• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

bbsr-corona
କୋଭିଡ୍‌ ମୁକାବିଲା ପାଇଁ ଭୁବନେଶ୍ୱରବାସୀଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି

ଭୁବନେଶ୍ୱର: ଭୁବନେଶ୍ୱରରେ ଲୋକଙ୍କଠାରେ କୋଭିଡ ମୁକାବିଲା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି। ଦୁଇ ପର୍ଯ୍ୟାୟରେ ହୋଇଥିବା ସେରୋ ସର୍ଭେଲାନ୍ସରୁ ଏହା ସ୍ପଷ୍ଟହୋଇଛି। ଏନେଇ ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଡୌଧୁରୀ। ସେ କହିଛନ୍ତି ଯେ, ପ୍ରଥମ ରାଉଣ୍ଡରେ ୨ଟି ପାର୍ଟରେ ମୋଟ ୨୫୧୪ଟି ସାମ୍ପଲ ସର୍ଭେ ହୋଇଥିଲା। ଏହା ଭିତରୁ ପ୍ରଥମ ପାର୍ଟରେ ୯୦୦ ସାମ୍ପଲ କମ୍ୟୁନିଟିରୁ ନିଆଯାଇଥିଲା। ଦ୍ୱତୀୟ ପାର୍ଟରେ ୧୬୧୪ ସାମ୍ପଲ କୋଭିଡ ୱାରିଅରଙ୍କ ଠାରୁ ନିଆଯାଇଥିଲା। ପ୍ରଥମ ପାର୍ଟରେ ଜନବସତିରୁ […]

  • Monday, 05 July 2021
karnataka-cm
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କୁ କରୋନା

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ କ୍ୱାରେଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି ସିଦ୍ଦରମୈୟା। ସେ ଟ୍ୱିଟ୍ କରି ଲେଖିଛନ୍ତି “ ମୁଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଡାକ୍ତରଙ୍କ ପରାମର୍ଶ କ୍ରମେ କରୋନା ସତର୍କତା ପାଇଁ ଡାକ୍ତରଖାନାରେ ମଧ୍ୟ ଆଡ୍‌ମିସନ ହୋଇଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ଶରୀରରେ […]

  • Monday, 05 July 2021
ପwho
WHOର ଚେତାବନୀ- ଭାକ୍ସିନ କରୋନା ଭାଇରସ୍‌କୁ ସମ୍ପୂର୍ଣ୍ଣ ମାରି ପାରିବ ନାହିଁ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ, ସାରା ବିଶ୍ୱରେ ଏବେ ୧୬୫ରୁ ଅଧିକ କରୋନା ଭ୍ୟାକସିନ ପ୍ରସ୍ତୁତ ହେଉଛି। ଏହା ମଧ୍ୟରୁ କେତେକ ଭ୍ୟାକସିନ ପ୍ରି କ୍ଲିନିକାଲ୍ ଟ୍ରାଏଲ୍ ଷ୍ଟେଜରେ ଥିବାବେଳେ କେତେକ ଭ୍ୟାକସିନ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲରେ ଅଛି । ସେପଟେ ରୁଷିଆ କିଛି ସପ୍ତାହ ମଧ୍ୟରେ ଭ୍ୟାକସିନ ମାର୍କେଟକୁ ଛାଡ଼ିବ ବୋଲି ଦାବି କରିଛି । ଆସନ୍ତା ମାସ ସୁଦ୍ଧା ଭ୍ୟାକସିନର ମାସ୍‌ ପ୍ରଡକସନ କରି ସାରା ବିଶ୍ୱକୁ […]

  • Monday, 05 July 2021
coronaviryus
ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୮୪ କରୋନା ରୋଗୀ

ଭୁବନେଶ୍ୱର:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧, ୩୮୪ କରୋନା ପଜିଟିଭ।୨୮ ଜିଲ୍ଲାରୁ ୧,୩୮୪ ପଜିଟିଭ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୮୮୯ ଜଣ  ଥିବାବେଳେ ଲୋକାଲ କେସ୍‌ ଅଛି ୪୯୫। ସୋମବାର ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଅଛନ୍ତି। ଗଞ୍ଜାମରୁ ୨୮୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।  ଏହା ପଛରେ ରହିଛି ଖୋର୍ଦ୍ଧା। […]

  • Monday, 05 July 2021
coronavirus
ଦେଶରେ ୫୨,୦୫୦ କରୋନା ଆକ୍ରାନ୍ତ ଚିହ୍ନଟ; ୮୦୩ ମୃତ୍ୟୁ

