ମାଲକାନାଗିରି: ମାଓବାଦୀଙ୍କୁ କରୋନା ଭାଇରସ୍ ସଂକ୍ରମିତ କରିଥାଇପାରେ। ସେମାନଙ୍କ ସଂସ୍ପର୍ଶରେ ନଆସିବାକୁ ସତର୍କ କରାଇଲା ସଚେତନ ନାଗିରକ ମଞ୍ଚ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀଙ୍କ ବିରୋଧରେ ସଚେତନ ନାଗରିକ ମଞ୍ଚ ତରଫରୁ ପୋଷ୍ଟର ମାଧ୍ୟମରେ ସତର୍କ ସୂଚନା ଦିଆଯାଇଛି। କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ସଂକ୍ରମଣ ଆଶଙ୍କା ଥିବା ବେଳେ ଏଥିରେ ମାଓବାଦୀମାନେ ବି ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସଚେତନ ନାଗରିକ ମଞ୍ଚ ଆଶଙ୍କା କରିଛି। ଏଣୁ ଏହାକୁ ନେଇ ସତର୍କ ସୂଚନା ଭାବେ […]
ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବସିବ। ଏହି ଅଧିବେଶନ ବ୍ୟୟମଂଜୁରୀ ବିଲ୍ ପାରିତ ପାଇଁ ବିଧାନସଭା ଅଧିବେଶନ ବସିବ। ଏନେଇ ଆଜି ଏହି ସମ୍ମିଳନୀ କକ୍ଷକୁ ସାନିଟାଇଜ୍ କରାଯାଇଛି। ବିଏମସିର ସ୍ୱାସ୍ଥ୍ୟ ବିଭାଗର ଟିମ୍ ଏବଂ ଅଗ୍ନିଶମ ସେବା ସଂସ୍ଥା ଏହାକୁ ବିଶୋଧନ କରିଛନ୍ତି। ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଧାନସଭା ବଦଳରେ ଏବେ ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଅଧିବେଶନ […]
କଟକ: ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ସୀମାରେ ଅଟକାଇବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ରେଜିଷ୍ଟ୍ରି ନିଜ ତରଫରୁ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା ଓ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣିରେ ରାଜ୍ୟ ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି ଯେ ସମଗ୍ର ଦେଶରେ ଲକଡାଉନ୍ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ପ୍ରବାସୀ ଶ୍ରମିକମାନଙ୍କ ସ୍ଥାନାନ୍ତରଣ ଉଚିତ ନୁହେଁ […]
ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ କରୋନା ବ୍ୟାପିବାରେ ଲାଗିଛି। ସଂକ୍ରମିତ ଅଞ୍ଚଳମାନଙ୍କରେ ଥିବା ଅନେକ ଓଡ଼ିଆ ଏବେ ଘରକୁ ଫେରିଛନ୍ତି। ଓଡ଼ିଶାରେ କରୋନା ସଂକ୍ରମଣ ଅଧିକ ଆଶଙ୍କା ଥିବାରୁ ଏ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବେ ତିନିଟି ଦିଗକୁ ଗୁରୁତ୍ୱପୂର୍ଣ୍ଣ ଭାବେ ନେଇଛି। ପ୍ରଥମତଃ ଯେଉଁମାନେ କରୋନା ବ୍ୟାପୁଥିବା ଅଞ୍ଚଳରୁ ଆସୁଛନ୍ତି ବା ଆସିଛନ୍ତି, ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ଏବଂ କୌଣସି ଲକ୍ଷଣ ଥାଉ କି […]
