• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ବୈଧ ମାପ ବିଭାଗର ଆସିଷ୍ଟାଣ୍ଟ କଣ୍ଟ୍ରୋଲରଙ୍କ ସମ୍ପତ୍ତି ଠାବ
ବୈଧ ମାପ ବିଭାଗର ଆସିଷ୍ଟାଣ୍ଟ କଣ୍ଟ୍ରୋଲରଙ୍କ ସମ୍ପତ୍ତି ଠାବ

ରାଉରକେଲା : ରାଉରକେଲା ବୈଧ ମାପ ବିଭାଗର ଆସିଷ୍ଟାଣ୍ଟ କଣ୍ଟ୍ରୋଲର୍ ବିଦ୍ୟାଧର ବିଶ୍ୱାଳଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲିଠୁ ଜାରି ରହିଥିବା ଭିଜିଲାନ୍ସ ରେଡ୍‌ରୁ ଏହି ତଥ୍ୟ ଆଜି ସାମ୍ନାକୁ ଆସିଛି। ଗତକାଲି ରାଉରକେଲା ସ୍ଥିତ ତାଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ସମେତ ଭୁବନେଶ୍ୱର ବାସଭବନରେ ଚଢ଼ଉ କରିଥିଲେ ଭିଜିଲାନ୍ସ ଅଧିକାରୀ। ଆଉ ୧ କୋଟି ୨୩ ଲକ୍ଷ ୪୨ ହଜାର ଟଙ୍କାର ସମ୍ପତ୍ତି ଠାବ […]

  • Friday, 11 June 2021
ମନ୍ତ୍ରୀଙ୍କୁ ଭେଟିଲେ ନିଖୋଜ ବଣ୍ଡା ଛାତ୍ରଙ୍କ ମା ଓ ଭାଇ
ମନ୍ତ୍ରୀଙ୍କୁ ଭେଟିଲେ ନିଖୋଜ ବଣ୍ଡା ଛାତ୍ରଙ୍କ ମା ଓ ଭାଇ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କିସ୍ ଶିକ୍ଷାନୁଷ୍ଠାନରୁ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା ନିଖୋଜ ହେବା ଘଟଣାରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ପରିବାର ଲୋକେ। ରାମଚନ୍ଦ୍ରଙ୍କ ମା ଏବଂ ଭାଇ ଆଜି ଭୁବନେଶ୍ୱରରେ ମନ୍ତ୍ରୀ ରମେଶ ମାଝୀଙ୍କୁ ଭେଟିଛନ୍ତି। ପରେ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି ଘଟଣା ସମ୍ପର୍କରେ କିସ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ। ଏନେଇ ଥାନାରେ ମାମଲା ହୋଇଥିବାରୁ ଘଟଣାର ତଦନ୍ତ ହେବ। ପିଲା କେଉଁ ପରିସ୍ଥିତିରେ ଯାଇଛି […]

  • Friday, 11 June 2021
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନୟାଗଡ଼ : ନୟାଗଡ଼ରେ ପୁଣି ଲଜ୍ଜା। ରଣପୁର ଥାନା ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଗାଁ ନିକଟ କାଜୁ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବାବେଳେ ତାରିଆ ଗାଁର ଅଭିଯୁକ୍ତ କାଠିଆ ନାୟକ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଗତକାଲି ପୀଡିତାଙ୍କ ପରିବାର ପକ୍ଷରୁ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ ହୋଇଛି। ଆଜି ନୟାଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ପୀଡିତାଙ୍କ ଡାକ୍ତରୀମାଇନା କରାଯାଇଛି। ତେବେ ରଣପୁର ପୋଲିସ୍ ଘଟଣାରେ ଦୁଷ୍କର୍ମ ମାମଲା ରୁଜୁ କରିଥିବାବେଳେ […]

