• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

corona cases
ଓଡ଼ିଶାରେ ୧,୮୩୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ଏଥର ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୮୩୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୮୩୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୧୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୭୧୫ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦ରେ […]

corona 33
ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏ, ଭଦ୍ରକ, ସମ୍ବଲପୁର ଓ ମୟୂରଭଞ୍ଜରୁ ଜଣେ ଲେଖାଏ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଗଜପତିରୁ ମଧ୍ୟ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of twelve #COVID19 positive patients while under […]

corona
ଦେଶରେ କରୋନା ସ୍ଥିତି; ୨୪ ଘଣ୍ଟାରେ ୮୮୬ ମୃତ

ନୂଆଦିଲ୍ଲୀ: କମିବାର ନାଁ ନେଉନି କରୋନା । ଦେଶରେ ଦିନକରେ ୮୮୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୧ ହଜାର ୫୮୫କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ୨୪ ଘଣ୍ଟାରେ ୬୨, ୫୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ  ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଲାଣି। ତେବେ ୬ ଲକ୍ଷରୁ ଅଧିକ ଆକ୍ଟିଭ କେସ୍‌ ଥିବାବେଳେ ୧୩.୭୮ ଲକ୍ଷ […]

  • Monday, 05 July 2021
shutdown
୩ ଦିନ ପାଇଁ ସଟ୍‌ଡାଉନ୍‌ ହେଲା ଏହି ଜିଲ୍ଲା

ନବରଙ୍ଗପୁର: ୩ ଦିନ ପାଇଁ ନବରଙ୍ଗପୁର ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଶନିବାର ସକାଳ ୫ଟାରୁ ୧୦ ତାରିଖ ମଧ୍ୟରାତ୍ର ଯାଏ ସଟ୍‌ଡାଉନ୍ ଘୋଷଣା ହୋଇଛି। କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲାପାଳ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ୨୪ ଘଣ୍ଟାରେ ନବରଙ୍ଗପୁରରୁ ୧୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ନବରଙ୍ଗପୁରରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୨ରେ ପହଞ୍ଚିଛି। ୨୫୨ଜଣ […]

  • Monday, 05 July 2021
corona-888
କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

ଭୁବେନଶ୍ୱର: କରୋନାକୁ ନେଇ ସାମ୍ନାକୁ ଆସିଲା ଖୁସି ଖବର। କରୋନା ସ୍ଥିତିକୁ ନେଇ ଏମିତି ଏକ ଉତ୍ସାହଜନକ ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ। ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଓଟିଭିକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି, ସେପ୍ଟେମ୍ବରରେ  କ୍ଲିନ୍‌ ହୋଇପାରେ କରୋନା। ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଅନେକ ଜିଲ୍ଲାରେ କରୋନା ସ୍ଥିତି ସ୍ଥିର ରହିଛି। କିଛି ଜାଗାରେ ନିୟନ୍ତ୍ରଣକୁ ମଧ୍ୟ ଆସିଲାଣି କରୋନା। ଶ୍ରୀ ପରିଡ଼ା କହିଛନ୍ତି,  କିଛି ଜିଲ୍ଲାରେ ଅବଶ୍ୟ ଏବେ ବି କେସ୍ […]

  • Monday, 05 July 2021
corona
ସରିଲା ଅପେକ୍ଷା, ସେପ୍ଟେମ୍ବରରେ ଆସିବ କରୋନା ଭ୍ୟାକସିନ୍!

ମସ୍କୋ: କରୋନାଭାଇରସ୍ ଭ୍ୟାକସିନକୁ ନେଇ ସମସ୍ତଙ୍କର ଅପେକ୍ଷା ଶେଷ ହେବାକୁ ଯାଉଛି। ଦୁନିଆର ପ୍ରଥମ କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିବା ନେଇ ଦାବି କରିଆସୁଥିବା ରୁଷ୍ ଖୁବଶୀଘ୍ର ବଜାରକୁ ଭ୍ୟାକସିନ୍ ଛାଡ଼ିବାକୁ ଯାଉଛି। ଆସନ୍ତା ସପ୍ତାହରେ ରୁଷ୍ ଦୁନିଆର ପ୍ରଥମ ଆଣ୍ଟି କୋଭିଡ୍ ଭ୍ୟାକସିନର ରେଜିଷ୍ଟ୍ରେସନ୍ କରିବାକୁ ଯୋଜନା କରୁଛି। ରେଜିଷ୍ଟ୍ରେସନ୍ ପରେ ଦେଶରେ କରୋନା ଭ୍ୟାକସିନ୍ ସାଧାରଣ ଲୋକମାନଙ୍କ ଉପରେ ବ୍ୟବହାର କରାଯିବା ନେଇ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହି ଭ୍ୟାକସିନ୍ ଅଗଷ୍ଟ ୧୦ କିମ୍ବା […]

