• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

corona
ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ରାଜ୍ୟର ଆଉ ଜଣେ କରୋନା ଆକ୍ରାନ୍ତ। ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି। ଜିଲ୍ଲାରେ ମୋଟ ୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ୨ ଜଣ ଓ ଆଜି ଜଣେ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟର ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ଆଉ ୫୯ ଜଣ ଚିକିତ୍ସାଧୀନ ଅଛନ୍ତି।

  • Wednesday, 14 July 2021
shpopp
ଗଞ୍ଜାମରେ ଦୈନିକ ୫ଘଣ୍ଟା ପାଇଁ ଖୋଲିବ ଦୋକାନ

ଗଞ୍ଜାମ: ଜିଲ୍ଲାରେ କେଉଁ ଦୋକାନ ଖୋଲାଯିବ, କେଉଁ ଦୋକାନ ବନ୍ଦ ରହିବ, ସେନେଇ ସରକାରଙ୍କ ନିର୍ଦ୍ଦେଶନାମା ପରେ ନିଜ ଜିଲ୍ଲା ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି ଗଂଜାମ ଜିଲ୍ଲାପାଳ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଔଷଧ ଦୋକାନ ୨୪ ଘଣ୍ଟା ଖୋଲା ରହିବ। ତାସହ ସମସ୍ତ ଅନୁମତିପ୍ରାପ୍ତ କିମ୍ବା ପଞ୍ଜିକୃତ ଦୋକାନଗୁଡ଼ିକ ସକାଳ ୭ରୁ ଅପରାହ୍ନ ୧୨ଟା ଯାଏଁ ଖୋଲା ରଖିବାକୁ ଗଂଜାମ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସୋସିଆଲ୍ ଡିଷ୍ଟାନ୍ସିଂ ପାଳନ କରିବାକୁ ବାଧ୍ୟ […]

  • Wednesday, 14 July 2021
3-districts
ବଢୁଛି କଣ୍ଟେନମେଣ୍ଟ ଜୋନ୍, କାଲି ସରୁଛି ସଟ୍‌ଡାଉନ୍ କଣ୍ଟ

ଭଦ୍ରକ: କରୋନାର ହଟସ୍ପଟ୍ ସାଜିଥିବା ଭଦ୍ରକ ଜିଲ୍ଲାରେ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ। ଧାମନଗର ବ୍ଲକର କଲ୍ୟାଣୀ, ଖଡ଼ିପଦା ଓ ଆନନ୍ଦପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କଲ୍ୟାଣୀ ଓ ଖଡ଼ିପଦାର ସବୁ ଗାଁ ସହ ଆନନ୍ଦପୁରର ଉତ୍ତେଇପୁର ଗାଁକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି। ସେହିପରି ତିହିଡ଼ି ବ୍ଲକର ୨ଟି ପଞ୍ଚାୟତ ବାମନବିନ୍ଧା ଓ କାଁପଡ଼ାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ବାମନବିନ୍ଧାର କାନପୁର, ଷଣ୍ଡକପୁର, ବାମନବିନ୍ଧା ଗାଁ, କାଁପଡ଼ାର […]

  • Wednesday, 14 July 2021
odisha
ଜଳପଥରେ ଆସିଲେ ଓଡ଼ିଶା, ଖର୍ଚ୍ଚ କରିଥିଲେ ୨ ଲକ୍ଷ ଟଙ୍କା

ବ୍ରହ୍ମପୁର: ଲକଡାଉନ ନିୟମକୁ ଉଲ୍ଲଂଘନ କରି ଚେନ୍ନାଇରୁ ସମୁଦ୍ର ପଥରେ ଆସିଲେ ଶ୍ରମିକ। ଆଜି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୋନପୁରରେ ଶ୍ରମିକମାନେ ପହଞ୍ଚିଛନ୍ତି। ୨ ଲକ୍ଷ ଟଙ୍କା ଭଡା ଦେଇ ଚେନ୍ନାଇରୁ ଏକ ଡଙ୍ଗା ଭଡା କରି ଏମାନେ ଆସି ଗଞ୍ଜାମ ସମୁଦ୍ର ଉପକୂଳରେ ପହଞ୍ଚିଛନ୍ତି। ତେବେ ଏମାନଙ୍କୁ ଆସିବା ପାଇଁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା। ଦୂର ଦୂର ପର୍ଯ୍ୟନ୍ତ ଅଥଳ ଜଳରାଶି, ଚାରିଦିଗ କିଟିକିଟି ଅନ୍ଧାର। ମଝିରେ ମଝିରେ ବଡ଼ ବଡ଼ […]