  • Friday, 11 June 2021
ଜିତୁ ଜାକାସିକାଙ୍କୁ ସମାଲୋଚନା
ଜିତୁ ଜାକାସିକାଙ୍କୁ ସମାଲୋଚନା

ରାୟଗଡା : ଥେରୁବାଲି ଇମ୍ଫା ଆଗରେ ଆନ୍ଦୋଳନ ଓ ଅଶାନ୍ତି ପ୍ରସଙ୍ଗରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ଜିତୁ ଜାକାସିକାଙ୍କୁ ସମାଲୋଚନା। ନିୟମଗିରି ସୁରକ୍ଷା ମଞ୍ଚ ସଭାପତି ସିକକା ଲୋଦ କହିଛନ୍ତି, ଆଦିବାସୀଙ୍କୁ ନ୍ୟାୟ ନାଁରେ ରାଜନୀତି କରୁଛନ୍ତି ଜିତୁ। ସେ ନିୟମଗିରି ଆଦିବାସୀଙ୍କ ପାଇଁ ନୁହେଁ, ବରଂ ନିଜ ସ୍ୱାର୍ଥ ପାଇଁ ଆନ୍ଦୋଳନ କରୁଛନ୍ତି। ଜିତୁ ପ୍ରକୃତ ଡଙ୍ଗରିଆ କନ୍ଧ ନୁହଁନ୍ତି ବୋଲି କହିଛନ୍ତି ସିକକା ଲୋଦ।

  • Friday, 11 June 2021
ଅଚ୍ୟୁତ ସାମନ୍ତଙ୍କୁ ସତ୍ୟପାଠ ଅଡ଼ୁଆ
ଅଚ୍ୟୁତ ସାମନ୍ତଙ୍କୁ ସତ୍ୟପାଠ ଅଡ଼ୁଆ

ଭୁବନେଶ୍ୱର : ସାଂସଦ ଅଚ୍ୟୁତ ସାମନ୍ତଙ୍କ ରାଜ୍ୟସଭା ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଏର ହୋଇଛି। RTI କର୍ମୀ ସୁବାସ ମହାପାତ୍ର ଏହି ମାମଲା ଦାଏର କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ନାମାଙ୍କନ ବେଳେ ଅଚ୍ୟୁତ ସାମନ୍ତ ମିଥ୍ୟା ସତ୍ୟପାଠ ଦେଇଛନ୍ତି। ଅଚ୍ୟୁତଙ୍କ ନାଁରେ ଅପରାଧିକ ମାମଲା ରହିଛି ଏବଂ ସତ୍ୟପାଠରେ ଆୟ ସଂପର୍କରେ ତଥ୍ୟ ଲୁଚାଇଥିବା ସେ ଅଭିଯୋଗ କରିଛନ୍ତି। ଅଚ୍ୟୁତ ୨ଟି ଭୋଟର କାର୍ଡ ଏବଂ ୨ଟି ପ୍ୟାନ୍ କାର୍ଡ ରଖିଥିବା […]

  • Friday, 11 June 2021
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର : ରାଜ୍ୟରେ ବଢ଼ି ଚାଲିଛି ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା। ବିରୋଧୀଦଳ ମୁଖ୍ୟ ସଚେତକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ସାମ୍ନାକୁ ଆସିଛି ଏଭଳି ତଥ୍ୟ। ତଥ୍ୟ ଅନୁସାରେ ୨୦୧୪ରେ ୯୧ଟି ଗଣଦୁଷ୍କର୍ମ ମାମଲାରେ ୧୭୩ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ସେହିଭଳି ୨୦୧୫ରେ ୧୦୯ଟି ଗଣଦୁଷ୍କର୍ମ ଘଟଣାରେ ୨୦୧ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ୨୦୧୬ରେ ୯୩ଟି ଗଣଦୁଷ୍କର୍ମ ମାମଲାରେ ୧୭୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ୨୦୧୭ରେ ୯୨ଟି ଗଣଦୁଷ୍କର୍ମ ମାମଲାରେ […]

