• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Corona-297
ଥମୁନି କରୋନା : ଆଜି ବି ଚିହ୍ନଟ ହେଲେ ୨୯୭ ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୩୦୦ ପାଖାପାଖି ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୭ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥି ମଧ୍ୟରୁ ୧୭୪ କ୍ୱାରେଣ୍ଟିନରେ ଥିବାବେଳେ ୧୨୩ ଲୋକାଲ କେସ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ତାଲିକାରେ ସବୁଠାରୁ ଆଗରେ ରହିଛି କଳାହାଣ୍ଡି। ଆଜି ଏଠାରେ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ତା ପଛରେ […]

Corona-Tika
କାଲିଠୁ ଟିକା ନେବେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକ; ବିପଦ ଥିବା ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କରାଯିବ । ତେବେ ଏହି ଗଣ ଟିକାକରଣରେ ଅଧିକ ବିପଦ ଥିବା ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖାଯାଇଛି । ଏମାନେ ହେଲେ ସାହି ଦୋକାନୀ, ଆମିଷ ବ୍ୟବସାୟୀ, ଅଟୋ ଏବଂ ବସ୍ ଡ୍ରାଇଭର, ସ୍କୁଲ ଓ କଲେଜ୍ ଶିକ୍ଷକ-ଶିକ୍ଷୟିତ୍ରୀ, ସେଲୁନ୍ ଦୋକାନୀ ଏବଂ କର୍ମଚାରୀ, ସୁରକ୍ଷାକର୍ମୀ, ରେଷ୍ଟୁରାଣ୍ଟ କର୍ମଚାରୀ, ମନ୍ଦିର, ଚର୍ଚ୍ଚ […]

corona virus
ରାଜ୍ୟରେ ଚିହ୍ନଟ ହେଲେ ୨୧୮ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଆଜି ଚିହ୍ନଟ ହୋଇଛନ୍ତି ୨୧୮ କରୋନା ପଜିଟିଭ। ଗତକାଲି  ୨୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଏହାର ସଂଖ୍ୟା ବୃଦ୍ଧି ପାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୯ କ୍ୱାରେଣ୍ଟିନରେ ଥିବାବେଳେ ୮୯ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତ କିଛି ଦିନ ହେଲା ନୂଆପଡାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଆଜି ବରଗଡ ସର୍ବାଗ୍ରେ ଅଛି। ଆଜି ଏହି ଜିଲ୍ଲାରୁ ୩୪ […]

asha workers
ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାର ପାଇଁ ବଡ଼ ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ୱର: କୋଭିଡ୍‌ ଯୋଦ୍ଧା ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାର ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶା ସରକାର। ଡ୍ୟୁଟିରେ ଥାଇ ଯଦି କୌଣସି ଅଙ୍ଗନବାଡ଼ି କିମ୍ବା ଆଶା କର୍ମୀଙ୍କ ମୃତ୍ୟୁ ଘଟେ, ତେବେ ସେମାନଙ୍କ ପରିବାରକୁ ଭତ୍ତା ମିଳିବ। ମୃତ ଅଙ୍ଗନବାଡ଼ି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୭,୫୦୦ ଟଙ୍କା ଓ ମୃତ ଆଶା କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୫ ହଜାର ଟଙ୍କା ମିଳିବ। ସମ୍ପର୍କୀୟଙ୍କୁ ଭତ୍ତା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶନାମା […]

  • Tuesday, 13 July 2021
corona
ଓଡ଼ିଶାରେ କରୋନା ନେଲା ଆଉ ୪ ଜୀବନ, ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି।  ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି। ୪ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୨ଜଣ, ଗଜପତିରୁ ଜଣେ ଓ ଅନୁଗୁଳରୁ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଆଉ ୭୧୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା […]

  • Tuesday, 13 July 2021
corona
ଓଡ଼ିଶାରେ ୭୧୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ୧୬ ହଜାର ପାର୍‌ କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଆଉ ୭୧୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଚିହ୍ନଟ ନୂଆ ୭୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୯ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୩୯ ରହିଛି। ଚିହ୍ନଟ […]

lockdown
‘ବିନା କାରଣରେ କଟକ-ଭୁବନେଶ୍ୱର ଭିତରକୁ ପ୍ରବେଶ କରିପାରିବନି ଗାଡ଼ି’

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଯଥା-ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଏବଂ ରାଉରକେଲା ମହାନଗର ନିଗମରେ ଆଜି ରାତି ୯ଟାରୁ ୧୪ ଦିନିଆ ଲକ୍‌ଡାଉନ୍ କଟକଣା‌ ଲାଗୁ ହେବ। ଆଜି ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ଜାରି ରହିବ। ତେବେ ଏହି ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ସପ୍ତାହାନ୍ତ(ପ୍ରତି ସପ୍ତାହର […]