  • Monday, 05 July 2021
coronavirus
କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ଭୁବନେଶ୍ୱର: କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କରିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା। ସେ କହିଛନ୍ତି, ଯେଉଁମାନଙ୍କର କରୋନାରେ ମୃତ୍ୟୁ ହୋଇଛି, ତାର ତଥ୍ୟକୁ ସାର୍ବଜନୀନ କରାଯାଉ। ତା ସହିତ ସବୁ କରୋନା ମୃତକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ଟଙ୍କା ଦିଆଯାଉ ବୋଲି ସେ ଦାବି  କରିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଦୂରତାକୁ ଦେଖି ଜୟପୁରରୁ ଭୁବନେଶ୍ୱର ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଉ। କୋରାପୁଟ SLN ମେଡିକାଲ କଲେଜକୁ କୋଭିଡ୍ […]

  • Monday, 05 July 2021
ticks
ବିଶ୍ୱ ପାଇଁ ସତର୍କ ଘଣ୍ଟି; ଚୀନ୍‌ରେ ମାତୁଛି ଆଉ ଏକ ଭୟଙ୍କର ଭୂତାଣୁ, ଗଲାଣି ୭ ଜୀବନ ୬୦ ଆକ୍ରାନ୍ତ

ବେଜିଂ: ଚୀନ୍‌ରୁ ଆସି ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଥମିବାର ନାଁ ନେଉନଥିବା ବେଳେ ଏବେ ପୁଣି ଚୀନ୍‌ରେ ଆଉ ଏକ ନୂଆ ଭାଇରସ୍‌ ବାହାରିଛି। ଏହି ନୂଆ ଭାଇର୍‌ସ ଚୀନ୍‌ରେ ୭ ଜଣଙ୍କର ଜୀବନ ନେଇସାରିଲାଣି। ଏଥିରେ ୬୦ରୁ ଅଧିକ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି। ଏହି ଭାଇରସ୍‌ର ନାଁ ହେଲା ‘ଟିକ୍‌ ବର୍ଣ୍ଣ ଭାଇରସ’(TBV)। ଚୀନ୍‌ର ଜିଆଙ୍ଗସୁ ଏବଂ ଅନହୁଇ ଅଞ୍ଚଳରେ ଏହି ଭାଇରସରେ ଲୋକେ ସଂକ୍ରମିତ ହୋଇଥିବା ଦେଖାଯାଇଛି। ଏହି ନୂଆ ଭାଇରସ୍‌ର ଆଭାସ […]

  • Monday, 05 July 2021
coornavirus
ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର; ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୧ ମଧ୍ୟରୁ ୫୨ କ୍ୱାରେଣ୍ଟିନ ସେଣ୍ଟରରେ ଚିହ୍ନଟ ହୋଇଥିବା ବେଳେ ୪୯ ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେ ଟ୍ୱିଟ୍ କରି ସଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସାଲିଆସାହିରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଟିଆରୁ ୩ ଏବଂ ଡୁମୁଡୁମାରୁ ଆଉ ୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବଡ଼ଗଡ଼ରୁ ୨ […]

  • Monday, 05 July 2021
vv
କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଭୁବନେଶ୍ୱର: କରୋନା କବଳରେ ଶିକ୍ଷକଙ୍କ ଜୀବନ ଯାଉଛି। କୋଭିଡ୍ ଲଢ଼େଇର ଆଗରେ ରହି କେବଳ ଗଞ୍ଜାମ ଜିଲ୍ଲାରେ ଏଯାଏଁ ପ୍ରାଣ ହରାଇଲେଣି ୧୧ ଜଣ ଶିକ୍ଷକ। ତେବେ ପରିତାପର ବିଷୟ ସରକାର ଏମାନଙ୍କୁ କୋଭିଡ୍ ଯୋଦ୍ଧାର ମାନ୍ୟତା ଦେଇନାହାନ୍ତି କି ସେମାନଙ୍କ ପରିବାର ଲାଗି ଆର୍ଥିକ ସହାୟତାର ବ୍ୟବସ୍ଥା କରିନାହାନ୍ତି। କରୋନା ଲଢ଼େଇରେ ସାମିଲ ହୋଇ ମୃତ୍ୟୁବରଣ କରୁଥିବା ଶିକ୍ଷକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଦେବାକୁ ଶିକ୍ଷକସଂଘ ଦାବି କରିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ଯଥାର୍ଥ […]

  • Monday, 05 July 2021
coron-cure
ଆଜି ସୁସ୍ଥ ହେଲେ ୧୮୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୭୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୦୨, କଟକରୁ ୧୪୭, ଗଜପତିରୁ ୧୩୬ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଉଛି। ସେହିଭଳି ଆଜି ଢେଙ୍କାନାଳରୁ ୧୧୬, ସୁନ୍ଦରଗଡ଼ରୁ ୧୦୬, ସମ୍ବଲପୁରରୁ ୬୨ ସୁସ୍ଥ ହୋଇଥିବା ବେଳେ ରାୟଗଡ଼ାରୁ ୫୫, କେନ୍ଦୁଝରରୁ ୩୭, ଅନୁଗୁଳରୁ ୩୪ ସୁସ୍ଥ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା […]

  • Monday, 05 July 2021
manpreet
ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ବେଙ୍ଗାଲୁରୁ: ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂହ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେବଳ ମନପ୍ରୀତ ନୁହଁନ୍ତି, ତାଙ୍କର ଆଉ ୩ ସାଥୀ ଖେଳାଳି ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବେଙ୍ଗାଳୁରୁରେ ଜାତୀୟ କ୍ୟାମ୍ପକୁ ଫେରିଲା ପରେ ଏହି ଖେଳାଳିମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ଏହି ସୂଚନା ଦେଇଛି ସ୍ପୋର୍ଟସ ଅଥୋରିଟି ଅଫ୍‌ ଇଣ୍ଡିଆ(SAI) ମନପ୍ରୀତଙ୍କ ସହିତ କରୋନା ପଜିଟିବ୍‌ ଚିହ୍ନଟ ହୋଇଥିବା ଅନ୍ୟ ହକି ଖେଳାଳିମାନେ ହେଲେ, ସୁରେନ୍ଦର କୁମାର, ଜସକରନ […]

  • Monday, 05 July 2021
coronavirus
ଓଡ଼ିଶାରେ ୧,୬୪୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମ ଓ ଖୋର୍ଦ୍ଧା ସମାନ

ଭୁବନେଶ୍ୱର: ଓଡ଼ିଶାରେ ୧,୬୪୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୬୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୧୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୨୫ ରହିଛି। ଗତ ୨୪ ଘଣ୍ଟାରେ ଏହି ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଓ ଗଞ୍ଜାମରୁ ସର୍ବାଧିକ ୨୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ […]

  • Monday, 05 July 2021
covid19
ଆଜି ବି ଆଉ ୧୨ ଜୀବନ ନେଲା କରୋନା

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏ, ବାଲେଶ୍ୱର, ବରଗଡ଼, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୫୯ରେ ପହଞ୍ଚିଛି। Regret to inform of the […]

୪୮ ଘଣ୍ଟା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ OPD ବନ୍ଦ

ଭଦ୍ରକ: ୪୮ ଘଣ୍ଟା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର OPD ସେବା ବନ୍ଦ। ଗତକାଲି ରାତି ୮ଟାରୁ ଓପିଡି ସେବା ବନ୍ଦ ରହିଛି। ଏହା ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ଜାରି ରହିବ। ମେଡିକାଲ୍‌ରେ ଜଣେ ଡାକ୍ତର କରୋନା ପଜିଟିଭ ଚି଼ହ୍ନଟ ପରେ ମେଡିକାଲ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଓପିଡିରେ ସେବା ପାଉଥିବା ରୋଗୀମାନଙ୍କୁ ଆଶୁ ବିଭାଗ ଓ ସର୍ଜରୀ ବିଭାଗରେ ଦେଖାଯିବାର ବ୍ୟବସ୍ଥା ହୋଇଥିବା ସିଡିଏମ୍ଓ ସୂଚନା ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଓପିଡିକୁ ସମ୍ପୂର୍ଣ୍ଣ […]

  • Monday, 05 July 2021
coronaviuruys
ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୨୪ ଘଣ୍ଟାରେ ୬୧ ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି ଦେଶରେ କୋରନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ୯୩୩ ଜଣଙ୍କ ଜୀବନ ଯାଇଥିବା ବେଳେ ସଂକ୍ରମଣ ହୋଇଛନ୍ତି ୬୧ ହଜାର ୫୩୭ ଜଣ । ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ତଥ୍ୟ ଅନୁଯାୟୀ, ଗତ ୧୦ ଦିନ ହେବ ୫୦ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୨୦, ୮୮, […]