ନୂଆଦିଲ୍ଲୀ: ଏବେ ସବୁଦିନ ଦେଶରେ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ତାଳ ଦେଇ ବଢ଼ି ଚାଲିଛି। ଆଜି ଦେଶରେ ଦିନକରେ ୫୨,୦୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୦୩ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୫୫ ହଜାର ୭୪୬ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୮ ହଜାର ୯୩୮କୁ ବୃଦ୍ଧି ପାଇଛି। ମୋଟ […]

  • Monday, 05 July 2021
corona death in  odisha
୨୪ ଘଣ୍ଟାରେ ୯ ଜୀବନ ନେଲା କରୋନା

ଭୁବନେଶ୍ୱର:ରାଜ୍ୟରେ ଆଜି ୯ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୧୬ ଛୁଇଁଲା। ସୂଚନାନୁସାରେ, ଗଞ୍ଜାମରେ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ଘଟିଛି ଓ  ୪ଜଣ ଯାକ  ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯତାକ୍ରମେ ୪୦, ୫୦, ୪୬ ଓ ୬୦ ବର୍ଷ। ସେହିଭଳି ଗଞ୍ଜାମର ଅନ୍ୟ ୨ ମୃତକ ହେଲେ ମହିଳା ଓ ସେମାନଙ୍କର ବୟସ […]

ils
'ଅଗଷ୍ଟରେ ରାଜ୍ୟରେ କରୋନା ସ୍ଥିିତି ଶୀର୍ଷକୁ ଯାଇ ସ୍ଥିର ହେବ'

ଭୁବନେଶ୍ୱର: ଅଗଷ୍ଟରେ କରୋନା ସ୍ଥିତି ଦ୍ରୁତ ଗତିରେ ମାଡ଼ି ପୁଣି ସ୍ଥିର ହେବ। କିନ୍ତୁ ଏହି ଭାଇରସ ଭିନ୍ନ ପ୍ରକାର ହେଉଥିବାରୁ ର୍ନିଦ୍ଧିଷ୍ଟ ଆକଳନ ଲଗାଇ ହେଉନି। କିନ୍ତୁ ମୃତ୍ୟୁ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ରହିଛି ବୋଲି କହିଛନ୍ତି ଆଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା। ସେହିଭଳି ରାଜ୍ୟରେ ଘଟୁଥିବା କରୋନା ଜନିତ ମୃତ୍ୟ ସଂଖ୍ୟାକୁ ନେଇ ସେ କହିଛନ୍ତି ଯେ ଅନ୍ୟ କିଛି ଜଟିଳ ରୋଗ ଥିବା କାରଣରୁ ଅଧିକ ମୃତ୍ୟୁ […]

  • Monday, 05 July 2021
doctor
ବୁର୍ଲା ମେଡିକାଲରେ ୯ ଡାକ୍ତରଙ୍କୁ କରୋନା

ସମ୍ବଲପୁର: ବୁର୍ଲା ଭୀମସାରରେ ୯ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମେଡିସିନ୍ ବିଭାଗର ୯ ଜଣ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ କୁମାର ମେହେର ସୂଚନା ଦେଇଛନ୍ତି। ପଜିଟିଭ୍ ଚିହ୍ନଟ ପରେ ମେଡିସିନ୍ ବିଭାଗର OPD ଆଜି ପାଇଁ ବନ୍ଦ କରାଯାଇଥିବା ସେ କହିଛନ୍ତି। ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧, ୩୮୪ କରୋନା ପଜିଟିଭ। ୨୮ ଜିଲ୍ଲାରୁ ୧,୩୮୪ ପଜିଟିଭ ଚିହ୍ନଟ […]

  • Monday, 05 July 2021
bbsr
ଭୁବନେଶ୍ୱରରୁ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ, ୫୧ ଲୋକାଲ୍ କେସ୍

ଭୁବନେଶ୍ୱର: ରାଜଧାନୀରେ ଆଉ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୮ କ୍ୱାରେଣ୍ଟିନ, ୫୧ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିଏମ୍‌ସି। କେଉଁ ଅଞ୍ଚଳରୁ କେତେ:- ଶିରିପୁର କନ୍ଧସାହିରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାଲିଆସାହିରୁ ଆଉ ୧୧, ନୟାପଲ୍ଲୀ ବ୍ରିଟ କଲୋନିରୁ ୭, ଡୁମୁଡୁମାରୁ ୬, ୟୁନିଟ-୬ରୁ ୪, ଖଣ୍ଡଗିରି ତପୋବନ ବସ୍ତିରୁ ୩, ବଡ଼ଗଡ଼ ବ୍ରିଟ କଲୋନିରୁ ୩, ୟୁନିଟ-୧ରୁ […]