ଭୁବନେଶ୍ୱର: କଟକଣା ସତ୍ତ୍ୱେ ବି ରାଜଧାନୀ ହାଟମାନଙ୍କରେ ଭିଡ଼ ହେଉଛି। ଏହା ରୋକିବାକୁ ବିଏମସି ପ୍ରୟାସ ଆରମ୍ଭ କରିଛି। ଏଣିକି ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ବୁଲିବ ମୋବାଇଲ ଭେଜିଟେବଲ୍ ଭ୍ୟାନ୍। ଲୋକେ ଭ୍ୟାନ୍ରୁ ସହଜରେ ଯେପରି ପରିବା କିଣିପାରିବେ ସେନେଇ BMC ଏହି ବ୍ୟବସ୍ଥା କରିଛି। ସେପଟେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାକୁ ଏକ ଅନଲାଇନ୍ ସଂସ୍ଥାକୁ ଅନୁମତି ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଏହାସହିତ ରାଜଧାନୀର ୪୧ଟି ଛୋଟ ହାଟ […]
ଭୁବନେଶ୍ୱର: କରୋନା ଭାଇରସ୍ ବ୍ୟାପିବାର ଏକମାତ୍ର ମାଧ୍ୟମ ହେଉଛି କଣ୍ଟାକ୍ଟ । ଯାହାକୁ ଓଡ଼ିଆରେ ଆମେ ସମ୍ପର୍କ ବୋଲି କହିଥାଉ। ସାଧାରଣତଃ ଯଦି କୌଣସି ସୁସ୍ଥ ବ୍ୟକ୍ତି କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ବା ସମ୍ପର୍କରେ ଆସନ୍ତି, ତେବେ ସମ୍ପୃକ୍ତ ସୁସ୍ଥ ବ୍ୟକ୍ତିଙ୍କୁ କରୋନା ଭୂତାଣୁ ସଂକ୍ରମିତ କରିବାର ଯଥେଷ୍ଟ ସମ୍ଭାବନା ରହିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟ ଅନୁସାରେ କଣ୍ଟାକ୍ଟ ବା ସମ୍ପର୍କ ୩ ପ୍ରକାର ହୋଇଥାଏ। କେଉଁମାନଙ୍କ କ୍ଷେତ୍ରରେ କରୋନା ଭାଇରସ୍ ବ୍ୟାପିବାର ସମ୍ଭାବନା ଅଧିକ […]
ପୁଣେ: ଚିକିତ୍ସା ବିଜ୍ଞାନରେ ଭାରତକୁ ଏକ ବଡ଼ ସଫଳତା। ମାତ୍ର ୧୨ଶହ ଟଙ୍କାରେ ହୋଇପାରିବ କରୋନା ଟେଷ୍ଟ। ଆଉ ୭ ନୁହେଁ ଅଢ଼େଇ ଘଣ୍ଟାରେ ବି ଚିହ୍ନଟ ହୋଇଯିବ କୋଭିଡ଼-୧୯ ଭୂତାଣୁ। ଏଭଳି ଏକ ଟେଷ୍ଟିଂ କିଟ୍ ବାହାରିଛି ଯାହାର ନାଁ ପାଥୋ ଡିଟେକ୍ଟ। ମହାରାଷ୍ଟ୍ର ପୁଣେ ସ୍ଥିତ ମାଇଁ ଲ୍ୟାବ୍ ଡିସକଭରି ଫାର୍ମ ଦ୍ୱାରା ପ୍ରସ୍ତୁତ ଏହି କିଟ୍ରେ ଥରକେ ବି ହୋଇପାରିବ ୧୦୦ଟି ସାମ୍ପଲ୍ ଟେଷ୍ଟ। ସତ୍ୟତା ପରୀକ୍ଷଣ ପରେ ଅଧିକ ସଂଖ୍ୟକ କିଟ୍ […]
ଭୁବନେଶ୍ୱର: ଭୁବନେଶ୍ୱର ତୃତୀୟ ‘କରୋନା’ ଆକ୍ରାନ୍ତ ସମ୍ପର୍କରେ ଅଧିକ ତଥ୍ୟ ଦେଇଛନ୍ତି କୋଭିଡ୍-୧୯ ମୁଖପାତ୍ର ସୁବ୍ରତ ବାଗ୍ଚୀ।ଦିଲ୍ଲୀରୁ ଘର ଓ ଅଫିସ୍ କ୍ଲିନିକ ପର୍ଯ୍ୟନ୍ତ ସେ ୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେମାନଙ୍କ ଭିତରୁ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ପତ୍ତା ମିଳିନି। ତେବେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧଙ୍କ ଭିତରୁ ୧୧ ଜଣଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଇଛି। ଜଣଙ୍କର ନେଗେଟିଭ୍ ଆସିଥିବା ବେଳେ ୧୦ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ବାଗ୍ଚୀ କହିଛନ୍ତି। […]
