• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ଘଟଣାରେ ୪ ଗିରଫ
ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ଘଟଣାରେ ୪ ଗିରଫ

ବରଗଡ: ଛାତ୍ରୀ ନିବାସରେ ନାବାଳିକା ଛାତ୍ରୀଙ୍କୁ ମାଲିକର ଅସଦାଚରଣ ଅଭିଯୋଗ। ବରଗଡ଼ ଜିଲ୍ଲା ଗୌରପଡ଼ାରେ ଥିବା ଏକ ଛାତ୍ରୀ ନିବାସରେ ଛାତ୍ରୀଙ୍କୁ ମାଲିକର ଅସଦାଚରଣ ଅଭିଯୋଗ ଘଟଣାର ଭିଡିଓ ଭାଇରାଲ ହୋଇଛି। ଏନେଇ ଛାତ୍ରୀଙ୍କ ବାପା ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରବିନାରାୟଣ ଛତର, ବିମ୍ବାଧର ମଲ୍ଲିକ, ସୁବୋଧ ମେହେର ଓ ଜଗନ୍ନାଥ ଛତର। ଅଭିଯୋଗ ଅନୁସାରେ, […]

  • Saturday, 03 July 2021
ବିଜେପି ପକ୍ଷରୁ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ
ବିଜେପି ପକ୍ଷରୁ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ

ଫୁଲବାଣୀ: ବିଜେପି ପକ୍ଷରୁ ଆଜି କନ୍ଧମାଳ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନବଜାର ସହ ବିଭିନ୍ନ ସ୍ଥାନକୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ବିଜେପି କର୍ମୀ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି। ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କଅଁରଙ୍କ ଭାଇରାଲ ଭିଡିଓ ଏବଂ କୋଟଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାର ପ୍ରତିବାଦରେ ଏହି […]

  • Saturday, 03 July 2021
ମାଆକୁ ଘରେ ପୂରାଇ ଦେଲା ନାହିଁ ପୁଅ

ରାୟଗଡ଼ା: କଥାରେ ଅଛି ବାପା ମାଆ ସ୍ୱର୍ଗଠୁ ବଡ଼। ନିଜ ପୁଅ ଝିଅଙ୍କ ପାଇଁ ତାଙ୍କର ବଳିଦାନ ଅତୁଳନୀୟ। ହେଲେ ଅନେକ ସମୟରେ ବାପା ମାଆ ମାନେ ନିଜ ରୋଜଗାର କ୍ଷମ ପୁଅ ଝିଅଙ୍କ ନିକଟରେ ଅଲୋଡ଼ା ହୋଇଯାଆନ୍ତି। ମୁଠାଏ ଦାନା ପାଇଁ ପୁଅ ଝିଅଙ୍କ ଦାଣ୍ଡ ଦୁଆରେ ଘଣ୍ଟା ଘଣ୍ଟା ଧରି ବାପା ମାଆଙ୍କୁ ପଡ଼ି ରହିବାକୁ ପଡ଼ିଥାଏ। ଏଭଳି କିଛି ଦୃହୟ ବିଦାରକ ଘଟଣା ରାୟଗଡ଼ାରେ ଦେଖିବାକୁ ମିଳିଛି। ଯେଉଁଠି ଜଣେ ମାଆ ନିଜର […]

  • Saturday, 03 July 2021
ଚାକିରି କରାଇ ଦେବା ନାଁରେ ଠକେଇ
ଚାକିରି କରାଇ ଦେବା ନାଁରେ ଠକେଇ

ମୟୁରଭଞ୍ଜ  : ମୟୁରଭଞ୍ଜ ଜିଲ୍ଲା ଅଞ୍ଚଳର ଯୁବକଯୁବତୀଙ୍କୁ ଚାକିରି କରାଇ ଦେବା ନାଁରେ ଏକ ବଡଧରଣର ଠକେଇ ଅଭିଯୋଗ । ଜିଲ୍ଲାରୁ ୫ କୋଟି ଟଙ୍କାରୁ ଅଧିକ ଠକେଇ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗରେ ଖୁଣ୍ଟା ଥାନା ପୁଲିସ ଚାନ୍ଦିପୁର ଅଞ୍ଚଳରୁ ଜଣକୁ ଗିରଫ କରିଛି। କୋର୍ଟ ୱାରେଣ୍ଟ ବଳରେ ଖୁଣ୍ଟା ଥାନା ଅଞ୍ଚଳର ଅଭିଯୁକ୍ତ ଲକ୍ଷ୍ମଣ ହାଁସଦାଙ୍କୁ ଗିରଫ କରିଛି ପୁଲିସ। ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ ଏକ କମ୍ପାନୀରେ ଚାକିରି କରାଇ ଦେବାକୁ କହି […]