  • Monday, 05 July 2021
dharmendra
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ‌ ସାମ୍ପଲ ରିପୋର୍ଟ ପଜିଟିଭ ଆସିଛି। ପରେ ଧର୍ମେନ୍ଦ୍ରଙ୍କୁ ହରିୟାନାର ମେଦାନ୍ତ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। କରୋନା ନେଇ ସ୍ପଷ୍ଟ କଲେ ନିଜେ ଧର୍ମେନ୍ଦ୍ର। ଏନେଇ ନିଜେ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, କୋଭିଡ଼ ଲକ୍ଷଣ ଦେଖିଲା ପରେ ମୁଁ ଟେଷ୍ଟ କରାଇଥିଲି। ଟେଷ୍ଟରେ ମୋର ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। […]

  • Monday, 05 July 2021
cured
ଦିନକରେ ସୁସ୍ଥ ହେଲେ ୧୪୦୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ୧୪୦୯ କରୋନା ଆକ୍ରାନ୍ତ। ଆଜି ରାଜ୍ୟରେ  ଦିନକରେ ୧୪୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨୪, ୪୮୨କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ: ଗଂଜାମରୁ ସର୍ବାଧିକ ୨୫୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୨୧୮, ରାୟଗଡ଼ା ୧୨୮, ସୁନ୍ଦରଗଡ଼ରୁ ୧୨୨, […]

  • Monday, 05 July 2021
rajesh-bhusan
ଖୁସି ଖବର, ଦେଶରେ କମୁଛି ମୃତ୍ୟୁ ହାର

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକସିନ, ଯାହାକି ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ତିଆରି ହେଉଛି, ତାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍ ପାଇଁ ଅନୁମୋଦନ ମିଳିଛି। ଏକ ସପ୍ତାହ ମଧ୍ୟରେ ଏହା ଦେଶର ୧୭ଟି ସ୍ଥାନରେ ଟ୍ରାଏଲ କରାଯିବ ବୋଲି କହିଛନ୍ତି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ। ସେପଟେ କରୋନାକୁ ନେଇ ଜାତୀୟ ସ୍ତରରେ ଆଉ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶରେ ଧୀରେ […]

  • Monday, 05 July 2021
covid-fighers
କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଆସନ୍ତାକାଲି ନୀରବ ପ୍ରାର୍ଥନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ଼ ଯୋଦ୍ଧାଙ୍କ ସମ୍ମାନାର୍ଥେ ଆସନ୍ତାକାଲି ସଂଧ୍ୟା ୬ଟାରେ ନୀରବ ପ୍ରାର୍ଥନା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁଠି ଥିଲେ ବି ଏକ ମିନିଟ ନୀରବ ପ୍ରାର୍ଥନା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘର ଭିତରେ ହେଉ କିମ୍ବା ବାହାରେ, ଯେଉଁଠି ଥିଲେ ବି ନୀରବ ପ୍ରାର୍ଥନା ସହ ଶପଥ କାର୍ଯ୍ୟକ୍ରମରେ ଭାଗ ନେବାକୁ ନବୀନ କହିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଟିଭି ଏବଂ ସୋସିଆଲ୍ ମିଡିଆରେ ଶପଥ […]

  • Monday, 05 July 2021
corona
୨୪ ଘଣ୍ଟାରେ ଓଡ଼ିଶାରେ ଚିହ୍ନଟ ହେଲେ ୧,୩୩୭ ନୂଆ କରୋନା ପଜିଟିଭ୍‌

ଭୁବନେଶ୍ୱର: ଓଡ଼ିଶାରେ ଦିନକରେ ୧,୩୩୭ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୩୩୭ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୫ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୨୨ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୯,୦୧୮ରେ ପହଞ୍ଚିଛି।

ଦିନକରେ ଓଡ଼ିଶାରେ ୯ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୫ଜଣ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର ଓ ଖୋର୍ଦ୍ଧାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform of the demise of nine Covid positive patients while under treatment in hospitals. 1. A 42 year old Male of […]

  • Monday, 05 July 2021
corona
ଦେଶରେ କରୋନା ସ୍ଥିତି; ୨୪ ଘଣ୍ଟାରେ ଆଖି ବୁଜିଲେ ୮୫୭

ନୂଆଦିଲ୍ଲୀ: ଦେଶରେ ରେକର୍ଡ ଭାଙ୍ଗିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ  ୮୫୭ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ  କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯ ହଜାର ୭୯୫କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨, ୫୦୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯, ୦୮. ୨୫୪ରେ ପହଞ୍ଚିଛି। ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୫,୮୬,୨୪୪ ଅଛନ୍ତି। ତେବେ ଆଶ୍ୱସ୍ତିର […]

