• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

students
ବନ୍ଦ ହେବ ରାଜ୍ୟର ୩ ଡିଗ୍ରୀ କଲେଜ

ଭୁବନେଶ୍ୱର: ବନ୍ଦ ହେବ ରାଜ୍ୟର ୩ଟି ଡିଗ୍ରୀ କଲେଜ‌। ସେହିପରି ୧୦ଟି ଡିଗ୍ରୀ କଲେଜର ଅନୁମୋଦନ ପ୍ରତ୍ୟାହାର କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଜୋନ୍‌ର ଏହି ୧୩ଟି ଡିଗ୍ରୀ କଲେଜରେ ଲଗାତର ୩ ବର୍ଷ ଧରି ୨୫ ପ୍ରତିଶତରୁ କମ୍ ଛାତ୍ରଛାତ୍ରୀ ଆଡମିଶନ ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ […]

  • Tuesday, 13 July 2021
matric exam
ଘୁଞ୍ଚିଲା ମାଟ୍ରିକ୍‌ ଖାତାଦେଖା

ଭୁବନେଶ୍ୱର: ଘୁଞ୍ଚିଲା ମାଟ୍ରିକ୍‌ ଖାତାଦେଖା। ମହାବାତ୍ୟା ‘ଅମ୍ପନ୍‌’ ଯୋଗୁ ମାଟ୍ରିକ୍ ଖାତାଦେଖାକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ମାସ ୨୦ ତାରିଖରେ ମାଟ୍ରିକ୍‌ ଖାତାଦେଖା ଆରମ୍ଭ ହୋଇଥାନ୍ତେ। ହେଲେ ଏହା ପରିବର୍ତ୍ତେ ମେ’ ୨୧ରୁ ମାଟ୍ରିିକ୍ ଖାତାଦେଖା ହେବ। ଘରଠୁ ୧୦ କିଲୋମିଟର ଭିତରେ ମାଟ୍ରିକ୍ ଖାତା ଦେଖିବେ ଶିକ୍ଷକ। ୬୦ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଖାତାର‌ ମୂଲ୍ୟାୟନ ହେବ। ସେହିପରି +୨ ବାକିଥିବା ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ସରିବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର […]

  • Tuesday, 13 July 2021
exam
ସେପ୍ଟେମ୍ବର ୧୨ ତାରିଖରେ NEET (UG)- ୨୦୨୧

ସେପ୍ଟେମ୍ବର ୧୨ ତାରିଖରେ NEET (UG)- ୨୦୨୧ । କୋଭିଡ୍ କଟକଣା ଭିତରେ ସାରା ଦେଶରେ ହେବ ପରୀକ୍ଷା । କାଲି ଅପରାହ୍ନ ୫ଟାରୁ ଅନଲାଇନ୍‌ରେ ଆବେଦନ ।

exam
ଆଜି ସ୍ପେଶାଲ୍‌ OJEE: ୨୦ଟି ସହରର ୩୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ

ଭୁବନେଶ୍ୱର: ସ୍ପେଶାଲ୍‌ ଓଜେଇଇ (ଓଡ଼ିଶା ଜଏଣ୍ଟ୍‌ ଏଣ୍ଟ୍ରାନ୍ସ ଏକଜାମିନେସନ୍‌ ) ଆଜି ଅନୁଷ୍ଠିତ ହୋଇଛି। ରାଜ୍ୟର ୨୦ଟି ସହରର ୩୧ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷା ପାଇଁ ମୋଟ ୧୭ ହଜାର ୬୭୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ।  ବି.ଟେକ୍, ବି.ଫାର୍ମ, ଏମ୍‌ସିଏ ଓ ଏମ୍‌ବିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିଥିଲେ। ଏହି ସବୁ ପାଠ୍ୟକ୍ରମ ଲାଗି ଆଜି ଦୁଇଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହୋଇଛି। ସକାଳ […]

  • Monday, 12 July 2021
plus two cut off mark
ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ; ବିଜ୍ଞାନରେ ରେଭେନ୍ସା ଆଗରେ

