• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଅଭିନେତା ଅନୁଭବ ମହାନ୍ତି ଆହତ
ଅଭିନେତା ଅନୁଭବ ମହାନ୍ତି ଆହତ

ଭୁବନେଶ୍ୱର : ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଆହତ। ଏକ ଫିଲ୍ମ ସୁଟିଂ ବେଳେ ସେ ଆହତ ହୋଇଛନ୍ତି।ମିଳିଥିବା ସୂଚନା ଅନୁସାରେ, ତରଙ୍ଗ ସିନେ ପ୍ରଡ଼କ୍ସନର ଏକ ନିର୍ମାଣାଧୀନ ଫିଲ୍ମର ଫାଇଟିଂ ସିନ୍‌ ସୁଟିଂ ବେଳେ ଅନୁଭବଙ୍କ ପାଦରେ ଆଘାତ ଲାଗିଛି। ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନୁଭବ ସୁସ୍ଥ ଥିବା ନେଇ ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ମିଳିଛି। ଦେଖନ୍ତୁ ଏହି ଭିଡ଼ିଓ-

  • Friday, 11 June 2021
ଚାରିଆଡେ କୁଆପଥରର ଘନ ଆସ୍ତରଣ, ଦେଖନ୍ତୁ ଭିଡ଼ିଓ
ଚାରିଆଡେ କୁଆପଥରର ଘନ ଆସ୍ତରଣ, ଦେଖନ୍ତୁ ଭିଡ଼ିଓ

କୋରାପୁଟ: କୋରାପୁଟରେ କାଶ୍ମୀରର ଭ୍ରମ। ଗତକାଲି ଅପରାହ୍ନରେ କୋରାପୁଟରେ କାଳବୈଶାଖୀ ବର୍ଷା ହୋଇଥିଲା ଏହାର ପ୍ରଭାବରେ ପବନ ସାଙ୍ଗକୁ ପ୍ରବଳ କୁଆପଥର ବୃଷ୍ଟି ହୋଇଥିଲା। ବିଭିନ୍ନ ଅଞ୍ଚଳରେ ଛାଇ ଯାଇଥିଲା କୁଆପଥର। ବିଭିନ୍ନ ସ୍ଥାନରେ ଧଳା ଆସ୍ତରଣ ଦେଖା ଦେଇଥିଲା। ଯାହାକି କିଛି ସମୟ ପାଇଁ ତୁଷାରପାତର ଭ୍ରମ ସୃଷ୍ଟି କରିଥିଲା।  ବିଶେଷ କରି କୋରାପୁଟର ଦାମନଯୋଡି ନିକଟରେ ଥିବା ଭେଜାପୁଟରୁ ଲିଚିଗୁଡା ମଧ୍ୟରେ ଏଭଳି ଘନ କୁଆପଥର ଆସ୍ତରଣ ଦେଖିବାକୁ ମିଳିଥିଲା। ପ୍ରାୟ ୪ରୁ ୫କିଲୋମିଟର […]

  • Friday, 11 June 2021
ମହାନଦୀ ତାତି: ବଜେଟ୍‌ ଅଧିବେଶନ ଆରମ୍ଭରୁ ଗୃହ ଅଚଳ
ମହାନଦୀ ତାତି: ବଜେଟ୍‌ ଅଧିବେଶନ ଆରମ୍ଭରୁ ଗୃହ ଅଚଳ

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ଅଚଳ ହୋଇଗଲା। ଏଥର ବିରୋଧୀ ନୁହଁନ୍ତି ବରଂ ଶାସକ ଦଳର ସଭ୍ୟଙ୍କ ନାରାବାଜି ଯୋଗୁଁ ଗୃହ ଅଚଳ ହୋଇଛି। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ମହାଦନୀ ପ୍ରସଙ୍ଗରେ ଶାସକ ଦଳର ସଦସ୍ୟମାନେ ନିଜ ନିଜ ଆସନରେ ଛିଡ଼ା ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଉତ୍ତର ରଖୁଥିଲେ ମଧ୍ୟ ହୋ ହାଲ୍ଲା ଯୋଗୁଁ ତାହା ସମ୍ଭବ ହୋଇ […]

