• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

QAT ପୁନର୍ଗଠିତ
QAT ପୁନର୍ଗଠିତ

ଭୁବନେଶ୍ୱର : କମିଶନରେଟ ପୁଲିସର କୁଇକ୍ ଅାକସନ ଟିମ୍ ପୁନର୍ଗଠିତ। କୁଇକ୍ ଅାକ୍ସନ ଟିମ୍ ଇନଚାର୍ଜ ହୋଇଛନ୍ତି ଶୁଭେନ୍ଦୁ ସାହୁ। କ୍ୟାପିଟାଲ ଥାନାର ସବ୍ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ ଶୁଭେନ୍ଦୁ। ତାଙ୍କୁ ସେଠାରୁ ତୁରନ୍ତ ବଦଳି କରାଯାଇଥିବା ଜଣାପଡିଛି। ବହୁ ପର୍ଯ୍ୟାଲୋଚନା ଓ ତର୍ଜମା ପରେ କୁଇକ ଅାକସନ ଟିମ୍‌ ଇନଚାର୍ଜ ଭାବେ ସେ ଦାୟିତ୍ୱ ତୁଲାଇବେ। ତାଙ୍କସହ ସେହି କ୍ୟୁଏଟି ଟିମ୍‌ରେ ମଙ୍ଗଳାବାଗ ଥାନା ASI ରମାକାନ୍ତ ପ୍ରଧାନ ମଧ୍ୟ ନିଯୁକ୍ତ ହୋଇଥିବା ଜଣାପଡିଛି। ଖୁବ୍‌ଶୀଘ୍ର […]

  • Friday, 02 July 2021
ଖଣ୍ଡଗିରି ଗୁଳିକାଣ୍ଡ ମାମଲାରେ ପୁଲିସକୁ ମିଳିଲା ସିସିଟିଭି ଫୁଟେଜ
ଖଣ୍ଡଗିରି ଗୁଳିକାଣ୍ଡ ମାମଲାରେ ପୁଲିସକୁ ମିଳିଲା ସିସିଟିଭି ଫୁଟେଜ

ଭୁବନେଶ୍ୱର : ସିସିଟିଭି ଫୁଟେଜରେ ଖଣ୍ଡଗିରି ଗୁଳିକାଣ୍ଡ ଘଟଣାର ଦୁଇ ମାଷ୍ଟର ମାଇଣ୍ଡ। ଗୁଳିକାଣ୍ଡ ପୂର୍ବରୁ ମିଳିଥିବା ଫୁଟେଜ୍‌କୁ ଅାଧାର କରି ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ। ଏହି ସିସିଟିଭି ଭିଡିଓରେ ଗୁଳିକାଣ୍ଡ ଘଟଣାର କିଛି ସମୟ ପୂର୍ବର ଦୃଶ୍ୟ ରହିଛି। ଘଟଣା ସ୍ଥଳରୁ ମାତ୍ର ୨୦ ମିଟର ଦୂରରେ ଦୁଇ ଅଭିଯୁକ୍ତଙ୍କୁ ସିସିଟିଭିରୁ ପୁଲିସ ଚିହ୍ନଟ କରିଛି। ସେପ୍ଟେମ୍ବର ୧୩ ତାରିଖ । ସମୟ ରାତି ୮ ଟା ୨୨।  ଦୁଇ ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳରେ […]

  • Friday, 02 July 2021
ଏସଅାଇଙ୍କ ଧମକପୂର୍ଣ୍ଣ କଲ ଯୋଗୁଁ ଅାତ୍ମହତ୍ୟା ଅଭିଯୋଗ
ଏସଅାଇଙ୍କ ଧମକପୂର୍ଣ୍ଣ କଲ ଯୋଗୁଁ ଅାତ୍ମହତ୍ୟା ଅଭିଯୋଗ