  • Friday, 11 June 2021
ପୁଣି ନାବାଳିକାକୁ ଅସଦାଚରଣ ଅଭିଯୋଗ
ପୁଣି ନାବାଳିକାକୁ ଅସଦାଚରଣ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ପୁଣି ନାବାଳିକାକୁ ଅସଦାଚରଣ ଅଭିଯୋଗ। ତେଲିଆଗଞ୍ଜ ଗାଁରେ ଜଣେ ନାବାଳିକାକୁ ଅଶ୍ଳୀଳ ଭିଡିଓ ଦେଖାଇ କାଜିମହଲା ଗାଁର ଶେଖ୍ ଟିଙ୍କୁ ନାମକ ଜଣେ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବାବେଳେ ଅସଦାଚରଣ କରିବାକୁ ଉଦ୍ୟମ କରୁଥିବାବେଳେ ନାବାଳିକା ଜଣକ ଚିତ୍କାର କରିଥିଲେ। ଏହା ଶୁଣି ଗାଁଲୋକେ ସେଠାରେ ପହଞ୍ଚିବାରୁ ଟିଙ୍କୁ ଫେରାର୍ ହୋଇଯାଇଥିଲା। ଏନେଇ ସୋର ଥାନାରେ ନାବାଳିକାଙ୍କ ମାଆ ଅଭିଯୋଗ କରିବା ପରେ […]

  • Friday, 11 June 2021
ରାୟପୁର ଗଲା କ୍ରାଇମବ୍ରାଞ୍ଚ ଟିମ୍
ରାୟପୁର ଗଲା କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପ୍ରମାଣ ଯୋଗାଡ଼ କରିବାରେ କ୍ରାଇମବ୍ରାଞ୍ଚର ୩ଟି ଟିମ୍ ଲାଗିପଡ଼ିଛନ୍ତି। ଗୋଟିଏ ଟିମ୍ ରାୟପୁର ଯାଇ ଛାନଭିନ୍ ଜାରି ରଖିଥିବାବେଳେ ଅନ୍ୟ ୨ଟି ଟିମ୍ ଭିନ୍ନ ଭିନ୍ନ ତଥ୍ୟ ପ୍ରମାଣ ଯୋଗାଣରେ ଲାଗିପଡ଼ିଛନ୍ତି। ରାୟପୁର ଯାଇଥିବା କ୍ରାଇମବ୍ରାଞ୍ଚ ଟିମ୍ ପୁଞ୍ଜିଲାଲ ମେହେର ବ୍ୟବହାର କରିଥିବା ଅଟୋ ଏବଂ ରିକ୍ସା ଚାଳକଙ୍କୁ ଠାବ କରୁଛି। ତାସହ କୋରିୟର ସଂସ୍ଥାକୁ ପୁଞ୍ଜିଲାଲ୍ ଯାଇଥିବା ରାସ୍ତା କଡ଼ର ସମସ୍ତ ସିସିଟିଭି ଫୁଟେଜ ଗୁଡ଼ିକର […]

  • Friday, 11 June 2021
ତେଲ ଗୋଦାମରେ ଚଢ଼ାଉ
ତେଲ ଗୋଦାମରେ ଚଢ଼ାଉ

କଟକ : କଟକ ଖାନ୍‌ନଗର ନୂଆସାହିରେ ଏକ ତେଲ ଗୋଦାମରେ ଚଢ଼ାଉ ହୋଇଛି। ତେଲ ଅପମିଶ୍ରଣ ହେଉଥିବା ଖବର ପାଇ ଚଢ଼ାଉ କରିଛି ପୋଲିସ। ଚଢାଉ ବେଳେ ୩୦୦ରୁ ଅଧିକ ଅପମିଶ୍ରିତ ତେଲ ଟିଣ ଜବତ ହୋଇଛି। ଏଥିସହ ବିଭିନ୍ନ ବ୍ରାଣ୍ଡର ଜରି ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଜବତ ହୋଇଛି। ପୋଲିସ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

  • Friday, 11 June 2021
ଓଡିଶା ପାଇଁ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ ବାଂଲାଦେଶୀଙ୍କ ବେଆଇନ ଅନୁପ୍ରବେଶ
ଓଡିଶା ପାଇଁ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ ବାଂଲାଦେଶୀଙ୍କ ବେଆଇନ ଅନୁପ୍ରବେଶ