  • Friday, 11 June 2021
ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ରମଣ
ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ରମଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଟାସପୁର ଗାଁର ଅଙ୍ଗନବାଡ଼ି କର୍ମୀଙ୍କୁ ଉଲଗ୍ନ କରି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କୌଣସି କାରଣକୁ ନେଇ ଗାଁ ଲୋକଙ୍କ ସହ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଗାଁ ଲୋକେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ। ପୂର୍ବରୁ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କ ନାଁରେ ଅର୍ଥ ହେରଫେର ନେଇ ମଧ୍ୟ ଗାଁ ଲୋକ ଅଭିଯୋଗ ଆଣିଥିଲେ। ତେବେ ମାଡ଼ ମାରିବା ଘଟଣାରେ ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି […]

  • Friday, 11 June 2021
ଶାବଳରେ ପିଟି ପିଟି ଯୁବକଙ୍କୁ ହତ୍ୟା
ଶାବଳରେ ପିଟି ପିଟି ଯୁବକଙ୍କୁ ହତ୍ୟା

ବୌଦ୍ଧ  : ତ୍ରିକୋଣୀୟ ପ୍ରେମର ପରିଣତି। ବୌଦ୍ଧ ମନମୁଣ୍ଡା ଥାନା ଘୁଲୁଘୁଲାପଦର ଗାଁରେ ଯୁବକଙ୍କୁ ଶାବଳରେ ପିଟି ପିଟି ହତ୍ୟା। ମୃତକ ଯୁବକ ସେହି ଗାଁର ଶାନ୍ତୁନୁ କଅଁର। ଆଜି ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ବିଲରୁ ଶାନ୍ତୁନୁଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଜଣେ ଯୁବତୀଙ୍କୁ ୨ଜଣ ପ୍ରେମ କରୁଥିବା ଓ ତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଗାଁ ଲୋକଙ୍କଠାରୁ ସୁଚନା ମିଳୁଛି। ହତ୍ୟାକାଣ୍ଡ ସ୍ଥଳରୁ ଏକ ଭ୍ୟାନିଟି ବ୍ୟାଗ୍ ଜବତ କରାଯାଇଛି। ଜଣେ ଯୁବତୀଙ୍କୁ […]

  • Friday, 11 June 2021
କାକଟପୁରରୁ ୟୁପିର ଅନଲାଇନ୍ ଠକ ଗିରଫ
କାକଟପୁରରୁ ୟୁପିର ଅନଲାଇନ୍ ଠକ ଗିରଫ

ପୁରୀ  : ପୁରୀ କାକଟପୁରରୁ ଗିରଫ ହୋଇଛି ଉତ୍ତର ପ୍ରଦେଶ କାନପୁର ଅଞ୍ଚଳର ଅନଲାଇନ୍ ଠକ ମନୋଜ ବଞ୍ଜାରା। ମନୋଜ ଅନଲାଇନରେ ବିଭିନ୍ନ ଲୋକଙ୍କୁ ପ୍ରବର୍ତ୍ତାଇ ନିଜ ଆକାଉଣ୍ଟରେ ଟଙ୍କା ଜମା କରୁଥିଲା। ୨୦୧୭ ମସିହାରେ ଭୋପାଳ କ୍ରାଇମ୍‌ ଥାନାରେ ଅଭିଯୋଗ ଆସିବା ପରେ ମନୋଜ ଫେରାର ହୋଇ ଓଡ଼ିଶା ଚାଲି ଆସିଥିଲା। ମନୋଜ କାକଟପୁରରେ ରହି ବ୍ୟବସାୟ କରୁଥିଲା। ସୂଚନା ପାଇ ଭୋପାଳର ୩ ଜଣିଆ ପୋଲିସ ଟିମ୍ ଗତକାଲି ଚଢ଼ାଇ କରି ମନୋଜକୁ ଗିରଫ […]

  • Friday, 11 June 2021
ଜିଲ୍ଲାପାଳଙ୍କୁ କ୍ୟାନସର ରୋଗୀଙ୍କ ଇଚ୍ଛା ମୃତ୍ୟୁ ନିବେଦନ
ଜିଲ୍ଲାପାଳଙ୍କୁ କ୍ୟାନସର ରୋଗୀଙ୍କ ଇଚ୍ଛା ମୃତ୍ୟୁ ନିବେଦନ