  • Saturday, 03 July 2021
ମହାରଥୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଥାନାରେ ଅଭିଯୋଗ
ମହାରଥୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଥାନାରେ ଅଭିଯୋଗ

ପିପିଲି: ବିବାଦୀୟ ମନ୍ତବ୍ୟକୁ ନେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗତକାଲି ମହାରଥୀଙ୍କ ବିରୋଧରେ ପିପିଲି ଡେଲାଙ୍ଗ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପିପିଲି ଥାନାରେ ଅଭିଯୋଗ ହୋଇଛି। ଯଦି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହୁଏ, ତେବେ ଆଗାମୀ ଦିନରେ ଆବଶ୍ୟକ ପଡ଼ିଲେ ଥାନାରେ ଚାବି ପକାଇବାକୁ ଚେତାବନୀ ଦେଇଛି ମହିଳା ମୋର୍ଚ୍ଚା। ଏପଟେ ଥାନା ଅଧିକାରୀ କହିଛନ୍ତି, ଅଭିଯୋଗକୁ ଗ୍ରହଣ କରାଯାଇଛି ଓ ଏହାର ତଦନ୍ତ କରାଯିବ। ଏପଟେ ବିବାଦୀୟ ମନ୍ତବ୍ୟ […]

  • Saturday, 03 July 2021
କୋଣାର୍କରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି
କୋଣାର୍କରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି

କୋଣାର୍କ: ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳ କୋଣାର୍କରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୦ ବର୍ଷ ଭିତରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଅଧାରୁ ଅଧିକ କମିଗଲାଣି। ୨୦୧୭ରେ ସବୁଠାରୁ କମ୍ ୫,୫୯୬ ଜଣ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ୨୦୦୦ ମସିହାରେ କୋଣାର୍କକୁ ସମୁଦାୟ ୧୪ ଲକ୍ଷ ପର୍ଯ୍ୟଟକ ଆସିଥିଲେ। ସେମାନଙ୍କ ମଧ୍ୟରୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧୩ ହଜାରରୁ ଅଧିକ ଥିଲା। ତେବେ କ୍ରମାଗତ ଭାବେ ବିଦେଶୀ ପର୍ଯ୍ୟଟଙ୍କ ସଂଖ୍ୟା କମିବାରେ […]

  • Saturday, 03 July 2021
ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି

ଉମରକୋଟ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁରର ଝରିଗାଁ ଲ୍ୟାମ୍ପ୍ସ ଏମ୍‌ଡି ମନସାଇ ପନକାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢ଼ଉ କରାଯାଇଛି। ମନସାଇଙ୍କ ଭରଣ୍ଡିପଡ଼ା, ଉମରକୋଟ ଘର ସହ ଝରିଗାଁ ଅଫିସ୍‌ରେ ମଧ୍ୟ ଚଢ଼ଉ ହୋଇଛି। ଚଢ଼ଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କିଛି ନଗଦ ଟଙ୍କା ଜବତ କରାଯାଇଛି।

  • Saturday, 03 July 2021
ହେଲିକପ୍ଟର ନହେଲେ ବି ଗାଡ଼ିରେ ବୁଲି ଲୋକଙ୍କୁ ଭେଟିବି: ବୈଜୟନ୍ତ
ହେଲିକପ୍ଟର ନହେଲେ ବି ଗାଡ଼ିରେ ବୁଲି ଲୋକଙ୍କୁ ଭେଟିବି: ବୈଜୟନ୍ତ

