ସମ୍ବଲପୁର : ସମ୍ବଲପୁର ଠେଲକୋପଡ଼ା ଡବଲ ମର୍ଡର ଘଟଣା। ଆଉ ୫ ଜଣ ଗିରଫ। ଏହା ସହିତ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଆଗରୁ ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ମୁଖୀ ଓ ତାର ଜଣେ ସହଯୋଗୀକୁ ଗିରଫ କରିଥିଲା ପୋଲିସ। ଗତକାଲି ଠେଲକୋପଡ଼ାର ସୁଜିତ ନାଗଙ୍କୁ ପାଣ୍ଡବ ମୁଖୀଙ୍କ ପରିବାର ଆକ୍ରମଣ କରିଥିଲେ। ଏଥିରେ ସୁଜିତଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସୁଜିତଙ୍କ ସମ୍ପର୍କୀୟମାନେ ଉତ୍ୟକ୍ତ ହୋଇ ପାଣ୍ଡବ ମୁଖୀଙ୍କ ଘର ଉପରେ ଆକ୍ରମଣ କରିଥିଲେ। […]
ଭୁବନେଶ୍ୱର : ଶେଷ ହେଲା ଧାନ ଅମଳ। ସଂଗ୍ରହ ବି ଶେଷ ପର୍ଯ୍ୟାୟରେ। ଚାଷୀ କିନ୍ତୁ ହତାଶ। ଏଥର ବମ୍ପର କ୍ରପ୍ ହେବ ବୋଲି ଆଶା କରାଯାଉଥିଲା,ହେଲେ ସେପରି ହୋଇନାହିଁ। କାରଣ ଚାଷ ଆରମ୍ଭରୁ ବର୍ଷା ଠିକ୍ ନହେବା ଦ୍ୱାରା ମରୁଡି ସ୍ଥିତି ଉପୁଜିଥିଲା। ତାପରେ ଚକଡା ପୋକ ଆଉ ଅଦାନିଆ ବର୍ଷା ଦାଉ ସାଧିଲା। ଏସବୁ ପ୍ରାକୃତିକ ବିପର୍ଯ୍ୟୟର ଜବରଦସ୍ତ ଇଫେକ୍ଟ ପଡିଛି ଅମଳ ଉପରେ। ରାଜ୍ୟର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଗତବର୍ଷ ତୁଳନାରେ ୧୧ପ୍ରତିଶତ […]
ଢେଙ୍କାନାଳ : ଆଜି ଢେଙ୍କାନାଳ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ସହ ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନ। ସକାଳ ୮ଟାରୁ ଭୋଟ୍ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏଥର ହିନ୍ଦୋଳ ଏନଏସିର ମୋଟ ୧୬ଟି ୱାର୍ଡରେ ୯ ହଜାର ୬୪୭ ଭୋଟର୍ ମତ ସାବ୍ୟସ୍ତ କରିବେ। ମତଦାନ ପାଇଁ ୧୬ଟି ବୁଥ୍ କରାଯାଇଛି। ସମସ୍ତ ବୁଥକୁ ଉତ୍ତେଜନା ପ୍ରବଣ ହିସାବରେ ନିଆଯାଇଛି। ୧୬ଟି ୱାର୍ଡ ପାଇଁ ୪ଜଣ […]
ପୁରୀ : ଆସନ୍ତା ୪ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ପୂର୍ବ ମନୋନୀତ ହୋଇଥିବା ସଦସ୍ୟମାନେ ରତ୍ନଭଣ୍ଡାର ଭିତରକୁ ଯାଇ ଯାଞ୍ଚ କରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ସେମାନେ ରତ୍ନ ଭଣ୍ଡାରର ଛାତ ସହ କାନ୍ଥର ଯାଞ୍ଚ କରିବେ। ଯାଞ୍ଚ ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଯାଞ୍ଚ ପରେ ତୁରନ୍ତ ମୁଖ୍ୟ ପ୍ରଶାସକଙ୍କୁ ଯାଞ୍ଚକାରୀ ରିପୋର୍ଟ […]
ଭୁବନେଶ୍ୱର : ସରିଲା ମାଟ୍ରିକ୍ ଖାତା ଦେଖା। ପୁନଃ ଯାଞ୍ଚ ପରେ ଖୁବ୍ ଶୀଘ୍ର ଫଳାଫଳ ପ୍ରକାଶ ପାଇବାକୁ ନେଇ ବୋର୍ଡ ସଭାପତିଙ୍କ ସୂଚନା। ଗତ ମାର୍ଚ୍ଚ ୨୦ ତାରିଖରେ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ତ୍ରୁଟିଶୂନ୍ୟ ମୂଲ୍ୟାୟନ ହୋଇଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ୬ଲକ୍ଷ ୮ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।