ସମ୍ୱଲପୁର : “ମୁଁ ଶ୍ରୀମତି ରୀମା ପଟ୍ଟନାୟକ। ମୋ ସ୍ୱାମୀ ହାଡୁ ପଟ୍ଟନାୟକ ରିକ୍ସା ଚଲାଇ ପରିବାର ଭରଣ ପୋଷଣ କରନ୍ତି। ମୁଁ ଅନ୍ୟ ଲୋକଙ୍କ ଘରେ ବାସନ ମାଜି ଦୁଇ ପଇସା ରୋଜଗାର କରେ। ମୋର ବଡ଼ ପୁଅ ଅଟୋ ଚଲାଏ, ସେ ପରିବାରଠୁ ଦୂରରେ ରୁହେ। ସାନ ପୁଅ ରିଙ୍କୁ ୪ବର୍ଷ ତଳେ ଜଣ୍ଡିସରେ ପ୍ରାଣ ହରାଇଥିଲା। ସାନ ପୁଅର ମୃତ୍ୟୁ ପରେ ତା’ର ତିନିଟି ସନ୍ତାନ ମୋ ପାଖରେ ଅଛନ୍ତି। ସ୍ୱାମୀ ଗତ […]

  • Friday, 11 June 2021
ମୟୂରଭଞ୍ଜ ସୁଲେଇପାଟ ଗାଁରେ ଗୁଳିକାଣ୍ଡ
ମୟୂରଭଞ୍ଜ ସୁଲେଇପାଟ ଗାଁରେ ଗୁଳିକାଣ୍ଡ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ରେ ଗୁଳିକାଣ୍ଡ। ସୁଲେଇପାଟର ଗାଁ ସାଥୀ ଜ୍ୟୋତିନ୍ଦ୍ରନାଥ ଗିରିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ଘଟିଛି ଏହି ଘଟଣା। କିଛି ଯୁବକ ଜ୍ୟୋତିନ୍ଦ୍ରଙ୍କୁ ସୁଲେଇପାଟ ଡ୍ୟାମ୍ ନିକଟକୁ ଡାକି ସେଠାରେ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜ୍ୟୋତିନ୍ଦ୍ରଙ୍କୁ ଗୁଳି କରାଯାଇଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଛି।

  • Friday, 11 June 2021
ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ
ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ମେ ୫ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଏଥିରେ ଆଲୋଚନା ହେବ। ତେବେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ଅବଧି ଲମ୍ବା ହୋଇଥିବାରୁ ବିରୋଧୀଙ୍କ ହାତରେ ମଧ୍ୟ ଲମ୍ବା ସମୟ ରହିଛି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପିଇବା ପାଣି ସମସ୍ୟା, ନିଯୁକ୍ତି, ଦାଦନ ସମସ୍ୟା, ଶିକ୍ଷକ ଅଭାବ, ମହାନଦୀ ବିବାଦ, ଲୋକାୟୁକ୍ତ ନିଯୁକ୍ତି ଭଳି […]

  • Friday, 11 June 2021
ପଦାକୁ ଆସିଲା ହାଇଟେକ୍ ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ପଛର ସତ
ପଦାକୁ ଆସିଲା ହାଇଟେକ୍ ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ପଛର ସତ

ଭୁବନେଶ୍ୱର : ମାନସିକ ରୋଗ କି ଆତ୍ମହତ୍ୟା ପ୍ରବଣତା ନୁହେଁ, କିଚେନ୍ ବୟଙ୍କ ଅସଦାଚରଣ ଓ ପ୍ରିନସିପାଲଙ୍କ ଉଦାସୀନତାରେ ମର୍ମାହତ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ ହାଇଟେକ୍‌ର ନର୍ସିଂ ଛାତ୍ରୀ। ଛାତ୍ରୀ ଜଣଙ୍କ ହଷ୍ଟେଲ ଛାତ ଉପରେ ଠିଆହୋଇ ଫୋନ୍‌ରେ କଥା ହେଉଥିବା ବେଳେ ସଂପୃକ୍ତ କିଚେନ୍ ବୟ ଘଟାଇଥିଲା କଳା କାରନାମା। ଏହି ଘଟଣା ପରେ, ଛାତ୍ରୀଙ୍କ ପରିବାର ଲୋକ ତାଙ୍କୁ ଭେଟିବାକୁ ଯାଇଥିବା ବେଳେ ସେ ୩ ମହଲାରୁ […]