ଭୁବନେଶ୍ୱର: ଓଡିଶା ପାଇଁ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ ବାଂଲାଦେଶୀଙ୍କ ବେଆଇନ ଅନୁପ୍ରବେଶ। କେବଳ କେନ୍ଦ୍ରାପଡା ଜିଲ୍ଲାରେ ଏବେ ୨ ହଜାରରୁ ଅଧିକ ବାଂଲାଦେଶୀ ଅନୁପ୍ରବେଶକାରୀ ରହୁଛନ୍ତି। ସୂଚନା ଅନୁସାରେ, ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ଏମାନେ ସ୍ଥାନୀୟ ଅଧିକାରୀଙ୍କୁ ହାତକରି ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଓ ଭୋଟ ପରିଚୟପତ୍ର ଆଦି ହାତେଇବାରେ ମଧ୍ୟ ସଫଳ ହେଉଛନ୍ତି।  ଯାହାକି ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷାପ୍ରତି ବଡ଼ ବିପଦ ସୃଷ୍ଟି କରିବା ଆଶଙ୍କା ଦେଖାଦେଇଛି। କେବଳ ଜଳଭାଗରେ […]

  • Friday, 11 June 2021
ଓଡ଼ିଶା ସ୍କିଲ୍‌ଡ ଦକ୍ଷତା ପ୍ରତିଯୋଗିତା ଉଦଘାଟିତ
ଓଡ଼ିଶା ସ୍କିଲ୍‌ଡ ଦକ୍ଷତା ପ୍ରତିଯୋଗିତା ଉଦଘାଟିତ

ଭୁବନେଶ୍ୱର : ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଛି ସ୍କିଲ୍‌ଡ ଓଡ଼ିଶା ଦକ୍ଷତା ପ୍ରତିଯୋଗିତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ୨ ଶହ ଛାତ୍ରଛାତ୍ରୀ ଭାଗ ନେବେ। ୨୫ଟି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସ୍କିଲ ଓଡ଼ିଶା କମ୍ପିଟିସନରୁ ଜାତୀୟ ସ୍ତରର ପ୍ରତିଯୋଗିତା ଲାଗି ପ୍ରତିଭା ଚୟନ କରାଯିବ। ଏହି ଅବସରରେ ୫ଟି ସଂସ୍ଥା ସହିତ ବିଭିନ୍ନ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

  • Friday, 11 June 2021
ଆଖି ବୁଜିଲେ ସାଲେପୁର ପୀଡ଼ିତା
ଆଖି ବୁଜିଲେ ସାଲେପୁର ପୀଡ଼ିତା

କଟକ : ଶେଷରେ କଟକ ବଡ଼ ମେଡିକାଲ୍‌ରେ ଆଖି ବୁଜିଲେ ସାଲେପୁର ପୀଡ଼ିତା। ୮ ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କରିବା ପରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ବଡ଼ ମେଡିକାଲର ଶିଶୁ ବିଭାଗ ଟ୍ରମା ICUରେ ସେ ଚିକିତ୍ସାଧୀନ ଥିଲେ। SCB ଅଧୀକ୍ଷକ ଶ୍ୟାମା କାନୁନଗୋ ଏହି ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ଭଉଣୀ ଏବଂ ତାଙ୍କ ବାପା ଅଭିଯୁକ୍ତକୁ ଫାଶି ଦଣ୍ଡ ଦିଅାଯାଉ ବୋଲି ଦାବି କରିଛନ୍ତି। ସାଲେପୁରର ଏହି ୬ ବର୍ଷର ନାବାଳିକାଙ୍କ ସହିତ […]

  • Friday, 11 June 2021
କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟିଲେ ତଦନ୍ତ କମିଶନ
କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟିଲେ ତଦନ୍ତ କମିଶନ

କୋରାପୁଟ : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାରେ ତଦନ୍ତ କମିଶନଙ୍କ ତନାଘନା। ଆଜି ମୂଷାଗୁଡ଼ା ଯାଇ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା କରିଛନ୍ତି ତଦନ୍ତ କମିଶନ। କମିଶନଙ୍କ ପକ୍ଷରୁ ତିନି ଜଣିଆ ଟିମ୍ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିବା ଘଟଣାସ୍ଥଳକୁ ଯାଇ ଯାଞ୍ଚ୍ କରିଛନ୍ତି। କିଛି ଦିନ ତଳେ କୁନ୍ଦୁଲି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏହା ପରେ ଜିଲ୍ଲା ଦୌରାଜଜ ମାମଲାର ତଦନ୍ତ […]