  • Tuesday, 13 July 2021
coronavirus
ଭୀମ୍‌ସାରରେ ଆଉ ୪ କରୋନା ଯୋଦ୍ଧାଙ୍କୁ କରୋନା

ସମ୍ବଲପୁର: ବୁର୍ଲା ଭୀମ୍‌ସାରରେ ଆଉ ୪ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ବୁର୍ଲା ଭୀମ୍‌ସାରରେ ୭ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ନେଇ ଖବର ସାମ୍ନାକୁ ଆସିଥିଲା। ଅନ୍ୟପକ୍ଷରେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲିଠୁ ୧୯ ତାରିଖ ଯାଏ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ […]

  • Tuesday, 13 July 2021
plasma
ପ୍ରଥମ ଥର ଲାଗି ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଗୁରୁତର କରୋନା ରୋଗୀଙ୍କୁ ଦିଆଗଲା ପ୍ଲାଜ୍‌ମା

କଟକ: ଓଡ଼ିଶାରେ ଆରମ୍ଭ ହୋଇଛି ପ୍ଲାଜ୍‌ମା ଥେରାପି। କଟକ SCBରେ ୪ଜଣଙ୍କଠାରୁ ପ୍ଲାଜ୍‌ମା ସଂଗୃହୀତ ହୋଇଛି। ଏହାସହ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ପ୍ରଥମ ଥର ଲାଗି ଜଣେ ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ପ୍ଲାଜ୍‌ମା ଥେରାପି ଶେଷ ହୋଇଛି। ଜଣେ ୪୮ ବର୍ଷୀୟ କରୋନା ଆକ୍ରାନ୍ତଙ୍କୁ B ପଜିଟିଭ୍ ପ୍ଲାଜ୍‌ମା ଦିଆଯାଇଛି। ଯେଉଁମାନେ ଇଚ୍ଛା ପ୍ରକାଶ କରିଥିଲେ, ସେମାନଙ୍କଠାରୁ ପ୍ଲାଜ୍‌ମା ସଂଗୃହୀତ କରାଯାଇଥିଲା। ଆହୁରି ଅନେକ ବ୍ୟକ୍ତି ମଧ୍ୟ ପ୍ଲାଜ୍‌ମା ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି, […]

  • Tuesday, 13 July 2021
EdBZv91UMAA01aX
ଓଡ଼ିଶାରେ କରୋନା ନେଲା ଆଉ ୨ ଜୀବନ, ମୃତ୍ୟୁ ସଂଖ୍ୟା ୭୯କୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି।  ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି। ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଆଉ ୪୯୪ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୪୬ ଆକ୍ରାନ୍ତ ଚିହ୍ନଟ […]

  • Tuesday, 13 July 2021
coronavirus
ଓଡ଼ିଶାରେ ଆଉ ୪୯୪ କରୋନା ଆକ୍ରାନ୍ତ‌ ଚିହ୍ନଟ, କେବଳ ଗଞ୍ଜାମରୁ ଚିହ୍ନଟ ହେଲେ ୨୪୬

ଭୁବନେଶ୍ୱର: ଓଡ଼ିଶାରେ ଆଉ ୪୯୪ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୪୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୩୨୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୭୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ […]

  • Tuesday, 13 July 2021
Sourav Ganguly
ସୌରଭ ଗାଙ୍ଗୁଲିଙ୍କ ଭାଇଙ୍କୁ କରୋନା

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ତଥା କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ୍‌(CAB)ର ଜଏଣ୍ଟ୍‌ ସେକ୍ରେଟାରୀ ସ୍ନେହାଶିଷ ଗାଙ୍ଗୁଲିଙ୍କୁ କରୋନା। ସେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ବୁଧବାର ଜଣାପଡ଼ିଥିଲା। ରିପୋର୍ଟ ପଜିଟିଭ୍‌ ଆସିବା ପରେ ପୂର୍ବତନ ବେଙ୍ଗଲ୍ first-class କ୍ରିକେଟର‌ ସ୍ନେହାଶିଷଙ୍କୁ କୋଲକାତା ସ୍ଥିତ Belle Vue ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସ୍ନେହାଶିଷ, କରୋନା ପଜିଟିଭ୍‌ ଚିହ୍ନଟ ପରେ ସୌରଭ ଗାଙ୍ଗୁଲି ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଛନ୍ତି। ସୂଚନାଥାଉ କି, ‘ଜୁନ୍‌ରେ ଗୁଜବ ଖବର […]