କନ୍ଧମାଳ  : ପୁଲିସ ଏସଅାଇଙ୍କ ଧମକପୂର୍ଣ୍ଣ କଲ ପାଇବାପରେ ଭୟରେ ଜଣେ ବ୍ୟକ୍ତି ବିଷପିଇ ଅାତ୍ମହତ୍ୟା କରିଥିବା ଅଭିଯୋଗ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଅା ଥାନା ଅନ୍ତର୍ଗତ ସଖୀପଡ଼ା ଗ୍ରାମରୁ ଅାସିଛି ଏଭଳି ଅଭିଯୋଗ। ମୃତ ଉତ୍ସବ ନାୟକଙ୍କ ପୁଅ କହିବା ଅନୁସାରେ ତାଙ୍କ ବାପା ଓ ମାଅାଙ୍କ ମଧ୍ୟରେ କଳି ଲାଗିଥିଲା। ଏହାର ସମାଧାନ କରିବାକୁ ସେମାନେ କିଛି ଲୋକଙ୍କ ସହ ଫିରିଙ୍ଗିଅା ଥାନାକୁ ଯାଇଥିଲେ। ହେଲେ ସେଠାରେ କିଛି ସମାଧାନ ହୋଇନଥିଲା। ସେଠାରୁ ତାଙ୍କ ମାଅା […]

  • Friday, 02 July 2021
ସାତକୋଶିଅାର ବାଘୁଣୀ ସୁନ୍ଦରୀକୁ ନେଇ ଅାରମ୍ଭ ହେଲା ଅନୁଧ୍ୟାନ
ସାତକୋଶିଅାର ବାଘୁଣୀ ସୁନ୍ଦରୀକୁ ନେଇ ଅାରମ୍ଭ ହେଲା ଅନୁଧ୍ୟାନ

ଭୁବନେଶ୍ୱର : ସାତକୋଶିଅାର ବାଘୁଣୀ ସୁନ୍ଦରୀକୁ ନେଇ ଅାରମ୍ଭ ହେଲା ଅନୁଧ୍ୟାନ। ୱାଇଲଡ୍ ଲାଇଫ୍ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଅା WII, ୱାଇଲଡ୍ ଲାଇଫ୍ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ ଓ NTCAର ଅଧିକାରୀମାନେ ସାତକୋଶିଅା ଅାସୁଛନ୍ତି। ଗୋଟିଏ ଘଟଣା ପାଇଁ ପ୍ରକଳ୍ପ ବନ୍ଦ ହେବ ନାହିଁ । ବାଘ ସଂରକ୍ଷଣ ଓ ସ୍ଥାନାନ୍ତରଣ ପ୍ରକଳ୍ପ ଜାରି ରହିବ। ସୁନ୍ଦରୀର ଗତିବିଧି, ଅାଚରଣ ଅନୁଧ୍ୟାନ କରି ପଦକ୍ଷେପ ନିଅାଯିବ। ସୁନ୍ଦରୀ ମନିଟରିଂ ୨ଟି ଟିମ୍‌ ଗଠନ କରାଯାଇଛି। ବର୍ତ୍ତମାନ ସୁନ୍ଦରୀ […]

  • Friday, 02 July 2021
ଦୁର୍ନୀତି ପ୍ରସଙ୍ଗକୁ ନେଇ ନବୀନଙ୍କୁ ପୁଣି ଟାର୍ଗେଟ କଲା ବିଜେପି
ଦୁର୍ନୀତି ପ୍ରସଙ୍ଗକୁ ନେଇ ନବୀନଙ୍କୁ ପୁଣି ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର : ଦୁର୍ନୀତି ପ୍ରସଙ୍ଗକୁ ନେଇ ନବୀନଙ୍କୁ ପୁଣି ଟାର୍ଗେଟ କଲା ବିଜେପି। ଏକ ସାମ୍ବାଦିକ ସମ୍ମିଳନୀରେ ପୋଷ୍ଟର ଜରିଅାରେ ହମଲା କଲେ ବିଜେପି ଉପସଭାପତି ସମୀର ମହାନ୍ତି। ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ବିଜେଡି ନେତାଙ୍କ ପୋଷ୍ଟର ଦେଖାଇ ଏଭଳି ହମଲା କରିଛନ୍ତି। ଦୁର୍ନୀତି, ଭ୍ରଷ୍ଟାଚାରୀଙ୍କୁ ନବୀନ ଘଣ୍ଟ ଘୋଡ଼ାଉଛନ୍ତି ବୋଲି କହିଛନ୍ତି ସମୀର ମହାନ୍ତି। ଦୁର୍ନୀତିଗ୍ରସ୍ତଙ୍କୁ ବିଦା କରି ପରେ ସାମିଲ ନବୀନଙ୍କ ଯୋଜନାବଦ୍ଧ ରଣନୀତି ବୋଲି ଲୋକେ ଏହା ଜାଣି ଗଲେଣି ,କହିଛନ୍ତି […]

