ଭୁବନେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସମ୍ପୂର୍ଣ୍ଣ ସିଲ୍ କରିବା ସମ୍ଭବ ନୁହେଁ। ପଶ୍ଚିମବଙ୍ଗ ସୀମା ଅଧିକ ଲମ୍ବା ଥିବାରୁ ଏହାକୁ ସିଲ୍ କରିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି। କିନ୍ତୁ ସୀମାନ୍ତରେ ଚେକିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ବାବଦରେ ତଥ୍ୟ ରଖିବାକୁ ପଞ୍ଚାୟତ ସ୍ତରରେ ପଦକ୍ଷେପ ନିଆଯାଉଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ସରପଞ୍ଚଙ୍କ ଅଧ୍ୟକ୍ଷତାରେ ୫ଜଣିଆ କମିଟି କରାଯିବ। […]
ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ। ଏମାନେ ସମସ୍ତେ ଯାଜପୁର ଅଞ୍ଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ରେ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗ ୱେବସାଇଟର ସୂଚନା ଅନୁସାରେ ଯାଜପୁରରେ ଆଉ ୪ ପଜିଟିଭ୍ ଯାଜପୁରର। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବାରୁ ଜିଲ୍ଲାରେ ଆକ୍ଟିଭ କେଶ୍ ୧୧ ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୩ ଜଣ ମହିଳା ଓ ଜଣେ […]
ଭୁବନେଶ୍ୱର: ଏପ୍ରିଲ ୨୦ରୁ ଲକଡାଉନ୍ କୋହଳ ହୋଇଥିବାରୁ ମାଲ ପରିବହନ, ଶ୍ରମିକ ନିୟୋଜନ ଓ ଗାଡ଼ି ମରାମତି ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଜାରି। ଏ ନେଇ ସବୁ ଜିଲ୍ଲାପାଳ, CP ଓ ମ୍ୟୁନିସିପାଲ କମିଶନରଙ୍କୁ SRCଙ୍କ ପକ୍ଷରୁ ଚିଠି କରାଯାଇଛି। ଏହା ଅନୁସାରେ ଶ୍ରମିକଙ୍କ ପାଇଁ କମ୍ପାନୀ ଦେଇଥିବା ଆଇ କାର୍ଡ ଗ୍ରହଣଯୋଗ୍ୟ ଡକ୍ୟୁମେଣ୍ଟ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ କର୍ମଚାରୀଙ୍କୁ ଅନୁମତି ପତ୍ର ଦେଇପାରିବେ। ଶ୍ରମିକମାନେ କାର୍ଯ୍ୟକ୍ଷେତ୍ରକୁ ଚାଲି ଚାଲି ବା […]
ପାରାଦୀପ: କାମ ଦିଅ ନଚେତ୍ ଘରକୁ ପଠାଇବାର ବ୍ୟବସ୍ଥା କର। ଲକଡାଉନ ଘୋଷଣା ପରଠୁ ପାରାଦୀପରେ ଫସି ରହିଥିବା ବାହାର ରାଜ୍ୟର ଶ୍ରମିକ ମାନେ ଏଭଳି ଦାବି କରିଛନ୍ତି। ଏମାନଙ୍କ ମଧ୍ୟରୁ ଗତକାଲି ବିଳମ୍ବିତ ରାତ୍ରିରେ ଟିଟିଲାଗଡର 19 ଜଣ ଶ୍ରମିକ ପାଦରେ ଚାଲି ଚାଲି ପାରାଦୀପରୁ ପଳାଇଥିବା ଅଭିଯୋଗ ହୋଇଛି। ଅବଶିଷ୍ଟ 68 ଶ୍ରମିକ କୋଷ୍ଟଗାର୍ଡ ଆବାସିକ କଲୋନୀ ଫାଟକ ସମ୍ମୁଖରେ ଏକତ୍ରିତ ହୋଇଛନ୍ତି। କଲୋନୀ ଭିତରେ ନିର୍ମାଣାଧିନ କୋଠାରେ ଶ୍ରମିକ ଭାବେ କାମ କରିବାକୁ […]
