ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି ଦେଶରେ କୋରନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ୯୩୩ ଜଣଙ୍କ ଜୀବନ ଯାଇଥିବା ବେଳେ ସଂକ୍ରମଣ ହୋଇଛନ୍ତି ୬୧ ହଜାର ୫୩୭ ଜଣ । ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ତଥ୍ୟ ଅନୁଯାୟୀ, ଗତ ୧୦ ଦିନ ହେବ ୫୦ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୨୦, ୮୮, […]
ବ୍ରହ୍ମପୁର: ଆଜିଠୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ପଞ୍ଚମ ପର୍ଯ୍ୟାୟ ହେଲ୍ଥ ସ୍କ୍ରିନିଂ ଆରମ୍ଭ ହୋଇଛି।ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଶେଷ କରି ସହରାଞ୍ଚଳରେ ସଂକ୍ରମଣ ଅଧିକ ହେଉଥିବାରୁ ଜିଲ୍ଲାପାଳ ପୁଣି ଥରେ ସହରାଞ୍ଚଳରେ ହେଲ୍ଥ ସ୍କ୍ରିନିଂ ଆରମ୍ଭ କରିଛନ୍ତି। ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ୪ଟି ପର୍ଯ୍ୟାୟରେ ହେଲ୍ଥ ସ୍କ୍ରିନିଂ କରାଯାଇଛି। ଏଥିରେ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ହୋଇଛି କି ନାହିଁ, ସେନେଇ ଡାକ୍ତରୀ ଟିମ୍ ଯାଞ୍ଚ କରିଥିଲେ। ଏଥର ମଧ୍ୟ ୨୦୦ ଡାକ୍ତର […]
ବ୍ରହ୍ମପୁର: ଗଂଜାମରେ ନିମ୍ନଗାମୀ ହେଉଛି କରୋନା। ସୁସ୍ଥ ହୋଇଥିବା ଲୋକଙ୍କ ପାଖରେ ଆଉ କରୋନା ଲକ୍ଷଣ ଦେଖାଯାଉନି ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ କୁଲାଙ୍ଗେ। ଗଂଜାମରେ କରୋନା ସ୍ଥିତି ନେଇ ପ୍ରେସ୍ମିଟ୍ରେ ଜିଲ୍ଲାପାଳ ବିଜୟ କୁଲାଙ୍ଗେ କହିଛନ୍ତି ଯେ ଗଂଜାମ ଜିଲ୍ଲାରେ କରୋନା ଆରୋଗ୍ୟ ହାର ୭୮ ପ୍ରତିଶତକୁ ବୃଦ୍ଧି ପାଇଛି। ତିନି ଦିନ ତଳେ ଗଂଜାମର ଆକ୍ଟିଭ କେସ୍ ୩୭ଶହରୁ ଅଧିକ ଥିଲାବେଳେ ଆଜି ଜିଲ୍ଲାରେ ଆକ୍ଟିଭ କେସ୍ ସଂଖ୍ୟା ୨ ହଜାର ପାଖପାଖି ରହିଛି। […]
କଟକ: କଟକ ଟାଉନ୍ରୁ ଆଉ ୭୬ ପଜିଟିଭ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କଣ୍ଟେନମେଣ୍ଟ ଜୋନ୍ରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି। ୭ ସରକାରୀ କ୍ୱାରେଣ୍ଟିନ୍, ୭ ହୋମ୍ କ୍ୱାରେଣ୍ଟିନ୍, ୧୬ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ସୂଚନା ଦେଇଛି କଟକ ମହାନଗର ନିଗମ। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ କଣ୍ଟେନମେଣ୍ଟ ଜୋନ୍ ଅର୍ଥାତ ମାଲଗୋଦାମ ବେହେରା ସାହିରୁ ୪୬। ଏମାନଙ୍କ ମଧ୍ୟରେ ମଧ୍ୟରେ ପୁରୁଷ ୧୬ ଓ ମହିଳା ୩୦ ଜଣ […]
ବରଗଡ଼: ବରଗଡ଼ ବିଜେପି ସାଂସଦ ସୁରେଶ ପୂଜାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି #COVID19 ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି ପରୀକ୍ଷା କରିଥିଲି II ଆଜି ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ ମୋତେ ସୁଚନା କରିଛନ୍ତି II ସମ୍ବଲପୁର ଓ ବରଗଡ଼ ଜିଲ୍ଲାପାଳ ତଥା ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନ୍ ରେ […]