  • Friday, 11 June 2021
୩ଟି ପ୍ରକଳ୍ପକୁ ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ
୩ଟି ପ୍ରକଳ୍ପକୁ ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ୱର : ବାଲେଶ୍ୱରରେ ଉଦଘାଟିତ ହୋଇଛି IOCLର ପମ୍ପ୍ ଷ୍ଟେସନ ଓ PHBPLର ଅଶୋଧିତ ତୈଳ ପାଇପ ଲାଇନ୍ ସଂପ୍ରସାରଣ ପ୍ରକଳ୍ପ। ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ଦୁଇ ପ୍ରକଳ୍ପ ସହ ଏକ LPG ବଟ୍ଲିଂ ପ୍ଲାଣ୍ଟର ମଧ୍ୟ ଉଦଘାଟନ କରିଛନ୍ତି। ବାଲେଶ୍ୱର ଚାନ୍ଦିପୁର ରାସ୍ତାର ପାତ୍ରପଡ଼ା ନିକଟ ହିଡ଼ିଗାଁଠାରେ ଏହି ସମସ୍ତ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି। ଜିଲ୍ଲାରେ ନିର୍ମାଣ ହୋଇଥିବା ଏହି ୩ଟି ପ୍ରକଳ୍ପ ଲାଗି ମୋଟ ୩୨୧ କୋଟି ଟଙ୍କା ବ୍ୟୟ […]

  • Friday, 11 June 2021
ବେଟିଂ ରାକେଟର ପର୍ଦ୍ଦାଫାଶ
ବେଟିଂ ରାକେଟର ପର୍ଦ୍ଦାଫାଶ

ସମ୍ବଲପୁର : ସମ୍ବଲପୁରରେ IPL ବେଟିଂ ଅଭିଯୋଗରେ ୬ ଗିରଫ। ଏଥିସହ ସେମାନଙ୍କ ନିକଟରୁ ୬୭ ହଜାର ଟଙ୍କା ସହ ୧୦ଟି ମୋବାଇଲ ଜବତ କରିଛି ପୋଲିସ। ଗରିଫ ଅଭିଯୁକ୍ତମାନେ ହେଲେ ରାଜେଶ ଅଗ୍ରୱାଲ, ସୁଦର୍ଶନ ମିଶ୍ର,  ରାଜଦୀପ ଅଗୱାଲ, ସରୋଜ କୁମାର ହୋତା, ତପନ ଖେରୁଲାଲ ଏବଂ ଆକାଶ ଅଗ୍ରୱାଲ। ଗତକାଲି ସନ୍ଧ୍ୟାରେ ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ଖେଳ ବେଳେ ସିନ୍ଦୁରପଙ୍କ ପେଟ୍ରୋଲ ପମ୍ପ ନିକଟରେ IPL ବ୍ୟାଟିଂ ଚାଲିଥିଲା। କୌଣସି ସୂତ୍ରରୁ ଖବର […]

  • Friday, 11 June 2021
କୋରାପୁଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ
କୋରାପୁଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ

କୋରାପୁଟ/ ମାଲକାନଗିରି : କୋରାପୁଟ ଜିଲ୍ଲା ଜୟପୁର କାଳିଆଝୋଲ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ମିଳିଥିବା ସୂଚନା ଅନୁସାରେ ବିସ୍ଫୋରଣରେ କୌଣସି କ୍ଷୟ କ୍ଷତି ହୋଇନାହିଁ। ହେଲେ ବିସ୍ଫୋରଣ ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଲାଗିଥିବା ସୂଚନା ମିଳିଛି। ମାଓବାଦୀଙ୍କ ବିରୋଧରେ ସାଧାରଣ ଆଦିବାସୀ ଜନତା ପକ୍ଷରୁ ଏହି ପୋଷ୍ଟର ମରା ଯାଇଥିବା ଜଣାପଡ଼ିଛି। ମାଓବାଦୀମାନେ ବିଶୃଙ୍ଖଳା କରନ୍ତୁ ନାହିଁ ବୋଲି ପୋଷ୍ଟରରେ ଲେଖା ହୋଇଛି। ଏପଟେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ କେନ୍ଦୁପତ୍ର ବ୍ୟବସାୟୀଙ୍କୁ ଚେତାବନୀ ଦେଇଛି […]

