• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

କଲେଜ ଭିତରୁ ୧୭ଟି ନାଗସାପ ଉଦ୍ଧାର
କଲେଜ ଭିତରୁ ୧୭ଟି ନାଗସାପ ଉଦ୍ଧାର

ଭଦ୍ରକ : ଭଦ୍ରକ ଧାମନଗର ସହିଦ୍ ସ୍ମୃତି କଲେଜ ଭିତରୁ ୧୭ଟି ନାଗସାପ ଉଦ୍ଧାର । ଗତକାଲି କଲେଜ କାନ୍ଥରେ ମିସ୍ତ୍ରୀ ରଙ୍ଗ ଲଗାଉଥିବାବେଳେ କାନ୍ଥ ଭିତରେ ସାପ ଦେଖି ଭୟଭୀତ ହୋଇପଡିଥିଲେ । ପରେ କଲେଜ ପକ୍ଷରୁ ଭଦ୍ରକ ସ୍ନେକ୍ ହେଲପ ଲାଇନ୍‌କୁ ସୂଚନା ଦିଅାଯିବାପରେ ହେଲପ ଲାଇନ୍ ସଦସ୍ୟ ଭଙ୍ଗା କାନ୍ଥ ଭିତରୁ ୧୭ଟି ନାଗ ସାପକୁ ଉଦ୍ଧାର କରିଥିଲେ।

  • Friday, 02 July 2021
ଆଜି ରାତିରେ ଝଡ଼ ବର୍ଷା
ଆଜି ରାତିରେ ଝଡ଼ ବର୍ଷା

ଅାସନ୍ନ ଝଡ଼ବାତ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । ଡିପ୍ ଡିପ୍ରେସନ ଝଡ଼ବାତ୍ୟାରେ ରୂପାନ୍ତରିତ ହେବ । ଅାଜି ମଧ୍ୟରାତ୍ରରେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବ । ଦେଖନ୍ତୁ ଏହି ଭିଡିଓ –

  • Friday, 02 July 2021
ରାଜଧାନୀରେ ଶିକ୍ଷକଙ୍କ ଗର୍ଜନ
ରାଜଧାନୀରେ ଶିକ୍ଷକଙ୍କ ଗର୍ଜନ

ଭୁବନେଶ୍ୱର : କାହା ପାଇଁ ସରକାର। ରାଜଧାନୀର ରାଜରାସ୍ତାରେ ପ୍ରବଳ ବର୍ଷାରେ ଭିଜି ଭିଜି ନିଜ ହକ୍ ପାଇଁ ଲଢ଼େଇ କରୁଥିବା ଶିକ୍ଷକମାନେ ପଚାରିଛନ୍ତି ଏହି ପ୍ରଶ୍ନ । ଓଡ଼ିଶା ସ୍କୁଲ କଲେଜ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚର ମହାବେଶରେ ମଞ୍ଚର ନେତା କହିଛନ୍ତି, ଜଣେ ସାଧାରଣ ଲୋକର ଉକ୍ତି ପାଇଁ ବିଧାନସଭା ଉଠୁଛି ପଡୁଛି। ଅଥଚ ବର୍ଷାରେ ଭିଜୁଥିବା ହଜାର ହଜାର ଶିକ୍ଷକଙ୍କ ପାଇଁ କେହି ନାହିଁ । ୩୬ ଦିନ ହେଲା ଅାମେ ଏଠାରେ […]

  • Friday, 02 July 2021
୧୫ ଦିନର ଶିଶୁ ପୁତ୍ରକୁ ଚେଙ୍କ
୧୫ ଦିନର ଶିଶୁ ପୁତ୍ରକୁ ଚେଙ୍କ

କେନ୍ଦୁଝର: ଥଣ୍ଡା ଓ ପେଟ ଯନ୍ତ୍ରଣାରୁ ଭଲ ହେବାପାଇଁ ୧୫ ଦିନର ଶିଶୁ ପୁତ୍ରକୁ ଚେଙ୍କ। କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଳକ୍‌ କାଞ୍ଜିପାଣି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶିଶୁଟିକୁ ତା’ର ଜେଜେମା’ ଚେଙ୍କ ଦେଇଥିଲେ ବୋଲି ଜଣାପଡ଼ିଛି। ତେବେ ଗତକାଲି ରାତିରେ ଶିଶୁଟିର ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