ଭୁବନେଶ୍ୱର: ଦିନକରେ ରାଜଧାନୀରେ ଚିହ୍ନଟ ହେଲେ ଆଉ ୧୯୦ କରୋନା ଆକ୍ରାନ୍ତ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୮ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୫୨ ଲୋକାଲ୍ କେସ୍। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)। କପିଳେଶ୍ୱର କଞ୍ଚସାହିରୁ ୨୧, ବରମୁଣ୍ଡା ବେହେରାସାହିରୁ ୭, ବମିଖାଲ ଅଞ୍ଚଳରୁ ୬, କପିଳେଶ୍ୱର ତଳସାହିରୁ ୩, କଟକ ରୋଡ଼ ଷ୍ଟେସନ ଛକ ଅଞ୍ଚଳରୁ ୩, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୩, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ […]
ନୂଆଦିଲ୍ଲୀ: କରୋନାରେ ସାରା ଦେଶରେ ୧୯୬ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଲାଣି। ସେମାନଙ୍କ ମଧ୍ୟରୁ ଅଧିଂକାଶ ସାଧରଣ ବିଭାଗ ଓ ଡାକ୍ତରି ଅଭ୍ୟାସ କରୁଥିବା ଡାକ୍ତର ଅଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ୍(IMA) ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ଏହି ଘଟଣାରେ IMA ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି। IMAର ତଥ୍ୟ ଅନୁସାରେ ଅଧିକାଂଶ ରୋଗୀ ଜ୍ୱର ଓ ତତ୍ ସମ୍ଭନ୍ଧୀୟ ଲକ୍ଷଣ ଦେଖାଦେଲେ ଆଗ ସାଧାରଣ ଡାକ୍ତରଙ୍କ ସହିତ ପରାମର୍ଶ କରିଥାନ୍ତି। ଏଥିପାଇଁ ଏହି ଡାକ୍ତରମାନେ ରୋଗୀ […]
ବ୍ରହ୍ମଗିରି: କରୋନା ଆକ୍ରାନ୍ତଙ୍କୁ ଆଣିବାକୁ ଯାଇ ହଟହଟା ହେଲେ ତହସିଲଦାର ଓ ସ୍ୱାସ୍ଥ୍ୟକର୍ମୀ। ଏପରିକି ସେମାନଙ୍କୁ ଦୁର୍ବ୍ୟବହାର କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କହଳପଦା ଗାଁରେ ଏହି ଘଟଣା ଘଟିଛି। କହଳପଦା ଗାଁର ଗୋଟିଏ ପରିବାରର ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କୁ କୋଭିଡ ହସ୍ପିଟାଲ୍ରେ ଭର୍ତ୍ତି କରିବା ପାଇଁ ଗାଁକୁ ତହସିଲଦାର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଏକ ଟିମ୍ ଯାଇଥିଲେ। ହେଲେ ପରିବାର ଲୋକେ ସହଯୋଗ କରିବା […]
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୮୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୫୯୭ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ଅଛି ୧,୨୦୬ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୨୪,୬୯୯କୁ ବୃଦ୍ଧି…
ବିଜୟଓ୍ୱାଡା: ଆନ୍ଧ୍ରପ୍ରଦେଶ ବିଜୟଓ୍ୱାଡାର ଏକ ହୋଟେଲ୍ରେ ହୋଇଥିବା କୋଭିଡ୍ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କ ମୃୃତ୍ୟୁ ହୋଇଛି। ଆଜ ଭୋର ୫ଟାରେ ହୋଟେଲ୍ରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡ ପରେ ହୋଟେଲ୍ରୁ ୩୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ NDRF ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମିଳିଥିବା ସୂଚନା ଅନୁସାରେ, କରୋନା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଏକ ପ୍ରାଇଭେଟ୍ […]