  • Friday, 02 July 2021
ପାଣି ଭାବି ଡିଜେଲ ପିଇଦେଲା ୫ ବର୍ଷର ଶିଶୁ
ପାଣି ଭାବି ଡିଜେଲ ପିଇଦେଲା ୫ ବର୍ଷର ଶିଶୁ

ବ୍ରହ୍ମପୁର: ପାଣି ଭାବି ଡିଜେଲ ପିଇଦେଲା ୫ ବର୍ଷର ଶିଶୁ । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ କାଳିଆଘାଇ ଗାଁରେ ଜଣେ ଶିଶୁ ପାଣି ଭାବି ଡିଜେଲ ପିଇ ଦେବା ଫଳରେ ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ ଅରୁଣ କୁମାର ରେଡ୍ଡି। ଅରୁଣ ଅଜାଙ୍କ ଘରକୁ ବୁଲିବାକୁ ଆସିଥିଲେ। ଗତକାଲି ସନ୍ଧ୍ୟାରେ ସେ ପାଣି ଭାବି ଘରେ ରଖାଯାଇଥିବା ଡିଜେଲ୍‌ ପିଇ ଦେଇଥିଲେ। କିଛି ସମୟ ପରେ ତାଙ୍କୁ ବାନ୍ତି ହୋଇଥିଲା। ତାଙ୍କୁ ପ୍ରଥମେ […]

  • Friday, 02 July 2021
ଭଡ଼ା ଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର
ଭଡ଼ା ଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭଡ଼ାଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର। ପଟିଆ ସ୍ଥିତ ଶ୍ରୀବିହାର ଅଞ୍ଚଳରେ ଭଡ଼ା ଘରେ ରହୁଥିବା ଜଣେ ଡାକ୍ତରାଣୀଙ୍କ ମୃତଦେହକୁ ସନ୍ଦେହଜନକ ଭାବେ ପୁଲିସ୍‌ ଆଜି ଉଦ୍ଧାର କରିଛି। ସେ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ମନସ୍ୱିନୀ ବାରିକ। ସୂଚନା ଅନୁସାରେ, ଘର ଭିତରୁ କବାଟ ଭାଙ୍ଗି ତାଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା। ମୁର୍ମୂଷ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମନସ୍ୱିନୀଙ୍କ ଘର ପଶ୍ଚିମ […]

  • Friday, 02 July 2021
ଭୁବନେଶ୍ୱର ବିମାନ ବନ୍ଦରରେ ପୁଣି ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ପୁଣି ସୁନା ଚୋରାଚାଲାଣ ଧରାପଡ଼ିଛି। ୬୯୦ ଗ୍ରାମରୁ ଅଧିକ ଓଜନର ସୁନାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଜବତ କରିଛନ୍ତି। କ୍ୱାଲାଲାମ୍ପୁରରୁ ଆସିଥିବା ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଠାରୁ ଏହି ସୁନା ଜବତ ହୋଇଥିବା ସୂଚନା ମିଳିଛି। ଏକ ଟ୍ରଲି ବ୍ୟାଗ୍‌ରେ ଆଲୁମିନିୟମ୍ ଲାଇନିଙ୍ଗ୍‌ରେ ସେ କ୍ୱାଲାଲାମ୍ପୁରରୁ ସୁନା ଲୁଚାଇ ଆଣୁଥିଲେ ବୋଲି କୁହାଯାଉଛି। ଚେନ୍ନାଇରୁ ଏୟାର ଏସିଆ ବିମାନ ଯୋଗେ ଆସିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ସଂପୃକ୍ତ ବ୍ୟକ୍ତି ଜଣକ ଧରାପଡ଼ିଛନ୍ତି।

  • Friday, 02 July 2021