ଭୁବନେଶ୍ୱର: ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ଆଜି ପ୍ରକାଶ ପାଇଛି। ୯୦ପ୍ରତିଶତ କଟ୍ ଅଫ୍ ମାର୍କ ସହ ବିଜ୍ଞାନରେ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି।  ସେହିପରି ୮୮. ୬୭% ସହ ଦ୍ୱିତୀୟରେ ଭୁବନେଶ୍ୱରର ବିଜେବି ହାୟର ସେକେଣ୍ଡାରୀ ସ୍କୁଲ ରହିଛି। ୮୭.୬୭% ସହ ତୃତୀୟରେ ବ୍ରହ୍ମପୁରର ସରସ୍ୱତୀ ବିଦ୍ୟାମନ୍ଦିର ରହିଛି। କଳାରେ ୭୧.୧୭% ସହ ବିଜେବି ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଥିବା ବେଳେ ୭୦.୧୭% କଟ୍ ଅଫ୍ ମାର୍କ […]

  • Monday, 12 July 2021
pic5
ଜୁଲାଇ ୨୧ରେ ଦ୍ୱିତୀୟ ସ୍ପେଶାଲ ଓଜେଇଇ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୧ ତାରିଖରେ ଦ୍ୱିତୀୟ ସ୍ପେଶାଲ ଓଜେଇଇ ଅନୁଷ୍ଠିତ ହେବ। ଏଥିପାଇଁ ଆଜିଠାରୁ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ।  ବିଟେକ୍, ବିଟେକ୍ ଲାଟେରାଲ୍ ଏଣ୍ଟ୍ରି, ଏମ୍‌ବିଏ, ଏମ୍‌ସିଏ ଏବଂ ଲାଟେରାଲ୍ ଏଣ୍ଟ୍ରି ଏମ୍‌ସିଏ ପାଇଁ ଏହି ପରୀକ୍ଷା ହେବ। ଓଜେଇଇ ଭଳି ଏହି ପରୀକ୍ଷା ମଧ୍ୟ ସମାନ ଢାଞ୍ଚାରେ ହେବ। ଜୁଲାଇ ୨୧ ତାରିଖ ଦିନ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏକ ଘଣ୍ଟା ଏହି ପରୀକ୍ଷା ହେବ। ୧୫ ତାରିଖରୁ ଛାତ୍ରଛାତ୍ରୀ […]

  • Monday, 12 July 2021
admission
ଆଜିଠୁ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ୩ରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆଜିଠୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଦିନ ୧୧ଟାରୁ ଛାତ୍ରଛାତ୍ରୀ ମାନେ www.samsodisha.gov.in ୱେବ୍‌ସାଇଟ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜୁଲାଇ ୮ ରହିଛି। ସେହିଦିନ ରାତି ୧୧ଟା ଯାଏ ଆବେଦନ କରିହେବ। ଜୁଲାଇ ୧୮ରେ ପ୍ରଥମ କଟ୍‌ଅଫ ମାର୍କ ତାଲିକା ପ୍ରକାଶ ପାଇବ। ପ୍ରଥମ ମେରିଟ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ଜୁଲାଇ ୧୯ରୁ ୨୩ ମଧ୍ୟରେ ନାମ ଲେଖାଇ ପାରିବେ। ସେହିଭଳି  ଦ୍ୱିତୀୟ କଟ୍‌ଅଫ ମାର୍କ […]

  • Sunday, 11 July 2021
ojee
ଆଜି ଓଜେଇଇ ଅନ୍‌ଲାଇନ୍ ଟେଷ୍ଟ

ଭୁବନେଶ୍ୱର: ଏମ୍‌ବିଏ,ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି, ଏମ୍‌ସିଏ ପାଠ୍ୟକ୍ରମରେ ନାମ ଲେଖା ପାଇଁ  ଓଜେଇଇ ପକ୍ଷରୁ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଅନ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମଥର ଲାଗି ପିଜି ସ୍ତରର କୋର୍ସ ପାଇଁ ଓଜେଇଇ ପକ୍ଷରୁ ଅନ୍‌ଲାଇନ୍‌ ପରୀକ୍ଷା କରାଯାଉଛି। ଏମ୍‌.ପ୍ଲାନ୍‌, ଏମ୍‌ସିଏ, ଏମ୍‌.ଆର୍କ, ଏମ୍‌.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ ପାଠ୍ୟକ୍ରମ ଲାଗି  ଆଜି  ୩ଟି ସିଫ୍ଟରେ ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ […]

