Advertisment

ଅଗଷ୍ଟ ୨୭ରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା

ରାଜ୍ୟରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁର ଆଦି ୫ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରଥମ ପେପରରେ ୧୦୦ ଅବଜେକ୍ଟିଭ୍ ପ୍ରଶ୍ନ ସହ ମଲ୍ଟିପଲ୍ ଚଏସ୍ ଉତ୍ତର ରହିବ। ସେହିପରି ୨ୟ ପେପର ୮୦ ମାର୍କର ପ୍ରଶ୍ନ ରହିଛି।

author-image
Chandan Shishu
ଅଦ୍ୟତନ ହୋଇଛି
ଅଗଷ୍ଟ ୨୭ରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା

Examination

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୨୭ ତାରିଖରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା ଅନୁଷ୍ଠିତ ହେବ। ଏ ନେଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨୭ରେ ୨ଟି ସିଟିଂରେ ପରୀକ୍ଷା ହେବ। ସକାଳ ୧୦ରୁ ୧୨ ଜିଏସ୍ ପ୍ରଥମ ପେପର, ସାଢ଼େ ଗୋଟାଏରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଦ୍ୱିତୀୟ ପେପର ପରୀକ୍ଷା ହେବ।

Advertisment

ପ୍ରଥମ ପେପର ୧୦୦ ଅବଜେକ୍ଟିଭ୍ ପ୍ରଶ୍ନ ସହ ମଲ୍ଟିପଲ୍ ଚଏସ୍ ଉତ୍ତର ରହିବ। ସେହିପରି ୨ୟ ପେପର ୮୦ ମାର୍କର ପ୍ରଶ୍ନ ରହିଛି। ଏଥିପାଇଁ ରାଜ୍ୟରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁର ଆଦି ୫ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ଏହି ପରୀକ୍ଷାରେ ଅତିରିକ୍ତ ୪୦ ମିନିଟ ସମୟ ଦିଆଯିବ।

Advertisment

ପରବର୍ତ୍ତୀ ସମୟରେ ଯୋଗ୍ୟ ପରୀକ୍ଷାର୍ଥୀଙ୍କ ପାଇଁ OPSC ୱେବସାଇଟ୍‌ରେ ଆଡମିଶନ ସାର୍ଟିଫିକେଟ୍ ଉପବଲ୍ଧ ହେବ ବୋଲି OPSC ପକ୍ଷରୁ ସୂଚନା ଦିଆଯାଇଛି।

Odisha News Government Jobs OPSC OAS
Advertisment
Advertisment