ନୂଆଦିଲ୍ଲୀ: ୧୮ ହଜାର ୯ଶହ ପାର୍ କରିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ୬୦୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଆରୋଗ୍ୟ ହାର ବେଶ ଉତ୍ସାହଜନକ ରହିଛି। ୧୭.୪୮ ପ୍ରତିଶତ ସଂକ୍ରମିତ ଅର୍ଥାତ୍ ୩୨୫୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗଲା ୨୪ ଘଣ୍ଟାରେ କରୋନା ବିରୋଧୀ ଲଢେଇରେ ୭୦୫ ଜଣ ବିଜୟୀ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦେଶର ୬୧ଟି ଜିଲ୍ଲାରେ ଗଲା ୧୪ ଦିନରେ କୌଣସି ରୋଗୀ ଚିହ୍ନଟ […]
ଭୁବନେଶ୍ୱର: ଗତ ୨ ଦିନରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଛି। ଏଥିରୁ ଅଧିକାଂଶ ବାହାର ରାଜ୍ୟର ଲିଙ୍କ୍। ତେବେ ସିଲ୍ ସତ୍ତ୍ୱେ କେମିତି ଆସୁଛନ୍ତି ବାହାର ରାଜ୍ୟର ଥିବା ଲୋକ? ଲକଡାଉନ କଡ଼ାକଡ଼ି ସତ୍ତ୍ୱେ ଓଡ଼ିଶା ସୀମାନ୍ତରେ ବିଭିନ୍ନ ରାଜ୍ୟରୁ ଲୋକେ ଗଳାବାଟ ଦେଇ ପ୍ରବେଶ କରୁଥିବା ଅଭିଯୋଗ ପରେ ସବୁ ସୀମାନ୍ତରେ କଡ଼ାକଡ଼ି ଯାଞ୍ଚ ହେଉଛି। ରାଜ୍ୟରେ ଆଜି ଆଉ ୫ ନୂଆ କରୋନା ଆକ୍ରାନ୍ତ ପୁଣି ସେ ସମସ୍ତେ ବାଲେଶ୍ୱରର। ତିନି […]
କେନ୍ଦ୍ରାପଡ଼ା: ନିଜ ଗାଁକୁ ନିଜେ ସାନିଟାଇଜ କଲେ ଯୁବକ। କେନ୍ଦ୍ରାପଡ଼ା ବ୍ଲକ୍ କୋର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ କୋର ଗାଁ ରେ କିନ୍ତୁ ଏ ନେଇ କୌଣସି ସଚେତନତା କାର୍ଯ୍ୟକ୍ରମ କରାଯାଉନଥିଲା l କିନ୍ତୁ ନିଜ ଗାଁକୁ ସମ୍ପୂର୍ଣ୍ଣ ବିଶୋଧନ କରିବା ପାଇଁ ଅଣ୍ଟା ଭିଡ଼ିଲେ ଗାଁର କିଛି ଯୁବକ। ନିଜ ଖର୍ଚ୍ଚରେ ଗାଡି, ଜେନେରେଟର, ପାଣି ପମ୍ପ ଓ ବିଶୋଧନ ସାମଗ୍ରୀ ଆଣି ଗାଁରେ […]
ଗଞ୍ଜାମ: ଗଞ୍ଜାମକୁ ଅନ୍ୟ ରାଜ୍ୟରୁ ଆସିବାକୁ ଚାହୁଁଥିବା ଲୋକେ ଏଣିକି ଜିଲ୍ଲା ପ୍ରଶାସନକୁ ଅବଗତ କରିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ସ୍ୱତନ୍ତ୍ର ଭାବେ ଆରମ୍ଭ ହୋଇଛି ଅନଲାଇନ୍ ପୋର୍ଟାଲ ସିଷ୍ଟମ୍। DISTRICT COVID CELL GANJAM ନାଁରେ ଏହି ପୋର୍ଟାଲ ଆରମ୍ଭ କରାଯାଇଛି। ଯେଉଁଥିରେ ନାଁ, ବୟସ, ଠିକଣା ଏବଂ କେଉଁ ରାଜ୍ୟର ଲୋକେ ଗଞ୍ଜାମର କେଉଁ ଅଞ୍ଚଳକୁ ଆସିବାକୁ ଚାହୁଁଛନ୍ତି ସେ ନେଇ ବିସ୍ତୁତ ବିବରଣୀ ଦେବେ। ଏହାସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି […]