  • Wednesday, 14 July 2021
balasore
'କରୋନା' ବାଣ୍ଟିଥିଲେ ସୁପରସ୍ପ୍ରେଡର! ଜଣଙ୍କ ପାଇଁ ଆଉ ୭ ସଂକ୍ରମିତ

ଭୁବନେଶ୍ୱର: ସାମ୍ନାକୁ ଆସିଲା ସାଂଘାତିକ ଘଟଣା। ମୋଟ ୭ ଜଣ ନିକଟ ସଂପର୍କୀୟଙ୍କୁ କରୋନା ସଂକ୍ରମିତ କରାଇଛନ୍ତି ବାଲେଶ୍ୱରର ସୁପରସ୍ପ୍ରେଡର୍ ୬୧ ନମ୍ବର ଆକ୍ରାନ୍ତ। ବାଲେଶ୍ୱର ନେଳିଆବାଗର ଏହି ୬୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପୂର୍ବରୁ ୭୫ ରୁ ୭୯, ଅର୍ଥାତ୍ ୫ ଜଣ ସଂକ୍ରମିତ ହୋଇଥିବା ସରକାର ସୂଚନା ଦେଇଥିଲେ। ତେବେ ଆଉ ୨ଜଣ ଅର୍ଥାତ୍ ୮୮ ଓ ୮୯ ନମ୍ବର ଆକ୍ରାନ୍ତ ବି ତାଙ୍କ ନିକଟ ସଂପର୍କୀୟ ବୋଲି ସ୍ପଷ୍ଟ ହୋଇଛି। ଏହି […]

  • Wednesday, 14 July 2021
odisha-corona
କରୋନା ଲକ୍ଷଣ ନଥାଇ ବି ଆସିଲା ପଜିଟିଭ

ଭୁବନେଶ୍ୱର: ଯାଜପୁରର ୪ ଆକ୍ରାନ୍ତଙ୍କ ତଥ୍ୟ ରାଜ୍ୟ ସରକାର ଦେଇଛନ୍ତି। ଆକ୍ରାନ୍ତ ନଂ ୮୪, ୮୫, ୮୬, ୮୭ଙ୍କ ଟ୍ରାଭେଲ୍ ହିଷ୍ଟ୍ରି ପ୍ରଦାନ କରିଛନ୍ତି। ୪ ଜଣଙ୍କ ମଧ୍ୟରୁ ୩ ଜଣ ପୂର୍ବରୁ ଚିହ୍ନଟ ୭୩ ନମ୍ବର ସଂକ୍ରମିତଙ୍କ ସମ୍ପର୍କୀୟ। ୮୫, ୮୬ ଏବଂ ୮୭ ନମ୍ବର ଆକ୍ରାନ୍ତ ୭୩ ନମ୍ବରଙ୍କ ନିକଟ ସଂପର୍କୀୟ ବୋଲି ଜଣାପଡ଼ିଛି। ୮୫ ନଂ ୨୧ ବର୍ଷର ଯୁବକ ମଧ୍ୟ ୭୩ ନମ୍ବର ଆକ୍ରାନ୍ତଙ୍କ ସଂପର୍କୀୟ। ଆକ୍ରାନ୍ତଙ୍କ ଘର ଯାଜପୁର ସଦର […]

  • Wednesday, 14 July 2021
lockdown
ବାତ୍ୟା ପାଇଁ ୧୦ ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ

ଭୁବନେଶ୍ୱର: ବାତ୍ୟା ପାଇଁ ଓଡ଼ିଶାର ୧୦ ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ ହୋଇଛି। ଏନେଇ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ୧୦ ଜିଲ୍ଲା ହେଲା- ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା। ଆଜି ଓ ଆସନ୍ତାକାଲି ସକାଳ ୭ରୁ ଅପରାହ୍ନ ୧ଟା ଯାଏ ଏହି ୧୦ ଜିଲ୍ଲାରେ ଦୋକାନ ଖୋଲା ରହିବ।  ରାସ୍ତାକଡ଼, ଗୋଟିକିଆ ଦୋକାନ, ଓମଫେଡ୍ ଦୋକାନ ଇତ୍ୟାଦି ଅପରାହ୍ନ ୧ […]

corona testing
ଖୋର୍ଦ୍ଧାକୁ ଟପିଲା କଟକ; ଦିନକରେ ବାହାରିଲେ ୧,୧୩୩ କରୋନା ପଜିଟିଭ୍‌

ଭୁବନେଶ୍ୱର: ଓଡ଼ିଶାରେ ଆଜି ବି ୧୧ ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୧୨,୮୫୨  କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୧୧, ୦୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। କଟକରୁ ସର୍ବାଧିକ ୧,୧୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ପରେ ଖୋର୍ଦ୍ଧାରୁ ୧୦୧୦ ଓ ସୁନ୍ଦରଗଡ଼ରୁ ୭୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ […]

chandan'
ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା

ଭୁବନେଶ୍ୱର: ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟ ତୃତୀୟା। ସେହିପରି ଚନ୍ଦନ ଯାତ୍ରା ବି ଶ୍ରୀମନ୍ଦିର ପରିସରରେ ହେବ। ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ପରେ ଗଜପତି ସୂଚନା ଦେଇଛନ୍ତି। ବିଧି ରକ୍ଷା ହେଉ ବୋଲି ଗୋବର୍ଦ୍ଧନ ମଠର ପୀଠାଧିଶ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି। ଆସନ୍ତା ୨୬ ତାରିଖଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହି ପରୀପ୍ରେକ୍ଷୀରେ ଶଙ୍କରାଚାର୍ଯ୍ୟଙ୍କ ସହ ଗଜପତି ଓ  ଶ୍ରୀମନ୍ଦିର ପରିଚାଳନା କମିଟି ଆଲୋଚନା କରିଥିଲେ। ଶ୍ରୀମନ୍ଦିରରେ ଆଗାମୀ ପୂଜାବିଧି ନେଇ ଆଲୋଚନା […]

  • Wednesday, 14 July 2021
qurntine
କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୩୫ ଜଣ ଫେରାର

ରାୟଗଡା: ରାୟଗଡ଼ା କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୨ ଦିନରେ ୩୫ ଜଣ ଫେରାର। କେରୋନା ଓ ଅମ୍ବାଦଳା କ୍ୱାରେଣ୍ଟାଇନ୍‌ ସ୍ଥଳୀରେ ଘଟିଛି। ଏହି ଘଟଣା  ଅମ୍ବାଦଳା କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୬ ଶ୍ରମିକ ଚମ୍ପଟ୍ ମାରିଛନ୍ତି। ଏମାନେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିର ବୋଲି ଜଣାପଡିଛି। ସେହିପରି ଗତ ୨୨ ତାରିଖରେ କେରଡ଼ା ସ୍ଥିତ କ୍ୱାରେଣ୍ଟାଇନ୍‌ ଆଶ୍ରୟସ୍ଥଳରୁ ୧୯ ଜଣ ବ୍ୟକ୍ତି ଝରକା ଭାଙ୍ଗି ଚମ୍ପଟ ମାରିଥିଲେ। ଏମାନଙ୍କ ମଧ୍ୟରୁ ୧୭ ଜଣ ପଞ୍ଜାବର ଓ ୨ ଜଣ ଉତ୍ତର ପ୍ରଦେଶର […]

  • Wednesday, 14 July 2021
amblance
ସୀମା ଭିତରକୁ ଆସିବାର ଗଳାବାଟ ଆମ୍ୱୁଲାନ୍ସ!

