• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

city
୪୮ ଘଣ୍ଟା ପାଇଁ ଏହି ସବୁ ସ୍ଥାନକୁ କରାଯିବ ଶଟ୍‌ ଡାଉନ୍‌

ଭୁବନେଶ୍ୱର:  ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍‌ କରିଛନ୍ତି। ଆଜି  ରାତି ୮ଟାରୁ ଆସନ୍ତା ରବିବାର ରାତି ୮ଟା ପର୍ଯ୍ୟନ୍ତ ଶଟ୍ ଡାଉନ୍‌ କରି ଦିଆଯାଇଛି। ଏହି ସମୟରେ ଲକଡାଉନ୍ ଥିବାବେଳେ ଓଡ଼ିଶା ସରକାର ଆଜି ସନ୍ଧ୍ୟା ୮ଟାରୁ ଆସନ୍ତା ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକ ମହାନଗର ସମେତ ଭଦ୍ରକ ପୌରାଞ୍ଚଳ ଓ ଭୁବନେଶ୍ୱର ଉପକଣ୍ଠର ୧୮ଟି ପଂଚାୟତରେ ସମ୍ପୂର୍ଣ୍ଣ ବନ୍ଦ […]

  • Wednesday, 14 July 2021
corona-patient
ସମ୍ ଓ ଏମ୍ସ ଯାଇଥିଲେ ପଞ୍ଚମ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟର ପଞ୍ଚମ ଆକ୍ରାନ୍ତଙ୍କ ଟ୍ରାଭେଲ ତଥ୍ୟ ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ନାମ ପ୍ରଦୀପ୍ତ ଦଳବେହେରା ଓ ସେ ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳର ବାସିନ୍ଦା। ସେ ମାର୍ଚ୍ଚ ୫ ତାରିଖରେ ପ୍ରଦୀପ ସୂର୍ଯ୍ୟନଗର ମହାଶକ୍ତି କ୍ଲିନିକ୍‌ ଯାଇଥିଲେ। ମାର୍ଚ୍ଚ ୧୨ ତାରିଖରେରେ ସେ ପୁଣି ଥରେ ସେହି କ୍ଲିନିକକୁ ଯାଇଥିଲେ। ମାର୍ଚ୍ଚ ୨୭ ତରିଖ ଅପରାହ୍ନରେ ସେ ସମ୍‌ ହସ୍ପିଟାଲ OPD ଯାଇଥିଲେ। ମାର୍ଚ୍ଚ ୨୮ ତାରିଖରେ ଏମ୍‌ସ OPD ଯାଇ ଘରକୁ […]

  • Wednesday, 14 July 2021
naveen
ଘର ଭଡ଼ା ଛାଡ଼ିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନା ରାଜ୍ୟବାସୀଙ୍କୁ ସତେ ଯେପରି ସ୍ଥାଣୁ କରିଦେଇଛି। ଲକ୍‌ଡାଉନ୍‌ ହେବା ଯୋଗୁଁ ଗରିବ ଓ ଖଟିଖିଆଙ୍କ ଜୀବନଜୀବିକା ଠପ୍ ହୋଇଯାଇଛି।  ରାଜ୍ୟର ବିଭିନ୍ନ ସହରମାନଙ୍କରେ ଘର ଭଡ଼ା ରହିଥିବା ଗରିବ ଓ ଶ୍ରମିକମାନଙ୍କ ରୋଜଗାରଶୂନ୍ୟ ହୋଇଯାଇଛି। ଏପରି ସ୍ଥିତିରେ ଘର ଭଡା ନମାଗି ବିଶ୍ୱରେ ଉଦାହରଣ ସୃଷ୍ଟି କରିବା ପାଇଁ ଘର ମାଲିକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ନିଜର ଟ୍ୱିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କରୋନା […]

  • Wednesday, 14 July 2021
home
ତବ୍‌ଲିଗୀ ଜମାତ ଲିଙ୍କ୍ ନେଇ କଳା ତାଲିକାଭୁକ୍ତ ହେଲେ ୯୬୦ ବିଦେଶୀ