ବରଗଡ଼: ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ ରାଜ୍ୟ ବିଜେପି ପକ୍ଷରୁ ବରଗଡ଼ ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଛି। ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡଙ୍ଗୀଙ୍କ ନେତୃତ୍ୱରେ ବିଜେପି ନେତା ଓ କର୍ମୀମାନେ ଏହି ଗଣଧାରଣା ଦେଇଛନ୍ତି। ଏଥିସହିତ ଘଟଣାରେ ଶାସକ ଦଳ ଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହାତ ଥିବା ଅଭିଯୋଗ କରିଛି ବିଜେପି। ଘଟଣାର ନ୍ୟାୟିକ ତଦନ୍ତ ସହ ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରିବା ପାଇଁ ଦାବି କରିଛି ଦଳ। […]
ସୋହେଲା : ବରଗଡ଼ ଜିଲ୍ଲା ସୋହେଲା କୋର୍ଟ ନିକଟରେ ଦୁଇ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ। ରାଜ୍ୟ ବିଜେପି ସାଧାରଣ ସଂପାଦକ ରଞ୍ଜନ ପଟେଲ ଓ ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ଇରାଶିଷ ଆଚାର୍ଯ୍ୟଙ୍କ ଉପରେ ଆକ୍ରମଣ ହୋଇଛି। ଉଭୟେ ସୋହେଲା କୋର୍ଟ ସମ୍ମୁଖରେ ନିଜ ଗାଡ଼ି ରଖି ଚା ପିଉଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ ଆସି ଏମାନଙ୍କ ଉପରେ ଠେଙ୍ଗା ଓ ରଡ୍ ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଉଭୟ ରଞ୍ଜନ ଓ […]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା। ପ୍ରସଙ୍ଗରେ ଭାରତୀୟ ନିର୍ବାଚନ କମିଶନଙ୍କୁ ଚରମପତ୍ର ଦେଲେ ଅଭିଯୋଗକାରୀ। ହିଞ୍ଜିଳି ବିଧାନସଭା ଆସନର ପରାଜିତ ପ୍ରାର୍ଥୀ ଆବେଦନକାରୀ ସୁବାସ ମହାପାତ୍ର ନିର୍ବାଚନ କମିସନଙ୍କୁ ଦେଇଥିବା ଚଠିରେ ୩ ଦିନ ମଧ୍ୟରେ ସୁପ୍ରିମକୋର୍ଟଙ୍କ ନିକଟରେ କ୍ଷମା ମାଗିବାକୁ ଲେଖିଛନ୍ତି। ଏଥିରେ ବ୍ୟତିକ୍ରମ ହେଲେ ଫୌଜଦାରୀ ମାମଲା କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ସୁବାସ। ସେ କହିଛନ୍ତି,ତ୍ୱରିତ ତଦନ୍ତ କରିବେ ବୋଲି ମୁଖ୍ୟ ନିର୍ବାଚନ କମିଶନ ଅକ୍ଟୋବର ୨୭ରେ […]
ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ଟି ବନ୍ଦର ପ୍ରତିଷ୍ଠା ପାଇଁ ଦିଆଯାଇଛି ପ୍ରସ୍ତାବ। ଆଜି ବିଧାନସଭାରେ ବାଣିଜ୍ୟ ମନ୍ତ୍ରୀ ନୃସିଂହ ସାହୁ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଆଉ ୧୨ଟି ଅଣବୃହତ୍ ବନ୍ଦର ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ଜାରି ହୋଇଛି। ସେଥିରୁ ବାଲେଶ୍ୱରରେ ୪ଟି, ଗଞ୍ଜାମ, ଭଦ୍ରକ ଓ ପୁରୀରେ ୨ଟି, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଗୋଟିଏ ଲେଖାଏଁ ବନ୍ଦର ପାଇଁ ପ୍ରସ୍ତାବ ଦିଆଯାଇଛି। ତେବେ ପ୍ରସ୍ତାବିତ ୧୨ଟି ମଧ୍ୟରୁ ଭଦ୍ରକର ଚୁଡ଼ାମଣିରେ ପ୍ରତିଷ୍ଠା […]
ପୁରୀ : ପୁରୀ ବେଳାଭୂମିରେ ଆରମ୍ଭ ହୋଇଛି ୫ମ ଆନ୍ତର୍ଜାତିକ ଟ୍ରାନ୍ସ ଫେଷ୍ଟିଭାଲ୍। ଏହି ଉତ୍ସବରେ ଗତ ଶୁକ୍ରବାର ଦିନ ବଲିଉଡର ବ୍ୟାଡ୍ ମ୍ୟାନ୍ ଶକ୍ତି କପୁର ଯୋଗ ଦେଇଥିଲେ। ତାଙ୍କର ନିଆରା ଶୈଳୀରେ ଡାଇଲଗ୍ ସେଠାରେ ଉପସ୍ଥିତ ଲୋକଙ୍କ ମନ ମୋହିଥିଲା। ଶକ୍ତି କପୁର ପୁରୀ ବେଳାଭୂମିର ପରିଷ୍କାର ପରିଚ୍ଛନ୍ନତା ଦିଗରେ ପ୍ରଶାସନ ଓ ଲୋକଙ୍କ ଉଦ୍ୟମକୁ ଖୁବ୍ ପ୍ରଶଂସା କରିଥିଲେ। ପ୍ରଥମ ସନ୍ଧ୍ୟାରେ ଋଷିଆର କଳାକାରଙ୍କ ଦ୍ୱାରା ରାଧାକୃଷ୍ଣଙ୍କ ଯୁଗଳ ନୃତ୍ୟ ଦର୍ଶକଙ୍କୁ ବିମୋହିତ […]
ଭୁବନେଶ୍ୱର : ଆସନ୍ତାକାଲିଠୁ ଭୁବନେଶ୍ୱରରେ ହେବ ଫୁଟବଲ ମହାସମର ସୁପର କପ ଫୁଟବଲର ପ୍ରି-କ୍ୱାର୍ଟର ମ୍ୟାଚ। ଲଢେଇ ହେବ ଦେଶର ୧୬ଟି ଟପ୍ ଫୁଟବଲ କ୍ଲବ ମଧ୍ୟରେ। ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ ଚେନ୍ନାଇୟାନ୍ ଏଫସି ଏବଂ ଆଇଜଲ ଏଫସି। ଇଣ୍ଡିଆନ୍ ସୁପର ଲିଗର ଟପ୍ ୮ଟି କ୍ଲବ ଏବଂ ଆଇ- ଲିଗର ଟପ୍ ୮ଟି କ୍ଲବକୁ ନେଇ ଖେଳାଯିବ ସୁପର କପ ଫୁଟବଲ। ନକ୍ ଆଉଟ ଭିତ୍ତିରେ ଖେଳାଯିବ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ। ସୁପର କପ୍ […]
ଭୁବନେଶ୍ୱର : ନୂଆ ମଦ ଦୋକାନ ଖୋଲିବା ନିୟମକୁ କଡ଼ାକଡି କଲେ ରାଜ୍ୟ ସରକାର। ଏଣିକି ରାଜ୍ୟରେ ସପିଂ କମ୍ପ୍ଲେକ୍ସ, ମଲ୍ ଓ ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ତେବେ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତରେ ସରକାର ଦୋକାନ ଖୋଲିବାକୁ ଲାଇସେନ୍ସ ଦେବେ। ସପିଂ ମଲ୍ରେ ଯଦି ତାରକା ହୋଟେଲ ଥିବ ତେବେ ସଂପୃକ୍ତ ହୋଟେଲକୁ ଲାଇଲେନ୍ସ ମିଳିପାରିବ। ସେହିପରି ଗ୍ରାମାଞ୍ଚଳର କୌଣସି ହୋଟେଲରେ ଯଦି ଅତି କମ୍ରେ ୬ ରୁମ୍ ବିଶିଷ୍ଟ […]
ଭୁବନେଶ୍ୱର : ନ୍ୟାୟପାଳିକା-ସରକାର ମଧୁଚନ୍ଦ୍ରିକା ଗଣତନ୍ତ୍ର ପାଇଁ ବିପଦ। ନ୍ୟାୟପାଳିକାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ। ସୁପ୍ରିମକୋର୍ଟର ନମ୍ବର ଟୁ ବିଚାରପତି କେ. ଚେଲମେଶ୍ୱର, ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଲେଖିଥିବା ଏ ସମ୍ପର୍କିତ ଚିଠିକୁ ନେଇ ଏବେ ସାରା ଦେଶରେ ଚାଲିଛି ଜୋରଦାର ଚର୍ଚ୍ଚା। ଆଲୋଚନା ଏମିତି କି ଏହା ଉପରେ ବିଚାର ଲାଗି ସୁପ୍ରିମକୋର୍ଟଙ୍କ ପୂର୍ଣ୍ଣ ବେଞ୍ଚ ଡକାଇବାକୁ ଚିଠିରେ ଅନୁରୋଧ କରିଛନ୍ତି ଚେମେଲେଶ୍ୱର। ସେହି ଚିଠିର ଗୋଟିଏ ଲେଖାଏଁ […]
