• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

film
ଲକ୍‌ଡାଉନକୁ ନେଇ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ

ଭୁବନେଶ୍ୱର: କରୋନା ପ୍ରଭାବ ସିନେମା ଶିଳ୍ପକୁ ଏକ ପ୍ରକାର ବନ୍ଦ କରି ଦେଇଥିବାବେଳେ  ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣ କରିଛି ଏକ ନୂଆ ଫିଲ୍ମ। ଲକ୍‌ଡାଉନକୁ ନେଇ ତିଆରି ହୋଇଛି ଫିଲ୍ମର କାହାଣୀ। ଫିଲ୍ମର କୌଣସି ଟାଇଟଲ୍‌ ଦିଆଯାଇ ନାହିଁ।  ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସବ୍ୟସାଚୀ, ତମନ୍ନା, ବବି ମିଶ୍ର ଏବଂ ପପୁ ପମ୍‌ପମ୍‌, ପ୍ରଦ୍ୟୁମ୍ନ ଲେଙ୍କା, ତୃପ୍ତି ସିହ୍ନା, ଜୀବନ ପଣ୍ଡା, ତ୍ରିଭୂବନ ପ୍ରମୁଖ । ପବିତ୍ର ରଥଯାତ୍ରା ଦିନ ଜୟଦେବ ବିହାରସ୍ଥିତ ହନୁମାନ […]

  • Tuesday, 13 July 2021
21212
ଆଜିଠୁ ଦେଖିବାକୁ ମିଳିବ ‘ତରଙ୍ଗ’ ଚ୍ୟାନେଲ୍‌ର ମେଗା ଧାରାବାହିକ

ଭୁବନେଶ୍ୱର: ମନୋରଞ୍ଜନ ଧର୍ମୀ ଚ୍ୟାନେଲ ତରଙ୍ଗରେ ଆଜିଠୁ ପୁଣି ଥରେ ଆରମ୍ଭ ହେଉଛି ମେଗା ଧାରାବାହିକ। ଲୋକପ୍ରିୟ ଧାରାବାହିକ ମାୟା, କୁଆଁରୀବୋହୂ, ନୂଆବୋହୂ, ସାବିତ୍ରୀ, ତାରାତାରିଣୀ ଓ ସିନ୍ଦୁରର ଅଧିକାର ଆଜିଠୁ ପୁଣି ଥରେ ତରଙ୍ଗରେ ପ୍ରସାରିତ ହେବ । ସେହିପରି ଓଡ଼ିଶାର ସବୁଠୁ ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ନେଇ ‘EXCUSE ME, ଯାହା କହିବି, ସତ କହିବି’ର ସିଜନ-ଥ୍ରୀ ମଧ୍ୟ ଆଜିଠୁ ରାତି ୧୦ଟାରେ ପ୍ରସାରିତ ହେବ। କରୋନା କଟକଣା ପାଇଁ ଦୀର୍ଘ […]

  • Tuesday, 13 July 2021
ranvir
ଅଭିନେତା ରଣବୀର ଆହତ, ଏମିତି ଅବସ୍ଥାରେ ପହଞ୍ଚିଲେ ଏୟାରପୋର୍ଟରେ

ମୁମ୍ବାଇ: ଏବେ ବଲିଉଡ୍‌ରେ ରଣବୀର କପୁର୍‌ ଓ ଆଲିଆ ଭଟ୍ଟଙ୍କ ଯୋଡ଼ିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ଉଭୟ ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ନିକଟରେ ଆଲିଆ ଓ ରଣବୀର ଉଭୟଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଏମାନେ ଚଣ୍ଡୀଗଡ଼ ଯିବା ପାଇଁ ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ରଣବୀରଙ୍କ ହାତରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ତାଙ୍କ ହାତରେ Arm sling ଗୁଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ସୂଚନାଥାଉ କି, […]