  • Saturday, 10 July 2021
neet topper
ବଲାଙ୍ଗିରର ଆଶୁତୋଷ ପଣ୍ଡା ନିଟ୍‌ରେ ଓଡ଼ିଶା ଟପ୍ପର

ବଲାଙ୍ଗିର: ବଲାଙ୍ଗିର ଯୁବୋଦୟ କଲେଜର ଯୁକ୍ତ ୨ ଛାତ୍ର ଆଶୁତୋଷ ପଣ୍ଡା NEET ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଛନ୍ତି। ମୋଟ୍‌ ୭୨୦ ନମ୍ବରରୁ ୬୮୨ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଆଶୁତୋଷ ୭୩ ରାଙ୍କ୍‌ରେ ଅଛନ୍ତି। ସେହିପରି ଓଡ଼ିଶାର ସଙ୍ଗୀତା ଅଗ୍ରୱାଲ୍‌ ୬୮୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୯୧ ରାଙ୍କ୍‌ରେ ଅଛନ୍ତିା ଓଡ଼ିଶାର ୩୨ ହଜାର ୩୭୮ ଜଣ ପିଲା NEET ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯ ହଜାର ୨୪୪ ପିଲା ପରୀକ୍ଷାରେ କୃତକାର୍ଯ୍ୟ […]

  • Saturday, 10 July 2021
students
ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ; ପାସ୍‌ ହାର ୭୨.୩୩ ପ୍ରତିଶତ

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ। ଆଜି ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନର ଗୀତଗୋବିନ୍ଦ ଅଡିଟୋରିୟମରେ ରେଜଲ୍ଟ ପ୍ରକାଶିତ ହୋଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରେଜଲ୍ଟ ଘୋଷଣା କରିଛନ୍ତି। ଚଳିତ ବର୍ଷ ୭୨.୩୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି। ଯାହା ଗତବର୍ଷ ତୁଳନାରେ ୪.୬୫% କମ୍। ଛାତ୍ରଛାତ୍ରୀମାନେ www.chseodisha.nic.in, www.orissaresults.nic.in  ୱେବ୍‌ସାଇଟ୍‌ରେ ରେଜଲ୍ଟ ଦେଖିପାରିବେ। ବାଲେଶ୍ୱରରେ ପାସ୍‌ ହାର ସର୍ବାଧିକ ରହିଛି। ବାଲେଶ୍ୱରରେ ପାସ୍ ହାର ୮୬.୫୬ ପ୍ରତିଶତ […]

  • Saturday, 10 July 2021
results
ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ଆଜି ମଧ୍ୟାହ୍ନ ୧୨ଟାରେ ପ୍ରକାଶ ପାଇବ। ଭୁବନେଶ୍ୱର ସ୍ଥିତ ଜୟଦେବ ଭବନର ଗୀତଗୋବିନ୍ଦ ଅଡିଟୋରିୟମରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଛାତ୍ରଛାତ୍ରୀ www.chseodisha.nic.in କିମ୍ବା www.orissaresults.nic.in ୱେବସାଇଟ୍‌ରେ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯ହଜାର ୧୮ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେଇଛନ୍ତି। ଗତବର୍ଷ ତୁଳନାରେ ଏଥର ୧୫ ଦିନ ବିଳମ୍ବରେ ରେଜଲ୍ଟ ପ୍ରକାଶ […]

  • Saturday, 10 July 2021
Education
ବିବାଦମୁକ୍ତ ହେବ ତ ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟନ?