  • Friday, 11 June 2021
ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ CII ସାମିଲ ନହେବା ନେଇ ବିବାଦ
ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ CII ସାମିଲ ନହେବା ନେଇ ବିବାଦ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ କନ୍‌ଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି ବା ଭାରତୀୟ ଶିଳ୍ପ ମହାସଂଘ ସାମିଲ ନହେବା ନେଇ ବିବାଦ। ଏନେଇ CIIର ଇଷ୍ଟର୍ଣ୍ଣ ରିଜିଅନର ଅଧ୍ୟକ୍ଷା ଜଗି ମଙ୍ଗତ୍ ପଣ୍ଡାଙ୍କୁ ଦାୟୀ କରିଛି ବିଜେଡି। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ସହଯୋଗ ପାଇଁ CII ଗତ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ସରକାରଙ୍କ ସହ ଯୋଗସୂତ୍ରରେ ଥିଲା,ତେବେ ଜଗି ମଙ୍ଗତ ଇଷ୍ଟର୍ଣ୍ଣ ରିଜିଅନର ଅଧ୍ୟକ୍ଷା ହେବା […]

  • Friday, 11 June 2021
ପୁଣି ଲେଉଟିଲା ମହାନଦୀ ବିବାଦ
ପୁଣି ଲେଉଟିଲା ମହାନଦୀ ବିବାଦ

ଭୁବନେଶ୍ୱର : ମହାନଦୀକୁ ନେଇ ପୁଣି ବିବାଦ। କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲ୍ ଆସନ୍ତା ୧୬ ତାରିଖରେ ନଦୀ ବିବାଦ ନେଇ ପୂର୍ବତ୍ତର ୫ଟି ରାଜ୍ୟ ସହ ଆଲୋଚନା ପାଇଁ କଲିକତାରେ ବୈଠକ ଡାକିଛନ୍ତି। ଏହି ବୈଠକରେ ଓଡିଶା ସରକାର ଯୋଗ ଦେବେ ସତ ହେଲେ ଉଠାଇବେ ବିଭିନ୍ନ ନଦୀ ଜଳ ବିବାଦ ପ୍ରସଙ୍ଗ। ଛଡିଶଗଡ଼ ସହ ମହାନଦୀ ଜଳ ବିବାଦ, ଇବ୍‌ର ଶାଖା ନଦୀ ମୈନୀ ଉପରେ ଛଡିଶଗଡ଼ ନିର୍ମାଣ କରୁଥିବା […]

  • Friday, 11 June 2021
ଟିଟୋର ଭାଇ ବିଜେଡିରେ ସାମିଲ ନେଇ ରାଜନୈତିକ ଝଡ଼
ଟିଟୋର ଭାଇ ବିଜେଡିରେ ସାମିଲ ନେଇ ରାଜନୈତିକ ଝଡ଼

ଭୁବନେଶ୍ୱର : ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ଏବେ ବିଜେଡି ଶିବିରରେ।ମିଶ୍ରଣ ସମାବେଶରେ ବିଜେଡିରେ ଯୋଗଦେଇଛନ୍ତି ଟିଟୋର ଭାଇ ସଇଦ୍ ଏହେସାନ୍ ଅଲ୍ଲୀ। ବିରୋଧୀ କଂଗ୍ରେସ ଏବଂ ବିଜେପି ସିଧାସଳଖ ବିଜେଡିକୁ ଏବଂ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି।ଏହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ଟେଣ୍ଡର ଫିକ୍ସିଂ ଏବଂ ଦାଦାବଟି ଆଦାୟକୁ ନେଇ ଟିଟୋ ଏବଂ ହାଇଦର ଗ୍ୟାଙ୍ଗର ଲଢ଼େଇ ଭିତରେ ଅନେକ ପ୍ରଭାବିତ ହୋଇଛି କେନ୍ଦ୍ରାପଡ଼ାର ରାଜନୀତି ଏବଂ […]

