• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଶିମିଳିପାଳ ଜୈବ ମଣ୍ଡଳରୁ ଧରାହେଲା ଉଡ଼ନ୍ତା ସାପ
ଶିମିଳିପାଳ ଜୈବ ମଣ୍ଡଳରୁ ଧରାହେଲା ଉଡ଼ନ୍ତା ସାପ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜୈବ ମଣ୍ଡଳରୁ ଏକ ଉଡନ୍ତା ସାପ ଧରାଯାଇଛି। ଜଣେ ବ୍ୟକ୍ତି ଜଙ୍ଗଲରୁ ଜାଳେଣି କାଠ ଆଣୁଥିବା ବେଳେ ସାପଟି କାଠ ସହ ଚାଲି ଆସିଥିଲା। ଏହାକୁ ଦେଖି ଶିମିଳିପାଳ ଉଦ୍ଧାରକାରୀ ଟିମ୍ ସାପଟିକୁ ଉଦ୍ଧାର କରିଥିଲେ। ଏହି ସାପକୁ ଉଡନ୍ତା ସାପ ବୋଲି କୁହାଯାଏ।  ଶିମିଳିପାଳ ଜୈବ ମଣ୍ଡଳରେ ଏଭଳି ସାପ ସାଧାରଣତଃ ସନ୍ତସନ୍ତିଆ ଜାଗା, ବୁଦା ଓ ଘାସ ମୂଳରେ ରୁହନ୍ତି। ସାପର ପିଠିରେ ସବୁଜ, ହଳଦିଆ ଓ ଗାଢ […]

  • Thursday, 10 June 2021
ପାଣ୍ଡିଆନଙ୍କ ନାଁରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର: ଜିଲ୍ଲାପାଳ ଥିବା ବେଳେ ଲାଞ୍ଚ ମାଗୁଥିଲେ ବର୍ତ୍ତମାନ ରାଜ୍ୟ ଶାସନର ତଥାକଥିତ ଦ୍ୱିତୀୟ କ୍ଷମତାକେନ୍ଦ୍ର।  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ  ପାଣ୍ଡିଆନଙ୍କ ନାଁରେ ଏମିତି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଆସୁଥିବା ଗଞ୍ଜାମ ଜିଲ୍ଲାରୁ  ଆସିଛି ଏଭଳି ଅଭିଯୋଗ। ଆସ୍କାରେ ଡିଆଇ ଥିବା ବେଳେ ପୂର୍ବତନ ଗଞ୍ଜାମ ଜିଲ୍ଲାପାଳ ପାଣ୍ଡିଆନ୍ କିଭଳି ତାଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ନଦେବାରୁ ପରବର୍ତ୍ତୀ ଅବସ୍ଥାରେ ସେ ସସ୍‌ପେଣ୍ଡ […]

  • Thursday, 10 June 2021
କଟକ ଆନନ୍ଦ ଭବନ ମ୍ୟୁଜିୟମ୍‌ର ଲୋକାର୍ପଣ ଉତ୍ସବ : ଓଡ଼ିଆ ମହିଳାଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି
କଟକ ଆନନ୍ଦ ଭବନ ମ୍ୟୁଜିୟମ୍‌ର ଲୋକାର୍ପଣ ଉତ୍ସବ : ଓଡ଼ିଆ ମହିଳାଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି

କଟକ : ମୟୁରଭଞ୍ଜ ଜିଲ୍ଲା ଜାମଡ଼ା ଗାଁର ଗୃହିଣୀ ହେମାବତୀ ବାଗେ। ଝାଲ୍‌ମୁଢ଼ି ବିକ୍ରି କଲେ ଚାଲେ ତେଲ ଲୁଣର ସଂସାର। ପେଟକୁ ଦି’ମୁଠା ଦାନା ମିଳେ। ସେ ଏକ ଅଜଣା, ଅଚିହ୍ନା ଚେହେରାଟିଏ। ହେଲେ ଏହି ମାମୁଲି ଚେହେରା ଆଜି ଚର୍ଚ୍ଚାରେ। ଦେଶର ପ୍ରଥମ ନାଗରିକଙ୍କ ମୁହଁରେ ଆଜି ଶୁଣିବାକୁ ମିଳିଛି ତାଙ୍କରି ନାଁ, ତାଙ୍କରି ପ୍ରଶଂସା। ଫେବୃୟାରୀ ୧୩, ୨୦୧୮। ଗ୍ରାମୀଣ ମହିଳାଙ୍କ କାଠ ଚୁଲିର ଧୂଆଁ ଆଉ ଯନ୍ତ୍ରଣାର କାହାଣୀ ସେଦିନ ଦୋହଲାଇ […]