ଭୁବନେଶ୍ୱର: କରୋନା ଭୟାବହତା କମିବା ପରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବହି ଦିଆଯିବ। ଆସନ୍ତା ଜୁନ ୧୫ରୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ଜୁନ୍ ୧୫ରୁ ସ୍କୁଲରେ ପୁଣି ମଧ୍ୟାହ୍ନ ଭୋଜନ ଆରମ୍ଭ ହେବ। ୩ ମାସର ମଧ୍ୟାହ୍ନ ଭୋଜନ ବ୍ଲକ ଜରିଆରେ ପଠାଇ ଦିଆଯାଇଛି। ପ୍ରଥମରୁ ଅଷ୍ଟମ ଯାଏ ପାଠ ବହି ମଧ୍ୟ ବ୍ଲକ୍ ସ୍ତରରେ ପହଞ୍ଚି ସାରିଛି। କରୋନା […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟର ୨ ମେଡିକାଲରେ କୋଭିଡ-୧୯ ୱାର୍ଡ ୧୫ ଦିନ ମଧ୍ୟରେ ନିର୍ମାଣ ହେବାକୁ ଥିବାବେଳେ ଡ୍ରିମ୍ସ କଲେଜରେ ଅସ୍ଥାୟୀ ଭାବେ କୋଭିଡ-୧୯ ହସ୍ପିଟାଲ ନିର୍ମାଣ ହେବ। ତେବେ କୋଭିଡ୍-୧୯ ପରିଚାଳନାରେ ସହାୟତା ପାଇଁ ରାଜ୍ୟ ସରକାର ଖୋଜୁଛନ୍ତି ପ୍ରଫେସନାଲ। ଏନେଇ ମୁଖ୍ୟ ଶାସନ ସଚିବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନା ଭୟାବହତାକୁ ଦେଖି ସ୍ୱାସ୍ଥ୍ୟସେବା, ହସ୍ପିଟାଲ ଭିତ୍ତିଭୂମି ଓ ପରିଚାଳନା, […]
ଭୁବନେଶ୍ୱର: କୋଭିଡ-୧୯ DPHL ଓ ସ୍ୱାବ୍ ନମୁନା ସଂଗ୍ରହ ପାଇଁ ବିଜ୍ଞାପନ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ମାଇକ୍ରୋ ବାୟୋଲୋଜିଷ୍ଟ ନିଯୁକ୍ତି ପାଇଁ ଅସ୍ଥାୟୀ ଭାବେ ସ୍ୱଳ୍ପ ମିଆଦ ଭିତ୍ତିରେ ଉଭୟ ମେଡିକୋ ଓ ନନ୍ ମେଡିକୋଙ୍କୁ ନିଯୁକ୍ତି ଦିଆଯିବ। ମେଡିକୋ ମାଇକ୍ରୋ ବାଓଲୋଜିଷ୍ଟଙ୍କୁ ପ୍ରତିଦିନ ୫ ହଜାର ଏବଂ ନନ୍-ମେଡିକୋ ମାଇକ୍ରୋ ବାୟୋଲୋଜିଷ୍ଟଙ୍କୁ ପ୍ରତିଦିନ ୨୫୦୦ ଟଙ୍କା ଲେଖାଏଁ ମିଳିବ। ପ୍ରାର୍ଥୀଙ୍କୁ ଜୁନ୍ ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ନିଯୁକ୍ତିପତ୍ର ପ୍ରଦାନ […]
ଭୁବନେଶ୍ୱର: ରାଜ୍ୟରେ ‘କୋଭିଡ-୧୯’ ଭୂତାଣୁ ଏବେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିବାର ଆଶଙ୍କା କରାଯାଉଛି । କରୋନା ସଂକ୍ରମଣର ସ୍ଥିତି ମୁକାବିଲା କରିବା ଲାଗି ସ୍ୱତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ସ୍ଥିତିର ମୁକାବିଲା ପାଇଁ ସରକାର ଆଜି ଆଉ ୬୦୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ସ୍ଥାପନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଡ୍ରିମ୍ସ କ୍ୟାମ୍ପସରେ ଯୁଦ୍ଧକାଳୀନ ଭିତ୍ତିରେ ଏହି କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ କରାଯିବ। ତେବେ ରାଜ୍ୟ ସରକାର ୯୭୦ ବେଡ୍ ବିଶିଷ୍ଟ ୨ଟି ସ୍ୱତନ୍ତ୍ର କୋଭିଡ୍ […]