ନୂଆଦିଲ୍ଲୀ: ଦିଲ୍ଲୀ ନିଜାମୁଦ୍ଦିନ ତବଲଗି ଜମାତ କାର୍ଯ୍ୟକ୍ରମରେ ସାମିଲ ଥିବା ୯୬୦ ବିଦେଶୀ ନାଗରିକଙ୍କୁ କଳା ତାଲିକା ଭୁକ୍ତ ଘୋଷଣା କଲେ କେନ୍ଦ୍ର ସରକାର। ଟୁରିଷ୍ଟ ଭିସାରେ ଭାରତ ଆସିଥିବା ଏହି ବିଦେଶୀ ନାଗରିକମାନେ ତବଲିଗ୍ ଜମାତ କାର୍ଯ୍ୟକ୍ରମ ସଂପୃକ୍ତ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବ କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏ ନେଇ ଦେଶର ସମସ୍ତ ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଞ୍ଚଳ ଓ ଦିଲ୍ଲୀ ପୋଲିସ କମିଶନରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

  • Wednesday, 14 July 2021
tradition
ଭକ୍ତଙ୍କ ବିନା ସମ୍ପନ୍ନ ହେଲା ରାମମନ୍ଦିରରେ ନୀତିକାନ୍ତି, ଶ୍ରୀଜିଉଙ୍କ ରଥକାଠ ଚିରଟ ନୀତି

ଭୁବନେଶ୍ୱର: କରୋନା ପାଇଁ ଫିକା ପଡ଼ିଲା ପବିତ୍ର ରାମନବମୀ ଉତ୍ସବ। ମହାପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥିକୁ ଦେଶର ବିଭିନ୍ନ ଅଞ୍ଚଳରେ ବେଶ୍ ଜାକଜମକରେ ପାଳନ କରାଯାଏ ହେଲେ ଚଳିତ ବର୍ଷ କରୋନାର ପ୍ରାଦୁର୍ଭାବ ଯୋଗୁଁ ବିଭିନ୍ନ ସ୍ଥାନରେ କେବଳ ମନ୍ଦିରରେ ନୀତିକାନ୍ତି ପାଳିତ ହେଉଥିଲେ ବି ଭକ୍ତଙ୍କ କୋଳାହଳ ଦେଖିବାକୁ ମିଳିନି। ଭୁବନେଶ୍ୱର ରାମ ମନ୍ଦିରରେ ଆଜି ସକାଳୁ ଶୁନଶାନ ପରିବେଶ ଦେଖିବାକୁ ମିଳିଥିଲା। ପରମ୍ପରା ଅନୁଯାୟୀ କେବଳ ମନ୍ଦିର ଭିତରେ ନୀତିକାନ୍ତି ପାଳନ କରାଯାଇଥିଲା। ସହରର ଅନ୍ୟାନ୍ୟ […]

  • Wednesday, 14 July 2021
markaj
ନିଜାମୁଦ୍ଦିନ ଧର୍ମୀୟ ସଭାରୁ ଫେରିଥିବା ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି ନିଜାମୁଦ୍ଦିନ ଫେରନ୍ତା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସବୁଠାରୁ ସାଂଘାତିକ ଅବସ୍ଥା ଦିଲ୍ଲୀରେ ଦେଖିବାକୁ ମିଳିଛି। କରୋନା ସଂକ୍ରମଣରେ ଦିଲ୍ଲୀରେ ଆଜି ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ମୃତକ ମରକଜ ଧର୍ମସଭା ସହ ଲିଙ୍କ ଥିବା ସୂଚନା ଦେଇଛନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ସେହିଭଳି ସଂକ୍ରମିତଙ୍କ ମଧ୍ୟରୁ ୧୦୮ ଜଣ ନିଜାମୁଦ୍ଦିନ ଧର୍ମସଭା ସହ ସମ୍ପର୍କ ରଖିଥିବା କେଜରିଓ୍ୱାଲ କହିଛନ୍ତି। ରାଜ୍ୟର ଏବେ ମୋଟ ୨୦୮ ଜଣ ବିଭିନ୍ନ ହସ୍ପିଟାଲରେ […]