ସାଲେପୁର: ହେଲିକପ୍ଟର ଜବତ ଓ ଅଭିଜିତ ଆୟାରଙ୍କ ମନ୍ତବ୍ୟ ପ୍ରସଙ୍ଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ହେଲିକପ୍ଟର ନହେଲେ ବି ଗାଡ଼ିରେ ବୁଲି ଲୋକଙ୍କୁ ଭେଟି ପାରିବେ ବୋଲି ବୈଜୟନ୍ତ କହିଛନ୍ତି। ଅଭିଜିତ ଆୟାର ତାଙ୍କ ବନ୍ଧୁ ନୁହନ୍ତି ବୋଲି ବୈଜୟନ୍ତ ସ୍ପଷ୍ଟ କରିଛନ୍ତି। ଅଭିଜିତଙ୍କ ସହ ତାଙ୍କର କେବଳ ଦୁଇ ଥର ଦେଖା ହୋଇଥିଲା ବୋଲି ବୈଜୟନ୍ତ କହିଛନ୍ତି। ସେହିପରି ବିବାଦୀୟ ମନ୍ତବ୍ୟକୁ ନେଇ ତାଙ୍କର କୌଣସି ଭୂମିକା ନାହିଁ ଓ ଅଭିଜିତ୍ […]

  • Saturday, 03 July 2021
ସହି ପାରିଲେନି ପୁଅ ମୃତ୍ୟୁର ଦୁଃଖ, ଜୀବନ ହାରିଦେଲେ ବାପା ମାଆ

ଯାଜପୁର: ପୁଅର ମୃତ୍ୟୁ ପରେ ବିଷ ପିଇ ଆତ୍ମହତ୍ୟା କଲେ ବାପା ମାଆ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅର୍ନ୍ତଗତ କୁରିସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁଇ ମୃତକ ହେଲେ ପ୍ରଦୀପ ଜେନା ଓ ପ୍ରଭାତୀ ଜେନା। ସୁଚନା ଅନୁସାରେ, ପ୍ରଦୀପ ଓ ପ୍ରଭାତୀଙ୍କ ୮ ବର୍ଷର ପୁଅ ଓମ୍‌ କିଛି ଦିନ ହେବ ଥାଲାସେମିଆ ରୋଗରେ ପୀଡ଼ିତ ଥିଲେ। ପ୍ରତି ମାସରେ ଥରେ ତାଙ୍କୁ ରକ୍ତ ଦିଆଯାଉଥିଲା। ଗତ ସୋମବାର ଦିନ ତାଙ୍କ ଅବସ୍ଥା […]

  • Saturday, 03 July 2021
ସିରିଏଲ୍‌ ଅଭିନେତ୍ରୀଙ୍କୁ ଏସିଡ୍‌ ଆକ୍ରମଣ ଧମକ
ସିରିଏଲ୍‌ ଅଭିନେତ୍ରୀଙ୍କୁ ଏସିଡ୍‌ ଆକ୍ରମଣ ଧମକ

ଭୁବନେଶ୍ୱର: ସିରିଏଲ୍‌ ଅଭିନେତ୍ରୀଙ୍କୁ ଏସିଡ୍‌ ଆକ୍ରମଣ ଧମକ। ଜଣେ ଅଚିହ୍ନା ବ୍ୟକ୍ତି ଅଭିନେତ୍ରୀଙ୍କୁ ଅଶ୍ଲୀଳ ମେସେଜ୍‌ କରିବା ସହ ଗାଳିଗୁଲଜ କରୁଥିବାରୁ ପୁଲିସ୍ କମିଶନରଙ୍କ ନିକଟରେ ଅଭିନେତ୍ରୀ ଜଣଙ୍କ ଫେରାଦ ହୋଇଛନ୍ତି। ଅଚିହ୍ନା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯାନୁଷ୍ଠାନ ନେବା ପାଇଁ ଅଭିନେତ୍ରୀ ଜଣଙ୍କ ପୁଲିସ୍‌ କମିଶନରଙ୍କୁ ଜଣାଇଛନ୍ତି। ଗତକିଛି ଦିନ ହେବ ଜଣେ ଅଜଣା ବ୍ୟକ୍ତି ଏପରି କରି ଆସୁଥିବା ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି। ତେବେ ଅଭିନେତ୍ରୀଙ୍କ ଅଭିଯୋଗକୁ ଭିତ୍ତିକରି ଏହି ଘଟଣାର […]

  • Saturday, 03 July 2021