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସାଢେ ତିନି ଲକ୍ଷ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ବିକଳ୍ପ ମୂଲ୍ୟାୟନ ଜରିଆରେ ମାର୍କ ପାଇବେ ଛାତ୍ରଛାତ୍ରୀ। ତେବେ ମାଟ୍ରିକରେ ଖରାପ ପ୍ରଦର୍ଶନ କରିଥିବା ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ କୁହୁଳୁଛି। ରେଜଲ୍ଟକୁ ନେଇ ଅସନ୍ତୋଷ ଥିଲେ ଅଫ୍ ଲାଇନ୍ ପରୀକ୍ଷା କରାଯାଇପାରେ

result announced
ବାହାରିଲା ମାଟ୍ରିକ୍‌ ରେଜଲ୍ଟ; ପାସ୍ ହାର ୭୦.୭୮ ପ୍ରତିଶତ

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ଆଜି ସକାଳ ୯ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି। ତେବେ ରେଜଲ୍ଟ ଘୋଷଣା ହେବାର କିଛି ସମୟ ପରେ ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହୋଇଥିଲା। ବର୍ତ୍ତମାନ ଛାତ୍ରଛାତ୍ରୀମାନେ ୱେବ୍‌ସାଇଟ୍‌ରେ ସେମାନଙ୍କର ରେଜଲ୍ଟ ଦେଖି ପାରିବେ। ରେଜଲ୍ଟ ଉପଲବ୍ଧ ହେବାକୁ ଥିବା ୱେବସାଇଟ୍ ହେଲା-www.bseodisha.ac.in, www.bseodisha.nic.in। ଏଥିସହ SMS ଜରିଆରେ ବି ରେଜଲ୍ଟ ଜାଣି ହେବ। ସେଥିପାଇଁ ମୋବାଇଲ୍‌ରେ OR10 ଲେଖି, ତା ପରେ ରୋଲ୍‌ ନମ୍ବର […]

  • Saturday, 10 July 2021
matric exam
ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ

କଟକ: ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ। ସକାଳ ୯ଟାରେ ବୋର୍ଡ ଅଫିସରେ ରେଜଲ୍ଟ ପ୍ରକାଶ ପାଇବା ପରେ ଦିନ ୧୧ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ରେଜଲ୍ଟ ଉପଲବ୍ଧ ହେବାକୁ ଥିବା ୱେବସାଇଟ୍ ହେଲା www.bseodisha.ac.in, www.bseodisha.nic.in। ଏଥିସହ SMS ଜରିଆରେ ବି ରେଜଲ୍ଟ ଜାଣି ହେବ। ସେଥିପାଇଁ ମୋବାଇଲ୍‌ରେ OR10 ଲେଖି, ତା ପରେ ରୋଲ୍‌ ନମ୍ବର ଲେଖି 5676750କୁ ପଠାଇଲେ ରେଜଲ୍ଟ ଦେଖି ହେବ। ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୮୦ […]

  • Saturday, 10 July 2021
exam
ଆଜି OJEEରେ ୨୦ଟି ସହରରେ ପରୀକ୍ଷା ଦେଉଛନ୍ତି ୩୦ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ରେ ଆଜି ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ୨୦ଟି ସହରର ୫୩ଟି କେନ୍ଦ୍ରରେ ଅଫ୍‌ଲାଇନ୍‌ ଏଣ୍ଟ୍ରାନ୍ସ ହେଉଛି। ସକାଳ ୯ ଟାରୁ ୧୨ଯାଏ ଗୋଟିଏ ସିଟିଂରେ ବି. ଫାର୍ମ ଏବଂ ୯ଟାରୁ ୧୦ ଯାଏ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ୍ ଏଣ୍ଟ୍ରି ଟୁ ବି.ଫାର୍ମ, ଏଣ୍ଟ୍ରି ଟୁ ବି.ଟେକ୍ ପରୀକ୍ଷା ହୋଇଥିଲା। ସେହିପରି ଦ୍ୱିତୀୟ ସିଟିଂ ୨ଟାରୁ ୪ଟା ଯାଏ ହେବ। ଏଥିରେ ଲାଟେରାଲ୍ ଏଣ୍ଟ୍ରି ଟୁ ବି.ଟେକ୍ ଫର୍ […]

  • Saturday, 10 July 2021
jee
OJEE ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ

ଭୁବନେଶ୍ୱର: ଓଜେଇଇ ପ୍ରବେଶିକା ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ମେ’ ୧୨ ଏବଂ ୧୩ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତା ୧୨ ତାରିଖରେ ଛାତ୍ରଛାତ୍ରୀ ଲିଖିତ ପରୀକ୍ଷା ଦେବେ। ସେହିପରି ୧୩ ତାରିଖ ପରୀକ୍ଷା ଛାତ୍ରଛାତ୍ରୀ କମ୍ପ୍ୟୁଟରରେ ଦେବେ। ୧୨ରେ ପ୍ରଥମ ସିଟିଂରେ  ବି. ଫାର୍ମ,ବି. ଟେକ୍, ବିଏସ୍‌ସି, ଲାଟେରାଲ ଏଣ୍ଟ୍ରି ବି. ଫାର୍ମା ଓ ଡି ଫାର୍ମା ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଦ୍ୱିତୀୟ ସିଟିଂରେ ବି. […]

  • Saturday, 10 July 2021
ojee
ପ୍ରକାଶ ପାଇଲା JEE ମେନ୍‌ ରେଜଲ୍ଟ; ପ୍ରତୀକ ଚୌଧୁରୀ ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ/ଭୁବନେଶ୍ୱର: ଜେଇଇ ମେନ୍‌ର ୨୦୧୯ର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ୨୪ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଶହେ ଏନ୍‌ଟିଏ ସ୍କୋର ହାସଲ କରିଛନ୍ତି। ଚଳିତ ବର୍ଷ କମନ୍‌ ରାଙ୍କ ଲିଷ୍ଟରେ କଟ୍ ଅଫ୍ ମାର୍କ ୮୯.୭୫ ପ୍ରତିଶତ ଥିବା ବେଳେ ଆର୍ଥିକ ଦୁର୍ବଳ ଶ୍ରେଣୀ ବର୍ଗରେ ୭୮.୨୧ ପ୍ରତିଶତ, ଓବିସି ବର୍ଗରେ ୭୪.୩୧ ପ୍ରତିଶତ, ଏସ୍‌ସି ବର୍ଗରେ ୫୪.୦୧ ପ୍ରତିଶତ ଏବଂ ଏସ୍‌ଟି ବର୍ଗରେ ୪୪.୩୩ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି। ସାଇ ଇଣ୍ଟରନ୍ୟାସନାଲ […]

  • Saturday, 10 July 2021
otet-2019-application-form
OTET ପରୀକ୍ଷା ପାଇଁ ଆଜିଠାରୁ ଅନଲାଇନ୍‌ ଆବେଦନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(OTET) ପାଇଁ ଆଜିଠାରୁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଜୁଲାଇ ୨୬ ହେଉଛି ଅନ୍‌ଲାଇନ୍‌ ଆବେଦନର ଶେଷ ଦିନ। ସେହିପରି ଅନଲାଇନ୍‌ ପେମେଣ୍ଟର ଶେଷ ଦିନ ଜୁଲାଇ ୨୯। ଏହିଦିନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ପେମେଣ୍ଟ କରିପାରିବେ। ପେପର-୧, ପେପର-୨ ପାଇଁ ଅଲଗା ଅଲଗା ଫି ରଖାଯାଇଛି। ୨୦୧୮ OTET ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ମଧ୍ୟ ସାନି ଆବେଦନ କରିପାରିବେ। ସାନି ଆବେଦନ ପାଇଁ ପରୀକ୍ଷାର୍ଥୀଙ୍କୁ ଆପଉ […]

  • Saturday, 10 July 2021
students
କେବେ ପ୍ରକାଶ ପାଇବ +୨ ରେଜଲ୍ଟ ?

ଜୁଲାଇ ୩୧ ଭିତରେ ପ୍ରକାଶ ପାଇପାରେ +୨ ରେଜଲ୍ଟ। ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଚେଷ୍ଟା କରୁଛୁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। 

E-Lecture programme
ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକ୍‌ଚର୍‌ ବ୍ୟବସ୍ଥା ଲୋକାର୍ପଣ

ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଜି ଇ-ଲେକ୍‌ଚର୍‌ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି।

Youtube Education
ୟୁଟ୍ୟୁବ୍‌ରେ ପାଠ ପଢ଼ାଯାଉଛି. ହେଲେ କେତେ ପିଲା ପାଉଛନ୍ତି ଶିକ୍ଷା?