  • Wednesday, 14 July 2021
nizamuddin
କ୍ୱାରେଣ୍ଟାଇନ୍‌ରେ ରହିଲେ ନିଜାମୁଦ୍ଦିନ୍‌ରୁ ଫେରିଥିବା ୩ ଓଡ଼ିଆ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନ ପ୍ରସଙ୍ଗରେ ଓଡ଼ିଶା ଲିଙ୍କ୍ ନେଇ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି। ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ ସଭା ବା ତବ୍ଲିଗି ଜମାତରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୦ଜଣଙ୍କ କରୋନାରେ ମୃତ୍ୟୁ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ତେବେ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମୀୟ ସଭାକୁ ଓଡ଼ିଶାରୁ କେତେ ଜଣ ଯୋଗ ଦେଇଥିଲେ, ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ରାଜ୍ୟ ସରକାରଙ୍କ କୋଭିଡ୍୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ […]

  • Wednesday, 14 July 2021
sc
ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ବେଳେ ଦିଲ୍ଲୀରୁ ଶ୍ରମିକଙ୍କ ପଳାୟନ ନେଇ ହୋଇଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଶ୍ରମିକଙ୍କ ରହଣି ସହ ଖାଦ୍ୟ ପାନୀୟ ବ୍ୟବସ୍ଥାର ଅନୁଧ୍ୟାନ ଓ ତଦାରଖ ଲାଗି ଏକ ବିଶେଷଜ୍ଞ କମିଟି ୨୪ ଘଣ୍ଟା ମଧ୍ୟରେ ଗଠନ କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଶ୍ରମିକମାନେ ଲକ୍‌ଡାଉନ୍‌ ନେଇ ସରକାରଙ୍କ ପଦକ୍ଷେପ ସଂପର୍କରେ ଯେପରି ସଠିକ ତଥ୍ୟ ପାଇପାରିବେ, ତାହାର ବନ୍ଦୋବସ୍ତ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. […]

  • Wednesday, 14 July 2021
india
୨୭ ରାଜ୍ୟକୁ ବ୍ୟାପିଲାଣି କରୋନା, ଦିନକରେ ନେଲା ୫ ମୁଣ୍ଡ

ନୂଆଦିଲ୍ଲୀ: ଦେଶ ପରେ ରାଜ୍ୟକୁ ରାଜ୍ୟ ଡେଇଁବାରେ ଲାଗିଛି ବିଶ୍ୱ ମହାମାରୀ ନୋଭେଲ କରୋନା। ୨୭ ରାଜ୍ୟକୁ ବ୍ୟାପିଥିବା ଏହି ମାରାତ୍ମକ ଭାଇରସ୍ ପ୍ରଭାବରେ ଏବେ ୧୦୭୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଏବେ ୯୪୨ ଜଣଙ୍କ ଚିକିତ୍ସା କରାଯାଉଛି। ୧୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ମୃତ୍ୟୁ ସଂଖ୍ୟା ୨୯କୁ ଛୁଇଁଛି। ଗତ ୨୪ ଘଣ୍ଟାରେ ୫ ଜଣଙ୍କ ମୃତ୍ୟୁ ହୋଇଛି।  ପ୍ରତିଦିନ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁଁ ଏହା […]

  • Wednesday, 14 July 2021
dgp
୧୦ ପ୍ରତିଶତ ଭିଲେନ୍‌ଙ୍କୁ ସାବାଡ଼ କର: ପୋଲିସଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲକ୍‌ଡାଉନ୍‌ ନିୟମକୁ ରାଜ୍ୟର ୯୦ ପ୍ରତିଶତ ଲୋକ ଠିକ୍‌ ମାନୁଛନ୍ତି। କିନ୍ତୁ ବାକି ୧୦ ପ୍ରତିଶତ ଲୋକ ଏହାକୁ ଏତେ ଗୁରୁତ୍ୱର ସହ ନେଇ ନଥିବାରୁ ବାକି ୯୦ ପ୍ରତିଶତ ବିପଦରେ ପଡ଼ିବାର ଆଶଙ୍କା ରହିଛି। ତେଣୁ ସେ ୧୦ ପ୍ରତିଶତଙ୍କୁ ସାବାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ପୋଲିସକୁ କହିଛନ୍ତି। ଏପର୍ଯ୍ୟନ୍ତ ଲକ୍‌ଡାଉନ୍ ଭାଙ୍ଗିବା ନେଇ ୧୫୦୦ରୁ ଅଧିକ ମାମଲା ରୁଜୁ କରାଯାଇଥିବାବେଳେ ପ୍ରାୟ ୧୪୦୦ଙ୍କୁ ଗିରଫ କରାଯାଇଥିବା ଡିଜିପି ସୂଚନା ଦେଇଛନ୍ତି। ଏପରି ଆଉ ନକରିବା […]