  • Monday, 12 July 2021
venu
ପ୍ରସିଦ୍ଧ ତେଲୁଗୁ ହାସ୍ୟ ଅଭିନେତା ଭେନୁ ମାଧବଙ୍କ ପରଲୋକ

ସିକନ୍ଦରାବାଦ: ପ୍ରସିଦ୍ଧ ତେଲୁଗୁ ହାସ୍ୟ ଅଭିନେତା ଭେନୁ ମାଧବଙ୍କ ପରଲୋକ ହୋଇ ଯାଇଛି।  ଆଜି ମଧ୍ୟାହ୍ନରେ ସିକନ୍ଦରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ୩୯ ବର୍ଷୀୟ ଏହି ହାସ୍ୟ ଅଭିନତାଙ୍କୁ ଆଇସିୟୁର ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଦୀର୍ଘଦିନ ହେବ ସେ କିଡ୍‌ନୀ ଓ ଲିଭର୍‌ ଜନିତ ରୋଗରେ ପୀଡ଼ିତ ଥିଲେ। ପୂର୍ବରୁ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଗୁଜବ ପ୍ରଚାର ହୋଇଥିଲା। ଯାହାକୁ ସେ ଗଣମାଧ୍ୟମ […]

  • Monday, 12 July 2021
Govinda
ବଲିଉଡ୍‌ରୁ ଦୂରରେ ରହି ବି କୋଟି କୋଟି କମଉଛନ୍ତି ଗୋବିନ୍ଦା

ବଲିଉଡ୍‌ରୁ ଦୂରରେ ରହି ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଗୋବିନ୍ଦା। ସେ ଅନେକ ରିଅଲ୍ ଇଷ୍ଟେଟ୍ ପ୍ରୋଜେକ୍ଟରେ ତାଙ୍କ ଅର୍ଥ ବିନିଯୋଗ କରିଛନ୍ତି । ଏହା ବ୍ୟତୀତ, ସେ ବ୍ରାଣ୍ଡ୍‌ ଏଣ୍ଡୋର୍ସମେଣ୍ଟରୁ ଭଲ ଟଙ୍କା ମଧ୍ୟ ରୋଜଗାର କରନ୍ତି ।

Suniel Shetty
ସୁନୀଲ ଶେଟ୍ଟୀଙ୍କ ବିଲ୍ଡିଂକୁ ସିଲ୍‌କଲା ବିଏମ୍‌ସି

ବିଏମ୍‌ସି ଦ୍ୱାରା ଅଭିନେତା ସୁନୀଲ ଶେଟ୍ଟୀଙ୍କ ବିଲ୍ଡିଂକୁ ସିଲ୍ କରାଯାଇଛି। ବିଲ୍ଡିଂରେ ଏକାଧିକ କରୋନା ମାମଲା ଦେଖିବାକୁ ମିଳିଥିଲା, ଯେଉଁ କାରଣରୁ ବିଏମ୍‌ସି ଏହି ପଦକ୍ଷେପ ନେଇଛି।

nagarjun
ଅଭିନେତା ନାଗାର୍ଜୁନଙ୍କ ଫାର୍ମହାଉସ୍‌ରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ

ହାଇଦ୍ରାବାଦ: ଲୋକପ୍ରିୟ ତେଲୁଗୁ ସୁପର୍‌ଷ୍ଟାର୍‌ ନାଗାର୍ଜୁନଙ୍କ ଫାର୍ମହାଉସ୍‌ରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ତେଲେଙ୍ଗାନା ସ୍ଥିତ ଏହି ଫାର୍ମହାଉସ୍‌ରୁ ମୃତଦେହ ଉଦ୍ଧାର ହୋଇଛି। ପୁଲିସ୍‌ର ସୂଚନା ଅନୁଯାୟୀ, ବୁଧବାର ଦିନ ନାଗାର୍ଜୁନ କିଛି ବିଶେଷଜ୍ଞଙ୍କୁ ଉକ୍ତ ଫାର୍ମହାଉସ୍‌କୁ ପଠାଇଥିଲେ। ସେଠାକାର ଜମିରେ କେଉଁ ପ୍ରକାର ଫସଲ କଲେ ଭଲ ହେବ ସେନେଇ ଯାଞ୍ଚ କରିବାକୁ ସେ ପଠାଇଥିଲେ। ତେବେ ସେମାନେ ସେଠାରେ ଉକ୍ତ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ କରିଥିଲେ। ନାଗାର୍ଜୁନଙ୍କ ଏହି […]