ହାଇଦ୍ରାବାଦ: ହାରିଲା କରୋନା, ଜିତିଲା ନବଜାତ। ମୃତ୍ୟୁ ମୁଖରୁ କରୋନା ସଂକ୍ରମିତ ନବଜାତର ଜୀବନ ବଞ୍ଚାଇଲେ ଡାକ୍ତର। କରୋନାକୁ ମାତ ଦେଇଥିବା ହାଇଦ୍ରାବାଦର ସବୁଠାରୁ କମ ବୟସର ଏହି ଶିଶୁର ଚିକିତ୍ସା ହସ୍ପିଟାଲରେ ଜାରି ରହିଥିଲା। ସୂଚନା ଅନୁସାରେ, ଏପ୍ରିଲ ୧୭ରେ କରୋନା ସଂକ୍ରମିତ ଜଣେ ମହିଳା ୭ ମାସରେ ଏକ ପ୍ରିମାଚ୍ୟୁର ସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମ ହେବାପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିଲା ଓ ଠିକ ଭାବରେ ସେ ନିଃଶ୍ୱାସପ୍ରଶ୍ୱାସ ନେଇ ପାରୁନଥିଲେ। ଫଳରେ […]
କେନ୍ଦୁଝର: କରୋନା ସଂକ୍ରମଣ ଡରରେ ମୃତଦେହକୁ ଛୁଇଁଲେନି ଗାଁ ଲୋକେ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ମୃତ ବ୍ୟକ୍ତି ଜଣକ ଗତ ମାର୍ଚ୍ଚ ୧୧ ତାରିଖରେ ବେଙ୍ଗାଲୁରୁରୁ ଗାଁକୁ ଫେରିଥିଲେ। ବେଙ୍ଗାଳୁରୁରୁ ଫେରିଥିବାରୁ ହୋମ୍ କ୍ୱାରେଣ୍ଟିନରେ ମଧ୍ୟ ରହିଥିଲେ। ହେଲେ ଆଜି କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଭୟଭୀତ ହୋଇ ପଡିଥିଲେ ତାଙ୍କ ପରିବାର ଲୋକେ। ଏମିତିକି ବ୍ୟବଚ୍ଛେଦ ପାଇଁ ମେଡିକାଲ ନେବାକୁ […]
ବିଶାଖାପାଟଣା: ଆୟୁର୍ବେଦିକ ଔଷଧରେ କରୋନା ଭଲ ହେବା ଖବରକୁ ନେଇ ଅସମ୍ଭାଳ ଭିଡ଼। ଔଷଧ ନେବାକୁ ହଜାର ହଜାର ସଂଖ୍ୟକ ଲୋକ ଭିଡ଼ ଜମାଇ ଥିଲେ। ନା ଥିଲା ସାମାଜିକ ଦୂରତା ନା କେହି କୋଭିଡ କଟକଣାକୁ ମାନୁଥିଲେ। ମେ’ ୨୧ ତାରିଖ ସକାଳେ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଜିଲ୍ଲା କ୍ରିଷ୍ଣାପାଟନମ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ସାମାଜିକ ଦୂରତା ଭୁଲି ଲୋକମାନେ ଆୟୁର୍ବେଦିକ ଔଷଧ ନେବାକୁ ଲମ୍ବା ଲାଇନ ସହ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା। […]
ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଏବେ ଚିନ୍ତା ବଢ଼ାଇ ଥିବାବେଳେ ବ୍ଲାକ ଫଙ୍ଗସକୁ ନେଇ ଆହୁରି ଚିନ୍ତା ବଢ଼ିଛି। ଅନେକ ରାଜ୍ୟ ଏହି ରୋଗକୁ ମହାମାରୀ ଘୋଷିତ କରି ସାରିଲେଣି। ଏସବୁ ଭିତରେ ବ୍ଲାକ ଫଙ୍ଗସକୁ ନେଇ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ସ୍ଥିତ ସର ଗଙ୍ଗାରାମ ହସ୍ପିଟାଲରେ mucormycosis ଅର୍ଥାତ ବ୍ଲାକ ଫଙ୍ଗସକୁ ନେଇ ଏହି ବିରଳ ଘଟଣା ସାମ୍ନାକୁ ଆସିଛି। ମେଡିକାଲ ପରୀକ୍ଷଣରୁ ଜଣାପଡ଼ିଛି, ରୋଗୀଙ୍କ ଶରୀରର […]
