ଭୁବନେଶ୍ୱର: ଭୁବନେଶ୍ୱର-ଦିଲ୍ଲୀ ଟ୍ରେନ ଟିକେଟ ଘଣ୍ଟାଏ ଭିତରେ ଶେଷ। ୧୩ ତାରିଖରେ ଦିଲ୍ଲୀ ଯିବାକୁ ଥିବା ଟ୍ରେନ ଟିକେଟ ବୁକିଂ ସରିଯାଇଛି। ଘଣ୍ଟାଏରୁ କମ ସମୟରେ ଟିକେଟ ସରିଯାଇଥିବା ନେଇ ରେଲେୱେ ପକ୍ଷରୁ ସୂଚନା ଦିଆଯାଇଛି। ୧୪ ତାରିଖ ପାଇଁ ମଧ୍ୟ ୯୦% ଟିକେଟ ବିକ୍ରି ସରିଥିବା ସୂଚନା ମିଳିଛି। କେବଳ ଏସି ବଗିରେ ୫୬ଟି ଟିକେଟ ବାକି ଥିବା ରେଲେଓ୍ୱ ସୂଚନା ଦେଇଛି। ୧୭ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ ଏସି ଟିକେଟ ଆଉ ନଥିବା ପୂର୍ବତଟ […]
ଭୁବନେଶ୍ୱର: ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱରରୁ ପ୍ରତିଦିନ ଚାଲିବ ଟ୍ରେନ୍। ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଦୈନିକ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଏହି ଟ୍ରେନ୍ଟି ୧୩ ତାରିଖ ସକାଳ ୧୦ଟାରେ ଭୁବନେଶ୍ୱରରୁ ରେଲୱେ ଷ୍ଟେସନରୁ ଛାଡ଼ି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନରେ ୧୭ଟି ବଗି ରହିବ। ସବୁ ବଗି ଏୟାର କଣ୍ଡିସନ୍ ରହିବ। ସେହିପରି ୧୪ ତାରିଖରୁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଦୈନିକ ଟ୍ରେନ ଯାତ୍ରା କରିବ। ଭୁବନେଶ୍ୱର-ଦିଲ୍ଲୀ ମଧ୍ୟରେ ଚାଲୁଥିବା ଟ୍ରେନଗୁଡ଼ିକ ୭ଟି ଜାଗାରେ ଷ୍ଟପେଜ […]
ଭୁବନେଶ୍ୱର: ଦେଶରେ କରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଗୁଡିକ ହେଲା:- ଜିଲ୍ଲା ବଦଳରେ ଛୋଟ ଛୋଟ ଓ ସାଇଣ୍ଟିଫିକ୍ ୟୁନିଟ୍କୁ କୋଭିଡ୍ ଜୋନ୍ରେ ପରିଣତ କରିବା ଓ ଏସଂପର୍କରେ ନିଷ୍ପତ୍ତି ନେବା ଲାଗି ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦେବା ପାଇଁ ନବୀନ ପ୍ରସ୍ତାବ ରଖିଛନ୍ତି। ସେହିପରି ଲକଡାଉନ ଓ ଅନ୍ୟାନ୍ୟ କଟକଣାକୁ ନେଇ […]
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଏହି ଆଲୋଚନା ହୋଇଥିଲା। ତେବେ ଟ୍ରେନ୍, ବିମାନ ଚଳାଚଳକୁ ନେଇ କିଛି ରାଜ୍ୟ ବିରୋଧ କରିଥିବାବେଳେ ଲକ୍ଡାଉନ ବଢାଇବା ନେଇ ଦାବି କରାଯାଇଛି। ଆଜିର ବୈଠକରେ ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଳି ପଡିଥିଲା। କରୋନା ସଂକଟକୁ ନେଇ କେନ୍ଦ୍ର ରାଜନୀତି କରୁଥିବା ଓ ରାଜ୍ୟଙ୍କ ଭିତରେ ବାଛବିଚାର କରୁଥିବା ମମତା ଅଭିଯୋଗ କରିଥିବା […]
ଭୁବନେଶ୍ୱର: କୋଭିଡ୍ ସଙ୍କଟ ସତ୍ତ୍ୱେ ଦେଶର ଅଧିକାଶ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ଗତିଶୀଳ ହେବାରେ ଲାଗିଛି। ତେବେ କୋଭିଡ୍ ବିରୋଧୀ ଲଢେଇକୁ ଏଣିକି ଅଧିକ ଗୁରୁତ୍ୱ ଦେବାକୁ ପଡିବ। ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭି଼ଡିଓ କନଫରେନ୍ସିଂରେ ଆଲୋଚନା ବେଳେ ଏହି ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଭିଡ ସଙ୍କଟରୁ ଗ୍ରାମାଞ୍ଚଳକୁ ଯେଭଳି ମୁକ୍ତ ରଖାଯିବ ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର ବୋଲି ମୋଦି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ପଞ୍ଚମ ଭର୍ଚୁଆଲ୍ ଆଲୋଚନା ବେଳେ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୨୦ ପଜିଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରୁ ଗଂଜାମରେ ୧୭, ସୁନ୍ଦରଗଡ଼ରେ ୨, ବୌଦ୍ଧରେ ଜଣେ ଅଛନ୍ତି। ଗଂଜାମରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଏଠାରେ ୧୫୪ ସଂକ୍ରମିତ ହେଲେଣି। ସେହିପରି ଏପର୍ଯ୍ୟନ୍ତ ସୁନ୍ଦରଗଡରେ ୧୬ ଜଣ ସଂକ୍ରମିତ ହୋଇଥିବାବେଳେ ୧୦ ଜଣ ସୁସ୍ଥ ହୋଇଛନ୍ତି। ଏବେବି ଆଉ ୬ ଆକ୍ଟିଭ କେଶ ରହିଛି। ସେହିପରି ବୌଦ୍ଧରେ ୪ଜଣ ସଂକ୍ରମିତ ହୋଇଛନ୍ତି। ତେବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି। ସେହିପରି ଆଜି କରୋନାରୁ […]
ଭୁବନେଶ୍ୱର: ହୋମ୍ କ୍ୱାରେଣ୍ଟିନରେ ରହିପାରିବେ ଲକ୍ଷଣ ନଥିବା ରୋଗୀ। କେନ୍ଦ୍ର ସରକାର ଜାରି କରିଥିବା ନୂଆ ଗାଇଡଲାଇକୁ ଲାଗୁ କରିଛନ୍ତି ରାଜ୍ୟ ସରକାର। ଯଦି ଜଣେ ରୋଗୀଙ୍କ କମ୍ ଲକ୍ଷଣ ଥିବ ବା ପ୍ରି-ସିମ୍ଟମେଟିକ୍ ଥିବେ, ତେବେ ତାଙ୍କୁ ହୋମ କ୍ୱାରେଣ୍ଟିନରେ ରହିବାକୁ ଅନୁମତି ମିଳିବ। ସଂପୃକ୍ତ ରୋଗୀଙ୍କୁ ୨୪ ଘଣ୍ଟା ତଦାରଖ କରିବାକୁ କେୟାର ଗିଭର୍ ବ୍ୟବସ୍ଥା କରାଯିବ। କେୟାର ଗିଭର ହ୍ରାଇଡ୍ରୋକ୍ସି କ୍ଲୋରକ୍ୱିନ ନେଇପାରିବେ ହୋମ୍ ଆଇସୋଲେସନରେ ରହୁଥିବା ରୋଗୀ ମେଡିକାଲ ସହ ଯୋଗାଯୋଗରେ […]
ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର। କରୋନା ଆକ୍ରାନ୍ତ ଆରୋଗ୍ୟ ହାର ୩୧.୧୫%କୁ ବୃଦ୍ଧି ହୋଇଥିବା ନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ। ଏପର୍ଯ୍ୟନ୍ତ ଦେଶରେ ୬୭ ହଜାର ୧୫୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ପ୍ରାୟ ୨୧ ହଜାର ସୁସ୍ଥ ହୋଇଛନ୍ତି। ଆଜି ଗୋଟିଏ ଦିନରେ ୧୫୫୯ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ସେପଟେ ବିଭିନ୍ନ ରାଜ୍ୟରେ ଫସିଥିବା […]
ଭୁବନେଶ୍ୱର: ରାଜ୍ୟରେ ଆଉ ୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪ରେ ପହଞ୍ଚିଛି। କଟକ, ମୟୂରଭଞ୍ଜ ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା କଟକରେ ୩ଜଣ ଆକ୍ରାନ୍ତ ହୋଇଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି ଓ ଏବେ ବି ୨ଟି ଆକ୍ଟିଭ କେଶ ରହିଛି। ମୟୁରଭଞ୍ଜରେ ୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଯାଜପୁରରେ ୬୧ […]
ଭୁବନେଶ୍ୱର: କ୍ୱାରେଣ୍ଟିନରେ ଗଲେ ଡାକ୍ତର ଓ ଆଟେଣ୍ଡାଣ୍ଟ। ଭୁବନେଶ୍ୱର ଏମ୍ସର ୪ ଜଣ ଡାକ୍ତରଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ପଠାଯାଇଛି। ଡାକ୍ତରଙ୍କ ସହ ଦୁଇ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ବାଧ୍ୟତାମୂଳକ କ୍ୱାରେଣ୍ଟିନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମହାରାଷ୍ଟ୍ରର ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କ ଚିକିତ୍ସା କରିଥିଲେ ଏହି ୪ ଡାକ୍ତର ଓ ଆଟେଣ୍ଡାଣ୍ଟ। ପରବର୍ତ୍ତୀ ସମୟରେ ଡ୍ରାଇଭରଙ୍କର ସ୍ୱାବ୍ ଟେଷ୍ଟରୁ ରିପୋର୍ଟ ପଜିଟିଭ ବାହାରିଥିଲା। ଆଜି ସକାଳେ ୧୪ ଜଣ ଅପରାହ୍ଣରେ ୩ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ୍ […]
ଶିମଲା: ଭୟଙ୍କର ହେଲାଣି କରୋନା। ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା। ତେବେ ଏହାରି ମଧ୍ୟରେ ଗହଳି କମାଇବା ସହ ସାମାଜିକ ଦୂରତା ମାନିବାକୁ ବାରମ୍ବାର କହୁଛନ୍ତି ସରକାର। କରୋନା ଚେନ୍କୁ ଭାଙ୍ଗିବାକୁ କଟକଣା ମଧ୍ୟ କଡ଼ାକଡ଼ି କରାଯାଉଛି। ଆଉ ଏହାରି ମଧ୍ୟରେ ବିବାହ ସମାରୋହରେ ପୁଣି ଥରେ ଅତିଥିଙ୍କ ସଂଖ୍ୟା କମାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସୂଚନା ଅନୁସାରେ, ଏଣିକି ୫୦ ନୁହେଁ ମାତ୍ର ୨୦ ଜଣଙ୍କୁ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅନୁମତି […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୨୭୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୧୯୩ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨,୬୯୫ରେ ପହଞ୍ଚିଛି। ଆକ୍ଟିଭ୍ କେସ୍-୩,୦୮୫ ଥିବାବେଳେ ୩ ଲକ୍ଷ ୩୭ ହଜାର ୬୩୫ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି। Covid-19 Report For 3rd […]
ଦେଶରେ ମାଡ଼ି ଚାଲିଛି କରୋନା ମହାମାରୀ। ଏହି ମହାମାରୀ ପୁଣି ଥରେ ଭୟଙ୍କର ରୂପ ନେଲାଣି। ଦିନକୁ ଦିନ ବଢୁଛି ପଜିଟିଭଙ୍କ ସଂଖ୍ୟା। ୨୪ ଘଣ୍ଟାରେ ସାରା ଦେଶରେ ୬୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି
ରାଜ୍ୟରେ ୨୪ ଘଣ୍ଟାରେ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଂଟରରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ସ୍ଥାନୀୟ ଅଂଚଳ ଅର୍ଥାତ୍ ଲୋକାଲ କେସ୍ ବୋଲି ଜଣାଯାଇଛି।
ରାଜ୍ୟରେ ପୁଣି ଧୀରେ ଧୀରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଂଟାରେ ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଂଟରରୁ ୩୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍ ଲୋକାଲ କେସର ସଂଖ୍ୟା ରହିଛି ୨୫
ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୭ ଜଣ ସଂଗରୋଧ କେନ୍ଦ୍ର ବା କ୍ୱାରେଣ୍ଟିନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ଅଂଚଳ ଅର୍ଥାତ୍ ଲୋକାଲ କେସ ଥିବା ଜଣାପଡିଛି