  • Friday, 11 June 2021
ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାରେ ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହେଲେ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାସ।  ଶୁଣାଣି କରି ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଖୋଲିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।   ପୂର୍ବରୁ ଅଗଷ୍ଟ ୧ ଯାଏଁ ଜଗମୋହନ ନଖୋଲିବାକୁ ଅପିଲ ହୋଇଥିଲା। ଆଗକୁ ଘୋଷଯାତ୍ରା ସହ ଅନ୍ୟାନ୍ୟ ନୀତିକାନ୍ତି ରହିଥିବାରୁ ରଥଯାତ୍ରା ଯାଏଁ ମହଲତ ଦେବାକୁ ଆବେଦନ କରାଯାଇଥିଲା। ହେଲେ […]

  • Friday, 11 June 2021
ଜାଲ ନୋଟ୍ ଜମା କରୁଥିବାବେଳେ ଜମାକାରୀ ଗିରଫ
ଜାଲ ନୋଟ୍ ଜମା କରୁଥିବାବେଳେ ଜମାକାରୀ ଗିରଫ

ବାଲେଶ୍ୱର : ଜାଲ ନୋଟ୍ ଜମା କରୁଥିବାବେଳେ ଜଣେ ଜମାକାରୀଙ୍କୁ ଗିରଫ କରିଛି ପୋଲିସ। ଜାଲ ନୋଟ୍ ଜମା କରିବା ବେଳେ ବିଷ୍ଣୁ ନାୟକ ନାମରେ ଜଣେ ଜମାକାରୀ ପୋଲିସ ହାବୁଡ଼ରେ ପଡ଼ିଛନ୍ତି। ବାଲେଶ୍ୱର କ୍ଷୀରିକୋଣା ସମବାୟ ସମିତିରେ ଟଙ୍କା ଜମା କରିବାକୁ ଯାଇଥିଲେ ବିଷ୍ଣୁ। ସେ ୧ ଲକ୍ଷ ୫୦ ହଜାର ଟଙ୍କା  ଜମା କରୁଥିବା ବେଳେ ତା ଭିତରେ ୨୨ଟି ଦୁଇ ହଜାର ଟଙ୍କିଆ ଜାଲ ଥିବା ଜଣାପଡ଼ିଥିଲା। ସମବାୟ ସମିତିର ସଂପାଦକ ଅଚ୍ୟୁତ […]

  • Friday, 11 June 2021
ଛାତରୁ ଡେଇଁ ହାଇଟେକ୍ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ଛାତରୁ ଡେଇଁ ହାଇଟେକ୍ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର : ଭୁବନେଶ୍ୱରରେ ହାଇଟେକ୍ ମେଡିକାଲ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ଆଜି ଅପରାହ୍ନରେ ଛାତ୍ରୀ ନିବାସର ୩ ମହଲା ଛାତରୁ ଡେଇଁ ଜଣେ ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହାଇଟେକ୍‌ ନର୍ସିଂ କଲେଜର ତୃତୀୟ ବର୍ଷର ଛାତ୍ରୀ। ଗୁରୁତର ଅବସ୍ଥାରେ ତାଙ୍କୁ ହାଇଟେକ୍ ମେଡିକାଲ କଲେଜ ICUରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣା ପାଇଁ ନର୍ସିଂ କଲେଜ କର୍ତ୍ତୃପକ୍ଷ ଦାୟୀ ବୋଲି ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। କଲେଜ କର୍ତ୍ତୃପକ୍ଷ ମାନସିକ […]

  • Friday, 11 June 2021
କୋଟିଆ ଓ କୁନ୍ଦୁଲି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର
କୋଟିଆ ଓ କୁନ୍ଦୁଲି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

