ଭୁବନେଶ୍ୱର: ଲକଡାଉନ୍ ସତ୍ତ୍ୱେ ଖୋଲିବ ବିଶ୍ୱବିଦ୍ୟାଳୟ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଖୋଲିବ। ତେବେ କିଛି କଟକଣା ସହ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ କୁଳପତିମାନଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ବିଭାଗ ସଚିବ। ଏହି ନିର୍ଦ୍ଦେଶ ଅନୁସାରେ, ବିଶ୍ୱବିଦ୍ୟାଳୟ ଖୋଲିଲେ ବି ଛାତ୍ରଛାତ୍ରୀ ଆସିବେନାହିଁ। ଥିଓରୀ ଓ ପ୍ରାକ୍ଟିକାଲ କ୍ଲାସ ସିଧାସଳଖ ହେବନି। ତେବେ ଅନଲାଇନ କ୍ଲାସ୍ ଓ ଡିଷ୍ଟାନ୍ସ ଲର୍ଣ୍ଣିଂ ଚାଲିବ। କୌଣସି ଥିଓରୀ କିମ୍ବା ପ୍ରାକ୍ଟିକାଲ୍ ପରୀକ୍ଷା […]
ହାଇଦ୍ରାବାଦ: ତେଲେଙ୍ଗାନର ଏକ ପ୍ରାଇମେରୀ ସ୍କୁଲର ଜଣେ ଶିକ୍ଷୟିତ୍ରୀ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ଏପ୍ରିଲ ୧୭ରେ ତେଲେଙ୍ଗାନାର ନାଗାର୍ଜୁନସାଗର ବିଧାନସଭା ଉପନିର୍ବାଚନରେ ସେ ନିର୍ବାଚନୀ ଡ୍ୟୁଟିରେ ଥିଲେ। ଏହାପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଶେଷରେ ମହାମାରୀ କରୋନାରେ ଚାଲି ଯାଇଥିଲା ତାଙ୍କ ଜୀବନ। ତାଙ୍କର ୮ ବର୍ଷର ଜଣେ ଝିଅ ଅଛି। ଏପ୍ରିଲ ୨୦ରେ ଶିକ୍ଷୟିତ୍ରୀ ସନ୍ଧ୍ୟାଙ୍କୁ ଜ୍ୱର ଆସିଥିଲା। ଏହାପରେ ସେ କରୋନା ଟେଷ୍ଟ କରାଇଥିଲେ ଓ ରିପୋର୍ଟ ପଜିଟିଭ ଆସିଥିଲା। ସପ୍ତାହକ […]
ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟାରେ ଧିମା ପଡ଼ିଥିବାବେଳେ ଗୋଟିଏ ଦିନରେ ୧୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ପୁଣି ଚିନ୍ତା ବଢ଼ାଇଛି। ଆଜି ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଘର ସ୍ୱାସ୍ଥ୍ୟ ବିଭାଗ ଜଣାଇ ନଥିବାବେଳେ ମ୍ୟାପ୍ ତଥ୍ୟ ଅନୁସାରେ ଜଣେ ସୁନ୍ଦରଗଡ଼ର ହୋଇଥିବାବେଳେ ଅନ୍ୟ ୫ଜଣ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ଆଜି ସକାଳେ […]
ପଦ୍ମପୁର(ବରଗଡ଼): ଯିଏ କରୋନା ମୁକାବିଲାର ସମ୍ମୁଖ ଯୋଦ୍ଧା, କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ହିଁ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ନା ତାଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଗଲା, ନା ଅନ୍ୟ କିଛି ପରାମର୍ଶ ଦିଆଗଲା। ସାରା ରାତି ହସ୍ପିଟାଲ ପରିସରରେ ଏକ ଗଛ ତଳେ ବସି ବସି ସମୟ କାଟିଲେ ଜଣେ ଅଙ୍ଗନଓ୍ୱାଡ଼ି କର୍ମୀ। ବରଗଡ଼ ଜିଲ୍ଲା ପଦ୍ମପୁରରୁ ଏହି ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ଅଏଁଲାଭଟା ଗାଁର ଜଣେ ଅଙ୍ଗନଓ୍ୱାଡ଼ି […]