  • Thursday, 10 June 2021
ପୁରୀ ରଥ ଯାତ୍ରା : ପ୍ରଥମ ଥର ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜରୁ ଆସିଲା ରଥକାଠ
ପୁରୀ ରଥ ଯାତ୍ରା : ପ୍ରଥମ ଥର ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜରୁ ଆସିଲା ରଥକାଠ

ପୁରୀ : ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ପ୍ରଥମ ଥର ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜରୁ ରଥକାଠ ଆସି ପୁରୀରେ ପହଞ୍ଚିଛି। ଗୋଟିଏ ଟ୍ରକରେ ୨୬ ଖଣ୍ଡ ଅସନ ଓ ୪ ଖଣ୍ଡ ଧଉରା କାଠ ଆସିଛି। ଏସବୁ କାଠର ଲମ୍ବ ୧୨ ଫୁଟ୍ ଓ ଗୋଲେଇ ୩ ଫୁଟ୍ ରହିଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ଏସବୁ କାଠ ରଖାଯାଇଛି। ପୂର୍ବରୁ ରଥ ନିର୍ମାଣ ପାଇଁ କାଠ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଆସୁଥିଲା। କିନ୍ତୁ କାଠ […]

  • Thursday, 10 June 2021
ନିଖୋଜ ଯୁବକଙ୍କ ଗଳିତ ଶବ ପୋଲ ତଳୁ ଉଦ୍ଧାର
ନିଖୋଜ ଯୁବକଙ୍କ ଗଳିତ ଶବ ପୋଲ ତଳୁ ଉଦ୍ଧାର

ରାଉରକେଲା ନିକଟ ୧୪୩ ନମ୍ବର ଜାତୀୟ ରାଜପଥର କୁଆରମୁଣ୍ଡା ହରିହରପୁର ପୋଲ ତଳୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ଅର୍ଜୁନ ଗୋପ। ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହତ୍ୟାକାଣ୍ଡରେ ପିଏଲ୍ଏଫ୍ଆଇର ହାତ ଥିବା ସନ୍ଦେହ କରାଯାଉଛି। ଗତ ୧୩ ତାରିଖରୁ ନିଖୋଜ ଥିଲେ ଅର୍ଜୁନ। ଖୁକୁଣ୍ଡବହଲରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ଆଉ ଫେରି ନଥିଲେ ଅର୍ଜୁନ। ଗତକାଲି ସଂଧ୍ୟାରେ […]

  • Thursday, 10 June 2021
ଯୁବ ଠିକାଦାରଙ୍କୁ ଖଣ୍ଡାରେ ହାଣି ହତ୍ୟା
ଯୁବ ଠିକାଦାରଙ୍କୁ ଖଣ୍ଡାରେ ହାଣି ହତ୍ୟା

ଗଞ୍ଜାମ  : ଯୁବ ଠିକାଦାରଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା। ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର୍‌। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏସ୍‌ ନୂଆଗାଁରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ଗାଁର ଯୁବ ଠିକାଦାର ପୀତବାସ ମଳିକ ଘରକୁ ଯାଉଥିବା ବେଳେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ପୀତବାସଙ୍କ ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ଗାଁରେ ଏକ ବୈଠକକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।

  • Thursday, 10 June 2021
ପୁଣି ଜୋର ଧରିଲା ରମାଦେବୀ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ ଦାବି
ପୁଣି ଜୋର ଧରିଲା ରମାଦେବୀ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ ଦାବି

ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ ଦାବି । ଏହି ଦାବିରେ ଆଜି ରାସ୍ତାରୋକ କରିଥିଲେ ରମାଦେବୀ ଛାତ୍ରୀ। ତାସହ ରମାଦେବୀରେ ପୁଣି ଥରେ ଅଟୋନୋମସ୍ ଲାଗୁ ପାଇଁ ଦାବି କରିଛନ୍ତି ଛାତ୍ରୀ। ରମାଦେବୀ କଲେଜକୁ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଏହି ଶିକ୍ଷାନୁଷ୍ଠାନର ଅଟୋନୋମସ୍ ମାନ୍ୟତା ହଟିଛି। ତାସହ ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

  • Thursday, 10 June 2021
ନିଆରା ନିଶା : ପ୍ରସିଦ୍ଧ ଖେଳାଳିଙ୍କ ଜର୍ସି ସଂଗ୍ରହ କରି ଚର୍ଚ୍ଚାରେ ଏହି ଯୁବକ
ନିଆରା ନିଶା : ପ୍ରସିଦ୍ଧ ଖେଳାଳିଙ୍କ ଜର୍ସି ସଂଗ୍ରହ କରି ଚର୍ଚ୍ଚାରେ ଏହି ଯୁବକ