ନୂଆଦିଲ୍ଲୀ: ଏବେ ଆଉ ୫୦ ହଜାର ନୁହେଁ ଏବେ ପ୍ରତିଦିନ ୬୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିଭଳି ଦିନକୁ ୮ ଶହରୁ ଅଧିକ କରୋନା ରୋଗୀଙ୍କର ମୃତ୍ୟୁ ହେଉଛି। ଆଜି ଗୋଟିଏ ଦିନରେ ୬୪,୩୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୬୧ ଜଣଙ୍କ ମୃତ୍ୟୁ ହୋଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ କରୋନାଜନିତ ମୋଟ ମୃତ୍ୟୁସଂଖ୍ୟା ୪୩ ହଜାର ୩୭୯କୁ ବୃଦ୍ଧି ପାଇଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୬ ଜଣ, କୋରାପୁଟରୁ ୨ଜଣ, ବାଲେଶ୍ୱର, ଭୁବନେଶ୍ୱର, ଖୋର୍ଦ୍ଧା, ବରଗଡ଼ ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform of the demise of thirteen Covid positive patients while under treatment in hospitals. 1. A […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୭୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୭୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୭୫ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬୫୯ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭ରେ […]
କଟକ: କଟକ ସହରରେ ୪ ଜଣ ପୋଲିସ୍ କର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସଦର ଥାନାରୁ ଜଣେ, ବାଦାମବାଡ଼ି ଥାନାରୁ ୨ ଜଣ ଓ ରିଜର୍ଭ ପୋଲିସ୍ରୁ ଜଣେ ପୋଲିସ୍ କର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୭୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ କଟକ ଜିଲ୍ଲାରୁ ୧୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ […]
ବିଜୟୱାଡା: ଆନ୍ଧ୍ରପ୍ରଦେଶ ବିଜୱାଡାରେ କୋଭିଡ୍ କେୟାର୍ ସେଣ୍ଟର ସାଜିଥିବା ଏକ ହୋଟେଲ୍ ନିଆଁ ଲାଗିବା ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିଛନ୍ତି ଅନ୍ଧ୍ର ସରକାର। ରବିବାର ଏହି ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ। ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ବିଭାଗୟୀ ଅଧିକାରୀମାନଙ୍କୁ […]
ନୁଆଦିଲ୍ଲୀ: କରୋନାରୁ ଆରୋଗ୍ୟ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ଦିଲ୍ଲୀ ବିଜେପି ନେତା ମନୋଜ ତିୱାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅଗଷ୍ଟ ୨ ତାରିଖରେ ଶାହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହରିୟାଣା ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେ ଅସୁରକ୍ଷିତ ଶ୍ରେଣୀରେ ଥିଲେ। କିନ୍ତୁ ଆଜି ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ଟ୍ୱିଟ୍ କରି ସୂଚନ ଆଦେଇଛନ୍ତି ମନୋଜ ତିୱାରୀ। ଶାହ କରୋନା […]