ଭୁବନେଶ୍ୱର: ଭୁବନେଶ୍ୱରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ଆଇଟି କଂପାନୀମାନେ କେତେ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ ସେନେଇ ଟ୍ୱିଟ୍ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଭୁବନେଶ୍ୱରରେ ଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ରାଙ୍କର ଉପରେ ଥିବା ସମସ୍ତ ଅଧିକାରୀ ଅଫିସ୍ ଆସିପାରିବେ ଏବଂ ଅନ୍ୟ କର୍ମଚାରୀଙ୍କ ସଂଖ୍ୟା ୩୦ ପ୍ରତିଶତ ରହିବ ବୋଲି ସିପି ସୂଚନା ଦେଇଛନ୍ତି। ସେମାନେ ପରିଚୟ ପତ୍ର ଦେଖାଇ ଅଫିସ୍ ଯାଇପାରିବେ ଏବଂ […]
ନ୍ୟୁୟର୍କ: କରୋନା କବଳରେ ସାରା ବିଶ୍ୱ। ୨୧୦ ଦେଶରେ ୨୩ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏଯାଏଁ ଏହି ମହାମାରୀରେ ଗଲାଣି ଲକ୍ଷେ ୬୧ ହଜାରରୁ ଅଧିକ ଜୀବନ। କୋଭିଡ ୧୯ ମହାମାରୀରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୮ ହଜାର ଟପିଥିବା ବେଳେ ୩୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଆକ୍ରାନ୍ତ ସଂଖ୍ୟାରେ ସ୍ପେନ୍ ଦ୍ୱିତୀୟରେ ଥିବା ବେଳେ […]
ନୂଆଦିଲ୍ଲୀ: କୋଭିଡ୍ ଭ୍ୟାକ୍ସିନ ଓ ଔଷଧ ପରୀକ୍ଷଣ ପାଇଁ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କଲେ କେନ୍ଦ୍ର ସରକାର। ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଭ୍ୟାକ୍ସିନ ପ୍ରସ୍ତୁତି ପାଇଁ ଚାଲିଥିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଏହି ଟାସ୍କ ଫୋର୍ସ କାର୍ଯ୍ୟ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ। ନୀତି ଆୟୋଗ ସଦସ୍ୟ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତାଙ୍କ ନେତୃତ୍ୱରେ ଏହି ଟାସ୍କଫୋର୍ସ କାର୍ଯ୍ୟ କରିବ। […]
ନୂଆଦିଲ୍ଲୀ: ଦେଶରେ ଯଦିଓ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି, ହେଲେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗିପାରୁନି। ଲଗାତାର କିଛିଦିନ ଧରି ଦେଶରେ ପ୍ରତିଦିନ ୪ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ଏହାଛଡା ଲୋକମାନେ କରୋନା ଟେଷ୍ଟ କରାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଅଧିକ ସଂକ୍ରମିତ ଚିହ୍ନଟ ସହ ଟେଷ୍ଟ ରିପୋର୍ଟ ଆସିବାରେ ମଧ୍ୟ ବିଳମ୍ବ ହେଉଥିବା ନଜର ଆସୁଛି। ଏସବୁ ଭିତରେ ICMR(Indian Council of […]