ଭୁବନେଶ୍ୱର : ସଫ୍ଟୱେୟାର ସଂସ୍ଥାର ମହିଳା କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ। ଭୁବନେଶ୍ୱର ଶ୍ରୀବିହାରର ଏକ ଆପାର୍ଟମେଣ୍ଟରରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପୁରୀ ସାକ୍ଷୀଗୋପାଳ ଅଞ୍ଚଳର ଜିଜ୍ଞାସା ମିଶ୍ର। ହେଲେ ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ବିଡିଏ ଅଞ୍ଚଳରେ ନିଜ ବାପାଙ୍କ ଘରେ ରହୁଥିଲେ ଜିଜ୍ଞାସା। ତାଙ୍କର ବୈବାହିକ ଜୀବନ ମଧ୍ୟ ଠିକ୍ ନଥିବା ଜଣାପଡ଼ିଛି। ଅନେକ ସମୟରେ ତାଙ୍କୁ ବିଭିନ୍ନ ପାର୍ଟିରେ ଦେଖିବାକୁ ମିଳିଥାଏ। ପରିବାର […]
ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ନିର୍ବାଚନକୁ ନେଇ ରାଜନୈତିକ ହିଂସା। ପ୍ରଚାର ବେଳେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେପି। ଅଭିଯୋଗ ଅନୁସାରେ, ଗତକାଲି ୭ନମ୍ବର ଓ୍ୱାର୍ଡରେ ବିଜେପି କର୍ମୀମାନେ ପ୍ରଚାର କରୁଥିଲେ। ଏହି ସମୟରେ କିଛି ବିଜେଡି କର୍ମୀ ଅଶ୍ଲୀଳ ଭାଷାରେ ଗାଳିଗୁଳଜ କରିବା ପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଦୁଇ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ଏନେଇ ଉଭୟ ଦଳ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି। […]
ଭୁବନେଶ୍ୱର : ଝାରପଡ଼ା ଜେଲରୁ ବଲାଙ୍ଗିର ଜେଲକୁ ଗଲା ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଧଳସାମନ୍ତ। ସୁଶାନ୍ତକୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରାଯାଇଛି। କଟକ ସଦର ଥାନା ପୋଲିସର ଆବେଦନକୁ ଗ୍ରହଣ କରି ଗତକାଲି କଟକ JMFC କୋର୍ଟ ସ୍ଥାନାନ୍ତର ନେଇ ଅନୁମତି ପ୍ରଦାନ କରିଥିଲେ। କଟକ ସଦର ଥାନା ସୁଭଦ୍ରାପୁର ବିଜନ ପାଲ ଗୁଳିକାଣ୍ଡ ମାମଲାରେ ସୁଶାନ୍ତର ସଂପୃକ୍ତି ଥିବା ନେଇ ଜଣାପଡିବା ପରେ ସଦର ଥାନା ପୋଲିସ ସୁଶାନ୍ତକୁ ସ୍ଥାନାନ୍ତର ପାଇଁ […]
ରାୟଗଡ଼ା : ରାୟଗଡ଼ା ଚାନ୍ଦିଲିରୁ ଜାଲ ନୋଟ ଜବତ। ଏଠାରେ ଜାଲନୋଟ କାରବାର କରୁଥିବା ଅଭିଯୋଗରେ ବାପ ପୁଅ ସମେତ ୩ ଜଣଙ୍କୁ ଗିରଫ କରିଛି ଚାନ୍ଦିଲି ପୋଲିସ। ଗିରଫ ଅଭିଯୁକ୍ତ ହେଲେ କୋଲନରା ଗାଁର ରଞ୍ଜନ ଜେନା, ତାଙ୍କ ପିତା ଦଶମନ୍ତ ଜେନା ଏବଂ ପୁଟାସିଂ ଗାଁର ରାଜକୁମାର ପାଣି। ଗତକାଲି ରାତିରେ ଏମାନେ ଜିଞ୍ଜଲିବାଡ଼ି ଗାଁରେ ଚୈତ୍ର ଯାତ୍ରା ଚାଲିଥିବା ବେଳେ ବିଭିନ୍ନ ଦୋକାନରେ ଜାଲ ନୋଟ ବଦଳ କରୁଥିଲେ। ସନ୍ଦେହ କରି ଲୋକେ […]