ଭୁବନେଶ୍ୱର : ଦୁନିଆରେ ସବୁ ଲୋକ ସମାନ ନଥାନ୍ତି। ଅନେକଙ୍କର ଇଚ୍ଛା ଥାଏ କିଛି ଭିନ୍ନ କରି ଦେଖେଇବା। ନିଜର ନିତିଦିନିଆ ସବୁ କାମ ସତ୍ତ୍ୱେ ବି ସେମାନେ ନିଜର ନିଶାରେ ହଜି ଯାଆନ୍ତି। ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରନ୍ତି। ଏହିଭଳି ଜଣେ ଯୁବକ ହେଲେ ସଂପୂର୍ଣ୍ଣ ରଥ। ଭୁବନେଶ୍ୱରରେ ରହୁଥିବା ସଂପୂର୍ଣ୍ଣ ଜଣେ ଖେଳ ପ୍ରେମୀ ଯୁବକ ଭାବେ ଖୁବ୍ ଜଣାଶୁଣା। ଅନେକ ଲୋକପ୍ରିୟ ଖେଳାଳିଙ୍କ ଜର୍ସି ସଂଗ୍ରହ କରିବାରେ ସେ ନିଆରା […]

  • Thursday, 10 June 2021
ବାଂଲା ରସଗୋଲାକୁ GI ମାନ୍ୟତା ପ୍ରସଙ୍ଗ : ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍
ବାଂଲା ରସଗୋଲାକୁ GI ମାନ୍ୟତା ପ୍ରସଙ୍ଗ : ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର : ବାଂଲା ରସଗୋଲାକୁ GI ବା ଭୌଗଳିକ ଉତ୍ପତ୍ତି ମାନ୍ୟତା ମିଳିବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍। ମାନ୍ୟତା କାହିଁକି ପ୍ରତ୍ୟାହାର କରାନଯିବ ସେନେଇ ପକ୍ଷ ରଖିବାକୁ ନୋଟିସ୍ ଜାରି କରାଯାଇଛି। GI ମାନ୍ୟତା ପଞ୍ଜିକରଣ ହେଉଥିବା ଚେନ୍ନାଇସ୍ଥିତ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଇଣ୍ଡିଆ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କୁ ୨ ମାସ ମଧ୍ୟରେ ପକ୍ଷ ରଖିବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି। ରସଗୋଲାର ଉତ୍ପତ୍ତି ସ୍ଥଳକୁ ନେଇ ଓଡିଶା ଓ […]

  • Thursday, 10 June 2021
ବିଜୁ ଏକ୍ସପ୍ରେସ୍‌ ୱେରେ ଟୋଲ୍ ଆଦାୟକୁ ବିରୋଧ : ୧୦ ନମ୍ବର ରାଜ୍ୟ ରାଜପଥର କେବଳ ଉନ୍ନତିକରଣ ହୋଇଥିବାରୁ ପୁଣି କାହିଁକି ଟୋଲ୍ ବୋଲି ଲୋକଙ୍କ ପ୍ରଶ୍ନ
ବିଜୁ ଏକ୍ସପ୍ରେସ୍‌ ୱେରେ ଟୋଲ୍ ଆଦାୟକୁ ବିରୋଧ : ୧୦ ନମ୍ବର ରାଜ୍ୟ ରାଜପଥର କେବଳ ଉନ୍ନତିକରଣ ହୋଇଥିବାରୁ ପୁଣି କାହିଁକି ଟୋଲ୍ ବୋଲି ଲୋକଙ୍କ ପ୍ରଶ୍ନ

ସୁନ୍ଦରଗଡ଼ : ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ମସନକାନୀରେ ଟୋଲ୍ ଆଦାୟକୁ ସୁନ୍ଦରଗଡ଼ ନାରଗିକ କମିଟିର ବିରୋଧ। ପ୍ରତିବାଦ ଜଣାଇବା ଲାଗି ନାଗରିକ କମିଟି ଆସନ୍ତାକାଲି ସୁନ୍ଦରଗଡ଼ ବନ୍ଦ ଡାକରା ଦେଇଛି। କମିଟିର ଯୁକ୍ତି ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ପାଇଁ ଟୋଲ ଆଦାୟ ହେଉଥିଲ।। ଜିଲ୍ଲାବାସୀ ଦୀର୍ଘ ୧୭ ବର୍ଷ ଟୋଲ୍‌ ଦେଇଛନ୍ତି। ଏବେ ଏହି ରାସ୍ତାର କେବଳ ଉନ୍ନତିକରଣ କରାଯାଇ ଏହାକୁ ବିଜୁ ଏକ୍ସପ୍ରେସ ୱେ ନାଁରେ ନାମିତ କରାଯାଇଛି। ତେଣୁ ପୁଣି […]