ନୂଆଦିଲ୍ଲୀ/ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ବେଳେ କରୋନା ରୋଗୀ ଯେଭଳି ସୁରକ୍ଷିତ ରହିବେ ଏବଂ କୋଭିଡ୍ ହସ୍ପିଟାଲ ଓ କେନ୍ଦ୍ର ଗୁଡିକ ପରିଚାଳନାରେ ଯେମିତି କୌଣସି ବ୍ୟାଘାତ ନ ହୁଏ ତାହା ନିଶ୍ଚିତ କରିବା ଉପରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ବାତ୍ୟା ପ୍ରଭାବିତ ଅଞ୍ଚଳରୁ ଦେଶର ଅନ୍ୟ ଅଞ୍ଚଳକୁ ଚାଲିଥିବା ଅକ୍ସିଜେନ୍ ଉତ୍ପାଦନ ଓ ଯୋଗାଣ ବଜାୟ ରଖିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଆଜି ରାଜୀବ […]
ନୂଆଦିଲ୍ଲୀ: କରୋନାରୁ ବର୍ତ୍ତିବାକୁ ଭାରତୀୟ ସ୍ଥଳସେନାର ନୂଆ ଷ୍ଟ୍ରାଟେଜି। ମହାମାରୀ କରୋନାରେ ସ୍ଥଳସେନାର କେତେକ ଯବାନ ସଂକ୍ରମିତ ହେବା ପରେ ଅନ୍ୟମାନଙ୍କୁ ଏହାର ପ୍ରଭାବରୁ ସୁରକ୍ଷା ଦେବାକୁ ସେନାର ସମସ୍ତ କର୍ମଚାରୀଙ୍କୁ ବର୍ଗିକରଣ କରାଯାଇଛି। ଯବାନମାନେ ଗ୍ରୀନ୍, ୟେଲୋ ଓ ରେଡ୍ ଭଳି ୩ଟି ବିଭାଗରେ ରହିବେ। ୧୪ ଦିନିଆ କ୍ୱାରେଣ୍ଟାଇନ୍ ପିରିୟଡ ସାରିଥିବା ଯବାନଙ୍କୁ ଗ୍ରୀନ୍, ୧୪ ଦିନିଆ କ୍ୱାରେଣ୍ଟାଇନରେ ଯିବାକୁ ଥିଲେ ୟେଲୋ ଓ କରୋନା ଲକ୍ଷଣ ଥିବା କିମ୍ବା ଚିକିତ୍ସା ଦରକାର କରୁଥିବା […]
ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୪୩କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୨୪ ଜଣଙ୍କ ଜୀବନ ଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୨୬୫କୁ ବୃଦ୍ଧି ପାଇଛି। ୧୪ ହଜାର ୧୭୫ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨ହଜାର ୫୪୭ ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୪ ହଜାର ୨୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୩ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ୨ ହଜାର ୩ ଜଣ ଆକ୍ରାନ୍ତ ଥିବା ବେଳେ, […]
ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ ଧୀରେ ଧୀରେ ତଳମୁହାଁ ହେଉଛି। କିଛିଦିନ ହେବ ଲଗାତାର ଭାବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା କମିଛି। ଆଜି ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ବାଲ୍ ସୂଚନା ଦେଇଛନ୍ତି। ମେ ୧୦ରେ ପଜିଟିଭିଟି ହାର ୨୪% ଥିଲା, ଆଜି ଖସି ତାହା ୧୨.୪୫% ରହିଛି। ଗତ ୧୨ ଦିନ ହେଲାଣି ପଜିଟିଭିଟି ହାର ୨୦ % ତଳେ ରହିଛି। ଓଡ଼ିଶାର ୨୮ଟି ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ […]
