ନୂଆଦିଲ୍ଲୀ: ଚୀନର ଦୁଇ କମ୍ପାନୀ ଯୋଗାଇଥିବା ସମସ୍ତ ରାପିଡ୍ ଟେଷ୍ଟ କିଟ୍ ବାତିଲ କରିଛି କେନ୍ଦ୍ର ଭାରତକୁ ଚୀନ ତ୍ରୁଟିଯୁକ୍ତ କିଟ୍ ଯୋଗାଇଥିବା ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ICMR) ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ଭାରତ ସରକାରଙ୍କର ଗୋଟିଏ ବି ଟଙ୍କା ନଷ୍ଟ ହେବନି ବୋଲି କେନ୍ଦ୍ର ସରକାର କହିଛନ୍ତି। ତେଣୁ ରାପିଡ୍ ଟେଷ୍ଟ କିଟ୍ରେ ପରୀକ୍ଷା ବନ୍ଦ ସହ ସମସ୍ତ କିଟ୍ ଫେରାଇବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି। RT-PCR ଜରିଆରେ […]
ନୂଆଦିଲ୍ଲୀ: ଆଜି ଗୋଟିଏ ଦିନରେ ୬୦ ଜଣଙ୍କ ମୃତ୍ୟୁ ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୮୬ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୩୪୨ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ମଧ୍ୟପ୍ରଦେଶ ମୃତ୍ୟୁ ସଂଖ୍ୟା ୧୦୬, ଗୁଜରାଟରେ ୫୧, ରାଜଧାନୀ ଦିଲ୍ଲୀରେ କରୋନା ମୃତ୍ୟୁ ସଂଖ୍ୟା ୫୪ ରହିଛି। ସେପଟେ ୬ ହଜାର ୩୬୧ ଜଣ ସୁସ୍ଥ ହୋଇଥିବାରୁ ଦେଶରେ ଏବେ ଆକ୍ଟିଭ୍ କେଶ୍ ୨୧ ହଜାର ୧୩୨ ରହିଛି। ଆଜି କରୋନା ଅପଡେଟ୍ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା […]
କୋଲକାତା: କରୋନା ଗାଇଡଲାଇନକୁ ନେଇ କେନ୍ଦ୍ରକୁ ସମାଲୋଚନା କଲେ ମମତା। କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ନିଷ୍ପତ୍ତିକୁ ନେଇ ପଶ୍ଚିମବଂଗର ଆପତ୍ତି। କରୋନା ସମ୍ପର୍କରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାରଙ୍କ ମତାମତ ନେବା ଆବଶ୍ୟକ ରହିଛି। ହେଲେ କେନ୍ଦ୍ର ଏଭଳି ନକରି ତରବରିଆ ନିଷ୍ପତ୍ତି ନେଉଥିବା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଗୋଟିଏ ପଟେ ଲକଡାଉନକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ […]
ସୁରତ: ଗୁଜୁରାଟ ସୁରତରୁ ଗଂଜାମ ବାହାରିଲା ୪ ବସ୍। ଗୁଜରାଟ ସୁରତରୁ ୪ଟି ବସ୍ ଓଡ଼ିଶା ବାହାରିଛି। ସୁରତରେ ଫସିଥିବା ଓଡ଼ିଆ ଲୋକଙ୍କୁ ଧରି ବାହାରିଲା ବସ୍। ପ୍ରତି ବସ୍ରେ ୫୦ରୁ ଅଧିକ ଯାତ୍ରୀଙ୍କୁ ଧରି ଗାଡ଼ି ଛାଡ଼ିଲା। ଯାତ୍ରୀ ଓ ବସ୍କୁ ଯିବାକୁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇଛନ୍ତି। ଯାତ୍ରୀମାନେ ନିଜ ଖର୍ଚ୍ଚରେ ବସ୍ ରିଜର୍ଭ କରି ଆସୁଥିବା ଜଣାପଡିଛି। ସମସ୍ତ ଯାତ୍ରୀ ଗଂଜାମ ଜିଲ୍ଲାକୁ ଆସୁଛନ୍ତି। ତେବେ ଦୀର୍ଘ ଦିନ ପରେ ନିଜ ମାଟିକୁ […]
