ଜରୁରୀକାଳୀନ ଉପଯୋଗ ପାଇଁ DCGI ନିକଟରେ ଆବେଦନ କରିଛନ୍ତି ତିନି ତିନିଟି ସମ୍ଭାବ୍ୟ କରୋନା ଟିକା- ଫାଇଜର, କୋଭିସିଲ୍ଡ ଓ କୋଭାକ୍ସିନ । ତେବେ ପ୍ରଥମେ କାହାକୁ କରୋନା ଟିକା ମିଳିବ ଭାରତରେ?
ବ୍ରିଟେନରେ ଆରମ୍ଭ ହେଲା ସମୂହ ଟିକାକରଣ । ଲୋକମାନଙ୍କୁ ଦିଆଯାଉଛି ଫାଇଜର ପ୍ରସ୍ତୁତ ଟିକା । ପ୍ରଥମେ ଟିକା ନେଲେ ଜଣେ ୯୦ ବର୍ଷର ବୃଦ୍ଧା । କୋଭେଣ୍ଟ୍ରି ମେଡିକାଲରେ ଟିକା ନେଲେ ୯୦ ବର୍ଷୀୟା ମାର୍ଗାରେଟ କିନାନ । ଗତ ସପ୍ତାହରେ ଫାଇଜର ଟିକାକୁ ଲାଇସେନ୍ସ ଦେଇଥିଲା ବ୍ରିଟେନ
ଭୁବନେଶ୍ୱର : ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଉଛି ମହାମାରୀ କରେ।ନା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୬ ଜଣଙ୍କ ପ୍ରାଣ ନେଇଛି କରେ।ନା । ତେବେ ଏ ପର୍ଯ୍ୟନ୍ତ ମେ।ଟରେ ୧୭୭୧ ଜଣଙ୍କ ମୁଣ୍ଡ ନେଇଛି କରେ।ନା । Covid-19 Report For 5th December New Positive Cases: 393 In quarantine: 229 Local contacts: 164 (Details of local contacts will be shared by […]
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୯୩ କରେ।ନା ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି । ସଂଗରେ।ଧ କେନ୍ଦ୍ରରୁ ୨୨୯ ଜଣ ଚିହ୍ନଟ ହେ।ଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି । ତେବେ ଏନେଇ ରାଜ୍ୟ ସୂଚନା ଓ ଲେ।କ ସମ୍ପର୍କ ବିଭାଗ ସୂଚନା ଦେଇଛି । ଅନୁଗୁଳ ୧୫, ବାଲେଶ୍ୱର ୧୧, ବରଗଡ ୯ ,ଭଦ୍ରକ ୯, ବଲାଙ୍ଗୀର ୨୩, କଟକ ୨୫, ଦେଓଗଡ ୧୭, ଢେଙ୍କାନାଳ ୬, ଗଜପତି ୧, […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ ପଜିଟିଭ ଚିହ୍ନଟ। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ୩ ଜଣ ଓ ଗଞ୍ଜାମର ୭ ଜଣ। ଭୁବନେଶ୍ୱର ବାହାରିଥିବା ୩ ପଜିଟିଭଙ୍କ ଘର ଭିଏସ୍ଏସ୍ ନଗର, ମଞ୍ଚେଶ୍ୱର ଓ ସୂର୍ଯ୍ୟନଗର ଅଞ୍ଚଳର। ଏମାନେ ସମସ୍ତେ ପୁରୁଷ। ସେହିପରି ଗଞ୍ଜାମରେ ଆଜି ସକାଳେ ଏକାଥରକେ ୧୭ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। 5th Health Update, 7th May 7 new cases in […]