ଭୁବନେଶ୍ୱର: କରୋନା ଲକଡାଉନ ବେଳେ ଆମ୍ବୁଲାନ୍ସ ଜରିଆରେ ପଡ଼ୋଶୀ ରାଜ୍ୟରୁ ଆମ ରାଜ୍ୟ ମଧ୍ୟକୁ ଅନେକ ପଶିଆସିଛନ୍ତି। ପ୍ରେସମିଟରେ ଏଭଳି ସୂଚନା ଦେଇଛନ୍ତି କୋଭିଡ-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଉଦାହରଣ ଭାବେ ସୀମାରେ ଥିବା ଏକ ଚେକଗେଟ୍‌ରେ ଏକ ଆମ୍ବଲାନ୍ସରେ କିଭଳି ଆସୁଥିଲେ ଜଣେ ବ୍ୟକ୍ତି ତାହା ବଖାଣିଥିଲେ। ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ବୋହୂ ଓ ପୁଅକୁ ଆଣି ଆସୁଥିଲେ।  ଆମ୍ବୁଲାନ୍ସରେ ଲୁଚାଛପା ଭାବେ ଆସିବା ବେଳେ ସେମାନେ ଧରାପଡ଼ିଥିଲେ। ଏଭଳି […]

  • Wednesday, 14 July 2021
odisha
କେନ୍ଦ୍ର ଆଗରେ ଓଡିଶାର ଦାବି, କୋଭିଡ୍ ପରୀକ୍ଷଣ ପାଇଁ କିଟ୍ ଯୋଗାଅ

ଭୁବନେଶ୍ୱର: ଦେଶରେ ଏବେ କରୋନା ସଂକ୍ରମଣ ଷ୍ଟେଜ୍-୩କୁ ଯାଇନାହିଁ। ଦେଶବାସୀଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି। କରୋନା ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଏହା କହିଛନ୍ତି କେନ୍ଦ୍ର  ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଭିଡିଓ କନ୍ଫରେନ୍ସିଂ ଜରିଆରେ କେନ୍ଦ୍ରମନ୍ତ୍ରୀ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି। ନିଜ ରାଜ୍ୟରେ କରୋନାର ସ୍ଥିତି ସମସ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ଅନୁଧ୍ୟାନ କରନ୍ତୁ। ରାଜ୍ୟର ସହଯୋଗ ପାଇଁ କେନ୍ଦ୍ରରୁ ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି। ଯଦି ଲକଡାଉନ୍ କୋହଳ ଯୋଗୁ […]

  • Wednesday, 14 July 2021
raja
'ବାହାର ଯାତ୍ରା ସମ୍ଭବ ନୁହେଁ, ସନ୍ଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବ ପରିଚାଳନା କମିଟି'

ଭୁବନେଶ୍ୱର:  ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ, ତାହା ଉପରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ନଜର। ତେବେ ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମିଳିଥିବା ଚିଠି ନେଇ ଆଜି ବୈଠକ ବସିଥିଲା। ଶ୍ରୀମନ୍ଦିର ପର୍ବପର୍ବାଣି ସଂପର୍କରେ ଏହି ବୈଠକ ବସିଥିଲା। ଆଉ ୨ ଦିନ ପରେ ଅକ୍ଷୟ ତୃତୀୟା। ସେଦିନ ମହାପ୍ରଭୁଙ୍କ ରଥ ନିର୍ମାଣ ହେବା କଥା କିନ୍ତୁ ଲକ୍ […]

  • Wednesday, 14 July 2021
corona testing
ଆଉ ୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଭଦ୍ରକ ଜିଲ୍ଲାର। ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ଛୁଇଁଲା। ସେହିପରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଟପିଲା। ଏମାନେ ଧାମନଗର ଓ ତିହିଡ଼ି ଅଞ୍ଚଳର। ଏମାନେ ସମସ୍ତେ ବେଙ୍ଗଲରୁ ଫେରିଥିବା ଜଣାପଡ଼ିଛି।  ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ସକାଳେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତ ଜଣକ ଭଦ୍ରକ […]

  • Wednesday, 14 July 2021
pruthibi
ଆମେରିକାରେ ସ୍ଥିତି ଗମ୍ଭୀର, ବ୍ରିଟେନ୍‌ରେ ବଢୁଛି ମୃତ୍ୟୁ ସଂଖ୍ୟା