କୋରାପୁଟ: ଷ୍ଟାଫନର୍ସ କରୋନା ଆକ୍ରାନ୍ତ ପରେ କୋରାପୁଟରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ପଞ୍ଚାୟତକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି। ପୋଡ଼ାଗଡ଼ର ୩ କିମି ପରିଧି ଅଞ୍ଚଳ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେହିପରି ୭ କିମି ପରିବ୍ୟାପ୍ତ ଅଞ୍ଚଳ ବଫର ଜୋନ୍ ଘୋଷଣା କରାଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ହେଉଥିବା କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରକାଶଥାଉକି, ରାଜ୍ୟରେ ଆଜି ଗୋଟିଏ ଦିନରେ ୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୁରୁତ୍ୱପୂଣ୍ଣ କଥା ହେଲା, […]
କଟକ: କରୋନା କଟକଣା ସମୟରେ କଟକ ସହରରେ ସକାଳ ୭ରୁ ୧୧ଟା ଯାଏ ଖୋଲିବ ହୋଲସେଲ୍ ଓ ରିଟେଲ ଦୋକାନ। ସେହିଭଳି ଗଳି ଦୋକାନ, ଗୋଟିକିଆ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ସିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ଦୋକାନ ୩ ଫୁଟର ସାମାଜିକ ଦୂରତ୍ୱ ବଜାୟ ରଖିବା ଜରୁରୀ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେହିଭଳି ଦୋକାନ ଖୋଲିବା ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କୁହାଯାଇଛି। ଖିଲାପ କଲେ ଆଇନ ଅନୁଯାୟୀ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ହୋଇଥିବା ଆଲୋଚନାରେ ଭାଗ ନେଲେନି କେରଳ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ତାଲିକାରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ନାଁ ନଥିବା ଯୋଗୁଁ ସେ ବୈଠକରେ ଯୋଗ ଦେଇନାହାନ୍ତି। ଏନେଇ କେରଳ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ କେରଳ ମୁଖ୍ୟମନ୍ତ୍ରୀ ଯୋଗ ଦେବା ସହ ରାଜ୍ୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କାଯର୍ୟାଳୟ ପକ୍ଷରୁ କୁହାଯାଇଛି। ସେହିପରି […]
ବ୍ରହ୍ଣପୁର: ପୁଣି ସମୁଦ୍ର ରାସ୍ତାରେ ଗଞ୍ଜାମକୁ ଫେରିଲେ ମତ୍ସ୍ୟଜୀବୀ। ଚେନ୍ନାଇରୁ ଡଙ୍ଗା ଯୋଗେ ଚିକିଟି ବ୍ଲକ ରାମେୟାପାଟଣା କୂଳରେ ପହଞ୍ଚିଛନ୍ତି ୧୦ରୁ ୧୨ ଜଣ ମତ୍ସ୍ୟଜୀବୀ। ତେବେ ବଡ଼ କଥା ହେଉଛି, ଡଙ୍ଗାରେ ୩୯ ଜଣ ଫେରୁଥିବା ବେଳେ ଅଧା ବାଟରେ ଅନ୍ୟମାନେ ଓହ୍ଲାଇପଡ଼ିଥିବା ସନ୍ଦେହ କରାଯାଉଛି। ସେମାନେ ଆନ୍ଧ୍ର ପ୍ରଦେଶ ଏବଂ ସୋନପୁର ଅଞ୍ଚଳରେ ଓହ୍ଲାଇଥିବା ସୂଚନା ମିଳିଛି। ପୂର୍ବରୁ ଲକଡାଉନ୍ ଭାଙ୍ଗି ଚେନ୍ନାଇରୁ ଗଞ୍ଜାମ ଆସିଥିଲେ ବହୁ ମତ୍ସ୍ୟଜୀବୀ। ସମୁଦ୍ର ପଥରେ ମତ୍ସ୍ୟଜୀବୀ ଏବଂ […]