  • Monday, 12 July 2021
tina
ଚର୍ଚ୍ଚାରେ ଗୋବିନ୍ଦାଙ୍କ ଝିଅ‌ ଟିନା

ମୁମ୍ବାଇ: ବଲିଉଡରେ ଏବେ ଚାଲିଛି ଷ୍ଟାରକିଡ୍‌ଙ୍କ ଜମାନା। ବି-ଟାଉନ୍‌ରେ ସବୁବେଳେ କେଉଁ ନା କେଉଁ ତାରକାଙ୍କ ପିଲାଙ୍କୁ ନେଇ ଚର୍ଚ୍ଚା ହେଉଥାଏ। କାହାର ନୂଆ ଫିଲ୍ମ ରିଲିଜ୍ ହେଉଛି ତ କିଏ ପୁଣି ଡେବ୍ୟୁ କରିବାକୁ ଯାଉଛନ୍ତି। ଆଉ ଏବେ ଯେଉଁ ଷ୍ଟାର କିଡ୍‌ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା। ନିକଟରେ ଟିନା ମ୍ୟୁଜିକ୍‌ ଭିଡିଓରେ ଡେବ୍ୟୁ କରିଛନ୍ତି। ଯାହାର ନାଁ ହେଉଛି ‘ମିଲୋ ନା ତୁମ୍’।ଏହି ଗୀତଟି ସେ ସିଙ୍ଗର୍ ଗଜେନ୍ଦ୍ର […]

  • Monday, 12 July 2021
ranu
ଆଉ ଏକ ଗୀତ ଗାଇଲେ ରାନୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାନାଘାଟ ରେଲୱେ ଷ୍ଟେସନ୍‌ରେ ଗୀତ ଗାଇ ସୋଶାଲ୍‌ ମିଡିଆରେ ରାତାରାତି ସୁପର୍‌ଷ୍ଟାର୍‌ ହୋଇଥିବା ରାନୁ ମଣ୍ଡଳ ଗୋଟିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢ଼ିବାରେ ଲାଗିଛନ୍ତି। ନିକଟରେ ସେ ହିମେଶ ରେଶମିଆଁଙ୍କ ଫିଲ୍ମ ‘ହାପି ହାର୍‌ଡି ଆଣ୍ଡ୍‌ ହୀର୍‌’ରେ ‘ତେରୀ ମେରୀ କାହାନୀ’ ଗୀତ ରେକର୍ଡ କରିଥିଲେ। ଏହି ଗୀତଟିର ରେକର୍ଡିଂ ବେଳର ଭିଡିଓ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। ଯାହାକୁ  ନେଇ ବେଶ୍‌ ଚର୍ଚ୍ଚା ବି ହୋଇଥିଲା। ତେବେ ‘ତେରୀ ମେରୀ […]

  • Monday, 12 July 2021
vlcsnap-error360
ଦଶହରାରେ ରିଲିଜ୍‌ ହେବ ନୂଆ ଓଡ଼ିଆ ଫିଲ୍ମ ‘ବାବୁ ଭାଇଜାନ୍‌’

ଭୁବନେଶ୍ୱର: ଦିନ ଥିଲା ପିନ୍ଧିବା ପାଇଁ ତାଙ୍କ ପାଖରେ କପଡା ନ ଥିଲା। ପ୍ୟାଣ୍ଟ୍‌ ବଦଳରେ ଗାମୁଛା ପିନ୍ଧୁଥିଲେ। ସ୍କୁଲରେ ଦିଆ ଯାଉଥିବା ମକା ଖିରି ଖାଇବା ପାଇଁ ଲାଇନରେ ଛିଡା ହେଉଥିଲେ। ଯେଉଁ ବୟସରେ ଖଡ଼ି ସିଲଟ ଧରିବା କଥା ସେଇ ବୟସରେ ସେ କଇଁଚି ଆଉ କପଡା ଧରିଲେ।  ଆଉ ଏବେ ସେ ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି। ବାଲେଶ୍ୱରର ଅବଦୁଲ ଅମିନ ଖାନ୍‌ଙ୍କ ଏଭଳି ଏକ ସଂଘର୍ଷମୟ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି […]