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ପରେ ବି ଡର ଛାଡୁନାହିଁ। କାରଣ ଦେଶର ଅନେକ ରାଜ୍ୟରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବି ବଢିଛି। କିନ୍ତୁ ରାଜ୍ୟରେ କରୋନା ସ୍ଥିତି ଏତେଟା ଉଦବେଗଜନକ ନାହିଁ। ଗତ ୨୪ ଘଂଟାରେ ରାଜ୍ୟରେ ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଂଟରରୁ ୩୫ ଜଣ ଓ […]
କରୋନା ମହାମାରୀକୁ ନେଇ ଏବେ ସାରା ଦେଶରେ ଭୟ ରହିଛି। ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟକୁ କରୋନା ଭ୍ୟାକ୍ସିନ୍ ଦିଆଯାଇଛି। କରୋନା ଯୋଦ୍ଧାଙ୍କ ସମେତ ଅନେକ ଲୋକ ଏହି ଟିକା ମଧ୍ୟ ନେଲେଣି।
ରାଜ୍ୟରେ ଧୀରେ ଧୀରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ପୁଣି ଥରେ ୧୦୦ ତଳେ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ସମସ୍ତ ରୋଗୀ ୧୭ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।
ରାଜ୍ୟରେ ୨୪ ଘଣ୍ଟାରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୨ ଜଣ କ୍ୱାରେନଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୯ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ୧୮ ଜିଲ୍ଲାରୁ ମୋଟ୍ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।
ଜୁଲାଇ ୧୬ରେ ସରୁଛି ରାଜ୍ୟରେ ଆଂଶିକ ଲକ୍ଡାଉନ୍ କଟକଣା ଅବଧି। ତେବେ ଜୁଲାଇ ୧୬ ପରେ କଟକଣାମୁକ୍ତ ହେବ କି ରାଜ୍ୟ ? ସମ୍ପୂର୍ଣ୍ଣ ଅନ୍ଲକ୍ ନା କାଟାଗୋରୀ A, B ଫର୍ମୁଲାରେ ଜାରି ରହିବ କଟକଣା ? ଏହା ଉପରେ ସମସ୍ତଙ୍କ ନଜର ରହିିଛି।
୨୪ ଘଣ୍ଟାରେ ରାଜ୍ୟରେ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି
ସାରା ଦେଶରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ମହାଭ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ନିଜେ ଚେନ୍ନାଇ ଗସ୍ତ କରି ଟିକାକରଣ ଡ୍ରାଏ ରନର ସ୍ଥିତି ସମୀକ୍ଷା କରିଛନ୍ତି।ମିଳିଥିବା ସୂଚନା ଅନୁସାରେ, ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ଭୁବନେଶ୍ୱର: ଆଉ ୧୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସୁନ୍ଦରଗଡର ୭, ଖୋର୍ଦ୍ଧାର ୫, ଭଦ୍ରକର ୩, ବାଲେଶ୍ୱର ୨ଜଣ ଅଛନ୍ତି। ତେବେ ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୮୫ରେ ପହଞ୍ଚିଛି। Another 17 COVID cases have recovered and tested negative for #COVID19. They are being discharged. The cases include: 7 cases of Sundergarh 5 cases of Khordha 3 cases of […]