  • Friday, 02 July 2021
ପୂର୍ବତନ ବିଧାୟକଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ
ପୂର୍ବତନ ବିଧାୟକଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ରଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଜିତୁଙ୍କ ସହ ତାଙ୍କ ପରିବାର ଲୋକଙ୍କ ନାଁରେ ତାଙ୍କ ବୋହୂ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏନେଇ ତାଙ୍କ ବୋହୂ ବିଧାୟକ ଜିତୁ, ତାଙ୍କ ପତ୍ନୀ ଏବଂ ବଡ଼ ପୁଅଙ୍କ ନାଁରେ ଖୋର୍ଦ୍ଧା ଟାଉନ ଥାନାରେ ଏତଲା ଦେଇଛନ୍ତି। ଏହାପରେ ପୁଲିସ୍‌ ମାମଲା ରୁଜୁ କରିଛି। ଜିତୁ ମିତ୍ରଙ୍କ ବଡ଼ ପୁଅ ବର୍ଷକ ତଳେ ଭଦ୍ରକ ଅଞ୍ଚଳରେ ବିବାହ କରିଥିଲେ। ବିବାହର […]

  • Friday, 02 July 2021
ଓଲଟି ପଡ଼ିଲା ବସ୍‌; ୩୦ରୁ ଉର୍ଦ୍ଧ୍ୱ ଆହତ, ୪ ଗୁରୁତର

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ବଲାଣିପାଟ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପାରାଦୀପରୁ-ରାଉରକେଲା ଯାଉଥିବା ଏକ ବସ୍‌ର ଚକା ଫାଟି ଯିବାରୁ ତାହା ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ବସ୍‌ରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ୨ ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି । ସେମାନଙ୍କୁ ରାଉରକେଲା ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଛି । […]

  • Friday, 02 July 2021
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି; ଦୁଇ ଦିନ ଧରି ପ୍ରବଳ ବର୍ଷିବ
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି; ଦୁଇ ଦିନ ଧରି ପ୍ରବଳ ବର୍ଷିବ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଡିପ୍ରେସନ୍‌ ଏବଂ ପରେ ଡିପ୍‌-ଡିପ୍ରେସନ୍‌ରେ ପରିଣତ ହେବ। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି ।  ଗତକାଲି ରାତିଠୁ ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ସକାଳୁ […]

  • Friday, 02 July 2021
ଅଭିଜିତ୍‌ଙ୍କ ପୁରୁଣା ଟ୍ୱିଟ୍‌କୁ ନେଇ ବଢ଼ୁଛି ବିବାଦ: ବୈଜୟନ୍ତ ପ୍ରତିକ୍ରିୟା
ଅଭିଜିତ୍‌ଙ୍କ ପୁରୁଣା ଟ୍ୱିଟ୍‌କୁ ନେଇ ବଢ଼ୁଛି ବିବାଦ: ବୈଜୟନ୍ତ ପ୍ରତିକ୍ରିୟା

ଭୁବନେଶ୍ୱର: ଟୁଇଟର୍‌ରେ ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ୨୦୧୭ ମସିହାରେ ଅଭିଜିତ୍ ଓଡ଼ିଶା, ଓଡ଼ିଶାର ସଂସ୍କୃତି, ଭାସ୍କର୍ଯ୍ୟ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଆପତ୍ତିଜନକ ଟ୍ୱିଟ୍ କରିଥିଲେ। ଏହାକୁ ନେଇ ବିଧାନସଭାର ଶୂନ୍ୟକାଳରେ ଶାସକ ଦଳର ସଦସ୍ୟମାନେ ହୋହଲ୍ଲା କରିଥିଲେ। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦଳ ଦାବି କରିଛି। ଅନ୍ୟପଟେ ବିରୋଧୀ ଦଳ ମଧ୍ୟ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି।

  • Friday, 02 July 2021
ଅଙ୍କରାନ୍ତିପୁର ରାସ୍ତାରୋକ ହଟିଲା

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ୍ ଅଙ୍କରାନ୍ତିପୁରରେ ହୋଇଥିବା ରାସ୍ତାରୋକ ହଟିଛି। ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଛି। ଫଳରେ ଉଭୟ ପଟେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ଅଙ୍କରାନ୍ତିପୁର ଗାଁ ମନ୍ଦିର ପୂଜକଙ୍କୁ ଆଜି ହାତୀ କଚାଡ଼ି ଦେଇଥିଲା। ପୂଜକଙ୍କୁ ଘରୁ ଟାଣି ନେଇ କଚାଡ଼ି ଦେଇଥିଲା ହାତୀ। ଗୁରୁତର ଅବସ୍ଥାରେ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି। ଯାହାକୁ ବିରୋଧ କରିବା ସହ କ୍ଷତିପୂରଣ ଦାବି […]