ଭୁବନେଶ୍ୱର: ରାଜ୍ୟରେ ଆଉ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ଜଗସିଂହପୁରର ଓ ଅନ୍ୟ ୨ଜଣ ବାଲେଶ୍ୱରର। ଜଗତସିଂହପୁରର ପଶ୍ଚିମବଙ୍ଗ ଫେରନ୍ତା, ବୟସ ୭୦ ବର୍ଷର ବୃଦ୍ଧ। ବାଲେଶ୍ୱରର ୨ଜଣ ସୁରତ ଫେରନ୍ତା। ସମସ୍ତେ କ୍ୱାରେଣ୍ଟାଇନ୍ ଥିଲେ। ଏହାକୁ ମିଶାଇ ଜଗତସିଂହପୁରରେ ସଂକ୍ରମିତଙ୍କ ସଂଖ୍ୟା ୫ ଓ ବାଲେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୨୭ରେ ପହଞ୍ଚିଲା। ଦିନକରେ ରାଜ୍ୟରେ ନୂଆ ୨୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ରେ ପହଞ୍ଚିଛି। […]
ଭୁବନେଶ୍ୱର: ଦେଶରେ କରୋନା ମୁକାବିଲା ନେଇ ନିଆଯାଉଥିବା ପଦକ୍ଷେପ, ଆଗକୁ ନିଆଯିବାକୁ ଥିବା ପ୍ରତିଷେଧକମୂଳକ ବ୍ୟବସ୍ଥା ସମ୍ପର୍କରେ ସବୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ରେଡ୍ ଜୋନ୍ ଘୋଷଣା ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ। ଓଡ଼ିଶାରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସମେତ ଅନ୍ୟ ରେଡ୍ ଜୋନ୍ ଘୋଷଣା ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ସାମିଲ ହୋଇଥିଲେ। କେନ୍ଦ୍ର ସରକାରଙ୍କ SOPରେ ଉଲ୍ଲେଖ ରହିଥିବା ପ୍ରବାସୀଙ୍କ ସ୍କ୍ରିନିଂ ବଦଳରେ […]
ଭୁବନେଶ୍ୱର: ପ୍ରବାସ ଫେରନ୍ତାଙ୍କୁ କ୍ୱାରେଣ୍ଟିନରେ ରଖିବାକୁ ସବୁ ପଞ୍ଚାୟତରେ ବ୍ୟବସ୍ଥା ହୋଇଛି। ପ୍ରତି ପଞ୍ଚାୟତରେ ୧୨ ହଜାର ଅସ୍ଥାୟୀ ମେଡିକାଲ ସହ ୫ ଲକ୍ଷ ବେଡ୍ର ପ୍ରସ୍ତୁତ କରାଯାଇଥିବା କହିଛନ୍ତି ପଞ୍ଚାୟତିରାଜ ସଚିବ ଡିକେ ସିଂହ। ସେ ଆହୁରି କହିଛନ୍ତି ଯେ, କ୍ୱାରେଣ୍ଟିନରେ ରହୁଥିବା ସମସ୍ତଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦିଆଯାଇଛି। କ୍ୱାରେଣ୍ଟିନ ପରିଚାଳନା ପାଇଁ ସରପଞ୍ଚଙ୍କ ଅଧିନରେ ୫ ଜଣିଆ କମିଟି ହୋଇଛି। ବ୍ଲକ ସ୍ତରରେ ସୁପରିଚାଳନା ପାଇଁ ଷ୍ଟିୟରିଂ କମିଟି ହୋଇଛି। ଏହାର ମୁଖ୍ୟ […]
ଭୁବନେଶ୍ୱର: ସଂକ୍ରମଣ ରୋକିବାକୁ ଯଥେଷ୍ଟ ନୁହେଁ କି ୧୪ ଦିନିଆ କ୍ୱାରେଣ୍ଟିନ। ଓଡ଼ିଶାକୁ ବାହାର ରାଜ୍ୟରୁ ଫେରିବାର ୪୦ ଦିନ ପରେ ବି ବହୁ ଆକ୍ରାନ୍ତଙ୍କ ଠାରେ ନଥିଲା କରୋନା ଲକ୍ଷଣ। ସେମାନେ ବିନା ଲକ୍ଷଣରେ ମାସାଧିକ କାଳ କ୍ୱାରେଣ୍ଟିନରେ ରହିବା ସତ୍ତ୍ୱେ, କୋଭିଡ୍ ଟେଷ୍ଟ୍ ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ତେଣୁ କରୋନା ଲକ୍ଷଣ ପ୍ରକାଶ ପାଇବାର ନିର୍ଦ୍ଦିଷ୍ଟ ସମୟସୀମା କେତେ ସେନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ଅନ୍ୟପଟେ ଡାକ୍ତର କହିଛନ୍ତି ରାଜ୍ୟରେ ଏଭଳି […]
ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା କୌଣସି ବସ୍ ଡ୍ରାଇଭର ଯଦି ତାଙ୍କୁ ଅଧାରେ ଛାଡ଼ିଦେବେ, ତାହେଲେ ସଂପୃକ୍ତ ବସ୍ ଡ୍ରାଇଭରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ସମସ୍ତ ଜିଳ୍ଲାପାଳଙ୍କୁ ଚିଠି ଲେଖି ତାଗିଦ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍। ଟ୍ରେନରେ ଆସୁଥିବା ଯାତ୍ରୀଙ୍କୁ ନେବାକୁ ବସ୍ ପାଇଁ ଏକ ଗାଇଡଲାଇନ୍ ଜାରି କରିବା ସହ ବସ୍ ଡ୍ରାଇଭର କୌଣସି ଲୋକଙ୍କୁ ଓହ୍ଲାଇବେନି କି କାହାକୁ ରାସ୍ତାରୁ ବସ୍ରେ ଚଢ଼ାଇବେନି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିରେ […]
ବେଙ୍ଗାଲୁରୁ: ଲକଡାଉନ୍ ପ୍ରଭାବିତଙ୍କ ପାଇଁ ୧୬ଶହ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର। ଲକଡାଉନ କଟକଣା ଯୋଗୁଁ ବିଶେଷ କରି ଚାଷୀ, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ, ଅଟୋ, ଟ୍ୟାକ୍ସି ଡ୍ରାଇଭର, ଧୋବା ଏବଂ ବାରିକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଲକଡାଉନ ଭଳି କଠିନ ସମୟରେ ଏହ ବର୍ଗର ବ୍ୟକ୍ତିଙ୍କୁ ସହାୟତା ଦେବାକୁ ୟେଦୁରପ୍ପା ସରକାର ୧୬ଶହ ୧୦ କୋଟି ଟଙ୍କାର ଆର୍ଥିକ ସହଯୋଗ ଘୋଷଣା କରିଛନ୍ତି। ସରକାରଙ୍କ […]
ଭୁବନେଶ୍ୱର: ଆଉ ୫ କରୋନା ପଜିଟିଭ ଚିହ୍ନଟ। ଜଗତସିଂହପୁର ଜିଲ୍ଲାକୁ ବ୍ୟାପିଲା କରୋନା। ଏଠାରେ ୪ଟି ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସୁରତରୁ ଫେରିଛନ୍ତି। ସେମାନଙ୍କ ବୟସ ୨୬, ୩୨, ୩୦, ୪୭। ସମସ୍ତେ କ୍ୱାରେଣ୍ଟାଇନ୍ରେ ଥିଲେ। ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର। ଏମାନେ ନାଉଗାଁ ବ୍ଲକ୍ର ବୋଲି ପରି ଜଣାପଡିଛି। ଆଉ ଜଣେ କେନ୍ଦ୍ରାପଡାରୁ ଚିହ୍ନଟ ହୋଇଛନ୍ତି। ସେ ନିକଟରେ କୋଲକାତାରୁ ଫେରିଥିଲେ। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ […]
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକଡାଉନ ସମୟର କଟକଣା ସଂପର୍କରେ ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର କଟକ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସଂଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ସଂପୂର୍ଣ୍ଣ କଟକଣା ଲାଗୁ ହୋଇଛି କୋଭିଡ-୧୯ ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଓ ବିଭାଗର ଅଧିକାରୀଙ୍କ ପାଇଁ କଟକଣା ଲାଗୁ ହେବନି ସେହିପରି କଲ୍ ସେଣ୍ଟର ଭଳି ଆଇଟି ସେବା ପ୍ରଦାନକାରୀ କାର୍ଯ୍ୟାଳୟ, ଇଣ୍ଟରନେଟ୍ ସେବା ପ୍ରଦାନକାରୀ ଅଫିସ, ମିଡିଆ ଓ ଇଲେକ୍ଟ୍ରିସିଟି, ପାଣି ଯୋଗାଣ ଭଳି […]
ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁରେ ନୂଆ ରେକର୍ଡ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୯୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥି ସହିତ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୫୬୮କୁ ବୃଦ୍ଧି ପାଇଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୯୦୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ୪୩୩ରେ ପହଞ୍ଚିଛି। ତେବେ ଦିନକରେ ୧ହଜାର ୨୦ ଜଣ ସୁସ୍ଥ ବି ହୋଇଛନ୍ତି। କରୋନା ଆକ୍ରାନ୍ତ […]
ଭୁବନେଶ୍ୱର: ସୁପର୍ ସ୍ପ୍ରେଡର୍ ପରିବା ମାର୍କେଟ। ତାମିଲନାଡ଼ୁ କୋଏମ୍ବାଡୁ ମାର୍କେଟ ଏବେ ପୁରା ତାମିଲନାଡ଼ୁ ପାଇଁ ପାଲଟିଛି ସୁପର୍ ସ୍ପ୍ରେଡର୍। କାରଣ ଏହି ବଜାରରୁ କରୋନା ଏବେ ମାଡ଼ିଛି ତାମିଲନାଡ଼ୁର ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣକୁ। ରାଜ୍ୟର ପ୍ରାୟ ୮୫ ପ୍ରତିଶତ କରୋନା ଆକ୍ରାନ୍ତ ଏହି ବଜାରକୁ ଆସିଛନ୍ତି କିମ୍ବା ଏଠୁ ଆସିଥିବା ଲୋକଙ୍କ ସମ୍ପର୍କକୁ ଆସିଥିବା ଜଣାପଡ଼ିଛି। ଏହାପରେ ପୁରା ବଜାରକୁ ସିଲ୍ କରିଦିଆଯାଇଛି। ଗୋଟି ଗୋଟି ଦୋକାନକୁ ସାନିଟାଇଜ୍ କରିବା ସହ ଯେପରି ଏଠି […]
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ଘର ବାଲେଶ୍ୱରର ବୋଲି ଜଣାପଡ଼ିଛି। ସେ ନିକଟରେ କୋଲକାତାରୁ ଫେରିଥିଲେ। ସେ କ୍ୱାରେଣ୍ଟାଇନ୍ରେ ଥିଲେ। ଆଜି ସକାଳେ ଗଞ୍ଜାମରେ ଜଣେ, ଅପରାହ୍ଣରେ ବାଲେଶ୍ୱରରୁ ୨ଜଣ, କଟକରୁ ଜଣେ, ସୁନ୍ଦରଗଡ଼ ଜଣେ ପଜିଟିଭଙ୍କୁ ମିଶାଇ ଦିନକରେ ସମୁଦାୟ ୬ଜଣ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ବାଲେଶ୍ୱରରେ ସମୁଦାୟ ୨୪ ଜଣ ଆକ୍ରାନ୍ତ ହୋଇଛନ୍ତି। ୪ଜଣ ସୁସ୍ଥ ହୋଇଥିବାବେଳେ ୨୦ଟି ଆକ୍ଟିଭ କେଶ ରହିଛି। ସେହିପରି ସୁନ୍ଦଗଡ଼ରେ ୧୨ଜଣ ସଂକ୍ରମିତ […]