  • Tuesday, 13 July 2021
coronavirus
କଟକ ସହରରୁ ଆଉ ୪ କରୋନା ପଜିଟିଭ୍‌ ଚିହ୍ନଟ

କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ ଜଣଙ୍କ ମଧ୍ୟରୁ ୨ଜଣ ସରକାରୀ କ୍ୱାରେଣ୍ଟିନ୍‌ରୁ, ଜଣେ ହୋମ୍ କ୍ୱାରେଣ୍ଟିନ୍‌ରୁ ଓ ଗୋଟିଏ ଲୋକାଲ କେସ୍ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇଛନ୍ତି। ୧୫୪ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୭ ଜଣଙ୍କ ମୃତ୍ୟୁ ଘଟିଛି।

  • Tuesday, 13 July 2021
corona
ଭିମ୍‌ସାରରେ ୭ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ

ସମ୍ବଲପୁର: ବୁର୍ଲା ଭିମ୍‌ସାରରେ ୭ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହସ୍ପିଟାଲର ୩ ଜଣ ଡାକ୍ତର ଓ ୪ ଜଣ ନର୍ସ କରୋନା ସଂକ୍ରମିତ ହୋଇଛନ୍ତି। ହସ୍ପିଟାଲ୍‌ର ୭ କର୍ମଚାରୀ ପଜିଟିଭ୍‌ ଜଣାପଡ଼ିବା ପରେ ହସ୍ପିଟାଲ୍‌କୁ ସାନିଟାଇଜ୍ କରାଯାଇଥିବା ନିର୍ଦ୍ଦେଶକ ପ୍ରଫେସର ଡା. ଲଳିତ ମେହେର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ୧୯ ତାରିଖ ଯାଏ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ(ଭିମ୍‌ସାର୍‌)ର ସମସ୍ତ […]

  • Tuesday, 13 July 2021
odisha
ବିବାହରେ ସାମିଲ ହୋଇଥିଲେ ୨୦୦ରୁ ଅଧିକ ଲୋକ, ହଠାତ୍‌ ଦୌଡ଼ି ପଳାଇଲେ...

ବାସୁଦେବପୁର: କରୋନା କଟକଣାକୁ ଫୁ’ କରି ୫୦ ଲୋକଙ୍କ ବଦଳରେ ଏକାଠି ହେଲେ ୨୦୦ରୁ ଅଧିକ ଲୋକ। ପୋଲିସ୍‌ର ବିନା ଅନୁମତିରେ ଏକାସଙ୍ଗେ ବିବାହ ନିମନ୍ତେ ମନ୍ଦିରରେ ପହଞ୍ଚିଥିଲେ ୨୦ରୁ ଅଧିକ ଯୋଡ଼ି। ଖବର ପାଇ ପୋଲିସ୍‌, ତହସିଲଦାର ପହଞ୍ଚିବା ପରେ ବର କନିଆଙ୍କ ସମେତ ସେମାନଙ୍କର ସମ୍ପର୍କୀୟମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ଭଦ୍ରକ ଜିଲ୍ଲା ବାସୁଦେବପୁର ସହରର ବାଲିନଗର ଯାଦବ ପଡିଆର ରାଧାକୃଷ୍ଣ ମନ୍ଦିରରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ। ସୂଚନା ଅନୁଯାୟୀ, ବିବାହ […]

  • Tuesday, 13 July 2021
Coronavirus
ଓଡ଼ିଶାରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୩ ମୃତକଙ୍କ ମଧ୍ୟରୁ ୨ ଜଣ ଗଞ୍ଜାମର, ଜଣେ ଭୁବନେଶ୍ୱରର। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଆଉ ୬୧୮ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୨ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ […]

Corona
ଓଡ଼ିଶାରେ ଆଉ ୬୧୮ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସବୁଠାରୁ ଅଧିକ

ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୧୮ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୨ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୬୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୦୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ […]

corona virus
ଉପରମୁହାଁ ହେଉଛି କରୋନା: ଗୋଟିଏ ଦିନରେ ବାହାରିଲେ ୫୯ ହଜାରରୁ ଅଧିକ ରୋଗୀ

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହେଉଛି କରୋନା ସଂକ୍ରମଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ, ଭାରତରେ ଗତ ୨୪ ଘଣ୍ଟା ଭିତରେ ୫୯ ହଜାର ୧୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୮ ଲକ୍ଷ ପାର କରିଯାଇଛି। ଦେଶରେ ବର୍ତ୍ତମାନ କରୋନା ରୋଗୀଙ୍କ ସଂଖ୍ୟା ୧ କୋଟି ୧୮ ଲକ୍ଷ ୪୬ ହଜାର ୬୫୨ ଛୁଇଁଛି। ସେହିପରି ଦିନକରେ ୨୫୭ ଜଣ କରୋନା ଆକ୍ରାନ୍ତଙ୍କ […]

