା। ତାପରେ ଚକଡା ପୋକ ଆଉ ଅଦାନିଆ ବର୍ଷା ଦାଉ ସାଧିଲା। ଏସବୁ ପ୍ରାକୃତିକ ବିପର୍ଯ୍ୟୟର ଜବରଦସ୍ତ ଇଫେକ୍ଟ ପଡିଛି ଅମଳ ଉପରେ। ରାଜ୍ୟର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଗତବର୍ଷ ତୁଳନାରେ ୧୧ପ୍ରତିଶତ […]

  • Thursday, 10 June 2021
ଆଜି ଢେଙ୍କାନାଳର ହିନ୍ଦୋଳ ଓ ବରଗଡ଼ର ଅତାବିରା ଏନ୍ଏସି ନିର୍ବାଚନ
ଆଜି ଢେଙ୍କାନାଳର ହିନ୍ଦୋଳ ଓ ବରଗଡ଼ର ଅତାବିରା ଏନ୍ଏସି ନିର୍ବାଚନ

ଢେଙ୍କାନାଳ  : ଆଜି ଢେଙ୍କାନାଳ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ସହ ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନ। ସକାଳ ୮ଟାରୁ ଭୋଟ୍ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏଥର ହିନ୍ଦୋଳ ଏନଏସିର ମୋଟ ୧୬ଟି ୱାର୍ଡରେ ୯ ହଜାର ୬୪୭ ଭୋଟର୍ ମତ ସାବ୍ୟସ୍ତ କରିବେ। ମତଦାନ ପାଇଁ ୧୬ଟି ବୁଥ୍‌ କରାଯାଇଛି।  ସମସ୍ତ ବୁଥକୁ ଉତ୍ତେଜନା ପ୍ରବଣ ହିସାବରେ ନିଆଯାଇଛି। ୧୬ଟି ୱାର୍ଡ ପାଇଁ ୪ଜଣ […]

  • Thursday, 10 June 2021