  • Wednesday, 14 July 2021
corona2
'କରୋନା' ଆକ୍ରାନ୍ତଙ୍କୁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର: ରାଜ୍ୟର ସମସ୍ତ କରୋନା ସଂକ୍ରମିତଙ୍କୁ ମିଳିବ ମାଗଣା ଚିକିତ୍ସା ସେବା। ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି। ରାଜ୍ୟ ସରକାର କରୋନା ଚିକିତ୍ସା ପାଇଁ ସ୍ୱତନ୍ତ୍ର ହସ୍ପିଟାଲ କରିଛନ୍ତି। ରାଜ୍ୟ ସରକାରଙ୍କ ଏ ପଦକ୍ଷେପକୁ ଦେଶବ୍ୟାପୀ ସ୍ୱାଗତ କରାଯାଇଛି। କରୋନା ଆକ୍ରାନ୍ତ ପ୍ରତି ବ୍ୟକ୍ତିଙ୍କ ଚିକିତ୍ସା ସଂପୂର୍ଣ୍ଣ ମାଗଣାରେ ହେବ ବୋଲି ସୁବ୍ରତ ବାଗଚୀ କହିଛନ୍ତି। ଆକ୍ରାନ୍ତ ବ୍ୟକ୍ତିଙ୍କ ରହିବା, […]

  • Wednesday, 14 July 2021
4
ସହାୟତା ଲାଗି ଆଗେଇ ଆସିଲେ ଧର୍ମେନ୍ଦ୍ର, ପ୍ରତାପ ଓ ବୈଜୟନ୍ତ

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁଁ ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଶ୍ରମିକ ଏବେ ଦୟନୀୟ ଅବସ୍ଥାରେ ରହିଛନ୍ତି। କରୋନା ଭୂତାଣୁଠାରୁ ଅଧିକ କଷ୍ଟ ଦେଉଛି ଡ଼ହ ଡ଼ହ ଖରାରେ ଶହ ଶହ କିଲୋମିଟର ଚାଲି ଚାଲି ଆସିବା। ଏନେଇ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ନିଜସ୍ୱ ସ୍ତରରେ ବିଭିନ୍ନ ରାଜ୍ୟ ସରକାର ଓ ପ୍ରବାସୀ ଓଡ଼ିଆ ସମାଜଙ୍କ ସହାୟତା ଲୋଡ଼ିଛନ୍ତି। ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]

  • Wednesday, 14 July 2021
omigrants-odia
ପ୍ରବାସୀ ଓଡ଼ିଆଙ୍କ ସହାୟତା ପାଇଁ ୧୦ ପ୍ରଶାସକଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକ ପାଇଁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଶ୍ରମ ଓ ଗୃହ ବିଭାଗ ଅଧୀନରେ ଦୁଇଟି କଣ୍ଟ୍ରୋଲ୍ ରୁମ୍ ଓ ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର। ଏଥିସହ ସହାୟତା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ୧୦ ଜଣ ନୋଡାଲ୍ ଅଫିସରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ଡହ ଡହ ଖରା ଓ ବର୍ଷାରେ ଶହଶହ କିଲୋମିଟରର ଯାତ୍ରା କରୋନା ଭୂତାଣୁଠୁ ଏମାନଙ୍କୁ ବେଶୀ […]

  • Wednesday, 14 July 2021
maoist
ମାଓବାଦୀଙ୍କ ପାଖକୁ ଯାଅନି, କରୋନା ହୋଇଥାଇପାରେ!