  • Monday, 12 July 2021
andhadhun
ଜାତୀୟ ଫିଲ୍ମ ପୁରସ୍କାର ୨୦୧୯: ଆୟୁଷ୍ମାନ୍‌, ଭିକି ଶ୍ରେଷ୍ଠ ଅଭିନେତା

ମୁମ୍ବାଇ: ୬୬ତମ ଜାତୀୟ ଫିଲ୍ମ ପୁରସ୍କାର ବିଜେତାଙ୍କ ନାମ ଆଜି ଘୋଷଣା କରାଯାଇଛି। ସାଧାରଣତଃ ଏପ୍ରିଲ ମାସରେ ଏହାର ଘୋଷଣା କରାଯାଉଥିଲେ ମଧ୍ୟ ନିର୍ବାଚନ କାରଣରୁ ଏହା ସ୍ଥଗିତ ରହିଥିଲା। ଚଳିତ ବର୍ଷ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଅନ୍ଧାଧୁନ୍‌’ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏହି ଅବସରରେ ଉତ୍ତରାଖଣ୍ଡ ରାଜ୍ୟକୁ ‘ବେଷ୍ଟ ଫିଲ୍ମ ଫ୍ରେଣ୍ଡଲି’ ରାଜ୍ୟ ସମ୍ମାନ ମିଳିଛି। ସେହିପରି ସାମଜିକ ସମସ୍ୟା ବିଭାଗରେ ‘ପ୍ୟାଡ୍‌ମ୍ୟାନ୍‌’କୁ ଶ୍ରେଷ୍ଠ ଫିଲ୍ମ ଭାବେ ମନୋନୀତ […]

  • Monday, 12 July 2021
Capture
ଝୁଲନ୍ତା ଅବସ୍ଥାରେ ‘ବାହୁବଳୀ’ ଅଭିନେତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର

ହାଇଦ୍ରାବାଦ: ଫିଲ୍ମ ‘ବାହୁବଳୀ’ରେ ଅଭିନୟ କରିଥିବା ମଧୁପ୍ରକାଶଙ୍କ ପତ୍ନୀ ଭାରତୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମଙ୍ଗଳବାର ତାଙ୍କ ନିଜ ଘରୁ ପୁଲିସ୍‌ ଭାରତୀଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ଏହି ଘଟଣାରେ ଅଭିନେତା ମଧୁଙ୍କ ସମ୍ପୃକ୍ତି  ଥିବା ନେଇ ଗତକାଲି ଭାରତୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ପୁଲିସ  ଏ ନେଇ ମାମଲା ରୁଜୁ କରିବା ସହ ମଧୁଙ୍କୁ ଗିରଫ କରିଛି। ଭାରତୀଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ମଧୁ ବାରମ୍ବାର ଭାରତୀଙ୍କୁ ଯୌତୁକ ନିର୍ଯାତନା ଦେବାସହ ମାର୍‌ପିଟ୍‌ ମଧ୍ୟ କରୁଥିଲେ। […]

  • Monday, 12 July 2021
akshay
ଜାଣନ୍ତୁ କାହିଁକି କ୍ରିକେଟ୍‌କୁ ପସନ୍ଦ କରନ୍ତି ନାହିଁ ଅକ୍ଷୟ କୁମାରଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର କ୍ରିକେଟ୍‌ର ବହୁତ ବଡ଼ ଫ୍ୟାନ୍‌ ହୋଇଥିଲେ ମଧ୍ୟ ତାଙ୍କ ପୁଅ ଆରଭ ଏହି ଖେଳକୁ ପସନ୍ଦ କରନ୍ତି ନାହିଁ। ଜାଣନ୍ତି କାହିଁକି? କାରଣ ଅକ୍ଷୟ କ୍ରିକେଟ୍‌ ମ୍ୟାଚ୍‌ ବହୁତ ଦେଖନ୍ତି। ଆଉ ଏହାକୁ ତାଙ୍କ ପୁଅ ଏହାକୁ ପସନ୍ଦ କରନ୍ତି ନାହିଁ। କଥାଟା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ଏହା ସତ। ତେବେ ଏସବୁ ସେତେବେଳେ ପର୍ଦ୍ଦାଫାସ ହୋଇଥିଲା ଯେତେବେଳେ ଷ୍ଟାର ସ୍ପୋର୍ଟସ୍‌ ଫିଲିପ୍ସ ହୁଇ କ୍ରିକେଟ୍ ଲାଇଭ୍‌ରେ ଅକ୍ଷୟ […]