ଭୁବନେଶ୍ୱର: କରୋନା ସମ୍ପର୍କିତ ତଥ୍ୟ ଲୁଚାଇବା ଅଭିଯୋଗରେ ଭୁବନେଶ୍ୱରର ଜଣେ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି। ବିଧାନସଭା ଡିସପେନସାରୀର ମୁଖ୍ୟ ମେଡିକାଲ ଅଫିସର ଡାକ୍ତର ଲଳିତ ବେହେରାଙ୍କୁ ଆଜି ସରକାରୀ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣର ଶିକାର ହୋଇଥିବା ତୃତୀୟ ରୋଗୀଙ୍କ ସଂସ୍ପର୍ଶରେ ଆସି ସେ ତଥ୍ୟ ଲୁଚାଇଥିଲେ। ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ସୂଚନା ଦିଆଯିବା ପରେ ସ୍ୱାସ୍ଥ୍ୟ ବିଭାଗ ଆଜି ଶ୍ରୀ ବେହେରାଙ୍କୁ ତତ୍କାଳ ସସପେଣ୍ଡ କରିଛି। ଏହାସହିତ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ […]
ଭୁବନେଶ୍ୱର: ଲକଡାଉନ୍ ସମୟରେ ବାହାରକୁ ଆସିଲେ ଯଦି ସମସ୍ୟାରେ ପଡନ୍ତି, ତେବେ ୧୦୦କୁ ଡାଏଲ କରି ପୋଲିସଙ୍କ ଠାରୁ ସାହାଯ୍ୟ ନିଅନ୍ତୁ। ଲକ୍ଡାଉନ୍ ବେଳେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଥିବାରୁ ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସାଧାରଣ ଲୋକ ଭୋଗୁଥିବା ସମସ୍ୟା ସମାଧାନ ପାଇଁ ବାଟ ବତାଇଛନ୍ତି କଟକ-ଭୁବନେଶ୍ୱର ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ। ସେ କହିଛନ୍ତି, “କେହି ରୋଗୀକୁ ଡାକ୍ତରଖାନା ନେଇ ଯାଉଥିଲେ ପୁଲିସ ଅଟକାଇବନି। ଯଦି କେହି ପୁଲିସ କର୍ମଚାରୀ ଅଟକାଉଛନ୍ତି, […]
ଭୁବନେଶ୍ୱର: ସଚେତନ ହୁଅନ୍ତୁ କିନ୍ତୁ ଅପମାନିତ ହୁଅନ୍ତୁ ନାହିଁ। ଜଣେ କରୋନା ଆକ୍ରାନ୍ତ ମହିଳା ନିଜ ଦାୟିତ୍ୱହୀନତା ପାଇଁ କିପରି ଅପଖ୍ୟାତି ଅର୍ଜନ କରିଛନ୍ତି, ସେବିଷୟରେ ଉଦାହରଣ ଦେଇ ଜନସାଧାରଣଙ୍କୁ ସଚେତନ କରିଛନ୍ତି ରାଜ୍ୟ କୋଭିଡ୍-୧୯ ମୁଖପାତ୍ର ସୁବ୍ରତ ବାଗଚୀ। କରୋନା ସଂକ୍ରମଣ ବ୍ୟାପିବାକୁ ନେଇ ସେ ଦକ୍ଷିଣ କୋରିଆର ପେସେଣ୍ଟ ଥାର୍ଟି ୱାନ କଥା ଜନସାଧାରଣଙ୍କୁ କହିଛନ୍ତି। ଦକ୍ଷିଣ କୋରିଆର ପେସେଣ୍ଟ ଥାର୍ଟି ୱାନ୍ ନାମରେ ପରିଚିତ ହେଇଛନ୍ତି। ସେଠାକାର କରୋନା ଆକ୍ରାନ୍ତ ମହିଳା କିଭଳି […]
ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଛନ୍ତି। ତେଣୁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଲୋକସେବା ଭବନ କନଭେନସନ୍ ହଲରେ ଏବେ ବିଧାନସଭା କାର୍ଯ୍ୟ ହେବ। ବଜେଟ ଅଧିବେଶନର ବାକି କାର୍ଯ୍ୟ ଦିବସ କନଭେନସନ ହଲରେ ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କରୋନା ସଂକ୍ରମଣ ଆଶଙ୍କାରେ ବିଧାନସଭା କାର୍ଯ୍ୟ ସ୍ଥାନାନ୍ତର କରାଯାଇଛି। ଏଥିସହ ବିଧାନସଭା କୋଠାକୁ ସଂକ୍ରମଣମୁକ୍ତ […]