ମାଲକାନାଗିରି: ମାଓବାଦୀଙ୍କୁ କରୋନା ଭାଇରସ୍ ସଂକ୍ରମିତ କରିଥାଇପାରେ। ସେମାନଙ୍କ ସଂସ୍ପର୍ଶରେ ନଆସିବାକୁ ସତର୍କ କରାଇଲା ସଚେତନ ନାଗିରକ ମଞ୍ଚ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀଙ୍କ ବିରୋଧରେ ସଚେତନ ନାଗରିକ ମଞ୍ଚ ତରଫରୁ ପୋଷ୍ଟର ମାଧ୍ୟମରେ ସତର୍କ ସୂଚନା ଦିଆଯାଇଛି। କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ସଂକ୍ରମଣ ଆଶଙ୍କା ଥିବା ବେଳେ ଏଥିରେ ମାଓବାଦୀମାନେ ବି ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସଚେତନ ନାଗରିକ ମଞ୍ଚ ଆଶଙ୍କା କରିଛି। ଏଣୁ ଏହାକୁ ନେଇ ସତର୍କ ସୂଚନା ଭାବେ […]

  • Wednesday, 14 July 2021
assembly
ଆସନ୍ତାକାଲି ବସିବ ବିଧାନସଭା, ସାନିଟାଇଜ୍ ହେଲା ଲୋକସେବା ଭବନ

ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବସିବ। ଏହି  ଅଧିବେଶନ ବ୍ୟୟମଂଜୁରୀ ବିଲ୍ ପାରିତ ପାଇଁ ବିଧାନସଭା ଅଧିବେଶନ ବସିବ। ଏନେଇ ଆଜି ଏହି ସମ୍ମିଳନୀ କକ୍ଷକୁ ସାନିଟାଇଜ୍ କରାଯାଇଛି। ବିଏମସିର ସ୍ୱାସ୍ଥ୍ୟ ବିଭାଗର ଟିମ୍ ଏବଂ ଅଗ୍ନିଶମ ସେବା ସଂସ୍ଥା ଏହାକୁ ବିଶୋଧନ କରିଛନ୍ତି। ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଧାନସଭା ବଦଳରେ ଏବେ ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଅଧିବେଶନ […]

  • Wednesday, 14 July 2021
hc
ପ୍ରବାସୀ ଶ୍ରମିକଙ୍କୁ ସୀମାରେ ଅଟକାଅ: ହାଇକୋର୍ଟ

କଟକ:  ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ସୀମାରେ ଅଟକାଇବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ରେଜିଷ୍ଟ୍ରି ନିଜ ତରଫରୁ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା ଓ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣିରେ ରାଜ୍ୟ ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି ଯେ ସମଗ୍ର ଦେଶରେ ଲକଡାଉନ୍ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ପ୍ରବାସୀ ଶ୍ରମିକମାନଙ୍କ ସ୍ଥାନାନ୍ତରଣ ଉଚିତ ନୁହେଁ […]

  • Wednesday, 14 July 2021
migrants
ବାହାରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ କରୋନା ବ୍ୟାପିବାରେ ଲାଗିଛି। ସଂକ୍ରମିତ ଅଞ୍ଚଳମାନଙ୍କରେ ଥିବା ଅନେକ ଓଡ଼ିଆ ଏବେ ଘରକୁ ଫେରିଛନ୍ତି। ଓଡ଼ିଶାରେ କରୋନା ସଂକ୍ରମଣ ଅଧିକ ଆଶଙ୍କା ଥିବାରୁ ଏ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବେ ତିନିଟି ଦିଗକୁ ଗୁରୁତ୍ୱପୂର୍ଣ୍ଣ ଭାବେ ନେଇଛି। ପ୍ରଥମତଃ ଯେଉଁମାନେ କରୋନା ବ୍ୟାପୁଥିବା ଅଞ୍ଚଳରୁ ଆସୁଛନ୍ତି ବା ଆସିଛନ୍ତି, ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ଏବଂ କୌଣସି ଲକ୍ଷଣ ଥାଉ କି […]