କୋରାପୁଟ : ଆନ୍ଧ୍ରର ଲୋଲୁପ ଦୃଷ୍ଟିକୁ ନେଇ ଚର୍ଚ୍ଚାରେ ଥିବା କୋଟିଆ ଗ୍ରାମପୁଞ୍ଜରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୋଟିଆ ଗାଁରେ ପହଞ୍ଚି ଜଗନ୍ନାଥଙ୍କ ଦର୍ଶନ ପରେ ଚାଲି ଚାଲି ଅଞ୍ଚଳବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ସାଧାରଣ ସଭାରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର। ପରେ ଗଣମାଧ୍ୟମକୁ କହିଥିଲେ, କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। ଏହା ଆମର ଥିଲା, ଅଛି ଓ ରହିବ। ଦଳମତ ନିର୍ବିଶେଷରେ ଓଡ଼ିଶା ଏ ପ୍ରସଙ୍ଗରେ ଏକ ଅଛି ବୋଲି କହିଥିଲେ […]

  • Friday, 11 June 2021
ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ପତ୍ନୀଙ୍କୁ ଆଶ୍ୱସ୍ତି
ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ପତ୍ନୀଙ୍କୁ ଆଶ୍ୱସ୍ତି

ଭୁବନେଶ୍ୱର : ସି- ସୋର ଚିଟ୍‌ଫଣ୍ଡ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କ ପତ୍ନୀଙ୍କୁ ଆଶ୍ୱସ୍ତି। ପ୍ରଶାନ୍ତଙ୍କ ପତ୍ନୀ ଜ୍ୟୋତିରାଣୀଙ୍କ ଜାମିନକୁ ଚାଲେଞ୍ଜ୍ କରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ପିଟିସନ ଖାରଜ ହୋଇଛି। ପୂର୍ବରୁ ଜ୍ୟୋତିଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ହାଇକୋର୍ଟ। ତେବେ କୈଳାଶ ଲେଙ୍କା ନାମକ ଜଣେ ବ୍ୟକ୍ତି ଏହାକୁ ଚ୍ୟାଲେଞ୍ଜ୍ କରି ସୁପ୍ରିମକୋର୍ଟ ଯାଇଥିଲେ। ତେବେ ସୁପ୍ରିମକୋର୍ଟ କୈଳାଶଙ୍କ ପିଟିସନକୁ ଖାରଜ କରି ଦେଇଛନ୍ତି।

  • Friday, 11 June 2021
ମାଲକାନଗିରି ସୀମାରେ ବିସ୍ଫୋରଣ : ୨ଯବାନ ସହିଦ, ୫ ଗୁରୁତର ଆହତ
ମାଲକାନଗିରି ସୀମାରେ ବିସ୍ଫୋରଣ : ୨ଯବାନ ସହିଦ, ୫ ଗୁରୁତର ଆହତ

ମାଲକାନଗିରି : ମାଲକାନଗିରି ସୀମାରେ ଯବାନଙ୍କୁ ଟାର୍ଗେଟ୍ କରି ବିସ୍ଫୋରଣ । ବିସ୍ଫୋରଣରେ ୨ଜଣ ଯବାନ ସହିଦ, ୫ ଗୁରୁତର ଆହତ। ଛତିଶଗଡ଼ ବିଜାପୁର ମହାଦେବପୁରରେ ମାଓବାଦୀମାନେ ବିସ୍ଫୋରଣ କରିଥିବା ଜଣାପଡିଛି। ସୂଚନା ଅନୁସାରେ, ସର୍ଚ୍ଚ ଅପରେସନ ବେଳେ ୩ଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ବସ୍‌ରେ ମୋଟ ୩୦ ଜଣ ଯବାନ ପାଟ୍ରୋଲିଂରେ ଯାଉଥିଲେ। ଏହି ବିସ୍ଫୋରଣ ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୪ରେ ଛତିଶଗଡ଼ର ନକ୍ସଲ […]