  • Thursday, 10 June 2021
ଦୁର୍ନୀତି ବିରୋଧରେ ସ୍ୱର ଉଠେଇବା ପଡିଲା ମହଙ୍ଗା : ସୂଚନାଧିକାର କର୍ମୀଙ୍କୁ ଗାଁରେ ନିଆଁ ପାଣି ବାସନ୍ଦ
ଦୁର୍ନୀତି ବିରୋଧରେ ସ୍ୱର ଉଠେଇବା ପଡିଲା ମହଙ୍ଗା : ସୂଚନାଧିକାର କର୍ମୀଙ୍କୁ ଗାଁରେ ନିଆଁ ପାଣି ବାସନ୍ଦ

ପୁରୀ : ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ଜଣେ ସୂଚନାଧିକାର କର୍ମୀଙ୍କୁ ଗାଁରେ ନିଆଁ ପାଣି ବାସନ୍ଦ ଅଭିଯୋଗ। ଏଭଳି ଘଟଣା ଘଟିଛି ପୁରୀ ଜିଲା ଚନ୍ଦନପୁର ଅଂଚଳରେ। ସୂଚନାଧିକାର କର୍ମୀ ବାବି ଜେନା ହନ୍ତୁକ ସେବା ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ହେଉଥିବାରୁ ସୂଚନା ଆଇନ ମୁତାବକ ତଥ୍ୟ ମାଗିଥିଲେ। ତେବେ କାର୍ଯ୍ୟାଳୟରେ ତାଙ୍କୁ ତଥ୍ୟ ବଦଳରେ ମିଳିଥିଲା ମାଡ଼। ଏନେଇ ଚନ୍ଦନପୁର ଥାନାରେ ଅଭିଯୋଗ ପରେ ମାଡ ମାରିଥିବା ଯୁବକ ଅଭିମନ୍ୟୁ ସ୍ୱାଇଁଙ୍କୁ […]

  • Thursday, 10 June 2021
ବିଳମ୍ବରେ ପହଞ୍ଚିଲା ପ୍ରଶ୍ନପତ୍ର : ପରୀକ୍ଷା ଦେଇପାରିଲେନି ଶତାଧିକ ଛାତ୍ରଛାତ୍ରୀ
ବିଳମ୍ବରେ ପହଞ୍ଚିଲା ପ୍ରଶ୍ନପତ୍ର : ପରୀକ୍ଷା ଦେଇପାରିଲେନି ଶତାଧିକ ଛାତ୍ରଛାତ୍ରୀ

ନବରଙ୍ଗପୁର : ବିଳମ୍ବରେ ପ୍ରଶ୍ନପତ୍ର ପହଞ୍ଚିବାରୁ ପରୀକ୍ଷା ଦେଇପାରିଲେନି ଶତାଧିକ ଛାତ୍ରଛାତ୍ରୀ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ଥିବା ସ୍କୁଲ ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।  ଆଜି ସକାଳ ୭ଟାରୁ ୮ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବା ପାଇଁ ସମୟ ନିର୍ଘଣ୍ଟ ହୋଇଥିଲା। ଏଥିପାଇଁ ପରୀକ୍ଷାର୍ଥୀ ସକାଳ ୬ଟାରୁ ଆସି ସ୍କୁଲରେ ଅପେକ୍ଷା କରିଥିଲେ। କିନ୍ତୁ ପ୍ରଶ୍ନପତ୍ର ଆସିବାରେ ପ୍ରାୟ ୩ ଘଣ୍ଟା ବିଳମ୍ବ ହୋଇଥିଲା। ଫଳରେ ଅପେକ୍ଷା କରି କରି ଘରକୁ […]

  • Thursday, 10 June 2021
ବନାବିରା ଆକ୍ରମଣ ଘଟଣା : ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ବିଜେପିର ପ୍ରତିବାଦ
ବନାବିରା ଆକ୍ରମଣ ଘଟଣା : ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ବିଜେପିର ପ୍ରତିବାଦ