ପୁରୀ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାବେଳେ, ଜଣେ ପୋଲିସ ଅଧିକାରୀ ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। କଟକଣା ଭାଙ୍ଗି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଓ ତାଙ୍କ ପରିବାର ଲୋକେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିବା ସୂଚନା ମିଳିଛି। ସେ ଦକ୍ଷିଣ ଦ୍ୱାର ଦେଇ ମନ୍ଦିରକୁ ପଶିଥିଲେ। ଏନେଇ ସିଂହଦ୍ୱାର ଥାନାରେ ଜଣେ ହାବିଲଦାରଙ୍କ ଏତଲାକ୍ରମେ ମାମଲା ରୁଜୁ ହୋଇଛି। ଭକ୍ତଙ୍କ ପ୍ରବେଶ କଟକଣା ସତ୍ତ୍ୱେ ଦର୍ଶନ […]
ଭୁବନେଶ୍ୱର: ବିଶ୍ୱକୁ ଘାରିଛି ମହାମାରୀ କରୋନା ଚିନ୍ତା। ସାଂଘାତିକ ସ୍ଥିତିରେ ପହଞ୍ଚିଛି କୋଭିଡ୍-୧୯ ସଂକ୍ରମଣ ହାର। ଚୀନ୍ ପରେ ପରେ ଆମେରିକା, ଇଟାଲୀ, ସ୍ପେନ୍, ଫ୍ରାନ୍ସ ଆଦି ଅନେକ ଶକ୍ତିଶାଳୀ ରାଷ୍ଟ୍ରରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା ଭାଇରସ୍। ଆଉ ସେହି ଭୟଙ୍କର ଭାଇରସର ବାହକ ସାଜି ବିପଦ ସୃଷ୍ଟି କରିଛନ୍ତି ଜଣେ ଜଣେ ସୁପର ସ୍ପ୍ରେଡର୍। କରୋନାର କରାଳ କାୟା ଭିତରେ ଚିନ୍ତା ବଢ଼ାଉଛନ୍ତି ସୁପର୍ ସ୍ପ୍ରେଡର। ନିଜେ ଆକ୍ରାନ୍ତ ହୋଇ ଅନ୍ୟକୁ ବାଣ୍ଟି ଚାଲିଛନ୍ତି […]
ଭଦ୍ରକ: କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହାର ରୋଗୀ ଚିହ୍ନଟ ସହ ସ୍ଥିତି ସୁଧୁରିବାରୁ ଚରମ୍ପାର କଣ୍ଟେନମେଣ୍ଟ ଜୋନ୍-୨ ଏବଂ ଏରେଇଁର କଣ୍ଟେନମେଣ୍ଟ ଜୋନ୍-୩ରୁ କଟକଣା ପ୍ରତ୍ୟାହାର କରାଯାଇଛି। ତେବେ ଏସବୁ ଅଞ୍ଚଳରେ ଲକଡାଉନ ନିୟମ ପୂର୍ବଭଳି ଚାଲୁ ରହିବ। ଏଥିସହ ବିଭିନ୍ନ ଦୋକାନ ଖୋଲିବା ନେଇ ମଧ୍ୟ ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ପନିପରିବା ଦୋକାନ ଭଦ୍ରକ ମ୍ୟୁନିସିପାଲିଟି ଓ ଏରେଇଁ ଗ୍ରାମପଞ୍ଚାୟତରେ ଅପରାହ୍ଣ ୧ଟା ଯାଏ ଏବଂ ଭଦ୍ରକ ଜିଲ୍ଲାର ଅନ୍ୟ ସମସ୍ତ ସ୍ଥାନରେ […]
ସମ୍ବଲପୁର: ସାରା ଦେଶ ଏବେ ସଙ୍କଟ ଦେଇ ଗତି କରୁଛି। ଗରିବ ଓ ଅସହାୟଙ୍କ ପାଇଁ ଅର୍ଥର ଆବଶ୍ୟକ ରହିଛି। କରୋନା ମୁକାବିଲା ପାଇଁ ସାହାଯ୍ୟର ହାତ ବଢାଇଲେ ଗ୍ରାମବାସୀ। ଘରକୁ ଘର ବୁଲି ୨୫ ହଜାର ୧୬୮ ଟଙ୍କା ସଂଗ୍ରହ କରି ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ପଠାଇଛନ୍ତି। ଏଭଳି ନିଆରା ପ୍ରୟାସ କରିଛନ୍ତି ସମ୍ବଲପୁର ଜିଲ୍ଲା ଡଙ୍ଗାପାଲ ଗାଁର ଲୋକେ। ଗୁଣ୍ଡୁଚି ମୂଷା ତୁଲ୍ୟ ଏମାନଙ୍କ ଏହି ସହଯୋଗ ଉଦାହରଣ ପାଲଟିଛି ଅଂଚଳରେ। ଛୋଟରୁ ବଡ଼, […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଓ ଲକଡାଉନ୍ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ଓ ପରୀକ୍ଷା ସ୍ଥଗିତ ରହିଛି। UPSC ଓ SSC କେବେ ପରୀକ୍ଷା ହେବ, ଏନେଇ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ମେ ୩ ପରେ ହେବ UPSC ଓ SSC ପରୀକ୍ଷା ତାରିଖ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଲକଡାଉନ୍ ଉଠିବା ପରେ ହିଁ ପରୀକ୍ଷା ହେବ। ଏନେଇ ଆବଶ୍ୟକ ସମୟ ସମସ୍ତ ଆଶାୟୀଙ୍କୁ ଦିଆଯିବ। ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ। […]
ଭୁବନେଶ୍ୱର: ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ତଥା ରାଜ୍ୟ ବାହାରେ ଫସି ରହିଥିବା ରାଜ୍ୟର ତଥା ଅନ୍ୟ ରାଜ୍ୟର ଶ୍ରମିକଙ୍କ ସମସ୍ୟା ନେଇ ଏହି ତଥ୍ୟ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ, ଆମ ରାଜ୍ୟରେ ଅନ୍ୟ ରାଜ୍ୟର ୧ ଲକ୍ଷରୁ ଅଧିକ ଶ୍ରମିକ ରହିଯାଇଛନ୍ତି। ଓଡ଼ିଶାରେ ରହି ଯାଇଥିବା ଶ୍ରମିକମାନଙ୍କ ଆମେ ଯତ୍ନ ନେଉଛୁ। ବାହାର ରାଜ୍ୟରେ ବି ଲକ୍ଷ […]
ଭୁବନେଶ୍ୱର: ଗାଁ କରୋନା ସ୍ଥିତିକୁ ତଦାରଖ କରିବା ପାଇଁ ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳଙ୍କ କ୍ଷମତା। ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ। ସେମାନଙ୍କ ପରିବାର ଓ ବନ୍ଧୁମାନେ ପଞ୍ଚାୟତରେ ରେଜିଷ୍ଟ୍ରେସନ୍ କରିବେ। ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯିବ। କ୍ୱାରେଣ୍ଟାଇନ୍ ଅବଧି ସରିଲେ ୨ ହଜାର ଟଙ୍କା ସହାୟତା ମିଳିବ। ଠିକରେ କାର୍ଯ୍ୟକାରୀ କରିବାକୁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି। ସଂପୃକ୍ତ ରାଜ୍ୟ ସରକାରଙ୍କ ଉଦ୍ୟମ ସତ୍ତ୍ୱେ […]
ଭୁବନେଶ୍ୱର: କରୋନା ମୁକାବିଲା ନେଇ ଏବେ ସାରା ବିଶ୍ୱ ଏକାଠି ହୋଇଛି। ଏହି ମହାମାରୀ ବିରୋଧରେ ଲଢ଼ିବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି ସମସ୍ତେ। ଏହି ସମୟରେ ନିଜ ବଦାନ୍ୟତା ଦେଖାଇଛନ୍ତି ଭୁବନେଶ୍ୱରର ସୌଦାମିନୀ ସାମନ୍ତରାୟ। ବରମୁଣ୍ଡା ଅଞ୍ଚଳର ସୌଦାମିନୀ ସାମନ୍ତରାୟ ନିଜ ଭଡ଼ାଟିଆଙ୍କ ଘର ଭଡ଼ା ଛାଡ଼ କରିଛନ୍ତି। ସୌଦାମିନୀଙ୍କ ଘରେ ୭ଟି ପରିବାର ରୁହନ୍ତି। ଏହି ସମସ୍ତଙ୍କ ମାସକର ଘର ଭଡ଼ାକୁ ଛାଡ଼ କରାଯାଇଛି। କରୋନା ଆସିବା ପରେ ଏବେ ଲୋକେ କଷ୍ଟରେ ନିଜ ଜୀବିକା […]
