ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଚିନ୍ତା ବଢାଇଛି। ଦୈନିକ ସଂକ୍ରମଣ ରେକର୍ଡ ସଂଖ୍ୟକ ବୃଦ୍ଧି ପାଉଥିବାବେଳେ ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତ ଜଣକ ପୁରୀ ଜିଲ୍ଲାର ବୋଲି ଜଣାପଡ଼ିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ଏହା ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୯୨୩କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ […]
ଭୁବନେଶ୍ୱର: କରୋନା ସଂକ୍ରମଣ ଆଜି ରାଜ୍ୟରେ ବିସ୍ଫୋରକ ରୂପ ନେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୫୯ କରୋନା କ୍ୱାରେଣ୍ଟିନରେ ଥିବାବେଳେ ୩୩୨ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି। ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ହାରରେ ବୃଦ୍ଧି ପାଉଛନ୍ତି। ଗତ ସୋମବାର ୫୭୩ କରୋନା ରୋଗୀ ଚିହ୍ନଟ […]
ୱାଶିଂଟନ:ଆମେରିକାର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ କରୋନା ଟିକା ଦିଆଯିବ। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଘୋଷଣା କରିଛନ୍ତି । ଏପ୍ରିଲ ୧୯ରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହେବ। ପୂର୍ବରୁ ମେ’ ପହିଲାରୁ ପ୍ରାପ୍ତ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ଆମେରିକା ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଏପ୍ରିଲ ୧୯ରୁ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି । ସିଏନଏନ […]
ଝାରସୁଗୁଡ଼ା: କୋଭିଡ୍ କଟକଣା ଜୋରଦାର କରିଛି ପ୍ରଶାସନ । ସାପ୍ତାହିକ ହାଟ, ଦୋକାନ, ବଜାର ବନ୍ଦ କରିଛି। ଫଳରେ ବ୍ୟବସାୟୀମାନେ ଘାଟାରେ ପଡ଼ିଛନ୍ତି। ଜିନିଷପତ୍ର ବିକ୍ରି କରିପାରୁ ନାହାନ୍ତି। ଏହି କ୍ରମରେ ଆଜି ଝାରସୁଗୁଡ଼ା ସହରରେ ଏକମାତ୍ର ପରିବା ବଜାରକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଥିଲା । ଫଳରେ ଏହି ବଜାର ଉପରେ ନିର୍ଭର କରୁଥିବା ଚାଷୀ ଓ ବ୍ୟବସାୟୀ ପନି ପରିବା ବିକି ନପାରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରତିବାଦରେ ବ୍ୟବସାୟୀ ପନିପରିବା […]
ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣ ବାହାରକୁ ଯାଉଛି କରୋନା ସଂକ୍ରମଣ। ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି। ଗତକାଲି ୫୭୩ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ୫୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ପଜିଟିଭ୍ ଚିହ୍ନଟ; ସୁନ୍ଦରଗଡ଼ରୁ ୮୪, କଳାହାଣ୍ଡିରୁ ୬୪, ଝାରସୁଗୁଡ଼ାରୁ ୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୫, ବାଲେଶ୍ୱରରୁ […]
ମୁମ୍ବାଇ: କରୋନାରେ ସଂକ୍ରମିତ ହୋଇଛନ୍ତି ଡ୍ରଗ୍ସ କେସରେ ଏନସିବି ଦ୍ୱାରା ଗିରଫ ହୋଇଥିବା ଏଜାଜ୍ ଖାନ୍। ଗତ ବୁଧବାର ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଜଡିତ ଡ୍ରଗ୍ସ କେସରେ ଆଜାଜଙ୍କୁ ଗିରଫ କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଅନୁସନ୍ଧାନକାରୀ ଅଫିସରମାନଙ୍କୁ ଏବେ କୋଭିଡ୍ ଟେଷ୍ଟ୍ କରାଯାଉଥିବା ଏନସିବି କହିଛି। ପୂର୍ବରୁ ଏନସିବି ଆଞ୍ଚଳିକ ନିର୍ଦ୍ଦେଶକ ସମିର ୱାଙ୍ଖେଡେ କହିଥିଲେ ଯେ, ଶାଦବ […]