ସମ୍ବଲପୁର: ବନାବିରା ଆକ୍ରମଣ ଘଟଣାରେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ବିଜେପିର ପ୍ରତିବାଦ। ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ ସହ ଉତ୍ତରାଞ୍ଚଳ ପୋଲିସ ଆଇଜିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ବିଜେପି ନେତା ଓ କର୍ମୀ। ରାଜନୈତିକ ଉଦ୍ଦେଶ୍ୟ ରଖି ଜୟନାରାୟଣଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିବା ସହ ଆକ୍ରମଣ ଘଟଣାର ସିବିଆଇ ତଦନ୍ତ ପାଇଁ ଦଳ ଦାବି କରିଛି।  ଏହି ବିକ୍ଷୋଭରେ କୁଚିଣ୍ଡା ବିଧାୟକଙ୍କ ସମେତ ବହୁ ନେତା ଓ ଶହ ଶହ କର୍ମୀ ଯୋଗ […]

  • Thursday, 10 June 2021
ଖପ୍ରାଖୋଲ ବ୍ଲକ୍‌ରେ ଚିତାବାଘ ଆତଙ୍କ
ଖପ୍ରାଖୋଲ ବ୍ଲକ୍‌ରେ ଚିତାବାଘ ଆତଙ୍କ

ବଲାଙ୍ଗିରି : ଖପ୍ରାଖୋଲ ବ୍ଲକ୍‌ର ବାଘଝରଣ ଗାଁରେ ଚିତାବାଘ ଆତଙ୍କ। କିଛିଦିନ ତଳେ ଗୁହାଳକୁ ପଶି ଗାଈ, ବାଛୁରୀ, ଛେଳି, ମେଣ୍ଢାକୁ ନେଇ ଯାଇଥିବା ବେଳେ ଆଜି ମଧ୍ୟ ଚିତାବାଘ ଆତଙ୍କ ଦେଖିବାକୁ ମିଳିଛି। ଚିତାବାଘକୁ ଘଉଡାଇବା ପାଇଁ ଲୋକମାନେ ବନ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ବନବିଭାଗ ପକ୍ଷରୁ ଚିତାବାଘକୁ ଘଉଡାଇ ଦିଆଯାଇଥିଲା। ଲୋକମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବାରୁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି ବୋଲି ଖପ୍ରାଖୋଲ ଜଙ୍ଗଲ ଅଧିକାରୀ କହିଛନ୍ତି। ଦେଖନ୍ତୁ […]

  • Thursday, 10 June 2021
ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ନେଇ ବିଜ୍ଞପ୍ତି ପ୍ରକାଶ
ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ନେଇ ବିଜ୍ଞପ୍ତି ପ୍ରକାଶ

ପୁରୀ  : ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇନ ବିଭାଗ ପକ୍ଷରୁ ୧୦ ଜଣିଆ ସଦସ୍ୟ ତାଲିକା ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ସିଦ୍ଧେଶ୍ୱର ମହାପାତ୍ର, ମାଧବ ପୂଜାପଣ୍ଡା, ନୀଳକଣ୍ଠ ମହାପାତ୍ର, ମାଧବଚନ୍ଦ୍ର ମହାପାତ୍ର, ଅନନ୍ତ ତିଆଡ଼ି, ରାମଚନ୍ଦ୍ର ଦାସ ମହାପାତ୍ର, ସଚ୍ଚିଦାନନ୍ଦ ଦାସ ମହାରାଜ, ବିଜୟ ସାହୁ, ରଘୁନାଥ ମହାପାତ୍ର ଏବଂ ମହିମୋହନ ତ୍ରିପାଠୀ ସଦସ୍ୟ ଅଛନ୍ତି। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ପରିଚାଳନା […]

  • Thursday, 10 June 2021
ମାଟି ଅତଡା ଖସି ୨ଶ୍ରମିକଙ୍କ ମୃତ୍ୟୁ ଓ ଜଣେ ଗୁରୁତର
ମାଟି ଅତଡା ଖସି ୨ଶ୍ରମିକଙ୍କ ମୃତ୍ୟୁ ଓ ଜଣେ ଗୁରୁତର

କୋରାପୁଟ : କୋରାପୁଟ ବୋରିଗୁମ୍ମା ବ୍ଲକ ଖିଆଲଗୁଡ଼ାରେ ମାଟି ଅତଡା ଖସି ଶ୍ରମିକଙ୍କ ମୃତ୍ୟୁ। ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତରଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ପ୍ରଶାସନ ପକ୍ଷରୁ ଦୁଇ ପରିବାରକୁ ରେଡକ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ ନେଇ ସୂଚନା ଦେଇଛନ୍ତି ତହସିଲଦାର। ଘଟଣାସ୍ଥଳରେ ବୋରିଗୁମ୍ମା ପୋଲିସ୍ ପହଞ୍ଚି ତଦନ୍ତ କରୁଥିବାବେଳେ ଆଦିବାସୀ ସଂଘ ପକ୍ଷରୁ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ନେଇ ଦାବି […]