ଭୁବନେଶ୍ୱର: ଓଡ଼ିଶାରେ ଆଜି ନୂଆ ୧୩ ପଜିଟିଭଙ୍କ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ ଏମାନଙ୍କ ଭିତରୁ ମୋଟ୍ ୨୪ ଜଣ ଅର୍ଥାତ୍ ପ୍ରାୟ ଏକ ତୃତୀୟାଂଶଙ୍କ ପଶ୍ଚିମବଙ୍ଗ ଲିଙ୍କ୍। ଏମାନେ ହୁଏତ ପଶ୍ଚିମବଙ୍ଗରୁ ଫେରିଛନ୍ତି କିମ୍ବା ପଶ୍ଚିମବଙ୍ଗ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେ ଭିତରୁ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୧୩ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କର […]
ଭୁବନେଶ୍ୱର: ରାଜ୍ୟରେ ଥମିଯାଇଥିବା କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଲା। ୨୪ ଘଣ୍ଟାରେ ୧୩ କରୋନା ରୋଗୀଙ୍କ ଚିହ୍ନଟ ପରେ ୭୪ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା। ସକାଳେ ୭, ଅପରାହ୍ନରେ ୬ ଗୋଟିଏ ଦିନରେ ରାଜ୍ୟରୁ ୧୩ ନୂଆ କରୋନା ରୋଗୀ ଚିହ୍ନଟର ଖବର। ଏବେ ନିଦ ହଜାଇଲାଣି ଭଦ୍ରକ ଓ ଯାଜପୁରରେ ସଂକ୍ରମଣର ସ୍ଥିତି। ଭଦ୍ରକରେ ୩ ଆକ୍ରାନ୍ତ ଚିହ୍ନଟ ହେବାର ପାଖାପାଖି ୧୬ ଦିନ ପରେ ଆଜି ଆଉ ୫ ଜଣଙ୍କ ଠାରେ ଠାବ […]
ନୂଆଦିଲ୍ଲୀ: ଦେଶରେ ଯଦିଓ ଦୈନିକ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି, ହେଲେ ମୃତ୍ୟୁ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିନାହିଁ। ଗତ ୨୪ ଘଣ୍ଟାରେ ଦେଶରେ ୪,୧୯୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କରୋନା କବଳରୁ ଲୋକଙ୍କୁ ରକ୍ଷା କରୁଥିବା ଡାକ୍ତରମାନେ ମଧ୍ୟ ଏଥିରୁ ବର୍ତ୍ତି ପାରି ନାହାନ୍ତି। କରୋନା କବଳରେ ପଡ଼ି ଡାକ୍ତରମାନେ ମଧ୍ୟ ଜୀବନ ହରାଇବାରେ ଲାଗିଛନ୍ତି। ଦେଶରେ କରୋନାର ଦ୍ଵିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ୪୨୦ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। […]
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ୩ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଅବଧି ବଢାଇଛି ଜିଲ୍ଲା ପ୍ରଶାସନ। ରାଉରକେଲାର ବିଶ୍ରାରେ କଣ୍ଟେନମେଣ୍ଟ୍ ଜୋନ ଅବଧି ଆଉ ୪୮ ବଢ଼ିଛି। ପଞ୍ଚମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ଏପରିକି ପ୍ରତିଦିନ ଉକ୍ତ ଅଞ୍ଚଳକୁ ପ୍ରତିଦିନ ସାନିଟାଇଜ୍ କରାଯାଉଛି। ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। Second Update On Positive Cases, 20th April, 2020 […]