ଭୁବନେଶ୍ୱର : ବିଦେଶୀ ସୁନା ଓ ମୁଦ୍ରା ଚୋରା କାରବାରର ଭୂସ୍ୱର୍ଗ ପାଲଟିବାକୁ ବସିଲାଣି କି ରାଜ୍ୟ ରାଜଧାନୀ ଭୁବନେଶ୍ୱର ? ଏହି ଚୋରା କାରବାର ପାଇଁ ଭୁବନେଶ୍ୱର ବିମାନ ବନ୍ଦରକୁ ଗଳାବାଟ ଭାବେ ବ୍ୟବହାର କରାଯାଉଛି କି ? କାରଣ ଥରେ କି ଦୁଇ ଥର ନୁହେଁ, ଗତ ପ୍ରାୟ ୬ ମାସ ହେଲାଣି କ୍ରମାଗତ ଭାବେ ଧରାପଡୁଛି ବିଦେଶୀ ସୁନା ଏବଂ ମୁଦ୍ରା। ଦୁବାଇରୁ ଆସିଥିବା ଯାତ୍ରୀଙ୍କଠୁ ଆଜି ଜବତ ହୋଇଛି ୧୧ଶହ ୪୩ […]
ରାଉରକେଲା : ରାଉରକେଲା ଜଲଦାରେ ବେଆଇନ ଖାଦାନରେ ବ୍ଲାଷ୍ଟିଂ ବେଳେ ଅଘଟଣ। ଏଥିରେ ୨ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ A ବ୍ଳକ ମୁଣ୍ଡା ବସ୍ତିରେ ଥିବା ବେଆଇନ ଖାଦାନରେ ବ୍ଳାଷ୍ଟିଂ କରାଯାଉଥିଲା। ଏହି ସମୟରେ ପଥର ଏବଂ ମାଟି ଅତଡା ଖସି ପଡିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ୨ଜଣ ଶ୍ରମିକ ପ୍ରାଣ ହରାଇଥିଲେ। ଗୁରୁତର ୨ ଜଣଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିରେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। […]
ଭୁବନେଶ୍ୱର : CBSE ବିରୋଧରେ ଆନ୍ଦୋଳନ ଓ ଅସନ୍ତୋଷ ତେଜିବାରେ ଲାଗିଛି। ଭୁବନେଶ୍ୱରରେ ସିବିଏସ୍ଇ ଅଫିସ୍ ଘେରାଉ ହୋଇଛି। ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପୁଣିଥରେ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ କରିବା ସହିତ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ଇସ୍ତଫା ଦାବି କରାଯାଇଛି। ଭୁବନେଶ୍ୱର ସ୍ଥିତ ସିବିଏସ୍ଇ ଆଞ୍ଚଳିକ କାର୍ଯ୍ୟାଳୟ ଆଗରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି। ଓଡ଼ିଶା ଅଭିଭାବକ ମହାସଂଘ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛି। କେବଳ ପ୍ରଶ୍ନପତ୍ର […]
ଭୁବନେଶ୍ୱର : ପୁରୀ ଓ ଶ୍ରୀମନ୍ଦିରର ଉନ୍ନତୀକରଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ, ଉତ୍ତର, ଦକ୍ଷିଣ ଓ ଏମାର ମଠର ଉନ୍ନତୀକରଣ, ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତି, ଶ୍ରୀମନ୍ଦିର ଭିତର ବେଢ଼ାରେ ସ୍କନ୍ଦ ପୁରାଣ ସଂପର୍କିତ ଚିତ୍ର, ବାହାର ବେଢ଼ାରେ ଜଗନ୍ନାଥଙ୍କୁ ନେଇ ଓଡ଼ିଶା ଇତିହାସ ଚିତ୍ର, ଜଗନ୍ନାଥ ବଲ୍ଲଭ ମଠର ଉନ୍ନତି, […]
ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନରେ ୩ଦିନର ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ। ବିରୋଧୀ ମାନେ ୩ଦିନ ହେଲା ଦାବି କରୁଥିବା ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ଗୃହରେ ବିବୃତି ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଲୋକାୟୁକ୍ତ ନେଇ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶର ତର୍ଜମା କରାଯାଉଛି ଏବଂ ଏଦିଗରେ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଆଜି ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରସଙ୍ଗକୁ […]
ଭୁବନେଶ୍ୱର: ପରିବେଶ ପ୍ରଦୂଷଣ ଅଭିଯୋଗରେ ଚଳିତ ବର୍ଷ ରାଜ୍ୟର ୨୭ଟି ହୋଟେଲ୍କୁ ବନ୍ଦ କରିବା ପାଇଁ ନୋଟିସ୍ ଜାରି ହୋଇଛି। ହୋଟେଲରୁ ବାହାରୁଥିବା ଅପରିଷ୍କାର ଜଳ ବିଶୋଧନ କରା ନ ଯାଇ ନିଷ୍କାସନ କରାଯାଉଛି। ଫଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି। ଏଥିପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏହି ହୋଟେଲ୍ଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ୨୭ଟି ହୋଟେଲ ମଧ୍ୟରୁ ଗୋଟିଏ ହୋଟେଲ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚାଲୁଥିବା ବେଳେ ୧୧ଟି […]
ଭୁବନେଶ୍ୱର : ଚଳିତ ୨୦୧୭-୧୮ବର୍ଷରେ ଫେବୃୟାରୀ ମାସ ସୁଦ୍ଧା ହାତୀ ଆକ୍ରମଣରେ ୮୨ ଜଣଙ୍କ ଜୀବନ ଯାଇଛି। ହାତୀ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି ୫୩ଜଣ। ଏଥିସହ ରାଜ୍ୟରେ ୧ହଜାର ୧୧୯ଟି ଘର ଭାଙ୍ଗିଛି, ୨୩ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି ଓ ପ୍ରାୟ ୫ହଜାର ୪୦୨ ଏକର ଫସଲ ନଷ୍ଟ ହୋଇଛି। ବିଧାନସଭା ବଜେଟ୍ ଅଧିବେଶନ ପ୍ରଶ୍ନକାଳରେ ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହି ଉତ୍ତର ରଖିଛନ୍ତି। ଏହି ଉତ୍ତର ଅନୁସାରେ, ହାତୀ ଆକ୍ରମଣରେ […]
ଭୁବନେଶ୍ୱର : CBSE ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଗଣିତ ପେପର ଓ ଦ୍ୱାଦଶ ଶ୍ରେଣୀ ଇକୋନମିକ୍ସ ପେପର ପୁନର୍ବାର ପରୀକ୍ଷା ହେବ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପରୀକ୍ଷା କେବେ ହେବ ବୋର୍ଡ ୱେବ୍ସାଇଟ୍ରେ ସପ୍ତାହକ ମଧ୍ୟରେ ଜଣାଇ ଦିଆଯିବ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରଣ ବିଭାଗ ସୂଚନା ଦେଇଛନ୍ତି। ପରୀକ୍ଷା ପରିଚାଳନା ବେଳେ କେତେକ ଅନିୟମିତତା ହୋଇଥିବା ବୋର୍ଡ ନଜରକୁ ଆସିଥିଲା। ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଆଉ ଥରେ […]