ନ୍ୟୁୟର୍କ: ବିଶ୍ୱରେ କରୋନା ନେଲାଣି ୧ ଲକ୍ଷ ୮୫ ହଜାର ୪୦୦ରୁ ଅଧିକ ଜୀବନ। ପୃଥିବୀର ୨୧୦ ଦେଶରେ କାୟା ବିସ୍ତାର କରିଥିବା କରୋନା ଭାଇରସ ଦ୍ୱାରା ୨୬ ଲକ୍ଷ ୬୯ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି। ଆମେରିକାରେ ସର୍ବାଧିକ ୮ଲକ୍ଷ ୯୯ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ମୃତ୍ୟୁ ସଂଖ୍ୟା ୪୭ ହଜାର ୬୦୦ ଅତିକ୍ରମ କରିଛି। ସେହିଭଳି ଇଟାଲୀରେ ୧ ଲକ୍ଷ ୮୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ଚିହ୍ନଟ […]

  • Wednesday, 14 July 2021
dgp
ସଟ୍‌ଡାଉନ୍‌: 'ଘରୁ ବାହାରନି, ନମାନିଲେ କାର୍ଯ୍ୟାନୁଷ୍ଠାନ'

ଭୁବନେଶ୍ୱର: ସଟଡାଉନ ଘୋଷଣା ପରେ ତିନି ଜିଲ୍ଲାବାସୀଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ନିବେଦନ। ରାଜ୍ୟ ସରକାରଙ୍କ ପକ୍ଷରୁ ସଟଡାଉନ ଘୋଷଣା ହୋଇଥିବାରୁ ଏହାକୁ ପାଳନ କରିବା ଲାଗି ତିନି ଜିଲ୍ଲାବାସୀଙ୍କୁ ସେ ନିବେଦନ କରିଛନ୍ତି। ଏହାସହ ସଟଡାଉନ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି ପୋଲିସ ଦୃଢ଼ ପଦକ୍ଷେପ ନେବ। ଯେଉଁମାନେ ଏହାର ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି କହିଛନ୍ତି। ଏଣୁ ସଟଡାଉନ ପିରିଅଡ୍‌ରେ ଅର୍ଥାତ ଆଜି ରାତି ୧୦ଟାରୁ […]

  • Wednesday, 14 July 2021
bengal
ବିପଦ ସାଜିଛନ୍ତି ବେଙ୍ଗଲ ଫେରନ୍ତା, ଗଳାବାଟକୁ ବନ୍ଦ କଲା ପୋଲିସ୍

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରୁ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ୩୭ଟି ରାସ୍ତାକୁ ପୋଲିସ ପକ୍ଷରୁ ସିଲ୍ କରିଦିଆଯାଇଛି। ଗାଡ଼ି ଚଳାଚଳ କରିପାରୁଥିବା ୩୭ଟି ରାସ୍ତାରେ ବ୍ୟାପକ ପୋଲିସ ମୁତୟନ ସହ ବନ୍ଦ କରାଯାଇଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି। ଏହିସବୁ ସଂଯୋଗ ପଥରେ ବ୍ୟାରିକେଡ୍ ଲଗାଯାଇଛି କେତେକ ରାସ୍ତାରେ ବାଉଁଶ ବାନ୍ଧି ବନ୍ଦ କରାଯାଇଛି। ସେହିପରି ମୟୂରଭଞ୍ଜରୁ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ୨୨ଟି ରାସ୍ତାକୁ ମଧ୍ୟ ସିଲ୍ କରାଯାଇଛି। କରୋନାର କରିଡର୍ ସାଜିଥିବା ଭଦ୍ରକ, ଯାଜପୁର ଏବଂ […]

  • Wednesday, 14 July 2021
social
କରୋନା ମୁକାବିଲାକୁ ବିଗାଡ଼ି ଦେଇପାରେ ସାମାଜିକ ଭୟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୨୨୯ ନୂଆ କରୋନା ସଂକ୍ରମିତ ହୋଇଛନ୍ତି। ଏଥି ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୭୦୦ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୩୪ ମୃତ୍ୟୁ ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୮୬କୁ ବୃଦ୍ଧି ହୋଇଛି। ତେବେ ଆରୋଗ୍ୟ ହାର ୧୯ ଦଶମିକ ୮୯ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏବେ ସୁଦ୍ଧା ୪ ହଜାର ୩୨୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। […]