  • Friday, 11 June 2021
ସବୁ ରେଲେଓ୍ୱ ଜୋନକୁ ରେଳ ମନ୍ତ୍ରାଳୟ ପକ୍ଷରୁ ଆଲର୍ଟ ଜାରି
ସବୁ ରେଲେଓ୍ୱ ଜୋନକୁ ରେଳ ମନ୍ତ୍ରାଳୟ ପକ୍ଷରୁ ଆଲର୍ଟ ଜାରି

ରାଉରକେଲା : ଝାରସୁଗୁଡ଼ାରେ ଏଲିପି-ଧାନବାଦ ଏକ୍ସପ୍ରେସ୍‌ରୁ ବିସ୍ଫୋରକ ଜବତ ପରେ ଦେଶର ସମସ୍ତ ରେଳବାଇ ଜୋନକୁ ଆଲର୍ଟ ଜାରି କରିଛି ରେଳ ବିଭାଗ। ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରେଳବାଇ ଜୋନର ଜେନେରାଲ ମ୍ୟାନେଜର ଓ ରେଲେଓ୍ୱ ପ୍ରିନ୍ସିପାଲ ଚିଫ୍ ସିକ୍ୟୁରିଟ୍ କମିଶନରଙ୍କ ନିକଟକୁ ସତର୍କତା ଜାରି କରାଯାଇଛି। ରେଳଯାତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା ସଂସ୍ଥାଗୁଡ଼ିକୁ ମଧ୍ୟ ଆଲର୍ଟ ଜାରି ହୋଇଛି। ପୋଲିସ ଓ ଗୁଇନ୍ଦା ସଂସ୍ଥା ସହ ଯୋଗାଯୋଗ ରଖି ଏଭଳି […]

  • Friday, 11 June 2021
ଭାଲୁ ଅାକ୍ରମଣରେ ଜଣକର ମୃତ୍ୟୁ
ଭାଲୁ ଅାକ୍ରମଣରେ ଜଣକର ମୃତ୍ୟୁ

ଯାଜପୁର : ଭାଲୁ ଅାକ୍ରମଣରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅାଉ ଜଣେ ଗୁରୁତର ଅାହତ ହୋଇଛନ୍ତି। ଯାଜପୁର ଜିଲ୍ଲା କୋରେଇ ଥାନା ହୁଡ଼ି ସାହି କାଜୁ ଜଙ୍ଗଲରେ ଏହି ଘଟଣା ଘଟିଛି। ମୃତକ ହେଉଛନ୍ତି ଶ୍ୟାମ ହେସା। ତାଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଅାହତ ହୋଇଛନ୍ତି ସୁକୁରା ମୁଣ୍ଡା। ସୁକୁରାଙ୍କୁ ଯାଜପୁର ରୋଡ୍ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଶ୍ୟାମ ଓ ସୁକୁରା ଅାଜି ଭୋର ସମୟରେ ଶୌଚ […]