  • Monday, 05 July 2021
corona
ଭୁବନେଶ୍ୱରରୁ ଆଉ ୧୩୭ ପଜିଟିଭ ଚିହ୍ନଟ, ୨୪ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୧୩୭ କରୋନା ପଜିଟିଭ, ଏମାନଙ୍କ ମଧ୍ୟରୁ ୧୧୩ କ୍ୱାରେଣ୍ଟିନ, ୨୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (BMC)। କେଉଁ ଅଞ୍ଚଳରୁ କେତେ:- ସାଲିଆସାହିରୁ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭୀମପୁରରୁ ୯, ଗଙ୍ଗନଗର ବସ୍ତିରୁ ୮, ଓସିସି ବସ୍ତିରୁ ୭, ବଡ଼ଗଡ଼ରୁ ୬, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୫ ଚିହ୍ନଟ ହୋଇଛନ୍ତି। Update on […]

  • Monday, 05 July 2021
mask
୨୫ ହଜାର ଟପିଲା କରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୫୫ କରୋନା ଆକ୍ରାନ୍ତ। ଗଞ୍ଜାମରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ କରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୨୫ ହଜାର ଟପିଲା। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଂଜାମରୁ ସର୍ବାଧିକ ୪୮୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୨୫, ସୁନ୍ଦରଗଡ଼ରୁ ୧୨୨, ସମ୍ବଲପୁରରୁ ୧୦୭ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀ ୭୫, ମୟୂରଭଂଜ ୪୩, […]

  • Monday, 05 July 2021
nirab
୧ ମିନିଟ୍‌ ପାଇଁ ନୀରବ ହେଲା ସାରା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟ ତମାମ କରୋନା ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା। ୧ ମିନିଟ ନୀରବ ପ୍ରାର୍ଥନା କଲେ ରାଜ୍ୟବାସୀ। ଆଜି ସନ୍ଧ୍ୟା ୬ଟାରୁ ୬.୦୧ ପର୍ଯ୍ୟନ୍ତ ୧ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। କଟକ ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ନେତୃତ୍ୱରେ ନୀରବ ପ୍ରାର୍ଥନା କରାଗଲା। ସେହିପରି ଲୋକସେବା ଭବନ, ବିଜେଡି ମୁଖ୍ୟାଳୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ନୀରବ ପ୍ରାର୍ଥନା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କହିଥିଲେ ଯେ ଏଯାବତ ରାଜ୍ୟରେ ୨୫ ଜଣ କୋଭିଡ଼ ଯୋଦ୍ଧାଙ୍କ […]

  • Monday, 05 July 2021
plasma
ଆଉ ୨ ହସ୍ପିଟାଲରେ ଖୋଲିଲା ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇଟି ହସ୍ପିଟାଲରେ ଖୋଲିଛି ପ୍ଲାଜମା ବ୍ୟାଙ୍କ। ବ୍ରହ୍ମପୁର MKCG ମେଡିକାଲ୍ ଓ ବୁର୍ଲା ଭିମ୍‌ସାରରେ ପ୍ଲାଜମା ବ୍ୟାଙ୍କ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। MKCG ହସ୍ପିଟାଲରେ ଉଦ୍ଘାଟନୀ ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଭିମସାରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଉପସ୍ଥିତ ଥିଲେ। ପ୍ଲାଜମା ଥେରାପି ଏବେ କରୋନା ଆକ୍ରାନ୍ତଙ୍କ ପାଇଁ ବରଦାନ ସାଜିଛି। ତେଣୁ ଏହାକୁ ରାଜ୍ୟର ଅନ୍ୟ ଅଞ୍ଚଳରେ ପହଞ୍ଚାଇବା ସହ ପ୍ଲାଜମା ଥେରାପିକୁ ଅଧିକରୁ […]

  • Monday, 05 July 2021
malgodown
କରୋନା ହଟସ୍ପଟ୍‌ ପାଲଟିବ କଟକ ମାଲଗୋଦାମ !