କରୋନା ଭାଇରସ୍ ଯଦିଓ ଏକ ଶ୍ୱାସଜନିତ ରୋଗ ତଥାପି ଏହା କାହାରିକୁ ଛାଡୁନି। ଏହାର ରିସ୍କ୍ ଫ୍ୟାକ୍ଟର୍ ଭିନ୍ନ ଭିନ୍ନ ଲୋକଙ୍କୁ ନେଇ ଅଲଗା ରହିଛି। ନିକଟରେ ଏକ ଅଧ୍ୟୟନରୁ କରୋନା ଭାଇରସଜନିତ ଏକ ନୂଆ ରିସ୍କ ପଦାକୁ ଆସିଛି। ପ୍ଲସ୍ ୱାନ୍ ପତ୍ରିକା ଅନୁସାରେ, ଟାଇପ୍-୨ ଡାଇବେଟିସ୍ ରୋଗୀ ଓ ମେଦବହୁଳ ବ୍ୟକ୍ତିମାନଙ୍କ ପକ୍ଷେ କୋଭିଡ୍-୧୯ ଅଧିକ କ୍ଷତିକାରକ। ୟୁକେର ମାରିଲ୍ୟାଣ୍ଡ୍ ସ୍ଲୁଲ୍ ଅଫ୍ ମେଡିସିନ୍ ୟୁନିଭର୍ସିଟି ୪୦ ବର୍ଷରୁ ଊର୍ଦ୍ଧ ପାଞ୍ଚ ଶହ ଲୋକଙ୍କୁ […]
ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୫ ଶହରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଆଜି ରାଜ୍ୟରେ ୫୭୩ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ୩୩୭ କ୍ୱାରେଣ୍ଟିନରେ ଥିବାବେଳେ ୨୩୬ ଲୋକାଲ କେସ୍ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୩୨, କଟକରୁ ୨୮, ବରଗଡରୁ ୪୩, କଳାହାଣ୍ଡିରୁ […]
କଟକ: ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ପୁଣି ଆରମ୍ଭ ହୋଇଯାଇଛି କଟକଣା। କେଉଁ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇଛି ତ କେଉଁ ଅଞ୍ଚଳକୁ ଲକ୍ଡାଉନ ଘୋଷଣା କରାଯାଇଛି। କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ବିଏମ୍ସି ପକ୍ଷରୁ ଗାଇଡଲାଇନ ଗତକାଲି ଜାରି କରାଯାଇଥିବାବେଳେ ଏବେ CMC ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ନୂଆ ଗାଇଡଲାଇନ ଅନୁଯାୟୀ, ବିବାହ ଓ ଶୁଦ୍ଧି କାଯର୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ। ଏଣିକି ବିବାହ ଉତ୍ସବରେ କେବଳ […]
ଢାକା: କରୋନା ଭାଇରସ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପଡୋଶୀ ବାଂଲାଦେଶରେ ୭ ଦିନିଆ ସମ୍ପୂର୍ଣ୍ଣ ଲକ୍ଡାଉନ ଘୋଷଣା କରାଯାଇଛି। ଏଠାରେ ସୋମବାର ୫ ଏପ୍ରିଲରୁ ୭ ଦିନ ପର୍ଯ୍ୟନ୍ତ ଲକ୍ଡାଉନ ଘୋଷଣା କରାଯାଇଛି। କେବଳ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି। ବାଂଲାଦେଶରେ କରୋନା ମାମଲା କ୍ରମାଗତ ଭାବେ ବଢିବାରେ ଲାଗିଛି। ଶୁକ୍ରବାର ୬୮୩୦ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ୫୦ ଲୋକଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ବଂଲାଦେଶରେ କରୋନା ରୋଗୀ […]
ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟ କୁହନ୍ତି ଚାଇନା ମାଲ୍ ଉପରେ ଗ୍ୟାରେଣ୍ଟି ନାହିଁ। କେତେବେଳେ ବି ଧୋକା ଖାଇଯିବ। ଏମିତି ଧୋକା ଭାରତୀୟମାନେ ଖାଇଛନ୍ତି। ହେଲେ ଜିଗିରି ଦୋସ୍ତକୁ ବି ଏମିତି ଧୋକା କିଏ ଦେଇପାରେ ? ନିଜର ସଦାବାହାର ଦୋସ୍ତ ବୋଲି କହୁଥିବା ପାକିସ୍ତାନକୁ ବି ଏମିତି ଧୋକ୍କା ଦେଇଛି ଚାଇନା। ଗୋଟିଏ ପଟେ ଭାରତ ନିଜର ସୈନ୍ୟବଳ ବୃଦ୍ଧି କରୁଥିବାବେଳେ ପାକିସ୍ତାନ ମଧ୍ୟ ଚାଇନାରୁ ହତିଆର ଆଣି ଏକାଠି କରୁଛି। ୨୦୧୪ ରେ କେନ୍ଦ୍ରରେ ମୋଦି […]