  • Tuesday, 13 July 2021
vssimsar
ଆଜିଠୁ ୧୯ ଯାଏ ଭିମ୍‌ସାର୍‌ର ସମସ୍ତ OPD ବନ୍ଦ

ସମ୍ୱଲପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ୧୯ ତାରିଖ ଯାଏ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ(ଭିମ୍‌ସାର୍‌)ର ସମସ୍ତ ବିଭାଗର ଓପିଡି ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ମେଡିକାଲରେ କେବଳ କାଜୁଆଲିଟି ଓ ଏମର୍ଜେନ୍ସି ବିଭାଗ ଖୋଲା ରହିବ। ରୁଟିନ୍ ସର୍ଜରୀ ବନ୍ଦ ରହିବ। ରେଫେରାଲ ରୋଗୀଙ୍କୁ ଅନୁମତି ମିଳିବ। ସେହିପରି ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି(ଭିସୁଟ୍‌)କୁ […]

  • Tuesday, 13 July 2021
nit
ନିଟ୍‌ର ୩ ଛାତ୍ର କରୋନା ପଜିଟିଭ

ରାଉରକେଲା: ରାଉରକେଲାସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ୩ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ଏହି ସଂକ୍ରମିତ ଛାତ୍ରମାନଙ୍କୁ ସ୍ୱତନ୍ତ୍ର ଭାବେ ଆଇସୋଲେସନ୍‌ରେ ରଖା ଯାଇଛି। NIT କ୍ୟାମ୍ପସରେ ଯେଭଳି ସଂକ୍ରମଣ ଆହୁରି ନ ବ୍ୟାପିବ ସେ ନେଇ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଗତ ୩ ଦିନ ହେଲା କୋରନା ପଜିଟିଭଙ୍କ ସଂଖ୍ୟା ୨୦ ଉପରେ ରହିଥିବାବେଳେ […]

  • Tuesday, 13 July 2021
corona
କଟକ ସହରରୁ ବାହାରିଲେ ଆଉ ୧୬ କରୋନା ଆକ୍ରାନ୍ତ, ଲୋକାଲ୍‌ କେସ୍ କେବଳ‌ ୮

କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬ ଜଣଙ୍କ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟିନ୍‌ରୁ, ୨ଜଣ ହୋମ୍ କ୍ୱାରେଣ୍ଟିନ୍‌ରୁ ଓ ୮ଟି ଲୋକାଲ କେସ୍ ରହିଛି। କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇଛନ୍ତି। ୧୨୮ ଜଣ ଚିକିତ୍ସାଧୀନ ଅଛନ୍ତି ଓ ଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।

  • Tuesday, 13 July 2021
coronavirus
ହସ୍ପିଟାଲ୍‌ରେ ଆଖି ବୁଜିଲେ ସିପାହୀ, ମୃତ୍ୟୁ ପରେ ରିପୋର୍ଟ ଆସିଲା କରୋନା ପଜିଟିଭ୍‌

ଭୁବନେଶ୍ୱର: କରୋନାରେ ଭୁବନେଶ୍ୱର ସପ୍ତମ ବାଟାଲିୟନର ଜଣେ ସିପାହୀଙ୍କ ମୃତ୍ୟୁ ହୋଇଛି। ସିପାହୀ ଜଣକ ଶନିବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ସେହିଦିନ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା କମିଶନରେଟ ପୋଲିସ୍‌ ସୂତ୍ରରୁ ସୂଚନା ମିଳିଛି।  

  • Tuesday, 13 July 2021
EXtOIbPU8AENRU2
ଓଡ଼ିଶାରେ କରୋନା ନେଲା ଆଉ ୬ ଜୀବନ, ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୪, ଭୁବନେଶ୍ୱରରୁ ଜଣେ ଓ କଟକରୁ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ଓଡ଼ିଶାରେ ଆଉ ୬୧୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ […]

  • Tuesday, 13 July 2021
coronavirus
ଓଡ଼ିଶାରେ ଆଉ ୬୧୬ କରୋନା ଆକ୍ରାନ୍ତ‌ ଚିହ୍ନଟ, କେବଳ ଗଞ୍ଜାମରୁ ଚିହ୍ନଟ ହେଲେ ୨୮୩

ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୧୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୬୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୫ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୦୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ […]

  • Tuesday, 13 July 2021
Corona
ଭୟଙ୍କର ହେଉଛି କରୋନା ସ୍ଥିତି, ଆଜି ଚିହ୍ନଟ ହେଲେ ୧୭୦

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଆଜି ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଛି। ଦୀର୍ଘମାସ ପରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୫୦ ଟିପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୯୯ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୭୧ ଲୋକାଲ କେସ ରହିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଗତକାଲି ରାଜ୍ୟରୁ ୧୧୩ ଜଣ କରୋନା ଚିହ୍ନଟ ହୋଇଥିବାବେଳେ ଆଜି ୨୩ […]

  • Tuesday, 13 July 2021