କଟକ: ମାଲଗୋଦାମ ଅଞ୍ଚଳରୁ ୧୧୨ ପଜିଟିଭ ଚିହ୍ନଟ। ଚିନ୍ତା ବଢ଼ାଇଲା କଟକ ମାଲଗୋଦାମ ବେହେରାସାହି ଅଞ୍ଚଳ। ମାଲଗୋଦାମ କଣ୍ଟେନମେଣ୍ଟ ଅଞ୍ଚଳରୁ ଆଜି ୧୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି କଟକରୁ ଚିହ୍ନଟ ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ମାଲଗୋଦାମରୁ ୧୧୨। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୬୨ ପୁରୁଷ ଏବଂ ୫୦ ମହିଳା ଅଛନ୍ତି। ଗତ କିଛି ଦିନ ହେଲାଣି ସେଠାରୁ ଦୈନିକ ବହୁ ଆକ୍ରାନ୍ତ ମିଳୁଛନ୍ତି। ଏହି ୧୪୩ ଆକ୍ରାନ୍ତଙ୍କ ମଧ୍ୟରେ ୧୧୨ କଣ୍ଟେନ୍‌ମେଣ୍ଟ ଜୋନ୍, ୧୨ ଜଣ […]

  • Monday, 05 July 2021
vimsar
କ୍ୱାରେଣ୍ଟିନ୍‌ରେ ଯିବେ ବୁର୍ଲାର ୭୦ ଡାକ୍ତର

ସମ୍ବଲପୁର: କ୍ୱାରେଣ୍ଟିନରେ ଯିବେ ବୁର୍ଲା ଭୀମସାରର ବିଭିନ୍ନ ବର୍ଗର ୭୦ ଡାକ୍ତର। ମେଡିସିନ୍ ବିଭାଗର ୩୮ ଜଣ ଡାକ୍ତରଙ୍କ ସହ ୭୦ ଜଣ କ୍ୱାରେଣ୍ଟିନରେ ରହିବେ। ଫଳରେ ଗୁରୁବାର ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ମେଡିସିନ୍ ବିଭାଗ ଓପିଡି ବନ୍ଦ ରହିବ। ମେଡିସିନ୍ OPDକୁ ଆସୁଥିବା ରୋଗୀ ଜେନେରାଲ OPDରେ ଦେଖାଇବା ଲାଗି ବ୍ୟବସ୍ଥା ହୋଇଛି। ୭୬୫୫୦-୫୧୫୯୮ ଏବଂ ୭୬୫୫୦-୫୧୬୦୧ ନମ୍ବରରେ ଟେଲି ମେଡିସିନ ସୁବିଧା ପାଇପାରିବେ। ଭୀମସାର ନିର୍ଦ୍ଦେଶକ ଲଳିତ କୁମାର ମେହେର ଏହି ସୂଚନା […]

  • Monday, 05 July 2021
malgodown
ପ୍ରତ୍ୟେକ ବୁଧବାର କଟକ ମାଲଗୋଦାମ ବନ୍ଦ

କଟକ: ଏଣିକି ପ୍ରତ୍ୟେକ ବୁଧବାର କଟକ ମାଲଗୋଦାମ ବନ୍ଦ ରହିବ। ମାଲଗୋଦାମ ନିକଟରେ ଥିବା ବେହେରାସାହିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ କଟକ ମହାନଗର ନିଗମ(CMC) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୩ଟି ପର୍ଯ୍ୟାୟରେ ମାଲଗୋଦାମ ଖୋଲିବାକୁ CMC ନିଷ୍ପତ୍ତି ନେଇଛି। ଅଣ-ଅତ୍ୟାବଶ୍ୟକ ଦୋକାନ ଗୁଡିକ ସକାଳ ୭ରୁ ୧୦ଟା ଯାଏ ଖୋଲିବ। କିନ୍ତୁ ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ହୋଲ୍‌ସେଲର୍‌ ସକାଳ ୧୦ରୁ ୨ଟା ଯାଏ ଖୋଲିବ। ତେବେ ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ଖୁଚୁରା […]

  • Monday, 05 July 2021
corona
ଓଡ଼ିଶାରେ ୧,୬୯୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ୪୦ ହଜାର ଟପିଲା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଅନୁସାରେ, ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧,୬୯୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୬୯୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭୩ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୨୬ ରହିଛି। ଗଞ୍ଜାମରୁ ସର୍ବାଧିକ ୨୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୭୧୭ରେ ପହଞ୍ଚିଛି।

ଓଡ଼ିଶାରେ କରୋନା ନେଲା ଆଉ ୧୦ ଜୀବନ, ୨୩୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩, ସୁନ୍ଦରଗଡ଼ରୁ ୨, ଭଦ୍ରକ, କନ୍ଧମାଳ, କେନ୍ଦୁଝର, ନବରଙ୍ଗପୁର ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform of the demise of ten Covid positive patients while under treatment in hospitals. 1. A […]