  • Wednesday, 14 July 2021
rain-fall
କାଲିଠୁ ରାଜ୍ୟରେ ପ୍ରବଳ ବର୍ଷିବ, ୧୩ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଏଥିପାଇଁ ଅଧିକାଂଶ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି। ଯାଜପୁର, ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର, ଢେଙ୍କାନାଳ, ଅନୁଗୁଳ, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଦ, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର ଏବଂ କଳାହାଣ୍ଡି ଆଦି ୧୩ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ତାମଧ୍ୟରୁ ଗଞ୍ଜାମ, କନ୍ଧମାଳ, ଅନୁଗୁଳ, ଯାଜପୁର, ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷାର ଅନୁମାନ କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲାରେ […]

  • Wednesday, 14 July 2021
shut
୬୦ ଘଣ୍ଟା ପାଇଁ ଏହି ୩ ଜିଲ୍ଲା ସଟ୍‌ଡାଉନ୍‌

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ହୋଇଥିବାବେଳେ ୩ ଜିଲ୍ଲାକୁ କରାଗଲା ସମ୍ପୂର୍ଣ୍ଣ ସଟ୍‌ଡାଉନ୍। ଭଦ୍ରକ, ବାଲେଶ୍ୱର, ଯାଜପୁରରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଥିବାରୁ ଏହି ୩ଜିଲ୍ଲାକୁ୬୦ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। କିଛି ଦିନ ଧରି ଏହି ୩ ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ବିଶେଷକରି ୬୧ରୁ ୮୯ ନମ୍ବର କେସ୍ ମଧ୍ୟରୁ ୨୮ଟି କେସ୍ […]

  • Wednesday, 14 July 2021
bank
ବଦଳିଲା ବ୍ୟାଙ୍କ ଖୋଲିବା ସମୟ

ଭୁବନେଶ୍ୱର: କରୋନା ମୁକାବିଲା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ୬ଟି ସହର ଛାଡ଼ି ରାଜ୍ୟର ସମସ୍ତ ସ୍ଥାନରେ ବ୍ୟାଙ୍କଗୁଡ଼ିକର ସମୟରେ ପରିବର୍ତ୍ତନ କରାଯାଇଛି। ସକାଳ ୮ଟାରୁ ଅପରାହ୍ଣ ୨ଟା ଯାଏ ବ୍ୟାଙ୍କ ଖୋଲା ରହିବ। ତେବେ ସକାଳ ୮ଟାରୁ ଦିନ ଗୋଟାଏ ଯାଏ ଗ୍ରାହକ ସେବା ଚାଲିବ। ଏହି ବ୍ୟାଙ୍କ ସମୟ ପରିବର୍ତ୍ତନ ନେଇ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସକାଳ ୮ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ତେବେ […]

  • Wednesday, 14 July 2021
quarntine
ବାହାର ରାଜ୍ୟରୁ ଆସିଲେ, କ୍ୱାରେଣ୍ଟାଇନ୍‌ରେ ଠକିଲେ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଶେଷ କରି ୩ ଜିଲ୍ଲାରେ ସ୍ଥିତି ବିଗିଡିବା ଆଶଙ୍କା କରାଯାଉଛି। ଅନ୍ୟ ରାଜ୍ୟରୁ ଲୋକେ ଆସିବା ପରେ ଅବସ୍ଥା ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଜିଲ୍ଲାପାଳଙ୍କ ସୂଚନା ସାଧାରଣରେ ଆହୁରି ଚିନ୍ତା ବଢାଇଛି। ଲକଡାଉନ ସତ୍ତ୍ୱେ ଗତ ମାସ ୨୯ ଓ ୩୦ ତାରିଖ ପରେ ପ୍ରାୟ ୬ଶହରୁ ୭ଶହ ଲୋକେ ପଶ୍ଚିମବଙ୍ଗରୁ ଯାଜପୁର ଅଞ୍ଚଳକୁ ଆସିଛନ୍ତି। ସରପଞ୍ଚମାନଙ୍କ ଜରିଆରେ ସେମାନଙ୍କ ଚିହ୍ନଟ କାର୍ଯ୍ୟ […]