ରାଜ୍ୟରେ ଆଉ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଯାଜପୁର ଜିଲ୍ଲା ବାସୁଦେବପୁର ଅଞ୍ଚଳର ହୋଇଥିବା ନେଇ ଟ୍ୱିଟ୍ କରିଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ସେ ୩୪ ବର୍ଷିୟ ଯୁବକ। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ଛୁଇଁଲା। ତାଙ୍କର ବେଙ୍ଗଲ ଲିଙ୍କ୍ ଥିବା ଜଣାପଡ଼ିଛି। ଆଜି ସକାଳେ ୫, ଅପରାହ୍ଣରେ ୨ ପରେ ଏବେ ଜଣଙ୍କୁ ମିଶାଇ ଗୋଟିଏ ଦିନରେ ଓଡ଼ିଶାରେ ୮ଜଣ ଚିହ୍ନଟ ହେଲେଣି। 4th Health Update, 27th April […]
ଭୁବନେଶ୍ୱର: ରାଜ୍ୟକୁ କେମିତି ଫେରିବେ ୫ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ଶ୍ରମିକ। ଏନେଇ ଚିନ୍ତାରେ ରାଜ୍ୟ ସରକାର। ପାଖରେ ମାତ୍ର ୧୪ରୁ ୧୫ ହଜାର ବସ୍ ଥିବାରୁ ଏତେ ସଂଖ୍ୟକ ଲୋକଙ୍କୁ କେମିତି ଅଣାଯିବ ସେନେଇ ପରିବହନ ମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ବିକଳ୍ପ ପାଇଁ ଅନ୍ୟ ରାଜ୍ୟ ସହ ଆଲୋଚନା ଚାଲିଥିବା ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଲକଡାଉନ୍ ଚାଲିଥିବା ବେଳେ ରାଜ୍ୟ ବାହାରେ ଫସିଛନ୍ତି ଲକ୍ଷ ଲକ୍ଷ ଶ୍ରମିକ। ଟ୍ରେନ୍ ଓ ବିମାନ ସେବା […]
ଭୁବନେଶ୍ୱର: ଆଗନ୍ତୁକଙ୍କ ତଥ୍ୟ ଦିଅ। ଘରକୁ ଫେରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆସିଲା ଗାଇଡ୍ଲାଇନ୍। ରାଜଧାନୀ ଭୁବନେଶ୍ୱରେ ଘରକୁ ଫେରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଲାଗି ଗାଇଡଲାଇଡ ଜାରି କରିଛି ବିଏମସି। ଏଥିଲାଗି ଭୁବନେଶ୍ୱରରେ ଘରକୁ ଘର ବୁଲି ଚାଲିଛି ସର୍ଭେ। ବାହାର ରାଜ୍ୟରେ ଥିବା ବ୍ୟକ୍ତି ଯଦି ଘରକୁ ଫେରିବାକୁ ଚାହୁଁଥିବେ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ତଥ୍ୟ ପ୍ରଦାନ କରିବେ ପରିବାର ଲୋକେ। ବାହାର ରାଜ୍ୟରେ ରହୁଥିବା ବ୍ୟକ୍ତିଙ୍କ ନାମ, ଠିକଣା, ଆଧାର ନମ୍ବର ଏବଂ ମୋବାଇଲ […]
କରୋନା ମୁକାବିଲା ନେଇ ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫରେନସିଂରେ ଆଲୋଚନାବେଳେ ମୁଖ୍ୟତଃ ୩ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଗୁଡ଼ିକ ହେଲା ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକମାନଙ୍କର ସେଠାରେ ଉଚିତ୍ ଯତ୍ନ ନିଆଯାଉ। ତାସହ ଫସିଥିବା ଛାତ୍ର, ଶ୍ରମିକ, ତୀର୍ଥଯାତ୍ରୀ ଓ ରୋଗୀଙ୍କ ସହ କର୍ମଜୀବୀଙ୍କ ଫେରିବା ଲାଗି ଜାତୀୟସ୍ତରରେ SOP କରିବାକୁ ମଧ୍ୟ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଛଡ଼ା ନମୁନା ପରୀକ୍ଷଣ ବ୍ୟବସ୍ଥା ବଢ଼ାଇବାକୁ ମଧ୍ୟ ଦାବି କରିଛନ୍ତି […]
ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ। ଗୁରୁତ୍ୱପୂଣ୍ଣ କଥା ହେଲା ଏଥିରେ ଜଣେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ଆକ୍ରାନ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ବୟସ ୨୨ ବର୍ଷ ଏବଂ ତାଙ୍ଗ ଘର କୋରାପୁଟର ଦଶମନ୍ତପୁରର ବୋଲି ଜଣାପଡ଼ିଛି। କୋରାପୁଟର ଏହା ପ୍ରଥମ କରୋନା କେସ୍। ସେ କୋଲକାତାରୁ ଫେରି କୋରାପୁଟରେ କ୍ୱାରେଣ୍ଟାଇନ୍ରେ ରହିଥିଲେ। ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଦେଇନଥିଲା କିନ୍ତୁ ରିପୋର୍ଟ ପଜିଟିଭ ଆସିଛି। 2nd Health Update, 27th April 02 New Positive cases. […]
ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ। ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରର ୨ ଆକ୍ରାନ୍ତ ସୁସ୍ଥ ହେବା ନେଇ ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି।
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ତଥ୍ୟ କହୁଛି ୧୪ ଦିନିଆ କ୍ୱାରେଣ୍ଟିନରେ ରହିବା ପରେ ୫୦ ପ୍ରତିଶତଙ୍କ ଠାରେ କୋଭିଡ୍ ଭୂତାଣୁ ଠାବ ହୋଇଛି। ଯାହା କରୋନା ମୁକାବିଲାରେ ବଡ଼ ସମସ୍ୟା ଭାବେ ଉଭା ହୋଇଛି। କାମ ଦେଉନି କି ୧୪ ଦିନ କ୍ୱାରେଣ୍ଟିନ୍ ନିୟମ କାରଣ। ସେପଟେ ଲକଡାଉନ୍ ପରେ ୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଶା ଫେରିବାକୁ ଥିବା ବେଳେ ସରକାର ତାମିଲନାଡୁ ଭଳି ୨୮ ଦିନିଆ କ୍ୱାରେଣ୍ଟାଇନ୍ ମଡେଲ୍ ଆପଣାଇବେ କି ବୋଲି […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୨୨ IASଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି। ଭୁବନେଶ୍ୱର ପାଇଁ ଅନୁ ଗର୍ଗ ଓ ଏନ ତିରୁମାଲା ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ଓ ଭଦ୍ରକ ଦାୟିତ୍ୱରେ ମଧୁସୂଦନ ପାଢ଼ୀ ଓ ରତ୍ନାକର ରାଉତଙ୍କୁ ଦାୟିତ୍ୱ ଦିଆଯାଛି। କଟକ ସହର ଓ ଗ୍ରାମାଞ୍ଚଳ ପାଇଁ ସୌରଭ ଗର୍ଗ ଓ ସୁଶାନ୍ତ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲା ଦାୟିତ୍ୱରେ ଜି ମାଥିଭତନାନ ଓ କ୍ରିଷନ କୁମାର […]