ମହାମାରୀ ଯୋଗୁଁ ୟୁ-ଟ୍ୟୁବ୍‌ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। କିନ୍ତୁ ରାଜ୍ୟର ବହୁ ଉପାନ୍ତ ଅଞ୍ଚଳରେ ଏହି ଅନ୍ଲାଇନ୍ ଶିକ୍ଷାରେ ବାଧକ ସାଜିଛି ଭିତ୍ତିଭୂମିର ଅଭାବ। ଏଭଳି ସ୍ଥିତିରେ ଅନ୍ଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ନିକଟକୁ ଯାଇ କମ୍ୟୁନିଟି ଶିକ୍ଷାଦାନ ବ୍ୟବସ୍ଥା ଆପଣେଇଛି ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗ। ଅପରପକ୍ଷରେ ଏବେ ଏସ୍ସିଇଆର୍ଟି ନିର୍ଦ୍ଦେଶାଳୟର ଅଲ୍ଟରନେଟ୍ ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ୍ ଜରିଆରେ ପ୍ରାୟ ଲକ୍ଷେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅଫଲାଇନ୍ ଶିକ୍ଷା ପାଇଁ ବି ପ୍ରୟାସ ଆରମ୍ଭ ହୋଇଛି।

Ramesh Pokhriyal Nishank
 ଜୁଲାଇ ୨୦ରୁ JEE ମେନ୍ ପରୀକ୍ଷା  

ଜୁଲାଇ ୨୦ରୁ ହେବ JEE ମେନ୍ ପରୀକ୍ଷା । ଜୁଲାଇ ୨୦ରୁ ୨୫ ତାରିଖ ମଧ୍ୟରେ JEE ମେନ୍ ସେସନ୍- ୩ ପରୀକ୍ଷା ହେବ । ସେହିପରି ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ହେବ JEE ମେନ୍ ସେସନ୍-୪ ପରୀକ୍ଷା  ।

Mohalla Library
ଷଷ୍ଠ ଶ୍ରେଣୀର ଛାତ୍ରୀ ଆରମ୍ଭ କଲେ ମୋହଲ୍ଲା ଲାଇବ୍ରେରୀ

ମହାରାଷ୍ଟ୍ର ଔରାଙ୍ଗାବାଦରେ ଏବେ ଛୋଟ ଛୋଟ ପିଲାଙ୍କ ପାଇଁ ଖୋଲାଯାଇଛି ମୋହଲ୍ଲା ଲାଇବ୍ରେରୀ । ବସ୍ତି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଏସବୁ ଲାଇବ୍ରେରୀ ଖୋଲାଯାଇଛି

students
ୱେବ୍‌ ପୋର୍ଟାଲରେ ପାଠ ପଢ଼ିବେ ଯୁକ୍ତ ୩ ଛାତ୍ରଛାତ୍ରୀ

ଭୁବନେଶ୍ୱର: ମହାମାରୀ କରୋନା ଯୋଗୁ ସ୍କୁଲ, ଟିଉସନ ସବୁ ବନ୍ଦ ଥିବାରୁ ପାଠପଢ଼ିବା ପାଇଁ ଛାତ୍ରଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ଯେଭଳି କୌଣସି ଅସୁବିଧା ନହୁଏ ଏହା ଦୃଷ୍ଟିରେ ରଖି ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା…

  • Tuesday, 06 July 2021
ଏଇ ମାସରେ ବାହାରିବ ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ୱର: ଚଳିତ ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଜୁଲାଇ ଶେଷ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ ସେନେଇ ଦିନେ ଦୁଇଦିନ ଭିତରେ ଜଣାଇ ଦିଆଯିବ ବୋଲି ବୋର୍ଡ ସଭାପତି କହିଛନ୍ତି। ସୂଚନାଥାଉ କି, ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ୨,୮୮୮ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା […]