ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସାମ୍ପଲ ରିପୋର୍ଟ ପଜିଟିଭ ଆସିଛି। ପରେ ଧର୍ମେନ୍ଦ୍ରଙ୍କୁ ହରିୟାନାର ମେଦାନ୍ତ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। କରୋନା ନେଇ ସ୍ପଷ୍ଟ କଲେ ନିଜେ ଧର୍ମେନ୍ଦ୍ର। ଏନେଇ ନିଜେ ଟ୍ୱିଟର ହ୍ୟାଣ୍ଡେଲ୍ରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, କୋଭିଡ଼ ଲକ୍ଷଣ ଦେଖିଲା ପରେ ମୁଁ ଟେଷ୍ଟ କରାଇଥିଲି। ଟେଷ୍ଟରେ ମୋର ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। […]
ଭୁବନେଶ୍ୱର: ସୁସ୍ଥ ହେଲେ ୧୪୦୯ କରୋନା ଆକ୍ରାନ୍ତ। ଆଜି ରାଜ୍ୟରେ ଦିନକରେ ୧୪୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨୪, ୪୮୨କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ: ଗଂଜାମରୁ ସର୍ବାଧିକ ୨୫୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୨୧୮, ରାୟଗଡ଼ା ୧୨୮, ସୁନ୍ଦରଗଡ଼ରୁ ୧୨୨, […]
ନୂଆଦିଲ୍ଲୀ: ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକସିନ, ଯାହାକି ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ତିଆରି ହେଉଛି, ତାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍ ପାଇଁ ଅନୁମୋଦନ ମିଳିଛି। ଏକ ସପ୍ତାହ ମଧ୍ୟରେ ଏହା ଦେଶର ୧୭ଟି ସ୍ଥାନରେ ଟ୍ରାଏଲ କରାଯିବ ବୋଲି କହିଛନ୍ତି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ। ସେପଟେ କରୋନାକୁ ନେଇ ଜାତୀୟ ସ୍ତରରେ ଆଉ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶରେ ଧୀରେ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ଼ ଯୋଦ୍ଧାଙ୍କ ସମ୍ମାନାର୍ଥେ ଆସନ୍ତାକାଲି ସଂଧ୍ୟା ୬ଟାରେ ନୀରବ ପ୍ରାର୍ଥନା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁଠି ଥିଲେ ବି ଏକ ମିନିଟ ନୀରବ ପ୍ରାର୍ଥନା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘର ଭିତରେ ହେଉ କିମ୍ବା ବାହାରେ, ଯେଉଁଠି ଥିଲେ ବି ନୀରବ ପ୍ରାର୍ଥନା ସହ ଶପଥ କାର୍ଯ୍ୟକ୍ରମରେ ଭାଗ ନେବାକୁ ନବୀନ କହିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଟିଭି ଏବଂ ସୋସିଆଲ୍ ମିଡିଆରେ ଶପଥ […]
ଭୁବନେଶ୍ୱର: ଓଡ଼ିଶାରେ ଦିନକରେ ୧,୩୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୩୩୭ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୫ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫୨୨ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୯,୦୧୮ରେ ପହଞ୍ଚିଛି।
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୫ଜଣ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର ଓ ଖୋର୍ଦ୍ଧାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform of the demise of nine Covid positive patients while under treatment in hospitals. 1. A 42 year old Male of […]
ନୂଆଦିଲ୍ଲୀ: ଦେଶରେ ରେକର୍ଡ ଭାଙ୍ଗିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୮୫୭ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯ ହଜାର ୭୯୫କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨, ୫୦୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯, ୦୮. ୨୫୪ରେ ପହଞ୍ଚିଛି। ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୫,୮୬,୨୪୪ ଅଛନ୍ତି। ତେବେ ଆଶ୍ୱସ୍ତିର […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୧୩୭ କରୋନା ପଜିଟିଭ, ଏମାନଙ୍କ ମଧ୍ୟରୁ ୧୧୩ କ୍ୱାରେଣ୍ଟିନ, ୨୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (BMC)। କେଉଁ ଅଞ୍ଚଳରୁ କେତେ:- ସାଲିଆସାହିରୁ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭୀମପୁରରୁ ୯, ଗଙ୍ଗନଗର ବସ୍ତିରୁ ୮, ଓସିସି ବସ୍ତିରୁ ୭, ବଡ଼ଗଡ଼ରୁ ୬, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୫ ଚିହ୍ନଟ ହୋଇଛନ୍ତି। Update on […]
ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୫୫ କରୋନା ଆକ୍ରାନ୍ତ। ଗଞ୍ଜାମରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ କରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୨୫ ହଜାର ଟପିଲା। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଂଜାମରୁ ସର୍ବାଧିକ ୪୮୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୨୫, ସୁନ୍ଦରଗଡ଼ରୁ ୧୨୨, ସମ୍ବଲପୁରରୁ ୧୦୭ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀ ୭୫, ମୟୂରଭଂଜ ୪୩, […]
ଭୁବନେଶ୍ୱର: ରାଜ୍ୟ ତମାମ କରୋନା ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା। ୧ ମିନିଟ ନୀରବ ପ୍ରାର୍ଥନା କଲେ ରାଜ୍ୟବାସୀ। ଆଜି ସନ୍ଧ୍ୟା ୬ଟାରୁ ୬.୦୧ ପର୍ଯ୍ୟନ୍ତ ୧ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। କଟକ ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ନେତୃତ୍ୱରେ ନୀରବ ପ୍ରାର୍ଥନା କରାଗଲା। ସେହିପରି ଲୋକସେବା ଭବନ, ବିଜେଡି ମୁଖ୍ୟାଳୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ନୀରବ ପ୍ରାର୍ଥନା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏଯାବତ ରାଜ୍ୟରେ ୨୫ ଜଣ କୋଭିଡ଼ ଯୋଦ୍ଧାଙ୍କ […]
ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇଟି ହସ୍ପିଟାଲରେ ଖୋଲିଛି ପ୍ଲାଜମା ବ୍ୟାଙ୍କ। ବ୍ରହ୍ମପୁର MKCG ମେଡିକାଲ୍ ଓ ବୁର୍ଲା ଭିମ୍ସାରରେ ପ୍ଲାଜମା ବ୍ୟାଙ୍କ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। MKCG ହସ୍ପିଟାଲରେ ଉଦ୍ଘାଟନୀ ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଭିମସାରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଉପସ୍ଥିତ ଥିଲେ। ପ୍ଲାଜମା ଥେରାପି ଏବେ କରୋନା ଆକ୍ରାନ୍ତଙ୍କ ପାଇଁ ବରଦାନ ସାଜିଛି। ତେଣୁ ଏହାକୁ ରାଜ୍ୟର ଅନ୍ୟ ଅଞ୍ଚଳରେ ପହଞ୍ଚାଇବା ସହ ପ୍ଲାଜମା ଥେରାପିକୁ ଅଧିକରୁ […]
କଟକ: ମାଲଗୋଦାମ ଅଞ୍ଚଳରୁ ୧୧୨ ପଜିଟିଭ ଚିହ୍ନଟ। ଚିନ୍ତା ବଢ଼ାଇଲା କଟକ ମାଲଗୋଦାମ ବେହେରାସାହି ଅଞ୍ଚଳ। ମାଲଗୋଦାମ କଣ୍ଟେନମେଣ୍ଟ ଅଞ୍ଚଳରୁ ଆଜି ୧୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି କଟକରୁ ଚିହ୍ନଟ ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ମାଲଗୋଦାମରୁ ୧୧୨। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୬୨ ପୁରୁଷ ଏବଂ ୫୦ ମହିଳା ଅଛନ୍ତି। ଗତ କିଛି ଦିନ ହେଲାଣି ସେଠାରୁ ଦୈନିକ ବହୁ ଆକ୍ରାନ୍ତ ମିଳୁଛନ୍ତି। ଏହି ୧୪୩ ଆକ୍ରାନ୍ତଙ୍କ ମଧ୍ୟରେ ୧୧୨ କଣ୍ଟେନ୍ମେଣ୍ଟ ଜୋନ୍, ୧୨ ଜଣ […]
ସମ୍ବଲପୁର: କ୍ୱାରେଣ୍ଟିନରେ ଯିବେ ବୁର୍ଲା ଭୀମସାରର ବିଭିନ୍ନ ବର୍ଗର ୭୦ ଡାକ୍ତର। ମେଡିସିନ୍ ବିଭାଗର ୩୮ ଜଣ ଡାକ୍ତରଙ୍କ ସହ ୭୦ ଜଣ କ୍ୱାରେଣ୍ଟିନରେ ରହିବେ। ଫଳରେ ଗୁରୁବାର ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ମେଡିସିନ୍ ବିଭାଗ ଓପିଡି ବନ୍ଦ ରହିବ। ମେଡିସିନ୍ OPDକୁ ଆସୁଥିବା ରୋଗୀ ଜେନେରାଲ OPDରେ ଦେଖାଇବା ଲାଗି ବ୍ୟବସ୍ଥା ହୋଇଛି। ୭୬୫୫୦-୫୧୫୯୮ ଏବଂ ୭୬୫୫୦-୫୧୬୦୧ ନମ୍ବରରେ ଟେଲି ମେଡିସିନ ସୁବିଧା ପାଇପାରିବେ। ଭୀମସାର ନିର୍ଦ୍ଦେଶକ ଲଳିତ କୁମାର ମେହେର ଏହି ସୂଚନା […]
କଟକ: ଏଣିକି ପ୍ରତ୍ୟେକ ବୁଧବାର କଟକ ମାଲଗୋଦାମ ବନ୍ଦ ରହିବ। ମାଲଗୋଦାମ ନିକଟରେ ଥିବା ବେହେରାସାହିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ କଟକ ମହାନଗର ନିଗମ(CMC) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୩ଟି ପର୍ଯ୍ୟାୟରେ ମାଲଗୋଦାମ ଖୋଲିବାକୁ CMC ନିଷ୍ପତ୍ତି ନେଇଛି। ଅଣ-ଅତ୍ୟାବଶ୍ୟକ ଦୋକାନ ଗୁଡିକ ସକାଳ ୭ରୁ ୧୦ଟା ଯାଏ ଖୋଲିବ। କିନ୍ତୁ ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ହୋଲ୍ସେଲର୍ ସକାଳ ୧୦ରୁ ୨ଟା ଯାଏ ଖୋଲିବ। ତେବେ ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ଖୁଚୁରା […]
ଭୁବନେଶ୍ୱର: ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଅନୁସାରେ, ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧,୬୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୬୯୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭୩ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬୨୬ ରହିଛି। ଗଞ୍ଜାମରୁ ସର୍ବାଧିକ ୨୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୭୧୭ରେ ପହଞ୍ଚିଛି।
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩, ସୁନ୍ଦରଗଡ଼ରୁ ୨, ଭଦ୍ରକ, କନ୍ଧମାଳ, କେନ୍ଦୁଝର, ନବରଙ୍ଗପୁର ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform of the demise of ten Covid positive patients while under treatment in hospitals. 1. A […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ନିଦ ହଜାଇ ଦେଇଛି। ଗତ ୨୪ ଘଣ୍ଟା ସର୍ବାଧିକ ୯୦୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪୦ ହଜାର ପାର୍ କରିଛି । ଆଜି ଦେଶରେ ମୃତ୍ୟୁ ସଂଖ୍ୟା ୪୦ ହଜାର ୬୯୯କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ରୋଗୀ ସଂଖ୍ୟା ମଧ୍ୟ ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୫୬ ହଜାର ୨୮୨ ଆକ୍ରାନ୍ତ। […]
ଖୋର୍ଦ୍ଧା: ଖୋର୍ଦ୍ଧା ଏସ୍ପି ଅଜୟ ପ୍ରତାପ ସ୍ୱାଇଁଙ୍କୁ କରୋନା। ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଥିବା ନେଇ ନିଜେ ଏସ୍ପି ସୂଚନା ଦେଇଛନ୍ତି। ଜିଲ୍ଲା ପୋଲିସ୍ ମୁଖ୍ୟାଳୟର ଜଣେ ଷ୍ଟାଫ୍ କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ଅନ୍ୟମାନଙ୍କ ସ୍ୱାବ୍ ନିଆଯାଇଥିଲା। ସ୍ୱାବ୍ ଟେଷ୍ଟରେ ଖୋର୍ଦ୍ଧା ଏସ୍ପିଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଥିଲା। ତାଙ୍କର କୌଣସି କରୋନା ଲକ୍ଷଣ ନ ଥିଲା ବୋଲି ଏସ୍ପି ଅଜୟ ପ୍ରତାପ କହିଛନ୍ତି। ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧,୬୯୯ ନୂଆ କରୋନା ଆକ୍ରାନ୍ତ […]
ଭୁବନେଶ୍ୱର: ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ୧୦ କର୍ମଚାରୀଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସଂକ୍ରମିତ ସମସ୍ତ ୧୦ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଥାଉ କି, ବିଭାଗର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ଅନ୍ୟମାନଙ୍କର କରୋନା ଟେଷ୍ଟ ହୋଇଥିଲା। ଆଜି ରିପୋର୍ଟ ଆସିବା ପରେ ୧୦ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।
ବଲାଙ୍ଗିର: ଅଗଷ୍ଟ ୮ରୁ ୧୧ ତାରିଖ ଯାଏ ବଲାଙ୍ଗିର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସଟ୍ଡାଉନ୍ ସମୟରେ ଜିଲ୍ଲା ଭିତରେ ସମସ୍ତ ପରିବହନ କାର୍ଯ୍ୟ ବନ୍ଦ ରହିବ। ଦୋକାନ ବଜାର, ସରକାରୀ, ଘରୋଇ ପ୍ରତିଷ୍ଠାନ ବନ୍ଦ ରହିବ। ତେବେ ମେଡିକାଲ୍, ଜଳ ଯୋଗାଣ, ପରିମଳ ଆଦି ଜରୁରୀ ସେବା ଚାଲୁ […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ କ୍ୱାରେଣ୍ଟିନରେ ଥିବା ବେଳେ ୪୭ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଆଜି ଭୁବନେଶ୍ୱରରେ ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)। କେଉଁ ଅଞ୍ଚଳରୁ କେତେ:- ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ରିଜର୍ଭ ପୋଲିସ କଲୋନିରୁ ୭, ନୟାପଲ୍ଲୀ ନୂଆସାହିରୁ ୬ ଚିହ୍ନଟ […]
କଟକ: କଟକ ମାଲଗୋଦାମ ବେହେରା ସାହିରେ ଥମିବାର ନାଁ ନେଉନି କରୋନା। ଆଜି ମାଲଗୋଦାମ ବେହେରା ସାହିରୁ ଆଉ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଆକ୍ରାନ୍ତଙ୍କ ମଧ୍ୟରେ ୧୭ ପୁରୁଷ, ୭ ଜଣ ମହିଳା ଅଛନ୍ତି। ଗତକାଲି ବେହେରା ସାହିରୁ ୧୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏନେଇ ସିଏମ୍ସି ଟ୍ୱିଟ୍ କରିଛି। ଆଜି କଟକ ଟାଉନ୍ରୁ ମୋଟ୍ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୪ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୦ ଲୋକାଲ କେସ୍। […]
ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୫୦ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୬୮୮୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଲେ। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ୨୯୦, ଖୋର୍ଦ୍ଧାରୁ ୧୯୭, ରାୟଗଡ଼ାରୁ ୧୨୧, ସୁନ୍ଦରଗଡ଼ରୁ ୭୬, ଯାଜପୁରରୁ ୪୭, କୋରାପୁଟରୁ ୪୫, କଟକରୁ ୪୪, ପୁରୀରୁ ୪୦, ନୟାଗଡ଼ରୁ ୩୫ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦୁଝରରୁ ୩୩, […]
ରାଉରକେଲା: ଜେଲ୍ରେ କାୟା ବିସ୍ତାର କରୁଛି କରୋନା। ରାଉରକେଲା ସ୍ୱତନ୍ତ୍ର ଜେଲ୍ର ୧୭ ଜଣ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ଜେଲ୍ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କରୋନା ପଜିଟିଭ୍ ବାହାରିଥିବା ସମସ୍ତ ଅନ୍ତେବାସୀଙ୍କୁ ରାଉରକେଲା କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଜେଲ୍ର ବିଭିନ୍ନ ଓ୍ୱାର୍ଡକୁ ବିଶୋଧନ କରାଯାଉଛି। ସୂଚନାଥାଉ କି, ଗୁରୁବାର ଆଣ୍ଟିଜେନ୍ ଟେଷ୍ଟରେ ସୁନ୍ଦରଗଡ଼ ଜିଲ୍ଲାର ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ଭିତରେ ସ୍ୱତନ୍ତ୍ର […]