  • Friday, 11 June 2021
ଲୋଭ ଓ ଲାଭ ପାଇଁ ଦଳ ଛାଡୁଛନ୍ତି କଂଗ୍ରେସ ନେତା : ପିସିସି ସଭାପତି ପ୍ରସାଦ ହରିଚନ୍ଦନ
ଲୋଭ ଓ ଲାଭ ପାଇଁ ଦଳ ଛାଡୁଛନ୍ତି କଂଗ୍ରେସ ନେତା : ପିସିସି ସଭାପତି ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର : ଲୋଭ ଆଉ ଲାଭ ପାଇଁ ଦଳ ଛାଡୁଛନ୍ତି କଂଗ୍ରେସ ନେତା। କଂଗ୍ରେସ ଦଳ ଛାଡୁଥିବା ନେତାଙ୍କ ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ପ୍ରସାଦ କହିଛନ୍ତି ଏହାଦ୍ୱାରା କଂଗ୍ରସ ଦଳ ଦୁର୍ବଳ ହେବନି, ବରଂ ଲୋକେ ସେମାନଙ୍କୁ ଉଚିତ ଜବାବ ଦେବେ। ଏପ୍ରିଲ ୨ତାରିଖରେ ଭାରତ ବନ୍ଦ ସମୟରେ ହୋଇଥିବା ହିଂସାକାଣ୍ଡକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆଜି ଅନୁଷ୍ଠିତ ଦିନିକିଆ ଉପବାସ ଧାରଣା ବେଳେ ପ୍ରସାଦ ଏହା କହିଛନ୍ତି। […]

  • Friday, 11 June 2021
 ଦିଲ୍ଲୀ ଏମ୍ସରେ ନିରାଡମ୍ବର ଭାବେ ଜଗା-କାଳିଆଙ୍କ ଜନ୍ମଦିନ ପାଳନ
 ଦିଲ୍ଲୀ ଏମ୍ସରେ ନିରାଡମ୍ବର ଭାବେ ଜଗା-କାଳିଆଙ୍କ ଜନ୍ମଦିନ ପାଳନ

ଭୁବନେଶ୍ୱର : ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କ ଆଜି ତୃତୀୟ ଜନ୍ମଦିନ। ଅସ୍ତ୍ରୋପଚାର ପରେ ପ୍ରଥମ ଥର ପାଇଁ ଉଭୟେ ସେମାନଙ୍କ ଜନ୍ମଦିନ ପାଳନ କରିବେ। ଏଥିପାଇଁ ଦିଲ୍ଲୀ ଏମ୍ସରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ନିରାଡମ୍ବର ଭାବେ ଉଭୟ ଶିଶୁଙ୍କ ଜନ୍ମଦିନ ପାଳିବାକୁ ନିଷ୍ପତ୍ତି ହୋଇଛି। ଏହାପୂର୍ବରୁ ଦୁଇ ଶିଶୁଙ୍କ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଳନ ପାଇଁ ବିଶେଷ ଆୟୋଜନ କରାଯାଇଥିଲା। ଜଗା କାଳିଆ ବର୍ତ୍ତମାନ […]

  • Friday, 11 June 2021
ତୈଳ ଦର ବୃଦ୍ଧି ପ୍ରତିବାଦ: ପୋଷ୍ଟର ଚିରି ୬ ଯୁବ କଂଗ୍ରେସ କର୍ମୀ ଅଟକ
ତୈଳ ଦର ବୃଦ୍ଧି ପ୍ରତିବାଦ: ପୋଷ୍ଟର ଚିରି ୬ ଯୁବ କଂଗ୍ରେସ କର୍ମୀ ଅଟକ

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ହଟାଅ ଅଭିଯାନ ଆରମ୍ଭ କରିଛି ଯୁବ କଂଗ୍ରେସ। ଭୁବନେଶ୍ୱର ଡେଲ୍‌ଟା ଛକ ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ କଂଗ୍ରେସ କର୍ମୀମାନେ ଚିରି ଦେଇଛନ୍ତି। ତୈଳ ଦର ନ କମିବା ପର୍ଯ୍ୟନ୍ତ ପୋଷ୍ଟର ହଟାଇବା ସହ ଟାଙ୍କି ମାଲିକଙ୍କୁ ମୋଦିଙ୍କ ପୋଷ୍ଟର ନ ଲଗାଇବାକୁ ଅନୁରୋଧ କରାଯାଇଛି। ଏହି ଘଟଣାରେ ପୋଲିସ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ସମେତ ୬ ଜଣଙ୍କୁ […]