  • Friday, 11 June 2021
ଯାତ୍ରା ପେଣ୍ଡାଲରେ ସାପ ଖେଳ
ଯାତ୍ରା ପେଣ୍ଡାଲରେ ସାପ ଖେଳ

ବ୍ରହ୍ମପୁର  : ବନ୍ୟପ୍ରାଣୀ ଆଇନର ଖୋଲାଖୋଲି ଉଲ୍ଲଂଘନ। ଲୋକଙ୍କ ମନୋରଂଜନ ପାଇଁ ସାପଙ୍କୁ ଧରି ଯାତ୍ରା ପେଣ୍ଡାଲରେ ଚାଲିଛି ପ୍ରଦର୍ଶନ। ବ୍ରହ୍ମପୁର ସାରୁଆ ସାହିରେ ଚାଲିଥିବା ଏକ ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିଛି ଏଭଲି ଦୃଶ୍ୟ। ବ୍ୟକ୍ତି ଜଣକ ସାପକୁ ପ୍ଲାଷ୍ଟିକ ଡବାରେ ରଖି ପ୍ରଦର୍ଶିତ କରିଥିଲେ। ଗୋଟିଏ ସାପ ନୁହେଁ, ଏକାଧିକ ସାପଙ୍କୁ ଧରି ଡବାରେ ବନ୍ଦ କରି ରଖିଥିଲେ ପ୍ରଦର୍ଶନ କରୁଥିବା ଏହି ବ୍ୟକ୍ତି ଜଣକ। ଘଟଣାକୁ ନେଇ ବ୍ରହ୍ମପୁର ଡିଏଫ୍ଓଙ୍କ ଦୃଷ୍ଟି ଆକର୍ଷଣ […]

  • Friday, 11 June 2021
ସୋନାଲିକାଙ୍କ ସଂଗୀନ ଅଭିଯୋଗ
ସୋନାଲିକାଙ୍କ ସଂଗୀନ ଅଭିଯୋଗ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ଘର ନିକଟରୁ ତାଙ୍କୁ ପୋଲିସ ଉଠାଇ ନେବା ଘଟଣାରେ ସଂଗୀନ ଅଭିଯୋଗ ଆଣିଛନ୍ତି  ସୋନାଲିକା ମହାନ୍ତି। ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ବୋଲି ଦାବି କରି ଆସୁଥିବା ଏହି ମହିଳା ଆଜି ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି ନିଜ ସମସ୍ୟା ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ବାରମ୍ବାର ଚେଷ୍ଟା କରି ହତାଶ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍‌ଙ୍କ ସହାୟତା ଚାହିଁଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ […]

  • Friday, 11 June 2021
ମୁଖ୍ୟ ଚିକିତ୍ସାଳୟରେ ନିଆଁ
ମୁଖ୍ୟ ଚିକିତ୍ସାଳୟରେ ନିଆଁ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଆଁ। ଡାକ୍ତରଖାନାର ଶିଶୁ ବିଭାଗରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ଦେଖି ସେଠାରେ ଆତଙ୍କ ଖେଳିଯାଇଥିଲା। ସମସ୍ତେ ୱାର୍ଡ ଭିତରୁ ବାହାରକୁ ବାହାରି ପଳାଇଆସିଥିଲେ। ପରେ ଅଗ୍ନିଶମ ବିଭାଗ ଖବର ପାଇ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି।

  • Friday, 11 June 2021
ପୁଣି ନାବାଳିକାଙ୍କୁ ଅସଦାଚରଣ
ପୁଣି ନାବାଳିକାଙ୍କୁ ଅସଦାଚରଣ

ଜଗତସିଂହପୁର/ ବାଲେଶ୍ୱର : ଜଗତସିଂହପୁରରେ ପୁଣି ଲଜ୍ଜା। ପୁଣି ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ତିର୍ତ୍ତୋଲ ଥାନା କ୍ରିଷ୍ଣାନନ୍ଦପୁର ଫାଣ୍ଡି ଅଞ୍ଚଳରେ ଏହି ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। କାଲି ଅପରାହ୍ଣରେ ନବମ ଶ୍ରେଣୀ ଛାତ୍ରୀଜଣକ ଟିଉସନ ଯାଉଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଉଠାଇ ନେଇ ନିଛାଟିଆ ବାଉଁଶ ବଣରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ପୀଡ଼ିତା ଜଣକ କୌଣସି ପ୍ରକାରେ ଖସି ଆସି ଘରେ ଏ ସମ୍ପର୍କରେ ଜଣାଇଥିଲେ  ଘଟଣା ସମ୍ପର୍କରେ […]