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ଟେନ୍ଶନ ବଢାଇଛି କରୋନା। ପୂର୍ବ ପରି ହୁ ହୁ ହୋଇ ବ୍ୟାପୁଛି ମହାମାରୀ। ଦୈନିକ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦ ହଜାର ପାଖାପାଖି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗତବର୍ଷ ପରି ଏଥର ମଧ୍ୟ ମହରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯, ୧୨୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ କେବଳ ମହାରାଷ୍ଟ୍ରରୁ ଅଛନ୍ତି […]
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବେକାବୁ ହେଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୧ ହଜାର ୪୬୬ ପଜିଟିଭ । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୩ ହଜାର ୧୩୧କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬୯ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ରେ ପହଞ୍ଚିଛି । […]
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦୈନିକ ସଂକ୍ରମଣ ହାର ଯେପରି ବଢିବାରେ ଲାଗିଛି ତାହାକୁ ଦେଖି ରାଜ୍ୟବାସୀଙ୍କ ନିଦ ହଜି ଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୨୭୨ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ ୧୮୯ ରହିଛନ୍ତି। ସମସ୍ତ ରୋଗୀ ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟରୁ ମିଳିଥିବା ତଥ୍ୟ […]
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୩୦୦ ପାଖାପାଖି ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୭ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥି ମଧ୍ୟରୁ ୧୭୪ କ୍ୱାରେଣ୍ଟିନରେ ଥିବାବେଳେ ୧୨୩ ଲୋକାଲ କେସ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ତାଲିକାରେ ସବୁଠାରୁ ଆଗରେ ରହିଛି କଳାହାଣ୍ଡି। ଆଜି ଏଠାରେ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ତା ପଛରେ […]
ଭୁବନେଶ୍ୱର: ଆସନ୍ତାକାଲିଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କରାଯିବ । ତେବେ ଏହି ଗଣ ଟିକାକରଣରେ ଅଧିକ ବିପଦ ଥିବା ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖାଯାଇଛି । ଏମାନେ ହେଲେ ସାହି ଦୋକାନୀ, ଆମିଷ ବ୍ୟବସାୟୀ, ଅଟୋ ଏବଂ ବସ୍ ଡ୍ରାଇଭର, ସ୍କୁଲ ଓ କଲେଜ୍ ଶିକ୍ଷକ-ଶିକ୍ଷୟିତ୍ରୀ, ସେଲୁନ୍ ଦୋକାନୀ ଏବଂ କର୍ମଚାରୀ, ସୁରକ୍ଷାକର୍ମୀ, ରେଷ୍ଟୁରାଣ୍ଟ କର୍ମଚାରୀ, ମନ୍ଦିର, ଚର୍ଚ୍ଚ […]
ଭୁବନେଶ୍ୱର: ରାଜ୍ୟରେ ଆଜି ଚିହ୍ନଟ ହୋଇଛନ୍ତି ୨୧୮ କରୋନା ପଜିଟିଭ। ଗତକାଲି ୨୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଏହାର ସଂଖ୍ୟା ବୃଦ୍ଧି ପାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୯ କ୍ୱାରେଣ୍ଟିନରେ ଥିବାବେଳେ ୮୯ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତ କିଛି ଦିନ ହେଲା ନୂଆପଡାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଆଜି ବରଗଡ ସର୍ବାଗ୍ରେ ଅଛି। ଆଜି ଏହି ଜିଲ୍ଲାରୁ ୩୪ […]