  • Friday, 11 June 2021
ମହିଳା ଚାଷୀଙ୍କୁ ମିଳିବ ସ୍ମାର୍ଟ ଫୋନ୍‌
ମହିଳା ଚାଷୀଙ୍କୁ ମିଳିବ ସ୍ମାର୍ଟ ଫୋନ୍‌

ଭୁବନେଶ୍ୱର: ପୁରୁଷଙ୍କ ପରେ ଏବେ ମହିଳା ଚାଷୀଙ୍କୁ ବି ସ୍ମାର୍ଟ ଫୋନ୍ ମିଳିବ । ସମବାୟ ବିଭାଗ ପକ୍ଷରୁ ଏହି ସ୍ମାର୍ଟ ଫୋନ୍ ଯୋଗାଇ ଦିଆଯିବ। ଆସନ୍ତା ଖରିଫ ଋତୁରେ ମହିଳା ଚାଷୀଙ୍କୁ ସ୍ମାର୍ଟ ଫୋନ୍‌ ଦିଆଯିବ ବୋଲି ସୂଚନା ଦେଇଛନ୍ତି ସମବାୟ ବିଭାଗ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ସେ କହିଛନ୍ତି ଯେ, ପୂର୍ବରୁ ପୁରୁଷ ଚାଷୀମାନଙ୍କୁ ଫୋନ୍ ଦିଆଯାଇଥିଲା। ଏବେ ମହିଳାମାନଙ୍କୁ ମଧ୍ୟ ଫୋନ୍‌ ମିଳିବ। ଫୋନ୍‌ରେ ଚାଷ, ପାଣିପାଗ ଓ ଋଣ ସମ୍ପର୍କିତ ସମସ୍ତ […]

  • Friday, 11 June 2021
କୋଣାର୍କରେ ରାତି ଅଧିଆ ପୋଲିସ୍‌ ଚଢ଼ାଉ: ୭ ଯୁବତୀ ଉଦ୍ଧାର
କୋଣାର୍କରେ ରାତି ଅଧିଆ ପୋଲିସ୍‌ ଚଢ଼ାଉ: ୭ ଯୁବତୀ ଉଦ୍ଧାର

ପୁରୀ: ବିଭିନ୍ନ ହୋଟେଲରେ ଦେହ ବ୍ୟବସାୟ ଅଭିଯୋଗ ନେଇ କୋଣାର୍କରେ ରାତି ଅଧିଆ ପୋଲିସର ରେଡ୍। ଗତକାଲି ମଧ୍ୟରାତ୍ରୀରେ ବିଭିନ୍ନ ହୋଟେଲ୍ ଓ ଲଜ୍‌ରେ ପୋଲିସ ଚଢ଼ାଉ କରିଛି। ଏଥିରେ ଜଣେ ଲଜ୍ ମାଲିକଙ୍କ ସମେତ, ୨ ଦଲାଲ, ୪ ଗ୍ରାହକ ଓ  ୭ ଯୁବତୀଙ୍କ ସହ ମୋଟ ୧୬ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଯୁବତୀଙ୍କ ମଧ୍ୟରେ ଜଣେ ସରକାରୀ ସ୍କୁଲର ଶିକ୍ଷୟିତ୍ରୀ ଓ ଆଉ ଜଣେ ଇଞ୍ଜିନିୟରିଂ ସ୍କୁଲର ଛାତ୍ରୀ ବୋଲି ପୋଲିସ […]

  • Friday, 11 June 2021
AICTE ନିଷ୍ପତ୍ତିର ପୁନର୍ବିଚାର ପାଇଁ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
AICTE ନିଷ୍ପତ୍ତିର ପୁନର୍ବିଚାର ପାଇଁ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ସରକାରୀ ପଲିଟେକନିକ୍‌ରେ ନୂଆ ନାମଲେଖାକୁ  AICTE ରୋକ ଲଗାଇବା ପରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। AICTE ର ଏହି ନିଷ୍ପତ୍ତି ଉପରେ ପୁଣି ଥରେ ବିଚାର କରିବାକୁ ଜାଭଡେକରଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ନାମ ଲେଖାଇବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି ନବୀନ। ଏହି ଦୁଇ ଶିକ୍ଷାନୁଷ୍ଠାନ ପାଇଁ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ଚିଠିରେ […]

  • Friday, 11 June 2021