  • Monday, 12 July 2021
bigg boss telugu
‘ବିଗ୍‌ ବସ୍‌’ ତେଲୁଗୁ ଆୟୋଜକଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଲେ ମହିଳା ସାମ୍ବାଦିକ

ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ମହିଳା ସାମ୍ବାଦିକ ‘ବିଗ୍‌ ବସ୍‌’ ତେଲୁଗୁ କାର୍ଯ୍ୟକ୍ରମ ନାଁ’ରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଏହି ଶୋ’ର ତୃତୀୟ ସଂସ୍କରଣ ପାଇଁ ସେ ମନୋନୀତ ହୋଇଥିଲେ। ତେବେ ଶୋ’ର ଫାଇନାଲ୍‌ ସିଲେକ୍ସନ୍‌ ରାଉଣ୍ଡକୁ ଯିବାକୁ ହେଲେ ପ୍ରଥମେ ‘ବସ୍‌’ଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ହେବ ବୋଲି କାର୍ଯ୍ୟକ୍ରମର ଆୟୋଜକ ତାଙ୍କୁ କହିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅଧାରରେ ଏହି ରିଅଲିଟି ଶୋ’ର ଆୟୋଜକମାନଙ୍କ ନାମରେ […]

  • Monday, 12 July 2021
arman
କିଏ ସେଇ ଲକି ଚାର୍ମ ... ଯାହା ପାଇଁ ସବୁରି ଓଠରେ ଆଜି ଅର୍‌ମାନ୍‌

ମୁମ୍ବାଇ: ବାପା ମା’ ସେମାନଙ୍କର ସନ୍ତାନଙ୍କ ଖୁସି ପାଇଁ ସବୁ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥାନ୍ତି । ହେଲେ ଆମେ ଆଜି ବଲିଉଡ୍‌ର ଏମିତି ଜଣେ ବାପାଙ୍କ କଥା କହିବୁ, ଯେ କି ସେ ତାଙ୍କ ପୁଅର ସ୍କୁଲ୍‌ରେ ଆଡମିଶନ ପାଇଁ ଘର ବିକ୍ରି କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ। କଥା ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ସତ। ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଅର୍‌ମାନ୍‌ ମଲିକ୍‌ଙ୍କ ବାପା ତଥା ଅଭିନେତା ଡବୁ ମଲିକ୍‌ ଅର୍‌ମାନ୍‌ଙ୍କୁ […]

  • Monday, 12 July 2021
akshya kumar
ଅକ୍ଷୟଙ୍କ ଇନ୍‌କମ୍‌ ଦେଖି ତାପସୀ ଦେଲେ ଏମିତି ରିଆକ୍ସନ...

ମୁମ୍ବାଇ: ସମସ୍ତେ ଜାଣନ୍ତି, ବଲିଉଡ୍‌ର ଖିଲାଡି ଅକ୍ଷୟ କୁମାର ହାଇଏଷ୍ଟ ପେଡ୍‌ ଷ୍ଟାର। ସେଥିପାଇଁ ଫୋବର୍ସ ମାଗାଜିନ୍‌ ପକ୍ଷରୁ ନିକଟରେ ଏକ ଲିଷ୍ଟ ପ୍ରକାଶ ପାଇଛି, ଯେଉଁଥିରେ ଅକ୍ଷୟ କୁମାର ସବୁଠୁ ଅଧିକ  ଇନ୍‌କମ୍‌  କରୁଥିବା ଅଭିନେତା ବୋଲି କୁହାଯାଇଛି। ମାଗାଜିନ୍‌ରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ, ୨୦୧୮ ମସିହା ଜୁନ୍‌ରୁ ୨୦୧୯ ମସିହା ଜୁନ୍‌ ପର୍ଯ୍ୟନ୍ତ ଅକ୍ଷୟ ୪୪୪ କୋଟି ଟଙ୍କା ଇନ୍‌କମ୍‌ କରିଛନ୍ତି। ଏ କ୍ଷେତ୍ରରେ ରିହାନା, ସ୍କାରଲେଟ୍‌ ଜୋହନସର୍‌ ଓ ବ୍ରେଡ୍‌ଲି କୁପରଙ୍କ ଭଳି […]