ନୂଆଦିଲ୍ଲୀ: କରୋନା ସ୍ଥିତି ମୁକାବିଲା ନେଇ ରାଜ୍ୟରେ କେନ୍ଦ୍ର ସରକାରଙ୍କ ପ୍ରଶଂସା। ଓଡ଼ିଶା ଓ କେରଳକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ। ଲକ୍ଡାଉନ ପୂର୍ବରୁ ଦେଶରେ ପ୍ରତି ୩. ୪ ଦିନରେ କେସ୍ ଦ୍ୱିଗୁଣିତ ହେଉଥିଲା। ଲକଡାଉନ୍ ପରେ ଏବେ ପ୍ରତି ୭. ୫ ଦିନରେ ମାମଲା ଦୁଇ ଗୁଣା ହେଉଛି। କିଛି ରାଜ୍ୟରେ ଆକ୍ରାନ୍ତ ଦ୍ୱିଗୁଣିତ ହାର ଜାତୀୟ ହାର ଠାରୁ କମ ରହିଛି। ଓଡ଼ିଶା ଓ କେରଳରେ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଦୁର୍ବଳ ଓ ସଂକ୍ରମଣ ପ୍ରବଣ ଲୋକଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଆଡଭାଇଜରି ମଧ୍ୟ ଜାରି ହୋଇଛି। ଦୁର୍ବଳ, ମହିଳା, ଶିଶୁ, ବରିଷ୍ଠ ନାଗରିକ ଓ ସଂକ୍ରମଣ ପ୍ରବଣ ଲୋକ ଇତ୍ୟାଦିଙ୍କ ପ୍ରତି ଅଧିକ ଯତ୍ନବାନ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସମସ୍ତ ରାଜ୍ୟର ମୁଖ୍ୟ […]
ମୁମ୍ବାଇ: ମୁମ୍ବାଇରେ କରୋନା ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ମୁମ୍ବାଇରେ ୫୩ ଜଣ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସରବରାହ ସଂସ୍ଥାରୁ ଜଣାପଡିଛି। ହଫିଙ୍ଗପୋଷ୍ଟ ନାମକ ଏକ ଖବର ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରର ହଟ୍ସ୍ପଟ୍ କୁହାଯାଉଥିବା ମୁମ୍ବାଇରେ ୫୩ ଜଣ ସାମ୍ବାଦିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏପରିକି ଏହି ସଂଖ୍ୟା ପରେ ବୃଦ୍ଧି ପାଇପାରେ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଶିବସେନା ନେତା ଏବଂ ବ୍ରିହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ର ସ୍ୱାସ୍ଥ୍ୟ […]
ଭୁବନେଶ୍ୱର: ଗୋଟିଏ ଦିନରେ ଓଡ଼ିଶାରେ ୧୩ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୁଣି ଚିନ୍ତା ବଢ଼ାଇଛି। ଭଦ୍ରକ ଓ ଯାଜପୁରରୁ ଚିହ୍ନଟ ହୋଇଥିବା ୧୦ ଜଣ ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଟ୍ରାଭେଲ୍ ହିଷ୍ଟ୍ରି ରହିଛି। ସେମାନେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିଲେ। ତେଣୁ ଗତ ୨୮ ଦିନ ମଧ୍ୟରେ ପଶ୍ଚିମବଙ୍ଗରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ସରକାରଙ୍କୁ ନିଜ ଆଡ଼ୁ ସୂଚନା ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି। 10 persons of Bhadrak and Jajpur districts […]