ଲୁଧିଆନା: ପଞ୍ଜାବ ଲୁଧିଆନାର ଆସିଷ୍ଟାଣ୍ଡ କମିଶନର ଅଫ୍ ପୋଲିସ ଅନିଲ କୋହଲିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ। କିଛିଦିନ ତଳେ ସେ କରୋନାରେ ସଂକ୍ରମିତ ହୋଇ ଲୁଧିଆନାର SPS ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପ୍ରଥମେ ତାଙ୍କ ନମୁନା ପରୀକ୍ଷାବେଳେ ନେଗେଟିଭ ଆସିଥିଲା। ତେବେ ଦ୍ୱିତୀୟ ଥର ପରୀକ୍ଷା ବେଳେ ତାଙ୍କ ସାମ୍ପଲ ପଜିଟିଭ ଆସିଥିଲା। ଗତ ୧୧ ତାରିଖରୁ ସେ ଭେଣ୍ଟିଲେଟରରେ ଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଛି। ଏସିପି ଅନୀଲ କୋହଲିଙ୍କ ମୃତ୍ୟୁରେ ଓଡିଶା ଡିଜିପି ଅଭୟ […]
ସ୍ୱିଜରଲ୍ୟାଣ୍ଡ: ତ୍ରିରଙ୍ଗାରେ ଝଲସିଲା ସ୍ୱିଜରଲ୍ୟାଣ୍ଡର ଆଲପସ୍ ପର୍ବତଶ୍ରେଣୀରେ ଥିବା ମ୍ୟାଟର୍ହର୍ଣ୍ଣ୍ ପର୍ବତ। ସାରା ବିଶ୍ୱ ଏବେ କରୋନା ବିଭୀଷିକା କବଳରେ ଥିବାବେଳେ, ଏଠାରେ ପ୍ରତି ରାତିରେ ବିଭିନ୍ନ ଦେଶର ପତାକାକୁ ଏହି ୪ ହଜାର ୪୭୮ ମିଟର ବରଫାବୃତ ପର୍ବତ ଉପରେ ପ୍ରତିଫଳିତ କରାଯାଇଥାଏ। କରୋନା ସଂକଟ ବେଳେ ଭାରତୀୟଙ୍କୁ ମନରେ ଆଶା ଓ ଦୃଢ଼ତା ବଜାୟ ରଖିବାକୁ ବାର୍ତ୍ତା ଦେଇ ଏଠାରେ ଜାତୀୟ ପତାକା ପ୍ରତିଫଳନ କରାଯାଇଥିଲା। ଏହାକୁ ରିଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କୁ କେଉଁ ଔଷଧ ଦିଆଯିବ? ରେମଡେସିଭିର୍ ନା ହାଇଡ୍ରକ୍ସି କ୍ଲୋରୋକୁଇନ୍ ? ତାକୁ ନେଇ ଗବେଷଣା ଜାରି ରହିଛି ବୋଲି ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ICMR ଉପନିର୍ଦ୍ଦେଶକ ରମଣ ଗଙ୍ଗାଖେଡ଼କର। ରେମଡେସିଭିର୍ ଇବୋଲାରେ ଭଲ କାମ କରିଥିବାରୁ ଆଶା ବଢ଼ିଛି। ତେବେ ପରୀକ୍ଷା ନିରୀକ୍ଷା ଚାଲିଛି, ଆଶା କରାଯାଉଛି ଭଲ କାମ କରିବ ବୋଲି ଗଙ୍ଗାଖେଡକର କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ହାଇଡ୍ରକ୍ସି କ୍ଲୋରୋକୁଇନ ପାଇଁ ଆମେ ପରୀକ୍ଷା ନିରୀକ୍ଷା ଚଳାଇଛୁ। […]
ସୁନ୍ଦରଗଡ଼: ମାସ୍କ ପିନ୍ଧି ବିବାହ କଲେ ଦମ୍ପତି। ସୁନ୍ଦରଗଡ଼ ନୁଆଁଡିହିରେ ଏଭଳି ଦେଖିବାକୁ ମିଳିଛି। ସ୍ଥାନୀୟ ଗ୍ରାମର ଅମ୍ରିତ ଓ ଶୁଭଶ୍ରୀଙ୍କ ବିବାହ ନିରାଡମ୍ବର ଭାବେ ହୋଇଛି। ବିବାହ ବେଳେ ଦମ୍ପତି ମାସ୍କ ପିନ୍ଧିଥିଲେ। ଏହାସହ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅନ୍ୟ ଅତିଥି ବି ମାସ୍କ ପିନ୍ଧି ଆସିଥିଲେ। ସାମାଜିକ ଦୂରତାକୁ ମାନି ଦୂରେଇ ବସିବା ସହ ବିବାହ କାର୍ଯ୍ୟ ବେଳେ ଏହାକୁ ଧ୍ୟାନରେ ରଖାଯାଇଥିଲା। ଖୁବ୍ କମ୍ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ସରିଛି। ଏହାସହ ବିବାହ […]
ବରଗଡ଼: ଖୁବ୍ ଶୀଘ୍ର ବରଗଡ଼ରେ ଆରମ୍ଭ ହେବ କୋଭିଡ ହସ୍ପିଟାଲ୍। ଆଜି ଏହାକୁ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ବରଗଡ଼ ଗସ୍ତରେ ଯାଇ କୋଭିଡ ହସ୍ପିଟାଲରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ। ଏକ ଘରୋଇ ହସ୍ପିଟାଲର ସହଯୋଗରେ ଜିଲ୍ଲା ହସ୍ପିଟାଲ୍ ପରିସରରେ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବ କୋଭିଡ ହସ୍ପିଟାଲ୍। ୧୦୦ ଶର୍ଯ୍ୟା, ୮ଟି ଆଇସିୟୁ ସହ ଅନ୍ୟ ବ୍ୟବସ୍ଥା ଏହି ହସ୍ପିଟାଲରେ ରହିଛି। ଆସନ୍ତା ୨୦ […]