  • Monday, 05 July 2021
health screening
ଗଞ୍ଜାମର ସହରାଞ୍ଚଳରେ ପଞ୍ଚମ ପର୍ଯ୍ୟାୟ ହେଲ୍‌ଥ ସ୍କ୍ରିନିଂ

ବ୍ରହ୍ମପୁର: ଆଜିଠୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ପଞ୍ଚମ ପର୍ଯ୍ୟାୟ ହେଲ୍‌ଥ ସ୍କ୍ରିନିଂ ଆରମ୍ଭ ହୋଇଛି।ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଶେଷ କରି ସହରାଞ୍ଚଳରେ ସଂକ୍ରମଣ ଅଧିକ ହେଉଥିବାରୁ ଜିଲ୍ଲାପାଳ ପୁଣି ଥରେ ସହରାଞ୍ଚଳରେ ହେଲ୍‌ଥ ସ୍କ୍ରିନିଂ ଆରମ୍ଭ କରିଛନ୍ତି। ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ୪ଟି ପର୍ଯ୍ୟାୟରେ ହେଲ୍‌ଥ ସ୍କ୍ରିନିଂ କରାଯାଇଛି। ଏଥିରେ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ହୋଇଛି କି ନାହିଁ, ସେନେଇ ଡାକ୍ତରୀ ଟିମ୍ ଯାଞ୍ଚ କରିଥିଲେ। ଏଥର ମଧ୍ୟ ୨୦୦ ଡାକ୍ତର […]

  • Monday, 05 July 2021
bijay-amruta-kulange
ଗଂଜାମରେ 'କରୋନା' କମୁଛି, ଆରୋଗ୍ୟ ହାର ବଢୁଛି

ବ୍ରହ୍ମପୁର: ଗଂଜାମରେ ନିମ୍ନଗାମୀ ହେଉଛି କରୋନା। ସୁସ୍ଥ ହୋଇଥିବା ଲୋକଙ୍କ ପାଖରେ ଆଉ କରୋନା ଲକ୍ଷଣ ଦେଖାଯାଉନି ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ କୁଲାଙ୍ଗେ। ଗଂଜାମରେ କରୋନା ସ୍ଥିତି ନେଇ ପ୍ରେସ୍‌ମିଟ୍‌ରେ ଜିଲ୍ଲାପାଳ ବିଜୟ କୁଲାଙ୍ଗେ କହିଛନ୍ତି ଯେ ଗଂଜାମ ଜିଲ୍ଲାରେ କରୋନା ଆରୋଗ୍ୟ ହାର ୭୮ ପ୍ରତିଶତକୁ ବୃଦ୍ଧି ପାଇଛି। ତିନି ଦିନ ତଳେ ଗଂଜାମର ଆକ୍ଟିଭ କେସ୍ ୩୭ଶହରୁ ଅଧିକ ଥିଲାବେଳେ ଆଜି ଜିଲ୍ଲାରେ ଆକ୍ଟିଭ କେସ୍ ସଂଖ୍ୟା ୨ ହଜାର ପାଖପାଖି ରହିଛି। […]

  • Monday, 05 July 2021
cuttack-coorna
ମାଲଗୋଦାମ ବେହେରା ସାହିରୁ ଆଉ ୪୬ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ଟାଉନ୍‌ରୁ ଆଉ ୭୬ ପଜିଟିଭ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କଣ୍ଟେନମେଣ୍ଟ ଜୋନ୍‌ରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି। ୭ ସରକାରୀ କ୍ୱାରେଣ୍ଟିନ୍, ୭ ହୋମ୍‌ କ୍ୱାରେଣ୍ଟିନ୍, ୧୬ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ସୂଚନା ଦେଇଛି କଟକ ମହାନଗର ନିଗମ। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ କଣ୍ଟେନମେଣ୍ଟ ଜୋନ୍‌ ଅର୍ଥାତ ମାଲଗୋଦାମ ବେହେରା ସାହିରୁ ୪୬।  ଏମାନଙ୍କ ମଧ୍ୟରେ ମଧ୍ୟରେ  ପୁରୁଷ ୧୬ ଓ ମହିଳା ୩୦ ଜଣ […]

  • Monday, 05 July 2021
suresh
ବିଜେପି ସାଂସଦ ସୁରେଶ ପୂଜାରୀଙ୍କୁ କରୋନା

ବରଗଡ଼: ବରଗଡ଼ ବିଜେପି ସାଂସଦ ସୁରେଶ ପୂଜାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି #COVID19 ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି ପରୀକ୍ଷା କରିଥିଲି II ଆଜି ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ ମୋତେ ସୁଚନା କରିଛନ୍ତି II ସମ୍ବଲପୁର ଓ ବରଗଡ଼ ଜିଲ୍ଲାପାଳ ତଥା ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନ୍ ରେ […]