  • Wednesday, 14 July 2021
VEGE
ରାଜଧାନୀର ଗଳିକନ୍ଦିରେ ପନିପରିବା ପହଞ୍ଚାଇବ ଭେଜିଟେବଲ ଭ୍ୟାନ୍

ଭୁବନେଶ୍ୱର: କଟକଣା ସତ୍ତ୍ୱେ ବି ରାଜଧାନୀ ହାଟମାନଙ୍କରେ ଭିଡ଼ ହେଉଛି। ଏହା ରୋକିବାକୁ ବିଏମସି ପ୍ରୟାସ ଆରମ୍ଭ କରିଛି। ଏଣିକି ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ବୁଲିବ ମୋବାଇଲ ଭେଜିଟେବଲ୍ ଭ୍ୟାନ୍। ଲୋକେ ଭ୍ୟାନ୍‌ରୁ ସହଜରେ ଯେପରି ପରିବା କିଣିପାରିବେ ସେନେଇ BMC ଏହି ବ୍ୟବସ୍ଥା କରିଛି। ସେପଟେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାକୁ ଏକ ଅନଲାଇନ୍ ସଂସ୍ଥାକୁ ଅନୁମତି ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଏହାସହିତ ରାଜଧାନୀର ୪୧ଟି ଛୋଟ ହାଟ […]

  • Wednesday, 14 July 2021
spread
କରୋନା ଭାଇରସ୍ ବ୍ୟାପିବାର ଅଧିକ ବିପଦ ରହିଛି କେଉଁଠି?

ଭୁବନେଶ୍ୱର: କରୋନା ଭାଇରସ୍‌ ବ୍ୟାପିବାର ଏକମାତ୍ର ମାଧ୍ୟମ ହେଉଛି କଣ୍ଟାକ୍ଟ । ଯାହାକୁ ଓଡ଼ିଆରେ ଆମେ ସମ୍ପର୍କ ବୋଲି କହିଥାଉ। ସାଧାରଣତଃ ଯଦି କୌଣସି ସୁସ୍ଥ ବ୍ୟକ୍ତି କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ବା ସମ୍ପର୍କରେ ଆସନ୍ତି, ତେବେ ସମ୍ପୃକ୍ତ ସୁସ୍ଥ ବ୍ୟକ୍ତିଙ୍କୁ କରୋନା ଭୂତାଣୁ ସଂକ୍ରମିତ କରିବାର ଯଥେଷ୍ଟ ସମ୍ଭାବନା ରହିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟ ଅନୁସାରେ କଣ୍ଟାକ୍ଟ ବା ସମ୍ପର୍କ ୩ ପ୍ରକାର ହୋଇଥାଏ। କେଉଁମାନଙ୍କ କ୍ଷେତ୍ରରେ କରୋନା ଭାଇରସ୍ ବ୍ୟାପିବାର ସମ୍ଭାବନା ଅଧିକ […]

patho-detect
ଅଢ଼େଇ ଘଣ୍ଟାରେ କରୋନା ଭୂତାଣୁ ଚିହ୍ନଟ କରିବ 'ପାଥୋ ଡିଟେକ୍ଟ'

ପୁଣେ: ଚିକିତ୍ସା ବିଜ୍ଞାନରେ ଭାରତକୁ ଏକ ବଡ଼ ସଫଳତା। ମାତ୍ର ୧୨ଶହ ଟଙ୍କାରେ ହୋଇପାରିବ କରୋନା ଟେଷ୍ଟ। ଆଉ ୭ ନୁହେଁ ଅଢ଼େଇ ଘଣ୍ଟାରେ ବି ଚିହ୍ନଟ ହୋଇଯିବ କୋଭିଡ଼-୧୯ ଭୂତାଣୁ। ଏଭଳି ଏକ ଟେଷ୍ଟିଂ କିଟ୍ ବାହାରିଛି ଯାହାର ନାଁ ପାଥୋ ଡିଟେକ୍ଟ। ମହାରାଷ୍ଟ୍ର ପୁଣେ ସ୍ଥିତ ମାଇଁ ଲ୍ୟାବ୍ ଡିସକଭରି ଫାର୍ମ ଦ୍ୱାରା ପ୍ରସ୍ତୁତ ଏହି କିଟ୍‌ରେ ଥରକେ ବି ହୋଇପାରିବ ୧୦୦ଟି ସାମ୍ପଲ୍ ଟେଷ୍ଟ। ସତ୍ୟତା ପରୀକ୍ଷଣ ପରେ ଅଧିକ ସଂଖ୍ୟକ କିଟ୍ […]