  • Monday, 12 July 2021
sonakshi
ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଘରେ ପୁଲିସ୍‌ର ଖୋଳତାଡ଼

ନୂଆଦିଲ୍ଲୀ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ମାମଲାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ପୁଲିସ୍‌ ଗୁରୁବାର ଅଭିନେତ୍ରୀଙ୍କ ଘରକୁ ଯାଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଫେବୃଆରୀରେ ବଲିଉଡ୍‌ର ଏହି ଟପ୍‌ ଅଭିନେତ୍ରୀଙ୍କ ସମେତ ୪ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁସାରେ, ଏକ ଇଭେଣ୍ଟ ପାଇଁ ସୋନାକ୍ଷୀ ୨୪ ଲକ୍ଷ ଟଙ୍କା ନେଇଥିଲେ ହେଲେ ଇଭେଣ୍ଟକୁ ଆସି ନଥିଲେ। ଇଭେଣ୍ଟଟି ୨୦୧୮ ମସିହା ସେପ୍ଟେମ୍ବର ମାସରେ ହେବାର ଥିଲା। ଠକେଇ […]

  • Monday, 12 July 2021
roti
ଦିନ ଥିଲା ବଲିଉଡ୍‌ର ଏହି ସୁପରଷ୍ଟାର ଦିନକୁ ୩୦ ପଟ ରୁଟି ଖାଉଥିଲେ

ମୁମ୍ବାଇ: ବଲିଉଡ୍‌ର ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚାରେ ରୁହନ୍ତି ଫିଟ୍‌ନେସ୍‌ ପାଇଁ ମଧ୍ୟ ସେତିକି ଚର୍ଚ୍ଚାରେ ରୁହନ୍ତି। ସେ ଅନେକ ଷ୍ଟାର୍‌ଙ୍କୁ ବି ଫିଟ୍‌ନେସ୍‌ ଟ୍ରେନିଂ ଦେଇଛନ୍ତି। ୫୩ ବର୍ଷରେ ପାଦ ଥାପି ସାରି ଥିଲେ ବି ଫିଟ୍‌ନେସ୍‌କୁ ନେଇ ସେ ପୂରା ସିରିୟସ୍‌। ଏଥିରେ ଟିକେ ହେଲେ ଅବହେଳା କରନ୍ତି ନାହିଁ। ବିଭିନ୍ନ ସମୟରେ ସୋଶାଲ୍ ମିଡିଆରେ ତାଙ୍କ ୱାର୍କଆଉଟ୍‌ର ଭିଡିଓ ଭାଇରାଲ୍‌ ହୁଏ। ଏଥିରୁ ଜଣାପଡ଼େ, ଭାଇଜାନ୍‌ ତାଙ୍କ ଫିଟ୍‌ନେସ୍‌କୁ […]

  • Monday, 12 July 2021
KANGANA
ସାମ୍ବାଦିକଙ୍କୁ ଦେଖି ପୁରୁଣା ରାଗ ସୁଝାଇଲେ କଙ୍ଗନା

ମୁମ୍ବାଇ: ଏମିତିରେ ତ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ୍ ସବୁବେଳେ ଚର୍ଚ୍ଚାରେ ରହନ୍ତି। କେତେବେଳେ ନିଜ ଫିଲ୍ମକୁ ନେଇ ତ କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ। ଆଉ ବେଳେବେଳେ ପୁରୁଣା କଥାକୁ ନେଇ ଅଯଥା ବିବାଦୀୟ ମନ୍ତବ୍ୟ ଦେଇ ଅବା ସାଥି କଳାକାରଙ୍କ ସଂପର୍କରେ ଆପତ୍ତିଜନକ କଥା କହି ସେ ଚର୍ଚ୍ଚାରେ ରହିଥା’ନ୍ତି। ଆଉ ଏବେ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ଉପରେ ରାଗ ସୁଝାଇ ସେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଆଗକୁ ଆସୁଛି କଙ୍ଗନାଙ୍କ […]

  • Monday, 12 July 2021
swaraj 11
ପ୍ରେସ୍‌ମିଟ୍‌ କରି ପ୍ରେମିକାଙ୍କ ସଂପର୍କରେ ଜଣାଇବେ ଅଭିନେତା ସ୍ୱରାଜ!

ଭୁବନେଶ୍ୱର:  ଓଲିଉଡ୍‌ ଅଭିନେତା ସ୍ୱରାଜ ଓ ଅଭିନେତ୍ରୀ ଭୂମିକା ଶିଶୁ କଳାକାରରୁ ଅଭିନୟ ଦୁନିଆରେ ପାଦ ଥାପିଛନ୍ତି। ଏହି ଦୁଇ କଳାକାରଙ୍କ ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ ରଜରେ ରିଲିଜ୍‌ ହୋଇଥିଲା। ଦର୍ଶକମାନେ ମଧ୍ୟ ଫିଲ୍ମଟିକୁ ବେଶ୍‌ ପସନ୍ଦ କରିଛନ୍ତି। ନିକଟରେ ଦୁହେଁ ଓଟିଭିର ‘ଗପସପ’ କାର୍ଯ୍ୟକ୍ରମକୁ ଆସିଥିଲେ। ଆଉ ଏଥିରେ ଆଲୋଚନା ବେଳେ ସ୍ୱରାଜଙ୍କ ‘ପ୍ରେମିକା’ କଥା ପଡ଼ିଥିଲା। ଏହି ସମୟରେ ସେ କହିଥିଲେ ଯେ, ପ୍ରେସ୍‌ମିଟ୍ କରି ପ୍ରେମିକାଙ୍କ ବିଷୟରେ ସୂଚନା ଦେବେ। ଏ ବିଷୟ ସେତେବେଳେ […]

  • Monday, 12 July 2021
aditya pancholi
ରେଞ୍ଜ ରୋଭର ଗାଡ଼ିରେ ମୋ ସହ ଦୁଷ୍କର୍ମ କରିଥିଲେ ପାଞ୍ଚୋଲି, କହିଲେ ବଲିଉଡ୍‌ ନାୟିକା

ମୁମ୍ବାଇ: ପ୍ରଯୋଜକ ତଥା ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ନାମରେ ଜଣେ ଆଗଧାଡ଼ିର ନାୟିକା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ସେଦିନର ଘଟଣାକୁ ନେଇ ସେ ପୁଲିସ୍‌ ନିକଟରେ ବଖାଣିଛନ୍ତି। ୨୦୦୪-୨୦୦୬ ମସିହାରେ ସେ ଏହି ଘଟଣା ବାବଦରେ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା ବୋଲି ଅଭିଯୋଗ କରିଛନ୍ତି। ବରସଭା ଥାନାରେ ଅଢ଼େଇ ପୃଷ୍ଠାର ଏହି ବିବୃତିରେ ସେ ଲେଖିଛନ୍ତି, ‘ମୁଁ ସେହିବର୍ଷ ପାଞ୍ଚୋଲିଙ୍କୁ ଭେଟିଥିଲି ଯେତେବେଳେ ତାଙ୍କୁ ୩୮ ବର୍ଷ ହୋଇଥିଲା ଏବଂ […]

  • Monday, 12 July 2021
film producer
ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ ପରଲୋକ

କଟକ: ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। କଟକ ଶଙ୍କରପୁର ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ‘ସୁନା ହରିଣୀ’, ‘ସୁନା ଚଢ଼େଇ’, ‘ସନ୍ତାନ’ ଓ ଭୀଷ୍ମପ୍ରତିଜ୍ଞା ଭଳି ଲୋକପ୍ରିୟ ଚଳଚ୍ଚିତ୍ରର ସେ ପ୍ରଯୋଜକ ଥିଲେ। ଏଥିସହ ଅନେକ ଟିଭି ସିରିଏଲର ମଧ୍ୟ ସେ ପ୍ରଯୋଜକ ଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।

  • Monday, 12 July 2021
salman
ଭାଇ ସଲମାନ୍‌ ଗିଫ୍ଟ କରିଥିବା ବିଏମଡବ୍ଲୁ କାର୍‌କୁ ବିକିବେ ଅର୍ପିତା