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ଘର ରାଉଲକେଲା, ବୟସ ୪୯ ବର୍ଷ ବୋଲି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ସେ ନିକଟରେ ସୁରତରୁ ଫେରିଥିଲେ। ସେ କ୍ୱାରେଣ୍ଟାଇନ୍ରେ ଥିଲେ। ଆଜି ସକାଳେ ଗଞ୍ଜାମରେ ଜଣେ, ଅପରାହ୍ଣରେ ବାଲେଶ୍ୱରରୁ ୨ଜଣ, କଟକରୁ ଜଣେ ପଜିଟିଭଙ୍କୁ ମିଶାଇ ଦିନକରେ ସମୁଦାୟ ୫ଜଣ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ସୁନ୍ଦଗଡ଼ରେ ୧୨ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣ ଆକ୍ଟିଭ କେଶ […]
ଭୁବନେଶ୍ୱର: ଆଉ ୩ କରୋନା ପଜିଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରୁ ଜଣେ କଟକର ଓ ଅନ୍ୟ ୨ ବାଲେଶ୍ୱରର। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି ବୋଲି ସୂଚନା ଓ ଲୋକସମ୍ପର୍କ ପକ୍ଷରୁ ଟ୍ୱିଟ୍ କରାଯାଇଛି। କଟକରୁ ଯିଏ ଚିହ୍ନଟ ହୋଇଛନ୍ତି, ସେ ୩୪ ବର୍ଷର ଯୁବକ। ତାଙ୍କ ଘର ତିଗିରିଆ ଅଞ୍ଚଳରେ। ସେ କିଛି ଦିନ ତଳେ ସୁରତରୁ ଫେରିଥିଲେ। ସେହିପରି ବାଲେଶ୍ୱରର ୨ ଜଣ ଯାକ କୋଲକାତା ଫେରନ୍ତା। ବାଲେଶ୍ୱରରେ ସଂକ୍ରମିତଙ୍କ […]
ବାଲେଶ୍ୱର: ଉତ୍ତରପ୍ରଦେଶର ବୃନ୍ଦାବନରେ ଫସି ରହିଥିବା ବିଦେଶୀ ଇସ୍କନ ଭକ୍ତ ଲୀଳାବତି ବାଲେଶ୍ୱର ଆସିବା ଲାଗି ଆକୁଳ ନିବେଦନ କରିଛନ୍ତି। ଦୀର୍ଘ ୮ ବର୍ଷ ହେଲା ବାଲେଶ୍ୱର ଖନ୍ତାପଡ଼ାର ରାଧାମାଧବ ମନ୍ଦିରରେ ରହି ଆସୁଥିବା ଲୀଳାବତି ମାର୍ଚ୍ଚ ମାସରେ ବୃନ୍ଦାବନ ବୁଲି ଯାଇଥିଲେ। ତେବେ ଲକଡାଉନ ଯୋଗୁଁ ଫସି ରହିଥିଲେ। ବାହାରେ ରହୁଥିବା ଲୋକଙ୍କୁ ଫେରାଇ ଆଣିବା ଲାଗି ରାଜ୍ୟ ସରକାର ଯୋଜନା କରୁଥିବାରୁ ସେ ଖଣ୍ଡାପଡ଼ାର ସ୍ଥାନୀୟ ପଞ୍ଚାୟତ ଓ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ […]
ଭଦ୍ରକ: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଉଛି। ଜଗତସିଂହପୁର ପରେ ଏବେ ଭଦ୍ରକ ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି। ଲକଡାଉନ ବେଳେ ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ବାହାରକୁ ବାହାରିବା ନିଷେଧ ଥିବା ବେଳେ ଏହାକୁ ଆହୁରି କଡ଼ା ଭାବେ ଲାଗୁ କରିବାକୁ ଜିଲ୍ଲା ପ୍ରଶାସନ କର୍ଫ୍ୟୁ ଜାରି କରିଛି। ସଂଧ୍ୟା ୭ଟାରୁ […]
ବ୍ରହ୍ମପୁର: ଗଞ୍ଜାମ ଆଜି ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସୁରତ ଲିଙ୍କ। ସଂପୃକ୍ତ ୧୮ ବର୍ଷୀୟ ଯୁବକ ସୁରତରୁ ଫେରି ସରକାରୀ କ୍ୱାରେଣ୍ଟିନ୍ରେ ଥିଲେ ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ଦେଇଛି। ସଂପୃକ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଏପଟେ ରାଜ୍ୟରେ ସମୁଦାୟ କରୋନା ପଜିଟିଭ୍ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ସେପଟେ […]
ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ ଜାରି କରାଯାଇଛି। ତେବେ ଚିନ୍ତା ବଢାଇଛନ୍ତି ୧୪୬ ନମ୍ବର ଆକ୍ରାନ୍ତ ଟ୍ରାଭେଲ ବିବରଣୀରୁ ମିଳିଥିବା ତଥ୍ୟ ଅନୁସାରେ, ଗାଁରେ ଜଳଖିଆ ଦୋକାନ ଖୋଲିଥିଲେ ୧୪୬ ନଂ ଆକ୍ରାନ୍ତ। ମାର୍ଚ୍ଚ ୨୧ ତାରିଖରେ ଟ୍ରେନ୍ରେ କୋଲକାତାରୁ ଫେରିଥିଲେ। Travel History of #Covid19 Patients Case No: 157, 158 & 159 Contact tracing and follow-up action is being done. pic.twitter.com/6XdLWeV04i […]
ଭୁବନେଶ୍ୱର: ମେ ୭ରୁ ପଯର୍ୟାୟ କ୍ରମେ ସ୍ୱଦେଶ ଫେରିବେ ପ୍ରବାସୀ ଭାରତୀୟ। ଲକଡାଉନ୍ ପରଠୁ ବିଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପ୍ରବାସୀ ଭାରତୀୟଙ୍କୁ ଉଭୟ ଆକାଶ ଓ ଜଳପଥରେ ଆସିବାକୁ ବ୍ୟବସ୍ଥା ହୋଇଥିବା ବେଳେ ଏହା ଦେୟଯୁକ୍ତ ରହିବ। ଏଥିପାଇଁ ବିମାନ ଓ ନୌସେନାର ଜାହାଜକୁ ବ୍ୟବହାର କରାଯିବ। ତେବେ ଯେଉଁମାନଙ୍କଠାରେ କରୋନା ଲକ୍ଷଣ ନଥିବ, କେବଳ ସେହିମାନଙ୍କୁ ହିଁ ଭାରତ ଫେରାଇ ଅଣାଯିବ। ବିଦେଶରୁ ଯେଉଁମାନେ […]
ଭୁବନେଶ୍ୱର: ଖାଇବା ପଛେ ନମିଳୁ, କିନ୍ତୁ ପ୍ରଥମେ ପେଟରେ ନାଲିପାଣି ପଡୁ। ଦେଢ଼ ମାସ ହେଲାଣି ପାଟି ଆମ୍ବିଳା। ତେଣୁ ଗ୍ରୀନ ଜୋନ୍ରେ ନାଲି ପାଣି ମୁନ୍ଦେ ପାଇଁ ମଦୁଆ ବାଉଳା। ତେବେ ନିୟମ କୋହଳ ପରେ ଦେଶର ଗ୍ରୀନ ଜୋନ୍ରେ ଏହାର ବିକ୍ରି ଆରମ୍ଭ ହୋଇଥିବା କଥା ଶୁଣି ଲାଗିଛି ଲମ୍ବା ଲାଇନ୍। ସେଇ ମାଲ୍ ପାଣି ବୋତଲେ ପାଇଁ ଧାଡ଼ି କୁଆଡୁ ବାହାରିଛି କୁଆଡ଼େ ଯାଉଛି ଠଉରେଇବା ମୁସ୍କିଲ। ବୁଢ଼ା, ଟୋକା ସମସ୍ତେ ବ୍ୟଗ୍ର। […]
ସୁରତ: ସୁରତ ଜିଲ୍ଲାର କଡୋଦରା ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଉତ୍ପାତ। ତୁରନ୍ତ ବ୍ୟବସ୍ଥା କରି ଆମକୁ ଆମ ରାଜ୍ୟ ପଠାଯାଉ ବୋଲି ଦାବି କରି ରାସ୍ତା ଉପରେ ହଙ୍ଗାମା କରିଛନ୍ତି ଶ୍ରମିକମାନେ। ୟୁପି, ବିହାର ଓ ଓଡ଼ିଶାର ହଜାର ହଜାର ଶ୍ରମିକ କଡୋଦରା ବରେଲିରେ ଜମା ହୋଇ ନିଜ ରାଜ୍ୟକୁ ଫେରାଇ ଦେବାକୁ ଦାବି କରିଛନ୍ତି। ଏମିତିକି ଘଟଣାସ୍ଥଳରେ ଥିବା ପୋଲିସ ଉପରେ କିଛି ଶ୍ରମିକ ପଥର ମାଡ କରିଥିବା ମଧ୍ୟ କରିଥିବା ଜଣାପଡିଛି। ପରିସ୍ଥିତିକୁ ଆଖି […]