  • Wednesday, 14 July 2021
test
ଆଉ ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ। ଯାଜପୁରରେ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହେବାର କିଛି ସମୟର ବ୍ୟବଧାନ ମଧ୍ୟରେ ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୨ ଜଣ ବାଲେଶ୍ୱର ଅଞ୍ଚଳର ହୋଇଥିବା ରାଜ୍ୟ ଡିଷ୍ଟ୍ରିକ୍ଟ କରୋନା ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଉକ୍ତ ଜିଲ୍ଲାରେ ୧୦ କରୋନା ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ଜିଲ୍ଲାରେ ୮ ଜଣ ଆକ୍ରାନ୍ତ ଥିବାବେଳେ ଆଜି ଆଉ ୨ ଜଣଙ୍କଠାରେ ପଜିଟିଭ୍ ଆସିଛି। […]

  • Wednesday, 14 July 2021
bhut
ସ୍ୱଦେଶ ଫେରିଲେ ଓଡ଼ିଶାରେ ଫସିଥିବା ବିଦେଶୀ

ଭୁବନେଶ୍ୱର: କରୋନା କଟକଣା ପାଇଁ ଲକଡାଉନ୍ ପରଠୁ ଓଡ଼ିଶାରେ ଫସିଯାଇଥିବା ଭୁଟାନ୍ ନାଗରିକ ସ୍ୱଦେଶ ଫେରୁଛନ୍ତି। ପ୍ରାୟ ୨୬ ଜଣ ଭୂଟାନ ଅଧିବାସୀ ଆଜି ଭୁଟାନ ଅଭିମୁଖେ ବାହାରିଛନ୍ତି। ଭୁଟାନ୍ ସରକାର ପଠାଇଥିବା ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରୁ ଏମାନେ ସ୍ୱଦେଶ ଫେରୁଛନ୍ତି। ଏହି ବିମାନଟି ଦେଶର ଅନ୍ୟ ରାଜ୍ୟରେ ଥିବା ଭୁଟାନବାସୀଙ୍କୁ ମଧ୍ୟ ନେଇକି ଯିବ। ଦୀର୍ଘ ଦିନ ଧରି ଭୟ ଆଉ ଆତଙ୍କରେ ଓଡ଼ିଶାରେ ରହିଯାଇଥିବା ଏହି ଭୁଟାନବାସୀଙ୍କ ମଧ୍ୟରୁ କିଛି […]

  • Wednesday, 14 July 2021
min
ରାଜ୍ୟରେ ଦିନକୁ ହେବ ୩ ହଜାର କରୋନା ଟେଷ୍ଟ

ଭୁବନେଶ୍ୱର: ଏପ୍ରିଲ ଶେଷ ସୁଦ୍ଧା ଦିନକୁ ୩ ହଜାର କରୋନା ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ବଲାଙ୍ଗିର, ବାଲେଶ୍ୱର, ବାରିପଦା ଓ କୋରାପୁଟ ଏହିଭଳି ୪ଟି ମେଡିକାଲ କଲେଜରେ ଟେଷ୍ଟିଂ ଲ୍ୟାବ ପ୍ରସ୍ତୁତ କରାଯିବ। ଏଥିସହ ଭୁବନେଶ୍ୱରସ୍ଥିତ ଓୟୁଏଟିରେ ମଧ୍ୟ ହେବ କରୋନା ନମୂନା ପରୀକ୍ଷା। ଜୀବ ବିଜ୍ଞାନ ପ୍ରତିଷ୍ଠାନ-ILS ରେ ଦିନକୁ ୪୫୦ଟି ନମୂନା ଟେଷ୍ଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ମୁକାବିଲାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଅନୁଷ୍ଠିତ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ପରେ […]

  • Wednesday, 14 July 2021