ଭୁବନେଶ୍ୱର: ରାଜ୍ୟରେ କରୋନା ମୁୁକାବିଲା ପାଇଁ ବରିଷ୍ଠ ଆଇଏଏସ ମାନଙ୍କୁ ଦାୟିତ୍ୱ ବାଣ୍ଟିଲେ ରାଜ୍ୟ ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ମିଳିଲା ସ୍ୱାସ୍ଥ୍ୟ ବିଭାଗର ନୂଆ ଦାୟିତ୍ୱ। ରାଜ୍ୟରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ କୃଷି ସଚିବ ସୌରଭ ଗର୍ଗଙ୍କୁ ଦାୟିତ୍ୱ ଦିଆଯାଇଛି। ସାମାଜିକ ଦୂରତ୍ୱ ଗାଇଡଲାଇନ୍ସ ପ୍ରଣୟନ ପାଇଁ ପ୍ରଦୀପ୍ତ ମହାପାତ୍ର ଓ ବାହାର ରାଜ୍ୟରେ ଫସିଥିବା […]
ରାୟଗଡ଼ା: କ୍ୱାରେଣ୍ଟାଇନ୍ ସେଣ୍ଟରେ ଅଘଟଣ, ସାମାନ୍ୟ କଥାରୁ ଦୁଇ ବ୍ୟବସାୟୀ କଲେ ଏପରି କାମ, ଯେକେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କ୍ୱାରେଣ୍ଟଟିନ ସେଣ୍ଟରରେ ପରସ୍ପର ଉପରକୁ ଏସିଡ୍ ଫିଙ୍ଗିଲେ ଦୁଇ ଅନ୍ତେବାସୀ। ଏଭଳି ଘଟଣା ଘଟିଛି ରାୟଗଡ଼ା ଥାନା କୁମ୍ଭୀକୋଟା କ୍ୱାରେଣ୍ଟଟିନ ସେଣ୍ଟରରେ। ଗହଣା ବ୍ୟବସାୟ କରୁଥିବା ବିହାରର ଏଇ ଦୁଇ ବ୍ୟବସାୟୀ କୌଣସି କଥାକୁ ନେଇ ଝଗଡ଼ା କରିଥିଲେ। ପରେ ସୁନା ସଫା ପାଇଁ ବ୍ୟବହାର ହେଉଥିବା ଏସିଡରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏହି […]
ଭୁବନେଶ୍ୱର: ଯାଜପୁର ଜିଲ୍ଲାର ନୂଆ ୬ ଆକ୍ରାନ୍ତଙ୍କ ସହ ସୁନ୍ଦରଗଡ଼ର ନୂଆ ୨ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପ୍ରକାଶ କରିଛନ୍ତି ସରକାର। କେସ୍ ନଂ ୯୫ରୁ ୧୦୨ ପର୍ଯ୍ୟନ୍ତ ୮ଜଣ ଆକ୍ରାନ୍ତଙ୍କ ତଥ୍ୟ ଦିଆଯାଇଛି। ସେଥିରୁ ଜଣାପଡ଼ିଛି ଯେ, ଯାଜପୁର ଜିଲ୍ଲାର ୬ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଏବଂ ସେମାନଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନଥିଲା। କେବଳ ପଶ୍ଚିମବଙ୍ଗରୁ ଫେରିଥିବାରୁ ସେମାନଙ୍କ ନମୁନା ପରୀକ୍ଷା ହୋଇଥିଲା ଓ ସେମାନେ ପଜିଟିଭ ଜଣାପଡ଼ିଥିଲେ। ୯୫, ୯୬, ୯୭ […]
ଭୁବନେଶ୍ୱର: କରୋନା ଭୂତାଣୁର ପ୍ରାଦୁର୍ଭାବକୁ ଦେଖି ଯାଜପୁର ଜିଲ୍ଲାର ୫ଟି ବ୍ଲକ ସହ ଯାଜପୁର ପୌରପାଳିକାର ସମଗ୍ର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ବ୍ଲକ ସମେତ ଦଶରଥପୁର ବ୍ଲକ, ବିଂଝାରପୁର ବ୍ଲକ, କୋରେଇ ବ୍ଲକ, ବରୀ ବ୍ଲକ ଏବଂ ଯାଜପୁର ପୌରପାଳିକାକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି। ଆସନ୍ତାକାଲି ଦିନ ୧୨ଟାରୁ ୨୯ ତାରିଖ ସଂଧ୍ୟା ୬ଟା ଯାଏଁ ଏସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରେ ରଖିବା ସହ ସଟଡାଉନ୍ ଭଳି […]