  • Friday, 11 June 2021
ଆନ୍ଦୋଳନ ରାଜ୍ୟ ସରକାରଙ୍କ ପ୍ରାୟୋଜିତ :  ଭୃଗୁ ବକ୍ସିପାତ୍ର
ଆନ୍ଦୋଳନ ରାଜ୍ୟ ସରକାରଙ୍କ ପ୍ରାୟୋଜିତ :  ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର : ଇମ୍ଫା ଥେରୁବାଲିରେ ଆନ୍ଦୋଳନ, ଭଂଗାରୁଜା ଘଟଣାରେ ସାଂଘାତିକ ଆରୋପ ଆଣିଲେ ବିଜେପି ନେତା ଭୃଗୁ ବକ୍ସିପାତ୍ର। ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ସାମ୍ବାଦିକ ସମ୍ମିଳନୀ କରି ଏହି ଆନ୍ଦୋଳନକୁ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ବୋଲି କହିଛନ୍ତି। ଇମ୍ଫା ଆଗରେ କେଉଁ ଦାବିରେ ଆନ୍ଦୋଳନ ହେଉଛି ତାହା ଅସ୍ପଷ୍ଟ। ଏହାର ନେତୃତ୍ୱ କିଏ ନେଉଛି ଜାଣି ହେଉନି। ସବୁ ବାହାର ଅଞ୍ଚଳର ଲୋକ ଆନ୍ଦୋଳନ କରୁଛନ୍ତି ବୋଲି ଭୃଗୁ କହିଛନ୍ତି। ଏଥିସହ ସେଠାରେ ପୋଲିସ […]

  • Friday, 11 June 2021
ଶୁଖିଲା ପଡ଼ିଛି ମହାନଦୀ
ଶୁଖିଲା ପଡ଼ିଛି ମହାନଦୀ

ନୟାଗଡ : ଶୁଖିଲା ପଡିଛି ମହାନଦୀ। ଛତିଶଗଡ଼ର ବ୍ୟାରେଜ ନିର୍ମାଣର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକର ୧୦ଟି ପଞ୍ଚାୟତରେ। ଏଠାରେ ୫ ହଜାରରୁ ଅଧିକ ଧିବର ପରିବାର ଏବେ ଜୀବିକା ହରାଇ ଦାଦନ ମୁହାଁ। ସିଦ୍ଧାମୂଳା ଠାରୁ ଆରମ୍ଭ କରି କଣ୍ଟିଲୋ, କରବର, ମଣିପୁର ଆଦି ପଞ୍ଚାୟତ ଗୁଡିକର ଧୀବର ମାନେ ଏବେ ଜୀବିକା ଚିନ୍ତାରେ। ପ୍ରଶାସନ ପକ୍ଷରୁ ମାଛ ଧରିବାକୁ ସବୁ ସୁବିଧା ଯୋଗାଇ ଦିଆଯାଇଥିଲେ ବି ମହାନଦୀ ଶୁଖି […]

  • Friday, 11 June 2021
ଓମ୍‌ଫେଡ୍ ପ୍ଲାଣ୍ଟରେ ଅଘଟଣ
ଓମ୍‌ଫେଡ୍ ପ୍ଲାଣ୍ଟରେ ଅଘଟଣ

ଭୁବନେଶ୍ୱର : ଓମ୍‌ଫେଡ୍ ପ୍ଲାଣ୍ଟରେ ଅଘଟଣ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଓମ୍‌ଫେଡ୍ ପ୍ଲାଣ୍ଟରେ ଫ୍ଲେଭର୍ଡ ମିଲ୍କ ବଟଲିଂ ବେଳେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଫଳରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି ଆହତମାନେ ହେଲେ ମୀନା,ବିନି,ରଜନୀ ଓ ସନାତନ ସାହୁ। ଭୁବନେଶ୍ୱର କଳାରାହାଙ୍ଗର ସନାତନ ସାହୁଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଫ୍ଲେଭର୍ଡ ମିଲ୍କ ବଟଲିଂ ବେଳେ ଗରମ ବୋତଲ ଗୁଡ଼ିକୁ […]

  • Friday, 11 June 2021