  • Thursday, 10 June 2021
ଓଡ଼ିଶା ପୋଲିସକୁ ୩ ସୂତ୍ରୀ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ପୋଲିସକୁ ୩ ସୂତ୍ରୀ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ଚାଲିଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ତିନିଦିନିଆ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ପୋଲିସକୁ ୩ ସୂତ୍ରୀ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀରେ ଯୋଗ ଦେଇ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପୋଲିସ ବ୍ୟବସ୍ଥା ସୁଦୃଢ଼ କରିବା ନେଇ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ଏହାସହ ରାଜ୍ୟରେ ଅପରାଧ ହାର ନିୟନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି। ଆଇନ ଶୃଙ୍ଖଳା ସ୍ଥିତି […]

  • Thursday, 10 June 2021
କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଥମ ସୁପରକପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଆଜିଠାରୁ ଆରମ୍ଭ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍
କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଥମ ସୁପରକପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଆଜିଠାରୁ ଆରମ୍ଭ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଥମ ସୁପରକପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍। ଆଜି ଏବଂ କାଲି ଦୁଇଦିନ ଧରି ଯୋଗ୍ୟତା ପର୍ଯ୍ୟାୟର ୪ଟି ମ୍ୟାଚ ଖେଳାଯିବ। ଏଥିରେ ୮ଟି ଟିମ୍ ଭାଗନେଉଛନ୍ତି। ମୁଖ୍ୟ ପର୍ଯ୍ୟାୟ ମ୍ୟାଚ୍‌ ଆସନ୍ତା ୩୧ତାରିଖରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ମୁଖ୍ୟ ରାଉଣ୍ଡ ୩୧ମାର୍ଚ୍ଚରେ ଆରମ୍ଭ ହେବ। ଏହି ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇଂ ଏଫ୍‌ସି ଓ ଆଇଜୱାଲ୍‌ ଏଫ୍‌ସି ପରସ୍ପରର ସାମ୍ନାସାମ୍ନି ହେବେ। ଟୁର୍ଣ୍ଣାମେଣ୍ଟର ଅନ୍ତିମ […]

  • Thursday, 10 June 2021
ଶ୍ରୀମନ୍ଦିରର ଆର୍ଥିଂ ସିଷ୍ଟମ୍ ବ୍ୟବସ୍ଥାର ଯାଞ୍ଚ କଲେ ASI ଟିମ୍‌
ଶ୍ରୀମନ୍ଦିରର ଆର୍ଥିଂ ସିଷ୍ଟମ୍ ବ୍ୟବସ୍ଥାର ଯାଞ୍ଚ କଲେ ASI ଟିମ୍‌

ପୁରୀ : ଶ୍ରୀମନ୍ଦିରର ଆର୍ଥିଂ ସିଷ୍ଟମ୍ ବା ବଜ୍ରପାତ ନିରୋଧକ ବ୍ୟବସ୍ଥାର ଚୂଡ଼ାନ୍ତ ଯାଞ୍ଚ କରିଛନ୍ତି GED ଅଧୀକ୍ଷଣ ଯନ୍ତ୍ରୀ, ASI ଯନ୍ତ୍ରୀ ଏବଂ ଶ୍ରୀମନ୍ଦିର ପ୍ରଶାସନ ନିର୍ବାହୀ ଯନ୍ତ୍ରୀ। ଶ୍ରୀମନ୍ଦିର ଚୂଡ଼ା ଚଢ଼ି ସେମାନେ ଆର୍ଥିଂ ସିଷ୍ଟମ୍ ଯାଞ୍ଚ କରି ଏହା ଦୁର୍ବଳ ହୋଇପଡ଼ିଥିବା କହିଛନ୍ତି। ଅଁଳା ବେଢ଼ାରେ ଲାଗିଥିବା ୧୨ଟି ଆର୍ଥିଂ କଣ୍ଡକ୍ଟର ସ୍ପାଇକ୍‌ରୁ ୮ଟି ସ୍ପାଇକ୍ ଭାଙ୍ଗି ଯାଇଛି। ମନ୍ଦିର ଚୂଡ଼ାରୁ ଚଟାଣ ପର୍ଯ୍ୟନ୍ତ ଆର୍ଥିଂ ସିଷ୍ଟମ୍‌ ସେମାନେ ଟିକିନିଖି ଯାଞ୍ଚ କରିଛନ୍ତି। […]