  • Friday, 02 July 2021
ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ
ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ବାଲେଶ୍ୱର  : ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ। ବାଲେଶ୍ୱର ଜିଲ୍ଲା ମଇତାପୁର ପଞ୍ଚାୟତର କୁମ୍ଭାରପାଟଣା ଗ୍ରାମରେ ନିଅାଁରେ ପୋଡ଼ିଯାଇ ଜଣେ ନବବଧୂଙ୍କ ମୃତ୍ୟୁ ହୋଇଛି। ତେବେ ମହିଳାଙ୍କ ପରିବାର ଲୋକ ଏହାକୁ ଯୋଜନାବଦ୍ଧ ଭାବେ ପୋଡି ଦିଅାଯାଇଥିବା ଅଭିଯୋଗ କରିଛନ୍ତି। ସିମୁଳିଅା ପୁଲିସ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସିମୁଳିଅା ଥାନା କୁମ୍ଭାରପାଟଣା ଗ୍ରାମର ନରହରି ଶିଅଳ ୫ ମାସ ତଳେ ଉର୍ମିଳା ଶିଅଳଙ୍କୁ ବିବାହ କରିଥିଲେ। ବାହାଘର ବେଳେ ଉର୍ମିଳାଙ୍କ […]

  • Friday, 02 July 2021
ଗଡ଼ଜାତ ଅଞ୍ଚଳରେ ଅାଜି ନୂଆଁଖାଇ
ଗଡ଼ଜାତ ଅଞ୍ଚଳରେ ଅାଜି ନୂଆଁଖାଇ

କଳାହାଣ୍ଡି : ଅାଜି କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଏବଂ ଜମିଦାରି ଅଞ୍ଚଳରେ ପାଳନ ହେଉଛି ନୂଆଁଖାଇ। କଳାହାଣ୍ଡିର ୭ଟି ଗଡ଼ଜାତ ଅଞ୍ଚଳରେ ପାଳନ ହେଉଛି ନୂଆଁଖାଇ ପର୍ବ। ଇଷ୍ଟଦେବୀ ମାଅା ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ନୂଅା ଖାଇବେ ଜିଲ୍ଲାବାସୀ । ଜିଲ୍ଲାର ଭବାନୀପାଟଣା, ମଦନପୁର ରାମପୁର, ଥୁଅାମୁଲ ରାମପୁର, ଜୟପାଟଣା, ଲାଞ୍ଜିଗଡ଼, କର୍ଲାପାଟ ଏବଂ ଦାଦପୁର ଅଞ୍ଚଳରେ ପାଳନ ହେଉଛି । ପରମ୍ପରା ଅନୁସାରେ ଦଶମୀ ତିଥିରେ ଗଡ଼ଜାତରେ ପାଳନ ହୁଏ ନୂଆଁଖାଇ […]

  • Friday, 02 July 2021
ବିଧାନସଭାରେ ଅାରମ୍ଭରୁ ହଙ୍ଗାମା
ବିଧାନସଭାରେ ଅାରମ୍ଭରୁ ହଙ୍ଗାମା

ଭୁବନେଶ୍ୱର : ଅାଜି ମଧ୍ୟ ଧୋଇଗଲା ବିଧାନସଭାର ପ୍ରଶ୍ନକାଳ ଓ ଶୂନ୍ୟକାଳ।  ଅାଜି ଗୃହକାର୍ଯ୍ୟ ଅାରମ୍ଭ ହେବା ମାତ୍ରେ ହଙ୍ଗାମା କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି ।  ହଟ୍ଟଗୋଳ କାରଣରୁ ଶୂନ୍ୟକାଳରେ ବି ଚାଲିପାରିଲାନି ଗୃହକାର୍ଯ୍ୟ । ପ୍ରଥମେ ୧୧ଟା ୩୦ ଏବଂ ପରବର୍ତ୍ତି ସମୟରେ ୩ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ରାଜ୍ୟର ଅାଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଲତବୀ ନୋଟିସ ଦେଇଥିଲା କଂଗ୍ରେସ। ବାଚସ୍ପତି କଂଗ୍ରେସର ମୁଲତବୀ ନୋଟିସ୍ […]

  • Friday, 02 July 2021
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବଦଳାଇଲେ ନିଜ କଥା
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବଦଳାଇଲେ ନିଜ କଥା

ଭୁବନେଶ୍ୱର : ଚିଲିକା ଉପରେ ହେଲିକପ୍ଟର ଉଡାଣ ପ୍ରସଙ୍ଗରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କ ୟୁ-ଟର୍ଣ୍ଣ । ପୂର୍ବରୁ କହିଥିଲେ ହେଲିକପ୍ଟର ଉଡାଇବା ଦ୍ୱାରା ଜୈବ ବିବିଧତା ନଷ୍ଟ ହେବାର ସ୍କୋପ୍ ନାହିଁ । ଏହି ମନ୍ତବ୍ୟ ଦେବାର କିଛି ସମୟ ପରେ ପୁଣି ଗଣମାଧ୍ୟମକୁ ଡାକି ନିଜର ମତ ବଦଳାଇଛନ୍ତି । ସେ କହିଛନ୍ତି ଯେ, ଏହି ଚପର୍‌ଟି ଲୋ ଲାଇନରେ ଉଡିଥିଲା । ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି ବନ୍ୟପ୍ରାଣୀ। ତେବେ କାହିଁକି ଏବଂ […]

  • Friday, 02 July 2021