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବୁର୍ଲା ଭିମସାରରେ ହେବ କୋଭିଡ ସାମ୍ପଲ ଟେଷ୍ଟ। ପୁଲ ଟେଷ୍ଟକୁ ପ୍ରାଧାନ୍ୟ ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଆଜି ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁଇଟି ସିଫ୍ଟରେ ୯୦ଟି ସାମ୍ପଲ ଟେଷ୍ଟ କରାଯିବ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବଢାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଭିମସାରର ମାଇକ୍ରୋ ବାୟୋଲୋଜି ବିଭାଗରେ ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ବୁର୍ଲା ଗସ୍ତ କରି ସମସ୍ତ ବିଭାଗୀୟ […]
ଭୁବନେଶ୍ୱର: ଓଡ଼ଶାର ଆଉ ଗୋଟିଏ ଜିଲ୍ଲାକୁ ବ୍ୟାପିଲା କରୋନା। ଓଡ଼ିଶାରେ ଆରୋଗ୍ୟ ସଂଖ୍ୟା ବଢୁଥିବା ନେଇ ଲୋକେ ଆଶ୍ୱସ୍ତ ଥିବା ବେଳେ ଏବେ ଚିନ୍ତାଜନକ ଖବର ଆସିଛି। ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ବାଲେଶ୍ୱର ଜିଲ୍ଲାର ୫୮ ବର୍ଷିୟ ବୟସ୍କ ବ୍ୟକ୍ତି। ତେବେ ସମ୍ପୃକ୍ତ ଜିଲ୍ଲାର ଏହା ପ୍ରଥମ କରୋନା କେସ୍ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। […]
ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ପଟେ କରୋନାକୁ ନେଇ ଆଶ୍ୱାସନାର ଖବର ଆସିଥିବାବେଳେ ଅନ୍ୟପଟେ ଚିନ୍ତାଜନକ ଖବର ଆସିଛି। ପୁଣି ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ସୁସ୍ଥ ହୋଇଥିବା ୩ ଜଣ ଭୁବନେଶ୍ୱରର ବୋଲି ସୂଚନା ମିଳିଛି। ତେବେ ଏହାରି ଭିତରେ ଆଉ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ବାଲେଶ୍ୱର ଜିଲ୍ଲାର ୫୮ ବର୍ଷିୟ ବୟସ୍କ ବ୍ୟକ୍ତି। ତେବେ ସମ୍ପୃକ୍ତ ଜିଲ୍ଲାର ଏହା ପ୍ରଥମ […]
ଭୁବନେଶ୍ୱର: ଭାରତର ୨୩ ରାଜ୍ୟର ସଂକ୍ରମିତ ହୋଇଥିବା ୪୭ ଜିଲ୍ଲାରେ ଗତ ୧୪ ଦିନରେ କୌଣସି ନୂଆ ‘କରୋନା’ ପଜିଟିଭ ଆସିନି। ଉକ୍ତ ୪୭ ଜିଲ୍ଲା ଭିତରେ ଓଡ଼ିଶାର ୨ ଜିଲ୍ଲା ରହିଛି। ଓଡ଼ିଶାର ପୁରୀ ଓ ଭଦ୍ରକ ଜିଲ୍ଲାରେ ୧୪ ଦିନ ହେଲାଣି ପଜିଟିଭ ନାହିଁ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ। ତବଲିଗି ଜମାତ୍ ପାଇଁ ଦେଶରେ ୨୯.୮ ପ୍ରତିଶତ କରୋନା ଆକ୍ରାନ୍ତ ହୋଇଛନ୍ତି ଦେଶରେ ଚିହ୍ନଟ ହୋଇଥିବା […]