ମୁମ୍ୱାଇ:  ବଲିଉଡର ଭାଇଜାନ ସଲମାନ୍‌ ଖାନ୍‌ଙ୍କ ଗେହ୍ଲି ଭଉଣୀ ଅର୍ପିତା ଫିଲ୍ମ ଲାଇନରେ ସକ୍ରିୟ ନ ଥିଲେ ବି ସବୁବେଳେ ଲାଇମଲାଇଟ୍‌ରେ ଥାଆନ୍ତି। ପୁଣି ଏବେ ତାଙ୍କୁ ନେଇ ଚର୍ଚ୍ଚା। ଭାଇ ସଲମାନ୍‌ଙ୍କ ଦ୍ୱାରା ଗିଫ୍ଟ ପାଇଥିବା ଲକ୍‌ଜୁରି ବିଏମଡବ୍ଲୁ କାର୍‌କୁ ବିକ୍ରି କରିବାକୁ ଲାଗି ଅର୍ପିତା ଏବେ ମନସ୍ଥ କରିଛନ୍ତି। ଏଥିଲାଗି ସେ ଏକ ୱେବ୍‌ସାଇଟ୍‌ରେ ବିଜ୍ଞାପନ ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ହେଲେ କ’ଣ ପାଇଁ ସେ ଏହି କାର ବିକ୍ରି […]

  • Monday, 12 July 2021
irfan
ଏମିତି କରୁଣ ଥିଲା ଇରଫାନ୍‌ଙ୍କ ଶେଷ ଶବ୍ଦ !

ମୁମ୍ବଇ: ଆଉ ନାହାନ୍ତି ବଲିଉଡ ଅଭିନେତା ଇରଫାନ ଖାଁ। ହେଲେ ତାଙ୍କୁ ଝୁରି ହେଉଛି ବଲିଉଡ, ଝୁରି ହେଉଛନ୍ତି ତାଙ୍କର ଫ୍ୟାନ୍ସ। ତାଙ୍କର ଏପରି ଅକାଳ ବିୟାଗକୁ ଗ୍ରହଣ କରିପାରୁ ନାହାନ୍ତି ଦର୍ଶକ। ତାଙ୍କର ଅନୁପସ୍ଥିତି କେବଳ ବଲିଉଡ ନୁହେଁ,  ସାରା ଦେଶବାସୀଙ୍କୁ ଯେମିତି ଲୁହରେ ଭିଜାଇ ଦେଇଛି । ସେଲିବ୍ରିଟି ହୁଅନ୍ତୁ ବା ସାଧାରଣ ଲୋକ, ଇରଫାନଙ୍କ ମୃତ୍ୟୁ ରେ ସମସ୍ତେ ଭାଙ୍ଗି ପଡ଼ିଛନ୍ତି । ଇରଫାନ ଶେଷ ସମୟରେ କ’ଣ କହୁଥିଲେ ତାହାର ଏକ […]

  • Monday, 12 July 2021
kanika
କନିକା କପୁରଙ୍କ ପଞ୍ଚମ ଟେଷ୍ଟ ରିପୋର୍ଟ ବିଷୟରେ ଏମିତି କହିଲେ ଡାକ୍ତର

ମୁମ୍ବଇ: କରୋନା ସଂକ୍ରମିତ ବଲିଉଡ ସିଙ୍ଗର କନିକା କପୁରଙ୍କୁ ନେଇ ଏକ ଭଲ ଖବର । କନିକାଙ୍କର ପଞ୍ଚମ କୋଭିଡ ୧୯ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ତେବେ ପରବର୍ତ୍ତୀ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପର୍ଯ୍ୟନ୍ତ ସେ ଡାକ୍ତରଖାନାରେ ରହିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଏଠି କହି ରଖିବୁ, ୪ ଥର ଟେଷ୍ଟ ପରେ ବି କନିକାଙ୍କ ରିପୋର୍ଟ ପଜିଟିଭ ଆସୁଥିଲା`। ସେ ତାଙ୍କ ଇନଷ୍ଟ୍ରାଗ୍ରାମ୍ ଆକାଉଣ୍ଟରେ ତାଙ୍କ […]

  • Monday, 12 July 2021