  • Monday, 05 July 2021
ଦିନକରେ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧୯୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ରାଜଧାନୀରେ ଚିହ୍ନଟ ହେଲେ ଆଉ ୧୯୦ କରୋନା ଆକ୍ରାନ୍ତ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୨ ଲୋକାଲ୍‌ କେସ୍‌। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। କପିଳେଶ୍ୱର କଞ୍ଚସାହିରୁ ୨୧, ବରମୁଣ୍ଡା ବେହେରାସାହିରୁ ୭, ବମିଖାଲ ଅଞ୍ଚଳରୁ ୬, କପିଳେଶ୍ୱର ତଳସାହିରୁ ୩, କଟକ ରୋଡ଼ ଷ୍ଟେସନ ଛକ ଅଞ୍ଚଳରୁ ୩, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୩, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ […]

  • Monday, 05 July 2021
doctor
କରୋନାରେ ୧୯୬ ଡାକ୍ତରଙ୍କ ମୃତ୍ୟୁ; ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା IMA

ନୂଆଦିଲ୍ଲୀ: କରୋନାରେ ସାରା ଦେଶରେ ୧୯୬ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଲାଣି। ସେମାନଙ୍କ ମଧ୍ୟରୁ ଅଧିଂକାଶ ସାଧରଣ ବିଭାଗ ଓ ଡାକ୍ତରି ଅଭ୍ୟାସ କରୁଥିବା ଡାକ୍ତର ଅଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ୍(IMA) ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ଏହି ଘଟଣାରେ IMA ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି। IMAର ତଥ୍ୟ ଅନୁସାରେ ଅଧିକାଂଶ ରୋଗୀ ଜ୍ୱର ଓ ତତ୍ ସମ୍ଭନ୍ଧୀୟ ଲକ୍ଷଣ ଦେଖାଦେଲେ ଆଗ ସାଧାରଣ ଡାକ୍ତରଙ୍କ ସହିତ ପରାମର୍ଶ କରିଥାନ୍ତି। ଏଥିପାଇଁ ଏହି ଡାକ୍ତରମାନେ ରୋଗୀ […]

  • Monday, 05 July 2021
କରୋନା ଆକ୍ରାନ୍ତଙ୍କୁ ଆଣିବାକୁ ଯାଇ ଥିବାବେଳେ ତହସିଲଦାର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ବ୍ରହ୍ମଗିରି: କରୋନା ଆକ୍ରାନ୍ତଙ୍କୁ ଆଣିବାକୁ ଯାଇ ହଟହଟା ହେଲେ ତହସିଲଦାର ଓ ସ୍ୱାସ୍ଥ୍ୟକର୍ମୀ। ଏପରିକି ସେମାନଙ୍କୁ ଦୁର୍ବ୍ୟବହାର କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କହଳପଦା ଗାଁରେ ଏହି ଘଟଣା ଘଟିଛି। କହଳପଦା ଗାଁର ଗୋଟିଏ ପରିବାରର ୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନଙ୍କୁ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି କରିବା ପାଇଁ ଗାଁକୁ ତହସିଲଦାର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଏକ ଟିମ୍ ଯାଇଥିଲେ। ହେଲେ ପରିବାର ଲୋକେ ସହଯୋଗ କରିବା […]

  • Monday, 05 July 2021
delta varient
ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨, ୮୦୩ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୮୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୫୯୭ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ଅଛି ୧,୨୦୬  । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୨୪,୬୯୯କୁ ବୃଦ୍ଧି…

Covid Care Facility
ହୋଟେଲ୍‌ରେ ହୋଇଥିବା କୋଭିଡ୍ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ, ୭ ମୃତ

ବିଜୟଓ୍ୱାଡା‌: ଆନ୍ଧ୍ରପ୍ରଦେଶ ବିଜୟଓ୍ୱାଡାର ଏକ ହୋଟେଲ୍‌ରେ ହୋଇଥିବା କୋଭିଡ୍ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କ ମୃୃତ୍ୟୁ ହୋଇଛି। ଆଜ ଭୋର ୫ଟାରେ ହୋଟେଲ୍‌ରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡ ପରେ ହୋଟେଲ୍‌ରୁ ୩୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ NDRF ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମିଳିଥିବା ସୂଚନା ଅନୁସାରେ, କରୋନା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଏକ ପ୍ରାଇଭେଟ୍‌ […]