ନାଗପୁର: କରୋନା ବିପତ୍ତି ବେଳେ ସ୍ୱାର୍ଥ ଛାଡ଼ି କାମ କରିବାକୁ ସ୍ୱୟଂ ସେବକମାନଙ୍କୁ ଆହ୍ୱାନ ଦେଇଛନ୍ତି ଆରଏସଏସ ସଂଘ ଚାଳକ ମୋହନ ଭାଗବତ। ଏହି ବିପତ୍ତିରେ ଭୟଭୀତ ନହୋଇ ଆମକୁ ଏକଜୁଟ୍ ହେବାକୁ ପଡ଼ିବ। ଅନ୍ୟମାନଙ୍କୁ ସାଙ୍ଗରେ ନେଇ କରୋନା ମୁକାବିଲାରେ ସାମିଲ ହେବାକୁ ପଡ଼ିବ। ଆଜିର ସଙ୍କଟରୁ ନିଜର ଭବିଷ୍ୟତ ଲାଗି ଶିକ୍ଷା କରିବା ଉଚିତ ବୋଲି ଭାଗବତ କହିଛନ୍ତି। ସ୍ୱଦେଶୀ ବ୍ୟବହାର, ଆଚରଣ, ଅନୁଶାସନ କରୋନା ପ୍ରକୋପ କମାଇବ ବୋଲି କହିଛନ୍ତି ଆରଏସ୍ଏସ୍ ମୁଖ୍ୟ। […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୬୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୫୮୪ରେ ପହଞ୍ଚିଛି। Regret to inform the demise of thirty five numbers of Covid positive patients while under treatment in hospitals. 1.A 58 years old male of Angul district. 2.A 37 years old […]
ଭୁବନେଶ୍ୱର: ରାଜ୍ୟରେ ଭଲ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ଆକ୍ରାନ୍ତ ଜଣକ ଘର ଭୁବନେଶ୍ୱରର। ଆକ୍ରାନ୍ତ ଜଣକ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ। ହେଲେ କରୋନାରୁ ମୁକ୍ତ ହୋଇଥିଲେ ମଧ୍ୟ ମେଡିକାଲରୁ ଡିସଚାର୍ଜ ହୋଇନାହାନ୍ତି। ସେ ଅନ୍ୟ ରୋଗରେ ଆକ୍ରାନ୍ତ ଥିବାରୁ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସମ୍ପୂର୍ଣ୍ଣ ଭଲ ହେବା ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବା ନେଇ ସୂଚନା ମିଳିଛି। The #COVID19 positive case of Bhubaneswar who was under treatment […]
ଭୁବନେଶ୍ୱର: ରାଜ୍ୟରେ ଗତକାଲି ଦୈନିକ କରୋନା ସଂକ୍ରମଣ ହାରରେ ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଜି ପୁଣି ସଂକ୍ରମଣ ହାର ବଢ଼ିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୧,୬୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।କ୍ୱାରେଣ୍ଟାଇନରୁ ୬୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟସ ୫୧୧୪ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୦୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୯୮ ଓ ସୁନ୍ଦରଗଡ଼ରୁ ୬୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହାରରେ ସାମାନ୍ୟ […]
ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ନୂଆ ୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ନୂଆ ୬ ଆକ୍ରାନ୍ତ ଯାଜପୁର ଜିଲ୍ଲାର। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି। ସେମାନଙ୍କର ବୟସ ୫୨, ୨୩, ୪୯, ୫୭, ୩୯ ଓ ୫୦ ବର୍ଷ ବୟସର । ଏମାନେ ସମସ୍ତେ ପୁରୁଷ। ଏହାର ପଶ୍ଚିମବଙ୍ଗ ଲିଙ୍କ୍ ରହିଛି […]