  • Wednesday, 14 July 2021
contact
ତୃତୀୟ କରୋନାଙ୍କ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଥିବା ସନ୍ଦିଗ୍ଧଙ୍କ ଆସିଲା ରିପୋର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ତୃତୀୟ ‘କରୋନା’ ଆକ୍ରାନ୍ତ ସମ୍ପର୍କରେ ଅଧିକ ତଥ୍ୟ ଦେଇଛନ୍ତି କୋଭିଡ୍‌-୧୯ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।ଦିଲ୍ଲୀରୁ ଘର ଓ ଅଫିସ୍ କ୍ଲିନିକ ପର୍ଯ୍ୟନ୍ତ ସେ ୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେମାନଙ୍କ ଭିତରୁ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ପତ୍ତା ମିଳିନି। ତେବେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧଙ୍କ ଭିତରୁ ୧୧ ଜଣଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଇଛି। ଜଣଙ୍କର ନେଗେଟିଭ୍‌ ଆସିଥିବା ବେଳେ ୧୦ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ବାଗ୍‌ଚୀ କହିଛନ୍ତି। […]

  • Wednesday, 14 July 2021
mid-day-meal
ଜୁନ ୧୫ରୁ ସ୍କୁଲରେ ମିଳିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: କରୋନା ଭୟାବହତା କମିବା ପରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବହି ଦିଆଯିବ। ଆସନ୍ତା ଜୁନ ୧୫ରୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ଜୁନ୍ ୧୫ରୁ ସ୍କୁଲରେ ପୁଣି ମଧ୍ୟାହ୍ନ ଭୋଜନ ଆରମ୍ଭ ହେବ। ୩ ମାସର ମଧ୍ୟାହ୍ନ ଭୋଜନ ବ୍ଲକ ଜରିଆରେ ପଠାଇ ଦିଆଯାଇଛି। ପ୍ରଥମରୁ ଅଷ୍ଟମ ଯାଏ ପାଠ ବହି ମଧ୍ୟ ବ୍ଲକ୍ ସ୍ତରରେ ପହଞ୍ଚି ସାରିଛି।  କରୋନା […]

  • Wednesday, 14 July 2021
voluntary
କୋଭିଡ୍-୧୯ ପରିଚାଳନା ପାଇଁ ଅଭିଜ୍ଞଙ୍କ ସହାୟତା ଲୋଡ଼ିଲେ ସରକାର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟର ୨ ମେଡିକାଲରେ କୋଭିଡ-୧୯ ୱାର୍ଡ ୧୫ ଦିନ ମଧ୍ୟରେ ନିର୍ମାଣ ହେବାକୁ ଥିବାବେଳେ ଡ୍ରିମ୍ସ କଲେଜରେ ଅସ୍ଥାୟୀ ଭାବେ କୋଭିଡ-୧୯ ହସ୍ପିଟାଲ ନିର୍ମାଣ ହେବ। ତେବେ କୋଭିଡ୍-୧୯ ପରିଚାଳନାରେ ସହାୟତା ପାଇଁ ରାଜ୍ୟ ସରକାର ଖୋଜୁଛନ୍ତି ପ୍ରଫେସନାଲ। ଏନେଇ ମୁଖ୍ୟ ଶାସନ ସଚିବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନା ଭୟାବହତାକୁ ଦେଖି ସ୍ୱାସ୍ଥ୍ୟସେବା, ହସ୍ପିଟାଲ ଭିତ୍ତିଭୂମି ଓ ପରିଚାଳନା, […]

  • Wednesday, 14 July 2021