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବା ନେଇ ବିଜେପି ନେତା ମନୋଜ ତିୱାରୀ ଟ୍ୱିଟ୍ କରି ଜଣାଇବା ପରେ ଶାହ ସୁସ୍ଥ ହୋଇଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା। କିନ୍ତୁ ଗୃହମନ୍ତ୍ରାଳୟ ଏହାକୁ ଖଣ୍ଡନ କରିବା ପରେ ମନୋଜ ତାଙ୍କ ଟ୍ୱିଟ୍କୁ ଡିଲିଟ୍ କରିଦେଇଛନ୍ତି। ଶାହ ଏବେ ବି କରୋନା ପଜିଟିବ୍ ଥିବା ଗୃହମନ୍ତ୍ରାଳୟ କହିଛି। ଖବର ସରବରାହ ସଂସ୍ଥା ଏନ୍ଆଇ ଅନୁସାରେ, ଗୃହମନ୍ତ୍ରାଳୟ କହିଛି, ଏପର୍ଯ୍ୟନ୍ତ ଶାହଙ୍କର ଦ୍ୱିତୀୟ ଥର […]
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ପରିଚାଳନାରେ ଦୁର୍ନୀତି ନେଇ ବଡ଼ ଗନ୍ଧ ବାରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କୋଭିଡ୍ ଦୁର୍ନୀତିରେ ତାମିଲନାଡୁ ଲିଙ୍କ୍ ରହିଛି ବୋଲି ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅପରାଜିତା। ଚେନ୍ନାଇର ଏକ ଚଷମା ଦୋକାନରୁ ପିପିଇ କିଟ୍ କିଣାଯାଇଛି। କୋଭିଡ୍ ପରିଚାଳନା ଦୁର୍ନୀତି ଓ ଅର୍ଥ ଉପାର୍ଜନ ପାଇଁ ସୁବିଧା ସାଜିଛି। ସେହିପରି ପଞ୍ଜାବ ଓ ହରିୟାଣାର ବିଭିନ୍ନ ଫାର୍ମରୁ ଚଢ଼ା ଦରରେ ମାସ୍କ କିଣା ହୋଇଛି ବୋଲି ଅପରାଜିତା କହିଛନ୍ତି। ରାଜ୍ୟ […]
ବଲାଙ୍ଗିର: ବଲାଙ୍ଗିର କୋଭିଡ ଆଇସୋଲେସନ ସେଣ୍ଟରରେ ଯୁବକଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଟାଉନ୍ ଥାନା ପୋଲିସ। ସେପଟେ ଆଇସୋଲେସନ୍ ଓ୍ୱାର୍ଡରେ ଡାକ୍ତରଙ୍କୁ ମାଡ଼ ନେଇ ପ୍ରତିବାଦ କରିଛନ୍ତି କୋଭିଡ୍ ଯୋଦ୍ଧା। ପ୍ରତିବାଦ ସ୍ୱାରୂପ କଳାବ୍ୟାଜ୍ ପିନ୍ଧି ଡାକ୍ତରମାନେ ମେଡିକାଲରେ ଡ୍ୟୁଟି କରୁଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ ଏନ୍ଏସ୍ଏ ଲାଗୁ କରିବା ସହିତ ହସପିଟାଲରେ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରିବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ […]
କଟକ: କଟକ ସହରରେ କରୋନା ସଂକ୍ରମିତ ଅଧିକ, ଗ୍ରାମାଞ୍ଚଳରେ କମ୍। ବଡ଼ମ୍ବା ନରସିଂହପୁର ଓ ଆଠଗଡ଼, ମାଲଗୋଦାମ ଅଞ୍ଚଳରେ ସଂକ୍ରମଣ ଅଧିକ ରହିଛି। ଜିଲ୍ଲାରେ ଆଉ ଏକ କୋଭିଡ ହସ୍ପିଟାଲ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। କଟକ ଜିଲ୍ଲାରେ କରୋନା ସ୍ଥିତି ନେଇ ପ୍ରେସମିଟ୍ରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେ ଜିଲ୍ଲାରେ ଏଯାବତ ୩୦୧ ଜଣ କୋଭିଡ ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ କୋଭିଡ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୧୬୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୬୬ ମଧ୍ୟରୁ କ୍ୱାରେଣ୍ଟିନରୁ ୯୮, ଲୋକାଲ କଣ୍ଟାକ୍ଟ କେସ୍ ୬୮ ରହିଛି। ଏନେଇ ଟ୍ୱିଟ୍ ୟୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। କେଉଁ ଅଞ୍ଚଳରୁ କେତେ:- ସାଲିଆସାହିରୁ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ କ୍ୱାରେଣ୍ଟିନ କେନ୍ଦ୍ରରୁ ୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ୟୁନିଟ୍-୯ରୁ ୫ ଓ ଆଇଆର୍ସି ଭିଲେଜରୁ ୪, ଗଙ୍ଗନଗର ଓ ରିଜର୍ଭ ପୋଲିସ କଲୋନୀରୁ […]
ଭୁବନେଶ୍ୱର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୫୪୩ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୩୧,୭୮୪କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ୪୦୨ ଓ ଖୋର୍ଦ୍ଧାରୁ ୨୧୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକରୁ ୧୩୧ ଓ କୋରାପୁଟରୁ ୧୨୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଜପତିରୁ ୧୧୧ ଓ ବାଲେଶ୍ୱରରୁ ୮୩, ଯାଜପୁର- ୫୮, ସମ୍ବଲପୁର-୪୯, ମାଲକାନଗିରିରୁ ୪୭, […]
କଟକ: ଆଜି କଟକ ମହାନଗର ନିଗମ ଅଞ୍ଚଳରୁ ୧୨୨ ପଜିଟିଭ ଚିହ୍ନଟ। କଣ୍ଟେନମେଣ୍ଟ ଜୋନରୁ ୩୨ ଜଣ ଆକ୍ରାନ୍ତ ଚିହ୍ନଟ।ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟିନରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ କ୍ୱାରେଣ୍ଟିନରୁ ୪୮, ଲୋକାଲ କଣ୍ଟାକ୍ଟ କେସ୍ ୩୧ ରହିଛି। କେଉଁ ଅଞ୍ଚଳରୁ କେତେ:- ମାଲଗୋଦାମ ଜଳୁଆ ସାହିରୁ ୨୪, ବେହେରାସାହିରୁ ୮ ଚିହ୍ନଟ ହୋଇଛନ୍ତି। OSAP ଷଷ୍ଠ ବାଟାଲିଅନରୁ ୧୬ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଛୁଆ ବଜାରରୁ ୭, ତେଲେଙ୍ଗା ବଜାରରୁ ୧୦ ଆକ୍ରାନ୍ତ […]
ଭୁବନେଶ୍ୱର: କରୋନା ମୃତ୍ୟୁହାର କ୍ଷେତ୍ରରେ ଆଗରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ। ବିଭିନ୍ନ ରାଜ୍ୟଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କରିଥିବା ଆଲୋଚନା ବେଳେ ଏହି ଉଦବେଗଜନକ ତଥ୍ୟ ସାମନାକୁ ଆସିଛି। ଦେଶର ୮ଟି ରାଜ୍ୟର ୧୩ଟି ଜିଲ୍ଲାରେ ମୃତ୍ୟୁହାର ଜାତୀୟ ହାରଠାରୁ ଅଧିକ ରହିଛି। ଏହିସବୁ ଜିଲ୍ଲା ଭିତରେ ରହିଛି ଗଞ୍ଜାମ। ଏପଟେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ସମେତ ଖୋର୍ଦ୍ଧା ଜିଲ୍ଲାରେ ଏବେ ହୁହୁ ହୋଇ ମାଡୁଛି କରୋନା। ଏମିତିକି ସଂକ୍ରମଣ କ୍ଷେତ୍ରରେ ଗଞ୍ଜାମକୁ […]
ଭୁବନେଶ୍ୱର: ଓଡ଼ିଶାରେ ୧,୫୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧,୫୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୯୪୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫୮୦ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫ରେ ପହଞ୍ଚିଛି।