  • Thursday, 10 June 2021
ରାଜ୍ୟବ୍ୟାପୀ ଘରୋଇ ବସ୍ ସେବା ବନ୍ଦ୍ : ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ
ରାଜ୍ୟବ୍ୟାପୀ ଘରୋଇ ବସ୍ ସେବା ବନ୍ଦ୍ : ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର : ଧର୍ମଘଟକୁ ଓହ୍ଲାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ସରକାରଙ୍କ ସହ ଆଲୋଚନା ସତ୍ତ୍ୱେ ମାଲିକ ସଂଘର ସମ୍ପୂର୍ଣ୍ଣ ଦାବି ପୂରଣ ନହେବାରୁ ଆନ୍ଦୋଳନ କରିବା ନିଷ୍ପତ୍ତିରେ ଅଟଳ ରହିଛି ଘରୋଇ ବସ୍ ମାଲିକ ସଂଘ। ଫଳରେ ସାରା ରାଜ୍ୟରେ ପ୍ରାୟ୧୭ ହଜାର ଘରୋଇ ବସ ଚଳାଚଳ ସେବା ସକାଳ ୬ଟାରୁ ଠପ୍ ହୋଇଯାଇଛି। ସିଟି ବସ୍ ଚଳାଚଳ ରୁଟ୍ ପରିବର୍ତ୍ତନ, ପ୍ରଚଳିତ ମୋଟର ଭେଇକିଲ ଟିକସ ବୃଦ୍ଧି ପ୍ରତ୍ୟାହାର, ଘରୋଇ ବସଠାରୁ ଟୋଲ୍‌ […]

  • Thursday, 10 June 2021
ବିଶ୍ୱ ସ୍ତରରେ ଭୁବନେଶ୍ୱରକୁ ଆଉ ଏକ ସଫଳତା : ବିଶ୍ୱ ସ୍ମାର୍ଟ ସିଟି ତାଲିକାର ଟପ୍ ଟ୍ୱେଣ୍ଟିରେ ଭୁବନେଶ୍ୱର
ବିଶ୍ୱ ସ୍ତରରେ ଭୁବନେଶ୍ୱରକୁ ଆଉ ଏକ ସଫଳତା : ବିଶ୍ୱ ସ୍ମାର୍ଟ ସିଟି ତାଲିକାର ଟପ୍ ଟ୍ୱେଣ୍ଟିରେ ଭୁବନେଶ୍ୱର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରକୁ ମିଳିଛି ଆଉ ଏକ ସଫଳତା। ସାରା ଦେଶରେ ସ୍ମାର୍ଟ ସିଟିରେ ଏକ ନମ୍ବରରେ ରହିବା ପରେ ଏବେ ବିଶ୍ୱ  ସ୍ତରୀୟ ରାଙ୍କିଙ୍ଗରେ ସ୍ଥାନ ପାଇଛି ଭୁବନେଶ୍ୱର। ବିଶ୍ୱର ୨୦ଟି ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇଛି। ଏହି ତାଲିକାର ୧ନମ୍ବର ସ୍ଥାନରେ ରହିଛି ସିଙ୍ଗାପୁର। ସହରର ଗମନାଗମନ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ନିରାପତ୍ତା, ଉତ୍ପାଦକତା ଭଳି ମାପକାଠିକୁ ନେଇ ଇଂଲଣ୍ଡର ଜୁନିପର ରିସର୍ଚ୍ଚ ପକ୍ଷରୁ ହୋଇଥିବା ସର୍ଭେରେ ଭାରତର ଏକମାତ୍ର ସହର […]

  • Thursday, 10 June 2021
ବିଳମ୍ବରେ ଘରକୁ ଫେରିବାରୁ ଝିଅକୁ ସାବତ ମାଆର ଚେଙ୍କ

ବ୍ରହ୍ମପୁର : ବିଳମ୍ବରେ ଘରକୁ ଫେରିବାରୁ ଝିଅକୁ ସାବତ ମାଆର ଚେଙ୍କ। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ଆଙ୍କୁଲି କୁମ୍ଭାରପଲ୍ଲୀ ଅଞ୍ଚଳରୁ। ଏପରିକି ଝିଅକୁ ଚେଙ୍କ ଦେଇ ସାବତ ମାଆ ପଡ଼ୋଶୀଙ୍କ ଘରେ ବନ୍ଦ କରି ରଖିଥିବା ଅଭିଯୋଗ ମଧ୍ୟ ହୋଇଛି। ଖବର ପାଇ ନାବାଳିକାଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ। ଘଟଣାରେ ସାବତ ମାଆ ସହ ପଡ଼ୋଶୀର ୫ ଜଣ ମହିଳାଙ୍କୁ ଥାନାରେ ଅଟକ ରଖିଛି ପୋଲିସ। ସେପଟେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି […]