ଭୁବନେଶ୍ୱର: ରାଜ୍ୟର ୯୪ ଲକ୍ଷ ପରିବାରକୁ ମିଳିବ ୧ ହଜାର ଟଙ୍କା ସହାୟତା। ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କୁ ମିଳିବ ୪ ମାସର ଭତ୍ତା। ନିର୍ମାଣ ଶ୍ରମିକଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ‘କରୋନା’ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୨୦୦ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି। ଗରିବ, ଖଟିଖିଆ, ଶ୍ରମିକଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା ହୋଇଛି। ଭିଡିଓ ଜରିଆରେ ପ୍ୟାକେଜ ଘୋଷଣା କରି […]
ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ମହାମାରୀର ଷ୍ଟେଜ- ଥ୍ରୀର ଆଶଙ୍କା ଦେଖାଦେଇଛି। ଏଭଳି କଥା କହିଛନ୍ତି ରାଜ୍ୟସରକାରଙ୍କ କୋଭିଡ୍-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ସେ କହିଛନ୍ତି ପୂର୍ବରୁ ବିଦେଶରୁ ଆସୁଥିବା ବ୍ୟକ୍ତି ସଂକ୍ରମଣର ଶିକାର ହେଉଥିଲେ। ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ସଂକ୍ରମଣ ସମ୍ଭାବନା ଅଧିକ କୁହାଯାଉଥିଲା ଏବେ ଦିଲ୍ଲୀ, ହରିୟାଣାରୁ ଫେରି ସଂକ୍ରମଣର ଶିକାର ହୋଇଛନ୍ତି। ଫଳରେ ସାମାଜିକ ସଂକ୍ରମଣ ହେବା ଆଶଙ୍କା ଦେଖାଦେଇଥିବା ବାଗଚୀ କହିଛନ୍ତି ତେଣୁ […]
ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନିଜର ଟ୍ୱିଟର ହ୍ୟାଣ୍ଡେଲରେ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହି କରୋନା ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ତେବେ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରରେ ହୋଇଥିବା ସୂଚନା ମିଳିଛି। ଏଯାବତ ସମସ୍ତ ଆକ୍ରାନ୍ତ ଭୁବନେଶ୍ୱର ହୋଇଥିବା ଜଣାପଡିଛି। ତେବେ ସେ ଅନ୍ୟ ଦେଶରୁ ଆସିଛନ୍ତି ନା ଅନ୍ୟ […]
ଭୁବନେଶ୍ୱର: କରୋନା ପାଇଁ ଲକଡାଉନ ଲାଗୁ ହୋଇଥିବାରୁ ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆଙ୍କୁ ସହାୟତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କରିଛନ୍ତି। ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକି ଚିଠି ଲେଖି ଫସି ରହିଥିବା ଓଡ଼ିଆଙ୍କୁ ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି। ଚିଠିରେ ନବୀନ ଅପିଲ୍ କରିଛନ୍ତି ଯେ, ତାଙ୍କ ରାଜ୍ୟରେ ଫସିଥିବା ଓଡ଼ିଆ ଲୋକଙ୍କୁ ସମ୍ପୃକ୍ତ ରାଜ୍ୟ ସହାୟତାର ହାତ ବଢାଉ । ଏଥିପାଇଁ ଯାହା ଖର୍ଚ୍ଚ ହେବ ତାହା […]