ଭୁବନେଶ୍ୱର: କୋଭିଡ୍ ଯୋଦ୍ଧା ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାର ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶା ସରକାର। ଡ୍ୟୁଟିରେ ଥାଇ ଯଦି କୌଣସି ଅଙ୍ଗନବାଡ଼ି କିମ୍ବା ଆଶା କର୍ମୀଙ୍କ ମୃତ୍ୟୁ ଘଟେ, ତେବେ ସେମାନଙ୍କ ପରିବାରକୁ ଭତ୍ତା ମିଳିବ। ମୃତ ଅଙ୍ଗନବାଡ଼ି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୭,୫୦୦ ଟଙ୍କା ଓ ମୃତ ଆଶା କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୫ ହଜାର ଟଙ୍କା ମିଳିବ। ସମ୍ପର୍କୀୟଙ୍କୁ ଭତ୍ତା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶନାମା […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି। ୪ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୨ଜଣ, ଗଜପତିରୁ ଜଣେ ଓ ଅନୁଗୁଳରୁ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଆଉ ୭୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା […]
ଭୁବନେଶ୍ୱର: ଓଡ଼ିଶାରେ ଆଉ ୭୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଚିହ୍ନଟ ନୂଆ ୭୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୯ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୩୯ ରହିଛି। ଚିହ୍ନଟ […]
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଯଥା-ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଏବଂ ରାଉରକେଲା ମହାନଗର ନିଗମରେ ଆଜି ରାତି ୯ଟାରୁ ୧୪ ଦିନିଆ ଲକ୍ଡାଉନ୍ କଟକଣା ଲାଗୁ ହେବ। ଆଜି ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣା ଜାରି ରହିବ। ତେବେ ଏହି ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ସପ୍ତାହାନ୍ତ(ପ୍ରତି ସପ୍ତାହର […]
ସମ୍ବଲପୁର: ବୁର୍ଲା ଭୀମ୍ସାରରେ ଆଉ ୪ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ବୁର୍ଲା ଭୀମ୍ସାରରେ ୭ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ନେଇ ଖବର ସାମ୍ନାକୁ ଆସିଥିଲା। ଅନ୍ୟପକ୍ଷରେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲିଠୁ ୧୯ ତାରିଖ ଯାଏ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ […]
କଟକ: ଓଡ଼ିଶାରେ ଆରମ୍ଭ ହୋଇଛି ପ୍ଲାଜ୍ମା ଥେରାପି। କଟକ SCBରେ ୪ଜଣଙ୍କଠାରୁ ପ୍ଲାଜ୍ମା ସଂଗୃହୀତ ହୋଇଛି। ଏହାସହ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ପ୍ରଥମ ଥର ଲାଗି ଜଣେ ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ପ୍ଲାଜ୍ମା ଥେରାପି ଶେଷ ହୋଇଛି। ଜଣେ ୪୮ ବର୍ଷୀୟ କରୋନା ଆକ୍ରାନ୍ତଙ୍କୁ B ପଜିଟିଭ୍ ପ୍ଲାଜ୍ମା ଦିଆଯାଇଛି। ଯେଉଁମାନେ ଇଚ୍ଛା ପ୍ରକାଶ କରିଥିଲେ, ସେମାନଙ୍କଠାରୁ ପ୍ଲାଜ୍ମା ସଂଗୃହୀତ କରାଯାଇଥିଲା। ଆହୁରି ଅନେକ ବ୍ୟକ୍ତି ମଧ୍ୟ ପ୍ଲାଜ୍ମା ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି, […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି। ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଆଉ ୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୪୬ ଆକ୍ରାନ୍ତ ଚିହ୍ନଟ […]