  • Thursday, 10 June 2021
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ

କଟକ : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ। ଆଠଗଡସ୍ଥିତ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତ ବାଉଁଶ ଟାଙ୍ଗର ଗାଁରେ ଘଟିଛି ଏଭଳି ଅଘଟଣ। ମୃତକ ହେଲେ ନିରଞ୍ଜନ ଭୂଜବଳ ଏବଂ ତାଙ୍କ ପତ୍ନୀ ନର୍ମଦା। ଆଜି ଘର ପଛ ପାଖ ଫସଲରେ ପାଣି ମଡାଉଥିବା ବେଳେ ବିଦ୍ୟୁତ୍ ତାର ସ୍ପର୍ଶରେ ପ୍ରଥମେ ଆସିଥିଲେ ନିରଞ୍ଜନ। ନିରଞ୍ଜନଙ୍କୁ ବଞ୍ଚାଇବା ଲାଗି ତାଙ୍କ ପତ୍ନୀ ନର୍ମଦା ଉଦ୍ୟମ କରୁଥିବା ବେଳେ ସେ ମଧ୍ୟ ବିଦ୍ୟୁତ୍ ତାର […]

  • Thursday, 10 June 2021
ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷିତ

ନୂଆ ଦିଲ୍ଲୀ/ଭୁବନେଶ୍ୱର : ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ୧୮ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି। ଦଳରେ ଏକମାତ୍ର ଓଡ଼ିଆ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି। ବୀରେନ୍ଦ୍ର ଲାକ୍ରା ଓ ଦୀପସାନ ତିର୍କିଙ୍କୁ ସ୍ଥାନ ମିଳିନାହିଁ। ସୁଲତାନ ଆଜଲାନ ଶାହ ହକିରେ ଦଳର ନେତୃତ୍ୱ ନେଇଥିବା ସର୍ଦ୍ଦାର ସିଂହ ଓ ଷ୍ଟ୍ରାଇକର ରମଣଦୀପଙ୍କୁ ଦଳରୁ ବାଦ୍ ଦିଆଯାଇଛି। ମିଡ୍ ଫିଲଡର ମନପ୍ରୀତ ସିଂହ ଅଧିନାୟକ ଦାୟିତ୍ୱ ତୁଲାଇବେ। ତାଙ୍କ ଡେପୁଟି ରହିବେ କେ. ଚିଙ୍ଗଲେନସେନା […]

  • Thursday, 10 June 2021
କୁନ୍ଦୁଲି ମାମଲା : ପୀଡିତାଙ୍କ ପୋଷାକରେ ସିମେନ୍‌ ଦାଗ ନଥିବା ସ୍ପଷ୍ଟ କଲା କେନ୍ଦ୍ରୀୟ ଫୋରେନସିକ୍ ଲ୍ୟାବ୍‌

କଟକ : କୁନ୍ଦୁଲି ପୀଡ଼ିତାଙ୍କ ପୋଷାକରେ ସିମେନ୍‌ର କୌଣସି ଦାଗ ନାହିଁ। ଏ ନେଇ ରାଜ୍ୟ ଫୋରେନ୍ସିକ୍ ଲାବୋରେଟୋରୀ କୋର୍ଟରେ ଯେଉଁ ଚୂଡାନ୍ତ ରିପୋର୍ଟ ଦେଇଥିଲା, ସେଥିରେ କାଏମ ରହିଛି। କେନ୍ଦ୍ରୀୟ ଫୋରେନସିକ୍ ଲାବୋରେଟୋରୀ ବା CFSL କୋଲକାତାସ୍ଥିତ CFSL ନିର୍ଦ୍ଦେଶକ, କୋର୍ଟରେ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବା ପରେ ଏହି ରିପୋର୍ଟ ଆଜି କ୍ରାଇମବ୍ରାଞ୍ଚ୍ର ହସ୍ତଗତ ହୋଇଛି। ଏ ସମ୍ପର୍କରେ ଆଜି କ୍ରାଇମବ୍ରାଞ୍ଚ୍ ଏସ୍‌ପି ଆର. ବି. ପାଣିଗ୍ରାହୀ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି […]

  • Thursday, 10 June 2021