ଭୁବନେଶ୍ୱର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଆମ ପାଇଁ ସଂକ୍ରମଣର ବିପଦ କେତେ ରହିଛି ତାହା ଜାଣିବା ମୁସ୍କିଲ ହୋଇପଡିଛି। କିନ୍ତୁ ଏପରି ଏକ ଆପ୍ସ ଯାହା ଭାଇରସ୍ ସମ୍ପର୍କିତ ସବିଶେଷ ତଥ୍ୟ ଆପଣଙ୍କୁ ଦେବ। ରିଲାଏନ୍ସ ଜିଓ ପକ୍ଷରୁ ମାଇଁ ଜିଓ ଆପ୍ସରେ କରୋନା ଭାଇରସ୍ ସୂଚନା ଓ ଟୁଲ୍ସ ଆରମ୍ଭ କରାଯାଇଛି। ଏହା ମଧ୍ୟରେ ରହିଛି କରୋନା ଭାଇରସ୍ ସିମ୍ପଟମ୍ ଚେକର୍ । ଯାହା ଆମକୁ ସାରା ଭାରତରେ ରହିଥିବା […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟର ୨ ଘରୋଇ ହସ୍ପିଟାଲରେ ନିର୍ମାଣ ହେବ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ୱାର୍ଡ। ଏନେଇ ୨ ଘରୋଇ ମେଡିକାଲ ସହ ଏମ୍ଓୟୁ ସ୍ୱାକ୍ଷର କଲେ ରାଜ୍ୟ ସରକାର। ଏଥିପାଇଁ ଭୁବନେଶ୍ୱରରେ ଥିବା କିମ୍ସ ଓ ସମ୍ ହସ୍ପିଟାଲ ସହ ଏମ୍ଓୟୁ ସ୍ୱାକ୍ଷର ହୋଇଛି। ‘କରୋନା’ ମୁକାବିଲା ପାଇଁ ସମ୍ରେ ୫୦୦ ଶଯ୍ୟା ଓ ୨୦ ICU ବ୍ୟବସ୍ଥା କରାଯିବ। ସେହିପରି କିମ୍ସରେ ୪୫୦ ଶଯ୍ୟାର କୋଭିଡ୍ ୱାର୍ଡ ପାଇଁ ଏମ୍ଓୟୁ […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଗୃହ ବିଭାଗ ଏକ କଣ୍ଟ୍ରୋଲ ରୁମ୍ ଖୋଲିଛି। ଏହି କଣ୍ଟ୍ରୋଲ୍ ରୁମ୍ ନଂ: ୦୬୭୪-୨୩୯୨୧୧୫/୯୪୩୮୯୧୫୯୮୬ ରହିଛି। ଗୃହ ବିଭାଗ ଅଧୀନରେ ଏହି ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ପରିଚାଳନା କରାଯିବ। ଆଜିଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟ କରିବ। ଏହି କଣ୍ଟ୍ରୋଲ୍ ରୁମ୍ ଦାୟିତ୍ୱରେ ରହିବେ IG ଅପରେସନ୍ ଅମିତାଭ ଠାକୁର। ଲକ୍ ଡାଉନ୍ ଓ ବାହାରେ ଥିବା ଓଡ଼ିଆଙ୍କ କଥା ବୁଝିବ ଏହି କଣ୍ଟ୍ରୋଲ୍ ରୁମ୍।
ଭୁବନେଶ୍ୱର: ବିଦେଶରୁ ଫେରି ଆଜିସୁଦ୍ଧା ପଞ୍ଜିକୃତ କରିଥିବା ମୋଟ ୩୮୬୧ଜଣ ଲୋକଙ୍କ ମଧ୍ୟରୁ ୧୦୦ଜଣଙ୍କ ଦେହରେ କୋଭିଡ-୧୯ ଭୂତାଣୁ ସଂକ୍ରମଣର ଲକ୍ଷଣ ରହିଥିବା ସରକାର ଆଶଙ୍କା କରୁଛନ୍ତି। ସ୍ଥିତି ଅଣାୟତ୍ତ ହେଲେ ମେ’ ୩୧ତାରିଖ ବେଳକୁ ଅତିକମରେ ଓଡ଼ିଶାରେ ୨୩୪୫ଜଣ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଲୋକେ ସଚେତନ ନହେଲେ ଆଗାମୀ ଦିନରେ ସ୍ଥିତି ବିସ୍ଫୋରକ ରୂପ ଧାରଣ କରିପାରେ ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ […]
ଟୋକିଓ: କରୋନା ମହାମାରୀ ଯୋଗୁଁ ବର୍ଷେ ଘୁଞ୍ଚିଲା ଅଲମ୍ପିକ୍ସ। ବିଶ୍ୱର କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସକୁ ଚଳିତ ବର୍ଷ ସ୍ଥଗିତ କରିଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାର ଥିଲା। ତେବେ ମହାମାରୀ କାୟା ବିସ୍ତାର ଯୋଗୁ ଏହି କ୍ରୀଡ଼ା ମହାକୁମ୍ଭକୁ ଚଳିତ ବର୍ଷ ପାଇଁ ବାତିଲ କରାଯାଇଛି। ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ସେ ଅଲିମ୍ପିକ୍ସକୁ […]